ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡର ପର୍ଶୁରାମ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ ପୋଡି ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ । ସରକାରଙ୍କ ନିର୍ଦ୍ଦେଶରେ ଭଗବାନ ପର୍ଶୁରାମ ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତି ସ୍ଥାପନା କରିବାକୁ ପ୍ରଶାସନିକ ନିଷ୍ପତି ନିଆଯାଇଛି। ମାତ୍ର ଉନ୍ମୋଚନ ହେବା ପୂର୍ବରୁ ପ୍ରତିମୂର୍ତିକୁ ପୋଡିଦେବା ଅତ୍ୟନ୍ତ ନିନ୍ଦନୀୟ । ତ୍ୱରିତ ପଦକ୍ଷେପ ସ୍ୱରୁପ ଘଟଣାରେ ସଂପୃକ୍ତ ଯୁବକ ଯୁଗଲ କୁମାର ସାହୁ (ହୀରୁ)କୁ ତୁରନ୍ତ ଗିରଫ କରାଯାଇ ସରକାର ଓ ପ୍ରଶାସନ ତରଫରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ଗିରଫ ଅଭିଯୁକ୍ତ ଯୁଗଲ ଜଣେ ମାନସିକ ବିକୃତ ବ୍ୟକ୍ତି ଏବଂ ଘଟଣା ସମୟରେ ନିଜେ ଛିଡା ହୋଇଥିବା ସ୍ପଷ୍ଟ ଦେଖାଯାଉଛି । ପ୍ରକାଶ ଥାଉକି, ଅଭିଯୁକ୍ତ ଯୁଗଲ କୁମାର ସାହୁ କିଛି ମାସ ପୁର୍ବରୁ ଏକ ଇଲେକ୍ଟ୍ରିକ ଖୁଂଟ ଉପରେ ଚଢିଯାଇଥିଲେ ଏବଂ ଇଲେକ୍ଟ୍ର ସପ୍ଲାଇ ବନ୍ଦ କରାଯାଇ ତାଙ୍କୁ ଉଦ୍ଧାର କରାଯାଇଥିଲ । ପୂର୍ବତନ ମୁଖ୍ୟମନ୍ତ୍ରୀ…
Author: Samikhsya Bureau
ଭଦ୍ରକ:-ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ନେତା ଅସିତ ପଟ୍ଟନାୟକ ଙ୍କ ନେତୃତ୍ୱରେ ସ୍ଥାନୀୟ ବନ୍ତ ଛକ ନିକଟରୁ ଦୁଇ ହଜାରରୁ ଦଳୀୟ କର୍ମୀ ମାନେ ହାତରେ ମଶାଲଧରି ସହର ପରିକ୍ରମା କରିଥିଲା। ଏଥିରେ ସାମିଲ ହୋଇଥିଲେ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ପୂର୍ବତନ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ,ଯୁବ ନେତା ୟାଶିର ନୱାଜ, ଜିଲ୍ଲା ପର୍ଯ୍ୟବେକ୍ଷକ ଜାନକୀ ପଟ୍ଟନାୟକ, ଅଜିତ ଜେନା ପ୍ରମୁଖ ସାମିଲ ହୋଇଥିଲେ। ପରେ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଟାଉନ ଛକ ଠାରେ ଏକ ପଥପ୍ରାନ୍ତ ସଭା ଭଦ୍ରକ ନେତା ଅସିତ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ତାଙ୍କ ବକ୍ତବ୍ୟ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…
ନୂଆଦିଲ୍ଲୀ: ଅସୁବିଧାରେ ରହୁଥିବା ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳୀ ବିନୋଦ କାମ୍ବଲୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ପ୍ରଖ୍ୟାତ ଖେଳାଳୀ ସୁନୀଲ ଗାଭାସ୍କର। ଆଜି ଏ ନେଇ ସେ ଘୋଷଣା କରିଛନ୍ତି। ସେ ଗାଭାସ୍କାର ଚାମ୍ପସ ଫାଉଣ୍ଡେସନରୁ ମାସକୁ ତିରିଶ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ ବର୍ତ୍ତମାନ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଏଥିସହିତ ସେ ବଡ ଆର୍ଥିକ ସମସ୍ୟା ପରିସ୍ଥିତି ଦେଇ ଗତି କରୁଛନ୍ତି। ତାଙ୍କର ସ୍ନାୟୁ ସମସ୍ୟା ଯୋଗୁଁ ସେ ଠିକରେ ଚାଲିପାରୁ ନାହାଁନ୍ତି। ଅନ୍ୟତମ କ୍ରିକେଟକ ସଚୀନ ତେନ୍ଦୁଲକରଙ୍କ ସେ ହେଉଛନ୍ତି ବାଲ୍ୟବନ୍ଧୁ। ଗାଭାସ୍କାରଙ୍କ ଏହି ଘୋଷଣା ପରେ କାମ୍ବଲୀଙ୍କ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି।
