Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ବୋଲାଉଥିବାବେଳେ ଜିଲ୍ଲାର ଶେଷସୀମାରେ ଅବସ୍ଥିତ ବାଣପୁର ସତେ ଯେମିତି ଜିଲ୍ଲାର ଗୁରୁତ୍ୱପୂର୍ଣ ଅଙ୍ଗ ରୂପେ ପରିଗଣିତ ନହେଲା ପରି ଲାଗୁଛି। ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏକାଧିକ ଗମ୍ଭୀର ସମସ୍ୟା ଲାଗିରହିଥିଲେ ସୁଦ୍ଧା ସତେ ଯେମିତି ପ୍ରଶାସନ ଏହାକୁ ଦେଖି ଆଖି ବୁଜିଦେଇଛି। ବାଣପୁରରେ ଜିଲ୍ଲା ତଥା ରାଜ୍ୟର ବୃହତ ଡ୍ୟାମ ଶାଳିଆ ଡ୍ୟାମ ଅବସ୍ଥିତ ହୋଇଥିବାବେଳେ ଏଥି ନିମନ୍ତେ ଶାଳିଆ ଜଳସେଚନ ବିଭାଗ କାମ କରୁଛି। ବନ୍ୟା ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ କେନାଲ ନିର୍ମାଣ କରାଯାଇଥିବାବେଳେ ବର୍ତ୍ତମାନ ପୂର୍ତ୍ତବିଭାଗ ଅଧୀନରେ ଥିବା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟିହୋଇଛି। ନନ୍ଦପୁର ଛକ ଠାରୁ ମେଘାମ୍ବରୀ ମନ୍ଦିର ନିକଟସ୍ଥ ଟୀକା କେନ୍ଦ୍ର ଯାଏଁ ମୁଖ୍ୟ ରାସ୍ତାରେ ଉକ୍ତ କେନାଲ ପାଣି ପ୍ରବାହିତ ହେବା ଯୋଗୁଁ ହଜାର ହଜାର ଜନସାଧାରଣ ନାହିଁନଥିବା ଅସୁବିଧାର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ସେପ୍ଟେମ୍ବର ୧୮ ତାରିଖ) ରେ ୧ ହଜାର ୯ ଶହ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଅଛି। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- କୃତିବାସ ଭବନ- (ସମୟ ସକାଳ ୯ ରୁ ୩ ): -୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ ୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– (ସମୟ ସକାଳ ୮.୩୦ ରୁ ୧): – ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ ୩- ସୁନାଖଳା ଉପ…

Read More

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 71 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏ ନେଇ ଆଜି ସାରା ବିଶ୍ବରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ଏହି ଜନ୍ମଦିନରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ସେହି ବାଲୁକା କଳାରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୁଦର୍ଶନ ବାଲି ଏବଂ ଶାମୁକାରେ ତିଆରି କରିଛନ୍ତି ମୋଦିଙ୍କ ଏକ ଭିନ୍ନ ଧରଣର କଳା। ସେ ବାଲୁକା ସ୍ଥାପତ୍ୟ ଉପରେ ଶାମୁକା ଖୋଳପାକୁ ବ୍ୟବହାର କରି ବେଶ ଆକର୍ଷଣୀୟ କରିପାରିଛନ୍ତି। ଏଥିରେ ସୁଦର୍ଶନ ପ୍ରାୟ 2035 ଟି ଶାମୁକା ବ୍ୟବହାର କରିଛନ୍ତି। ଏଥିସହିତ ସେ ଏହି ସ୍ଥାପତ୍ୟରେ  “ହାପି ବାର୍ଥ ଡେ ମୋଦି ଜୀ” ବୋଲି ଲେଖିଛନ୍ତି। ଏହି ବାଲୁକାକଳା ବର୍ତ୍ତମାନ ପୁରୀ ବେଳାଭୂମିରେ ପର୍ଯଟକଙ୍କୁ ଆକୃଷ୍ଟ କରିପାରିଛି।

