ନୂଆଦିଲ୍ଲୀ: ଭାରତର ଅଷ୍ଟାଦଶ ସାଧାରଣ ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ବିକୁଳ ବିଜୟରେ ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍ଗେ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି। ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍ଗେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରିବା ସହିତ ତୃତୀୟ ଥର ପାଇଁ ତାଙ୍କର ଏହି ବିଜୟ ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏଭଳି ଭବ୍ୟ ଅଭିନନ୍ଦନ ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍ଗେଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭୁଟାନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରେ ଏବଂ ଏହା ଦ୍ୱିପାକ୍ଷିକ ସହଭାଗୀତାର ଏକ ଅନୁକରଣୀୟ ଉଦାହରଣ। ଭୁଟାନ ଓ ଭାରତ ମଧ୍ୟରେ ରହିଥିବା ଏହି ଅଭିନବ ବନ୍ଧୁତା ଓ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।…
Author: Samikhsya Bureau
ଭୁବନେଶ୍ବର: ଶେଷରେ ସରିଛି ନିର୍ବାଚନ, ପୁରୀ ଲୋକସଭା ଆସନରେ ଆଗରୁ ଯାହା ଆଶା କରାଯାଉଥିଲା ତାହା ସତ ହୋଇଛି। ବିଜେପିର ସମ୍ବିତ ପାତ୍ର ୧ ଲକ୍ଷ ୪ ହଜାର ୭୦୯ ଖଣ୍ଡ ଭୋଟରେ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ହରାଇଛନ୍ତି। ତେବେ ଆସନ୍ତୁ ଜାଣିବା ବିଜେପି, ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ କେଉଁ ବିଧାନସଭାରୁ କେତେ ଭୋଟ ପାଇଲେ। ସମ୍ବିତ ପାତ୍ର, ବିଜେପି ପିପିଲି- ୧୦୨୯୬୯ ବ୍ରହ୍ମଗିରି- ୯୩୮୨୪ ପୁରୀ- ୮୪୭୫୭ ସତ୍ୟବାଦୀ- ୮୮୬୩୮ ଚିଲିକା- ୮୭୨୦୩ ରଣପୁର- ୮୪୮୪୧ ନୟାଗଡ- ୮୩୧୧୩ ଅରୂପ ପଟ୍ଟନାୟକ, ବିଜେଡି ପିପିଲି- ୮୧୬୬୫ ବ୍ରହ୍ମଗିରି- ୮୬୧୫୪ ପୁରୀ- ୬୭୬୫୮ ସତ୍ୟବାଦୀ- ୭୦୧୮୩ ଚିଲିକା- ୭୪୧୬୩ ରଣପୁର- ୬୪୮୯୨ ନୟାଗଡ- ୭୮୩୨୧ ଜୟନାରାୟଣ ପଟ୍ଟନାୟକ, କଂଗ୍ରେସ ପିପିଲି- ୪୩୮୦ ବ୍ରହ୍ମଗିରି- ୨୫୩୬ ପୁରୀ- ୬୨୫୭ ସତ୍ୟବାଦୀ- ୧୯୯୦ ଚିଲିକା- ୨୪୭୭ ରଣପୁର- ୪୦୫୦ ନୟାଗଡ- ୨୭୬
