Author: Samikhsya Bureau

ଭୁବନେଶ୍ୱର: ୟୁନିଟି-୨, ପଟେଲ ବସ୍ତିଠାରେ ଭାରତୀୟ ଜାତୀୟ କଂଗ୍ରେସର 140 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ ଅଭିଯାନର ପ୍ରକୃତ ନାୟକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ଏବଂ ପଟେଲ ନଗର ଯୁବ ଗୋଷ୍ଠୀ ଶ୍ରମଦାନ କରିଥିଲେ। ସଫେଇ କାର୍ଯ୍ୟକ୍ରମର ସମାପନ ପରେ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା ଓ ପଟେଲ ନଗର ବାସିନ୍ଦାଙ୍କୁ ସମ୍ବୋଧିତ କରି ଶ୍ରୀ ଜେନା କହିଥିଲେ, ଜନସାଧାରଣଙ୍କ ଯେ କୌଣସି ସମସ୍ୟା ପାଇଁ କଂଗ୍ରେସ ଲଢ଼ିବାକୁ ପ୍ରସ୍ତୁତ। କାରଣ କଂଗ୍ରେସ ହେଊଛି ଗଣତନ୍ତ୍ର, ସମ୍ବିଧାନ ପାଳନ କରୁଥିବା ଓ ଗରିବ, ଶ୍ରମିକ, କୃଷକ ଏବଂ ଅସହାୟଙ୍କ ପାଇଁ ଛିଡା ହେଉଥିବା ଦଳ। ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର ଓ ଅର୍ଥନୈତିକ ପ୍ରଗତିର ସହର ରୂପେ ଗଢିବାକୁ କଂଗ୍ରେସ ବଦ୍ଧ ପରିକର।…

Read More

India Economy 2027: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଭାରତ 2027 ସୁଦ୍ଧା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ଗୁଜରାଟର ଅହମ୍ମଦାବାଦର ବିଶ୍ୱ ଉମିଆ ଧାମରେ ​​ଯୁବ ବ୍ୟବସାୟ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଯେ ଦେଶର GDP 4.19 ଟ୍ରିଲିୟନ ଡଲାରରେ ପହଞ୍ଚିଛି ଏବଂ ଖୁବ୍ ଶୀଘ୍ର ଭାରତ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ 2024-25 ବର୍ଷରେ ବିଶ୍ୱର 50 ପ୍ରତିଶତ ଡିଜିଟାଲ୍ ଆର୍ଥିକ କାରବାର ଭାରତରେ ହୋଇଥିଲା। ଶ୍ରୀ ଶାହା ଅହମ୍ମଦାବାଦର ଗୋଧାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ନମୋତ୍ସବରେ ମଧ୍ୟ ଯୋଗ ଦେଇଥିଲେ। ପୂର୍ବରୁ, ଅହମ୍ମଦାବାଦରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଦ୍ୱାରା ଆୟୋଜିତ IMA ନେଟକନ୍ 2025 ରେ ଉଦବୋଧନ ଦେଇ ଶ୍ରୀ ଶାହା କହିଥିଲେ ଯେ ଦେଶରେ ସ୍ୱାସ୍ଥ୍ୟ…

Read More

ଭୁବନେଶ୍ୱର: ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବର ଗତକାଲି ଥିଲା ତୃତୀୟ ଦିନ । ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଆଜି ନୃତ୍ୟଶିଳ୍ପୀମାନେ ଦଳଗତ ଓ ଏକକ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ସ୍ମିତାଳୟ ଦଳର ନୃତ୍ୟଶିଳ୍ପୀମାନେ ଆଜି ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଭେଟି ଦେଇଛନ୍ତି । ସେମାନେ ଦୁର୍ଗା ସ୍ତୁତି ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଏହାପରେ ସାଇଦୀପ ଦାସ ଏବଂ ଶୁଭଶ୍ରୀ ରାୟ ଯୁଗଳ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟଶିଳ୍ପୀ ସୁବ୍ରତା ପଣ୍ଡା ଏକକ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ କୋଲକାତାର ଅଦ୍ରିକା ଚଟୋପାଧ୍ୟାୟ ଏବଂ ପ୍ରିୟଙ୍କା ଘୋଷ ସେମାନଙ୍କର ଓଡିଶୀ ନୃତ୍ୟରେ କସ୍ତୁରୀ ତିଳକମ୍‌ ବିଷୟବସ୍ତୁ ପରିବେଷଣ କରିଥିଲେ ।

