କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ପୋଲିସ୍ ପୁରୁଣା ଅପରାଧିକ ମାମଲାରେ କେଲୋବେନୀ ଗ୍ରାମର ଜୟନ୍ତ ସେଠ୍ କୁ ଜଙ୍ଗଲରୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା କେଲୋବେନୀ ଗ୍ରାମର ଜୟନ୍ତ ସେଠ୍ (୪୦) ନାମକ ଯୁବକ ବିଭିନ୍ନ ସମୟରେ ବହୁ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବାର ଅଭିଯୋଗ ହୋଇଥିଲା। ତା ନାମରେ କୁଚିଣ୍ଡା, ଛେଣ୍ଡିପଦା, ଦେବଗଡ, ରିଆମାଳ, ଅନୁଗୁଳ, ତାଳଚେର ଆଦି ଥାନାରେ ଚୋରି, ଡକାୟତି, ହତ୍ୟା ଆଦି ମାମଲା ଥିବା ଅଭିଯୋଗ ଥିଲା। ୨୦୧୦ ମସିହାରେ ଛେଣ୍ଡିପଦା ଥାନାର ଥାନାଧିକାରୀଙ୍କୁ ଯେଉଁ ଟିମ୍ ହାଣି ପକାଇଥିଲେ ସେ ମଧ୍ୟ ସେଥିରେ ସାମିଲ୍ ଥିବା ଅଭିଯୋଗ ହୋଇଥିଲା। ସେଇ ଦିନ ଠାରୁ ସେ ଫେରାର୍ ହୋଇଯାଇଥିଲା। ତା ନାମରେ ସେଇ ଦିନ ଠାରୁ ବିଭିନ୍ନ ଥାନାରେ ମାମଲା ରୁଜୁ ମଧ୍ୟ ହୋଇଥିଲା। କୋର୍ଟରେ ତା ନାମରେ ୭ଟି ମାମଲା ଥିବା ଜଣା ପଡିଛି।…
Author: Samikhsya Bureau
ନୂଆଦିଲ୍ଲୀ: ଆଜି ଅଖିଳ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହା ପରେ ମହନ୍ତ ନରେନ୍ଦ୍ର ଗିରିଙ୍କ କୋଠରୀରୁ ଏକ ଆତ୍ମହତ୍ୟା ନୋଟ ମିଳିଥିବା ପୋଲିସ କହିଛି। ଏଥିରେ ତାଙ୍କର ଶିଷ୍ୟ ଆନନ୍ଦ ଗିରିଙ୍କ ବିଷୟରେ ଉଲ୍ଲେଖ ଅଛି। ପୋଲିସ କହିଛି ଯେ, ଆମେ ଘଟଣାର ତଦନ୍ତ କରୁଛୁ। ପୋଲିସ କହିଛି ଯେ, ଶିଷ୍ୟ ଆନନ୍ଦ ଗିରିଙ୍କ ଉପରେ ନରେନ୍ଦ୍ର ଗିରି ଦୁଃଖୀ ଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି କହିଛନ୍ତି ଯେ, “ଅଖିଲ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଆଧ୍ୟାତ୍ମିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଅମର ଆତ୍ମାକୁ ତାଙ୍କ ପାଦରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ଅନୁଗାମୀମାନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ। ଓଁ ଶାନ୍ତି!” ହିନ୍ଦୁ ମହାସଭାର ସଭାପତି ସ୍ଵାମୀ ଚକ୍ରପାଣି…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୩୨, କଟକରୁ ୮୨, ଯାଜପୁରରୁ ୩୩, ମୟୂରଭଞ୍ଜରୁ ୩୨, ବାଲେଶ୍ବରରୁ ୩୧, ସୁନ୍ଦରଗଡରୁ ୨୦, ପୁରୀରୁ ୧୮, ଅନୁଗୁଳରୁ ୧୬, ଜଗତସିଂହପୁରରୁ ୧୩, କେନ୍ଦ୍ରାପଡାରୁ ୧୦, ଭଦ୍ରକରୁ ୮, ଢେଙ୍କାନାଳରୁ ୮, ସମ୍ବଲପୁରରୁ ୮, ବଲାଙ୍ଗୀରିରୁ ୫, ଦେବଗଡରୁ ୫, ରାୟଗଡାରୁ ୫, ବରଗଡରୁ ୪, ଗଞ୍ଜାମରୁ ୪, ଝାରସୁଗୁଡାରୁ ୩, କନ୍ଧମାଳରୁ ୨, କେନ୍ଦୁଝରରୁ ୨, କୋରାପୁଟରୁ ୨, ନୟାଗଡରୁ ୨, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୭ ହଜାର ୬୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦…
