Author: Samikhsya Bureau

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୟଥପଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇପଡିଛନ୍ତି। ମୃତକଜଣଙ୍କ କୟଥପଲା ଗ୍ରାମର ଗଣେଷ ବାରିକ ବୋଲି ଜଣାପଡିଛି। ଗଣେଷଙ୍କ ବାପା କୁହୁଡି ଫାଣ୍ଡିରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରନ୍ତି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଗଣେଷ ଏକ ବାଇକ୍ ଯୋଗେ ନିଜ ବଡ ବୋଉଙ୍କୁ ଧରି ନାଚୁଣୀ ଅଭିମୁଖେ ଯାଉଥିବା ବେଳେ କୟଥ ପଲା ଛକ ଠାରେ ଏକ ହାଇୱା ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ରୁ ଗଣେଷ ଛିଟିକି ପଡିଥିଲେ। ପରେ ତାଙ୍କ ମୁଣ୍ଡ ଉପରେ ଟ୍ରଲର ଚକ ଚଢି ଯାଇଥିଲା। ଘଟଣା ସ୍ଥଳରେ ଗଣେଷଙ୍କର ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ ତାଙ୍କର ବଡ ବୋଉଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ…

Read More

ଭୁବନେଶ୍ୱର: ବିଶ୍ୱ ସମ୍ୱିଧାନ ଦିବସ ଅବସରରେ ଲୋକସଭା ପାର୍ଲ୍ୟାମେଣ୍ଟ, ନୂଆ ଦିଲ୍ଲୀ ତରଫରୁ ଏକ ଆନ୍ତର୍ଜାତିୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭିଡିୱ କନଫେରେନ୍ସିଂ ଜରିଆରେ ବିଶ୍ୱର ଅନେକ ରାଷ୍ଟ୍ରର ବାଚସ୍ପତି ଓ ଉପବାଚସ୍ପତି ଏଥିରେ ଯୋଗ ଦେଇ ଭାରତୀୟ ଗଣତନ୍ତ୍ରକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଗଣତାନ୍ତ୍ରିକ ଓ ସାମ୍ୱିଧାନିକ ଉପାୟରେ ରାଷ୍ଟ୍ରର ବିକାଶ ନିଶ୍ଚିତ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଆନ୍ତର୍ଜାତିକ ସମ୍ମିଳନୀକୁ ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ସମ୍ୱୋଧିତ କରିଥିଲେ ଏବଂ ଭାରତୀୟ ସମ୍ୱିଧାନ ଓ ଗଣତନ୍ତ୍ରର ଗରିମାମୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଭାରତୀୟ ସମ୍ୱିଧାନର ପିତା ଡ଼ଃ ବି. ଆର୍. ଆମ୍ୱେଦକରଙ୍କ ମହାନ ସମ୍ୱିଧାନ ପରିକଳ୍ପନା ଓ ସୁଦୃଢ ଗଣତନ୍ତ୍ର ଉପରେ ଗୁରୁତ୍ୱାରୋପ ଆମ ରାଷ୍ଟ୍ର ଭାରତ ପ୍ରତି ବିଶ୍ୱର ସମସ୍ତ ରାଷ୍ଟ୍ରର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ବଢାଇଛି । ସେହି ମହାମନ…

Read More

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରୁଥିବା କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ ସେବାକୁ ବୃଦ୍ଧି କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ମଧ୍ୟରେ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଏବଂ ୧୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରାଯାଇଅଛି। ତାହା ହେଲା ସ୍ଵତନ୍ତ୍ର ଟ୍ରେନର ସେବାଗୁଡିକ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି 1: ପ୍ରତ୍ୟେକ ମଙ୍ଗଳବାର ଦିନ ହାଓଡ଼ାରୁ ଛାଡୁଥିବା ଏବଂ ଗୁରୁବାର ଦିନ ଯଶୋବନ୍ତପୁରରୁ ଛାଡୁଥିବା ୦୮୦୮୭/୦୮୦୮୮ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଏସି ସ୍ପେଶାଲ୍ ସେବା ହାଓଡ଼ା ଠାରୁ ୪ ଜାନୁଆରୀ’୨୦୨୨ ଠାରୁ ଏବଂ ଯଶୋବନ୍ତପୁରରୁ ୦୬.୦୧.୨୦୨୨ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। 2. ପ୍ରତ୍ୟକ ଶନିବାର ଦିନ ହାଓଡ଼ା ରୁ ଏବଂ ରବିବାର ଦିନ ତିରୁପତି ଠାରୁ ଛାଡୁଥିବା ୦୮୦୮୯/୦୮୦୯୦ ହାଓଡ଼ା-ତିରୁପତି-ହାଓଡ଼ା ଏସି ସ୍ପେଶାଲ୍…