Read More

ଭୁବନେଶ୍ବର: ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର । ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାକାର ମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ଆଜି କେନ୍ଦୁଝରର ପାର୍କଲେନ ଠାରେ ଆୟୋଜିତ ୪୮ ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟ କଳାକାର ଓ ସେମାନଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାର କରୁଥିବା କଳାକାର ମାନଙ୍କ ସମ୍ମାନରେ ଏହି ଭତ୍ତା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ମାନଙ୍କ ଭତ୍ତା ବୃଦ୍ଧି ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ ୪୦ ରୁ ୮୦ ବର୍ଷ ବୟସ୍କ କଳାକାର ମାନଙ୍କ ଭତ୍ତା ମାସକୁ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୮୦…

Read More

ମେଷ- ପରିଶ୍ରମର ଫଳ ମିଠା ହେବ। ସାମାଜିକ କାର୍ଯ୍ୟରେ ଆଗ୍ରହୀ ହେବେ। ଆପଣଙ୍କପ ସମ୍ମାନ ମିଳିବ। ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରିଚୟ ବୃଦ୍ଧି ପାଇବ। ଶାରୀରିକ କଷ୍ଟ ସମ୍ଭାବନା। ଅଜ୍ଞାତ ଭୟ ହନ୍ତସନ୍ତ କରିବ। ଚିନ୍ତା ଏବଂ ଟେନସନ ରହିବ। ଏକ ଚିତ୍ତାକର୍ଷକ ଯାତ୍ରା ଯୋଜନା କରାଯିବ। ଖରାପ ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ବୃଷ- ଆପଣ ଦୂରରୁ ସୁଖଦ ସୂଚନା ପାଇପାରିବେ । ଅତିଥିମାନେ ଘରେ ପହଞ୍ଚିବେ। ଖର୍ଚ୍ଚ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବଡ କାମ କରିବାକୁ ଇଚ୍ଛା କରିବେ । ପରିବାର ସହାୟତା ଯୋଗାଇ ଦିଆଯିବ। ଖୁସି ହେବେ। ଆପଣଙ୍କର ବୁଦ୍ଧି ବ୍ୟବହାର କରନ୍ତୁ। ଲାଭ ବୃଦ୍ଧି ପାଇବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ। ମିଥୁନ- ନୂତନ ପୋଷାକ କିଣିବା ଉପରେ ଖର୍ଚ୍ଚ ହେବ। ଯାତ୍ରା ଚିତ୍ତାକର୍ଷକ ହେବ ।…

Read More

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୪୦ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦଳୀୟ ପତାକା ଉତ୍ତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଓ ଦେଶକୁ ସ୍ୱାଧୀନ କରିବାରେ ଆମ ପୂର୍ବସୂରୀମାନଙ୍କ ଅସୀମ ତ୍ୟାଗ ଓ ସେବା ପାଇଁ ଆମେ ଆଜି ଗର୍ବ କରୁଛୁ । ବହୁ ପୂର୍ବତନ ପ୍ରଧାନମନ୍ତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ନାମକୁ ଟେକ ରଖିଥିବାବେଳେ ବର୍ତ୍ତମାନ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି ଓ ମହାତ୍ମା ଗାନ୍ଧୀଙ୍କ ନାମକୁ ପ୍ରତ୍ୟେକ ସ୍ଥାନରୁ ହଟେଇବା ପାଇଁ ଚକ୍ରାନ୍ତ ଚାଲିଛି । କିନ୍ତୁ କଂଗ୍ରେସ ଦଳ ଏହାକୁ କଦାପି ବରଦାସ୍ତ କରିପାରିବ ନାହିଁ ଓ…