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ୧୮ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଦଳର ନିର୍ବାଚନ ଅଧିକାରୀ ବିଧାୟକ ପ୍ରତାପ ଦେବଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ମାଧ୍ୟମରେ ସେମାନଙ୍କ ନାମ ପ୍ରଦାନ କରାଯାଇଛି।ସେମାନେ ହେଲେ.. ଏହି ନେତାମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ପୂର୍ବରୁ ଶ୍ରୀ ଦେବ କହିଥିଲେ। ହେଲେ ସେମାନଙ୍କର ନାମ ପ୍ରକାଶ କରି ନ ଥିଲେ। ଆସନ୍ତା 19 ତାରିଖରେ ଦଳର ସଭାପତି ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି।
ଭୁବନେଶ୍ବର: ଆଜି କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଛି। ଫଳରେ ସାଧାରଣ ଯାତାୟତ କିଛି ସମୟ ପାଇଁ ବ୍ୟାଘାତ ଘଟିଛି। ଆଜି ଅପରାହ୍ନରେ ଆକାଶରେ କଳାହାଣ୍ଡିଆ ମେଘ ଆସିବା ସହ ବର୍ଷା ଆରମ୍ଭ ହୋଇଯାଇଥିଲା। ସେହିପରି କଟକରେ ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ସହିତ କୁଆପଥର ପଡିଥିବାର ଜଣାପଡିଛି। ଏପରିକି ରାସ୍ତାଘାଟରେ ପାଣି ଜମି ଯିବା ଫଳରେ ସାଧାରଣ ଯାତାୟତ ବ୍ୟାହତ ହୋଇଥିଲା। ପାଣିପାଗ ବିଭାଗ ଅନୁସାରେ ଆଉ ଚାରି ଦିନ ପାଇଁ କାଳ ବୈଶାଖୀ ରହିଛି। ଆଜି ୧୨ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେଗୁଡିକ ହେଲା ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ।
ଭୁବନେଶ୍ବର: ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ରୁଗ୍ଣ ମାନସିକତାର ବ୍ୟକ୍ତି ହୋଇଥିବେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ ଜଣେ ବ୍ୟକ୍ତି ଗିରଫ ମଧ୍ୟ ହୋଇ ସାରିଛନ୍ତି । ଯଦି ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ୍ କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି ଓ ପୂଜ୍ୟପୂଜା…
