Author: Samikhsya Bureau

Ancient Coin: ଏକ କୋଠା ନିର୍ମାଣ ପାଇଁ ପୋତା ଖୋଳିବା ବେଳେ ମାଟି ତଳୁ ମିଳିଛି ପର୍ଯ୍ୟାପ୍ତ ମୁଦ୍ରା। ଏହାର ଓଜନ ପାଖାପଖି 450 କିଲୋଗ୍ରାମ ବୋଲି ଜଣାପଡିଛି। ଏହା ଉତ୍ତର-ପଶ୍ଚିମ ଚୀନର ଶାନସି ପ୍ରଦେଶର ୱେନାନର ବାଇସୁଇ ଜିଲ୍ଲାର ଏକ ନିର୍ମାଣ ସ୍ଥଳରୁ ମିଳିଛି। ପ୍ରତ୍ନତତ୍ତ୍ୱବିତ୍ କହିଛନ୍ତି ଯେ ଅଧିକାଂଶ ମୁଦ୍ରା ସଙ୍ଗ୍ ରାଜବଂଶର ଯାହା 960-1279 ଶତାଦ୍ଧୀର ବୋଲି ଅନୁମାନ କରାଯାଉଛି। ସେହିପିର ଚୀନ ବାଇସୁଇ ସାଂସ୍କୃତିକ କେନ୍ଦ୍ର ନିର୍ଦ୍ଦେଶକ ଜାଓଙ୍ଗଫେଙ୍ଗ କହିଛନ୍ତି ଯେ ନଭେମ୍ବର 9 ତାରିଖ ଦିନ ପ୍ରାୟ 11 ଟା ସମୟରେ ପୋଲିସକୁ ଏହି ମୁଦ୍ରା ସଂପର୍କରେ ସୂଚନା ମିଳିଥିଲା। ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଏହାର ଖନନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପ୍ରତ୍ନତତ୍ତ୍ୱବିତ୍ମାନେ ଉକ୍ତ ସ୍ଥାନରେ ପହଞ୍ଚି ପ୍ରାୟ 460 କିଲୋଗ୍ରାମ ଓଜନର ପ୍ରାୟ ଏକ ଲକ୍ଷ ମୁଦ୍ରା ସଂଗ୍ରହ କରିଥିଲେ। କିଛି ମୁଦ୍ରା ତାଙ୍ଗ ରାଜବଂଶ (618-907) ର…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୯୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୨ ଜଣ, ବାଲେଶ୍ଵର, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ମାଲକାନଗିରି ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୭୧୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୫୪୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୨୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୯୨ କୁ ବୃଦ୍ଧି ହୋଇଛି।

Read More

ମୁମ୍ବାଇ: ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ୩୦ ବର୍ଷର ବାଳିକାକୁ ଦୁଷ୍କର୍ମ କରାଯାଇଥିଲା ଏବଂ ତାଙ୍କ ବ୍ୟକ୍ତିଗତ ଅଙ୍ଗକୁ ରଡରେ ଆକ୍ରମଣ କରାଯାଇଥିଲା। ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରାଜୱାଡି ଡାକ୍ତରଖାନାରେ ଚିକିତ୍ସା ସମୟରେ ପୀଡିତାଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ବହୁ ପରିମାଣର ପୀଡିତାଙ୍କ ରକ୍ତସ୍ରାବ ହୋଇଥିଲା। ଯାହାଫଳରେ ରକ୍ତ ଅଭାବରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କୁହାଯାଉଛି ଯେ ସାକିନାକାରେ ଏହି ବାଳିକାଜଣଙ୍କୁ ଟେମ୍ପୋ ଭିତରେ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ଆକ୍ରମଣ କରାଯାଇଥିଲା। ଜଣେ ବ୍ୟକ୍ତି ଏହି ବାଳିକାଙ୍କୁ ମାଡ ମାରୁଥିବା ନେଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ ଆସିଥିଲା। ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ​। ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ପୀଡ଼ିତାଙ୍କୁ ପୋଲିସ ଉଦ୍ଧାର କରାଇଥିଲା। ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ପରିଚାଳିତ ରାଜୱାଡି…