ଭୁବନେଶ୍ୱର: ସାଧାରଣ ନିର୍ବାଚନ – ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତିି ବୋଲି ବିଭିନ୍ନ ଗଣମାଧ୍ୟରେ ଅଭିଯୋଗ ଆସୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ରୋଗୀ ଓ ରୋଗର କୈାଣସି ଜାତି, ଧର୍ମ ଓ ଦଳ ନାହିଁ । ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା। ସରକାର ପରିବର୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଂଚିତ ରଖାଯିବା ହେଉଛି ଏକ ସାମାଜିକ ଏବଂ ବୈଧାନିକ ଅପରାଧ। ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି…
ଭୁବନେଶ୍ବର: ଏଥର ଲୋକସଭା ଏବଂ ବିଧାନସଭା ଫଳାଫଳ ବେଶ ଆଶ୍ଚର୍ଯ୍ୟଜନକ ହୋଇଛି। ଏଠାରେ ବିଜେପି ବିଧାନସଭାରେ ବହୁମତ ହାସଲ କରିଥିବା ବେଳେ ଲୋକସଭାରେ ସମସ୍ତ ଆସନ ପୋଛି ନେଇଛି। ଏକମାତ୍ରା କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ସେ ହେଉଛନ୍ତି କୋରାପୁଟ ଆସନର ସପ୍ତଗିରି ଉଲ୍ଲାକା। ଗତଥର ବିଜେପି ମାତ୍ର ଆଠଟି ଲୋକସଭା ଆସନରେ ବିଜୟ ଲାଭ କରିଥିଲା ବେଳେ ବିଜେଡି 12 ଟି ଆସନରେ ବିଜୟ ଲାଭ କରିଥିଲା। ଏଥର ବିଜେଡି 17ଟି ଆସନ ହାସଲ କରିବ ବୋଲି ଆଶା ରଖିଥିଲା। ହେଲେ ଶେଷରେ ତାହା ଧୂଳିସାତ ହୋଇଛି। ଭୋଟ ଗଣତିର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଯାଜପୁରରୁ ଶର୍ମିଷ୍ଠା ସେଠୀ ଆଗରେ ଥିଲେ। ହେଲେ ଶେଷ ମୂହୁର୍ତ୍ତରେ ସେ ମଧ୍ୟ ପରାଜୟ କଲେ। ଏହା ବିଜେଡିର ଏକ ବଡ ବିପର୍ଯ୍ୟୟ।
ଭୁବନେଶ୍ବର: ବିଧାନସଭା ନିର୍ବାଚନରେ ଏଥର ତିନି ଦଳର ସେନାପତି ବା ସଭାପତି ପରାଜୟର ସମ୍ମୁଖୀନ ହୋଇଛନ୍ତି। ସେମାନେ ତାଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଚେଷ୍ଠା କରିଥିବା ବେଳେ ନିଜେ ନିର୍ବାଚନ ବୈଇତରଣୀ ପାର ହୋଇପାରି ନାହାଁନ୍ତି। ସେମାନେ ହେଲେ ବିଜେପି ସଭାପତି ମନମୋହନ ସାମଲ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇଟି ଆସନରେ ଛିଡା ହୋଇ ଗୋଟିଏରେ ଜିତିଥିବା ବେଳେ ଅନ୍ୟ ଗୋଟେ ଆସନରେ ପରାଜୟ ବରଣ କରିଛନ୍ତି। ସେ ତାଙ୍କର ଚିରାଚରିତ ଆସନ ହିଞ୍ଜିଳିରୁ ନିର୍ବାଚନ ଜିତିଛନ୍ତି। ହେଲେ ସେଠାରେ ସେ ମାତ୍ର 4 ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ କଣ୍ଟାବାଞ୍ଜିରେ ନବୀନ 16 ହଜାର ଭୋଟରେ ହାରିଯାଇଛନ୍ତି। ସେହିପରି ବିଜେପି ସଭାପତି ମନମୋହନ ସାମଲ ଭଦ୍ରକର ଚାନ୍ଦବାଲି ଆସନରୁ ହାରିଯାଇଛନ୍ତି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ସେ ମାତ୍ର 1916 ଖଣ୍ଡ…
ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବର ଲୋକସଭା ଆସନକୁ ଅକ୍ତିୟାର କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ମନ୍ନଥ ରାଉତରାୟଙ୍କୁ 35 ହଜାର 152 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଅପରାଜିତା ମୋଟ 5 ଲକ୍ଷ 12 ହଜାର 519 ଭୋଟ ପାଇଛନ୍ତି। ସେ ବିଜୟ ଲାଭ କରିବା ପରେ ବିଧି ମୁତାବିକ ତାଙ୍କର ବିଜୟ ପ୍ରମାଣ ପତ୍ର ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କଠାରୁ ଗ୍ରହଣ କରିଛନ୍ତି। ଗତକାଲି ଫଳାଫଳ ବାହାରିବା ପରେ ସେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଆସି ଏହି ପ୍ରମାଣ ପତ୍ର ହାସଲ କରିଛନ୍ତି। ଏହାକୁ ଲୋକସଭାରେ ଦେଖାଇବା ପରେ ସେ ସାଂସଦ ଭାବେ ଶପଥ ଗ୍ରହଣ କରିବେ।
ଭୁବନେଶ୍ୱର: ଓଡ଼ିଶାରେ ଆଜି ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ। ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ ବୋଲି ଓଡ଼ିଶା ଜନାଦେଶ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ସମ୍ବଲପୁର ଲୋକସଭାର ବିଜୟୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଲୋକସଭାର ଜନସାଧାରଣଙ୍କ ସମେତ ଓଡ଼ିଶାବାସୀଙ୍କୁ ବିଜେପିକୁ ପୂର୍ଣ୍ଣ ବହୁମତରେ ଆଶୀର୍ବାଦ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇବା ସହ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ନେତୃମଣ୍ଡଳୀ ଓଡ଼ିଶାର ସେବା କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏକବିଂଶ ଶତାବ୍ଦୀରେ…
ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା…
ରଣପୁର: ବିଧାନସଭା ନିର୍ବାଚନରେ ରଣପୁର ଆସନରୁ ବିଜେପି ପ୍ରାର୍ଥୀନୀ ସୁରମା ପାଢୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସତ୍ୟନାରାୟଣ ପ୍ରଧାନ (ବାଦଲ) କୁ ୧୫୩୪୬ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଏହା ପରେ ସୁରମା ଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ବେଳେ ବିଜେଡି ମହଲରେ ନୈରାସ୍ୟ ଭାବ ଖେଳିଯାଇଛି । ଚଳିତ ବିଧାନସଭା ନିର୍ବାଚନରେ ବିଜେପି ,ବିଜେଡି , କଂଗ୍ରେସ .ସିପିଏମ ସହ ୭ ଜଣ ପ୍ରାର୍ଥୀ ପ୍ରତିନ୍ଦନ୍ଦିତା କରୁଥିଲେ। ଏହି ନିର୍ବାର୍ଚନରେ ବିଜେପି ପ୍ରାର୍ଥୀ ସୁରମା ପାଢୀ ମୋଟ ୮୧୦୦୨ ଭୋଟ ପାଇଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସତ୍ୟନାରାୟଣ ପ୍ରଧାନ ୬୫୬୫୬ ଖଣ୍ଡ ଭୋଟ ପାଇଥିଲେ । ଯାହାଫଳରେ ସୁରମା ସତ୍ୟନାରାୟଣଙ୍କଠାରୁ ୧୫୩୪୬ ଭୋଟ ଅଧିକା ପାଇଁ ବିଜୟୀ ଲାଭ କରିଛନ୍ତି । ଏହି ନିର୍ବାଚନରେ କଂଗ୍ରେସ ପ୍ରାଥୀ ର୍ ବିଭୁପ୍ରସାଦ ମିଶ୍ର ୪୯୧୨ ଭୋଟ ପାଇଛନ୍ତି । ୨୦୦୦ ମସିହାରେ…
ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶେଷରେ ହାରିଯାଇଛନ୍ତି। ଭଦ୍ରକ ଚାନ୍ଦବାଲିରୁ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ସେ ମାତ୍ର 1916 ଖଣ୍ଡ ଭୋଟରେ ହାରିଯାଇଛନ୍ତି। ଯାହା ତାଙ୍କ ପାଇଁ ଏକ ବଡ ଧକ୍କା ହୋଇଛି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ 83063 ଖଣ୍ଡ ଭୋଟ ହାସଲ କରିଛନ୍ତି। ମନମୋହନ ବିଜେପି ବିଜେଡି ମେଣ୍ଟ ନ କରିବା ପାଇଁ ସେ ବହୁ ସଂର୍ଘର୍ଷ କରିଥିଲେ। ସେ ପ୍ରବଳ ବିରୋଧ କରିଥିଲେ। ଦାବୀ କରିଥିଲେ ଯେ, ଓଡିଶାରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର କରିବ। ତାଙ୍କ କଥା ଅନୁସାରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଠନ କରିବାକୁ ଯାଉଛି ହେଲେ ସେ ହାରିଗଲେ।
ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିଜେଡି ମାତ୍ର 51ଟି ଆସନରେ ବିଜୟ ଲାଭ କରି ସତ୍ତାରୁ ଓହରିଯାଇଛି। ତେବେ ଏହି ଭିତରେ ଦଳର ଟାଣୁଆ 12 ଜଣ ମନ୍ତ୍ରୀ ସେମାନେ ମଧ୍ୟ ହାରିଯାଇଛନ୍ତି। ସେମାନେ ହେଲେ 1- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗର ଆସନରୁ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନାଙ୍କଠୁ ୪୬୨୧ଖଣ୍ଡ ଭୋଟରେ ହାରି ଯାଇଛନ୍ତି। 2- ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଆସନରୁ ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକଙ୍କଠୁ ୧୬୩୨୪ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି। 3- ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନିଜର ବୌଦ୍ଧ ଆସନରୁ ବିଜେପିର ସରୋଜ ପ୍ରଧାନଙ୍କଠୁ ୨୭୬୫ଖଣ୍ଡ ଭୋଟରେ ହାରି ଯାଇଛନ୍ତି। 4- ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୟୂରଭଞ୍ଜ ଲୋକସଭା ଆସନରୁ ବିଜେପିର ନବଚରଣ ମାଝୀଙ୍କଠୁ ୨ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। 5- ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ଆସନରୁ ବିଜେପିର…