ଭୁବନେଶ୍ବର: ଭାରତ ସରକାରଙ୍କ ପକ୍ଷରୁ ଆଜିଠାରୁ ଆସନ୍ତା ଜୁନ ମାସ ୧୪ ତାରିଖ ଦୀର୍ଘ ୬୧ ଦିନ ପର୍ଯ୍ୟନ୍ତ ବଙ୍ଗୋପସାଗରକୁ ଘେରି ରହିଥିବା ଚେନ୍ନାଇ, ଓଡ଼ିଶା,ୱେଷ୍ଟ ବେଙ୍ଗଲ ଆଦି ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜିବୀଙ୍କୁ ସମସ୍ତ ପ୍ରକାର ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ଆଦି ଯୋଗେ ମାଛ ଧରିବା ପାଇଁ ସମୁଦ୍ରକୁ ନଯିବା ପାଇଁ ବିଧି ବଦ୍ଧ ଭାବରେ ଘୋଷଣା ହୋଇଛି । ଦେଶର ସାମୁଦ୍ରିକ ସୁରକ୍ଷା ଦୃଷ୍ଟି କୋଣ ଏବଂ ବର୍ତ୍ତମାନ ବିଭିନ୍ନ ପ୍ରଜାତି ମାଛ ମାନଙ୍କ ପ୍ରଜନନ ସମୟ ହୋଇଥିବାରୁ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସମୁଦ୍ରରେ ମାଛ ଧରିବା ବନ୍ଦ ଘୋଷଣା ଜାରି କରାଯାଇଛି । ଓଡିଶା ସାମୁଦ୍ରିକ ମତ୍ସ୍ୟ ନିୟମ ୧୯୮୨ ଅନୁଯାୟୀ ବର୍ତ୍ତମାନ ମାଛ, କଇଁଛ ଆଦିଙ୍କ ପ୍ରଜନନ ଗଣ ଅଣ୍ଡା ଦାନ ସମୟ ହୋଇଥିବାରୁ ଏହି ଦୁଇ ମାସକୁ ସମୁଦ୍ରରେ ମାଛ ଧରିବା ବନ୍ଦ କରାଯାଇଛି । ଓଡ଼ିଶାର ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳ…
ଭୁବନେଶ୍ବର: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଏହି ସୁଧ ମୁକ୍ତ ୠଣ ମୁକ୍ତ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିଥିଲେ। ଆଜି ଏହାକୁ ୨୦୨୫-୨୬ ଆର୍ଥିକ ବର୍ଷ ଓ ପରବର୍ତ୍ତୀ ବର୍ଷ ଗୁଡିକ ପାଇଁ ଜାରିରଖିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ନେଇପାରିବେ। ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମହିଳା ଭାଗିଦାରୀ ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର…
ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୯ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ସେ ଓଡିଶାର ରାଜପଥ ଏବଂ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଦଳ ତଥା ସରକାରଙ୍କ ତରଫରୁ ଭୁବନେଶ୍ବର ବରମୁଣ୍ଡା ପଡିଆରେ ବ୍ୟାପକ ଆୟୋଜନ କରାଯାଉଛି। ଗତ ନିର୍ବାଚନ ବେଳେ ସେ ଓଡିଶାକୁ ପ୍ରଚାରରେ ଆସିଥିଲେ। ଓଡିଶାରେ ବିଜେପି ସରକାର ଗଠନ କରିବା ପରେ ନୀତିନ ଗଡକରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ତେବେ ଏହି ଗସ୍ତ ସମୟରେ ସେ କଟଟ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ହରେକୃଷ୍ଣ ମହତାବ ଜୟନ୍ତିରେ ଯୋଗଦେବେ ବୋଲି ଜଣାପଡିଛି।
ଭୁବନେଶ୍ୱର: ପିଲାଚୋରି ଆମ ଦେଶରେ ଏକ ବଡ ସମସ୍ୟା । ପିଲାଙ୍କୁ ଝୁରି ଝୁରି ହଜାର ହଜାର ମା, ବାପାଙ୍କ ବର୍ଷବର୍ଷ ଧରି ଆଖରୁ ଲୁହ ଶୁଖୁନି । ଗତ ରବିବାର ଦିନ ରାଜଧାନୀର ଛାତି ଉପରେ ରାମ ମନ୍ଦିର ସାମ୍ନାରୁ ଏକ ଦୃଷ୍ଟିବାତ ମା କୋଳରୁ ଦେଢବର୍ଷର ଶିଶୁ ଚୋରି ହୋଇଥିଲା। ଏ ଘଟଣା ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟିକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କାଳ ବିଳମ୍ବ କରାନଯାଇ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ଏଥି ସହ ତ୍ବରିତ ପଦକ୍ଷେପ ନେବାପାଇଁ ପରାମର୍ଶ ଦିଆଯାଇଥିଲା ଏବଂ ଏହି ଘଟଣାର ନିୟମିତ ମନିଟରିଂ କରାଯାଉଥିଲା। ଏହା ଫଳରେ ପୋଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। କଳ, ବଳ, କୌଶଳ ଲଗାଇ ପୋଲିସ୍ ତିନି ଦିନ ଭିତରେ ପିଲାଟିକୁ ଖୋଜି ପାଇବାକୁ ସମର୍ଥ ହୋଇଛି। ପିଲାଟି ପୁଣି ମା କୋଳକୁ ଫେରିଛି । ସନ୍ଦିଗ୍ଧ ଅପରାଧୀ ମଧ୍ୟ ଧରାପଡିଛି। ମା…
ଭୁବନେଶ୍ବର: ବଲାଙ୍ଗୀରର ପାଟଣାଗଡରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ହୁତୁହୁତୁ ହୋଇ ଜଳୁଛି। କେହି ଦୁର୍ବୁତ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଇଥିବାର ଜଣାପଡିଛି। ଆଜି ସକାଳୁ ପାଟଣାଗଡର ବ୍ଲକ ଛକରେ ଥିବା ପ୍ରତିମୂର୍ତ୍ତି ଜଳୁଥିବାର ଦେଖିବାକୁ ମିଳିଥିଲା। ତେବେ କିଏ କାହିଁକି ଏପରି କାର୍ଯ୍ୟ କଲା ତାହା ଜଣାପଡି ନାହିଁ। ହେଲେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ପ୍ରକଟ କରାଯାଇଛି। ଏହି ଘଟଣାକୁ ନେଇ ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିନ୍ଦା କରିଛନ୍ତି। ପ୍ରବାଦ ପୁରୁଷଙ୍କୁ ଏପରି ଅସମ୍ମାନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହା ସାରା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ବିଜୁବାବୁଙ୍କ ଓଡିଶା ଗଠନରେ ପ୍ରମୁଖ ଭୂମିକା ରହିଥିଲା। ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ…
ଭୁବନେଶ୍ବର: ରାଜ୍ୟରେ ସୃଷ୍ଟି ହେଲା ୨,୫୦୦ ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଅଛି। ୨,୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦,୧୭୫ ହେଲା । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨,୦୦୦ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।
ଭୁବନେଶ୍ବର: ୱାକଫ ବିଲକୁ ନେଇ ବିଜେଡି ଭିତରେ କନ୍ଦଳ ଲାଗିଥିବା ବେଳେ ବର୍ତ୍ତମାନ ଦଳର ବରିଷ୍ଠ ନେତା ତଥା ବିଧାୟକ ରାଜା ସ୍ବାଇଁ ବା ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚିଠିକୁ ନେଇ ଚର୍ଚ୍ଚା। ଅନ୍ୟନେତାମାନେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ହେଲେ ରାଜା ସ୍ବାଇଁ ଚିଠି ଲେଖିଛନ୍ତି ତାହା ଭିନ୍ନ କଥା ଦର୍ଶାଉଛି। ନବୀନଙ୍କୁ ଲେକିଥିବା ଚିଠିରେ ବିଧାୟକ ରାଜା ସ୍ବାଇଁ ଲେକିଛନ୍ତି ଯେ, ଦଳକୁ କିଏ ହାଇଜାକ ବା ଅପହରଣ ନ କରୁ। ୱାକଫ ବିଲ ଦଳର ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ବୋଲି ରାଜା ସ୍ବାଇଁ ଉଲ୍ଲେଖ କରିଛନ୍ତି। ହେଲେ ଦଳକୁ କେହି ହାଇଜାକ ନ କରୁ ବୋଲି ସେ କାହିଁକି ଲେଖିଲେ ତାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚହଳ ସୃଷ୍ଟି କରିଛି। ସାଧାରଣରେ ପ୍ରଶ୍ନ ଉଠିଛି ଯେ, ତେବେ ଦଳକୁ କିଏ ହାଇଜାକ କରୁଛି କି ? ସେ ଖୋଦ…
