ଗୁରୁ ଗ୍ରହଙ୍କୁ ବ୍ରହ୍ମସ୍ପତି ବା ଦେବ ଗ୍ରହ ମଧ୍ୟ କୁହାଯାଏ। ହିନ୍ଦୁ ଧର୍ମରେ ପ୍ରତ୍ୟେକ ଗ୍ରହର ନିଜସ୍ୱ ଗୁରୁତ୍ୱ ରହିଛି। ଯଦି କୌଣସି ଗ୍ରହ ରାଶିଫଳରେ ଖରାପ ପ୍ରଭାବ ପକାଉଛି, ଯାହା ଆମ ଜୀବନକୁ ପ୍ରଭାବିତ କରିଥାଏ। ସେହିଭଳି ବୃହସ୍ପତି ଗ୍ରହ ଭାଗ୍ୟ ଏବଂ ବିବାହିତ ଜୀବନର କାରଣ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ବୃହସ୍ପତି ଗ୍ରହ ଯଦି ଜଣେ ବ୍ୟକ୍ତିଙ୍କ ରାଶିଫଳରେ ଶକ୍ତିଶାଳୀ, ତେବେ ସେହି ବ୍ୟକ୍ତି ଜୀବନରେ ଅନେକ ସଫଳତା ପାଇଥାଏ। ସେ ବହୁତ ଅଗ୍ରଗତି କରନ୍ତି। ସେହି ବ୍ୟକ୍ତିଙ୍କର ବହୁତ ଜ୍ଞାନ ହାସଲ ହୋଇଥାଏ। ଏହା ସହିତ, ବ୍ୟକ୍ତିର ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ ହେବାକୁ ଲାଗେ। କିନ୍ତୁ ଅନ୍ୟ ପଟେ ଯଦି ବୃହସ୍ପତି ଗ୍ରହ ରାଶିଫଳରେ ଦୁର୍ବଳ, ତେବେ ସେହି ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ। କରାଯାଉଥିବା କାର୍ଯ୍ୟ ଖରାପ ହେବା ଆରମ୍ଭ କରେ, କୌଣସି କାର୍ଯ୍ୟରେ ସଫଳତା ମିଳେନାହିଁ…
Author: Samikhsya Bureau
ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଭାରତୀୟ ଷ୍ଟାମ୍ପ ଆଇନ ୧୮୯୯ର ସଂଶୋଧନ ଆଜି ବିଧାନସଭାରେ ପାରିତ ହୋଇଛି । ଏହା ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ୍ ବୃଦ୍ଧିରେ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସୁଲଭ ଦରରେ ଘର ମିଳିପାରିବ । ଏହି ସଂଶୋଧିତ ବ୍ୟବସ୍ଥା ଅନୁସାରେ ସ୍ଥାବର ସଂପତ୍ତିର ବିକ୍ରି ଚୁକ୍ତିନାମା, ଡେଭଲପ୍ମେଣ୍ଟ ଚୁକ୍ତି, ନିର୍ମାଣ ଚୁକ୍ତି ଏବଂ ପାୱାର ଅଫ୍ ଆଟର୍ଣ୍ଣି ପ୍ରଦାନ ନିମନ୍ତେ ୨ ପ୍ରତିଶତ ଷ୍ଟାମ୍ପ ଆଦାୟ କରାଯିବ। ଯେତେବେଳେ ନିର୍ଦ୍ଦିଷ୍ଟ ସଂପତ୍ତି ଉପରେ ଯଦି ଜଣେ ବ୍ୟକ୍ତି ଡେଭଲପ୍ମେଣ୍ଟ ଚୁକ୍ତି ଏବଂ ପାୱାର ଅଫ୍ ଆଟର୍ଣ୍ଣି ସଂପାଦନ କରନ୍ତି ଏବଂ ଡେଭଲପମେଣ୍ଟ ଚୁକ୍ତି ନିମନ୍ତେ ୨ ପ୍ରତିଶତ ଷ୍ଟାମ୍ପଡ୍ୟୁୟଟି ନିଆଯାଇଥାଏ ତେବେ ପାୱାର ଅଫ୍ ଆଟର୍ଣ୍ଣି ଉପରେ କେବଳ ମାତ୍ର ଏକ ହଜାର ଟଙ୍କା ଆଦାୟ କରାଯିବ। ଏହା ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ୍ ପ୍ରକଳ୍ପ ବାବଦରେ ହେଉଥିବା…