ଭୁବନେଶ୍ବର: ଏଟିଭିଏମ ସ୍ମାର୍ଟ କାର୍ଡ ଉପଯୋଗ କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର ମିଳିଛି। ଏଣିକି ରିଚାର୍ଜ ପାଇଁ ସେମାନଙ୍କୁ ଷ୍ଟେସନ ବୁକିଂ କାଉଣ୍ଟର ଯିବାକୁ ପଡିବ ନାହିଁ। ସେମାନଙ୍କର ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ୟୁଟିଏସ ଅନ ମୋବାଇଲ ୱେବସାଇଟ/ଆପ ଦ୍ୱାରା ଅନ ଲାଇନରେ ସେମାନଙ୍କର ଏଟିଭିଏମ ସ୍ମାର୍ଟ କାର୍ଡକୁ ରିଚାର୍ଜ କରିପାରିବେ। ଯାତ୍ରୀମାନେ ଏଟିଭିଏମ ସ୍ମାର୍ଟ କାର୍ଡର ରିଚାର୍ଜ ପାଇଁ ସମସ୍ତ ଡିଜିଟାଲ୍ ଦେୟ ମାଧ୍ୟମ ବ୍ୟବହାର କରିପାରିବେ। ଏଥିପାଇଁ ଯାତ୍ରୀମାନେ www.utsonmobile.indianrail.gov.in ସାଇଟ୍ ଉପଯୋଗ କରିବାକୁ ପଡିବ। ଯାତ୍ରୀଙ୍କୁ ୟୁଟିଏସ ଅନ ମୋବାଇଲ ୱେବସାଇଟ/ଆପ ରେ ପଞ୍ଜିକରଣ କରିବାକୁ ପଡିବ। ଯଦି, ଯାତ୍ରୀ ମୋବାଇଲ୍ ଟିକେଟ୍ ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି, ତାହେଲେ ସେମାନଙ୍କର ଆକାଉଣ୍ଟ୍ ବ୍ୟବହାର କରାଯାଇପାରିବ। ସଫଳ ଲଗଇନ୍ ପରେ ଯାତ୍ରୀଙ୍କୁ ମେନୁ ବିକଳ୍ପ “SMART CARD RECHARGE” ଚୟନ କରିବାକୁ ପଡିବ ଏବଂ କାର୍ଡରେ ମୁଦ୍ରିତ ଏଟିଭିଏମ ସ୍ମାର୍ଟ କାର୍ଡ ଷ୍ଟକ୍ ନମ୍ବର…
ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) 2021-22 ସିଜନରେ ଟିମ୍ ଇଣ୍ଡିଆର ଘରୋଇ ମାଟିରେ ଖେଳାଯିବାକୁ ଥିବା ମ୍ୟାଚ୍ ସୂଚୀ ପ୍ରକାଶ କରିଛି। ନଭେମ୍ବର 2021 ରୁ ଜୁନ୍ 2022 ପର୍ଯ୍ୟନ୍ତ ଭାରତୀୟ ଦଳ ଦେଶରେ 4 ଟି ଟେଷ୍ଟ, 3 ଟି ଦିନିକିଆ ଏବଂ 14 ଟି -20 ଅନ୍ତର୍ଜାତୀୟ ଖେଳିବ। ବିସିସିଆଇ ଅନୁଯାୟୀ ଆସନ୍ତା ଆଠ ମାସ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତ କରିବେ। ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ: ଏହି ସମୟରେ, ଭାରତୀୟ ଦଳ ଡିସେମ୍ବରରୁ ଜାନୁୟାରୀ 2022 ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ। ବିସିସିଆଇ ଅନୁଯାୟୀ, ଏପ୍ରିଲ-ମେ (2022) ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜିତ ହେବ। ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ 2 ଟି ଟେଷ୍ଟ ଏବଂ 3 ଟି ଟି-20 ଅନ୍ତର୍ଜାତୀୟ ଖେଳିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍…
ନୂଆଦିଲ୍ଲୀ: ଖୋଲାଖୋଲି ଭାବେ ଚୀନ୍କୁ ଭାରତ କହିଛି ଯେ, ପରସ୍ପର ମଧ୍ୟରେ ସମ୍ପର୍କ ସେତେବେଳ ସମ୍ଭବ ହେବ, ଯେତେବେଳେ ସୀମାରେ ଶାନ୍ତି ରହିବ। ଚୀନ୍ ପକ୍ଷକୁ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ସ୍ପଷ୍ଟ କରିଛନ୍ତି ଯେ, ଆମର ସମ୍ପର୍କର ଉନ୍ନତି ପାଇଁ ସୀମା ଅଞ୍ଚଳରେ ଶାନ୍ତି ଏବଂ ଧୈର୍ଯ୍ୟ ଜରୁରୀ ଅଟେ। ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କର ଉନ୍ନତି ତିନୋଟି ପାରସ୍ପରିକ ଉପରେ ଆଧାରିତ, ଯେଉଁଥିରେ ପାରସ୍ପରିକ ସମ୍ମାନ, ପାରସ୍ପରିକ ସମ୍ବେଦନଶୀଳତା ଏବଂ ପାରସ୍ପରିକ ଆଗ୍ରହ ଅନ୍ତର୍ଭୁକ୍ତ। ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ପ୍ରସଙ୍ଗକୁ ନେଇ ବୈଦେଶିକ ସଚିବଙ୍କ ଏଭଳି ବିବୃତ୍ତି ଆସିଛି।
ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ଜାଣୁ ଯେ, ଓଜନ ହ୍ରାସ କରିବାରେ ରୋଷେଇ ଘର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଆମେ ଜାଣୁ କି ଆମ ରୋଷେଇ ଘରେ ସାଧାରଣତଃ ବ୍ୟବହୃତ ମସଲା ମଧ୍ୟ ଏହି କାର୍ଯ୍ୟରେ ସାହାଯ୍ୟ କରିଥାଏ। ହଁ, ଅନେକ ମସଲା ଅଛି ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ସେଗୁଡ଼ିକ ବିଷୟରେ ଜାଣନ୍ତୁ- ୧- ହଳଦୀ: ହଳଦୀରେ ଆଣ୍ଟିବାୟୋଟିକ୍ ଗୁଣ ରହିଛି, ଯେଉଁ କାରଣରୁ ଏହାକୁ କ୍ଷୀରରେ ପିଇବାର ଅନେକ ଲାଭ ହୋଇଥାଏ। ଏହା ସହିତ ଏହା ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ମଧ୍ୟ ଅଟେ। ଏହାର ବ୍ୟବହାର ହେତୁ ଶରୀରରେ ଉତ୍ତାପ ଆସେ, ଯେଉଁ କାରଣରୁ ହଜମ ପ୍ରକ୍ରିୟା ଭଲ କାମ କରେ, ମେଟାବୋଲିଜିମ୍ ବଢିଥାଏ। ୨- ଡାଲଚିନି: ସକାଳେ ପାଣିରେ ମିଶ୍ରିତ ଡାଲଚିନି ପିଇବା ଦ୍ୱାରା ମଧ୍ୟ ମେଟାବୋଲିକ୍ ହାର ବଢିଥାଏ, ତେଣୁ ଏହା ମଧ୍ୟ ଓଜନ ହ୍ରାସ କରିଥାଏ। କେବଳ…
ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଚରଣଜିତ ସିଂ ଚାନ୍ନି ଅନେକ ବଡ଼ ଘୋଷଣା କରିଛନ୍ତି। ଚାନ୍ନି ଚାଷୀଙ୍କ ଜଳ ଏବଂ ବିଦ୍ୟୁତ୍ ବିଲ୍ ଛାଡ କରିବାକୁ ଘୋଷଣା କରିଛନ୍ତି। ବାଲି ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ଵାସନା ଦେଇଛନ୍ତି। ଏଥି ସହିତ ସେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାନ୍ନି କଂଗ୍ରେସ ହାଇକମାଣ୍ଡକୁ ଧନ୍ୟବାଦ ଜଣାଇବା ସହ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଚରଣଜିତ ସିଂ ଚାନ୍ନି ଚାଷୀଙ୍କ ବିଷୟରେ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ‘ଏହା ହେଉଛି କୃଷକଙ୍କ ସରକାର। ଯଦି ଚାଷୀଙ୍କ ପାଇଁ କୌଣସି କ୍ଷତି ଆସେ, ତେବେ ମୁଁ ମୋର ଗଳା କାଟିଦେବି। ଯଦି କୃଷକ ବୁଡ଼ିଯାଏ ତେବେ ଦେଶ ମଧ୍ୟ ବୁଡ଼ିଯିବ, ଅର୍ଥନୀତି ବୁଡ଼ିଯିବ। କୃଷି ଖୁସି ହେଲେ ହିଁ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ସେପ୍ଟେମ୍ବର ୨୧ ତାରିଖ) ରେ ୧ ହଜାର ୨ ଶହ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଅଛି। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– (ସମୟ ସକାଳ ୮.୩୦ ରୁ ୧ ଟା): -୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ ୨- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- (ସମୟ ସକାଳ ୮.୩୦ ରୁ ୧ଟା): -୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ ଅଫଲାଇନ ଟୀକାକରଣ:…
ମସ୍କୋ: ଋଷର ଏକ ବିଶ୍ୱବିଦ୍ୟାଳୟରେ ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଋଷର ପର୍ମ ସ୍ଥିତ ପର୍ମ ଷ୍ଟେଟ ୟୁନିଭରସିଟିରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଥିଲା। ଗୁଳିରୁ ରକ୍ଷା ପାଇବା ପାଇଁ ଛାତ୍ର ଓ ଶିକ୍ଷକମାନେ କୋଠରୀରେ ତାଲା ପକାଇ ଦେଇଥିଲେ। ଖସିଯିବାକୁ କିଛି ଲୋକ ବିଲଡିଂରୁ ଡେଇଁପଡିଥିଲେ। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପୋଲିସ ଗୁଳିରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଆକ୍ରମଣକାରୀ ଉକ୍ତ ପର୍ମ ଷ୍ଟେଟ ୟୁନିଭରସିଟିର ଛାତ୍ର ବୋଲି ସନ୍ଦେହ କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଆକ୍ରମଣକାରୀର ପରିଚୟ ନିଶ୍ଚିତ ହୋଇପାରିନାହିଁ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ସରକାରୀ ଅର୍ଥର ଅପ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ବାବୁ ମାନେ ସରକାରୀ ଅର୍ଥର ଅପ ବ୍ୟବହାର କରୁଥିବା କୁହାଯାଉଛି। ସ୍ଥିତିବାନ ଜମିରେ ସରକାରୀ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବାଣପୁର ବ୍ଲକର ତୁମ୍ବୁରାପୁଟ ପଞ୍ଚାୟତ ରତନପୁର ଗ୍ରାମର ସୁବର୍ଣ୍ଣ ବେହେରାଙ୍କ ପରିବାର ଲୋକେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ସରପଞ୍ଚଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ନିଜର ସ୍ଥିତିବାନ ଜମି ଉପରେ ଜୋର କରି ସରକାରୀ ମାର୍କେଟ କମ୍ପ୍ଲେକ୍ସ କରାଯାଉଥିବା ଅଭିଯୋଗ କରିଛନ୍ତି। ଏବାବଦରେ ପରିବାର ଲୋକେ ପ୍ରତିବାଦ କରିବାରୁ, ଧମକ ମିଳୁଥିବା ଜଣାପଡିଛି। ପଞ୍ଚାୟତ ଅଧିକାରୀ ଏବଂ ସରପଞ୍ଚଙ୍କ ମାଧ୍ୟମରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଅଭିନବ ଉପାୟରେ ସରକାରୀ ଅର୍ଥକୁ ଆତ୍ମସାତ କରୁଥିବାର ସୁବର୍ଣ୍ଣଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। କୌଣସି ସ୍ଥିତିବାନ ଜାଗାରେ ଏଭଳି ସରକାରୀ ବିଲ୍ଦିଙ୍ଗିଂ ନିର୍ମାଣ…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନରେ ଅସନ୍ତୋଷ ବ୍ୟକ୍ତ କରି ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମୂଲ୍ୟାୟନରେ ପକ୍ଷପାତିତା ଅଭିଯୋଗ କରି ଛାତ୍ରୀଜଣଙ୍କ ନିଜର ହାତ କାଟିଦେଇଥିବା ଖବର ହସ୍ତଗତ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ଯାଳୟ ଆଗରେ ଛାତ୍ରୀଜଣଙ୍କ ହାତ କାଟି ଦେଇଥିବାର ଜଣାପଡିଛି। ପରୀକ୍ଷା ଫଳ ଉଚିତ ମୂଲ୍ୟାୟନ ଦାବି କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ଯାଳୟ ସମ୍ମୁଖରେ ଛାତ୍ରୀଜଣଙ୍କ ହାତ କାଟିଛନ୍ତି। ମାଟ୍ରିକ ପରୀକ୍ଷା ଫଳ ଆଧାରରେ ଯୁକ୍ତ ୨ ମୂଲ୍ୟାୟନ କରିବା ପାଇଁ ଦାବି କରି ଛାତ୍ରୀଜଣଙ୍କ ଏଭଳି ଘଟଣା ଘଟାଇଛନ୍ତି। ସେ ଯୁକ୍ତ ୨ ଏକ୍ସ ରେଗୁଲାର ଡ୍ରପଆଉଟର ଛାତ୍ରୀ ଥିଲେ। ବର୍ତ୍ତମାନ ଛାତ୍ରୀଜଣଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ସଦର ମହକୁମାର ବଡ଼ବଜ଼ାର ଠାରେ ଘରୋଇ ସାମଗ୍ରୀର ଏକ ସୋ ରୁମ୍ “ଭି ବଜ଼ାର”କୁ ଜଗତସିଂହପୁରର ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ମଧୁସୂଦନ ସାହୁ ଆନୁଷ୍ଠାନିକ ଭାବେ ଫିତା କାଟି ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭି ବଜ଼ାରର ରିଜିଓନାଲ ମ୍ୟାନେଜର ମନୋରଞ୍ଜନ ପରିଡା, ମ୍ୟାନେଜର ବଦ୍ରି ନାରାୟଣ ମହାନ୍ତି, ଆସିଷ୍ଟାଣ୍ଡ ମ୍ୟାନେଜର ତୁଷାରକାନ୍ତ ଭଟ,ବରିଷ୍ଠ ସାମ୍ବାଦିକ ଶୁଭଙ୍କର ଜେନା, ତପନ ରାଉତରାୟ, ସମାଜସେବୀ ଅରୁଣ ମହାରଣା ଓ “ଭି ବଜ଼ାର”ର କର୍ମକର୍ତ୍ତା, ଜଗତସିଂହପୁରର ଭୁଦ୍ଧିଜୀବି, ବିଶିଷ୍ଟବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଏହି ଭି ବଜ଼ାର ଦେଶର ୮୧ ତମ ବଜାର ହୋଇଥିବା ବେଳେ ରାଜ୍ୟର ପଞ୍ଚମ ବଜ଼ାର ଅଟେ ଏହା ଜଗତସିଂହପୁର ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଘରୋଇ ଉପକରଣର ସମସ୍ତ ଜିନିଷ ଉପଲବ୍ଧ କରିପାରିବ। ଏହା ଜଗତସିଂହପୁରର ସବୁଠାରୁ ବୃହତ ଭି ବଜ଼ାର ଭାବେ ପ୍ରତିଷ୍ଠିତ ହୋଇପାରିଛି। ଆଗକୁ…