Read More

ନୂଆଦିଲ୍ଲୀ: ପୁଞ୍ଜି ବିନିଯୋଗ ପାଇଁ ସୁନା ସର୍ବଦା ଏକ ଉତ୍ତମ ସମ୍ପତ୍ତି ଭାବରେ ବିବେଚନା କରାଯାଏ । ଗତ କିଛିବର୍ଷ ମଧ୍ୟରେ ସାରା ବିଶ୍ୱରେ ନିବେଶକମାନଙ୍କ ପାଇଁ ସୁନା ଏକ ସୁରକ୍ଷିତ ବିକଳ୍ପ ଭାବେ ଉଭା ହୋଇଛି । ଭାରତୀୟମାନେ ସବୁ ଉପାୟରେ ସୁନାରେ ବିନିଯୋଗ କରିବାକୁ ଚାହାଁନ୍ତି, ତେଣୁ ଯଦି ଆପଣ ମଧ୍ୟ ସୁନାରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ଏଥର ଭଲ ଲାଭ ହୋଇପାରେ । ବର୍ତ୍ତମାନ ସୁନା ଦର ଚାରି ମାସ ଧରି କମ୍ ରହିଛି ଏବଂ ଦୀର୍ଘ ସମୟ ଧରି ସୁନାରେ ବହୁତ ସକାରାତ୍ମକ ଧାରା ରହିଛି । ବଜାର ବିଶେଷଜ୍ଞମାନେ ମଧ୍ୟ ସୁନାରେ ବିନିଯୋଗ କରିବାକୁ ପରାମର୍ଶ ଦେଉଛନ୍ତି। ଆପଣ କାହିଁକି ସୁନାରେ ବିନିଯୋଗ କରିବେ? ମୁଦ୍ରାସ୍ଫୀତିକୁ ମୁକାବିଲା କରିବାରେ ସୁନା ଉପରେ ବିନିଯୋଗ ସର୍ବଦା ସଫଳ ହୋଇଛି। ଅନ୍ୟପକ୍ଷରେ, ଯଦି ଭବିଷ୍ୟତରେ ଜରୁରୀକାଳୀନ ପରିସ୍ଥିତି ଉପୁଜେ ଏବଂ ଅର୍ଥର ଆବଶ୍ୟକତା ଥାଏ,…

Read More

ନୂଆଦିଲ୍ଲୀ : ଆଜି ଅପରାହ୍ନ 5ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ନୂଆଦିଲ୍ଲୀରେ ଏହି ପିସି ହେବ। ତେବେ ଏହାକୁ ନେଇ ଦେଶର ଆର୍ଥିକ ଜଗତରେ ଏକ ଆଶା ଓ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ପୁଣିଥରେ ସୀତାରମଣ କିଛି କରୋନା ସହାୟତା ଘୋଷଣା କରିବେ କି କଣ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଅର୍ଥନୈତିକ ମହଲ ଭିନ୍ନ ପ୍ରକାରର ଆଶଙ୍କା କରିଛି। ତାହା ହେଲା ଯେ, ଦେଶରେ ବ୍ୟାଙ୍କଗୁଡିକ କ୍ଷତିରେ ଚାଲିଥିବାରୁ ସେସବୁକୁ ଆର୍ଥିକ ସହାୟତା ଘୋଷଣା କରାଯିବ। ଦେଶର ବ୍ୟାଙ୍କ ସଂଘ ଏ ନେଇ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ସାକ୍ଷାତ କରି ଆଲୋଚନା କରିଛନ୍ତି। ମୁଖ୍ୟତଃ ବ୍ୟାଡ ବ୍ୟାଙ୍କ ଘୋଷଣା କରିବା ସମ୍ଭାବନା ରହିଛି।