Read More

କେନ୍ଦୁଝର: ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୂଳଭିତ୍ତି ରୂପରେ ଗ୍ରହଣ କରି ଶିକ୍ଷାଦାନ କରିଥାଏ ସରସ୍ବତୀ ଶିଶୁ ମନ୍ଦିର। ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନକୁ ଶିଶୁ ମନ୍ଦିର ଶିକ୍ଷରା ପ୍ରଣାଳୀ ସବୁଠୁ ଅଧିକ ଗୁରୁତ୍ବ ଦେଇଥାଏ ବୋଲି କେନ୍ଦୁଝରରେ ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବଣିଆପାଟ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ସମଗ୍ର ଓଡ଼ିଶାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି। ସେହି ପରିବର୍ତ୍ତନ ଧାରାକୁ ଅବ୍ୟାହତ ରଖିବା ଦିଗରେ ଏହି ଶିକ୍ଷାନୁଷ୍ଠାନର ଭୂମିକା କୌଣସି ମାତ୍ରାରେ କମ୍ ନୁହେଁ। ଯେତେବେଳେ ଦୂରଦୂରାନ୍ତ ଅଞ୍ଚଳରେ ସରକାରୀ ସ୍କୁଲ ନଥିଲା, ସେତେବେଳେ ଏହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ହିଁ ଓଡିଶାର…

Read More

ଭୁବନେଶ୍ୱର: ମା ଭଗବତୀ ବିକାଶ ପରିଷଦ ତାହାର ଷୋଡ଼ଶତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ପାଳନ କରିଛି। ଉକ୍ତ ଉତ୍ସବକୁ ପୌରହିତ୍ୟ କରିଥିଲେ ପରିଷଦ ସଭାପତି ପ୍ରାକ୍ତନ ମନ୍ତ୍ରୀ ଡାଃ ଦେବେନ୍ଦ୍ର ନାଥ ମାନସିଂହ। ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦାନ କରି ଚିଲିକା ନିର୍ବାଚନ ମଣ୍ଡଳୀର ବିକାଶ ସମ୍ବନ୍ଧରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ପରିଷଦ ତରଫରୁ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ବିକାଶ ପାଇଁ 70 ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସମ୍ବଳିତ ଏକ ପୁସ୍ତିକା ତାଙ୍କୁ ଅର୍ପଣ କରାଯାଇଛି। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ନ୍ୟାୟ ମୂର୍ତ୍ତି ମାନ୍ୟବର ଆଦିତ୍ୟ କୁମାର ମହାପାତ୍ର, ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସେମାନଙ୍କ ଅଭିଭାଷଣରେ ପରିଷଦ ର କାର୍ଯ୍ୟକ୍ରମ ର ଭୁରି ଭୁରି ପ୍ରଶଂସା କରିବା ସହ ଭୁବନେଶ୍ୱର ମହାନଗର ନିଗମ ରେ ରହି ମା…

Read More

ଭୁବନେଶ୍ବର: ସମସ୍ତ ପାଖରେ କିଛି ନା କିଛି ଲୁକ୍କାୟିତ ଗୁଣ ବା ପ୍ରତିଭା ରହିଛି। ତେଣୁ ପାଠ ପଢ଼ା ସହିତ ଏହି ଲୁଚି ରହିଥିବା ପ୍ରତିଭାକୁ ଚିହ୍ନି ପାରିଲେ, ଆମେ ଜୀବନରେ ସଫଳ ହୋଇ ପାରିବା ବୋଲି ତେଲକୋଇ ବ୍ଲକର ସିରିଗିଡ଼ାଠାରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏଭଳି ମତବ୍ୟକ୍ତ କରିଛନ୍ତି। ସୁବର୍ଣ୍ଣ ଜୟନ୍ତୀ ସମାରୋହ ମୁଖ୍ୟ ଅତିଥି ଭାବେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ କହିଥିଲେ, ଛାତ୍ରଛାତ୍ରୀଙ୍କ ପ୍ରଥମ କାମ ହେଉଛି ମନଦେଇ ପାଠପଢିବା। କେବଳ ପାଠ ପଢିଲେ ହେବ ନାହିଁ। ବର୍ତ୍ତମାନର ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ। ଟେକ୍ନୋଲୋଜି ସହ ତାଳ ଦେଇ ଅପଡେଟ୍ ରହିବା କଥା।। ପ୍ରତ୍ୟେକଙ୍କ ନିକଟରେ କିଛି ନା କିଛି ଅନ୍ତନିର୍ହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛି । ସେହି ଅନ୍ତର୍ନିହିତ…

Read More

India’s Electronic Export: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଲ୍ଲେଖ କରିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଭାରତର ତୃତୀୟ ସର୍ବବୃହତ ରପ୍ତାନି ବର୍ଗ ଭାବରେ ଉଭା ହୋଇଛି, ଯାହା ସପ୍ତମ ସ୍ଥାନରୁ ଉପରକୁ ଉଠିଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ ମନ୍ତ୍ରୀ କହିଛନ୍ତି ଯେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଉତ୍ପାଦନକାରୀ ଦେଶ। ସେ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଭାରତର ଅଭିବୃଦ୍ଧି କାହାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବ୍ୟାପକ ଇକୋସିଷ୍ଟମ ବିକାଶ କରିବାର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ। ଶ୍ରୀ ବୈଷ୍ଣବ କହିଛନ୍ତି ଯେ ⁠ବଡ଼ ସ୍କେଲ୍ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ PLI ଯୋଜନା (LSEM) 13,475 କୋଟି ଟଙ୍କାରୁ ଅଧିକ ନିବେଶ ଆକର୍ଷିତ କରିଛି ଏବଂ 9.8 ଲକ୍ଷ କୋଟି ଟଙ୍କାର ଉତ୍ପାଦନ ହାସଲ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ ଏହି ଯୋଜନା ଗତ 5 ବର୍ଷ ମଧ୍ୟରେ 1.3 ଲକ୍ଷରୁ ଅଧିକ…

Read More

Maan Ki Baat 129: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ 2025 ବର୍ଷ ଜାତୀୟ ସୁରକ୍ଷା ଠାରୁ ଆରମ୍ଭ କରି କ୍ରୀଡ଼ା ଏବଂ ବିଜ୍ଞାନ ପ୍ରୟୋଗଶାଳା ପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ବଡ଼ ମଞ୍ଚ ପର୍ଯ୍ୟନ୍ତ ସବୁଠି ଦକ୍ଷତା ପ୍ରଦାନ କରିଛି। ସେ କହିଲେ ଯେ ଏହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବା ପାଇଁ ଅନେକ ଉତ୍ସାହ ଆଣି ଦେଇଥିଲା। ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍ Maan Ki Baat ରେ ନିଜ ମନ କଥା କହିଛନ୍ତି। ସେ କହିଥିଲେ ଯେ ‘ଅପରେସନ୍ ସିନ୍ଦୂର’ ଏହି ବର୍ଷ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ ପାଲଟିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ସ୍ପଷ୍ଟ ଭାବରେ ଦେଖିଛି ଯେ ଆଜିର ଭାରତ ଏହାର ସୁରକ୍ଷା ସହିତ ସାଲିସ କରେ ନାହିଁ। ଶ୍ରୀ ମୋଦୀ ବନ୍ଦେ ମାତରମର 150ତମ ବାର୍ଷିକୀ ପାଇଁ ସମାନ ମନୋଭାବ ଏବଂ…

