Author: Samikhsya Bureau

ବାଣପୁର: ପବିତ୍ର ଫାଲ୍‌ଗୁନ ଦୋଳ ପୂର୍ଣ୍ଣିମା ଅପରାହ୍ନର ମାହେନ୍ଦ୍ର ବେଳାରେ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମା’ ଭଗବତୀ ଓ ଶ୍ରୀ ଚ଼ରଣ ଚ଼କାଦେବଙ୍କ ଜୟ ଜୟ କାର ହରିବୋଲ ଧ୍ବନୀରେ ଐତିହାସିକ ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ ନିମନ୍ତେ ମିଳନ ଯଜ୍ଞବେଦୀର ଐଶାନ୍ୟ କୋଣରେ ଶୁଭ ସ୍ତମ୍ବ ସ୍ଥାପନ କରାଗଲା । ଏହି ଯାତ୍ରାର ପ୍ରମୁଖ ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚ଼କାଦେବଙ୍କ ଚରଣାର ବିନ୍ଦରେ ସମର୍ପିତ ହୋଇ ଯାତ୍ରା କମିଟିର କର୍ମକର୍ତ୍ତାମାନେ ଯାତ୍ରାର ସଫଳତା ନିମନ୍ତେ ଶ୍ରୀ ଜୀଉଙ୍କ ଆର୍ଶୀବାଦ କାମନା କରି ଦୀପ ଧୂପ ନୈବେଦ୍ୟ ଅର୍ପଣ ପରେ ଆଜ୍ଞାମାଳ ନେଇ ପଡ଼ିଆ ଅଭିମୁଖେ ଯାତ୍ରା କରି ଯଜ୍ଞବେଦୀରେ ସ୍ଥାପନ କରିଥିଲେ। ସେହିପରି ଯାତ୍ରାର ମୁଖ୍ୟ ଆକର୍ଷଣ ଅରାଧ୍ୟା ଦେବୀ ସଂସାରର ମାତୃଶକ୍ତିର ପ୍ରତୀକ ମଙ୍ଗଳମୟୀ ମା’ଭଗବତୀଙ୍କ ମନ୍ଦିରରେ ମଧ୍ୟ କର୍ମକର୍ତ୍ତାମାନେ ମା’ଙ୍କ ପାଦତଳେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମର୍ପିତ ହୋଇ ଯାତ୍ରାର ସଫଳତା ନିମନ୍ତେ ପ୍ରାର୍ଥନା…

Read More

ଭୁବନେଶ୍ବର: ଡ୍ରିମ ଗାର୍ଲ ହେମା ମାଳିନୀ ଓଡିଶା ଗସ୍ତରେ ଅଛନ୍ତି। ସେ ଦୁଇଦିନ ଧରି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବା ପରେ ଆଜି ହୋଲି ଉପଲକ୍ଷେ ସେ ପୁରୀ ଗସ୍ତ କରିଥିଲେ। ଆଜି ସକାଳୁ ସେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ପୁରୀ ଲୋକଙ୍କ ସହିତ ହୋଲି ଖେଳିଥିଲେ। ଦେଖନ୍ତୁ ଏହି ଫଟୋ… ଏହି ଅବସରରେ ତାଙ୍କ ସହିତ ଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର। ଉଭୟ ହୋଲି ଉତ୍ସବକୁ ବେଶ ଉପଭୋଗ କରିଥିଲେ। ସେ ମଥୁରାରୁ ଆସି ପୁରୀରେ ହୋଲି ଖେଳିଥିବାରୁ ହେମା ନିଜକୁ ଧନ୍ୟ ମନେ କରିଥିଲେ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମହୋନ ମାଝୀ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ। ସେ ସେଠାରେ ସରକାରୀ ତଥା ବେସରକାରୀ କାର୍ଯ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସେ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଉଦ୍ଦେଶ୍ୟ କଣ ତାହା ସରକାରୀ ଭାବେ କିଛି କୁହାଯାଇ ନାହିଁ। ତେବେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି। ତାଙ୍କର କୌଣସି କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ କିଛି ସୂଚନା ଦିଆଯାଇ ନାହିଁ। ତେବେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଡିଲିମିଟେସନକୁ ବିରୋଧ ବୈଠକରେ ଯୋଗଦେବେ ବୋଲି କୁହାଯାଉଛି। ତେବେ ଓଡିଶାର ଉଭୟ ନେତାଙ୍କ ଦିଲ୍ଲୀ ଗସ୍ତର କୌଣସି ସୂଚନା ଦିଆଯାଇ ନ ଥିବାରୁ ବିଭିନ୍ନ ମହଲରେ ସନ୍ଦେହ ପ୍ରକଟ ହୋଇଛି।