ଭୁବନେଶ୍ବର : ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ। ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଉଭୟ ବିଜେଡି ଏବଂ ପ୍ରଦୀପ ରାଜି ହୋଇଛନ୍ତି। ଯାହା ଜଣାପଡୁଛି ଆସନ୍ତା 24 ତାରିଖରେ ସେ ବିଜେଡିରେ ଯୋଗ ଦେବେ। ତେବେ ସେ ଭୁବନେଶ୍ବରରେ ଯୋଗ ନ ଦେଇ ନବରଙ୍ଗପୁରରେ ମହାସମାରୋହରେ ଯୋଗ ଦେବେ ବୋଲି ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ ଅରାଜି ହେଲେ ଭୁବନେଶ୍ବରରେ ଏହି ମିଶ୍ରଣ ପର୍ବ କରାଯିବ ବୋଲି ନିଷ୍ପତି ହୋଇଛି। ପ୍ରଦୀପଙ୍କ ସହିତ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟିକା ମମତା ମାଢୀ ମଧ୍ୟ ବିଜେଡିରେ ଯୋଗଦେବାର ସମ୍ଭାବନା ରହିଛି। ପ୍ରଦୀପ ମାଝି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ନିଷ୍ପତି ହୋଇଛି। ଏହି ନିର୍ଭର ପ୍ରତିଶୃତି ବିଜେଡି ତରଫରୁ ପ୍ରଦାନ କରାଯାଇଛି। କାରଣ ଆସନ୍ତା ବର୍ଷ ତିନୋଟି ରାଜ୍ୟସଭା ଆସନ ଖାଲି ହେଉଛି। ସେଗୁଡିକ…
ନୂଆଦିଲ୍ଲୀ: କୃଷକମାନଙ୍କୁ ସହାୟତା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ବାର୍ଷିକ ଛଅ ହଜାର ଟଙ୍କା ସହାୟତା ପଠାଯାଏ। କେନ୍ଦ୍ର ସରକାର ଏହି ଛଅ ହଜାରକୁ ତିନି କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ଦୁଇ ହଜାର ଟଙ୍କା ଲେଖାଏଁ ପଠାନ୍ତି। ଏଭଳି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଏହି ସ୍କିମ୍ ମାଧ୍ୟମରେ ଲାଭବାନ ହୋଇପାରୁ ନାହାନ୍ତି ଏବଂ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ପହଞ୍ଚି ନାହିଁ, ତେବେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ। ପ୍ରତି ୪ ମାସରେ ଥରେ କୃଷକଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କାର ଏକ କିସ୍ତି ଆସେ। ପ୍ରଧାନମନ୍ତ୍ରୀ କିଷାନ ପୋର୍ଟ ଅନୁଯାୟୀ ଏହି ଯୋଜନାର ପ୍ରଥମ କିସ୍ତି ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଆସିଥାଏ। କୃଷକମାନଙ୍କ ପାଇଁ, ଦ୍ୱିତୀୟ କିସ୍ତି ଏପ୍ରିଲ ୧ ରୁ ଜୁଲାଇ ୩୧…
ନୂଆଦିଲ୍ଲୀ: ବିଶ୍ବ ବଜାରରେ ସବୁଠାରୁ ମହଙ୍ଗା ମୋବାଇଲ ହେଉଛି ଆଇଫୋନ। ଏହା ସାଧାରଣ ଗ୍ରାହକ କିଣିବା ସମ୍ଭବ ନୁହେଁ। ହେଲେ ଯେଉଁମାନେ ଏହି ଫୋନ କିଣିବାରେ ସକ୍ଷମ ଅଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ତାହା ହେଲା ଆଇଫୋନ 12 ର ବର୍ତ୍ତମାନ ବଜାର ମୂଲ୍ୟ ବେଶ୍ ହ୍ରାସ ପାଇଛି। ଆପଲ୍ ଏହାର ନୂତନ ଆଇଫୋନ୍ 13 ସିରିଜ୍ ଖୁବ ଶିଘ୍ର ବଜାରକୁ ଆଣୁଛି। ଏହା