ନୂଆଦିଲ୍ଲୀ, ଆଜି ଅପରାହ୍ନ ୩ ଟା ବେଳେ ଗୁଜୁରାଟ ବିଜେପି ବିଧାୟକ ଦଳର ବୈଠକ ବସିବ। ଏହି ବୈଠକରେ ରାଜ୍ୟର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ନିଷ୍ପତ୍ତି କରାଯିବ। ତେବେ ତା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ଘର ଆଗରେ ପୋଲିସ ଛାଉଣି କରାଯାଇଛି। ଫଳରେ ସେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜନୈତିକ ମହଲରେ ସ୍ପଷ୍ଟ ହୋଇଛି। ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଗତକାଲି ଇସ୍ତଫା ଦେବା ପରେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଚର୍ଚ୍ଚା ଚାଲିଛି। ଏହି ଦୈଡରେ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଆଗରେ ଅଛନ୍ତି। ତେବେ ଆଜିର ରାଜନୈତିକ ପରିବେଶରୁ ସ୍ପଷ୍ଟ ହୋଇଛି ଯେ ସେ ହୁଏତ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ।
Author: Samikhsya Bureau
ନୂଆଦିଲ୍ଲୀ: ରୋଜଗାର ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରକୁ ଆକ୍ରମଣ କରିଛନ୍ତି। କେନ୍ଦ୍ରରେ ବିଜେପି ଶାସନ କାଳରେ ସପ୍ତାହର ଶେଷ ଦିନ ଏବଂ ଆରମ୍ଭ ଦିନ ମଧ୍ୟରେ ପାର୍ଥକ୍ୟ ଶେଷ ହୋଇଛି। ଦେଶରେ ଚାକିରୀ ନାହିଁ। ୪ ହଜାରରୁ ଅଧିକ ଛୋଟ ସଂସ୍ଥା ବନ୍ଦ ହୋଇପାରେ ବୋଲି ରାହୁଲ କହିଛନ୍ତି। ହିନ୍ଦୀରେ ଏକ ଟୁଇଟ୍ କରି ଗାନ୍ଧୀ କହିଛନ୍ତି, ‘ବିଜେପି ସରକାରଙ୍କ ବିକାଶ ଏପରି ହୋଇଛି ଯେ, ରବିବାର ଏବଂ ସୋମବାର ମଧ୍ୟରେ ପାର୍ଥକ୍ୟ ଶେଷ ହୋଇଛି। ଯେତେବେଳେ କୌଣସି ଚାକିରୀ ନାହିଁ, ସେତେବେଳ ରବିବାର ଆଉ ସୋମବାର କ’ଣ? ଏହାର ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଉପରେ ଆକ୍ରମଣ କରି କହିଥିଲେ ଯେ, ୭୦ ବର୍ଷ ମଧ୍ୟରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଯାହା କରିଥିଲା, ସାତ ବର୍ଷ ମଧ୍ୟରେ ବର୍ତ୍ତମାନର ସରକାର ସେସବୁକୁ ବିକ୍ରି କରିଦେଉଛି। ଦେଶର ବିକାଶ କରିବା…
ନୂଆଦିଲ୍ଲୀ : 2022 ରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ବିଜୟ ରୂପାନୀଙ୍କ ଇସ୍ତଫା ଗୁଜୁରାଟ ରାଜନୀତି ସରଗରମ କରିଛି। ଏହାକୁ ନେଇ ବିରୋଧୀ ଦଳ ବିଜେପି ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି। ସେହିପରି ସାଧାରଣ ଜନତାଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିଛି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ବଦଳାଉଛି? ଗତ କିଛି ମାସ ମଧ୍ୟରେ ଦଳ 3 ଟି