ଆଜି ସଂଧ୍ୟାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ, ଘୋଷଣା ହୋଇପାରେ ଆର୍ଥିକ ପ୍ୟାକେଜ

Published: Sep 16, 2021, 2:10 pm IST

ନୂଆଦିଲ୍ଲୀ : ଆଜି ଅପରାହ୍ନ 5ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ନୂଆଦିଲ୍ଲୀରେ ଏହି ପିସି ହେବ। ତେବେ ଏହାକୁ ନେଇ ଦେଶର ଆର୍ଥିକ ଜଗତରେ ଏକ ଆଶା ଓ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ପୁଣିଥରେ ସୀତାରମଣ କିଛି କରୋନା ସହାୟତା ଘୋଷଣା କରିବେ କି କଣ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ତେବେ ଅର୍ଥନୈତିକ ମହଲ ଭିନ୍ନ ପ୍ରକାରର ଆଶଙ୍କା କରିଛି। ତାହା ହେଲା ଯେ, ଦେଶରେ ବ୍ୟାଙ୍କଗୁଡିକ କ୍ଷତିରେ ଚାଲିଥିବାରୁ ସେସବୁକୁ ଆର୍ଥିକ ସହାୟତା ଘୋଷଣା କରାଯିବ। ଦେଶର ବ୍ୟାଙ୍କ ସଂଘ ଏ ନେଇ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ସାକ୍ଷାତ କରି ଆଲୋଚନା କରିଛନ୍ତି। ମୁଖ୍ୟତଃ ବ୍ୟାଡ ବ୍ୟାଙ୍କ ଘୋଷଣା କରିବା ସମ୍ଭାବନା ରହିଛି।

Related posts