ପୂର୍ବରୁ ଆଇଫୋନ୍ 12 ଯାହାକି 64GB ଫୋନ 79,900 ଟଙ୍କାରେ ଏବଂ 128GB ଫୋନ 84,900 ଟଙ୍କାରେ ବିକ୍ରି ହେଉଥିଲା ବର୍ତ୍ତମାନ ପ୍ରାୟ 15,000 ଟଙ୍କା ରିହାତି ମିଳୁଛି। ଆଇଫୋନ୍ 12 , 64 ଜିବି 63,999 ଟଙ୍କା ଏବଂ 128 ଜିବି 68,999 ଟଙ୍କାରେ ଉପଲବ୍ଧ ହେଉଛି। ଏହା ବର୍ତ୍ତମାନ ପ୍ରମୁଖ ଅନଲାଇନ ସିପଂ ଆମାଜନରେ ମିଳୁଛି। ସେହିଭଳି ଆଇଫୋନ୍ 12 ମିନି (64 ଜିବି) ଯାହା ପୂର୍ବରୁ 69,900 ଟଙ୍କାରେ…
ଭୁବନେଶ୍ବର: ପୂଜା ଛୁଟି ପରେ ରାଜ୍ୟର ସମସ୍ତ ସ୍କୁଲ ତଥା ସମସ୍ତ କ୍ଲାସ ଖୋଲିବା ପାଇଁ ବିଚାର ଚାଲିଛି। ଏ ନେଇ ଗଣଶିକ୍ଷା ବିବାଗ ତରଫରୁ ଗାଇଡ ଲାଇନ ପ୍ରସ୍ତୁତ ଚାଲିଛି। ପୂବିଭାଗର ଜଣେ ଅଧିକାରୀଙ୍କ ଅନୁସାରେ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରିତ ରହିଛି। ତେଣୁ ପିଲାମାନେ ଛାଡିଛାଡି ବସି ପାଠ ପଢିଲେ କିଛି ଅସୁବିଧା ହେବ ନାହିଁ। ଏହା ଅର୍ଥ ନୁହେଁ ଯେ, ପିଲାମାନଙ୍କୁ ଖୋଲା ଛାଡି ଦେବା। ସେସବୁକୁ ଦୃଷ୍ଟିରେ ରଖି ବିଭାଗ ତରଫରୁ ଏକ ସୁବିଧା ଗାଇଡ ଲାଇନ ପ୍ରସ୍ତୁତ କରାଯାଉଛି। ପୂଜା ଛୁଟି ପୂର୍ବରୁ ଏହି ଘୋଷଣା କରାଯିବ। ଫଳରେ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରିପାରିବେ। ଏପରିକି ସ୍କୁଲ ଗୁଡିକ ସେହି ଅନୁସାରେ ପ୍ରସ୍ତୁତ ରଖିବେ।
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ମତଭେଦ ବନ୍ଦ ହେବାର ନାଁ ନେଉନାହିଁ। ଚରଣଜିତ ସିଂ ଚାନ୍ନି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହେବା ପରେ ଆଶା କରାଯାଉଥିଲା ଯେ ଅସନ୍ତୋଷ ଓ ଅସହମତିର ସ୍ୱର ଅନ୍ତତଃପକ୍ଷେ କିଛି ସମୟ ପାଇଁ ହ୍ରାସ ପାଇବ, କିନ୍ତୁ ତାହା ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ପଞ୍ଜାବ ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖଡ ଦଳର ପଞ୍ଜାବ ଦାୟିତ୍ୱରେ ଥିବା ହରିଶ ରାୱତଙ୍କ ବିବୃତ୍ତିରେ ସହମତ ନୁହଁନ୍ତି, ଯେଉଁଥିରେ ସେ (ରାୱତ) କହିଥିଲେ ଯେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ନବଜୋତ ସିଂ ସିଦ୍ଧୁଙ୍କ ନେତୃତ୍ୱରେ ଲଢିବ। ଜାକର ସୋମବାର ଏକ ଟୁଇଟ୍ ଜରିଆରେ କହିଛନ୍ତି, ‘ରାୱତ (ହରିଶ ରାୱତ) ଙ୍କ ବିବୃତ୍ତିରେ କୁହାଯାଇଛି ଯେ, ଚରଣଜିତ ସିଂ ଚାନ୍ନିଙ୍କ ଶପଥ ଗ୍ରହଣ ଦିନ ସିଦ୍ଧୁଙ୍କ ନେତୃତ୍ୱରେ ନିର୍ବାଚନ ଲଢାଯିବ। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ପ୍ରାଧିକରଣକୁ ହ୍ରାସ କରିପାରିବ ନାହିଁ ବରଂ ଏହି ପଦବୀକୁ ନେଇ ନିର୍ବାଚନରେ…