Read More

ଭୁବନେଶ୍ବର: ଚଳିତମାସ 30 ତାରିଖରେ ହେବ ପିପିଲି ବିଧାନସଭାର ଉପନିର୍ବାଚନ। ତେବେ କରୋନା କଟକଣା ଭିତରେ ଏହି ଉପନିର୍ବାଚନ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଚେଷ୍ଠା ଜାରୀ ରଖିଛନ୍ତି। ପ୍ରଚାର ଏବଂ ଭୋଗ ଗ୍ରହଣ ବେଳେ ଯେପରି ସଂକ୍ରାମଣ ବୃଦ୍ଧି ନ ପାଏ ସେଥିପାଇଁ ବିଭିନ୍ନ ନିତିନିୟମ ଜାରୀ ହେବାରେ ଲାଗିଛି। ସେହି ଅନୁସାରେ ଏହି ଉପନିର୍ବାଚନ ପରିଚାଳନାରେ ଭାଗ ନେବାକୁ ଥିବା ଅଧିକାରୀମାନେ ଡବଲ ଡୋଜ ଟିକା ନେବା ବାଧ୍ୟତା ମୂଳକ କରାଯାଇଛି। ଅର୍ଥାତ ଯେଉଁମାନେ ଡବଲ ଡୋଜ ଟିକା ଗ୍ରହଣ କରିଥିବେ ସେମାନଙ୍କୁ ଭୋଟ କାର୍ଯ୍ୟରେ ନିୟୋଜିତ କରାଯିବ। ଏହାକୁ ଜିଲ୍ଲାପାଳ ତଦାରଖ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସେହିପରି ଭୋଗଗ୍ରହଣ ସମୟରେ ବୁଥର ଭିଡ କମାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥ ସଂଖ୍ୟାକୁ ୭୫କୁ ବୃଦ୍ଧି କରିଛନ୍ତି। ଫଳରେ ମୋଟ 262ଟି ବୁଥରେ ଏଥର ଭୋଟ ଗ୍ରହଣ ହେବ ବୋଲି ଜଣାପଡିଛି।…

Read More

ନୂଆଦିଲ୍ଲୀ :  ଧିରେ ଧିରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୩ ଲକ୍ଷ ୪୭ ହଜାର ୩୨୫ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ସଂଖ୍ୟା ୩ ଲକ୍ଷ ୪୨ ହଜାର ୯୨୩ ରେ ପହଁଚିଛି। ସମଗ୍ର ଦେଶରେ ସମୁଦାୟ ୩ କୋଟି ୨୫ ଲକ୍ଷ ୬୦ ହଜାର ୪୭୪ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୩୦୩ ରୋଗୀ ସୁସ୍ଥ ହୋଇଛନ୍ତି।  ସେହିପରି ଗତ ୨୪ ଘଣ୍ଟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୧ ହୋଇଛି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୩ ହଜାର ୯୨୮ କୁ ବୃଦ୍ଧି ପାଇଛି।

Read More

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ଜଣଙ୍କର ପ୍ରାଣ ନେଇଛି କରୋନା। ସେମାନଙ୍କ ମଧ୍ୟରୁ କଟକରୁ ୨, ଜଗତସିଂହପୁର ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୧୮ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୮ ହଜାର ୨୯୮ରେ ପହଞ୍ଚି। ଏଥିସହିତ ୧୦ ଲକ୍ଷ ୪ ହଜାର ୧୬୪ ଜଣ ସୁସ୍ଥ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫ ହଜାର ୯୬୩ ଆକ୍ଟିଭ୍‌ କେସ୍‌ ରହିଛି।