ଭୁବନେଶ୍ବର: ନିଜର ଦୀର୍ଘ ରାଜନୈତିକ ଜୀବନରେ କେବେ ବି ହାରି ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ସେ ହାରିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରେ ପ୍ରତିଦ୍ବନ୍ଦିତା କରୁଥିଲେ। ଗୋଟିଏ ଥିଲା ତାଙ୍କର ପାରଂପାରିକ ହିଞ୍ଜିଳି ଆସନ ସହିତ ଏଥର ନୂଆ କରି ବଲାଙ୍ଗିରର କଣ୍ଟାବାଞ୍ଜିରେ ମଧ୍ୟ ଛିଡା ହୋଇଥିଲେ। ତେବେ ଏହି ଦୁଇ ଆସନରୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରେ ହାରିଯାଇଥିବା ବେଳେ ହିଞ୍ଜିଳିରୁ ମାତ୍ର 4 ହଜାର 6 ଶହ 36 ଭୋଟରେ ବିଜୟ ଲାଭ କରିଛନ୍ତି। ଏତେ କମ ବ୍ୟବଧାନରେ ଜିତିବା ମଧ୍ୟ ନବୀନଙ୍କ ପାଇଁ ଏକ ଅପମାନର କଥା। ସେ ପୂର୍ବରୁ 50 ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତୁଥିବା ବେଳେ ଏଥର ସେ ବ୍ୟବଧାନ ସାଧାରଣ ପ୍ରାର୍ଥୀଙ୍କ ପରି ସ୍ଥିତି ହୋଇଯାଇଛି। କଣ୍ଟାବାଞ୍ଜିରେ ସେ ପ୍ରାୟ 16 ହଜାର ଭୋଟରେ ହାରିଯାଇଛନ୍ତି।
ଭୁବନେଶ୍ବର: ଓଡିଶା ବିଧାନସଭାର ପ୍ରାୟ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁମାନେ ବିଜୟ ଲାଭ କରିଛନ୍ତି ସେମାନଙ୍କ ନାମ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରୁ ପ୍ରକାଶ କରିଛନ୍ତି। ସେହି ଅନୁସାରେ ବିଜେତା ପ୍ରାର୍ଥୀମାନେ ହେଲେ.. ବ୍ରଜରାଜନଗର-ସୁରେଶ ପୂଜାରୀ-ବିଜେପି ଝାରସୁଗୁଡା-ଟଙ୍କଧର ତ୍ରପାଠୀ-ବିଜେପି ତଲସରା-ଭବାନୀ ଶଙ୍କର ଭୋଇ- ବିଜେପି ରଘୁନାଥପାଲି- ଦୁର୍ଗା ଚରଣ ତନ୍ତୀ-ବିଜେପି କୁଚିଣ୍ଡା- ରବିନାରାୟଣ ନାୟକ-ବିଜେପି ସମ୍ବଲପୁର-ଜୟନାରାୟଣ ମିଶ୍ର-ବିଜେପି ତେଲକୋଇ- ଡ. ଫକୀର ମୋହନ ନାଏକ-ବିଜେପି କେନ୍ଦୁଝର-ମୋହନ ଚରଣ ମାଝି-ବିଜେପି ଯଶିପୁର-ଗଣେଶରାମ ସିଂହଖୁଣ୍ଟିଆ-ବିଜେପି ବାଙ୍ଗିରିପୋଷୀ-ସଂଜଲି ମୁର୍ମୁ-ବିଜେପି କରଂଜିଆ- ପଦ୍ମତରଣ ହାଇବୁର-ବିଜେପି ଅନୁଗୁଳ-ପ୍ରତାପ ଚନ୍ଦ୍ର ପ୍ରଧାନ-ବିଜେପି ଛେଣ୍ଡିପଦା-ଅଗସ୍ତୀ ବେହେରା-ବିଜେପି ବିରମହାରାଜପୁର-ରଘୁନାଥ ଜଗଦଲା-ବିଜେପି ଉମରକୋଟ-ନିତ୍ୟାନନ୍ଦ ଗୋଣ୍ଡ- ବିଜେପି ଧର୍ମଗଡ଼-ସୁଧୀର ରଂଜନ ପାଟ୍ଟଯୋଶୀ-ବିଜେପି କଣ୍ଟାମାଳ-କହ୍ନାଇ ଚରଣ ଗଣ୍ଡ-ବିଜେପି ବୌଦ୍ଧ-ସରୋଜ କୁମାର ପ୍ରଧାନ-ବିଜେପି କଟକ ସଦର-ପ୍ରକାଶ ଚନ୍ଦ୍ର ସେଠୀ-ବିଜେପି ପିପିଲି-ଆଶ୍ରିତ ପଟ୍ଟନାୟକ-ବିଜେପି ଖୋର୍ଦ୍ଧା-ପ୍ରଶାନ୍ତ କୁମାର ଜଗଦେବ-ବିଜେପି ଚିଲିକା- ପୃଥ୍ଵୀରାଜ ହରିଚନ୍ଦନ-ବିଜେପି ରଣପୁର-ସୁରମା ପାଢ଼ୀ-ବିଜେପି ଖଣ୍ଡପଡ଼ା-ଦୁଷ୍ମନ୍ତ କୁମାର ସ୍ୱାଇଁ- ବିଜେପି ଭଂଜନଗର-ପ୍ରଦ୍ୟୁମ୍ନ କୁମାର ନାୟକ-ବିଜେପି ଖଲିକୋଟ-ପୂର୍ଣ୍ଣ…
ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି। ବର୍ତ୍ତମାନ ସୁଦ୍ଧା ଗଣତି ଚାଲିଥିଲେ ମଧ୍ୟ ଯାହା ସ୍ଥିତି ଆସିଛି ତାହା କେହି କେବେ ଭାବି ନ ଥିଲେ। ଏତେ ସଂଖ୍ୟାରେ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ଲାଭ କରିବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେହିପରି ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ନବୀନଙ୍କ ବିଜେଡି ଏପରି ବିପର୍ଯ୍ୟୟର ସମ୍ମୁଖୀନ ହେବ। ବର୍ତ୍ତମାନ ଫଳାଫଳ ଅନୁସାରେ ବିଜେପି 80 ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି ମାତ୍ର 50ଟି ଆସନରେ ଆଗୁଆ ରହିଛି। ଓଡିଶାରେ ସରକାର ଗଠନ କରିବା ପାଇଁ ଦରକାର 74ଟି ଆସନ। ଏହି ଆସନରୁ ଢେର ଆଗରେ ରହିଛି ବିଜେପି। ସେହିପରି ଲୋକସଭାରେ ମଧ୍ୟ ବିଜେଡିର ବଡ ବିପର୍ଯ୍ୟୟ ଘଟିଛି। କାରଣ ଏଥିରେ ମଧ୍ୟ ବିଜେଡି ମାତ୍ର ଗୋଟିଏ ଆସନରେ ଆଗରେ ରହିଛି। ବିଜେପି 19ଟି ଆସନରେ ଆଗରେ ଅଛି। ସେହିପରି କଂଗ୍ରେସ ମଧ୍ୟ କୋରାପୁଟରେ…
ଭୁବନେଶ୍ବର: ଆଜି ଓଡିଶା ବିଧାନସଭାର ଫଳାଫଳ ବଡ ରୋଚକ ସ୍ଥିତିରେ ପରିବର୍ତ୍ତନ ହୋଇଛି। ଯାହା କେହି କଳ୍ପନା କରି ନ ଥିଲେ ତାହା ଘଟିଛି। ବର୍ତ୍ତମାନ ବିଜେପି ସର୍ବାଧିକ ଆସନରେ ଆଗୁଆ ରହି ଜିତିବା ସ୍ଥିତିରେ ରହିଛି। ଏପରିକି ଦଳ ସରକାର ଗଠନ କରିବାର ମ୍ୟାଜିକ ନମ୍ବର 74 ପାର ହୋଇସାରିଛି। ଫଳରେ ଏଥର ରାଜ୍ୟରେ ବିଜେପି ସରକାର କରିବା ନିଶ୍ଚିତ ହୋଇଛି। ବିଭିନ୍ନ ଦଳର ବର୍ତ୍ତମାନର ସ୍ଥିତି ହେଲା ବିଜେପି- 81 ବିଜେଡି- 47 କଂଗ୍ରେସ- 15 ଅନ୍ୟାନ୍ୟ- 04
ଭୁବନେଶ୍ବର: ଚର୍ଚ୍ଚିତ ଖୋର୍ଦ୍ଧା ବିଧାନସଭାରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଆଗୁଆ ଅଛନ୍ତି। ମୋଟ 19 ରାଉଣ୍ଡ ମଧ୍ୟରୁ 10 ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ 4582 ଭୋଟ ଆଗରେ ଅଛନ୍ତି। ବିଭିନ୍ନ ପ୍ରାର୍ଥୀଙ୍କୁ 10 ରାଣ୍ଡରେ ଯେତେ ଭୋଟ ପାଇଛନ୍ତି ତାହା ହେଲା 1- ପ୍ରଶାନ୍ତ ଜଗଦ୍ଦେବ, ବିଜେପି- 43193 2- ରାଜେନ୍ଦ୍ର ସାହୁ, ବିଜେଡି- 38611 3-କାଳୁ ଖଣ୍ଡାତରାୟ, ସ୍ବାଧୀନ- 13317 4- ସୋନାଲି ସାହୁ, କଂଗ୍ରେସ- 2088
