ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ (MoE) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି (NEP), ୨୦୨୦ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ସହ ଏକବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିବା ନେଇ ସଂକଳ୍ପବଦ୍ଧ । ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବେ । କାର୍ଯ୍ୟକାରିତାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖକୁ ପ୍ରସ୍ତୁତ କରିବା ନେଇ ଚଳିତ ମାସର ଆରମ୍ଭରେ ବିଜ୍ଞପ୍ତି ମାଧ୍ୟମରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଘୋଷଣା କରାଯାଇଥିଲା । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ଵ ପ୍ରଦାନ ସହ ଓଡ଼ିଶାର ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ୨୦୨୫-୨୦୨୬ ଶିକ୍ଷାବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ…
Author: Samikhsya Bureau
ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନ ଥିଲେ ମଧ୍ୟ ଆନୁଷ୍ଠନିକ ଭାବେ ଏହା ୨୦୧୧ ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡିଆ ପ୍ରଥମେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥିଲେ। ଏହାପରେ ଦେଖାଦେଖି ହୋଇ ସାରା ଓଡିଶାରେ ଏହି ଦିନ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଓଡିଆମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ଏହି ଦିବସର ମହତକୁ ବଢାଇ ଦେଲା। ଯାହା ଫଳରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଏହି ପଖାଳ ଦିବସ ଟୁଇଟରରେ ଟ୍ରେଣ୍ଡ କରିଥିଲା। ଏହାକୁ ଓଡିଶା ବାହାରେ ପଖାଳ ପ୍ରିୟ ବ୍ୟକ୍ତିମାନେ ଦେଖିବା ପରେ ସେମାନେ ମଧ୍ୟ ପଖାଳ ଦିବସକୁ ଆନନ୍ଦ ସହ ପାଳନ ଆରମ୍ଭ କଲେ। ଏପରିକି ଦେଶ ବାହାରେ ମଧ୍ୟ ପଖାଳପ୍ରିୟମାନେ ଏହି ଦିନ ପଖାଳ ଖାଇ ଦିବସକୁ ପାଳନ କଲେ। ପ୍ରକୃତରେ ମାର୍ଚ୍ଚ ୨୦ ତାରିଖରେ…
ଭୁବନେଶ୍ବର: ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମର ପରିଚୟ। ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ହଜାର ହଜାର ହସ୍ତତନ୍ତ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା ଶିଖାଇଛି। ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଓ ଅଙ୍ଗୀକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ‘‘୧୯ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା’’ର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଭାବବିହ୍ୱଳ ହୋଇ କହିଥିଲେ ଯେ, ପୂର୍ବରୁ ଏହି ମେଳାକୁ ମୁଁ ଅନେକବାର ବୁଲିବା ପାଇଁ ଆସିଛି। ଆଜି ଓଡ଼ିଶାର ପ୍ରଧାନ ସେବକ ଭାବେ ମତେ ସୁଯୋଗ ମିଳିଲା ଆପଣଙ୍କ ସହିତ ଏଠାରେ ସାମିଲ ହେବା ପାଇଁ, କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ମୁଁ ଏହାକୁ ହାତଛଡ଼ା କଲିନାହିଁ ।…
ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କର ଗୋଷ୍ଠୀ (ସିଡ୍ବି)କ୍ଲଷ୍ଟର ବିକାଶ ପାଣ୍ଠି (ଏସସିଡିଏଫ୍) ଏବଂ ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ୟୁଆଇଡିଏଫ)ର କାର୍ଯ୍ୟକାରିତା ସଂପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ତଥା ଏମଏସ୍ଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ, ଇଡକୋର ପରିଚାଳନା ନିର୍ଦ୍ଦେଶକ, ପୌର ପ୍ରଶାସନ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ରାଜ୍ୟ ସରକାର, ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ଏବଂ ରାଷ୍ଟ୍ରୀୟ ଆବାସ ବ୍ୟାଙ୍କର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।…
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ମର୍ମରେ ଭରସା ଦେଇଛନ୍ତି। ସ୍ୱର୍ଗତ ଦାସଙ୍କ ପତ୍ନୀ ଶ୍ରୀମତୀ ମୀନତି ଦାସ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ତାଙ୍କ କନ୍ୟା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁତ୍ର ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର…
ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଆସନ୍ତା ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ମାର୍ଚ୍ଚ ୨୪ ତାରିଖ ଦିନ ୧୨.୩୦ ରେ ବାୟୁସେବା ବିମାନ ଯୋଗେ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦର, ରାୟପୁର, ଛତିଶଗଡ଼ରୁ ବାହାରି ଦିନ ୧.୩୦ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବେ। ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡରେ ଅବତରଣ କରି ସଡ଼କ ପଥରେ କଣ୍ଟିଲୋ ସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ କରିବେ। ପରେ ପରେ ସେଦିନ ସେ ଅପରାହ୍ଣ ୩.୦୫ ମି.ସମୟରେ ପ୍ରଭୁ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ। ପରେ ପରେ ରାଷ୍ଟ୍ରପତି ଅପରାହ୍ଣ ୩.୩୫ ସମୟରେ ନୟାଗଡ଼ର କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ଏହା ପରେ…
