ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡସ୍ଥିତ କେନ୍ଦ୍ରିୟ ପଣ୍ୟାଗାର ( ସିଡବଲ୍ୟୁସି ଗୋଦାମ) ରେ ଶ୍ରମିକ ମାନଙ୍କ ଇପିଏଫ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ଗୋଦାମରେ ଚାଉଲ ଅନଲୋଡିଂ ପାଇଁ ବସ୍ତା ପିଛା ୩ ଟଙ୍କା ଏବଂ ରେକ ରେ ଚାଉଳ ପଠାଇବା ପାଇଁ ବସ୍ତା ପିଛା ୪ ଟଙ୍କା ହିସାବରେ ମଜୁରୀ ଦିଆଯାଉଥିବା ଶ୍ରମିକ ମାନଙ୍କ ସୂତ୍ରରୁ ପ୍ରକାଶ। ସିଡବଲ୍ୟୁସି ଦ୍ୱାରା ନିଯୁକ୍ତପ୍ରାପ୍ତ ଶ୍ରମିକ ଠିକାଦାର ପ୍ରତି ମାସରେ ଶ୍ରମିକ ମାନଙ୍କ କାର୍ଯ୍ୟ ଅନୁସାରେ ହିସାବ କରି ବେଙ୍କ ପାଶ ବୁକରେ ଶ୍ରମିକ ମାନଙ୍କ ମଜୁରୀ ଦେଉଥିବା କୁହାଯାଉଥିବା ବେଳେ ସେହି ପାଶବୁକରୁ ଶ୍ରମିକ ମାନେ ସେମାନଙ୍କ ଉପସ୍ଥିତି ଅନୁସାରେ ନିଜ ନିଜ ପ୍ରାପ୍ୟ ନେଉଥିବା ପ୍ରକାଶ। ସଂପୃକ୍ତ ଶ୍ରମିକ ଠିକାଦାର ପକ୍ଷରୁ ଶ୍ରମିକ ମାନଙ୍କ ଇପିଏଫ ପାଇଁ ମଜୁରୀ ଟଙ୍କା ମଧ୍ୟରୁ ଶତକଡା ୧୨ ଟଙ୍କା ଲେଖାଏଁ କାଟିକରି ରଖୁଥିବା ବେଳେ ସେହି ଟଙ୍କା…
Author: Samikhsya Bureau
ସ୍ୱାସ୍ଥ୍ୟ ଟିପ୍ସ: ସ୍ୱାସ୍ଥ୍ୟସେବାରେ ଅଗ୍ରଗତି ସତ୍ତ୍ୱେ ରୋଗ ବୃଦ୍ଧି ପାଉଛି। ପୂର୍ବ ଅପେକ୍ଷା ଆଜି କର୍କଟ ରୋଗ ସାଧାରଣ ହୋଇଗଲାଣି, ଚିନ୍ତାର ବିଷୟ ହେଉଛି ଅନେକ ଲକ୍ଷଣ ଏକ ନିର୍ଦ୍ଦିଷ୍ଟ ପ୍ରକାରରେ ମଧ୍ୟ ଦେଖାଯାଏ ନାହିଁ। ଉଦାହରଣ ସ୍ୱରୂପ, ଫୁସଫୁସ କର୍କଟ କୁ ବହୁତ ବିଳମ୍ବରେ ଚିହ୍ନଟ କରାଯାଏ। କିନ୍ତୁ ଅନ୍ୟ କ୍ଷେତ୍ରରେ, ଫୁସଫୁସ କର୍କଟରେ ମଧ୍ୟ କିଛି ପ୍ରାରମ୍ଭିକ ଚେତାବନୀ ସଂକେତ ଏବଂ ଲକ୍ଷଣ ଥାଏ। ଆଗକୁ ଗମ୍ଭୀର ଅସୁବିଧାକୁ ଏଡାଇବା ପାଇଁ ଏସବୁ ବିଷୟରେ ଜାଣିବା ଆବଶ୍ୟକ। ୧- କ୍ରମାଗତ କାଶ କିମ୍ବା କାଶରେ ପରିବର୍ତ୍ତନ: କାଶ ସାମାନ୍ୟ ହେଲେ ଆପେ ଆପେ ଭଲ ହୋଇଯାଏ। କିନ୍ତୁ ଯଦି କ୍ରମାଗତ ଭାବରେ କାଶ ହୁଏ, ତେବେ ଏହା ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ। ବ୍ରିଟେନର ଜନସଂଖ୍ୟା ଉପରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, କାଶ ହେଉଛି ଫୁସଫୁସ କର୍କଟର ସବୁଠାରୁ ସାଧାରଣ ଲକ୍ଷଣ ଏବଂ ପ୍ରାୟ ୦.୨…
ଜଙ୍କିଆ: ଜାତୀୟ ରାଜପଥରେ ଫାଇନାନସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ ଘଟଣାର ଜଙ୍କିଆ ପୋଲିସ୍ ପର୍ଦ୍ଦାଫାସ କରିଛି। ଲୁଟ୍ ଅଭିଯୋଗ ଆଣିଥିବା ଫାଇନାନସ କଂପାନୀର କର୍ମଚାରୀ ରଣଜିତ୍ ବେହେରାଙ୍କୁ ଜଙ୍କିଆ ପୋଲିସ୍ ଗିରଫ କରିଛି। ସୂଚନା ଅନୁଯାୟୀ, ଭାରତ ଫାଇନାନସର କର୍ମଚାରୀ ରଣଜିତ ବେହେରା ଜଙ୍କିଆ ଥାନା ନିକଟସ୍ଥ ମଳିପଡା ଲହଙ୍ଗା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀରୁ ଟଙ୍କା ଆଦାୟ କରି ବାଇକ୍ ରେ ଫେରୁଥିବା ବେଳେ ଦୁଇଜଣ ଯୁବକ ଏକ ଆପାଚି ମୋଟର ସାଇକେଲରେ ଆସି ଗାଡିକୁ ଅଟକାଇ ଥିଲେ। ରଣଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡି ଡିକି ଖୋଲି ଡିକିରେ ଥିବା ୫୪ ହଜାର ୫୩ ଟଙ୍କା ନେଇ ଆଖିପିଛୁଳାକେ ପଳାଇଥିବାର ଜଂକିଆ ଥାନାରେ ରଣଜିତ୍ ଅଭିଯୋଗ କରିଥିଲେ। ଫାଇନାନସ ସଂସ୍ଥାର ପରିଚାଳକଙ୍କ ସନ୍ଦେହ ହେବାରୁ ନିଜେ ରଣଜିତକୁ ପଚରା ଉଚରା କରିଥିଲେ। ଏହା ପରେ ଫାଇନାନସ କଂପାନୀର ପରିଚାଳକ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ…
ଭୁବନେଶ୍ବର: ଆଜି ବିଧାନସଭାରେ ବିରୋଧୀ କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଏପରିକି ଆଜି ପ୍ରଶ୍ନକାଳ ମଧ୍ୟ ଚାଲିପାରି ନାହିଁ। ଖଣି ଦୁର୍ନିତି ପ୍ରସଂଗକୁ ଆଲୋଚନା ପାଇଁ କଂଗ୍ରେସ ପ୍ରସ୍ତାବ ଆଣିଥିଲା। ହେଲେ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଫଳରେ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ହଟ୍ଟଗୋଳ କରିଥିଲେ। ସେହିପରି ବିଜେପି ମଧ୍ୟ ବିଭିନ୍ନ ପ୍ରସଂଗ ନେଇ ସରକାରଙ୍କ ବିରୋଧରେ ନାରାବାଜି କରି ଗୃହ ମଧ୍ୟରେ ହଟ୍ଟଗୋଳ କରିଛି। ଉଭୟ ବିଜେପି ଏବଂ କଂଗ୍ରେସ ହଟ୍ଟଗୋଳ କରିବାରୁ ପ୍ରଶ୍ନକାଳ ଚାଲିପାରି ନ ଥିଲା। ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ଆସି ହୋହାଲ୍ଲା କରିବାରୁ ବାଚସ୍ପତି ପ୍ରଥମେ ୧୧ ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ। ଏହାପରେ ବିରୋଧୀ ସଭ୍ୟମାନେ ବାଚସ୍ପତିଙ୍କ ଚ୍ୟାମ୍ବରକୁ ଯାଇ ଘେରାଉ କରିଥିଲେ ବୋଲି ବିଜେପି ସଦସ୍ୟ କହିଛନ୍ତି। ଏପରି ବିଶୃଙ୍ଖଳା ଭିତରେ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ…
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀଙ୍କ ନାମ ବିଜେପି ଘୋଷଣା କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଅନୁରାଗ ଠାକୁର, ସରୋଜ ପାଣ୍ଡେ ଏବଂ ଅର୍ଜୁନ ରାମ ମେଘୱାଲଙ୍କୁ ୟୁପିର ସହ-ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେହିଭଳି ଉତ୍ତରାଖଣ୍ଡଶରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଲୋକସଭା ସାଂସଦ ଲକେଟ୍ ଚାଟାର୍ଜୀ ଓ ଜାତୀୟ ମୁଖପାତ୍ର ସର୍ଦ୍ଦାର ଆରପି ସିଂ ସହ-ଦାୟିତ୍ୱରେ ରହିବେ ଏବଂ ସେଠାରେ ରହିବେ। ଏହା ବ୍ୟତୀତ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମଣିପୁର ବିଜେପିର ନିର୍ବାଚନ ଦାୟିତ୍ୱରେ ରହିବେ। ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖୱାତ ପଞ୍ଜାବର ଦାୟିତ୍ୱରେ ଥିବାବେଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗୋଆ ଦାୟିତ୍ୱରେ ରଖାଯାଇଛି।
ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ଶିଖର ଧାୱନଙ୍କ ପତ୍ନୀ ଆୟଶା ମୁଖାର୍ଜୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବାର ଖବର ରହିଛି। ତେବେ ଏପର୍ଯ୍ୟନ୍ତ ଶିଖର ଧାୱନଙ୍କ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। ଆୟଶା ମୁଖାର୍ଜୀଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦିଓ ଆୟଶାଙ୍କ ଏହି ପୋଷ୍ଟ ବର୍ତ୍ତମାନ ଭାଇରାଲ ହେଉଛି। କିନ୍ତୁ ଏପର୍ଯ୍ୟନ୍ତ ଶିଖର ଧାୱନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଶିଖର ଏଭଳି କୌଣସି ସୂଚନା ଦେଇନାହାଁନ୍ତି। ଏଭଳି ପରିସ୍ଥିତିରେ, ଶିଖରଙ୍କ ବକ୍ତବ୍ୟ ପରେ ହିଁ ସତ୍ୟତା ଜଣାପଡିବ। ଉଲ୍ଲେଖ ଯୋଗ୍ୟ ଯେ, ୨୦୧୨ ମସିହାରେ ଶିଖର ଧାୱନ ଏବଂ ଆୟଶା ମୁଖାର୍ଜୀ ବିବାହ କରିଥିଲେ। ଆୟେଶା ତାଙ୍କର ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ। ପ୍ରଥମ ସ୍ଵାମୀଙ୍କ ଏବଂ ଆୟେଶାଙ୍କ ୨ ଜଣ ଝିଅ ଥିଲେ। ପରେ ୨୦୧୪ ମସିହାରେ ଶିଖର ଏବଂ ଆୟେଶାଙ୍କର ଏକ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୮୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୦ ଲକ୍ଷ ୯୬ ହଜାର ୭୧୮ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୧ ହଜାର ୪୧୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୨ ଲକ୍ଷ ୬୪ ହଜାର ୫୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୪୧ ହଜାର ୪୧୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୭୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ଵର, କେନ୍ଦୁଝର ଏବଂ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୮ ହଜାର ୫୯୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୮୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୭୦ କୁ ବୃଦ୍ଧି ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୭୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୯ ଟି ଲୋକାଲ କେସ୍ ରହିଛ। ୭୬୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୧୦୨ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୮ ହଜାର ୫୯୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୮୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୬୨ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୭୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ଭୁବନେଶ୍ବର, ଖୁବ ଶିଘ୍ର ବିଏମସି ବା ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ହେବ। ଏଥର ସିଧା ମେୟର ନିର୍ବାଚନ ମଧ୍ୟ ହେବ। ସେଥିପାଇଁ ଭୁବନେଶ୍ବର ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଏହାରି ଭିତରେ ଏବେ ଏକ ନୂଆ ଖବର ଆସିଛି। ତାହା ହେଲା ଯେ, ଭୁବନେଶ୍ବର ମେୟର ପାଇଁ କୁଆଡେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଲାଳାୟିତ ଅଛନ୍ତି। ସେତିକି ନୁହେଁ ସେଥିପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି। ଏପରିକି ସେ ମେୟର ହେବେ ବୋଲି କୁଆଡେ ନବୀନ ନିବାସରୁ ନିର୍ଭର ପ୍ରତିଶ୍ରୁତି ମଧ୍ୟ ମିଳିଛି ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ଏବେଠାରୁ ଶ୍ରୀମୟୀଙ୍କୁ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି। ଫଳରେ ଶ୍ରୀମୟୀ ପୁରା ଦମରେ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ କରିବାରେ ମାତି ଯାଇଛନ୍ତି। ବର୍ତ୍ତମାନ ଶ୍ରୀମୟୀ ଓଡିଶା ପର୍ଯ୍ୟଟନ ନିଗମ ବା ଓଟିଡିସିର ଅଧ୍ୟକ୍ଷା ଅଛନ୍ତି। ଓଟିଡିସି ତରଫରୁ ନିକଟରେ ଭୁବନେଶ୍ବରର…
ନୂଆଦିଲ୍ଲୀ: ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍ ରିଡ୍ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି। ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍ ବ୍ୟବହାର ଏକୁଟିଆପଣର ମୁଖ୍ୟ…
ମେଷ : ସୁଖ ଏବଂ ସନ୍ତୋଷ ରହିବ। ଭ୍ରମଣ ଉପଭୋଗ୍ୟ ହୋଇପାରେ। ବ୍ୟବସାୟରେ ନୂତନ ପରୀକ୍ଷଣ କରାଯାଇପାରିବ। ସମୟର ଅନୁକୂଳତାର ସୁଯୋଗ ନିଅ। ଟଙ୍କା ପାଇବା ସହଜ ହେବ। ଚାକିରିରେ ସୁସଙ୍ଗତତା ରହିବ। କାର୍ଯ୍ୟଭାର ଏବଂ ପ୍ରାଧିକରଣ ବୃଦ୍ଧି ପାଇପାରେ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାର୍ଯ୍ୟକୁ ପ୍ରଶଂସା କରାଯିବ। ବୃଷ : ଆୟରେ ନିଶ୍ଚିତତା ରହିବ। ଆପଣଙ୍କର ଶୀଘ୍ର ଉନ୍ନତି ହେବ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ। ଅନାବଶ୍ୟକ ଯୁକ୍ତି ହୋଇପାରେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଥକ୍କା ଏବଂ ଦୁର୍ବଳତା ରହିପାରେ। କାରବାରକୁ ଶୀଘ୍ର କର ନାହିଁ। ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି। ବ୍ୟବସାୟରେ ମନ୍ଥରତା ହୋଇପାରେ। ମିଥୁନ : ଯାତ୍ରା ସଫଳ ହେବ। ଶତ୍ରୁମାନେ ସକ୍ରିୟ ରହିବେ। ଚିନ୍ତା ଏବଂ ଟେନସନ ହେବ। ଅନ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ବିବାଦ ଦେଖାଦେବ। ଆପଣ ସାଙ୍ଗମାନଙ୍କ ସହିତ ସହଯୋଗ କରିବାକୁ ଏକ ସୁଯୋଗ ପାଇପାରନ୍ତି। ସାମାଜିକ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ପର୍ବ କାର୍ଯ୍ୟକ୍ରମରେ ଏକ ନୂଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଯାହାର ନାମ ରହିଛି ‘ବିଦ୍ୟାଞ୍ଜଳୀ’। ଏହି ପୋର୍ଟାଲ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ବାରା