Read More

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାର ଏକ ବଡ ପର୍ବ ହେଉଛି ନୂଆଖାଇ। ଏହି ଦିନ ସାରା ପଶ୍ଚିମ ଓଡିଶା ହୋଇଯାଏ ଉତ୍ସବ ମୁଖର। ଏହି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ କରିଛନ୍ତି। ସମ୍ବଲପୁରୀ ଭାଷାରେ ସେ ଏହି ଅଭିନନ୍ଦନ କରିଛନ୍ତି। ତାହା ହେଲା “ଗଣପର୍ବ ନୂଆଁଖାଇର୍ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ତିହାର୍ ଭିତରେବି ସଭେ କୋଭିଡ୍ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍ ଶାନ୍ତି ଥି ବନେ କରି ରଖିଥାଉନ୍।”

Read More

ସ୍ଵାସ୍ଥ୍ୟ ଟିପ୍ସ: କ୍ଷୀର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ଆପଣ ଜାଣନ୍ତି କି ଅପମିଶ୍ରଣ କ୍ଷୀର ପିଇବା ଦ୍ୱାରା କିଡନୀ, ଯକୃତ ଏବଂ କର୍କଟ ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏକ ଗ୍ଲାସ କ୍ଷୀର ପିଇବା ଦ୍ୱାରା ଅନେକ ପ୍ରକାରର ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏବଂ ଶରୀରକୁ କ୍ଷୀରରୁ ସମସ୍ତ ପୋଷକ ତତ୍ତ୍ୱ ମିଳିଥାଏ। ଡାକ୍ତର ସୁରେଶ କୁମାର କହିଛନ୍ତି ଯେ, ଅପମିଶ୍ରଣ କ୍ଷୀର ପିଇବା ଦ୍ୱାରା ଅନ୍ତନଳୀ, ଯକୃତ କିମ୍ବା କିଡନୀ ନଷ୍ଟ ହୋଇପାରେ। ବିଶେଷକରି ଅପମିଶ୍ରଣ କ୍ଷୀର ପିଲାମାନଙ୍କର ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ, ସେମାନେ କ୍ଷୀର ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏବଂ ପେଟରେ ଯନ୍ତ୍ରଣା, ଡାଇରିଆ, ଖାଦ୍ୟ ବିଷ ଭଳି ସମସ୍ୟା ପିଲାମାନଙ୍କଠାରେ ଦେଖାଯାଏ। ଏହା ପିଲାମାନଙ୍କର ବିକାଶରେ ଏକ ପ୍ରତିବନ୍ଧକ। ଅପମିଶ୍ରଣ କ୍ଷୀର ଆମ ଶରୀରକୁ ଧୀରେ ଧୀରେ କ୍ଷତି ପହଞ୍ଚାଏ। ଏତେ ଦିନ ପର୍ଯ୍ୟନ୍ତ, ଏହି ପ୍ରକାର କ୍ଷୀର ପିଇବା…

Read More

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ । ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ…

Read More

ନୂଆଦିଲ୍ଲୀ: ଅଦ୍ୟାବଧି ଆପଣ ପାନ୍ କୁ ଆପଣଙ୍କର ଆଧାର କାର୍ଡ ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ତୁରନ୍ତ କରନିଅନ୍ତୁ। କାରଣ ସେପ୍ଟେମ୍ବର ୩୦ ତାରିଖରେ ଆଧାର ନମ୍ବରକୁ ପାନ୍ ସହିତ ସଂଯୋଗ କରିବାର ଶେଷ ତାରିଖ। ଏହି ସମୟସୀମା ଶେଷ ହେବାକୁ କେବଳ ୧୯ ଦିନ ବାକି ଅଛି। ଯଦି ଆପଣଙ୍କର ପାନ୍ ଆପଣଙ୍କର ଆଧାର ସହିତ ଲିଙ୍କ୍ ହୋଇନାହିଁ, ତେବେ ବର୍ତ୍ତମାନ ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ। ଏହା ସହିତ ଏଲଆଇସି, ମ୍ୟୁଚୁଆଲ୍ ଫଣ୍ଡ ଭଳି ଅନେକ ଜିନିଷରେ ମଧ୍ୟ ସମସ୍ୟା ହୋଇପାରେ। ଯଦି ଏହି କାର୍ଯ୍ୟ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ କରାଯାଇ ନଥାଏ, ତେବେ ଜରିମାନା ଦେବାକୁ ପଡିବ।