ଭୁବନେଶ୍ୱର: ଯୁକ୍ତରାଜ୍ୟ ସରକାର ଏବଂ ଓଡିଶା ସରକାରଙ୍କ ଶକ୍ତି ବିଭାଗ ଓ ଗ୍ରୀଡ଼କା ର ମିଳିତ ଆନୁକୂଲ୍ୟରେ ‘ନେଟ୍-ଜିରୋ ଭିଜନ୍ ଫର୍ ଭୁବନେଶ୍ୱର’ ବିଷୟରେ ଏକ ଉଚ୍ଚ-ସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ଜ୍ଞାନ ଆଦାନ-ପ୍ରଦାନ ସହ ବହୁ-ପକ୍ଷୀୟ ସହଯୋଗକୁ ଉତ୍ସାହିତ କରିବା, ଏବଂ ଭୁବନେଶ୍ୱର ସହରରେ କିଭଳି ପ୍ରଦୂଷଣକୁ ପ୍ରତିହତ କରାଯାଇପାରିବ ସେ ଉପରେ ଏହି କର୍ମଶାଳାରେ ବିଷଦ ଆଲୋଚନା ହୋଇଥିଲା। ଦ ଏନର୍ଜି ଆଣ୍ଡ ରିସୋର୍ସ ଇନଷ୍ଟିଚ୍ୟୁଟ ‘(TERI)’ ପକ୍ଷରୁ ଏହି କାର୍ଯ୍ୟକ୍ରମ ର ସଂଯୋଜନା କରାଯାଇଥିଲା। ଏହି କର୍ମଶାଳାରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ତଥା ଶିଳ୍ପ ଓ ଶିକ୍ଷା ଜଗତ ସହିତ ଜଡିତ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱରର ନେଟ୍-ଜିରୋ ଯାତ୍ରା ପାଇଁ ଏକ ସଂପୂର୍ଣ୍ଣ ରୋଡମ୍ୟାପ୍ ବିକଶିତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇଥିଲା। 2070 ସୁଦ୍ଧା ନେଟ୍-ଜିରୋ ଲକ୍ଷ୍ୟ ପୁରଣ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଏବଂ 2029-30 ମଧ୍ୟରେ ଓଡ଼ିଶାର ଅକ୍ଷୟ…
ଫେରିଲେ ସୁନୀତା: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଲେ ସୁନୀତା ୱିଲିୟମ୍ସଙ୍କ ସହ ଅନ୍ୟ ମହାକାଶଚାରୀ। ଯାନ୍ତ୍ରୀକ ତ୍ରୁଟି ପାଇଁ ସେମାନେ ମହାକାଶ ୯ ମାସ ଧରି ଫସି ରହିଥିଲେ। ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ଆମେରିକାର ଫ୍ଲୋରିଡ଼ାରେ ଅବତରଣ କରିଛନ୍ତି ସୁନୀତା, ବଚ ୱିଲମୋର, ଅନ୍ୟ ୨ ସାଥୀ ଆମେରିକାର ନିକ୍ ହେଗ୍ ଓ ରୁଷିଆର ଆଲେକଜାଣ୍ଡାର ଗୋର୍ବୁନୋଭ। ମହାକାଶଚାରୀଙ୍କୁ ଆଣିବାକୁ ଯାଇଥିଲା ସ୍ପେସ୍ ଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ। ପ୍ରାୟ ୯ ମାସ ହେଲା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ ସୁନୀତା ଏବଂ ୱିଲମୋର। ଗତ ବର୍ଷ ଜୁନ ୫ ତାରିଖରେ ସେମାନେ ଆଇଏସଏସ କୁ ଯାଇଥିଲେ। ଏକ ମରାମତି କାମ କରିବାକୁ ଯାଇଥିଲେ ସୁନୀତା ଓ ବଚ୍ । କିଛି ଦିନରେ କାମ ଶେଷ କରି ସେମାନେ ବୋଇଂ ଷ୍ଟାରଲାଇନର୍ ରେ ଫେରିବାର ଥିଲା। କିନ୍ତୁ ଏହି ମହାକାଶଯାନରେ…
ଭୁବନେଶ୍ବର: ଚଳିତ ମାସରେ ଏକବେଳେ ଚାରିଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ଫଳରେ ଯେଉଁମାନଙ୍କର ଆର୍ଥିକ କାମ ରହିଛି ତାହା ଶେଷ କରିଦେବା ଦରକାର। କାରଣ ଲାଗାତର ଏତେଦିନ ବ୍ୟାଙ୍କ ବନ୍ଦ ରହିଲେ ହୁଏତ କିଛି ଅସୁବିଧା ହୋଇପାରେ। ତେବେ ସୂଚନା ଅନୁସାରେ ଆସନ୍ତା 24 ଓ 25 ତାରିଖ ଦୁଇଦିନ ଧରି ବ୍ୟାଙ୍କ ଧର୍ମଘଟ ହେବ। ଏ ନେଇ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ ଧର୍ମଘଟର ଡାକରା ଦେଇଛି। ଏହି ଡାକରାରେ ଓଡିଶାର ପ୍ରାୟ 6 ହଜାର ବ୍ୟାଙ୍କ ସାମିଲ ହେଲେ। ଏହି ବ୍ୟାଙ୍କର ପ୍ରାୟ 37 ହଜାର କର୍ମଚାରୀ କାମ ବନ୍ଦ କରିବେ। ତେବେ ତା ପୂର୍ବରୁ ଅର୍ଥାତ 22 ଓ 23 ତାରିଖ ଛୁଟି ରହୁଛି। 22 ତାରିଖ ଚତୁର୍ଥ ଶନିବାର ଥିବା ବେଳେ 23 ତାରିଖ ରହିଛି ରବିବାର। ଏହି ଦୁଇଦିନ ସହିତ ଆଉ ଦୁଇଦିନ ଧର୍ମଘଟ ଏହିପରି ମୋଟ ଚାରି ଦିନ ବ୍ୟାଙ୍କ…