Read More

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ମଧ୍ୟରେ ୭୭ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୩୬ ଜଣ ଏବଂ ସ୍ଥାନୀୟ ସଂକ୍ରାମଣ୨୪୪ ଜଣ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ହେଲା.. ୧- ଅନୁଗୁଳ ଜିଲ୍ଲାରୁ – ୬ ୨- ବାଲେଶ୍ୱର ଜିଲ୍ଲାରୁ – ୧୭ ୩- ବରଗଡ଼ ଜିଲ୍ଲାରୁ – ୮ ୪- ଭଦ୍ରକ ଜିଲ୍ଲାରୁ – ୭ ୫- କଟକ ଜିଲ୍ଲାରୁ – ୮୭ ୬- ଦେବଗଡ଼ ଜିଲ୍ଲାରୁ – ୨ ୭- ଢେଙ୍କାନାଳ ଜିଲ୍ଲାରୁ – ୯ ୮- ଜଗତସିଂହପୁର ଜିଲ୍ଲାରୁ – ୧୩ ୯- ଯାଜପୁର ଜିଲ୍ଲାରୁ – ୨୯ ୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୧୧ ୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦ ୧୨- କେନ୍ଦୁଝର ଜିଲ୍ଲାରୁ – ୧ ୧୩-…

Read More

ଭୁବନେଶ୍ବର: ଅନନ୍ତ ଚତୁଃର୍ଦଶୀ ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଦଶୀରେ ପଡିଥାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଅନନ୍ତ ଚତୁଃର୍ଦଶୀ ଆସନ୍ତା 19 ସେପ୍ଟେମ୍ବର 2021 ରେ ହେବ। ଆସନ୍ତୁ ଜାଣିବା ଏହି ଦିନ କେଉଁ 5 ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଉଚିତ। ଗଣେଶ ମୂର୍ତ୍ତି ବିଷର୍ଜନ: ଗଣେଶ ପୂଜା ଭଦ୍ରବମାସ ଶୁକ୍ଲ ଚତୁର୍ଥୀ ତିଥିରୁ ଆରମ୍ଭ ହୁଏ ଏବଂ ମୂର୍ତ୍ତି ଅନନ୍ତ ଚତୁଃର୍ଦଶୀରେ ବିଷର୍ଜନ କରାଯାଇଥାଏ। ଯଦିଓ ମହାରାଷ୍ଟ୍ରରେ ତିନି ଦିନ ପରେ ବିଷର୍ଜନ ହୁଏ, କିନ୍ତୁ ଅନେକ ରାଜ୍ୟରେ ଅନନ୍ତ ଚତୁଃର୍ଦଶୀ ଦିନରେ ବିଷର୍ଜନ କରାଯାଇଥାଏ। ବିଷ୍ଣୁଙ୍କ ଉପାସନା: ଅନନ୍ତ ଚତୁଃର୍ଦଶୀରେ ଭଗବାନ ଅନନ୍ତ ବା ବିଷ୍ଣୁଙ୍କୁ ପୂଜା କରିବାର ନିୟମ ଅଛି। ଭଗବାନ ବିଷ୍ଣୁଙ୍କ ଭକ୍ତ ଶେଷନାଗଙ୍କ ନାମ ଅନନ୍ତ ଅଟେ। ଅଗ୍ନି ପୁରାଣରେ ଅନନ୍ତ ଚତୁଃର୍ଦଶୀ ଉପବାସର ମହତ୍ତ୍ବ ବର୍ଣ୍ଣନା କରାଯାଇଛି। ଉପବାସ ପାଳନ: ପାଣ୍ଡବମାନେ ପଶା ଖେଳରେ ନିଜର ରାଜପ୍ରାସାଦ ହରାଇବା ପରେ ପୁନର୍ବାର…

