Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା
ଆଞ୍ଚଳିକ

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା
ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ, ବାଣପୁର ଅଞ୍ଚଳର ସମସ୍ତଙ୍କ ପ୍ରିୟ ରମେଶ ଭାଇନାଙ୍କ ଦ୍ଵାଦଶାହ ସ୍ମୃତିସଭା ଜନ୍ମମାଟି ଗୋପାଳପୁର ଶାସନର ବାସଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ବାଳମୁକୁନ୍ଦ ଦାସଙ୍କ ସଂଯୋଜନା ଏବଂ ନାଟ୍ୟକାର ମହେଶ୍ୱର ଜେନାଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ ପୃଥ୍ବୀରାଜ ହରିଚନ୍ଦନ ଯୋଗ ଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଆତ୍ମାର ସଦଗତି କାମନା କରି ଇଶ୍ୱରଙ୍କ ନିକଟରେ ନୀରବ ପ୍ରାର୍ଥନା କରିଥିଲେ।

ସ୍ୱର୍ଗତ ରମେଶ କୁମାର ଷଡ଼ଙ୍ଗୀ ଗୋଦାବରୀଶ ମହାବିଦ୍ୟାଳୟରେ କାର୍ଯ୍ୟରତ କାଳରେ ମହାବିଦ୍ୟାଳୟର ଗଠନରେ ତତ୍‌କାଳୀନ ଅଧ୍ୟକ୍ଷଙ୍କୁ କିପରି ସମସ୍ତ ସହଯୋଗ ଯୋଗାଇଦେବା ସହିତ ନିଜ ବିଭାଗରେ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା ଠାରୁ ଆରମ୍ଭ କରି ପାଠପଢ଼ାରେ ଥିବା ସମସ୍ତ ପ୍ରକାର ସମସ୍ୟାର ସମାଧାନ ସହିତ ସାହାଯ୍ୟ ଯୋଗାଇ ଦେଇ ସେମାନଙ୍କର ପ୍ରିୟପାତ୍ର ହୋଇପାରିଥିଲେ ସେ ସଂପର୍କରେ ସ୍ମୃତିଚାରଣ ସହିତ ଅବସର ପରେ ଗ୍ରାମରେ ରହି ଗାଁର ଉନ୍ନତି ସାଧନରେ ତାଙ୍କ ଶ୍ରମଦାନ ସଂପର୍କରେ ଆଲୋଚନା କରି ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ସହିତ ବରିଷ୍ଠ କବି ପୁରୁଷୋତ୍ତମ ମହାପାତ୍ର, ଡ଼ଃ ଚିନ୍ତାମଣି ମିଶ୍ର, ଶିକ୍ଷାବିତ ବ୍ରଜବନ୍ଧୁ ହୋତା, କ୍ୟାପଟେନ୍ ଭବାନୀପ୍ରସାଦ ହୋତା, ସମାଜସେବୀ ନନ୍ଦକିଶୋର ମିଶ୍ର, ବାଣପୁର ଓକିଲ ସଂଘର ସଂପାଦକ ଆଇନଜୀବି ଅମରେନ୍ଦ୍ର ସାମନ୍ତସିଂହାର, ଆଇନଜୀବି ହିମାଳୟ ଶତପଥି , ସମାଜସେବୀ ଦୁଷ୍ମନ୍ତ କୁମାର ହରିଚନ୍ଦନ, ବାଣପୁର ମଣ୍ଡଳ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁନାୟକ, ପ୍ରାକ୍ତନ ଅଧ୍ୟକ୍ଷ ସହଦେବ ନାୟକ, ଶିକ୍ଷାବିତ ଡ଼ଃ. ନୃସିଂହ ଚରଣ ପ୍ରଧାନ, ରାଜେନ୍ଦ୍ର ପ୍ରସାଦ ରଥ, ରବୀନ୍ଦ୍ର କୁମାର ମାର୍ଥା, ତ୍ରିନାଥ ହୋତା, ବୈରାଗୀ ଚରଣ ବଳ, ପୁରୁଷୋତ୍ତମ ପାଲଟା ସିଂହ, ଦୀପକ କୁମାର ଜଗଦେବ, ବିଜୟ କୁମାର ସାମନ୍ତରାୟ, ସୁରେଶ କୁମାର ଷଡ଼ଙ୍ଗୀ, ସନ୍ତୋଷ କୁମାର ଷଡ଼ଙ୍ଗୀ, ସୁନୀଲ ଷଡ଼ଙ୍ଗୀ, ଅଧ୍ୟାପକ ଆଶୁତୋଷ ଷଡ଼ଙ୍ଗୀ, ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ସମାଜସେବୀ ପ୍ରଦୀପ କୁମାର ସ୍ୱାଇଁ, ନାରାୟଣ ପାଲଟାସିଂହ ପ୍ରମୁଖ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

କନ୍ୟା ଯଶସ୍ୱୀନୀ ଷଡ଼ଙ୍ଗୀ ଭାବପୂର୍ଣ୍ଣ ଶ୍ରୀଜଗନ୍ନାଥ ଭଜନ ପରିବେଷଣ କରିଥିବା ବେଳେ ପୁତ୍ର ସଂଜୟ କୁମାର ଷଡ଼ଙ୍ଗୀ ଓ ସତୀଷ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ଦ୍ଵାଦଶାହ ଶୋକସଭା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026
Latest News

​ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରୟାସ

September 2, 2026

“ଧନ୍ୟବାଦ, ଭାରତ”: ବନ୍ୟା ସହାୟତା ପାଇଁ ସଂସଦରେ କହିଲେ ନେପାଳ ପ୍ରଧାନମନ୍ତ୍ରୀ

September 2, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଶୁଣାଣି

September 2, 2026

୭ ଦିନ ପରେ ନେପାଳ ବନ୍ୟା ସ୍ଥିତି: ୧୧୨୭ ମୃତ, ୪୮୫୮ ନିଖୋଜ

September 2, 2026

​ଗଞ୍ଜାମ ଜିଲ୍ଲାର ୧୨ଟି ଉଚ୍ଚ ବିଦ୍ୟାଳୟକୁ +୨ ବିଦ୍ୟାଳୟର ମାନ୍ୟତା: ସାଧୁବାଦ ଜଣାଇଲେ ସାଂସଦ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.