ନୂଆଦିଲ୍ଲୀ: ବିଜେଡି ସାଂସଦ ଡ଼ଃ ସସ୍ମିତ ପାତ୍ର ପୁଣି ଥରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ଜୋରଦାର ଦାବୀ କରିଛନ୍ତି।ସେ ସୋମବାର ଦିନ ରାଜ୍ୟସଭାରେ ଏହି ଦାବୀ ଉଠାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଜାତୀୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରୀ। ଓଡ଼ିଶା କୋଇଲା, ଖଣିଜ ଏବଂ ବନ୍ଦର ମାଧ୍ୟମରେ ଦେଶର ଅର୍ଥନୀତିକୁ ସୁଦୃଢ କରିଥାଏ। କିନ୍ତୁ ମହାବାତ୍ୟା, ଫାଇଲିନ୍, ଫୋନି, ଆମ୍ଫାନ୍ ଏବଂ ୟାସ୍ ଭଳି ବିପର୍ଯ୍ୟୟରେ ପ୍ରତିବର୍ଷ ରାଜ୍ୟକୁ ଅନେକ କ୍ଷତି ସହିବାକୁ ପଡିଥାଏ। ଓଡ଼ିଶାର ଏତେ ଅବଦାନ ଥାଇ ମଧ୍ୟ କେନ୍ଦ୍ରରୁ ଯଥା ସମ୍ଭବ ସହଯୋଗ କାହିଁକି ପାଉ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଏକ ସମବେଦନା ନୁହେଁ ବରଂ ନ୍ୟାୟ ଚାହେଁ ବୋଲି ସେ କହିଛନ୍ତି। ପ୍ରତି ବର୍ଷ ରାଜ୍ୟ ବିପର୍ଯ୍ୟର ସମ୍ମୁଖୀନ ହେବା ପରେ ଆମେ ଆଉ ଥରେ ତାହା ନିର୍ମାଣ କରୁଛୁ। ଏଥିପାଇଁ ବିପୁଳ…
ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ଗତକାଲି ରାତିରେ ଏହି ଅଦଳବଦଳ କରାଯାଇଛି। ନିକଟରେ ସରକାର ଆଇଏଏସ ଓ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ। ତେବେ ନୂଆ ଅଦଳବଦଳ ଅନୁସାରେ ଯେଉଁ ପରିବର୍ତ୍ତନ କରାଯାଇଛି ତାହା ହେଲା.. 1: ସମର୍ଥ ବର୍ମା-ନିର୍ଦ୍ଦେଶକ ବୈଷୟିକ ଶିକ୍ଷା ଓ ତାଲିମ ସହିତ ସେ ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଏହି ଦାୟିତ୍ବ ସହିତ ସେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ କରାଯାଇଛି। 2: ସୁଦର୍ଶନ ଚକ୍ରବର୍ତ୍ତୀ- ବର୍ତ୍ତମାନ ସେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ ଓଡିଶା ରାଜ୍ୟ ସାଧାରଣ ଯୋଗାଣ ବିଭାଗର ଏମଡି ଭାବେ ବଦଳି କରାଯାଇଛି। 3: ଶୁଭମ ସାକ୍ସସେନା- ବର୍ତ୍ତମାନ ଓଡିଶା ରାଜ୍ୟ ସାଧାରଣ ଯୋଗାଣ ବିଭାଗର ଏମଡି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଅଛନ୍ତି।…
ଭୁବନେଶ୍ବର: ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ହଜାର ହଜାର ସମର୍ଥକଙ୍କ ଗହଣରେ ତାଙ୍କର ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର ଶେଷକୃତ୍ୟ କରାଯାଇଛି। ସ୍ବର୍ଗଦ୍ବାରରେ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାବା ରାମଦେବ, ରାଜ୍ୟମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ, ବିଜେପି ନେତା ପ୍ରମୁଖ ଯୋଗ ଦେଇଥିଲେ। ଦେବେନ୍ଦ୍ରଙ୍କ ବଡପୁଅ ମୁଖାଗ୍ନି ପ୍ରଦାନ କରିଥିଲେ। ଅନ୍ୟତମ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପରିବାର ସଦସ୍ୟଗଣ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଆଜି ସକାଳୁ ତାଙ୍କ ମରଶରୀର ଚନ୍ଦ୍ରଶେଖରପୁର ବାସ ଭବନରୁ ପୁରୀ ଅଭିମୁଖେ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ଦେବେନ୍ଦ୍ରଙ୍କ ଶହଶହ ସମର୍ଥକ ଯୋଗ ଦେଇଥିଲେ। ଗତକାଲି ତାଙ୍କର ୮୪ ବର୍ଷ ବୟସରେ ଦିଲ୍ଲୀ ବାସଭବନରେ ପରଲୋକ ହୋଇଥିଲା। ମରଶରୀର ଦିଲ୍ଲୀରୁ ଆସିବା ପରେ ତାଙ୍କୁ…