Read More

ମେଷ : ଟଙ୍କା ପାଇବାରେ ବାଧା ଦୂର ହେବ। କୋର୍ଟରେ ସୁସଙ୍ଗତତା ରହିବ। କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିପାରେ। ଅଜଣା ଭୟ ଆପଣଙ୍କୁ ହଇରାଣ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ। ପରିବାରରେ ସୁଖ ଏବଂ ଶାନ୍ତି ରହିବ। ମେଳ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଚିନ୍ତା ହେବ। ବୃଷ : ଅର୍ଥନୈତିକ ଅଗ୍ରଗତି ହେବ। ବ୍ୟବସାୟ ଭଲ ହେବ। ବିନିଯୋଗ ଭଲ ହେବ। ଅଧିକାରୀମାନେ ଚାକିରିରେ ଖୁସି ହେବେ। ପରିବାର ସହାୟତା ଉପଲବ୍ଧ ହେବ। ଶତ୍ରୁ ଭୟଭୀତ ହେବେ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଶାରୀରିକ ଯନ୍ତ୍ରଣା ସମ୍ଭାବନା। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଜମି କ୍ରୟ ଏବଂ ବିକ୍ରୟ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ। ମିଥୁନ : ତୁମେ ଚାକିରିରେ ଅଧସ୍ତନଙ୍କ ସମର୍ଥନ ପାଇବ। ଦୁଷ୍ଟମାନଙ୍କଠାରୁ ସତର୍କତା ଆବଶ୍ୟକ। ପାରିବାରିକ…

Read More

ଭୁବନେଶ୍ବର: କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନ ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା ସେପ୍ଟେମ୍ବର ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ 1. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ 2. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ 3. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ 4. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ 5. ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍ ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ୨୨ ତାରିଖ ପର‌୍ୟ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ଉଦ୍ଦେଶ୍ୟ ନିମନ୍ତେ ୨୬, ୦୫୮ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି। ଅଟୋ କ୍ଷେତ୍ର ପାଇଁ ଏହି ପିଏଲଆଇ ଯୋଜନା ଉଚ୍ଚ ମୂଲ୍ୟର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ବାହନ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଉନ୍ନତ ପ୍ରଯୁକ୍ତି, ଅଧିକ ଦକ୍ଷ ଏବଂ ସବୁଜ ଅଟୋମୋଟିଭ ଉତ୍ପାଦନ କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଅୟମାରମ୍ଭ କରିବ। ଏଥିପୂର୍ବରୁ ୨୦୨୧-୨୨ କେନ୍ଦ୍ର ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ନିମନ୍ତେ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ଏହାର ଅଂଶବିଶେଷ ଭାବେ ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ପିଏଲଆଇ ଯୋଜନାର ଘୋଷଣା କରାଯାଇଛି। ୧୩ଟି କ୍ଷେତ୍ର ପାଇଁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଦୂରସଞ୍ଚାର କ୍ଷେତ୍ରରେ ଅନେକ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାରକୁ ଅନୁମୋଦନ କରିଛନ୍ତି। ଏହି ସଂସ୍କାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରୋଜଗାର ଅବସରକୁ ସୁରକ୍ଷିତ ରଖିବ। ଏହା ସୁସ୍ଥ ପ୍ରତିଯୋଗିତା ବଢ଼ାଇବା ସହିତ ଉପଭୋକ୍ତାଙ୍କ ସ୍ବାର୍ଥକୁ ସୁରକ୍ଷା ଦେବ । ସେହିପରି ନମନୀୟତା ବଢ଼ାଇବା ସହିତ ନିବେଶକୁ ପ୍ରୋତ୍ସାହିତ କରିବ। ଏହାଛଡ଼ା ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନିୟାମକ ବୋଝ ହ୍ରାସ କରିବ ବୋଲି ଆଶା କରାଯାଉଛି। କୋଭିଡ-୧୯ ଆହ୍ବାନର ସଫଳ ମୁକାବିଲା କରିବା କ୍ଷେତ୍ରରେ ଦୂରସଞ୍ଚାର କ୍ଷେତ୍ର ଉତ୍କୃଷ୍ଟ ପ୍ରଦର୍ଶନ କରିଛି। ଡାଟା ବ୍ୟବହାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଛି। ଅନଲାଇନ ଶିକ୍ଷା, ଘରୁ ଥାଇ କାମ, ସାମାଜିକ ଗଣମାଧ୍ୟମ ଜରିଆରେ ପାରସ୍ପରିକ ସମ୍ପର୍କ, ଭର୍ଚୁଆଲ ବୈଠକ ଆଦି ବୃଦ୍ଧି ପାଇଛି। ଏହି ପୃଷ୍ଠଭୂମିରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବ୍ରଡବ୍ୟାଣ୍ଡ ଏବଂ…