Read More

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିନ। ଆଜି ମୋଦୀଙ୍କୁ 71 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ 1950 ମସିହା ସେପ୍ଟେମ୍ବର 17 ତାରିଖରେ ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ତାଙ୍କର ଉଦମ୍ୟ ତଥା ପରିଶ୍ରମ ପାଇଁ ଆଜି ସେ ବିଶ୍ବରେ ଜଣେ ପ୍ରତିଷ୍ଠିତ ନେତା ଭାବରେ ପ୍ରତିଷ୍ଠା ହାସଲ କରିଛନ୍ତି। ତାଙ୍କର ଜନ୍ମଦିନରେ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଶତ୍ରୁମିତ୍ର ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶିବସେନା ନେତା ସଂଜୟ ରାଉତ ତାଙ୍କୁ ଟୁଇଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, “ହାପି ବାର୍ଥ ଡେ ଟୁ ମାଇଁ ଡିଅର ମୋଦିଜୀ।” ଶରଦ ପାୱାର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲା ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ସେହିପରି ରାହୁଳ ଗାନ୍ଧୀ ମଧ୍ୟ ତାଙ୍କ ଟୁଇଟରରେ ହାପି ବାର୍ଥ ଡେ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୪ ହଜାର ୪୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୩ ଲକ୍ଷ ୮୧ ହଜାର ୭୨୮ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୪ ହଜାର ୨୪୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ୯୮ ହଜାର ୪୨୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୩୯ ହଜାର ୫୬ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ଜଣଙ୍କର ପ୍ରାଣ ନେଇଛି କରୋନା।  ସେମାନଙ୍କ ମଧ୍ୟରୁ ଭଦ୍ରକ, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୨ ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୯୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪ ହଜାର ୮୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୦୬ ଜଣ।

Read More

ଭୁବନେଶ୍ଵର: ଭୁବନେଶ୍ବର ତହସିଲ ଏବଂ ଉପ-ଜିଲ୍ଲାପାଳଙ୍କ ଅଫିସକୁ ବିଏମସି ସିଲ୍ କରିଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ଅଫିସକୁ ବିଏମସି ସିଲ୍ କରିଛି। ଲଗାତର କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ବିଏମସି ଏହି ନିଷ୍ପତ୍ତି ନେଇଛି। ଉପ-ଜିଲ୍ଲାପାଳଙ୍କ ଅଫିସରୁ ୪ ଜଣ କର୍ମଚାରୀ କରୋନାରେ ସଂକ୍ରମଣ ହୋଇଥିବା ବେଳେ ତହସିଲ ଅଫିସରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ଅଫିସକୁ ଯିବା ପାଇଁ ବାରଣ କରାଯାଇଛି।

Read More

ନୂଆଦିଲ୍ଲୀ: ନିଜର କାର୍ଯ୍ୟ ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଚର୍ଚ୍ଚାରେ ଅଛନ୍ତି। ଗଡକରୀ ଗତକାଲି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ସମୀକ୍ଷା କରି ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ଅଧିକାରୀମାନଙ୍କୁ ତାଗିଦ କରିବା ସହ ଏକ ରୋଚକ କାହାଣୀ ବର୍ଣ୍ଣନା କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ମୁଁ ଥରେ ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁର ଘରେ ବୁଲଡୋଜର ଚଳାଇଥିଲି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିତିନ ଗଡକରୀ କହିଛନ୍ତି, “ଯେତେବେଳେ ମୁଁ ନବ ବିବାହିତ ଥିଲି, ସେତେବେଳେ ମୋ ଶ୍ୱଶୁରଙ୍କ ଘର ରାସ୍ତା ମଝିରେ ଆସୁଥିଲା। ମୁଁ ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁରଙ୍କ ଘରେ ବୁଲଡୋଜର ଚଲାଇ ରାସ୍ତା ନିର୍ମାଣ କରିଥିଲି। ଏକ ପ୍ରଶ୍ନର ଉତ୍ତରରେ ଗଡକରୀ କହିଛନ୍ତି, ଯଦି ଆପଣ ଭଲ ସେବା ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ କିଛି ଅର୍ଥ ଦେବାକୁ ପଡିବ। ଯଦି ଆପଣ ଏକ ଶୀତତାପ ନିୟନ୍ତ୍ରିତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୭୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶର ସମସ୍ତ ନେତା ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ରାହୁଲ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ମୋଦୀ ଜୀ। ଉଲ୍ଲେଖ ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ୨୦ ଦିନିଆ ଦେଶବ୍ୟାପୀ ଅଭିଯାନ ଯୋଜନା କରିଛି। ଯାହା ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖରେ ଶେଷ ହେବ। ଏଥି ସହ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନକୁ ‘ଜାତୀୟ ବେକାରୀ ଦିବସ’ ଭାବରେ ପାଳନ କରୁଛି। ବିଜେପିର ଏହି ୨୦ ଦିନିଆ ଅଭିଯାନ ପଛର କାରଣ ହେଉଛି ଆଜିଠାରୁ ୨୦ ଦିନ ପରେ ଅର୍ଥାତ୍ ଅକ୍ଟୋବର ୭ ତାରିଖ ଦିନ (୨୦ ବର୍ଷ ପୂର୍ବେ) ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ମୋଦୀ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୧ ଟି ଲୋକାଲ କେସ୍‌ ରହିଛ। ୬୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୯୬ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୯୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪ ହଜାର ୮୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୦୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୧୨ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୩ ଟି ଜିଲ୍ଲାରୁ ୬୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…