ଭୁବନେଶ୍ବର: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଯାଇଛି। ସେ ହେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା। ସେ ପୁତ୍ର ଧର୍ମେନ୍ଦ୍ରଙ୍କ ନୂଆଦିଲ୍ଲୀ ବାସଭବନରେ ଅବସ୍ଥାନ କରୁଥିଲେ। ସେଠାରେ ତାଙ୍କର ଦେହାନ୍ତ ହୋଇଯାଉଛି। ସେ ତତକାଳୀନ ଦେବଗଡ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେତେବେଳେ ମଧ୍ୟ ଦେବେନ୍ଦ୍ର ସଂସଦରେ ଓଡିଆରେ ଶପଥ ଗ୍ରହଣ କରିଥିଲେ। ଦେବେନ୍ଦ୍ର ଦୁଇଥର ଦେବଗଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ 1998 ମସିହାରେ ଦେବଗଡ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ସେତେବେଳେ କେନ୍ଦ୍ର ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଏହାପରେ ସେ ପୁନର୍ବାର 1999 ମସିହାରେ ସେହି ଦେବଗଡରୁ ସାଂସଦ ହୋଇ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ଦ୍ବିତୀୟ ଥର ପାଇଁ ସେହି ଭୂପୃଷ୍ଠ ପରିବହନ ଏବଂ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତୀ ହୋଇଥିଲେ।
ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ରାଜ୍ୟର ବିକାଶ ପାଇଁ ସେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି । ରାଜ୍ୟ ବିଜେପିର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ସେବା ଓ ସଂକଳ୍ପ…
ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ପୂର୍ବତନ ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଆଜି ପରଲୋକ ହୋଇଯାଇଛି। ସେ ନୂଆଦିଲ୍ଲୀରେ ତାଙ୍କ ପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖରେ ରହୁଥିଲେ। ସେଠାରେ ତାଙ୍କର ପରଲୋକ ହୋଇଛି। ତାଙ୍କ ମରଶରୀର ଭୁବନେଶ୍ବର ଆଣିବା ପାଇଁ ନିଷ୍ପତି ହୋଇଛି। ଏହାପରେ ତାଙ୍କର ବାସସ୍ଥାନ ତାଳଚେର ନିଆଯିବ ବୋଲି ଜଣାପଡିଛି। ଡାକ୍ତର ଦେବେନ୍ଦ୍ର ପ୍ରଧାନ 1998 ମସିହାରେ ତତକାଳୀନ ଦେବଗଡ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ସେତେବେଳେ କେନ୍ଦ୍ର ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଏହାପରେ ସେ ପୁନର୍ବାର 1999 ମସିହାରେ ସେହି ଦେବଗଡରୁ ସାଂସଦ ହୋଇ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ଦ୍ବିତୀୟ ଥର ପାଇଁ ସେହି ଭୂପୃଷ୍ଠ ପରିବହନ ଏବଂ କୃଷି ରାଷ୍ଟ୍ରମନ୍ତୀ ହୋଇଥିଲେ।