ମେଷ: – ଆଜି କେତେକ ସମସ୍ୟା ଆସିପାରେ। ଭାଗ୍ୟ ଉପରେ ନିର୍ଭର କର ନାହିଁ। କଠିନ ପରିଶ୍ରମ କର। ଆୟ ସ୍ୱାଭାବିକ ହେବ। ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ। ସ୍ୱାସ୍ଥ୍ୟ ଭଲ ହେବ। ପ୍ରେମ ଜୀବନରେ କିଛି ସମସ୍ୟା ହୋଇପାରେ। ବିବାହିତ ଲୋକମାନଙ୍କର ଘରୋଇ ଜୀବନ ପ୍ରେମରେ ପରିପୂର୍ଣ୍ଣ ହେବ। ଆପଣଙ୍କ ପ୍ରିୟ କିଛି ବିଷୟରେ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି। ଆପଣ ଅନ୍ୟ କୌଣସି ଚାକିରୀ ପାଇଁ ଆବେଦନ କରିବେ। ବୃଷ: – ଆପଣ ମାନସିକ ଚାପରୁ ମୁକ୍ତି ପାଇବେ। ଆୟ ବୃଦ୍ଧି ପାଇବ। ଖର୍ଚ୍ଚ ହ୍ରାସ ପାଇବ। ଘର ଜୀବନ ସ୍ନେହପୂର୍ଣ୍ଣ ହେବ। ଭବିଷ୍ୟତ ବିଷୟରେ ତୁମେ ତୁମର ସାଥୀ ସହିତ ଏକ ବଡ ଯାତ୍ରା ଯୋଜନା କରିପାରିବ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଆଜି ମଧ୍ୟ ବହୁତ ଖୁସି ସମୟ ପାଇବେ। କାର୍ଯ୍ୟ ସହିତ କଠିନ ପରିଶ୍ରମ କରିବାକୁ ଧ୍ୟାନ ଦେବାକୁ ପଡିବ। ମିଥୁନ:…
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୫୬ଟି ପରିବହନ ବିମାନ କିଣିବ। ଏନେଇ ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଅନୁମତି ଦେଇଛନ୍ତି। ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ (ସ୍ପେନ) ଓ ଟାଟା ପ୍ରକଳ୍ପର ୫୬ଟି C-295MW ପରିବହନ ବିମାନ କିଣିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛନ୍ତି। ଏହି ବିମାନ ଗୁଡ଼ିକ କିଣିବା ପାଇଁ ପ୍ରାୟ ୨୦ ହଜାରରୁ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ମୋଟ ୫୬ଟି ବିମାନରୁ ୧୬ଟି ଉଡ଼ାନ୍ତ ଅବସ୍ଥାରେ ସ୍ପେନ ସିଧାସଳଖ ଭାରତକୁ ଦେବ। ଚୁକ୍ତି ସ୍ୱାକ୍ଷର ହେବାର ୪୮ ମାସ ମଧ୍ୟରେ ଏଗୁଡ଼ିକର ଡେଲିଭରୀ ହେବ। ବାକି ୪୦ ବିମାନକୁ ଭାରତରେ ଟାଟା ପକ୍ଷରୁ ୧୦ ବର୍ଷ ମଧ୍ୟରେ ତିଆରି କରି ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯିବ। ପ୍ରଥମ ଥର ପାଇଁ ପ୍ରତିରକ୍ଷା ବିମାନ କୌଣସି ଭାରତୀୟ ଘରୋଇ କମ୍ପାନୀ ତିଆରି କରିବ। ୬୦ ବର୍ଷ ତଳେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ଅଭ୍ରୋ…
ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଐତିହାସିକ କ୍ରୀଡ଼ା ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅବାଦନକୁ ସାରା ବିଶ୍ୱ ପ୍ରଶଂସା କରିଥିବାବେଳେ ଏଥିନେଇ ଏକ ସଂକଳ୍ପ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଏହି ସମୟ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି ୬୮ତମ ରାଜ୍ୟ ସିିନିୟର ଆଥ୍ଲେଟିକ୍ ଚମ୍ପିଅନ୍ସିପ୍ । ଆଜି ଏହାର ଦ୍ୱିତୀୟ ଦିବସରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି କଳିଙ୍ଗ ଷ୍ଟାଡିୟମ୍ ଗସ୍ତରେ ଯାଇ କ୍ରୀଡ଼ାବିତ୍, କୋଚ୍ ଏବଂ ଅଫିସିଆଲମାନଙ୍କ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ଆଜି ଏହି ପ୍ରତିଯୋଗିତାରେ ଯୋଗଦେବା ସହିତ ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ, କୋଚ୍ ଏବଂ ଅଫିସିଆଲ୍ମାନଙ୍କ ସହ ଆଲୋଚନା କରିଥିଲେ । ଏଠାକାର ପରିବେଶ, ଦିଆଯାଉଥିବା ସୁବିଧାସୁଯୋଗ ଏବଂ ରାଜ୍ୟ କ୍ରୀଡ଼ାକୁ ଅଧିକ ଆଗକୁ ନେବା ଲାଗି ଆଉ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମ ନିକଟରେ ଏକ ଲୁଟ ହୋଇଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବେରୁଆଁବାଡ଼ି ଗ୍ରାମର ପ୍ରସନ୍ନ ସ୍ୱାଇଁଙ୍କ ପତ୍ନୀ ପ୍ରଭାସିନୀ ସ୍ୱାଇଁ ଏକ ସ୍କୁଟି ଯୋଗେ ବାଣପୁରରୁ ନିଜ ଗ୍ରାମକୁ ଫେରୁଥିଲେ। ସେହି ସମୟରେ ସାଲୁଣି ଗ୍ରାମ ନିକଟରେ ବିପରୀତ ଦିଗରୁ ହଠାତ ତିନି ଜଣ ଦୁର୍ବୁତ୍ତ ଏକ ବାଇକ ଯୋଗେ ଆସି ପ୍ରଭାସିନୀଙ୍କୁ ଡରାଇ ଧମକାଇ ତାଙ୍କର ଏକ ସୁନା ଚେନ ଲୁଟିକରି ନେଇଯାଇଥିଲେ। ଏ ନେଇ ସନ୍ଧ୍ୟାରେ ପ୍ରଭାସିନୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ବାଣପୁର ପୋଲିସ ତନାଘନା ଆରମ୍ଭ କରିଦେଇଛି।
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ଖେଳାଯିବାକୁ ଥିବା ୨୦୨୧ ଟି -୨୦ ବିଶ୍ୱକପ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହା ବ୍ୟତୀତ ବିସିସିଆଇ ତିନି ଜଣ ଅତିରିକ୍ତ ଖେଳାଳିଙ୍କୁ ମଧ୍ୟ ଚୟନ କରିଛି। ଯେଉଁମାନେ ଟିମ୍ ଇଣ୍ଡିଆ ସହିତ ଯିବେ। ଏଥି ସହିତ ବିସିସିଆଇ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ବିଶ୍ୱକପ ପାଇଁ ଏକ ବଡ଼ ଦାୟିତ୍ଵ ଦେଇଛି। ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ: ଟି -୨୦ ବିଶ୍ୱକପରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଅକ୍ଟୋବର୨୪ ତାରିଖରେ ଖେଳାଯିବ। ଏହା ପରେ ଟିମ୍ ଇଣ୍ଡିଆ ଅକ୍ଟୋବର ୩୧ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ଏବଂ ନଭେମ୍ବର ୫ ତାରିଖରେ ସୁପର ୧୨ ରେ ଯୋଗ୍ୟତା ଦଳ (ବି -୧) ବିରୋଧରେ ଖେଳିବ।…
ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିରୋଧୀ ଦଳର କର୍ମୀଙ୍କୁ ଆକ୍ରମଣ ଏବଂ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବାହର ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବିନ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀରୁ ମୁଖ୍ୟମନ୍ତ୍ରୀ ବହିସ୍କୃତ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଅନୁରୂପ ଭାବେ ଉକ୍ତ ଘଟଣାର ଭିଡ଼ିଓକୁ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ କଏଦ କରୁଥିବା ସମୟରେ ଚିଲିକା ବିଧାୟକ ଜନୈକ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ମୋବାଇଲଟିକୁ ଛଡାଇ ନେଇଯାଇଥିବାର…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୦୫, କଟକରୁ ୫୦, ଯାଜପୁରରୁ ୩୬, ବାଲେଶ୍ଵରରୁ ୩୧, କେନ୍ଦ୍ରାପଡାରୁ ୨୮, ପୁରୀରୁ ୨୧, ମୟୂରଭଞ୍ଜରୁ ୨୦, ଅନୁଗୁଳରୁ ୧୭, ଢେଙ୍କାନାଳରୁ ୧୪, ସମ୍ବଲପୁରରୁ ୧୨, ଜଗତସିଂହପୁରରୁ ୧୧, କେନ୍ଦୁଝରରୁ ୧୧, ବୌଦ୍ଧରୁ ୧୦, ଦେବଗଡରୁ ୯, ରାୟଗଡାରୁ ୯, ସୁନ୍ଦରଗଡରୁ ୮, ଭଦ୍ରକରୁ ୭, ନୟାଗଡରୁ ୭, ଗଞ୍ଜାମରୁ ୬, କନ୍ଧମାଳରୁ ୫, ବରଗଡରୁ ୪, କୋରାପୁଟରୁ ୩, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୯ ହଜାର ୧୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି କର୍ମୀଙ୍କୁ ଆକ୍ରମଣ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦ୍ୱାରା ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ଖବର ପାଇ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀମାନେ ଏହାକୁ ବିରୋଧ କରିବା ସହ ଏନଏସି ଅଂଚଳର ବିଭିର୍ଣ୍ଣ ସମସ୍ୟାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିବାକୁ ଉଦ୍ୟତ ହେଉଥିବା ସମୟରେ ହଠାତ ଚିଲିକା ବିଧାୟକ ସେଠାରେ ପହଞ୍ଚିଥିଲେ। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ, ଶେଷରେ ଉଭୟ…
ଭୁବନେଶ୍ୱର: କୋଭିଡ୍ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତିଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶିକାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି। ବିଶେଷ କରି ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଛି ସେମାନଙ୍କୁ ଏହି ସଂକ୍ରମଣ ହେଉଛି ବୋଲି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)ର କ୍ରିଟିକାଲ କେୟାର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ବାନାମ୍ବର ରାୟ କହିଛନ୍ତି। ଏହିପରି ଟୀକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଭଲ ହେବା ନିମନ୍ତେ ଅଧିକ ସମୟ ଲାଗୁଛି ବୋଲି ପ୍ରଫେସର ରାୟ ବୁଧବାର ପ୍ରକାଶ କରିଛନ୍ତି। ଦୁଇଟି ଟୀକା ନେଇଥିବା ସତ୍ୱେ ଅନେକ ବ୍ୟକ୍ତି କୋଭିଡ୍ ସଂକ୍ରମିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ମଧ୍ୟ ହୋଇପଡ଼ୁଛନ୍ତି। ଭାଇରସ୍ ତା’ର ରୂପ ବଦଳାଉଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଥିବା ଲୋକ ଗୁରୁତର ହୋଇପଡ଼ୁଛନ୍ତି। ଏହାକୁ ଡାକ୍ତରୀ ଭାଷାରେ ବ୍ରେକ୍ ଥ୍ରୁ ଇନ୍ଫେକ୍ସନ୍…
ଭୁବନେଶ୍ବର: ଶେଷରେ ରାଜ୍ୟ କଂଗ୍ରେସର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ କମିଟର ସୁପାରିଶ ପରେ ଏଆଇସିସି ଏହି ବିଜ୍ଞପ୍ତି ଜାରୀ କରିଛି। ସେହି ଅନୁସାରେ ସଭାପତି ଭାବେ ନିରଂଜନ ପଟ୍ଟନାୟକ ରହିଥିବା ବେଳେ ଉପସଭାପତି 12 ଜଣ ଅଛନ୍ତି। ତେବେ ଜଣାନ୍ତୁ କାହାକୁ କେଉଁ ପଦବୀ ମିଳିଛି।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃୃତ୍ବାଧିନ ସରକାର ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷପେ ଗ୍ରହଣ କରିଛନ୍ତି। ମୋଟ ୧୦,୬୮୩ କୋଟି ଟଙ୍କାର ବ୍ୟୟବରାଦ ସହିତ ଏମଏମଏଫ ପୋଷାକ, ଏମଏମଏଫ କପଡ଼ା ଏବଂ ବୈଷୟିକ ବସ୍ତ୍ରର ୧୦ଟି ଉତ୍ପାଦ ନିମନ୍ତେ ବୟନ ଶିଳ୍ପ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ବୟନ ଶିଳ୍ପ ପାଇଁ ସରକାର ପିଏଲଆଇ ଯୋଜନା ସହିତ ଆରଓଏସସିଟିଏଲ, ଆରଓଡିଟିଇପି ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ମୂଳକ ପଦକ୍ଷପେ ଗ୍ରହଣ କରିଛନ୍ତି। ପ୍ରତିଦ୍ବନ୍ଦ୍ବିତା ମୂଳକ ମୂଲ୍ୟରେ କଞ୍ଚାମାଲ ଉପଲବ୍ଧ କରାଇବା, କୌଶଳ ବିକାଶ ଦ୍ୱାରା ବୟନ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ମଧ୍ୟ ହେବ। ଏହି ଯୋଜନା ଫଳରେ ଓଡ଼ିଶା ସମତେ ଗୁଜରାଟ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଆଦି ରାଜ୍ୟ ଉପକୃତ ହୋଇପାରିବେ। ୨୦୨୧-୨୨…
ଭୁବନେଶ୍ୱର: ଓଡିଶା କୃଷି ବିଶ୍ୱବିଦ୍ୟାଳୟ ବା ଓୟୁଏଟି ରେ କୁଳପତି ଓ କୁଳସଚିବଙ୍କ ଶ୍ରମିକ ମାରଣ ନୀତି ତଥା ବର୍ଷ ବର୍ଷ ଧରି କାଜୁଆଲ କର୍ମଚାରୀ ଶ୍ରମିକ ମାନଙ୍କୁ ଆଉଟ ସୋର୍ସିଙ୍ଗ ଠିକାଦାର ନିକଟରେ ପଞ୍ଜି କରଣ କରି କାମ କରିବା କୁ ନିର୍ଦ୍ଦେଶ ବିରୁଦ୍ଧରେ ଆଜି ଓ ୟୁ ଏ ଟି ଶ୍ରମିକ ୟୁନିୟନର ଶହ ଶହ ଶ୍ରମିକ କର୍ମଚାରୀ ଆସି ଓଡ଼ିଶା ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୟୁନିୟନ ଉପସଭାପତି ଶ୍ରମିକ ନେତା ପ୍ରଦୀପ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ମୁଖ୍ୟ ବକ୍ତା ଭାବରେ ଭାଷଣ ଦେଇ OUAT ର ରାଜ୍ୟ ସଭାପତି ତଥା ୟୁନିଅନ ର ସଭାପତି ଜନାର୍ଦ୍ଦନ ପତି ଓୟୁଏଟି ର ଠିକାଦାର ନିଯୁକ୍ତି କୁ ତୀବ୍ର ନିନ୍ଦା କରିଥିଲେ। ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଧେଶ କାର୍ୟ୍ୟକାରୀ କରି ଇ ପି ଏଫ , ଇ ଏସ ଆଇ , ଶ୍ରମିକ ମାନଙ୍କୁ…