ଭୁବନେଶ୍ବର: ଶେଷରେ ଭୁବନେଶ୍ବର କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା। ଭୁବନେଶ୍ବର ରାମମନ୍ଦିର ସାମନାରୁ ଅପହରଣ ହୋଇଥିବା ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରିଛି। ସିସିଟିଭି ଫୁଟେଜ ଆଧାର କରି ପୋଲିସ ବାଲେଶ୍ବରରୁ ଶିଶୁକୁ ଉଦ୍ଧାର କରିଛି। ଏଥିପାଇଁ ପୋଲିସ ପାଞ୍ଚଟି ଟିମ ଗଠନ କରିଥିଲା। ଟ୍ରେନରେ ଦୁର୍ବୁତ ଶିଶୁକୁ ଅପହରଣ କରି ନେଉଥିବାର ଫୁଟେଜ ମିଳିଥିଲା। ଏହାକୁ ଆଧାରକରି ପୋଲିସ ଆରପିଏଫ ଏବଂ ଅନ୍ୟ ରାଜ୍ୟର ପୋଲିସ ସହିତ ମିଶି ବିଭିନ୍ନ ସ୍ଥାନରେ ଅନୁଧ୍ୟାନ କରିଥିଲା। ଶେଷରେ ପୋଲିସ ଶିଶୁଟି ବାଲେଶ୍ବର ଯାଇଥିବାର ସୂଚନା ପାଇବା ପରେ ସେଠାରେ ଚଢାଉ କରି ଶିଶୁକୁ ଉଦ୍ଧାର କରିଥିଲା। ଭୁବନେଶ୍ବରର ରାମମନ୍ଦିର ସାମନାରୁ ଜଣେ ଦୃଷ୍ଟିବାଧିତ ମହିଳାଙ୍କ କୋଳରୁ ଦୁର୍ବୁତ ପାଞ୍ଚ ବର୍ଷର ଶିଶୁକୁ ନେଇଯାଇଥିଲା। ଏହାପରେ ସେ ବିକଳ ହୋଇ କାନ୍ଦିବାରୁ ପୋଲିସ ଘଟଣା ସଂପର୍କରେ ଅବଗତ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଛାନଭିନ୍ନ।
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ ଏବଂ ମତ୍ସ୍ୟଚାଷ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବ। ବିଶେଷ ଭାବରେ ଏହି ୪ଟି କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଚାଷୀମାନଙ୍କ ଜୀବନଜୀବିକାରେ ସୁଧାର ଅଣାଯିବ । ଏହା ଦ୍ୱାରା ‘ବିକଶିତ ସମ୍ବଲପୁର’ର ସ୍ୱପ୍ନ ସାକାର ହୋଇପାରିବ ବୋଲି ସୋମବାର ସମ୍ବଲପୁର ଜୁଜୁମୁରା ବ୍ଲକ ସନାତନପାଲି ଠାରେ ‘ପୁଷ୍ପ କୃଷି ମେଳା’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ନୂଆବର୍ଷ, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀର ଶୁଭ ଅବସରରେ ଶ୍ରୀ ପ୍ରଧାନ ସନାତନପାଲି ନୂତନ ଉପ-ବଜାର ପ୍ରାଙ୍ଗଣରେ କୃଷକ ଭବନ, ଗୋଦାମଗୃହ, କଭରସେଡ୍ ଆଦି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭାରତ ସରକାରଙ୍କ ସିଏସଆଇଆର୍- ଏନବିଆରଆଇ, ଲକ୍ଷ୍ନୌ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସିଏସଆଇଆର-ପୁଷ୍ପକୃଷି ମିଶନ ଅଧୀନରେ ନିର୍ମିତ ‘ପୁଷ୍ପକୃଷି ପଲୀହାଉସ’ର ଲୋକାର୍ପଣ କରିବା ସହ ପୁଷ୍ପ…