ଭୁବନେଶ୍ବର: ଧିରେ ଧିରେ ନବ ଦାସ ହତ୍ୟା ମାମଲା ଏକ ନୂଆ ମୋଡ ନେବାରେ ଲାଗିଛି। ପୂର୍ବରୁ ବିଜେପି ଦାବୀ କରି ଆସୁଥିଲା ଯେ, ତାଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ଦାବୀ କରିବା ଉଚିତ। ଏହାକୁ ନେଇ ରାଜ୍ୟ ରାଜନୀତି ହଲଚଲ ହେବାରେ ଲାଗିଲା। ନବ ଦାସଙ୍କ ପରିବାର ଉପରେ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବାକୁ ଚାପ ପଡିଲା। ହେଲେ ସେ ଆଜି ପର୍ଯ୍ୟନ୍ତ ଚିଠି ନ ଲେଖିବା ନେଇ ବିଭିନ୍ନ ମହଲରେ ସମାଲୋଚନା କରାଗଲା। ତେବେ ଏହା ଭିତରେ ଏକ ନୂଆ ଖବର ଆସିଛି। ତାହା ହେଲା ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିବା ପାଇଁ ଇ-ମେଲ ଯୋଗେ ଅନୁରୋଧ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ନବ ଦାସଙ୍କ ପୁଅ ବିଶାଳ ଦାସ। ଏଥିରେ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି। ସେ ସମୟ ଦେଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ…
ଭୁବନେଶ୍ବର: ଆଜି ପ୍ରଖ୍ୟାତ କବି ତଥା ସାହିତ୍ୟିକ ରମାକାନ୍ତ ରଥଙ୍କର ବିୟୋଗ ହୋଇଯାଇଛି। ସେ ୯୧ ବର୍ଷ ବୟସରେ ଶେଷ ନିଃସ୍ବାଶ ତ୍ୟାଗ କରିଛନ୍ତି। ଭୁବନେଶ୍ୱରର ଖାରବେଳନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ସାରା ଓଡିଶାର ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, “ପ୍ରସିଦ୍ଧ କବି ତଥା ସାହିତ୍ୟିକ ରମାକାନ୍ତ ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଆଧୁନିକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ରହିଛି ବହୁମୂଲ୍ୟ ଯୋଗଦାନ। ନିଜ ସ୍ୱତନ୍ତ୍ର ରଚନା ଶୈଳୀ ପାଇଁ ପାଠକଙ୍କ ହୃଦୟରେ ସେ ଚିର ଅମର ହୋଇ ରହିବେ। ଏପରି ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।’
ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ରମାକାନ୍ତ ରଥଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ବଡ କ୍ଷତି ଘଟିଯାଇଛି। ତାଙ୍କ ପରଲୋକ ନେଇ ଓଡିଶା ସାହିତ୍ୟକମାନେ ସେମାନଙ୍କ ସାମାଜିକ ଗଣମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି। ଜାଣନ୍ତୁ କେଉଁ ସାହିତ୍ୟିକ ତଥା ବିଶିଷ୍ଠ ବ୍ୟକ୍ତି କଣ କହିଛନ୍ତି। ଦାସ ବେନହୁର- ଲୁଚିଗଲା ଗୋଟାଏ ଚଳମାନ ଦୀର୍ଘ କବିତା। ଶ୍ରୀରାଧାରୁ ଶ୍ରୀପଳାତକ। ଯେତେ କୋଠରି ତିଆରିଲେ ବି ସପ୍ତମ ଋତୁ ଶେଷକଥା। ଖୁବ୍ କମ୍ ଜାଣିଥିବେ ମାଟିରେ ଚଳାଏ ପାଣି ଭିତରେ ଜହ୍ନକୁ ବି ଧରିନେଇ ସେ ଗପ ଲେଖିପାରନ୍ତି। ଶବ୍ଦର ମହୁଫେଣା ଗଢ଼ି ଅନାୟାସରେ ଝୁଲେଇ ଦିଅନ୍ତି ଭାବବୃକ୍ଷର ଶାଖା ପ୍ରଶାଖାରେ। ମୁଖ୍ୟ ଶାସନ ସଚିବ, ସାହିତ୍ୟ ଅକାଦେମି ସଭାପତି, ପଦ୍ମଭୂଷଣ ଫଳକ କବିବୋଧ ଉପରକୁ ଡେଇଁ ନଥିଲା କେବେ। ନିରୋଳାରେ କବିତାର ଲୋଡ଼ାପଣ ରହିଥିଲା ଶେଷ ଶଯ୍ୟା ଯାଏ। ସମସ୍ତେ ଯିବେ। ଦେହ ଯିବ। କବି ରମାକାନ୍ତ…