ଦେଶର ଶିକ୍ଷାର ବିକାଶ ଦିଗରେ ଏକ ନୂଆ ଇତିହାସ ସୃଷ୍ଟି ହେବ। ତେବେ ଏହି ପୋର୍ଟଲରେ କଣ ରହିଛି ତାହା ସାଧାରଣରେ ଜାଣିବାର ଆବଶ୍ୟକତା ରହିଛି। ଯାହା ସମସ୍ତଙ୍କର କାର୍ଯ୍ୟରେ ଆସିବ। ଏଥିରେ ଯେଉଁ ସୁବିଧା ରହିଛି ସେଗୁଡିକ ହେଲା 1-ଏହି ପୋର୍ଟାଲ ମାଧ୍ୟମରେ ଯେ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ କିମ୍ବା ସ୍ବୀକୃତିପ୍ରାପ୍ତ ଏନଜିଓ ଚାହିଁଲେ ସ୍କୁଲର ବିକାଶ ପାଇଁ ସାହାର୍ଯ୍ୟ କରିପାରିବେ। 2-ଯେଉଁ କରପୋର୍ରେଟ ବା କଂପାନି ଚାହିଁବ ତେବେ ସେମାନଙ୍କର ସିଏସଆର ଫଣ୍ଡରୁ ଏହି ପୋର୍ଟାଲ ମାଧ୍ୟମରେ ସ୍କୁଲକୁ ସାହାର୍ଯ୍ୟ କରିପାରିବେ। 3-ଏଥିରେ ସାହାର୍ଯ୍ୟ ପାଇଁ ବିଭିନ୍ନ ମାଧ୍ୟମ ରହିଛି। ଯେପରିକି ଆର୍ଥିକ ସହାୟତା, ସ୍କୁଲ ନିର୍ମାଣ ପାଇଁ ବିଭିନ୍ନ ସାମଗ୍ରୀ…
ଚାଣକ୍ୟ ନୀତି: ଯଦି ଜୀବନରେ ବଡ଼ ପଦବୀ ଏବଂ ବଡ଼ ସଫଳତା ହାସଲ କରିବାକୁ ଚାହାଁନ୍ତି, ତେବେ ଜଣେ ବ୍ୟକ୍ତି ସର୍ବଦା ଗମ୍ଭୀର ଏବଂ ସତର୍କ ହେବା ଉଚିତ୍। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସର୍ବୋତ୍ତମ ନେତାଙ୍କ ଗୁଣ ବିଷୟରେ କହିଛନ୍ତି। ଜଣେ ଭଲ ବୋସ୍ ଏବଂ ଜଣେ ଦକ୍ଷ ନେତା ହେବାକୁ ଚାହାଁନ୍ତି, ତେବେ ଚାଣକ୍ୟର ଏହି ଉପାୟଗୁଡିକୁ ଅନୁସରଣ କରିବାକୁ ପଡିବ। ୧- ସମୟର ଉପଯୋଗୀତା: ଚାଣକ୍ୟ ନୀତି ଅନୁଯାୟୀ ସମୟ କାହା ପାଇଁ ଅଟକି ରହେ ନାହିଁ। ସମୟ କେବେ ଫେରି ଆସେ ନାହିଁ। ତେଣୁ, ଯଦି ଜୀବନରେ ବଡ଼ ସଫଳତା ହାସଲ କରିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ସମୟର ମହତ୍ତ୍ୱ ଜାଣିବା ଉଚିତ୍। ଯେଉଁମାନେ ସମୟର ମୂଲ୍ୟକୁ ଚିହ୍ନନ୍ତି, ସେମାନେ ଜୀବନର ଶୀର୍ଷରେ ବସନ୍ତି। ଏକ ସଫଳ ବ୍ୟକ୍ତି ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ମୂଲ୍ୟବାନ ଅଟେ। ତେଣୁ ଜୀବନରେ ଯଦି ଆପଣ ବଡ଼ ଲକ୍ଷ୍ୟ…
ନୂଆଦିଲ୍ଲୀ: କୃଷକ ସଂଗଠନ ଦ୍ଵାରା ସେପ୍ଟେମ୍ବର ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ଦେଶର ୧୦ ଟି ବଡ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ସମର୍ଥନ ଘୋଷଣା କରିଛନ୍ତି। ମଆଜି ସେମାନେ ଏକ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ, ଭାରତ ବନ୍ଦ ସମୟରେ ସମସ୍ତ ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ନେତା ତଥା କର୍ମୀମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସେପ୍ଟେମ୍ବର ୨୭ ତାରିଖରେ ସମସ୍ତ ୧୦ ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ବଡ ନେତା ତଥା କର୍ମୀମାନେ ସେମାନଙ୍କ ସମର୍ଥନରେଦେଶର କୃଷକ ସଂଗଠନ ସହ ବିରୋଧ କରିବେ। ସେମାନେ କହିଛନ୍ତି ଯେ, ସେପ୍ଟେମ୍ବର ୨୭ ତାରିଖରେ ଭାରତ ବନ୍ଦ ସମୟରେ ଆମେ ତିନୋଟି