ନୂଆଦିଲ୍ଲୀ: ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ଏକ ନୂତନ କୋଚ୍ ନିଯୁକ୍ତି ହୋଇପାରନ୍ତି। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଟି -୨୦ ବିଶ୍ୱକପ ପରେ ସେ ଆଉ ଟିମ୍ ଇଣ୍ଡିଆର କୋଚ୍ ହେବେ ନାହିଁ। ରବି ଶାସ୍ତ୍ରୀ ଏହା ଉପରେ ଖୁସି ବ୍ୟକ୍ତ କରିଛନ୍ତି, ତେଣୁ ସେ ଜଣେ ପ୍ରଶିକ୍ଷକ ଭାବରେ ଯାହା ହାସଲ କରିବାକୁ ଚାହୁଁଥିଲେ ତାହା ହାସଲ କରିବାରେ ସଫଳ ହୋଇଛନ୍ତି। ତେବେ ଏହା ପୂର୍ବରୁ ଅଧିନାୟକ ବିରାଟ କୋହିଲି ମଧ୍ୟ ପଦ ଛାଡିବା ନେଇ ସଙ୍କେତ ଦେଇଛନ୍ତି। ଟି-୨୦ ବିଶ୍ଵକପ ପରେ ବିରାଟ ଦଳର ଅଧିନାୟକ ପଦ ଛାଡିବେ ବୋଲି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। କିନ୍ତୁ ସେ ଦିନିକିଆ ଏବଂ ଟେଷ୍ଟ ଦଳରେ ଅଧିନାୟିକତ୍ଵ ବଜାୟ ରଖିବେ ବୋଲି ଟ୍ବିଟରରେ ଉଲ୍ଲେଖ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ କୌଣସି କାରଣରୁ ସବୁବେଳେ ଖବରରେ ଥାଆନ୍ତି। ସେ କେବଳ ବଲିଉଡରେ ଧୂମ୍ ମଚେଇନାହାଁନ୍ତି, ରାକ୍ଷୀ ଆଇଟମ୍ ଗୀତରେ ମଧ୍ୟ ସେ ବହୁତ ଭଲ ନୃତ୍ୟ କରନ୍ତି। ସମ୍ପ୍ରତି, ଆମ୍ ଆଦମୀ ପାର୍ଟି ନେତା ରାଘବ ଚଡ୍ଡା ଏକ ବିବୃତ୍ତିରେ ରାକ୍ଷୀ ସାୱନ୍ତଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକି ରାକ୍ଷୀ ସାୱନ୍ତ ଆଦୌ ପସନ୍ଦ କରନ୍ତି ନାହିଁ। ମୋ ଠାରୁ ଦୂରରେ ରୁହନ୍ତୁ ବୋଲି ଏକ ଭିଡିଓ ମାଧ୍ୟମରେ ରାକ୍ଷୀ ସାୱନ୍ତ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଡ୍ଡାଙ୍କୁ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ଆପ୍ ନେତା ରାଘବ ଚଡ୍ଡା ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସେ ରାଜନୀତିର ରାକ୍ଷୀ ସାୱନ୍ତ। ଏହି ବିବୃତ୍ତି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେତେବେଳେ ରାକ୍ଷୀ ସାୱନ୍ତ ଏହା ବିଷୟରେ ଜାଣିଲେ, ସେ ରାଘବ ଚଡ୍ଡାଙ୍କୁ…
ଭୁବନେଶ୍ବର: ଆସନ୍ତାକାଲି ହେଉଛି ଅନନ୍ତ ବ୍ରତ। ଏହା ଅନନ୍ତ ଚତୁଃର୍ଦଶୀ ଭାବେ ମଧ୍ୟ ପରିଚିତ। ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଦଶୀରେ ଏହି ବ୍ରତ ପଡିଥାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଅନନ୍ତ ଚତୁଃର୍ଦଶୀ 19 ସେପ୍ଟେମ୍ବର 2021 ରବିବାରରେ ହେବ। ବିଶ୍ବାସ ରହିଛି ଏହିଦିନ ମହିଳାମାନେ ଅନନ୍ତ ବାସୁଦେବ ମନ୍ଦିରରେ ବ୍ରତଧାରଣ କଲେ ପରିବାରର ମଙ୍ଗଳ ହୁଏ। ସେଥିପାଇଁ ପ୍ରତିବର୍ଷ ଏହି ଏହିତିଥୀରେ ଭୁବନେଶ୍ବରସ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଅନନ୍ତବାସୁଦେବ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୁଏ। ତେବେ କରୋନା କଟକଣା ପାଇଁ ଗତ ବର୍ଷ ଏହି ମନ୍ଦିରକୁ ପ୍ରବେଶ ପାଇଁ ଭକ୍ତମାନଙ୍କୁ ବାରଣ କରାଯାଇଥିଲା। ଏଥିର ମଧ୍ୟ ମନ୍ଦିର ଭିତରକୁ ବ୍ରତଧାରୀଙ୍କୁ ପ୍ରବେଶ ବାରଣ କରାଯାଇଛି। କେବଳ ବିଧି ଅନୁଯାୟ ସେଠାରେ ଯଥାରିତି ପୂଜା କରାଯିବ। ତେବେ ଭକ୍ତମାନେ ବାହାରେ ରହି ସେମାନେ ସେଠାରେ ଥିବା ବ୍ରାହ୍ମଣଙ୍କୁ ବ୍ରତ ପୂଜା ପାଇଁ ଦେଇପାରିବେ। ସେଥିପାଇଁ ମନ୍ଦିର ତରଫରୁ ବ୍ୟାରିକେଡ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିନୂଆଗାଁ କେନାଲରେ ଆଜି ସକାଳେ ଏକ ନବଜାତ ଶିଶୁର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ ଆଜି ସକାଳୁ ଗ୍ରାମବାସୀମାନେ କେନାଲକୁ ଶୌଚ ହେବା ନିମନ୍ତେ ଯାଇଥିବା ବେଳେ ଏକ ନବଜାତ ଶିଶୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ହେଲେ ଶିଶୁଟି ମୃତ ବୋଲି ଜଣାପଡିଛି। ତେବେ କିଏ ଏବଂ କଣ ପାଇଁ ଶିଶୁକୁ କେନାଲରେ ଭସେଇଲା ତାହା ଏଯାଏଁ ଜଣାପଡ଼ିନାହିଁ।
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ସ୍ଥିତ ମଣିଜଙ୍ଗା ଗ୍ରାମରେ ଭାଇବୋହୁର ଆକ୍ରମଣରେ ଦେଢଶୁରର ମୁଣ୍ଡ ଫାଟିବା ଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁଯାୟୀ ମଣିଜଙ୍ଗା ଗ୍ରାମର ଶୁଶାନ୍ତ ଦାସଙ୍କ ସହିତ ନିଜ ସ୍ତ୍ରୀ ଓ ପୁଅ ଝଗଡ଼ା କରୁଥିବା ଖବର ପାଇ ଶୁଶାନ୍ତଙ୍କ ବଡଭାଇ ରବିନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲେ। ଏଥିରେ ଉତ୍ତେଜିତ ହୋଇ ଭାଇବୋହୁ ନିରୁପମା ଦାସ ଓ ପୁତୁରା ଶଶିକାନ୍ତ ହଠାତ୍ ଏକ କାଠଫାଳିଆ ଆଣି ରବିନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରବିନ୍ଦ୍ରଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଯଥାଶୀଘ୍ର ତାଙ୍କୁ ଚିକିତ୍ସା ନିମନ୍ତେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଏନେଇ ବୁଧବାର ଦିନ ରବିନ୍ଦ୍ର ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ହେବାର ତିନିଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୬୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୪ ଲକ୍ଷ ୧୭ ହଜାର ୩୯୦ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୪ ହଜାର ୫୨୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୬ ଲକ୍ଷ ୩୨ ହଜାର ୨୨୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୪୦ ହଜାର ୬୩୯ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୬୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୦୧ ଜଣ ଚିହ୍ନଟ ହୋଇଥିବା ବେଳେ ୨୯୪ ଟି ଲୋକାଲ କେସ୍ ରହିଛ। ୬୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୮୩ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୫ ହଜାର ୫୬୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୮୭୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୨୨ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୫ ଟି ଜିଲ୍ଲାରୁ ୬୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ଚାଣକ୍ୟ ନୀତି: ଧନ ପାଇବା ପାଇଁ ଇଚ୍ଛା ସମସ୍ତଙ୍କ ମନରେ ଅଛି। ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି। କିନ୍ତୁ ଏହି ଇଚ୍ଛା ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରା ପୂରଣ ହୁଏ ନାହିଁ। ଧନୀ ସେହି ବ୍ୟକ୍ତି ହୋଇଥାଏ, ଯାହା ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ। ଆଚାର୍ଯ୍ୟ ଚାଣକ୍ୟ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ବର୍ଣ୍ଣନା କରିଛନ୍ତି। ଶାସ୍ତ୍ରରେ ମାତା ଲକ୍ଷ୍ମୀ ଧନ, ସୁଖ ଏବଂ ସମୃଦ୍ଧିର ଦେବୀ ବୋଲି ବିବେଚନା କରାଯାଏ। ଚାଣକ୍ୟ ନିଜେ ଅର୍ଥନୀତିର ଜଣେ ମହାନ ପଣ୍ଡିତ ଥିଲେ। ଭୌତିକ ଜୀବନରେ ଜଣେ ବ୍ୟକ୍ତିଙ୍କ ଅର୍ଥର କଣ ମହତ୍ତ୍ଵ ଅଛି, ତାହା ତାଙ୍କୁ ଭଲ ଭାବେ ଜଣା ଥିଲା। ଜୀବନକୁ ସହଜ ଏବଂ ସରଳ କରିବା ପାଇଁ ଅର୍ଥ ହେଉଛି ଏକ ଶକ୍ତିଶାଳୀ ଉପକରଣ। ଏହି କାରଣରୁ ଜଣେ ବ୍ୟକ୍ତି ଭୌତିକ ଜୀବନରେ ସର୍ବାଧିକ ଧନ ପାଇବାକୁ ଚାହୁଁଛି, ଯାହା ଦ୍ଵାରା ତାଙ୍କ ଜୀବନ ସଙ୍କଟ…