ଭୁବନେଶ୍ବର: ନୂଆଦିଲ୍ଲୀରୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଗତକାଲି ରାତିରେ ସେ ଭୁବନେଶ୍ବର ଫେରିଥିବାର ଜଣାପଡିଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ରାତିରେ ଫେରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଉଭୟ କାହା ସହିତ ଦେଖା ହେଲେ, କେଉଁ କାର୍ଯ୍ୟକ୍ରମରେ ସାମିଲ ହେଲେ ତାହା ଜଣାପଡି ନାହିଁ। ତେବେ ଉଭୟଙ୍କ ଏକା ସାଥୀରେ ଦିଲ୍ଲୀ ଗସ୍ତ କରିବାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କିଛି ଗୋଟିଏ ଘଟିବ ବୋଲି ବିଭିନ୍ନ ହଲରେ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। ହେଲେ ବିନା କିଛି ଭେଟଘାଟରେ ଉଭୟ ଫେରି ଆସୁଥିବାରୁ ଏହି ଆଶଙ୍କା ସତ କି ମିଛ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ତେବେ ବିଶେଷ ସୁତ୍ର ଅନୁସାରେ କିଛି ଗୋଟିଏ ଘଟଣା ଘଟିବାର ଥିଲା ହେଲେ କୌଣସି କାରଣ ବସତଃ ତାହା ସ୍ଥଗିତ ରହିଲା ବୋଲି କୁହାଯାଇଛି।
ଭୁବନେଶ୍ବର: ଆଧୁନିକ ଓଡିଆ ସାହିତ୍ୟ ର ପ୍ରଥିତଯଶା କବି ରମାକାନ୍ତ ରଥଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତ ର ଅଳ୍ପ କେତେଜଣ ଶ୍ରେଷ୍ଠ କବି ଙ୍କ ମଧ୍ୟ ରେ ସେ ଥିଲେ ଅନ୍ୟତମ। ସପ୍ତମ ଋତୁ,ଶ୍ରୀରାଧା, ସଚିତ୍ର ଅନ୍ଧାର, କେତେ ଦିନର, ଦୁଆର ଏପଟୁ, ନଯା ନଯା କହୁକହୁ ପରି ଅନେକ କାଳଜୟୀ ରଚନା ତାଙ୍କୁ ସାହିତ୍ୟ ଜଗତ ରେ ଚିର ଦିନ ପାଇଁ ଅମରକରି ରଖିବ । ବିଭିନ୍ନ ବିଭାଗ ର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ରାଜ୍ୟର ବିକାଶରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରଖିଛନ୍ତି । ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚେଇବାରେ ତାଙ୍କ ଭୂମିକାକୁ ଅସ୍ବୀକାର କରିହେବନି। କାଳଜୟୀ କାବ୍ୟଗ୍ରନ୍ଥ…
ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ରମକାନ୍ତ ରଥଙ୍କ ପରଲୋକ ଘଟିଛି। ୯୧ ବର୍ଷ ବୟସରେ କବି ରମାକାନ୍ତ ରଥଙ୍କ ପରଲୋକ ହୋଇଯାଇଛି। ତାଙ୍କର ଭୁବନେଶ୍ୱରର ଖାରବେଳନଗର ସ୍ଥିତ ବାସଭବନରେ ପରଲୋକ ହୋଇଛି। ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ ରଥ । ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଏହାପରେ ୩୫ ବର୍ଷ ଧରି ପ୍ରଶାସନିକ ସେବାରେ କାର୍ଯ୍ୟ କରିବା ପରେ ୧୯୯୨ ମସିହାରେ ଅବସର ନେଇଥିଲେ। ରମକାନ୍ତ ରଥଙ୍କ ଦ୍ବାରା ଲିଖିତ କବିତା ସଂଙ୍କଳନ ‘ଶ୍ରୀରାଧା’ ବେଶ ଲୋପ୍ରୟତା ହାସଲ କରିଛି। ୧୯୮୪ରେ ରଚିତ ଏହି କବିତା ସଙ୍କଳନ କବି ରମାକାନ୍ତ ରଥଙ୍କୁ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲା। ଭରତବର୍ଷର କାବ୍ୟ ସାହିତ୍ୟରେ ‘ଶ୍ରୀରାଧା’ ଏକ କ୍ଲାସିକ ସୃଷ୍ଟିର ମାନ୍ୟତା ପାଇଛି। ଏହି ପୁସ୍ତକ ଇଂରାଜୀ ଓ ଆଠଟି…