Read More

ଭୁବନେଶ୍ୱର :  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା କ୍ୟାରିୟର କାଉନ୍‌ସେଲିଂ ପୋର୍ଟାଲର ବ୍ୟାପକ ଉପଯୋଗ ଉପରେ ଗୁରୁତ୍ୱାରୋପ କରି ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ କହିଲେ ଯେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସଠିକ୍‌ ମାର୍ଗରେ ନିୟନ୍ତ୍ରଣ କରାଗଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ପୂରଣ ହେବ । ଜିଲ୍ଲା ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟାଗୁଡ଼ିକୁ ତଦାରଖ କରିବା ସହିତ ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବେ । ‘ମୋ ସ୍କୁଲ’ ଅଭିଯାନରେ ଉଚ୍ଚ ମାଧ୍ୟମିକ ରୂପାନ୍ତରଣ ନିମନ୍ତେ ପାଖାପାଖି ୭୫୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କିଛି ପ୍ରକଳ୍ପର କାର୍ଯ୍ୟ…

Read More

Viswakarma Puja: ବିଶ୍ୱକର୍ମା ପୂଜାକୁ ବିଶ୍ୱକର୍ମା ଦିବସ ବା ଜୟନ୍ତୀ ମଧ୍ୟ କୁହାଯାଏ। ବିଶ୍ୱକର୍ମା ପୂଜା ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପଡିଥାଏ। ଚଳିତ ବର୍ଷ ଏହା 17 ତାରିଖ ଶୁକ୍ରବାର ଦିନ ପଡିଛି। ଏହି ଦିନ ଭାରତର ପ୍ରାୟ ସବୁ ସ୍ଥାନରେ ପ୍ରଭୃ ବିଶ୍ବକର୍ମାଙ୍କ ପୂଜା କରାଯାଏ। ଇତିହାସ ଅନୁଯାୟୀ ଭଗବାନ ବିଶ୍ୱକର୍ମାଙ୍କୁ ଦେବଶିଳ୍ପୀ ଅର୍ଥାତ୍ ଦେବତାମାନଙ୍କର ସ୍ଥପତି ଭାବରେ ପୂଜା କରାଯାଏ। ତାଙ୍କୁ ମଧ୍ୟ ତ୍ରିଲୋକ ବା ତ୍ରିପକ୍ଷ ଯୁଗର ନିର୍ମାଣକର୍ତ୍ତା ଭାବରେ ବିବେଚନା କରାଯାଏ। ଏହା ସହିତ ବିଶ୍ୱକର୍ମା ମଧ୍ୟ ଉଡ଼ୁଥିବା ରଥ, ପ୍ରାସାଦ ଏବଂ ଦେବତାମାନଙ୍କର ଅସ୍ତ୍ରଶସ୍ତ୍ର ନିର୍ମାଣ କରିଥିଲେ। ଏପରିକି ବିଶ୍ୱାସ କରାଯାଏ ଯେ ଇନ୍ଦ୍ରଙ୍କ ମହାନ ଅସ୍ତ୍ର ଯାହା ଋଷି ଦଧିଚିଙ୍କ ହାଡରୁ ନିର୍ମିତ ହୋଇଥିଲା, ତାହା ମଧ୍ୟ ବିଶ୍ୱକର୍ମା ଦ୍ବାରା ତିଆରି କରାଯାଇଥିଲା। କେବଳ ସ୍ୱର୍ଗ ନୁହେଁ ବରଂ ସେ ଏହି ସମଗ୍ର ସୃଷ୍ଟିର ସ୍ଥାପତ୍ୟ ଭାବରେ ବିବେଚନା କରାଯାଏ। ସେ ସତ୍ୟ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡାର କାଶୀପୁରସ୍ଥିତ ଉତ୍କଳ ଆଲୁମିନା ରିଫାନାରୀ ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମ୍ପ୍ରସାରଣ ସହିତ, ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା ବାର୍ଷିକ 1.5 ମିଲିୟନ୍ ଟନ୍ ରୁ 2 ମିଲିୟନ୍ ଟନ୍ କୁ ବୃଦ୍ଧି କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବରୁ ଓଡିଶାର ଅର୍ଥନୀତି ପଛକୁ ଫେରି ଆସୁଛି ଏବଂ ଆମେ ମୁଖ୍ୟ ସ୍ରୋତକୁ ଫେରିଛୁ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନା ମହାମାରୀର ପ୍ରଭାବ ସତ୍ତ୍ୱେ ନିବେଶକମାନେ ଓଡିଶାରେ ସେମାନଙ୍କର ପ୍ରକଳ୍ପର ସମ୍ପ୍ରସାରଣ କରୁଛନ୍ତି। ମହାମାରୀ ପରଠାରୁ ଆମେ 4.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗକୁ ଆକର୍ଷିତ କରିପାରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇରେ ରାଜ୍ୟର ଜିଏସଟି ସଂଗ୍ରହ ମଧ୍ୟ ପୂର୍ବ ବର୍ଷର ଏହି ସମୟରେ 54 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି। ଓଡ଼ିଶାର…