ଭୁବନେଶ୍ବର: ଚାଲିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚାଲିବା ଦ୍ବାରା ମନ ଓ ଶରୀରରେ ଉତ୍ସାହର ସଂଚାର ପ୍ରବାହ ହୋଇଥାଏ । ଏହାଦ୍ବାର ଆମ ଶରୀର ସକ୍ରିୟ ରହେ। ଆମ ପାଦର ସଂରଚନା ବେଶ୍ ଜଟିଳ। ଏଥିରେ 26ଟି ହାଡ, 107ଟି ଲିଗାମେଣ୍ଟସ୍, 37ଟି ଯୋଡ ରହିଛି। ଯାହା ଚାଲିବା ଦ୍ବାରା ସକ୍ରିୟ ହୋଇଥାଏ । ମିଳିଥିବା ଏକ ସର୍ଭେ ଅନୁସାରେ, ଜଣ ବ୍ୟକ୍ତି ନିୟମିତ ରୂପରେ ଚାଲିବା ଦ୍ବାରା ପ୍ରତିବର୍ଷ ନିଜ ଶରୀର ଉପରେ ରୋଗ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର 20ହଜାର ଟଙ୍କା ବଞ୍ଚାଇ ପାରିବ। ଅତୀତରେ ପ୍ରତ୍ୟେକ ବ୍ୟକ୍ତି ଦିନଚର୍ଯ୍ୟାରେ ଭ୍ରମଣ ବା ଚାଲିବାକୁ ସାମିଲ୍ କରୁଥିଲେ। 1970 ଦଶକରେ 77 ପ୍ରତିଶତ ପିଲା ସ୍କୁଲକୁ ଚାଲି ଚାଲି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏହା 13 ପ୍ରତିଶତରେ ପହଞ୍ଚିଛି। ସେତେବେଳର ଶିଶୁମାନେ ସୁସ୍ଥ ରହୁଥିବାବେଳେ। କ୍ୟାନ୍ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ପ୍ରତି…
ମେଷ : ଆୟ ସମାନ ରହିବ। ବ୍ୟବସାୟ ଭଲ ହେବ। ସହକର୍ମୀମାନେ କାର୍ଯ୍ୟରେ ବିରୋଧ କରିପାରନ୍ତି। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହ, ଧର୍ଯ୍ୟବାନ ହୁଅ । ଆଘାତ ଏବଂ ଦୁର୍ଘଟଣା ହେତୁ କ୍ଷତି ସମ୍ଭବ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ । ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । କିଛି ଜିନିଷ ଭୁଲ ହୋଇପାରେ । ଭାଇମାନଙ୍କ ସହିତ ବିବାଦ ହୋଇପାରେ । ବୃଷ : ଅଧିକାରୀମାନେ ଚାକିରିରେ ଖୁସି ହେବେ । ଦୀର୍ଘ ବିଚାରାଧୀନ କାର୍ଯ୍ୟ କରାଯିବ । ସୁଖ ମିଳିବ । ଅନ୍ୟମାନଙ୍କଠାରୁ ଆଶା କର ନାହିଁ । ପରିବାର ପାଇଁ ଚିନ୍ତା ହେବ । ଅଜାଣତ ଆପଣଙ୍କୁ ହଇରାଣ କରିବ । ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବ୍ୟବସାୟ ଲାଭଦାୟକ ହେବ । ଚେଷ୍ଟା କର । କୋର୍ଟରେ ଲାଭର ପରିସ୍ଥିତି ଦେଖାଯିବ । ମିଥୁନ : ରୋଜଗାର…
ଭୁବନେଶ୍ୱର: ୨୦୧୯ ବର୍ଷ ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ବନସେବା ପରୀକ୍ଷାର ଫଳ ପ୍ରକାଶିତ ହୋଇଛି । କୋଭିଡ୍ ପ୍ରଥମ ଏବଂ ଦ୍ୱିତୀୟ ଲହର ଯୋଗୁଁ ପରୀକ୍ଷା ଫଳ ପ୍ରକାଶନରେ ଅତ୍ୟନ୍ତ ବିଳମ୍ବ ହୋଇଥିଲା । ଖାଲି ପଡ଼ିଥିବା ସମସ୍ତ ୬୭ଟି ପଦବୀକୁ ପୂରଣ କରାଯାଇଛି । ଅଣସଂରକ୍ଷିତ ୩୬ଟି ପଦବୀରୁ ୧୨ ଜଣ ମହିଳା, ସାମାଜିକ ଏବଂ ଆର୍ଥିକ ଅନଗ୍ରସର ବର୍ଗର ୧୬ଟି ପଦବୀରୁ ୪ ଜଣ ମହିଳା, ଅନୁସୂଚିତ ଜାତି ବର୍ଗର ୬ଟି ପଦବୀରୁ ଜଣେ ମହିଳା, ଅନୁସୂଚିତ ଜନଜାତି ବର୍ଗର ୯ଟି ପଦବୀକୁ ପୂରଣ କରାଯାଇଛି । ମହିଳା ପ୍ରାର୍ଥୀଙ୍କ ଉଲ୍ଲେଖନୀୟ ସଫଳତା କ୍ରମରେ ଆୟୁଷୀ ପତି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରଥମ ଦଶ ଜଣଙ୍କ ମେଧା ତାଲିକାରେ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଯଦିଓ ମହିଳାମାନଙ୍କ ପାଇଁ ୨୦ଟି ପଦବୀ ସଂରକ୍ଷିତ ଥିଲା ୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୨୯୦୪ଟି ପ୍ରାର୍ଥୀପତ୍ର…
ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ଇଲେକଟ୍ରିକ ଯାନ ନୀତି ୨୦୨୧ ଘୋଷିତ ହୋଇଛି ଏବଂ ଏହି ନୀତି ଅନୁଯାୟୀ ବିଭିନ୍ନ ବର୍ଗର ଇଲେକଟ୍ରିକ ଯାନ କ୍ରୟ ନିମନ୍ତେ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ୪ ବର୍ଷ ପର୍ଯ୍ୟନ୍ତ ଯୋଗାଇଦେବାକୁ ବ୍ୟବସ୍ଥା କରୁଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହିସବୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ସରକାର ଖୁବ୍ ଶୀଘ୍ର ଏକ ‘ଇଲେକଟ୍ରିକ ଯାନ ପାଣ୍ଠି’ ସ୍ଥାପନ କରିବାକୁ ଯାଉଛନ୍ତି। ଦୁଇଚକିଆ ଇଲେକଟ୍ରିକ ଯାନ କ୍ରୟ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୫୦୦୦ ଟଙ୍କା, ତିନିଚକିଆ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୧୦ ହଜାର ଟଙ୍କା ତଥା ଚାରିଚକିଆ ଯାନ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଓ ସର୍ବୋଚ୍ଚ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯିବ। ବସ୍ କ୍ରୟ ନିମନ୍ତେ ଗାଡ଼ି ମୂଲ୍ୟର ୧୦ ପ୍ରତିଶତ ଏବଂ…
ଭୁବନେଶ୍ୱର: ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଳଭଣ୍ଡାର ଓ ପ୍ରବାହିତ ନଦୀଗୁଡିକରେ ଜଳ ପ୍ରବାହ ଓ ଜଳପତ୍ତନ ବୃଦ୍ଧି, ସୃଷ୍ଟି ହୋଇଥିବା ଘାଇ ଏବଂ ବନ୍ୟା ସ୍ଥିତି ସମ୍ପର୍କରେ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ସକାଳେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କଟକ ସ୍ଥିତ ମୁଣ୍ଡୁଳି, ନରାଜ, ମହାନଦୀ ଓ ବିରୂପା ବ୍ୟାରେଜ୍ ସ୍ଥଳ ପରିଦର୍ଶନ କରି ସେଠାରେ ଜଳପ୍ରବାହ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ଧୀରେନ କୁମାର ସାମଲ, ମୁଖ୍ୟ ଯନ୍ତ୍ରୀ ତଥା ମହାନଦୀ-କାଠଯୋଡି ସିଷ୍ଟମର ବେସିନ୍ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରମୁଖ ଶାସନ…