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର କେତେକ ପ୍ରଶାସନିକ ମଞ୍ଜୁରି ପ୍ରାପ୍ତ ଉନ୍ନୟନ କାର୍ଯ୍ୟ ସକାଶେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ୫୨ଟି ପ୍ରକଳ୍ପ ପାଇଁ ସର୍ବାଧିକ ୧ କୋଟି ୮୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ଅର୍ଥରେ ଜିଲ୍ଲାରେ ବିଜୁଳି ଯୋଗାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ରାସ୍ତା ଓ ଗମନାଗମନ ବ୍ୟବସ୍ଥା ଓ କମୁ୍ୟନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ଆଦି ରହିଛି । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୪୭ ପ୍ରକଳ୍ପ ନିମନ୍ତେ ୧ କୋଟି ୩୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଏଥିରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ସହ କମ୍ୟୁନିଟି ସେଣ୍ଟର ଓ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ । ସମ୍ବଲପୁର ଜିଲ୍ଲାରେ ରାସ୍ତା ନିର୍ମାଣ ଓ ରାସ୍ତାର ଉନ୍ନତିକରଣ ନିମନ୍ତେ…
ସ୍ୱାସ୍ଥ୍ୟ ଟିପ୍ସ: ବଦଳୁଥିବା ଏହି ଦ୍ରୁତ ଗତିଶୀଳ ଜୀବନରେ ଲୋକମାନେ ପ୍ରାୟତଃ ନିଜ ଯତ୍ନ ନେବାକୁ ଅସମର୍ଥ। ଏହାର ପ୍ରଭାବ ଅନେକ ରୋଗ ପାଇଁ ଆମନ୍ତ୍ରଣ ହୋଇପାରେ। କଳାଜୀରା ବିଷୟରେ କୁହାଯାଏ ଯେ ଏହା ଏକ ସଞ୍ଜୀବନୀ ଔଷଧ ପରି କାର୍ଯ୍ୟ କରେ। ଏହାକୁ ଖାଇବା ଦ୍ୱାରା ଆପଣ ସବୁଠାରୁ ବଡ ରୋଗରୁ ମୁକ୍ତି ପାଇପାରିବେ। ଭାରତୀୟ ରୋଷେଇ ଘରର ଏପରି ଏକ ମସଲା, ଯାହା ଆପଣଙ୍କୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଖାଦ୍ୟରେ ସ୍ୱାଦ ବଢାଇବା ସହିତ ଅନେକ ଉପାୟରେ ଉପକୃତ ହୋଇପାରେ। ଆମେ କଳାଜୀରା ବିଷୟରେ କହୁଛୁ, ଯାହାକୁ କ୍ଷୀରରେ ମିଶାଇ ପିଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିପାରିବ। କଳାଜୀରା ସହିତ ଜଡିତ ଏହିପରି କିଛି ଲାଭ, ଯାହା ଦ୍ଵାରା ଆପଣ ଆପଣଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଅନୁସରଣ କରି ନିଜର ଯତ୍ନ ନେଇପାରିବେ। ଏହି ରୋଗରେ କଳାଜୀରା ଲାଭଦାୟକ ଅଟେ: – ଖରାପ କୋଲେଷ୍ଟ୍ରଲର ସ୍ତରକୁ ହ୍ରାସ କରିବାରେ କଳାଜୀରା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ରବି ବିପଣନ ଋତୁ (ଆରଏମଏସ) ପାଇଁ ସମସ୍ତ ସୂଚୀଭୁକ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ଫସଲର ସୁନିଶ୍ଚିତ ଲାଭଜନକ ମୂଲ୍ୟ ପ୍ରଦାନ କରିବାର ଲକ୍ଷ୍ୟ ନେଇ ସରକାର ୨୦୨୨-୨୩ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। ପୂର୍ବ ବର୍ଷ ତୁଳନାରେ କେତେକ ନିର୍ଦ୍ଦିଷ୍ଟ ଫସଲରେ ସର୍ବୋଚ୍ଚ ଏମଏସପି ବୃଦ୍ଧି ପାଇଁ ସୁପାରିସ କରାଯାଇଛି। ଏହି ଫସଲଗୁଡ଼ିକ ମଧ୍ୟରେ ରହିଛି ମସୁର, ତୈଳ ବୀଜ ଓ ସୋରିଷ। ଏହି ତିନୋଟି ଫସଲରେ କୁଇଣ୍ଟାଲ ପ୍ରତି ୪୦୦ ଟଙ୍କା ଲେଖାଏଁ ଏମଏସପି ବୃଦ୍ଧି କରାଯାଇଛି। ସେହିପରି ଚଣାରେ କୁଇଣ୍ଟାଲ ପ୍ରତି ଏମଏସପି ୧୩୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବବର୍ଷ ତୁଳନାରେ କୁସୁମ ଉପରେ କୁଇଣ୍ଟାଲ ପ୍ରତି…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ରେ ପ୍ରତ୍ୟେକ ଖେଳାଳିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମ୍ୟାଚ୍ ସମୟରେ ବୋଲର, ଫିଲ୍ଡର, ବ୍ୟାଟ୍ସମ୍ୟାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦଳର ଭଲ ପ୍ରଦର୍ଶନ ପାଇଁ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଭଲ ପ୍ରଦର୍ଶନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ରିକେଟ୍ ମ୍ୟାଚ୍ ରେ ଆପଣ ନିଶ୍ଚୟ ଦେଖିଥିବେ ଯେ ପ୍ରତ୍ୟେକ ମ୍ୟାଚ୍ ରେ କିଛି ଖେଳାଳି ନିଶ୍ଚିତ ଭାବରେ ମ୍ୟାଚ୍ ବିଜେତା ଭାବରେ ବାହାରକୁ ଆସନ୍ତି। ଯେଉଁ ଖେଳାଳି ମ୍ୟାଚରେ ସର୍ବୋତ୍ତମ ପ୍ରଦର୍ଶନ କରନ୍ତି ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆଖ୍ୟା ଦିଆଯାଏ। ପ୍ଲେୟାର ଅଫ୍ ମ୍ୟାଚ୍ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ, ଯଦିଓ ଦଳ ହାରିଯାଏ, ତଥାପି ଭଲ ପଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ପ୍ଲେୟାର ଅଫ୍ ମ୍ୟାଚ୍ ଜିମିଳିପାରିବ। ଭାରତର ଏପରି ପାଞ୍ଚ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଭାରତରୁ ଅଧିକାଂଶ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ଟାଇଟଲ୍ ଜିତିଛନ୍ତି।