ପୁଣେ: ପୂର୍ବତନ ବିଜେପି ସାଂସଦ କିରିଟ ସୋମାୟାଙ୍କୁ ମହାରାଷ୍ଟ୍ର ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ସତରା ଜିଲ୍ଲାର କରାଡ ରେଳ ଷ୍ଟେସନରେ କିରିଟ ସୋମାୟାଙ୍କୁ ଅଟକ ରଖାଯାଇଛି। ଆଜି ଏନେଇ ନିଜେ କିରିଟ ସୋମାୟା ସୂଚନା ଦେଇଛନ୍ତି। ରବିବାର ଦିନ ମଧ୍ୟ ସୋମାୟା ଦାବି କରିଥିଲେ ଯେ, ମହାରାଷ୍ଟ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ ମୁଶ୍ରିଫଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ପୋଲିସ ତାଙ୍କୁ ଆଇନ ଶୃଙ୍ଖଳା ଏବଂ ସୁରକ୍ଷା କାରଣ ଦର୍ଶାଇ କୋହ୍ଲାପୁର ଯିବାକୁ ବାରଣ କରିଛି। କୋହ୍ଲାପୁର ପୋଲିସ ଅଧୀକ୍ଷକ ଶୈଲେଶ ବଲକାଉଡେ କହିଛନ୍ତି ଯେ, ଜିଲ୍ଲା ପୋଲିସର ଏକ ଟିମ୍ କରାଡରେ ପହଞ୍ଚିଥିଲେ ଏବଂ ସୋମାୟାଙ୍କୁ କରଡ ରେଳ ଷ୍ଟେସନରେ ଅଟକାଇ ଦିଆଯାଇଥିଲା ଏବଂ ଧାରା ୧୪୪ ନିର୍ଦ୍ଦେଶର ଏକ ନକଲ ଦିଆଯାଇଥିଲା। ଅଧିକାରୀ ଜଣକ କହିଛନ୍ତି ଯେ, ଯେତେବେଳେ ଆମେ ତାଙ୍କୁ କହିଥିଲୁ ଯେ ତାଙ୍କୁ ଜିଲ୍ଲାକୁ ପ୍ରବେଶ କରିବାକୁ ବାରଣ କରାଯାଇଛି,…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୦ ହଜାର ୨୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୫ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୪ ଲକ୍ଷ ୭୮ ହଜାର ୧୦୫ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୫ ହଜାର ୧୩୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୭ ଲକ୍ଷ ୧୫ ହଜାର ୧୦୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୧୮ ହଜାର ୧୮୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୫୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୯୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୧୩ ଟି ଲୋକାଲ କେସ୍ ରହିଛ। ୫୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୭୯ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୭୫୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୭ ହଜାର ୬୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୪୯୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୨୨ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୫ ଟି ଜିଲ୍ଲାରୁ ୫୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…