ସମ୍ବଲପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖୁବେଲ ଏବଂ ହୀରାକୁଦ ଠାରେ ମେରୁଯାତ୍ରାରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଖୁବେଲ ସ୍ଥିତ ମନ୍ଦିରରେ ମା’ ଦକ୍ଷିଣକାଳୀ ଏବଂ ବାବା ସିଦ୍ଧେଶ୍ୱରଙ୍କ ଦର୍ଶନ କରିଥିଲେ । ପରେ ହୀରାକୁଦ ଠାରେ ମା’ ଦଣ୍ଡକାଳୀ ମନ୍ଦିରରେ ଦର୍ଶନ କରିବା ସହ ମେରୁ ଯାତ୍ରାରେ ସମବେତ ଜନସାଧାରଣଙ୍କ ସହ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଉପସ୍ଥିତ ଜନସାଧାରଣଙ୍କୁ ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଶିବ ଓ ଶକ୍ତି ଉପାସନାର ପର୍ବ ହେଉଛି ମେରୁ ଯାତ୍ରା । ଏହି ଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ହଜାର ହଜାର ସଂଖ୍ୟାରେ ନାଗରିକମାନେ…
ନୂଆଦିଲ୍ଲୀ: ବିଗତ ଏକ ଦଶନ୍ଧି ମଧ୍ୟରେ ବିଶ୍ୱସ୍ତରରେ ଭାରତ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଏକ ବିକାଶଶୀଳ ରାଷ୍ଟ୍ରର ପରିଚୟ ଠାରୁ ଆଗକୁ ବଢ଼ି ପ୍ରତିରକ୍ଷା, ମହାକାଶ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଅପାର ସମ୍ଭାବନାପୂର୍ଣ୍ଣ ମହାଶକ୍ତି ଭାବେ ଉଭା ହୋଇଛି । ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଜରିଆରେ ଆତ୍ମନିର୍ଭରତା, ନବୋନ୍ମେଷ ଏବଂ ପ୍ରଯୁକ୍ତିଗତ ବିକାଶ ଉପରେ ମୋଦୀ ସରକାର ନିରନ୍ତର ଗୁରୁତ୍ୱାରୋପ କରିବା ଫଳରେ ଦେଶ ଆଧୁନିକ ପ୍ରଯୁକ୍ତି ଓ ସାମର୍ଥ୍ୟ ବିକଶିତ କରିବାରେ ବିଶ୍ୱରେ ଅଗ୍ରଣୀ ପାଲଟିଛି। ସ୍ୱଦେଶୀ ଗବେଷଣାର ସଂସ୍କୃତିକୁ ପ୍ରୋତ୍ସାହନ, ଘରୋଇ-ସରକାରୀ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ରଣନୀତିକ ନିବେଶକୁ ପ୍ରାଥମିକତା ଦେଇ ଭାରତ ଏବେ ବିଶ୍ୱ ମଞ୍ଚରେ କେବଳ ଅଂଶଗ୍ରହଣକାରୀ ନୁହେଁ ବରଂ ଦୃଷ୍ଟାନ୍ତ ସୃଷ୍ଟିକାରୀ ଦେଶରେ ପରିଣତ ହୋଇଛି । ଏହା କେବଳ ପ୍ରଯୁକ୍ତିଗତ ମାଇଲଖୁଣ୍ଟର କାହାଣୀ ନୁହେଁ; ଏହା…
Akshaya Tritiya 2025: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଅକ୍ଷୟ ତୃତୀୟା ବୈଶାଖ ମାସରେ ଶୁକ୍ଲା ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଏହି ବର୍ଷ ଅକ୍ଷୟ ତୃତୀୟା ଏପ୍ରିଲ ୩୦ ତାରିଖ ବୁଧବାରରେ ପାଳନ କରାଯିବ। ଅକ୍ଷୟ ତୃତୀୟାକୁ ଏକ ଶୁଭ ସମୟ ଭାବରେ ବିବେଚନା କରାଯାଏ। ଅକ୍ଷୟ ତୃତୀୟା ଶୁଭ ସମୟ ବା ଶୁଭ ମୁହୁରତ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟା ତିଥି ଏପ୍ରିଲ୍ ୩୦ ରୁ ଭୋର ୫ ଟା୨୯ ରେ ଆରମ୍ଭ ହେଉଛି। ଏହା ଏପ୍ରିଲ ୩୦ ତାରିଖ ଦିନ ୨ ଟା ୧୨ ରେ ଶେଷ ହେବ। ଉଦୟ ତିଥିକୁ ଦୃଷ୍ଟିରେ ରଖି, ୩୦ ଏପ୍ରିଲରେ ଅକ୍ଷୟ ତୃତୀୟା ପାଳନ କରାଯିବ। ଏହି ଦିନ ପୂଜା ପାଇଁ ଶୁଭ ସମୟ ନିମ୍ନଲିଖିତ ଭାବରେ ହେବ – ଅକ୍ଷୟ ତୃତୀୟା ପୂଜା ମୁହୁର୍ତ୍ତ – ସକାଳ ୫ ଟା ୪୧ ମିନିଟ ରୁ ଦିନ ୧୨…