Read More

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍‍ ବିରଳା ଆଜି ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଅବସରରେ ମିଳିତ ଭାବେ ‘ସଂସଦ ଟିଭି’ ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏଭଳି ଏକ ଚାନେଲ ସହିତ ସଂସଦ ସଂଶ୍ଳିଷ୍ଟ ହୋଇଥିବା ଘଟଣାକୁ ଉଚ୍ଚ ପ୍ରଶଂସା କରିବା ସହିତ ମତ ପୋଷଣ କରିଥିଲେ ଯେ ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ସମୟ ସହିତ ତାଳ ଦେଇ, ବିଶେଷକରି ଏକବିଂଶ ଶତାବ୍ଦୀରେ ଯେତେବେଳେକି ଆଲୋଚନା ଏବଂ ଯୋଗାଯୋଗ ମାଧ୍ୟମରେ ହିଁ ବିପ୍ଳବ ଘଟିଚାଲିଛି,ଏଭଳି ଟିଭିର ବିଶେଷ ଭୂମିକା ଥିବା ଅନୁଭୂତ ହୁଏ । ପ୍ରଧାନମନ୍ତ୍ରୀ ସଂସଦ ଟିଭିର ଶୁଭାରମ୍ଭକୁ ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ ନୂତନ ଅଧ୍ୟାୟ ବୋଲି ଅଭିହିତ କରିଛନ୍ତି । ସଂସଦ ଟିଭି ମାଧ୍ୟମରେ ଦେଶ ଯୋଗାଯୋଗ ଓ ଆଲୋଚନାର ଆଉ ଏକ ମାଧ୍ୟମ ଲାଭ କରିଛି…

Read More

ନୂଆଦିଲ୍ଲୀ: ଅଟୋମେଟିକ୍ ରୁଟ୍ ଅନ୍ତର୍ଗତ ଟେଲିକମ୍ କ୍ଷେତ୍ରରେ ୧୦୦% ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) କୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଆଜି କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଟେଲିକମ୍ ଅପରେଟରଙ୍କ ବକେୟା ଦେୟ ଉପରେ ଏକ ୪ ବର୍ଷର ପରିଶୋଧ ସ୍ଥଗନକୁ ଅନୁମୋଦନ କରାଯାଇଛି। କିନ୍ତୁ ଅପରେଟରମାନଙ୍କୁ ପରିଶୋଧ ସ୍ଥଗନ ଅବଧି ମଧ୍ୟରେ ସୁଧ ଦେବାକୁ ପଡିବ। ଏଜିଆରର ସଂଜ୍ଞାକୁ ଯୁକ୍ତିଯୁକ୍ତ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି, ଯେଉଁଥିରେ ଜରିମାନାକୁ ରଦ୍ଦ କରିଦିଆଯାଇଛି। ଅଦ୍ୟାବଧି ସ୍ୱୟଂଚାଳିତ ମାର୍ଗ ମାଧ୍ୟମରେ ୪୯ ପ୍ରତିଶତ ପର୍ଯ୍ୟନ୍ତ ବିନିଯୋଗ ଅନୁମତି ଦିଆଯାଇଥିଲା ଏବଂ ୪୯ ପ୍ରତିଶତରୁ ଅଧିକ ପୁଞ୍ଜି ବିନିଯୋଗ ସରକାରଙ୍କ ମାଧ୍ୟମରେ କରିବାକୁ ପଡୁଥିଲା। ତେବେ ଚୀନ୍ ଏବଂ ପାକିସ୍ଥାନ ପରି ଦେଶର ନିବେଶକଙ୍କ ପାଇଁ ୧୦୦% ସ୍ୱୟଂଚାଳିତ ମାର୍ଗ ପ୍ରଯୁଜ୍ୟ ହେବ ନାହିଁ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଚିଲିକା କୁଳ ସ୍ଥିତ ମା’ କାଳିଜାଇ ଧର୍ମଶାଳାରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରଟି ବାଲୁଗାଁ ଗୋପବନ୍ଧୁ ୟୁଥ୍ କ୍ଲବ୍ ଓ କଟକ ରେଡ୍ କ୍ରସର ମିଳିତ ସହଯୋଗରେ ହୋଇଥିବାବେଳେ ଉକ୍ତ ଶିବରରୁ ସମୁଦାୟ ୯୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭାରତୀୟ ସାମ୍ବାଦିକ ପରିଷଦ ସଭାପତି କୈଳାଶ ଚନ୍ଦ୍ର ସାହୁ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଚିଲିକା ରଘୁନାଥ ସାହୁ ଯୋଗଦେଇ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦାନ କରିଥିଲେ ତଥା ଗଣେଶ ପ୍ରଧାନ, ସାଳିଆ ପ୍ରେସ୍ କ୍ଳବ୍ ସଭାପତି ଅଜିତ୍ କୁମାର ସାହୁ, ଯୁବ ସାମ୍ବାଦିକ ଦିବ୍ୟକାନ୍ତ ବେହେରା, ଯୁବ ସମାଜସେବୀ ସେକ୍ ଜାକିରି, ରେଡ୍ କ୍ରସ ଖୋର୍ଦ୍ଧା ଜିଲ୍ଲା ସଭାପତି ଅରୁଣ ବାରିକ, ଅଧ୍ୟାପକ ରଞ୍ଜନ…