ନୂଆଦିଲ୍ଲୀ: ଶିଳ୍ପ ଅନୁକୂଳ କୌଶଳ ବିକାଶ କ୍ଷେତ୍ରରେ ପ୍ରବେଶ ସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରି ଯୁବପିଢ଼ିଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ରେଳ କୌଶଳ ବିକାଶ ଯୋଜନା ବା ଆରକେଭିଓ୍ବାଇ ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିଓ୍ବାଇ) ଅନ୍ତର୍ଗତ ଏକ କାର୍ୟ୍ୟକ୍ରମ ଭାବେ କାର୍ୟ୍ୟକାରୀ ହେବ। ଦେଶ ସ୍ବାଧୀନତାର ୭୫ତମ ବର୍ଷରେ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆଜି ରେଳ ଭବନ ଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି କାର୍ୟ୍ୟକ୍ରମରେ ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ସୁନୀତ ଶର୍ମାଙ୍କ ସମେତ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସାରା ଦେଶରେ ରହିଥିବା ରେଳବାଇ ପ୍ରଶିକ୍ଷଣ ସଂସ୍ଥାନ ମାଧ୍ୟମରେ ବିଭିନ୍ନ ଟ୍ରେଡରେ ଯୁବକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ୭୫ଟି ପ୍ରଶିକ୍ଷଣ ସଂସ୍ଥାନର ଚୟନ…
ଚାନ୍ଦପୁର: ସହର ଛାଡି ଏବେ ଧଳା ଜହର ମାଫିଆ ଗ୍ରାମାଂଚଳ ମୁହାଁ ହୋଇଛନ୍ତି। ସହରରେ ପୋଲିସର ବ୍ୟାପକ ଧରପଗଡ ଜାରି ରହିଥିବାରୁ ଧଳା ଜହର ଵେପାରୀ ଭୟରେ ଗ୍ରାମାଂଚଳ ମୁହାଁ ହେଉଛନ୍ତି। ସେଥିପାଇଁ ଗ୍ରାମାଂଚଳର ଯୁବକଙ୍କୁ ଟାର୍ଗେଟ୍ କରୁଛନ୍ତି। ଆଜି ଜଣେ ଧଳା ଜହର ବେପାରୀକୁ ପୋଲିସ ଗିରଫ କରିବା ସହ ବ୍ରାଉନ ସୁଗାର ଜବତ କରିଛି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଅଂଚଳର ଜଣେ ଯୁବକ ଏକ ସ୍କୁଟିରେ ବ୍ରାଉନ ସୁଗାର ବିକ୍ରି କରୁଥିବା ଚାନ୍ଦପୁର ପୋଲିସ୍ ଜାଣିବାକୁ ପାଇବା ପରେ ତାଙ୍କୁ ଧରିବା ପାଇଁ ପୋଲିସ ପ୍ରସ୍ତୁତି ଆରମ୍ଭ କରିଥିଲା। ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଂଜନ ଦାସଙ୍କ ନେତୃତ୍ଵରେ ମହିଳା ସବ ଇନସପେକ୍ଟର ଅଂଜଳୀ ଶା,ଏ ଏସ୍ ଆଇ ରମେଶ ବେହେରା ପ୍ରମୁଖ ନାକିଠଣା ଫରେଷ୍ଟ ଚେକ୍ ଗେଟ୍ ନିକଟରେ ଛକି ରହିଥିଲେ। ଅଭିଯୁକ୍ତ ଆସିବା…
ଭୁବନେଶ୍ୱର : ରାଜ୍ୟର ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ଏହି ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଯୁକ୍ତି ସଂପର୍କିତ ଆଲୋଚନା ହୋଇଛି । ଗତ ଅଗଷ୍ଟ ୧୩ ତାରିଖରେ ଏହି ସଂକ୍ରାନ୍ତରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା । ବିଜ୍ଞାପନ ଅନୁସାରେ ଆସନ୍ତା ଅକେଫାବର ୪ ତାରିଖ ଦିନ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଏବଂ ୫ ତାରିଖରେ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୨୪ ଗୋଟି ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ…