ନୂତନ କୃଷି ଆଇନ ଏବଂ ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ ଏବଂ ଚାରୋଟି ଶ୍ରମ ସଂକେତ ବାତିଲ କରିବାକୁ ଦାବି କରିବୁ। କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ସଂସ୍କାରର ନୀତି ବିରୋଧରେ ସଂଘ…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ଥାନା ହିତସରା ଗ୍ରାମର ଏକ କୋଠ ଘରୁ ଜଣେ ବୃଦ୍ଧଙ୍କର ମୃତ ଦେହକୁ ନାକଟିଦେଉଳ ପୋଲିସ୍ ଜବତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କୁଞାମୁରା ଗ୍ରାମର ଭୁକ୍ଲା ବେହେରା ଏକ ଦେବୀ ପ୍ରତିମା ଧରି ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଥିଲା। ପ୍ରତ୍ୟେକ ଦିନ ପରି ଗତକାଲି ମଧ୍ୟ ସେମିତି ଢଙ୍ଗରେ ଭିକ୍ଷା ବୃତ୍ତି କରି ସାରିବା ପରେ ହିତସରା ଗ୍ରାମର ଦାଶରଥି ମୁଣ୍ଡା ସାହିରେ ଥିବା କୋଠ ଘରେ ରାତ୍ରିଯାପନ କରିଥିଲା। ଆଜି ସକାଳୁ ସକାଳୁ ଭୁକୁଲା ମରି ପଡିଥିବା ଗାଁ ଲୋକମାନେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ନାକଟିଦେଉଳ ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ। ନାକଟିଦେଉଳ ପୋଲିସ୍ ହିତସରା ଗ୍ରାମକୁ ଯାଇ ଭୁକୁଲାର ଶବକୁ ଜବତ କରିଥିଲା। ନାକଟିଦେଉଳ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଅପରାହ୍ନରେ ନାକଟିଦେଉଳ ଦେବଗଡ ରାସ୍ତାର ସିନ୍ଦୁରକଲି ଠାରେ ବାଇକ୍ ଦୁର୍ଘଟଣାରେ ୨ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ପ୍ରକାଶ ଯେ, ନୃସିଂହତଇଲା ଗ୍ରାମର ରାମ ମୁଣ୍ଡା ଓ କୁନ୍ଥା ପୁର୍ତି ଏକ ବାଇକରେ ନିଜ ଗ୍ରାମକୁ ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ୨ ଟାରେ ସିନ୍ଦୁରକଲି ଆଶ୍ରମ ନିକଟସ୍ଥ ବୁଲାଣି ଠାରେ ଭାରସାମ୍ୟ ହରାଇ ବାଇକ୍ ରୁ ଛିଟିକି ପଡିଥିଲେ। ରାସ୍ତାରେ ଯାଉଥିବା ବାଟୋଇ ମାନେ ନାକଟିଦେଉଳ ଦମକଳ ବାହିନୀକୁ ଖବର ଦେବା ପରେ ଘଟଣା ସ୍ଥଳକୁ ଦମକଳ ବାହିନୀ ଯାଇ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ନାକଟିଦେଉଳ ଡାକ୍ତରଖାନାରେ ଭର୍ତି କରିଥିବା ଜଣା ପଡିଛି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଜାତୀୟ ରାଜପଥ ୨୬ ଗଞ୍ଜେଇ ଚାଲାଣର ମୂଖ୍ୟ ରାଜପଥ ପାଲଟିଛି। ଗତକାଲି ବୋଇତି କଖାରୁ ବୋଝେଇ ସ୍ୱରାଜ ମଜଡା ମିନି ଟ୍ରକ ଭିତରେ ୫୭୩ କେଜି ଗଞ୍ଜେଇ ଉତ୍ତର ପ୍ରଦେଶ ଚାଲାଣ କରାଯାଉଥିବା ବେଳେ କେସିଙ୍ଗା ପୋଲିସ ଦ୍ୱାରା ଜବତ କରାଯାଇ ସୁବାସ ଚୌଧୂରୀ ଓ ନିତିନ ଚୌଧୂରୀ ନାମକ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ରାୟଗଡା ଜିଲ୍ଲା ପଦମପୁର ଠାରୁ ଉତ୍ତରପ୍ରଦେଶ ସ୍ଥିତ ଗଜିଆବାଦକୁ ଯାଉଥିବା ବୋଇତିକଖାରୁ ଭର୍ତ୍ତି ମିନିଟ୍ରକ ଭିତରେ ୨୮୦ ପାକେଟରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚାଲାଣ କରାଯାଉଥିବା ବେଳେ ପୋଲିସ ଜବତ କରିଥିବା ପ୍ରକାଶ। ସେହିପରି ଏକ ବୋଲେରୋ ପିକଅପ ଭେନରେ ମକା ବୋଝେଇ କରାଯାଇ ସେମଧ୍ୟରେ ୧୧୯ ଟି ପାକେଟ କରାଯାଇ ୬୧୯ କେଜି ଗଞ୍ଜେଇ ଚାଲାଣ ସମୟରେ କେସିଙ୍ଗା ପୋଲିସ ଜବତ କରିଥିବା ଜଣାପଡିଛି। ଏକ ଫର୍ଜୀ ନମ୍ବର ଲଗାଯାଇଥିବା ବୋଲେରୋ ପିକଅପ ଭ୍ୟାନ…