Read More

ନୟାଗଡ଼/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ସଫଳତା ମିଳିଛି। ଲୁଟ ହେବାର ୧୨ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ଗହଣା ପୋଲିସ ଉଦ୍ଧାର କରିଛି। ସୂଚନା ମୁତାବକ ଚାନ୍ଦପୁର ଅଞ୍ଚଳର ସୁଶାନ୍ତ ନାୟକଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଯାଇଥିଲା। ଏ ନେଇ ସୁଶାନ୍ତ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ଆକ୍ସନ ମୁଡ଼ରେ ଆସିଥିଲା।  ଅନୁସନ୍ଧାନରେ ପୋଲିସ ଜାଣିବାକୁ ପାଇଥିଲା ଯେ, ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଆସିଥିବା ଯାଯାବର ଗ୍ୟାଙ୍ଗ ଉକ୍ତ କାଣ୍ଡ ଘଟାଇଛନ୍ତି। ସଙ୍ଗେ ସଙ୍ଗେ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠିତ ହୋଇ ଚାନ୍ଦପୁର ଥାନା ଅଞ୍ଚଳର ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏବଂ ରାତିତମାମ ବିଭିନ୍ନ ଅଞ୍ଚଳରେ ପୋଲିସ ସର୍ଚ୍ଚ ଅପେରସନ ଜାରି ରଖିଥିଲା। ତେବେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ଏବଂ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୯୧, କଟକରୁ ୮୬, ବାଲେଶ୍ଵରରୁ ୩୦, ଯାଜପୁରରୁ ୩୦, ମୟୂରଭଞ୍ଜରୁ ୨୨, କେନ୍ଦ୍ରାପଡାରୁ ୨୧, ଜଗତସିଂହପୁରରୁ ୨୦, ପୁରୀରୁ ୧୮, ଭଦ୍ରକରୁ ୧୬, ଢେଙ୍କାନାଳରୁ ୧୦, ବରଗଡରୁ ୯, ସୁନ୍ଦରଗଡରୁ ୯, ରାୟଗଡାରୁ ୮, କେନ୍ଦୁଝରରୁ ୭, ସମ୍ବଲପୁରରୁ ୭, ଅନୁଗୁଳରୁ ୫, ବୌଦ୍ଧରୁ ୪, ଗଞ୍ଜାମରୁ ୪, ଗଜପତିରୁ ୩, କୋରାପୁଟରୁ ୩, ବଲାଙ୍ଗୀରିରୁ ୨, ଝାରସୁଗୁଡାରୁ ୨, ମାଲକାନଗିରିରୁ ୨, ନୟାଗଡରୁ ୨, ନୂଆପଡାରୁ ୨, ସୋନପୁରରୁ ୨, ଦେବଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୪ ହଜାର ୧୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ…