Read More

ଶନିଦେବଙ୍କ ମହିମା: ସେପ୍ଟେମ୍ବର ୧୧ ତାରିଖ ହେଉଛି ଶନିବାର। ଶନି ଦେବଙ୍କୁ ଖୁସି କରିବା ପାଇଁ ଶନିବାର ସର୍ବୋତ୍ତମ ଦିନ ଭାବରେ ବିବେଚନା କରାଯାଏ। ପଞ୍ଚଙ୍ଗ ଅନୁଯାୟୀ, ଏହି ଦିନ ଭାଦ୍ରବ ମାସର ଶୁକ୍ଲ ପକ୍ଷ ପଞ୍ଚମୀ ଦିନ। ଏହି ଦିନଟି ହେଉଛି ସ୍ୱାତୀ ନକ୍ଷତ୍ର। ଶନିବାର ଦିନ ଇନ୍ଦ୍ର ଯୋଗରା ପ୍ରତିଷ୍ଠା ହୋଇଥାଏ। ଶନିବାର ଦିନ ତୁଳା ରାଶିରେ ଚନ୍ଦ୍ର ବିରାଜମାନ ହୁଅନ୍ତି। ଏହି ଦିନ ଶନି ଦେବଙ୍କ ପୂଜା ପାଇଁ ଏକ ବିଶେଷ ସଂଯୋଗ ସୃଷ୍ଟି ହେଉଛି। ଭାଦ୍ରବ ମାସର ଶୁକ୍ଲ ପକ୍ଷରେ ପଡୁଥିବା ପଞ୍ଚମୀ ତିଥିକୁ ଋଷି ପଞ୍ଚମୀ ନାମରେ ମଧ୍ୟ ଜଣାଶୁଣା। ଏହି ତାରିଖରେ ସପ୍ତ ଋଷିଙ୍କୁ ପୂଜା କରାଯାଏ। ଏହି ଦିନ ଉପବାସ ପାଳନ କରି ଜୀବନରେ ହୋଇଥିବା ଭୁଲ ପାଇଁ କ୍ଷମା ପ୍ରାର୍ଥନା କରାଯାଏ। ଏହି ଦିନଟି ସଂଯୋଗରେ ଶନିବାର ଦିନରେ ପଡୁଛି। ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ…

Read More

ରାଶିଫଳ: ପଞ୍ଚଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧୧ ତାରିଖ ହେଉଛି ଶନିବାର ଦିନ ଭାଦ୍ରବ ମାସର ଶୁକ୍ଲ ପକ୍ଷର ପଞ୍ଚମିର ତିଥି। ଆଜି ଋଷି ପଞ୍ଚମୀର ପର୍ବ। ଚନ୍ଦ୍ର ଆଜି ତୁଳାରେ ଗତି କରୁଛନ୍ତି। ଆଜି ହେଉଛି ସ୍ଵାତି ନକ୍ଷତ୍ର। ମେଷ ରାଶି- ବକ୍ତବ୍ୟରେ ସଂଯମତା ରଖି ମନକୁ ନିୟନ୍ତ୍ରଣରେ ରଖିବାକୁ ପଡିବ। ଅନ୍ୟପକ୍ଷରେ, ପୁରୁଣା ନିବେଶ ଲାଭ ପାଇପାରନ୍ତି। ଯେଉଁମାନେ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି, ସେମାନଙ୍କ ପାଇଁ ଶୁଭ ଅଟେ, ଚାକିରିରେ ଚାଲିଥିବା ପ୍ରୟାସରେ ସଫଳତା ପାଇବେ। ଅଳଙ୍କାର ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ବହୁତ ଯତ୍ନବାନ ହେବା ଉଚିତ, କାରଣ ବର୍ତ୍ତମାନ କ୍ଷତି ହେବାର ସମ୍ଭାବନା ଅଛି। ଛାତ୍ରଛାତ୍ରୀମାନେ ଶ୍ରେଣୀ ଅଧ୍ୟୟନ ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ ନୁହେଁ, ନଚେତ୍ ସେମାନେ ମନରଖିଥିବା ବିଷୟ ଭୁଲିପାରନ୍ତି। ସ୍ୱାସ୍ଥ୍ୟ ପାଇଁ, ତେଲିଆ ଖାଦ୍ୟରୁ ଦୂରେଇ ରହିବା ଉଚିତ୍। ବୟସ୍କମାନଙ୍କୁ ସମ୍ମାନ କରିବାକୁ ପଡ଼ିବ, ଯଦି ସମ୍ଭବ, ସେମାନଙ୍କୁ ଏକ ଉପହାର…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୩ ହଜାର ୩୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୨ ଲକ୍ଷ ୮ ହଜାର ୩୩୦ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୨ ହଜାର ୩୧୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୭୪ ହଜାର ୪୯୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୯୧ ହଜାର ୫୧୬ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୬୮ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୨ ଟି ଲୋକାଲ କେସ୍‌ ରହିଛ। ୬୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୧୧୬ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୭୧୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୫୪୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୨୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୮୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୬୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୨୧…