Read More

ଭୁବନେଶ୍ୱର: ଓଡ଼ିଆ ନାଟକ ଓ ସଂଶ୍ଳିଷ୍ଟ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ନାଟ୍ୟକାର ପ୍ର. ଡ଼ଃ ନାରାୟଣ ସାହୁ ଓ ସୁନାମଧନ୍ୟ ସମାଜସେଵୀ ଡ଼ଃ ଆଦିତ୍ୟ କୁମାର ମହାନ୍ତି ଯଥାକ୍ରମେ ମର୍ଯ୍ୟାଦାପୂର୍ଣ୍ଣ ଶୈଳେଶ୍ୱର ନାଟ୍ୟ ସମ୍ମାନ ଓ ସଂଯୁକ୍ତା ସମାଜ ସେବା ସମ୍ମାନ ରେ ଅଭିଷିକ୍ତ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ଠାରେ ଅନୁଷ୍ଟିତ ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଖ୍ୟାତ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହି ପୁରସ୍କାର,ଉପଢୌକନ ଓ ଅର୍ଥରାଶି ଡ଼ଃ ନାରାୟଣ ସାହୁ ଓ ଡ଼ଃ ଆଦିତ୍ୟ କୁମାର ମହାନ୍ତି ଙ୍କୁ ପ୍ରଦାନ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଶ୍ରୀ ଦାସ ବେନେହୂର୍ ଏବଂ ସଭାପତି ଭାବେ ଇଂ ଚନ୍ଦ୍ରଶେଖର ନନ୍ଦ ଯୋଗ ଦେଇଥିଲେ। ଶୈଳେଶ୍ୱର ସଂଯୁକ୍ତା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଟିତ ଏହି ଉତ୍ସବରେ ଟ୍ରଷ୍ଟର ସଭ୍ୟ ସତ୍ୟକାମ ନନ୍ଦ ବିବରଣୀ…

Read More

କେନ୍ଦୁଝର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ କେବଳ ଜଣେ ବ୍ୟକ୍ତି ଭାବେ ନୁହେଁ, ସେ ଏକ ଆନ୍ଦୋଳନ, ଏକ ଚେତନା, ଏକ ଅନୁଷ୍ଠାନ ଓ ସଂସ୍କୃତିର ଅଭିଜ୍ଞାନ। ସେ ଜଣେ ଏମିତି ଯୁଗପୁରୁଷ ଥିଲେ, ଯିଏ ଅନ୍ଧାର ଭିତରେ ଆଲୋକର ଜାଗରଣ କରିଥିଲେ। ଏକ ଅବହେଳିତ ଓ ଅନ୍ତର୍ଭୁକ୍ତ ହୋଇନଥିବା ସମାଜକୁ ଶିକ୍ଷା, ଅସ୍ମିତା ଓ ଗର୍ବର ଅନୁଭୂତି ଦେଇଥିଲେ। ସେ ଥିଲେ ସାନ୍ତାଳୀ ଅସ୍ମିତାର ପ୍ରତୀକ। ବୋଲି ସାନ୍ତାଳୀ ଭାଷା ସାହିତ୍ୟର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଆଜି ସ୍ଥାନୀୟ ସିଲିସୁଆଁ ଠାରେ ସାନ୍ତାଳୀ ଭାଷା ସାହିତ୍ୟର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ହୋଇଥିଲ।। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ସମାରୋହରେ ସେ କହିଥିଲେ, ପଣ୍ଡିତ ରଘୁନାଥ ମୂର୍ମୁଙ୍କ ସୃଷ୍ଟି – ଅଲଚିକି ଲିପିର ପ୍ରସାର ଆମକୁ…

Read More

କେନ୍ଦୁଝର: ଶିକ୍ଷା ହେଉଛି ମାନବ ସଭ୍ୟତାର ବିକାଶର ପ୍ରଥମ ପାହାଚ। ଏହି ପାହାଚ ଚଢ଼ି ଭାରତ ବିକଶିତ ହେବ ଏବଂ ଆମେ ଆତମ ନିର୍ଭରଶୀଳ ହୋଇ ପାରିବ। ତେଣୁ ଛାତ୍ରଛାତ୍ରୀମାନେ ଜୀବନରେ ସବୁବେଳେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମଇଦାନକେଲସ୍ଥିତ ପ୍ରଗତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହେଉଛି ମାନବ ସଭ୍ୟତାର ବିକାଶର ପ୍ରଥମ ପାହାଚ। ଆଜି ସମୟ ବଦଳିଛି, ଶିକ୍ଷାଦାନ, ଶିକ୍ଷା ଆହରଣ ପଦ୍ଧତି ମଧ୍ୟ ବଦଳିଛି। ଆଜିର ପିଲାମାନେ ଅତ୍ୟନ୍ତ ବିଚକ୍ଷଣ, ବୁଦ୍ଧିମାନ ଏବଂ ପ୍ରତିଭାବାନ୍। ମୋ କହିବାରେ ଆଦୌ ସଙ୍କୋଚ ନାହିଁ ଯେ ଆମ ସମୟରେ କିମ୍ବା ଆମ ପୂର୍ବ ପିଢିମାନେ ଯାହା ଦଶମ-ଏକାଦଶ ଶ୍ରେଣୀରେ ପଢୁଥିଲେ ତାହା ଆଜିର ପିଲାମାନେ ସପ୍ତମ ଶ୍ରେଣୀରୁ ପଢିବା ଆରମ୍ଭ…