Read More

ମେଷ : ତୁମେ ତୁମର ଜୀବନ ସାଥୀଙ୍କଠାରୁ ସମର୍ଥନ ପାଇବ। ବ୍ୟବସାୟ ବୃଦ୍ଧି ପାଇବ। ଅଧିକାରୀମାନେ ଚାକିରିରେ ଖୁସି ହେବେ। କ୍ରନିକ୍ ରୋଗ ବାଧା ସୃଷ୍ଟି କରିପାରେ। ପାରିବାରିକ ଚିନ୍ତା ରହିବ। ଦୁର୍ଘଟଣାର ସମ୍ଭାବନା ରହିବ। ଶତ୍ରୁ ଭୟ ହେବ। ଆଇନଗତ ବାଧା ଦୂର ହେବ। ବୃଷ : ସ୍ଥଗିତ କାର୍ଯ୍ୟଗୁଡ଼ିକ ଆରମ୍ଭ ହେବ। ଘର ବାହାରେ ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ସମାପ୍ତ ହେବ। ଅନ୍ୟମାନଙ୍କ କାର୍ଯ୍ୟ ପାଇଁ ଦାୟିତ୍ବ ନିଅ ନାହିଁ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଆଶା ବିଳମ୍ବ ହୋଇପାରେ। ଚିନ୍ତା ଏବଂ ଟେନସନ ହେବ। ସହଭାଗୀମାନଙ୍କ ସହିତ ପାର୍ଥକ୍ୟ ସମ୍ଭବ। ବ୍ୟବସାୟ ଭଲ ହେବ। ସମୟ ଚାଲିଯାଇଛି। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କ ରୁହନ୍ତୁ। ଟିକିଏ ଅସାବଧାନତା ଅଧିକ କ୍ଷତି କରିପାରେ। ମିଥୁନ : ଚାକିରିରେ ଅଧିକାର ବୃଦ୍ଧି ପାଇପାରେ। ତୁମେ ସାନ ଭାଇମାନଙ୍କ ସମର୍ଥନ ପାଇବ। ସୁଖ ମିଳିବ। ଏକତ୍ରିତ ପାଣ୍ଠି ବୃଦ୍ଧି ପାଇବ।…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୦, କଟକରୁ ୧୧୧, ବାଲେଶ୍ଵରରୁ ୩୧, ଯାଜପୁରରୁ ୩୧, ମୟୂରଭଞ୍ଜରୁ ୨୯, ଜଗତସିଂହପୁରରୁ ୨୪, ସମ୍ବଲପୁରରୁ ୧୭, ପୁରୀରୁ ୧୬, ସୁନ୍ଦରଗଡରୁ ୧୫, ଭଦ୍ରକରୁ ୧୪, କେନ୍ଦ୍ରାପଡାରୁ ୧୪, ରାୟଗଡାରୁ ୧୨, ଅନୁଗୁଳରୁ ୯, ଢେଙ୍କାନାଳରୁ ୯, କେନ୍ଦୁଝରରୁ ୮, ବରଗଡରୁ ୭, କୋରାପୁଟରୁ ୬, ନବରଙ୍ଗପୁରରୁ ୫, ଦେବଗଡରୁ ୪, ଝାରସୁଗୁଡାରୁ ୪, ଗଞ୍ଜାମରୁ ୩, ବଲାଙ୍ଗୀରିରୁ ୨, ମାଲକାନଗିରିରୁ ୨, ନୟାଗଡରୁ ୨, ସୋନପୁରରୁ ୨, କନ୍ଧମାଳରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୪ ହଜାର ୮୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ମନୋଜ୍ଞ ଦେଶାତ୍ମବୋଧକ କବିତା ପାଠୋତ୍ସବ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଲଟଣ ପଡିଆସ୍ଥିତ ଛାୟା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ‘ସ୍ଵାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଚିଲିକା ସାହିତ୍ୟ ସମାଜର ସହଯୋଗରେ ଏହାକୁ ଆୟୋଜନ କରାଯାଇଥିଲା। ଆୟୋଜିତ ସମାବେଶରେ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଓ କବି ନୃସିଂହ ପ୍ରସାଦ ମିଶ୍ର, ବିଶିଷ୍ଟ ଗାଳ୍ପିକ ଶିବ ମିଶ୍ର, ଗବେଷକ ଓ ଅଧ୍ୟାପକ ଡ଼ଃ ସତ୍ୟ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।  ଦେଶାତ୍ମବୋଧ କବିତାର ପ୍ରଧାନସ୍ଥଳ ବାଣପୁର ବୋଲି ବର୍ଣ୍ଣନା କରିବା ସହ ପ୍ରଥମ ସ୍ବାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ବୋଲି ସେମାନେ ଉଲ୍ଲେଖ କରିଥିଲେ।…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା ବଂଶାଜାଲ ପଂଚାୟତର ହେଲେଇ ଗ୍ରାମରେ ଜଣେ ଚାଷୀକୁ ଭାଲୁ ଆକ୍ରମଣ କରିବା ଫଳରେ ସେ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ପ୍ରକାଶ ଯେ, ରେଢାଖୋଲ ଥାନା ହେଲେଇ ଗ୍ରାମର ଚାଷୀ ସିତାନୁ ପ୍ରଦାନ (୨୬) ନିଜ ଚାଷ ଜମିକୁ ଯାଇଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ହଠାତ୍ ଆକ୍ରମଣ କରିଥିଲା। ଭାଲୁଟି ଚାଷୀଙ୍କର ଦୁଇ ଗୋଡକୁ କାମୁଡି ଦେଇଥିଲା। ଚାଷୀ ଜଣଙ୍କ ବହୁତ ପାଟି କରିଥିଲେ ମଧ୍ୟ ନିକଟରେ କେହି ନଥିବାରୁ ସେ ସାହସର ସହ ଭାଲୁକୁ ଏକ ଖାଲରେ ଠେଲିଦେଇ ଗାଁ କୁ ପଳାଇ ଆସିବାରେ ସଫଳ ହୋଇଥିଲା। ରକ୍ତ ଜୁଡୁବୁଡୁ ଚାଷୀ ଜଣଙ୍କୁ ୧୦୮ ଆମ୍ବୁଲାନସ୍ ରେ ରେଢାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ପରିବାର ଲୋକେ । ସେ ସୁସ୍ଥ ଥିବା ଜଣା ପଡିଛି।