Read More

ଭୁବନେଶ୍ୱର: ମାନ୍ୟବର କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ, ଭାରତ ସରକାର, ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର, ଧର୍ମେନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ରେଳବାଇରେ ସଂସ୍କାର ଆଣିବା ଆବଶ୍ୟକତା ସମ୍ବନ୍ଧରେ ମାନ୍ୟବର ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି। ଭାରତୀୟ ରେଳବାଇକୁ କେବଳ ବର୍ଦ୍ଧିତ ପରିବର୍ତ୍ତନ ନକରି ଏହାକୁ ସୁଦୃଢ଼ ଭାବେ ପରିବର୍ତ୍ତନ କରିବା ଏହାର ଲକ୍ଷ୍ୟ ଅଟେ। ବର୍ତ୍ତମାନ କେନ୍ଦ୍ର ସରକାର ଏହି ପ୍ରକଳ୍ପଗୁଡ଼ିକୁ ଏକ ଏକ୍ସପ୍ରେସ ମୋଡରେ ଅନୁସରଣ କରୁଛନ୍ତି। ପ୍ରତିବର୍ଷ ପ୍ରାୟ ଛଅ ହଜାରରୁ ସାତ ହଜାର କୋଟି ଟଙ୍କା ଓଡିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ ବଜେଟରେ…

Read More

ଭୁବନେଶ୍ୱର: ଏନ୍‌.ସି.ଇ.ଆର.ଟି ପରିଚାଳିତ ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରାକୃତିକ ପରିବେଶର ବିକାଶ ତଥା ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟରେ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଆଜି ଦ୍ୱିତୀୟ ପର୍ଯ୍ୟାବରଣର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ବୃକ୍ଷରୋପଣ କରି ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗ୍ରନ୍ଥାଗାରିକ ଡ଼ାକ୍ତର ପୁଷ୍ପଲତା ବେଗି, ପ୍ରଶାସିନକ ଅଧିକାରୀ ଶ୍ରୀମତୀ ଉଷାକପୁର ଓ ତତ୍ତ୍ୱାବଧାରକ ତଥା ପୁରାତନ ଛାତ୍ର ପ୍ରଦୀପ ବେହେରା ସକ୍ର୍ରିୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନର ସଭାପତି ଦୁର୍ଯ୍ୟୋଧନ ପରିଡ଼ା, ଉପସଭାପତି ଚକ୍ରଧର ଦାଶ, ସମ୍ପାଦକ ରମେଶ ଚନ୍ଦ୍ର ପାତାଳସିଂହ, ଯୁଗ୍ମ ସମ୍ପାଦକ ବିଜୟ କୁମାର ରାଉତ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରିଣୀ ସଭ୍ୟ ଡ଼କ୍ଟର ହାଡ଼ିବନ୍ଧୁ ପଟ୍ଟନାୟକ, ଡ଼କ୍ଟର ଦେବୀ ପ୍ରସନ୍ନ ମିଶ୍ର, ଅଧ୍ୟାପକ ସହଦେବ ମଲ୍ଲିକ…