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଜେପି ନେତା ‘ଭବିଷ୍ୟତର ସହଯୋଗୀ’ ମନ୍ତବ୍ୟକୁ ନେଇ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଏହାର ଅର୍ଥ ହେଉଛି ଯେ, ବିଜେପିର କିଛି ଲୋକ ମହା ବିକାଶ ଆଗାଡିକୁ ଆସିପାରନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଉପରେ ସ୍ପଷ୍ଟୀକରଣ ଦେଇ ସଞ୍ଜୟ ରାଉତ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ କ’ଣ କହିଛନ୍ତି ତାହା ଆମକୁ ବୁଝିବା ଦରକାର। ସେ ଯାହା କହୁଥିଲେ ତାହା ହେଉଛି ବିଜେପିର କିଛି ଲୋକ ମହା ବିକାଶ ଅଗାଡିରେ ସାମିଲ ହୋଇପାରନ୍ତି। ଆମେ କୌଣସି ସ୍ଥାନକୁ ଯାଉନାହୁଁ।” ଉଲ୍ଲେଖ ଯୋଗ୍ୟ ଯେ, ଉଦ୍ଧବ ଠାକରେ ବିଜେପି ନେତା ରାଓସାହେବ ଦାନଭେଙ୍କୁ ଭବିଷ୍ୟତର ସହଯୋଗୀ ଭାବରେ ସମ୍ବୋଧନ କରିବା ପରେ ରାଜ୍ୟ ରାଜନୀତିରେ ଉତ୍ତେଜନା ଦେଖାଦେଇଥିଲା। ପ୍ରାୟ ୩ ଦଶନ୍ଧି ଧରି ଦୁଇ ଦଳ ମଧ୍ୟରେ ଏକ ମେଣ୍ଟ ହୋଇଥିଲା ଯାହା ୨୦୧୯ ରେ ଭାଙ୍ଗି ଯାଇଥିଲା।…
ନୂଆଦିଲ୍ଲୀ: ତାଜିକିସ୍ତାନର ରାଜଧାନୀ ଦୁଶାମ୍ବେରେ ଆଜି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ବାର୍ଷିକ ଶିଖର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଯଦି ଆଫଗାନିସ୍ତାନରେ ଅସ୍ଥିରତା ଏବଂ ହିଂସା ଜାରି ରହେ, ତେବେ ଏହା ସମଗ୍ର ବିଶ୍ୱରେ ଆତଙ୍କବାଦୀ ଏବଂ ଉଗ୍ରବାଦୀ ଚିନ୍ତାଧାରାକୁ ଉତ୍ସାହିତ କରିବ। ଅନ୍ୟ ଉଗ୍ରବାଦୀ ଗୋଷ୍ଠୀ ମଧ୍ୟ ହିଂସା ମାଧ୍ୟମରେ କ୍ଷମତା ହାସଲ କରିବା ପାଇଁ ଉତ୍ସାହିତ ହୋଇପାରନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଫଗାନିସ୍ତାନରେ ହୋଇଥିବା ବିକାଶ ଦ୍ୱାରା ନିଶା କାରବାର, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ମାନବ ଚାଲାଣର ଅନିୟନ୍ତ୍ରିତ ପ୍ରବାହ ହୋଇପାରେ। ଏଥି ସହିତ ସେ କହିଛନ୍ତି ଯେ, ମିଳିତ ଭାବେ ଆଫଗାନିସ୍ତାନରେ ମାନବିକ ସହାୟତା ପହଞ୍ଚିବା ନିଶ୍ଚିତ ହେବା ଉଚିତ। ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଆମ ଭଳି ପଡୋଶୀ ଦେଶ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ। ତେଣୁ, ଏହି ପ୍ରସଙ୍ଗରେ ଆଞ୍ଚଳିକ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଆଜି ଦେଶରେ ରେକର୍ଡ ସଂଖ୍ୟକ ଟୀକାକରଣ ହୋଇଛି। ଅପରାହ୍ନ ୫ ଟା ସୁଦ୍ଧା ଦେଶରେ ଦୁଇ କୋଟିରୁ ଅଧିକ ଡୋଜ କରୋନା ଟିକା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିଜେପି ଦୁଇ କୋଟି ଡୋଜ୍ କରୋନା ଟିକା ଦେବାର ଲକ୍ଷ୍ୟ ରଖିଥିଲା, ଯାହା ଦିନ ଶେଷ ହେବା ପୂର୍ବରୁ ହାସଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଟୀକାକରଣରେ ମଧ୍ୟପ୍ରଦେଶ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟାଳୟରୁ ଟୁଇଟ୍ କରି ସୂଚନା ଦିଆଯାଇଛି ଯେ, ଅପରାହ୍ନ ୫ ଟା ସୁଦ୍ଧା ୧୭ ଲକ୍ଷ ୯୯ ହଜାର ୧୫୯ ନାଗରିକଙ୍କୁ ଟିକା ଦିଆଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୧୫, କଟକରୁ ୬୮, ବାଲେଶ୍ଵରରୁ ୩୩, ସୁନ୍ଦରଗଡରୁ ୨୬, ଜଗତସିଂହପୁରରୁ ୨୩, ପୁରୀରୁ ୨୧, ଯାଜପୁରରୁ ୧୯, ମୟୂରଭଞ୍ଜରୁ ୧୯, କେନ୍ଦ୍ରାପଡାରୁ ୧୮, ବରଗଡରୁ ୧୩, କୋରାପୁଟରୁ ୧୨, ସମ୍ବଲପୁରରୁ ୧୦, ଢେଙ୍କାନାଳରୁ ୯, ନୟାଗଡରୁ ୯, କେନ୍ଦୁଝରରୁ ୮, ଝାରସୁଗୁଡାରୁ ୭, ଦେବଗଡରୁ ୬, ଭଦ୍ରକରୁ ୫, ଅନୁଗୁଳରୁ ୪, ନବରଙ୍ଗପୁରରୁ ୪, ଗଞ୍ଜାମରୁ ୩, କଳାହାଣ୍ଡିରୁ ୩, ନୂଆପଡାରୁ ୩, ସୋନପୁରରୁ ୩, ବଲାଙ୍ଗୀରିରୁ ୨, ମାଲକାନଗିରିରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫ ହଜାର ୫୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ…
ନୂଆଦିଲ୍ଲୀ: ଭାରତରେ ବୁକିଂ ଆରମ୍ଭ ହେବା ମାତ୍ରେ ଓଲା ଇଲେକ୍ଟ୍ରିକ୍ ସ୍କୁଟରକୁ ଏକ ବମ୍ପର ବିକ୍ରି ମିଳିଛି। ଓଲାର ସହ-ପ୍ରତିଷ୍ଠାତା ଭବିଶ ଅଗ୍ରୱାଲଙ୍କ ଅନୁଯାୟୀ, ଏସ୧ ଇଲେକ୍ଟ୍ରିକ୍ ସ୍କୁଟରର ବିକ୍ରି ଦୁଇ ଦିନ ମଧ୍ୟରେ ୧୧୦୦ କୋଟି ଟଙ୍କା ଅତିକ୍ରମ କରିଛି। କିନ୍ତୁ ବର୍ତ୍ତମାନ କମ୍ପାନୀ ବିକ୍ରୟ ବନ୍ଦ କରି ଦେଇଛି, କିନ୍ତୁ ଦୀପାବଳି ସମୟରେ ନଭେମ୍ବର ୧ ତାରିଖରୁ ପୁଣି ବିକ୍ରୟ ଆରମ୍ଭ ହେବ। ଓଲା ଇଲେକ୍ଟ୍ରିକ୍ ବୁଧବାର ଏହାର ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରୟ ଆରମ୍ଭ କଲା, ଯାହା ଦୁଇଟି ପ୍ରକାର ଓଲା ଏସ୧ ଏବଂ ଏସ୧ ପ୍ରୋ ନାମରେ ନାମିତ। କମ୍ପାନୀ ପ୍ରଥମ ଦିନରେ ୬୦୦ କୋଟି ଟଙ୍କା ମୂଲ୍ୟର ସ୍କୁଟର ବିକ୍ରି କରିଥିଲା। ଏକ ଟ୍ଵିଟ୍ରେ ଅଗ୍ରୱାଲ କହିଛନ୍ତି, “ଇଭି ଯୁଗର ଦ୍ୱିତୀୟ ଦିନ ପ୍ରଥମ ଦିନ ଅପେକ୍ଷା ଆହୁରି ଭଲ ଥିଲା। ଦୁଇ ଦିନ ମଧ୍ୟରେ ବିକ୍ରି ୧୧୦୦ କୋଟି ଟଙ୍କା ଅତିକ୍ରମ କରିଛି। ନଭେମ୍ବର…