Read More

Train Capacity Doubling: ଦ୍ରୁତ ଗତିରେ ବଢ଼ୁଥିବା ଯାତ୍ରା ଚାହିଦାକୁ ପୂରଣ କରିବା ପାଇଁ ଭାରତୀୟ ରେଳବାଇ 2030 ସୁଦ୍ଧା 48ଟି ପ୍ରମୁଖ ସହରରେ ଟ୍ରେନ କ୍ଷମତାକୁ ଦ୍ୱିଗୁଣିତ କରିବାକୁ ଯୋଜନା କରିଛି। ଏହି ସହରଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବାଙ୍ଗାଲୋର, ପାଟନା, ଭୋପାଳ ଏବଂ ପୁରୀ ଅନ୍ତର୍ଭୁକ୍ତ। ରେଳ ମନ୍ତ୍ରଣାଳୟ କହିଛି ଯେ ଏହା ବର୍ଷ ବର୍ଷ ଧରି କ୍ରମାଗତ ଭାବରେ ଯାତ୍ରୀ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ। ରେଳ ବୋର୍ଡର ଅଧ୍ୟକ୍ଷ ସତୀଶ କୁମାର ସମସ୍ତ ଜୋନାଲ ରେଳବାଇର ମହାପ୍ରବନ୍ଧକମାନଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ସେମାନଙ୍କୁ ସେମାନଙ୍କ ଡିଭିଜନଗୁଡ଼ିକରେ ଟ୍ରେନ ପରିଚାଳନା କ୍ଷମତା ବୃଦ୍ଧି କରିବାକୁ କହିଛନ୍ତି। ସେମାନଙ୍କୁ ସହରାଞ୍ଚଳ ଏବଂ ଆଖପାଖରେ ନୂତନ ଟର୍ମିନାଲ ଚିହ୍ନଟ କରିବାକୁ କୁହାଯାଇଛି। ଉଭୟ ବିଭାଗର ପୃଥକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ଉପନଗରୀୟ ଏବଂ ଅଣ-ଉପନଗରୀୟ ଟ୍ରାଫିକ୍ ପାଇଁ କରାଯିବ।

Read More

କେନ୍ଦୁଝର: ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ଚିନ୍ତାଧାରା ନେଇ ସବୁ ଜିନିଷର ଅନୁସନ୍ଧାନ କରିବା ଉଚିତ। ବର୍ତ୍ତମାନର ଛାତ୍ରଛାତ୍ରୀ ଆଗାମୀ ଦିନରେ ବଡ ବୈଜ୍ଞାନିକ ହୋଇ ନୂଆ ନୂଆ ଟେକ୍ନୋଲୋଜିର ଉଦ୍‌ଭାବନ କରିବା ସହିତ ଦେଶକୁ ଆତ୍ମନିର୍ଭର ହେବାରେ ନିଜର ଯୋଗଦାନ ରଖିଵା ଉଚିତ ବୋଲି ଆଜି ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଏହ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଗୋଟିଏ ସଭ୍ୟତାର ବିକାଶ ପଛରେ ସବୁଠାରୁ ବଡ ଭୂମିକା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ରହିଛି। କଳା ଓ ସଂସ୍କୃତି ସାମାଜିକ ପରମ୍ପରାରେ ମହକ ସୃଷ୍ଟି କରିଥାଏ। କିନ୍ତୁ, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ମୂଳଭିତ୍ତି ହେଉଛି ବିଜ୍ଞାନ। କେଉଁ ପ୍ରାଚୀନ କାଳରୁ ଆମ ଦେଶର ୠଷି, ମୁନୀ ଓ ପଣ୍ଡିତମାନେ ବିଭିନ୍ନ ବୈଜ୍ଞାନିକ ସୂତ୍ରକୁ ସୃଷ୍ଟି କରିଥିଲେ। ଆମର ଚତୁର୍ବେଦର…