Read More

ନୂଆଦିଲ୍ଲୀ: ରାହୁଳ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ଭୋପାଳରେ ତାଙ୍କ ବିରୋଧରେ ଏଫଆଇଆର ଋଜୁ କରାଯାଇଛି। ଏଥିସହିତ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ରାହୁଳ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଋଜୁ ହେବା ପରେ ଆଇନି ବିଶେଷଜ୍ଞଙ୍କ ସହିତ ଆଲୋଚନା କରାଯାଉଛି। ହିନ୍ଦୁ ଦେବାଦେବୀ ଏବଂ ଆରଏସଏସ ବିରୋଧରେ ରାହୁଳ ଗାନ୍ଧୀ ଯେପରି ବୟାନ ଦେଇଛନ୍ତି ତାହା ଠିକ୍ ନୁହେଁ। ରାହୁଳ ଗାନ୍ଧୀ ସୁବିଧାବାଦୀ ରାଜନୀତି କରିବା ପାଇଁ ଏପରି ବୟାନ ଦେଇଛନ୍ତି। ଯାହା କୋଟି କୋଟି ହିନ୍ଦୁଙ୍କୁ ଆଘାତ ଦେଇଛି। ଏହା ବିରୋଧରେ ଏକ ଦୃଢ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ମଧ୍ୟ ପ୍ରଦେଶ ବିଜେପି ବିଧାୟକ ରାମେଶ୍ବର ଶର୍ମା ମଧ୍ୟ ଥାନାରେ ଏକ ମାମଲା ଋଜୁ କରିଛନ୍ତି। ସେ କହିଛନ୍ତି ଯେ, ରାହୁଳଙ୍କ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିବା ହିନ୍ଦୁ ସମାଜକୁ ଆଘାତ…

Read More

ନୂଆଦିଲ୍ଲୀ: ବିରାଟ କୋହଲି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦ ଛାଡିବେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କୋହିଲି ଏହା ଘୋଷଣା କରିଛନ୍ତି। ସେ ଆସନ୍ତା ଟି -୨୦ ବିଶ୍ୱକପ ପରେ ଟି -୨୦ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଇସ୍ତଫା ଦେବେ। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ବିରାଟ କୋହଲି କହିଛନ୍ତି ଯେ, ସେ ଏହି ନିଷ୍ପତ୍ତିକୁ ଅତି ସତର୍କତାର ସହ ନେଇଛନ୍ତି। କାର୍ଯ୍ୟ ଭାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ହେଲେ ଟେଷ୍ଟ ଓ ଦିନିକିଆ ଦଳରେ ଅଧିନାୟିକତ୍ଵ ବଜାୟ ରଖିବେ ବୋଲି ସେ ସୂଚନା ଦେଇଛନ୍ତି।

Read More

ଖୋର୍ଦ୍ଧା: ବିଜେପି କର୍ମୀଙ୍କୁ ମାଡ଼ମାରିବା ଏବଂ ଜାତିଆଣ ଆକ୍ଷେପ ଘଟଣାକୁ ନେଇ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ପକ୍ଷରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଦାବି କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏହା ସହ ସେହି ସମୟରେ ଭିଡ଼ିଓ ଉତ୍ତୋଳନ କରୁଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କୁ ବିଧାୟକ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲ ଛଡେଇନେଇଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା। ଏହାପରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

Read More

ଭୁବନେଶ୍ବର: ଶନିବାର ସଂଧ୍ୟା ସୁଦ୍ଧା 4ଟି ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି। ସେହି ଚାରୋଟି ଜିଲ୍ଲା ହେଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଗତ ତିନିଦିନ ଧରି ରାଜ୍ୟରେ ଲଗାତର ପ୍ରବଳ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ହୀରାକୂଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ ଏହି ଡ୍ୟାମର 28ଟି ଗେଟ ଖୋଲାଯାଇଛି। ସେଥିପାଇଁ କେତେକ ସ୍ଥାନରେ ବନ୍ୟା ସମ୍ଭାବନା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି। ବର୍ତ୍ତମାନ ହୀରାକୂଦରେ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ଅନ୍ୟପକ୍ଷରେ ୨୮ଟି ଗେଟ୍ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଶନିବାର ସୁଦ୍ଧା ମୁଣ୍ଡଳୀରେ ଆଠ ଲକ୍ଷ କ୍ୟୁସେକ…

Read More