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୪ ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ପୂର୍ବରୁ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ଆସିଛି। ସେପ୍ଟେମ୍ବର ୧୯ ତାରିଖରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଆରମ୍ଭ ହୋଇଥିବା ଆଇପିଏଲ୍ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟରେ ଦର୍ଶକଙ୍କୁ ଷ୍ଟାଡିୟମକୁ ଆସିବାକୁ ଅନୁମତି ଦିଆଯାଇଛି। ଇଣ୍ଡିଆନ୍ ପ୍ରିମିୟର ଲିଗର ଆୟୋଜକମାନେ ଏହି ସୂଚନା ଦେଇଛନ୍ତି। ପ୍ରଶଂସକମାନେ ସେପ୍ଟେମ୍ବର ୧୬ ତାରିଖରୁ ଅନଲାଇନରେ ମ୍ୟାଚ୍ ଟିକେଟ୍ କିଣିବାକୁ ସକ୍ଷମ ହେବେ। ଆଇପିଏଲ୍ ର ଅଫିସିଆଲ୍ ୱେବସାଇଟ୍ (www.iplt20.com) ରୁ ଟିକେଟ କ୍ରୟ କରାଯାଇପାରିବ। ଉଲ୍ଲେଖ ଯୋଗ୍ୟ ଯେ, ଦ୍ୱିତୀୟାର୍ଦ୍ଧରେ ଆଇପିଏଲର ୩୧ ଟି ମ୍ୟାଚ୍ ଖେଳାଯିବ, ଯାହା ଦୁବାଇ, ଶାରଜା ଏବଂ ଆବୁଧାବିରେ ସୀମିତ ଦର୍ଶକଙ୍କ ସହିତ ଖେଳାଯିବ। ଏହି ସମୟରେ କୋଭିଡ ପ୍ରୋଟୋକଲ ଏବଂ ୟୁଏଇ ସରକାରଙ୍କ ନିୟମ ପାଳନ କରାଯିବ। ଆଇପିଏଲ୍ ୨୦୨୧ ର ଦ୍ୱିତୀୟାର୍ଦ୍ଧରେ, କୋଭିଡ୍ ପ୍ରୋଟୋକଲ୍ ପରେ ଦୁବାଇ,…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଟାଙ୍ଗୀ ପୋଲିସକୁ ବଡ ସଫଳତା ମିଳିଛି। ଚୋରା ମଦ ଚାଲାଣ ବେଳେ ଗାଡି ସହ ବିପୁଳ ପରିମାଣର ଦେଶୀ ମଦ ପୋଲିସ ଜବତ କରିଛି। ଆଜି ଅପରାହ୍ନରେ ବାଲୁଗାଁ  ଏସଡ଼ିପିଓ ଏବଂ ଟାଙ୍ଗୀ ଥାନା ଆଇଆଇସି ମିଳିତ ଭାବେ ଚଢାଉ କରି ଲକ୍ଷାଧିକ ଟଙ୍କାର ଆସ୍କା-୪୦ ଜବତ କରିଛନ୍ତି। ସୂଚନା ମୁତାବକ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ଘେରି ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ସମସ୍ତ ପ୍ରଶାସନିକ ଓ ପୋଲିସ୍ ଅଧିକାରୀ ସେଠାରେ ଉପସ୍ଥିତ ରହି ତଦାରଖ କରୁଥିଲେ।  ଏହି ସମୟରେ ନାଚୁଣୀ ପଟୁ ହାଟବରଡି ଅଭିମୁଖେ ଏକ ମଦ ବୋଝେଇ ଟାଟା ଏସି ଗାଡ଼ିଯାଉଥିବାର ପୋଲିସ୍ ଖବର ପାଇଥିଲା। ଖବର ପାଇ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ସଦଳବଳେ ଗାଡିଟିର ପିଛା କରିଥିଲେ। ପୋଲିସ୍ ଗାଡିର ପିଛା କରୁଥିବା ଜାଣିପାରି ହାଟବରଡି ଗ୍ରାମ ଠାରେ ଗାଡ଼ି ଚାଳକ…

Read More