Read More

କେନ୍ଦୁଝର: ଆଜିଠୁ କେନ୍ଦୁଝରଠାରେ ଗୋନାସିକା-କେନ୍ଦୁଝର ମହୋତ୍ସବ ଆରମ୍ଭ ହୋଇଛି। ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାକୁ ସମୃଦ୍ଧ କରିବା ଦିଗରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ଆସନ୍ତା ୧୦ ବର୍ଷ ମଧ୍ୟରେ ଅର୍ଥାତ ୨୦୩୬ ସୁଦ୍ଧା ଓଡିଶା ଦେଶର ପ୍ରଥମ ପାଞ୍ଚଗୋଟି ଶ୍ରେଷ୍ଠ ବିକଶିତ ରାଜ୍ୟର ଅଂଶବିଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, ଆଜି ଓଡିଶାର ନୂତନ ନିର୍ମାଣର ଯଜ୍ଞ ଆରମ୍ଭ ହୋଇଛି। ଏଥିପାଇଁ ଆମ ସରକାର ରେକର୍ଡ ୬୫ ହଜାର କୋଟି ଟଙ୍କାରୁ ବି ଅଧିକ ବ୍ୟବସ୍ଥା କରାଯାଇଛି। ଆଜି ଓଡିଶାର ପ୍ରତ୍ୟେକ ଜିଲ୍ଲାକୁ ରେଳ ସଂଯୋଗ, ଉତ୍ତମ ରାସ୍ତା ସଂଯୋଗ ପାଇଁ କାର୍ଯ୍ୟ ଚାଲୁଅଛି। ଆମ ସରକାର ୨୦୨୭ ସୁଦ୍ଧା ରାଜ୍ୟର ପ୍ରତି ଗ୍ରାମକୁ ସବୁଦିନିଆ ରାସ୍ତା, ସବୁ ଗାଁକୁ ବିଜୁଳି ଏବଂ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ…

Read More

ଭୁବନେଶ୍ବର: କେନ୍ଦୁଝର ମାଟି ହେଉଛି ବିପ୍ଲବୀ ମାଟି। ଏଠି ଅନେକ ବିପ୍ଲବୀ ଜନ୍ମ ଗ୍ରହଣ କରିଛନ୍ତି। କିନ୍ତୁ ଯେତେବେଳେ ବି ବିପ୍ଳବୀଙ୍କ କଥା ଆଲୋଚନା ହେବ, ଆମ ଜିଲ୍ଲାରେ ଧରଣୀଧର ନାଏକଙ୍କ ନାମ ସର୍ବାଗ୍ରେ ଆସିବ। ବିପ୍ଳବୀ ଧରଣୀ ଧର ଆମ ପାଇଁ ପ୍ରେରଣାର ଉତ୍ସ ବୋଲି ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଆଜି କେନ୍ଦୁଝର ସହରରର ପ୍ରବେଶ ଦ୍ବାର ନେକେଡା ଘରଠାରେ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜିତ ହୋଇଥି‌ଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଥିଲେ, ଆଜି ଆମ ପାଇଁ ଗର୍ବର ଦିନ କାରଣ, ଆଜି କେନ୍ଦୁଝରକୁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ ହେଲା। ଏଇ କେନ୍ଦୁଝର ମାଟିର ବରପୁତ୍ର ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତି ଆଜି କେନ୍ଦୁଝର ସହରର ମୁଖ୍ୟ ପ୍ରବେଶ ପଥ ନେକେଡ଼ା…