ରାଜ୍ୟରେ 4 ଜଣ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିଛି। ତେବେ ବିଜେପି ଆସନ୍ତା ନିର୍ବାଚନରେ ରୂପାନୀଙ୍କୁ ନେଇ ମଇଦାନରେ ଲଢେଇ କରିବାକୁ ଚାହୁଁନଥିବା ସ୍ପଷ୍ଟ ହୋଇଛି। ରାଜନୈତିକ ଜଗତରେ ଏହା ମଧ୍ୟ ଆଲୋଚନା ହୋଇଛି ଯେ ନିକଟରେ ଅନୁଷ୍ଠିତ ଜନ ଆଶିର୍ବାଦ୍ ଯାତ୍ରା ସମୟରେ ଜନସାଧାରଣଙ୍କଠାରୁ ମିଳିଥିବା ମତାମତ ଏବଂ 2017 ଗୁଜରାଟ ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି। ଅନ୍ୟପଟେ ଦଳ ସନ୍ଦେହ କରିଥିଲା…
ନୂଆଦିଲ୍ଲୀ: ଆଜି ଯେକୌଣସି ସମୟରେ JEE ମେନ ସେଶନ-୪ର ଫଳାଫଳ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଘୋଷଣା କରିପାରିବ। ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀମାନେ ସେମାନଙ୍କର ଫଳାଫଳ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ଏବଂ ntaresults.nic.in ରେ ଯାଞ୍ଚ କରିପାରିବେ। ଫଳାଫଳ ଯାଞ୍ଚ କରିବାକୁ, ପ୍ରାର୍ଥୀଙ୍କୁ ୱେବସାଇଟରେ ଲଗଇନ୍ କରିବାକୁ ପଡିବ। ଏହା ପରେ, ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ଫଳାଫଳ ଦେଖିବାକୁ JEE ମେନ୍ ଆଡମିଟ୍ କାର୍ଡରେ ଉଲ୍ଲେଖ ରୋଲ୍ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ପୂରଣ କରିବାକୁ ପଡିବ। EE Main ୨୦୨୧ ଫଳାଫଳର କୌଣସି ପୁନଃ ମୂଲ୍ୟାଙ୍କନ କିମ୍ବା ପୁନଃ- ଯାଞ୍ଚକୁ ଏନଟିଏ ବିଚାର କରିବ ନାହିଁ। ଅର୍ଥାତ୍ ଆଜି ଘୋଷିତ ଫଳାଫଳ ଚୂଡାନ୍ତ ହେବ। JEE Main ୨୦୨୧ ର ଚତୁର୍ଥ ପ୍ରୟାସରେ ପ୍ରାୟ ୭.୩୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। JEE ମେନ୍ ୨୦୨୧ର ଶ୍ରେଷ୍ଠ ୨ ଲକ୍ଷ ୫୦ ହଜାର ପ୍ରାର୍ଥୀ JEE ଆଡଭାନ୍ସଡ୍ ଆଇଆଇଟି ପ୍ରବେଶିକା ପରୀକ୍ଷାରେ…
କନ୍ଦର୍ପ ବେହେରା ରେଢାଖୋଲ: ଛୋଟରୁ ବଡ କରି ଲାଳନ ପାଳନ କରିଥିବା ବାପ ଦିନେ ଯେ ପୁଅ ହାତରେ ଜୀବନ ଯିବ କେବେ ବି କଳ୍ପନା କରି ନ ଥିବ। କିନ୍ତୁ ସେହି ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ୍ୟୁ ବରଣ କରିଥିବା ଏକ ଖବର ସାମ୍ନାକୁ ଆସିଛି। ରେଢାଖୋଲ ଥାନାର ବୁର୍ଡା ପଂଚାୟତ ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଖବର ହସ୍ତଗତ ହୋଇଛି। ସୁଚନା ଅନୁଯାୟୀ, ରେଢାଖୋଲ ଥାନା ବୁର୍ଡା ପଂଚାୟତର ଆମ୍ବଝରୀ ଗ୍ରାମର ମିର୍ଦ୍ଧା ସାହିର ଶୁକୁରୁ ମିର୍ଦ୍ଧା (୫୫)କୁ ତାଙ୍କର ସାନ ପୁଅ ନିଶାସକ୍ତ ଅବସ୍ଥାରେ କୈାଣସି କାରଣରୁ ଝଗଡା କରିଥିଲା। ନିଶାରେ ମସ୍ ଗୁଲ ସାନ ପୁଅ ଟଙ୍କଧର ମିର୍ଦ୍ଧା(୨୦) ନିଜ ଜନ୍ମ କଲା ବାପକୁ ଏକ ଟାଙ୍ଗିଆ ଧରି ହାଣିବାକୁ ଗୋଡାଇ ଥିଲା। ଗାଁ ଦାଣ୍ଡରେ ବାପର ବେକକୁ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ…
ନୂଆଦିଲ୍ଲୀ: ତାଲିବାନ ସରକାରକୁ ସ୍ୱୀକୃତି ନ ଦେବା ଭଳି ଏକ ନିର୍ଭୀକ ନିଷ୍ପତ୍ତି ନେଇ ଭାରତ ବିଶ୍ୱକୁ ଏକ ସନ୍ଦେଶ ଦେଇଛି ଯେ, ଆତଙ୍କବାଦ ସହ ଭାରତ କୌଣସି ବୁଝାମଣା କରିବ ନାହିଁ। ଏହି ନିଷ୍ପତ୍ତି ନେବା ପୂର୍ବରୁ ସରକାର କାଶ୍ମୀର-ଲଦାଖରୁ ଉତ୍ତର-ପୂର୍ବ ରାଜ୍ୟ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସୀମାର ସୁରକ୍ଷା ସହ ଜଡିତ ସମ୍ଭାବ୍ୟ ବିପଦ ବିଷୟରେ ଦଶ ଥର ଚିନ୍ତା କରିଥିବ। କିନ୍ତୁ ସାମରିକ କୂଟନୈତିକ ଦୃଷ୍ଟିରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯିବ। କାରଣ ବିଶ୍ଵକୁ ଭାରତ ଏକ ରାସ୍ତା ଦେଖାଇଛି ଯେ କୌଣସି ଆତଙ୍କବାଦୀ ଗୋଷ୍ଠୀ ଭାରତକୁ ବ୍ଲାକମେଲ କରିବାର କ୍ଷମତା ନାହିଁ। ଏହି ନିଷ୍ପତ୍ତି ମାଧ୍ୟମରେ ଭାରତ ମଧ୍ୟ ଶକ୍ତିଶାଳୀ ଆମେରିକାକୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରିଛି ଯେ, ଆଫଗାନିସ୍ତାନରେ ୨୦ ବର୍ଷର ଏକ ଅସଫଳ ଯୁଦ୍ଧ ପରେ ସେଠାରେ ଥିବା ନିରୀହ ଲୋକଙ୍କୁ ଆତଙ୍କବାଦୀଙ୍କ ନିକଟରେ ହସ୍ତାନ୍ତର କରି ହଠାତ୍ ବ୍ୟାଗ ବସ୍ତାନି ଧରି…
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ଥାନା ଅଂଚଳରେ ଦିନକୁ ଦିନ ଚୋରୀ ଲୁଟପାଟ ଘଟଣାରେ ବଢିବାରେ ଲାଗିଛି। ଗତ ୫ ଦିନ ମଧ୍ୟରେ ଏହି ଅଞ୍ଚଳରୁ ପ୍ରାୟ ୫ରୁ ୬ଟି ସ୍ଥାନରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ରାମେଶ୍ୱର ଛକ ନିକଟି ୫ଟି ଦୋକାନରୁ ତାଲା ଭାଗିଂ ଚୋରୀ ହୋଇଥିବା ଜଣାପଡିଛି। ଚୋର ଚୋରୀକରିବାକୁ ଊଦ୍ୟମ କରୁଥିବା ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି।ରାମେଶ୍ୱର ଛକରେ ଥିବା ପ୍ରଶନ୍ନ ସାମନ୍ତରାୟ, ସର୍ବେଶ୍ୱର ସାହୁ, ଗୋବିନ୍ଦ ସାହୁ, ମିଟୁ ପଲେଇ, ଶିବୁ ବାରିକଙ୍କ ଦୋକାନରୁ ଟଙ୍କା ଓ ବିଭିନ୍ନ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୮ ହଜାର ୫୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୯୨୧ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୨ ହଜାର ୬୫୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୪ ଲକ୍ଷ ୯ ହଜାର ୩୪୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୮୪ ହଜାର ୯୨୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୬୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୮୧ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୮ ଟି ଲୋକାଲ କେସ୍ ରହିଛ। ୬୪୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୧୦୩ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୩୬୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧ ହଜାର ୨୫୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୯୫୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୯୨ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୬୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ମେଷ : ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଅତିଥିମାନେ ଘରେ ପହଞ୍ଚିବେ । ରିସ୍କ ନେବାକୁ ସାହସ କର। ବ୍ୟବସାୟରେ ଲାଭ ହେବ। ବିନିଯୋଗ ଭଲ ହେବ। ସ୍ୱାସ୍ଥ୍ୟ ଏବଂ ଶିଶୁ ପକ୍ଷରୁ ଅଧ୍ୟୟନ ସମ୍ବନ୍ଧୀୟ ଚିନ୍ତା ରହିବ। ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହ। କ୍ଷତି ସମ୍ଭବ। ଭାଇମାନେ ସମର୍ଥନ ପାଇବେ। ବୃଷ : ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ଖୁସିରେ ବିତାଇବେ। ଶାରୀରିକ ଯନ୍ତ୍ରଣା ସମ୍ଭବ, ସାବଧାନ ରୁହ। ବିନିଯୋଗ ଭଲ ହେବ। ତୀର୍ଥଯାତ୍ରା ଯୋଜନା କରାଯାଇପାରେ। ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀ ଶ୍ରେଣୀ ସଫଳତା ହାସଲ କରିବେ। ତୁମର ପ୍ରିୟ ଖାଦ୍ୟ ଉପଭୋଗ କର। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ମିଥୁନ : ଧନ ଏକ ଦ୍ରୁତ ଗତିରେ ଆସିବ। କଥାବାର୍ତ୍ତା ଭାଷାରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ପୁରୁଣା ରୋଗ…
ନୂଆଦିଲ୍ଲୀ, ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ନୂଆଦିଲ୍ଲୀରେ ହୋଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ପିଟର ଡଟ୍ଟନଙ୍କ ସହ ବୈଦେଶିକ ମନ୍ତ୍ରୀ ଡ ଜୟଶଙ୍କର ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରାଇଜ୍ ପେନ୍ ଉପସ୍ଥିତ ଥିଲେ। ଏହି ଦୁଇ+ଦୁଇ ଆଲୋଚନାରେ ଉଭୟ ପକ୍ଷ ସାମରିକ ସହଯୋଗକୁ ସଂପ୍ରସାରିତ କରିବା ସହିତ ପରସ୍ପରର ତିନିବାହିନୀ ମଧ୍ୟରେ ସାମରିକ ତଥ୍ୟ ବିନିମୟ ଏବଂ ସାମରିକ ସାମଗ୍ରୀ ଯୋଗାଣ କ୍ଷେତ୍ରରେ କାମ କରିବାକୁ ରାଜି ହୋଇଛନ୍ତି । ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ପୂର୍ବପରି କାମ ଚାଲିବ ଏବଂ ମାଲବାର ସମରାଭ୍ୟାସରେ ଅଷ୍ଟ୍ରେଲିଆ ପୂର୍ବଭଳି ଭାଗ ନେବାକୁ ରାଜି ହୋଇଛି । ଭାରତର କ୍ରମବର୍ଦ୍ଧିଷ୍ଣୁ ପ୍ରତିରକ୍ଷା ଉଦ୍ୟୋଗରେ ସାମିଲ ହେବାକୁ ଅଷ୍ଟ୍ରେଲିଆକୁ ଭାରତ ନିମନ୍ତ୍ରଣ କରିଛି। ସେହିଭଳି ସାମରିକ ଉପକରଣର ବିକାଶ ଓ ଉତ୍ପାଦନ କ୍ଷେତ୍ରରେ ଅଷ୍ଟ୍ରେଲିଆକୁ ଅଂଶୀଦାର ହେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। କରୋନା…
ନୂଆଦିଲ୍ଲୀ: ପ୍ରମୁଖ ବନ୍ଦର କ୍ରୀଡା ନିୟନ୍ତ୍ରଣ ବୋର୍ଡର କ୍ରୀଡା ପ୍ରଶିକ୍ଷାର୍ଥୀ ସ୍କିମ୍ ଅଧୀନରେ ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ୯ ସେପ୍ଟେମ୍ବରରୁ ୧୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ପାରାଦୀପ ବନ୍ଦର ସ୍ଥିତ ଗୋପାବନ୍ଧୁ ଷ୍ଟାଡିୟମ୍ରେ ଭଲିବଲ୍, କ୍ରିକେଟ୍, ଫୁଟବଲ୍ ଏବଂ ଆଥଲେଟିକ୍ ଭଳି ବିଭିନ୍ନ ବର୍ଗରେ କ୍ରୀଡ଼ା ପ୍ରଶିକ୍ଷାର୍ଥୀ ଚୟନର ଆୟୋଜନ କରିଥିଲା । ଏହି ଚୟନ ପରୀକ୍ଷଣରେ, ଉପରୋକ୍ତ ବର୍ଗର ୩୬୯ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ । ଉପରୋକ୍ତ ବର୍ଗର ମନୋନୀତ ଖେଳାଳିମାନେ ୩ ବର୍ଷ ପାଇଁ ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ଅଧୀନରେ ତାଲିମ ନେବେ । ବରିଷ୍ଠ ଅଧିକାରୀ, କ୍ରୀଡ଼ା ପ୍ରଶିକ୍ଷକ ଏବଂ ଓଡିଶା କ୍ରିକେଟ୍ ଆସୋସିଏସନର ପ୍ରତିନିଧିଙ୍କ ଏକ କମିଟି ଦ୍ୱାରା ଚୟନ ପ୍ରକ୍ରିୟା କରାଯାଇଥିଲା । ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ କରି ସମଗ୍ର ଚୟନ ପ୍ରକ୍ରିୟା କରାଯାଇଥିଲା ।
ନୂଆଦିଲ୍ଲୀ: ଭାରତୀୟ ପରମ୍ପରା ଅନୁଯାୟୀ, ବିବାହ ପାଇଁ ପୁଅ ଏବଂ ଝିଅର ରାଶି ମେଳ କରାଯାଇଥାଏ। ଯଦି ଜାତକ ମେଳ ହୁଏ ନାହିଁ, ତେବେ ବିବାହ ପ୍ରସ୍ତାବ ମଧ୍ୟ ଭାଙ୍ଗିଯାଏ। କିନ୍ତୁ ଅଧିକାଂଶ ଲୋକଙ୍କ ଜାତକ ମେଳ ଥିଲେ ମଧ୍ୟ ସମ୍ପର୍କ ମଧ୍ୟରେ ମତଭେଦ ଦେଖାଦେଇଥାଏ। ବର୍ତ୍ତମାନ ବିବାହ ପାଇଁ ରାଶିଫଳ ସହିତ ମେଳ ଖାଇବା ଜରୁରୀ ନୁହେଁ, କିନ୍ତୁ ବିବାହ ପାଇଁ ପରସ୍ପର ପାଇଁ ଫିଟ୍ ହେବା ଆବଶ୍ୟକ ଏବଂ ଶାରୀରିକ ଭାବରେ ଫିଟ୍ ହେବା ଆବଶ୍ୟକ ଯାହା ଦ୍ଵାରା ବିବାହ ପରେ କୌଣସି ପ୍ରକାରର ସମସ୍ୟା ହେବ ନାହିଁ। ଯଦି ଯୁବକ ଯୁବତୀ ବିବାହ ପୂର୍ବରୁ ପରସ୍ପର ବିଷୟରେ ସବୁକିଛି ଜାଣଛନ୍ତି, ତେବେ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଅତି ସହଜ ହୋଇଯାଏ। ଏବଂ ଉଭୟଙ୍କର ଅଭାବକୁ ପରସ୍ପର ଗ୍ରହଣ କରିବାକୁ ସକ୍ଷମ ହୋଇଥାନ୍ତି। ଏପରି ସମ୍ପର୍କ ଅତ୍ୟନ୍ତ ଦୃଢ ହୋଇଯାଏ। ତେଣୁ ବିବାହ ପୂର୍ବରୁ ଏହି ଡାକ୍ତରୀ…