Read More

ଭୁବନେଶ୍ୱର: ଆଜି ଅପରାହ୍ନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନବଯୁଗ ରିସର୍ଟ୍ଟଠାରେ ଏକ ଅତ୍ୟାଧୁନିକ ପାନ ବିକ୍ରୟ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଏହି ବିକ୍ରୟ କେନ୍ଦ୍ରର ନାମ ପାନ୍ ଆରୋମା କାଫେ ରଖାଯାଇଛି। ଯାହାର ମାଲିକଙ୍କ ନାମ ସମୀର ଦାସ। ସେଠାରେ ସର୍ବନମ୍ନ ପାନର ମୂଲ୍ୟ ୨୦ ଟଙ୍କା ରଖାଯାଇଥିବା ବେଳେ ସର୍ବାଧିକ ପାନର ମୂଲ୍ୟ ୨୧୦୦ ଟଙ୍କା ରଖାଯାଇଛି। ଏଠାରେ ଲଡ଼ୁପାନ, ଆଇସକ୍ରମି ପାନ, ଧୂଆଁପାନ, ମିଠାପାନ, ଚଟଣୀପାନ ଓ ଜୁସ୍ ପାନ ପ୍ରଭୃତି ୧୫୦ ପ୍ରକାରର ପାନ ରଖାଯାଇଛି। ଭୁବନେଶ୍ୱରରେ ଏଭଳି ପାନ ଦୋକାନ ବିରଳ। ଏହି ପାନ ଦୋକାନ ଅତ୍ୟାଧୁନିକ ଶୈଳୀରେ ବ୍ୟବସ୍ଥିତ ହୋଇଛି । ଏହି କେନ୍ଦ୍ରଟି ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ର ହେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି। ମେଟ୍ରୋସିଟିରେ ଏଭଳି ଦୋକାନ ଖୋଲିବାର ଆବଶ୍ୟକତା ମଧ୍ୟ ରହିଛି। ଏହି ଉଦ୍‌ଘାଟନ କାର୍ଯ୍ୟରେ ସମାଜସେବୀ ମନୋଜ ଜେନା, ପ୍ରକାଶ ମିଶ୍ର, ଆଶିଷ ଦତ୍ତ ଓ…

Read More

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ସହ ନାନାଦି ପୁଷ୍ଟିଶସ୍ୟ ଚାଷ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହନ ଦିଆଯାଇ ଆସୁଛି। ଏହାକୁ ଏବେ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନ ଶକ୍ତି ବିଭାଗ ସହାୟତାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ଟି ମିଲେଟ୍ ଶକ୍ତି କିଓସ୍କ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୬ଟି କିଓସ୍କ ଖୋଲିବ। ଏହି କିଓସ୍କ ସ୍ଥାନୀୟ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ପରଶି ଦେବା ସହ ମିଶନ ଶକ୍ତିର ମା’ମାନଙ୍କୁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମିଲେଟ୍ସରୁ ଖାଦ୍ୟ ପ୍ରସ୍ତୁତି ଓ ମିଲେଟ୍ ଶକ୍ତି କିଓସ୍କର ପରିଚାଳନାଗତ ତାଲିମ ଦିଆଯାଉଛି। ଏଥିପାଇଁ ସେପ୍ଟେମ୍ବର ୮ ଓ ୯ ତାରିଖରେ ଜିଲ୍ଲାର ଟାଙ୍ଗରପାଲି ବ୍ଲକ ରଙ୍ଗିଆମୁଣ୍ଡା ସ୍ଥିତ ସେବକ କମ୍ପ୍ଲେକ୍ସଠାରେ ଓଡ଼ିଶା ପୁଷ୍ଟିଶସ୍ୟ…

