ବାଲୁଗାଁରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୯୩ ୟୁନିଟ ରକ୍ତ ସଂଗ୍ରହ

Published: Sep 15, 2021, 9:46 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଚିଲିକା କୁଳ ସ୍ଥିତ ମା’ କାଳିଜାଇ ଧର୍ମଶାଳାରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରଟି ବାଲୁଗାଁ ଗୋପବନ୍ଧୁ ୟୁଥ୍ କ୍ଲବ୍ ଓ କଟକ ରେଡ୍ କ୍ରସର ମିଳିତ ସହଯୋଗରେ ହୋଇଥିବାବେଳେ ଉକ୍ତ ଶିବରରୁ ସମୁଦାୟ ୯୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭାରତୀୟ ସାମ୍ବାଦିକ ପରିଷଦ ସଭାପତି କୈଳାଶ ଚନ୍ଦ୍ର ସାହୁ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଚିଲିକା ରଘୁନାଥ ସାହୁ ଯୋଗଦେଇ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ।

ଏହି ଶିବିରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦାନ କରିଥିଲେ ତଥା ଗଣେଶ ପ୍ରଧାନ, ସାଳିଆ ପ୍ରେସ୍ କ୍ଳବ୍ ସଭାପତି ଅଜିତ୍ କୁମାର ସାହୁ, ଯୁବ ସାମ୍ବାଦିକ ଦିବ୍ୟକାନ୍ତ ବେହେରା, ଯୁବ ସମାଜସେବୀ ସେକ୍ ଜାକିରି, ରେଡ୍ କ୍ରସ ଖୋର୍ଦ୍ଧା ଜିଲ୍ଲା ସଭାପତି ଅରୁଣ ବାରିକ, ଅଧ୍ୟାପକ ରଞ୍ଜନ ମହାପାତ୍ର, ଗୋପବନ୍ଧୁ ୟୁଥ୍ କ୍ଲବ୍ ସଭାପତି ଅଜୟ ସରକାର, ସମ୍ପାଦକ ଚନ୍ଦନ ସରକାର, କଲ୍ୟାଣ ମଣ୍ଡଳ, ଭାଗିରଥି ମଣ୍ଡଳ, ପ୍ରଦୀପ ମଣ୍ଡଳ, ଦୀପକ୍ ସରକାର ଓ ଭରତ ମଣ୍ଡଳ ଆଦି ସମସ୍ତଙ୍କ ମିଳିତ ସହଯୋଗରେ ଉକ୍ତ ଶିବିରଟି ସଫଳତାର ସହ ଅନୁଷ୍ଠିତ ହୋଇଛି।

Related posts