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଆଫଗାନିସ୍ତାନରେ ନୂତନ ସରକାର ଗଠନ କରାଯାଇଛି। ଆଫଗାନିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବେ ମୁଲ୍ଲା ହାସନ ଅଖୁନ୍ଦ। ସିରାଜୁଦ୍ଦିନ ହକ୍କାନି ଗୃହମନ୍ତ୍ରୀ ହେବେ। ଉପ-ପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ଅବଦୁଲ ଘାନି ବାରଦରଙ୍କୁ ନିଯୁକ୍ତ କରାଯାଇଛି। ମୁଲ୍ଲା ୟାକୁବ ଆଫଗାନିସ୍ତାନର ନୂତନ ପ୍ରତିରକ୍ଷା ମନ୍ତ୍ରୀ ହେବେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଗହମ ଏବଂ ଅନ୍ୟାନ୍ୟ ଫସଲ ଉପରେ ଏମଏସପି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇପାରେ। ପିଏମ ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଟେଲିକମ୍ ଏବଂ ଟେକ୍ସଟାଇଲ୍ କ୍ଷେତ୍ର ପାଇଁ ରିଲିଫ୍ ପ୍ୟାକେଜ୍ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ। ସୂଚନା ଅନୁଯାୟୀ, ୯ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। କେବଳ ଏତିକି ନୁହେଁ, ସାଂପ୍ରତିକ ସମୟରେ କୃଷକ ସଂଗଠନଗୁଡ଼ିକ ସେମାନଙ୍କର ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଆଜି ନିଜେ କୃଷକ ସଂଗଠନ ହରିୟାଣାର କରନାଲରେ ମହାପଞ୍ଚାୟତ ପରେ ଛୋଟ ସଚିବାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ। ଏହା ପରେ ଭାରତୀୟ କିଷାନ ୟୁନିଅନ (ବି.କେ.ୟୁ) ନେତା ରାକେଶ ଟିକାଏତ ଟ୍ୱିଟ କରି କହିଛନ୍ତି ଯେ, ଆମେ କୃଷକ ସାଥୀମାନଙ୍କ ସହିତ ଛୋଟ ସଚିବାଳୟ କରନାଲରେ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୫୬, କଟକରୁ ୬୫, ବାଲେଶ୍ବରରୁ ୫୯, ଯାଜପୁରରୁ ୩୨, ମୟୂରଭଞ୍ଜରୁ ୨୬, କେନ୍ଦ୍ରାପଡାରୁ ୨୧, ଅନୁଗୁଳରୁ ୧୮, ପୁରୀରୁ ୧୯, ଜଗତସିଂହପୁରରୁ ୧୮, ସୁନ୍ଦରଗଡରୁ ୧୬, ଢେଙ୍କାନାଳରୁ ୧୨, ଦେବଗଡରୁ ୧୧, ନୟାଗଡରୁ ୧୧, ଝାରସୁଗୁଡାରୁ ୭, ସମ୍ବଲପୁରରୁ ୭, ଭଦ୍ରକରୁ ୬, ବୌଦ୍ଧରୁ ୫, ଗଞ୍ଜାମରୁ ୫, କେନ୍ଦୁଝରରୁ ୫, ରାୟଗଡାରୁ ୫, ବରଗଡରୁ ୩, କଳାହାଣ୍ଡିରୁ ୩, କନ୍ଧମାଳରୁ ୩, କୋରାପୁଟରୁ ୩, ଗଜପତିରୁ ୨, ମାଲକାନଗିରିରୁ ୨, ନୂଆପଡାରୁ ୨, ବଲାଙ୍ଗୀରିରୁ ୧ ଏବଂ ଷ୍ଟେଟ ପୁଲରୁ ୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୮ ହଜାର ୫୯୧ ଜଣ ସୁସ୍ଥ…