…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ବାହାର ରାଜ୍ୟର ଅନୁପ୍ରବେଶ କାରୀମାନଙ୍କର ଆଡ୍ଡା ଜମିବାରେ ଲାଗିଛି। ଘଂଚ ଅରଣ୍ୟ ଭିତରକୁ ଅନାୟାସରେ ପ୍ରବେଶ କରି ସେମାନେ ଜଙ୍ଗଲକୁ କାଟି ବସତି ସ୍ଥାପନ କରୁଛନ୍ତି। ଏ ସଂପର୍କରେ ବନ ବିଭାଗ ମଧ୍ୟ ଜାଣି ପାରୁ ନ ଥିବା ଅଭିଯୋଗ ହେଉଛି। ଏବେ ଏହି ଅନୁପ୍ରବେଶ କାରୀମାନଙ୍କ ପାଇଁ ରେଢାଖୋଲ ବନଖଣ୍ଡର ଗାଁ ଗୁଡିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେ ପଟେ ତହସିଲ୍ ବିଭାଗ ମୋଟା ଅଙ୍କର ଫାଇଦା ପାଇ ଅନୁପ୍ରବେଶ କାରୀମାନଙ୍କୁ ଜମିପଟ୍ଟା ପ୍ରଦାନ କରୁଥିବା ବେଳେ ଏ ପଟେ ବନବିଭାଗ ଅନୁପ୍ରବେଶ କାରୀମାନଙ୍କୁ ଧରିବାରେ ସଫଳ ହେଉଛି। ରେଢାଖୋଲ ବନଖଣ୍ଡ ବଡବାହାଳ ରେଞଅଧିନସ୍ଥ ଟାଲ ଜଙ୍ଗଲରେ ବହୁ ଅନୁପ୍ରବେଶ କାରୀ ଆସି ଜଙ୍ଗଲକୁ ପଦା କରି ବସତି ସ୍ଥାପନ କରିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିଷରପାଟଣା ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରାସ୍ତା ମଝିରେ ଠିଆ ହୋଇଥିବା ଗାଡିଟି ଅଚାନକ ଷ୍ଟାର୍ଟ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ଆହତ ହୋଇଥିବାବେଳେ ଏକାଧିକ ବ୍ୟକ୍ତି ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ବିଷରପାଟଣା ଛକ ରାସ୍ତାକଡ଼ରେ ଜଣେ ବ୍ୟକ୍ତି ନିଜର ଓଆର-୦୭ଏଫ-୭୬୫୬ ନମ୍ବର ବିଶିଷ୍ଟ ମାରୁତି-୮୦୦ ଗାଡ଼ିକୁ ରଖି ବଜାର କାର୍ଯ୍ୟ କରୁଥିଲେ। ଉକ୍ତ ଗାଡ଼ିରେ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ମଧ୍ୟ ଉପସ୍ଥିତ ଥିଲେ। ତେବେ ହଠାତ କୌଣସି କାରଣ ବଶତଃ ଗାଡିଟି ଷ୍ଟାର୍ଟ ହୋଇଯାଇଥିଲା ଏବଂ କ୍ଷିପ୍ରଗତିରେ ଆଗକୁ ବଢିବାକୁ ଲାଗିଥିଲା। ତେବେ ସୌଭାଗ୍ୟବଶତଃ ଗାଡିଟି ସିଧା ନ ଯାଇ ଡାହାଣ ପାର୍ଶ୍ୱକୁ ବୁଲିଯାଇଥିଲା। ଯାହା ଫଳରେ ମାତ୍ର ୫୦ ମିଟର ଆଗକୁ ଯାଇ ଏକ ବାଇକକୁ ଧକ୍କା ଦେଇ ଖୁଣ୍ଟକୁ ପିଟିବାରୁ ଇଞ୍ଜିନ ବନ୍ଦ ହୋଇଯାଇଥିଲା। ତେବେ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି (ସେପ୍ଟେମ୍ବର ୯ ତାରିଖ) ରେ ୨ ହଜାର ୨ ଶହ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଅଛି। ଏ ନେଇ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- କୃତିବାସ ଭବନ: – ୫୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୨୦ ଡୋଜ ୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ: – ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ ୩- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର…