ଭୁବନେଶ୍ବର: କେଉଁଝରର ଘସିପୁରା ବିଧାନସଭା ଆସନରେ ଏକ ଭିନ୍ନ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଓଡିଶାରେ ନବୀନ ଏବଂ ମୋଦୀ ହ୍ୱାୱା ଚାଲିଥିବା ବେଳେ ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗରେ ଅଛନ୍ତି। ଗଣତି ଅନୁସାରେ ସୌମ୍ୟରଂଜନ ପଟ୍ଟନାୟକ 2110 ଭୋଟ ଆଗରେ ଅଛନ୍ତି। ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା କେଉଁ ପ୍ରାର୍ଥୀ କେତେ ଭୋଟ ହାସଲ କରିଛନ୍ତି। 1- ସୌମ୍ୟରଂଜନ ପଟ୍ଟନାୟକ, ସ୍ବାଧୀନ- 39986 2- ବଦ୍ରିନାରାୟଣ ପାତ୍ର, ବିଜେଡି- 37876 3-ଶମ୍ବୁନାଥ ରାଉତ, ବିଜେପି- 16078
ଭୁବନେଶ୍ବର: ଓଡିଶାର ମର୍ଯ୍ୟଦା ପୂର୍ଣ୍ଣ ଲୋକସଭା ଆସନ ପୁରୀରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ସେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅରୂପ ପଟ୍ଟନାୟକଙ୍କଠାରୁ ବେଶ ଆଗରେ ରହିଛନ୍ତି। ଗଣତି ଅନୁସାରେ 43118 ଖଣ୍ଡ ଭୋଟରେ ସମ୍ବିତ ଆଗରେ ଅଛନ୍ତି। ସେମାନଙ୍କର ଭୋଟ ହାସଲ କରିଥିବା ସଂଖ୍ୟା ହେଲା 1- ସମ୍ବିତ ପାତ୍ର, ବିଜେପି- 240092 2- ଅରୂପ ପଟ୍ଟନାୟକ, ବିଜେଡି- 195650 3- ଜୟନାରାୟଣ ପଟ୍ଟନାୟକ, କଂଗ୍ରେସ- 8114 4- ନୋଟା- 3057
ଭୁବନେଶ୍ବର: ଓଡିଶାରେ ସବୁଠାରୁ ବଡ ଲଢେଇ ସମ୍ବଲପୁର ଲୋକସଭାରେ ହେଉଥିଲା। ତେବେ ଗଣତି ପରେ ସେଠାରେ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ରହିଛନ୍ତି। ସେ 36501 ଭୋଟରେ ଆଗରେ ରହିଛନ୍ତି। ପଛରେ ପଡିଯାଇଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। ଗଣତି ହିସାବରେ ସମ୍ବଲପୁରରେ ଯେଉଁ ପ୍ରାର୍ଥୀ ଭୋଟ ହାତେଇଛନ୍ତି ତାହା ହେଲା 1- ଧର୍ମେନ୍ଦ୍ର ପ୍ରଧାନ, ବିଜେପି – 177105 2- ପ୍ରଣବ ପ୍ରକାଶ ଦାସ, ବିଜେଡି- 144613 3- ନଗେନ୍ଦ୍ର ପ୍ରଧାନ, କଂଗ୍ରେସ- 29333
ଭୁବନେଶ୍ବର: ଓଡିଶାର ବିଭିନ୍ନ ଆସନରେ ବିଜେପି ଅଗ୍ରସର ହେବାରେ ଲାଗିଛି। ସେହି ଅନୁସାରେ ବର୍ତ୍ତମାନ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେପି ଅପରାଜିତା ଷଡଙ୍ଗୀ ଆଗୁଆ ଅଛନ୍ତି। ସେ 8781 ଭୋଟରେ ଆଗୁଆ ଅଛନ୍ତି। ବିଭିନ୍ନ ପ୍ରାର୍ଥୀ ପାଇଥିବା ଭୋଟ ହେଲା 1- ଅପରାଜିତା ଷଡଙ୍ଗୀ, ବିଜେପି- 127501 2- ମନ୍ନଥ ରାଉତରାୟ, ବିଜେଡି- 118720 3- ସୟଦ ୟାସିର ନୱାଜ- 14295
ଭୁବନେଶ୍ବର: ବର୍ତ୍ତମାନ ଭୋଟ ଗଣତି ଟ୍ରେଣ୍ଡ ଅନୁସାରେ ରାଜ୍ୟରେ ବିଜେପି ସରକାର ଗଠନ କରିବା ପଥରେ ଅଗ୍ରସର ହେଉଛି ଭାରତୀୟ ଜନତା ପାର୍ଟି। ବର୍ତ୍ତମାନ ଭୋଟ ଗଣତିରୁ ବିଜେପି ଆଗରେ ରହିଥିବା ବେଳେ ବିଜେଡି ପଛରେ ପଡିଛି। ଗଣତି ଅନୁସାରେ ବିଜେପି- 78 ବିଜେଡି- 54 କଂଗ୍ରେସ- 11 ଅନ୍ୟାନ୍ୟ- 03