Read More

ଭୁବନେଶ୍ୱର: ଜିଓ ଓ ଗୁଗୁଲ୍ ପକ୍ଷରୁ ଯୁଗ୍ମ ଭାବେ ଭାରତ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସ୍ମାର୍ଟଫୋନ୍‌, ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଉନ୍ମୋଚନ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଜିଓଫୋନ୍ ନେକ୍ସଟ୍ ହେଉଛି ପ୍ରଥମ ଧରଣର ଏଭଳି ଏକ ଉପକରଣ ବା ମୋବାଇଲ୍ ଫୋନ୍ ଯେଉଁଥିରେ ଆଣ୍ଡ୍ରଏଡ୍ ଓ ପ୍ଲେ-ଷ୍ଟୋର୍ ଭିତିକ ଏକ ଉନ୍ନତ ଅପରେଟିଂ ସିଷ୍ଟମ୍ ରହିଛି। ଏହି ଡିଭାଇସ୍ ଓ ଅପରେଟିଂ ସିଷ୍ଟମ୍ ପ୍ରିମିୟମ୍ ଦକ୍ଷତା ପ୍ରଦାନ କରିବ ଯାହା ବର୍ତମାନ ସୁଦ୍ଧା ଅଧିକ ଶକ୍ତିଶାଳୀ ସ୍ମାର୍ଟଫୋନ୍‌ଗୁଡ଼ିକରେ ହିଁ ରହିଛି। ଏସବୁ ବିଶେଷ ସୁବିଧା ଓ ଦକ୍ଷତା ମଧ୍ୟରେ ରହିଛି ଭଏସ୍‌-ଫାଷ୍ଟ୍ ସୁବିଧା ଯାହା ଲୋକମାନଙ୍କୁ କନ୍‌ଟେଂଟ୍ (ବିଷୟବସ୍ତୁ) ବ୍ୟବହାର କରିବା ଏବଂ ନିଜ ଭାଷାରେ ଫୋନ୍‌ରେ ଖୋଜିବାରେ ସହାୟକ ହେଉଛି, ଶ୍ରେଷ୍ଠ କ୍ୟାମେରା ଅନୁଭୂତି ଏବଂ ସଦ୍ୟତମ ଆଣ୍ଡ୍ରଏଡ୍ ସୁବିଧା ଓ ସୁରକ୍ଷା ଅପ୍‌ଡେଟ୍। ଅଧିକ ମାର୍ଜିତ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୪୬, କଟକରୁ ୧୦୩, ପୁରୀରୁ ୨୮, ଯାଜପୁରରୁ ୨୭, ବାଲେଶ୍ଵରରୁ ୨୨, ମୟୂରଭଞ୍ଜରୁ ୨୨, ଭଦ୍ରକରୁ ୧୮, ଜଗତସିଂହପୁରରୁ ୧୭, ସମ୍ବଲପୁରରୁ ୧୬, ଢେଙ୍କାନାଳରୁ ୧୫, ନୟାଗଡରୁ ୧୫, ଅନୁଗୁଳରୁ ୧୨, କେନ୍ଦୁଝରରୁ ୧୨, ମାଲକାନଗିରିରୁ ୧୨, କେନ୍ଦ୍ରାପଡାରୁ ୮, ଦେବଗଡରୁ ୭, ରାୟଗଡାରୁ ୭, ଗଞ୍ଜାମରୁ ୬, କନ୍ଧମାଳରୁ ୫, ବଲାଙ୍ଗୀରିରୁ ୪, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୩, କୋରାପୁଟରୁ ୨, ସୋନପୁରରୁ ୨, ବରଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦…

Read More

ନୂଆଦିଲ୍ଲୀ: ଖାଦ୍ୟ ପ୍ରସ୍ତୁତ ଉପାଦାନରେ ତେଲ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିଣିବା ସମୟରେ ପ୍ରତ୍ୟେକ ଗୃହିଣୀ କେବଳ ସର୍ବୋତ୍ତମ ସାମଗ୍ରୀ କିଣିବା ପାଇଁ ପସନ୍ଦ କରନ୍ତି, କିନ୍ତୁ ବଜାରରେ ବସିଥିବା କିଛି ଲୋକ ଅପମିଶ୍ରଣର ନୂଆ ଉପାୟ ଖୋଜନ୍ତି। ତେଲରେ କରାଯାଉଥିବା ଅପମିଶ୍ରଣ ମଧ୍ୟରୁ ଗୋଟିଏ ହେଉଛି ମେଟାନିଲ ହଳଦିଆ ରଙ୍ଗର ଅପମିଶ୍ରଣ। ଯାହାକୁ ବ୍ୟବହାର କରିବା ଦ୍ଵାରା ଶରୀର ପାଇଁ କ୍ଷତି ହୁଏ। ତେବେ ଖାଇବା ତେଲରେ ଅପମିଶ୍ରଣ ରହିଛି କି ନାହିଁ, ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ ନାହିଁ। ତେଲରେ ଯେକୌଣସି ପ୍ରକାରର ରଙ୍ଗର ଅପମିଶ୍ରଣକୁ ଯାଞ୍ଚ କରାଯାଇପାରିବ। ଏହା ହେଉଛି ଏଭଳି ରଙ୍ଗ, ଯାହାକୁ ଖାଇବା ପାଇଁ ବ୍ୟବହାର ନିଷେଦ୍ଧ। ଏହି ଉପାୟରେ ତେଲରେ ରଙ୍ଗ ଅପମିଶ୍ରଣକୁ ଯାଞ୍ଚ କରନ୍ତୁ- ଏକ ଟେଷ୍ଟ୍ ଟ୍ୟୁବରେ ପାଞ୍ଚ ମିଲି ତେଲ ନିଅନ୍ତୁ। ଯଦି ଆପଣଙ୍କର ଟେଷ୍ଟ୍ ଟ୍ୟୁବ୍ ନାହିଁ, ତେବେ ଆପଣ ଗ୍ଲାସ୍ ର ଏକ ଛୋଟ ଢାଙ୍କୁଣୀ ଥିବା…