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି। ପବିତ୍ର ନୂଆଖାଇ ଅବସରରେ ଚାଷୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀର ସମସ୍ୟା ହେଉଛି ଆମ ସମସ୍ତଙ୍କ ସମସ୍ୟା। ସାରା ରାଜ୍ୟର ସମସ୍ୟା। ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାର ସଂପର୍କରେ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଏମଏସପି ଓ ଫସଲ ବୀମା ସଂପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ସେ କହିଛନ୍ତି। ସରକାର ସବୁବେଳେ ଚାଷୀ ମାନଙ୍କ ସାଥିରେ ଅଛନ୍ତି…
ସ୍ୱାସ୍ଥ୍ୟ ଟିପ୍ସ: ହଳଦୀ ନିଶ୍ଚିତ ଭାବରେ ଆମ ରୋଷେଇ ଘରେ ବହୁ ଖାଦ୍ୟରେ ବ୍ୟବହୃତ ହୁଏ। ଏଭଳି ପରିସ୍ଥିତିରେ ହଳଦୀ ଆମ ଘରର ରୋଷେଇ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ। ସ୍ୱାଦ ସହିତ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ଚିକିତ୍ସା ପାଇଁ ହଳଦୀ ମଧ୍ୟ ଶତାବ୍ଦୀ ଧରି ବ୍ୟବହୃତ ହୋଇଆସୁଛି। ଅନେକ ଅଧ୍ୟୟନରେ ଏହା ନିଶ୍ଚିତ ହୋଇଛି ଯେ, ହଳଦୀ ଖାଇବା ଉଭୟ ଶରୀର ଏବଂ ମନକୁ ଲାଭ ଦିଏ। ଗଣ୍ଠି ଏବଂ ଆର୍ଥ୍ରାଇଟିସ୍ ଯନ୍ତ୍ରଣାରେ ହଳଦୀ ମଧ୍ୟ ବହୁତ ଲାଭଦାୟକ ଅଟେ। ୧- ମସ୍ତିଷ୍କ ପାଇଁ ଲାଭଦାୟକ: ହଳଦୀରେ ଏରୋମେଟିକ ଟର୍ମିରନ୍ କମ୍ପାଉଣ୍ଡସ ମିଳିଥାଏ। ଏରୋମେଟିକ ଟର୍ମିରନ୍ କମ୍ପାଉଣ୍ଡସ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ମସ୍ତିଷ୍କର ଷ୍ଟେମ୍ କୋଷଗୁଡ଼ିକୁ ମରାମତି କରେ। ଏହା ବ୍ୟତୀତ ହଳଦିରେ ଥିବା କର୍କୁମିନ୍ ମଧ୍ୟ ମସ୍ତିଷ୍କରେ ମିଳୁଥିବା ପ୍ରୋଟିନ୍ କୁ ବୃଦ୍ଧି…
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ସରକାରକୁ ଗ୍ରହଣ କରିବାକୁ ଭାରତ ମନା କରିଦେଇଛି। ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହା ସ୍ପଷ୍ଟ କରିଛନ୍ତି ଯେ, ସେ ନୂତନ ତାଲିବାନ ସରକାରଙ୍କୁ ବ୍ୟବସ୍ଥା ବ୍ୟତୀତ ଅନ୍ୟ କୌଣସି ବିଷୟ ଭାବରେ ଗ୍ରହଣ କରନ୍ତି ନାହିଁ ଏବଂ ଏଥିରେ ସମସ୍ତ ବର୍ଗର ସମ୍ପୃକ୍ତି ନ ଥିବାରୁ ସେ ଚିନ୍ତିତ ଅଛନ୍ତି। ଏହା ବ୍ୟତୀତ ଆଫଗାନିସ୍ତାନରେ ମହିଳା ଏବଂ ସଂଖ୍ୟାଲଘୁଙ୍କ ଅବସ୍ଥାକୁ ନେଇ ଭାରତ ଗଭୀର ଚିନ୍ତିତ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଫଗାନିସ୍ତାନର ମାଟି ଆତଙ୍କବାଦ ପାଇଁ ବ୍ୟବହାର କରାନଯାଉ। ଏହି ପରିପ୍ରେକ୍ଷୀରେ, ମିଳିତ ଜାତିସଂଘର ୨୫୯୩ ବିଲ୍ କାର୍ଯ୍ୟକାରୀ କରିବା ପାଇଁ ଭାରତ ଅଷ୍ଟ୍ରେଲିଆ ସହିତ ଆଲୋଚନା କରିଛି। ଏହି ବିଲ୍ ଅନୁଯାୟୀ, କୌଣସି ଦେଶ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ରୋକ ଲଗାଇବା ଉପରେ ଜୋର ଦିଆଯାଉଛି। ଆଜି ଭାରତ ଏବଂ ଅଷ୍ଟ୍ରେଲିଆ…
ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ଏକ ସାହସିକ ନିଷ୍ପତ୍ତି ଥିଲା। ଏଭଳି କଥା ପ୍ରୟାଗରାଜ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି ଏନ.ଭି. ରମଣା ଆଲୋକପାତ କରିଥିଲେ। ସେ କହିଥିଲେ ଯେ, “୧୯୭୫ ମସିହାରେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଜଗମୋହନଲାଲ ସିହ୍ନା ଏକ ରାୟ ଶୁଣାଇଥିଲେ, ଯେତେବେଳେ ସେ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହା ଅତ୍ୟନ୍ତ ସାହସିକ ନିଷ୍ପତ୍ତି ଥିଲା। ଯାହା କୁହାଯାଇପାରେ ଯେ, ଏହାର ପ୍ରତ୍ୟକ୍ଷ ଫଳାଫଳ ଜରୁରୀକାଳୀନ ଘୋଷଣା ଥିଲା। ଯାହାର ଫଳାଫଳ ମୁଁ ବର୍ତ୍ତମାନ ବିସ୍ତୃତ କରିବାକୁ ଚାହୁଁନାହିଁ।” ପ୍ରଧାନ ବିଚାରପତି କହିଛି ଯେ, ଆହ୍ଲାବାଦ ହାଇକୋର୍ଟଙ୍କ ୧୫୦ ବର୍ଷରୁ ଅଧିକ ଇତିହାସ ରହିଛି। ଆହ୍ଲାବାଦ ବାର ଏବଂ ବେଞ୍ଚ ଦେଶର କେତେକ ମହାନ ଆଇନଜୀବୀମାନଙ୍କୁ ପ୍ରସ୍ତୁତ କରିଛନ୍ତି। ସମ୍ବିଧାନ ସଭାର ପ୍ରଥମ ସଭାପତି ଡକ୍ଟର ସଚ୍ଚିଦାନନ୍ଦ ସିହ୍ନା, ପଣ୍ଡିତ ମୋତିଲାଲ ନେହେରୁ, ସାର୍ ତେଜ ବାହାଦୂର…
ନୂଆଦିଲ୍ଲୀ: ଗୁଜୁରାଟରେ ଏକ ଅପ୍ରତ୍ୟାଶିତ ରାଜନୈତିକ ଘଟଣାକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଇସ୍ତଫା ପ୍ରଦାନ କରିଛନ୍ତି। ସେ ରାଜଭବନରେ ପହଞ୍ଚି ରାଜ୍ୟପାଳ ଦେବବ୍ରତ ଆଚାର୍ଯ୍ୟଙ୍କୁ ଇସ୍ତଫା ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ପରେ ବିଜୟ ରୂପାନି ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ସେ ଭାରତୀୟ ଜନତା ପାର୍ଟି ନେତୃତ୍ୱକୁ ଧନ୍ୟବାଦ ଜଣାଉଛି। ସେ ହଠାତ୍ ଇସ୍ତଫା ଦେବା ପ୍ରଶ୍ନକୁ ଏଡ଼ାଇ କହିଥିଲେ ଯେ ସେ ପାଞ୍ଚ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ, ଯାହାକି ବହୁତ ସମୟ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପିରେ ଏହା ଏକ ସାଧାରଣ କଥା। ସେ ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ନେତୃତ୍ୱରେ କାର୍ଯ୍ୟ ଜାରି ରଖିବେ। ଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେପି ଉପରେ ଲୋକଙ୍କ ନିରନ୍ତର ବିଶ୍ୱାସ ରହିଛି। ଉଲ୍ଲେଖନୀୟ କଥା ହେଉଛି, ଆନନ୍ଦିବେନ ପଟେଲଙ୍କ ସ୍ଥାନରେ ବିଜୟ ରୂପାନୀଙ୍କୁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୩, କଟକରୁ ୧୧୧, ବାଲେଶ୍ଵରରୁ ୪୨, ପୁରୀରୁ ୩୨, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୭, ସୁନ୍ଦରଗଡରୁ ୨୬, ମୟୂରଭଞ୍ଜରୁ ୨୦, ଅନୁଗୁଳରୁ ୧୭, ଢେଙ୍କାନାଳରୁ ୧୪, କେନ୍ଦୁଝରରୁ ୧୧, ଦେବଗଡରୁ ୧୦, ସମ୍ବଲପୁରରୁ ୧୦, କେନ୍ଦ୍ରାପଡାରୁ ୯, ଭଦ୍ରକରୁ ୬, ଗଞ୍ଜାମରୁ ୬, ନୟାଗଡରୁ ୬, ରାୟଗଡାରୁ ୬, ଝାରସୁଗୁଡାରୁ ୫, କୋରାପୁଟରୁ ୫, କନ୍ଧମାଳରୁ ୨, ବରଗଡରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧ ହଜାର ୨୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫…
ଖୋର୍ଦ୍ଧା: ସାମ୍ବାଦିକଙ୍କୁ ଚିଲିକା ବିଧାୟକଙ୍କ ଦୁର୍ବ୍ୟବହାର ଘଟଣାକୁ ବିରୋଧ କରି ଆସନ୍ତାକାଲି ଉତ୍କଳ ସାମ୍ବାଦିକ ସଂଘ ପ୍ରତିବାଦ କରିବ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଏତଲା ରୁଜୁ କରିବା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ବାଲୁଗାଁ ଥାନା ଘେରାଉ କରିବ। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଭାତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଘଟଣାକ୍ରମେ ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରୁଥିବାର ଭିଜୁଆଲ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ ଉତ୍ତୋଳନ କରୁଥିଲେ। ସେହି ସମୟରେ ଚିଲିକା ବିଧାୟକ ସମ୍ପୃକ୍ତ ସାମ୍ବାଦିକଙ୍କ ଠାରୁ ଜୋର ଜବରଦସ୍ତ ତାଙ୍କର ମୋବାଇଲ ଛଡେଇନେଇଯିବା ସହ ତାଙ୍କୁ ଜାତିଆଣ ଉଦ୍ଦେଶ୍ୟରେ ଗାଳି ଗୁଲଜ ମଧ୍ୟ କରିଥିଲେ।…
ନୂଆଦିଲ୍ଲୀ: କରୋନା ଯୁଗରେ ଆମ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ଏହି ପରିବର୍ତ୍ତନଗୁଡିକ ମଧ୍ୟରେ, ଦେୟ ପଦ୍ଧତି ମଧ୍ୟ ବଦଳିଛି। ବର୍ତ୍ତମାନ ଲୋକମାନେ ଡିଜିଟାଲ୍ ପେମେଣ୍ଟ୍ କରିବାରେ ଅଧିକ ବିଶ୍ୱାସ କରନ୍ତି। ଗୁଗୁଲ୍ ପେ, ଫୋନ୍ ପେ ଏବଂ ପେଟିଏମ୍ ପରି ପ୍ଲାଟଫର୍ମଗୁଡିକ ଡିଜିଟାଲ୍ ପେମେଣ୍ଟ ପାଇଁ ଦେଶରେ ସର୍ବାଧିକ ବ୍ୟବହୃତ ହେଉଛି। ଦେୟ ଦେବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୟୁପିଆଇ ପିନ୍। ଯଦି ଆପଣ ଏହି ପିନ୍ କୁ ଭୁଲିଯାଆନ୍ତି ତେବେ ଦେୟ ଦେବା କଷ୍ଟକର ହୋଇଯାଏ। ଯଦି ଗୁଗୁଲ୍ ପେ’ ର ୟୁପିଆଇ ପିନ୍ କୁ ମଧ୍ୟ ଭୁଲି ଯାଇଛନ୍ତି, ତେବେ ଏହାକୁ କିପରି ପରିବର୍ତ୍ତନ କରାଯିବ, ସେହି ବିଷୟରେ ଜାଣନ୍ତୁ। ଗୁଗୁଲ୍ ପେ’ ୟୁପିଆଇ ପିନ୍ କିପରି ପରିବର୍ତ୍ତନ କରିବେ?: – ଗୁଗୁଲ୍ ପେ’ରେ ୟୁପିଆଇ ପିନ୍ ପରିବର୍ତ୍ତନ କରିବାକୁ, ପ୍ରଥମେ ଆପ୍ ଖୋଲନ୍ତୁ। – ଏହା ପରେ ଉପର ଡାହାଣ କୋଣରେ ଥିବା…