ଗ୍ରହ ପ୍ରତିକାର: ଯଦି ଆପଣଙ୍କର କୈଣସି ଗ୍ରହ ଖରାପ କିମ୍ବା କୁପ୍ରଭାବ ରହିଛି ତେବେ ନିମ୍ନଲିଖିତ ପ୍ରତିକାରଗୁଡିକ ଚେଷ୍ଟା କରନ୍ତୁ । ସୂର୍ଯ୍ୟ – ଚାଲୁଥିବା ପାଣିରେ ତମ୍ବା କିମ୍ବା ତମ୍ବାମୁଦ୍ରା ପକାନ୍ତୁ । ଚନ୍ଦ୍ର – ଏକ ପାତ୍ରରେ କ୍ଷୀର କିମ୍ବା ପାଣି ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ। ପରଦିନ ସମସ୍ତ ଜଳକୁ ବାଗୁଲ ଗଛ ମୂଳରେ ରଖ । ବୁଧ – ଝିଅମାନଙ୍କୁ ସବୁଜ ପୋଷାକ ଏବଂ ସବୁଜ ଚୁଡି ଦାନ କରନ୍ତୁ, ଦାନ୍ତକୁ ସଫା ରଖନ୍ତୁ । ଗୁରୁ- କପାଳରେ ଚନ୍ଦନ ତିଳକ ଲଗାନ୍ତୁ, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ, ଡାଲି ଦାନ କରନ୍ତୁ । ଶୁକ୍ର- ଘିଅ, କର୍ପୁର, ଦହି ଦାନ କରନ୍ତୁ ଏବଂ ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ । ଶନି- ବାଗୁଲ ଗଛ ଦାନ୍ତକାଠି ଘଷନ୍ତୁ, ଓସ୍ତ ଗଛ ମୂଳରେ ତେଲ ଢାଳନ୍ତୁ । ରାହୁ- ଗହମକୁ କ୍ଷୀରରେ ଧୋଇ…
ମେଷ: – ଆଜି ଆପଣ ଖୁସିର ଦିନ ହେବେ ଏବଂ ଆପଣ ଆପଣଙ୍କର ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଉପଭୋଗ କରିବେ। ଆପଣଙ୍କର ସାହସ ପ୍ରେମ ଦେବାରେ ସଫଳ ହେବ। ସହକର୍ମୀଙ୍କ ସାହାଯ୍ୟରେ, ଆପଣ ଶୀଘ୍ର କଠିନ ସମୟରୁ ମୁକ୍ତି ପାଇବେ। ଏହା ଆପଣଙ୍କୁ କ୍ଷେତ୍ରର ଏକ ଧାର ଦେବାରେ ସହାୟକ ହେବ। ଯଦି ଆପଣ ଏକ ବିବାଦରେ ଜଡିତ ହୁଅନ୍ତି, ତେବେ ମନ୍ତବ୍ୟରୁ ଦୂରେଇ ରୁହନ୍ତୁ। ଆପଣ ଏବଂ ଆପଣଙ୍କ ସାଥୀ କିଛି ଖୁସି ଖବର ପାଇପାରନ୍ତି। ବୃଷ: – ଆଜି ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପରୁ ଦୂରେଇ ରୁହନ୍ତୁ । ଆପଣ ଅନୁଭବ କରିବେ ଯେ ପ୍ରେମରେ ଏତେ ଗଭୀରତା ଅଛି ଏବଂ ଆପଣଙ୍କର ପ୍ରିୟଙ୍କା ଆପଣଙ୍କୁ ସବୁଦିନ ପାଇଁ ଭଲ ପାଇବ । ଏକ ମୋବାଇଲ୍ ଫୋନ୍ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଏହାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ। ଆଜି,…
ଭୁବନେଶ୍ବର: ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ଏକ ଦଳିତ ପରିବାରରୁ ଆସି ଭାରତୀୟ ସମ୍ବିଧାନର ମୁଖ୍ୟ ସଂରଚକ ହେବା ପର୍ଯ୍ୟନ୍ତ ଡକ୍ଟର ଆମ୍ବେଦକରଙ୍କ ଜୀବନ ଯାତ୍ରା ଆଗାମୀ ପିଢି ପାଇଁ ନିରନ୍ତର ପ୍ରେରଣାର ଉତ୍ସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ଡକ୍ଟର ଆମ୍ବେଦକରଙ୍କ ସମ୍ମାନାର୍ଥେ ଭୁବନେଶ୍ବରରେ ଏକ ଭବନ ନିର୍ମାଣ ହେବ। ଏହି ଭବନରେ ଏକ ଗ୍ରନ୍ଥାଗାର ଓ ସଭାଗୃହ ରହିବ। ଡକ୍ଟର ଆମ୍ବେଦକରଙ୍କ ନୀତି, ଆଦର୍ଶ ଓ ଜୀବନୀ ଉପରେ ଅଧିକ ଗବେଷଣା ହେବ। ସେହିଭଳି ଭୁବନେଶ୍ବରର ଏକ ରାସ୍ତା ଓ ଏକ ପାର୍କକୁ ତାଙ୍କ ନାମରେ ନାମିତ…