Read More

ଭୁବନେଶ୍ବର: ସେ ହେଉଛନ୍ତି ଜଣେ ଫରେଷ୍ଟର, ଆଉ ଚାକିରୀ କରୁଛନ୍ତି କୋରାପୁଟରେ। ସେ ମାତ୍ର ୬୨୪ ଟଙ୍କା ମାସିକ ଦରମାରେ ଚାକିରୀ ଆରମ୍ଭ କରିଥିଲେ। ହେଲେ ଏବେ ସେ ମାଲମାଲ। କୁହାଯାଏ ଚାକିରୀ କରିବ ପୋଲିସ, ନିତି ଖାଇବ ଇଲିସ। ହେଲେ ଏବେ ଫରେଷ୍ଟ ବିଭାଗରେ ଚାକିରୀରେ ମଧ୍ୟ ଇଲିସ ଖାଇବାକୁ ମିଳୁଛି। ତାହା ପ୍ରମାଣିତ କରିଛନ୍ତି ଜଣେ ଫରେଷ୍ଟର। ହେଲେ ଚୋରଘର ସବୁବେଳେ ଅନ୍ଧାର ନ ଥାଏ। ଭାଗ୍ୟ ଖରାପ ସେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ହେଉଛନ୍ତି କୋରାପୁଟ ଫରେଷ୍ଟ ଡିଭିଜନର ଫରେଷ୍ଟର ଶ୍ରୀ ନିରଞ୍ଜନ ଶତପଥୀ। ଆଜି ସକାଳୁ ତାଙ୍କର ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରି ଆୟବର୍ହିଭୂତସମ୍ପତ୍ତି ଖାନତଲାସି କରିଛି। ତେବେ ଭିଜିଲାନ୍ସ ସୁତ୍ର ଅନୁସାରେ ବର୍ତ୍ତମାନ ସୁଦ୍ଧା ତାଙ୍କର ୩ଟି ବହୁତଳ ପ୍ରାସାଦ ଯାହା ଭୁବନେଶ୍ୱରରେ ୨ଟି ଓ କୋରାପୁଟରେ ୧ରହିଛି। ସେହିପରି ୭ଟି ପ୍ଲଟ, ସୁନା ୧ କେଜି, ଜମା ₹୬୬.୪୨…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ୨୯ ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ଏହି ଦିବସ ପାଳନ କରିଛି। ଏଥିରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ନେତା ଓ କର୍ମିଙ୍କ ମନୋବଳକୁ ସୁଦୃଢ କରିଛନ୍ତି। ତେବେ ପ୍ରତିଷ୍ଠା ଦିବସରେ ନବୀନ କିଛି ବଡ ଘୋଷଣା କରିବେ ବୋଲି ଯେଉଁ ସମ୍ଭାବନା ଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି। ପ୍ରତିଷ୍ଠା ଦିବସରେ ନବୀନ ସୁଜାତା କାର୍ତ୍ତିକେୟନଙ୍କୁ ଦଳର ମୁଖିଆ କରିବେ ବୋଲି ବହୁ ଚର୍ଚ୍ଚା ଚାଲିଥିଲା। ଏପରିକି କେତେକ ଭେ କେ ପାଣ୍ଡିଆନଙ୍କୁ ମଧ୍ୟ ପୁଣି ଦାୟିତ୍ବ ଦେବେ ବୋଲି କୁହାଯାଉଥିଲା। ହେଲେ ସେଥିରେ ନବୀନ ପୂର୍ଣ୍ଣଛେଦ ପକାଇଛନ୍ତି। ସେ ତାଙ୍କର ଉତ୍ତାରଧିକାରୀ ଭାବେ କାହାକୁ ବି ବାଛିଲେ ନାହିଁ କି ଘୋଷଣା କିଛି କଲେ ନାହିଁ। ଫଳରେ ଏହାକୁ ନେଇ ନେତା ମହଲରେ…

Read More

ଭୁବନେଶ୍ବର: ଆଜି ବରିଷ୍ଠ ବିଜେପି ନେତ୍ରୀ ତଥା କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ଦେହ ଗୁରୁତର ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ଭୁବନେଶ୍ବର ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶେଷ ଦର୍ଶନ କରିଛନ୍ତି। ତାଙ୍କ ମରଶରୀରେ ପୁଷ୍ପଗୁଚ୍ଛ ଦେଇ ଆତ୍ମାର ସଦଗତି କାମନା କରିଛନ୍ତି। ସେ କହିଛନ୍ତି ଯେ, ଆମ ଦଳର ବରିଷ୍ଠ ନେତ୍ରୀ ତଥା କୋରାଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

Read More