Read More

ସ୍ୱାସ୍ଥ୍ୟ ଟିପ୍ସ: ଅଧିକାଂଶ ଲୋକ ଅନୁଭବ କରନ୍ତି ନାହିଁ ଯେ, ସେମାନଙ୍କ ମୁହଁରୁ ଖରାପ ଗନ୍ଧ ବାହାରେ। ଏପରି ପରିସ୍ଥିତିରେ, ଯଦି କେହି ଆପଣଙ୍କୁ ବାଧା ଦିଅନ୍ତି, ତେବେ ଆପଣଙ୍କୁ ବହୁତ ଲଜ୍ଜା ସହିବାକୁ ପଡିବ। ବର୍ତ୍ତମାନ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏଠାରେ ଆମେ ଆପଣଙ୍କୁ ଏପରି ପଦକ୍ଷେପ ଗ୍ରହଣ କରିବାକୁ କହିବୁ, ଯେଉଁଥିରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ଟିପ୍ସ ଗ୍ରହଣ କରି ଖରାପ ନିଶ୍ୱାସରୁ ମୁକ୍ତି ପାଆନ୍ତୁ: ୧- ପାଟିର ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ: ଯଦି ଆପଣ ପ୍ରତିଦିନ ବ୍ରଶ୍ କରନ୍ତି ନହିଁ, ତେବେ ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସରୁ ଦୁର୍ଗନ୍ଧ ନିର୍ଗତ ହୁଏ। କାରଣ ଜୀବାଣୁ ଆପଣଙ୍କ ମାଢି ଏବଂ ଜିଭରେ ଏକାଠି ହେବା ଆରମ୍ଭ କରନ୍ତି। ଏହା ଆପଣଙ୍କ ନିଶ୍ୱାସରୁ ଖରାପ ଗନ୍ଧ ସୃଷ୍ଟି କରେ। ୨- ପାଟି ଶୁଖାନ୍ତୁ ନାହିଁ: ଆପଣ ଜାଣନ୍ତି କି ଆପଣଙ୍କ ପାଟିରେ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି (ସେପ୍ଟେମ୍ବର ୧୧ ତାରିଖ) ରେ ୨ ହଜାର ୩ ଶହ ୬୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଅଛି। ଏ ନେଇ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- କୃତିବାସ ଭବନ: – ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ ୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ: – ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ ୩- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:…

Read More

କଲିକତା: ପଶ୍ଚିମବଙ୍ଗ ବିଧାନସଭା ଉପ-ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିବେ। ବିଧାନସଭା ନିର୍ବାଚନରେ ​​ମମତା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ତାଙ୍କୁ ବିଜେପିର ଶୁଭେନ୍ଧୁ ଅଧିକାରୀ ପରାସ୍ତ କରିଥିଲେ। ବଙ୍ଗଳାର ମୁଖ୍ୟମନ୍ତ୍ରୀ ରହିବାକୁ ମମତା ଭବାନୀପୁରରୁ ନିର୍ବାଚନରେ ​​ଜିତିବା ଆବଶ୍ୟକ। ଏହି ଆସନରୁ ପ୍ରିୟଙ୍କା ଟିବରେୱାଲଙ୍କୁ ବିଜେପି ମମତାଙ୍କ ବିରୋଧରେ ଠିଆ କରିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ହିଂସା ସମ୍ପର୍କରେ ଟିବରେୱାଲ କଲିକତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଆଇନ ପରାମର୍ଶଦାତା ରହିଛନ୍ତି। ଗତ ବିଧାନସଭା ନିର୍ବାଚନରେ ​​ବିଜେପି ତାଙ୍କୁ କୋଲକାତାର ଏଣ୍ଟଲି ବିଧାନସଭା ଆସନରୁ ଲଢିଥିଲେ, କିନ୍ତୁ ତାଙ୍କୁ ତୃଣମୂଳ କଂଗ୍ରେସର ସ୍ଵର୍ଣ୍ଣକମଲ ସାହାଙ୍କ ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେପ୍ଟେମ୍ବର ୩୦ ତାରିଖରେ ଭବାନୀପୁର ବିଧାନସଭା…

Read More