Read More

ଭୁବନେଶ୍ବର: ଆଜି ସାରା ଓଡିଶାରେ ପାଳିତ ହୋଇଛି ରଂଗର ପର୍ବ ହୋଲି। ବିଭିନ୍ନ ରଂଗ ବୋଳି ପରସ୍ପରକୁ ଆଲିଙ୍ଗନ କରି ଲୋକେ ପାଳନ କରିଛନ୍ତି ଏହି ଉତ୍ସବ। ତେବେ ଏହି ଉତ୍ସବ ଭୁବନେଶ୍ବରର ବିଭିନ୍ନ ଆପାର୍ଟମେଣ୍ଟରେ ବେଶ୍ ଧୂମଧାମରେ ପାଳନ କରାଯାଇଛି। ଗୋଟିଏ ସୋସାଇଟ୍ ଭିତରେ ଶହଶହ ଲୋକ ରହୁଥିବାରୁ ଏହି ଉତ୍ସବ ବେଶ ଜମିଯାଇଛି। ସେହି ପରିପ୍ରେକ୍ଷୀରେ ଭୁବନେଶ୍ବରର କଲିଙ୍ଗନଗରରେ ଥିବା ଟ୍ରାଇଣ୍ଡେଣ୍ଟ ଗାଲାକ୍ସିରେ ମଧ୍ୟ ହୋଲି ଉତ୍ସବ ବେଶ ଧୂମଧାମରେ ପାଳିତ ହୋଇଛି। ଏହି ଉତ୍ସବର ମଜା ନେବା ପାଇଁ ଟ୍ରାଇଣ୍ଡେଣ୍ଟ ରେସିଡେଣ୍ଟ ୱେଲଫାର ଆସୋସିଏସନ ତରଫରୁ ରେନ ଡ୍ୟାନସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଫଳରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ଏବଂ ସୋସାଇଟର ସଦସ୍ୟଗଣ ଏହି ଉତ୍ସବରେ ଭାଗ ନେଇଥିଲେ। ସଂଗୀତର ତାଳେ ତାଳେ ଆପାର୍ଟମେଣ୍ଟର ବାସିନ୍ଦା ପରସ୍ପର ମଧ୍ୟରେ ରଂଗ ବୋଳାବୋଳି ହୋଇ ନୃତ୍ୟ ପରିବେଷଣ କରିଥିଲେ।

Read More

ଭୁବନେଶ୍ବର: ଆଜି ହେଉଛି ରଂଗର ଉତ୍ସବ ହୋଲି। ଏହି ଅବସରରେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ରଂଗୀନ ହୋଇ ଉଠିଛି। ନେତାଙ୍କଠାରୁ ଆରମ୍ଭ କରି ଜନତା ପର୍ଯ୍ୟନ୍ତ ସମସ୍ତେ ହୋଲିଖେଳରେ ମସଗୁଲ ଅଛନ୍ତି। ଏହିପରି ଅବସରକୁ ହାତଛଡା କରି ନାହାଁନ୍ତି ବିଜେପି ନେତା ଓ ମନ୍ତ୍ରୀ। ସେମାନେ ମଧ୍ୟ ରଂଗୀନ ରଂଗରେ ରଙ୍ଗାୟିତ ହୋଇଛନ୍ତି। ଶୁକ୍ରବାର ଦିନ ବିଜେପି ପାର୍ଟି ଅଫିସରେ ଆୟୋଜିତ ହୋଇଥିଲା ହୋଲି ଉପଲକ୍ଷେ ବନ୍ଧୁ ମିଳନ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗଦେଇ ହୋଲି ଖେଳିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଥିଲେ।

Read More

ଭୁବନେଶ୍ବର: ଭୁବନେଶ୍ବରରେ ମେଟ୍ରୋ ରେଳ ହେବ କି ନାହିଁ ସେ ନେଇ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି। କାରଣ ହେଲା ଏହି ବହୁ କୋଟି ପ୍ରକଳ୍ପ ଲାଭଦାୟକ ହେବ କି ନାହିଁ ତାହାର ଅନୁଧ୍ୟାନ କରିବା ପାଇଁ ଗଠନ ହେଲା ଏକ କମିଟ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଯେ, ଏହି ପ୍ରକଳ୍ପର କାମ ଏବଂ ଫିଜିବିଲିଟ୍ ନେଇ ଅନୁଧ୍ୟାନ କରାଯିବ। ସେମାନଙ୍କ ରିପୋର୍ଟ ଅନୁସାରେ କାମ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଫଳରେ ଏହାର ଭବିଷ୍ୟତ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପ୍ରିଲ ୨୦୨୩ରେ ନବୀନ ସରକାର ମେଟ୍ରୋ ରେଳ ପ୍ରକଳ୍ପକୁ କରିଥିଲେ ଅନୁମୋଦନ । ୨୦୨୪ ଜାନୁଆରୀ ପହିଲାରେ ବାରଙ୍ଗରେ ପଡ଼ିଥିଲା ଭିତ୍ତିପ୍ରସ୍ତର । ପ୍ରକଳ୍ପ ପାଇଁ ୬ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିଲେ ଓଡ଼ିଶା ସରକାର। ଏହାକୁ ନେଇ ରାଜ୍ୟବାସୀ ବେଶ…

Read More

ନବରଂଗପୁର: ବିବାହ କରି ଫସିଗଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ। ବାହା ହେବା ପରେ ସମସ୍ତେ ଖୁସି ହେବା କଥା। ହେଲେ ପ୍ରଦୀପଙ୍କ ପାଇଁ ଏହି ବିବାହ ଟେନସନ ବଢାଇ ଦେଇଛି। ତାହାର କାରଣ ହେଲା ସେ ଜଣେ ଅଣ ଆଦିବାସୀ ଝିଅକୁ ବାହା ହୋଇଥିବାରୁ ତାଙ୍କୁ ତାଙ୍କ ସମାଜ ବାସନ୍ଦ କରିଛି। ଭତରା ସମାଜର ମୁଖିଆମାନେ ଆଜି ବୈଠକ କରି ଏହି ନିଷ୍ପତି ଗ୍ରହଣ କରିଛନ୍ତି। ନିଷ୍ପତି ଅନୁସାରେ ପ୍ରଦୀପଙ୍କ ପୁରା ପରିବାରକୁ ଏହି ବାସନ୍ଦ କରାଯାଇଛି। ଫଳରେ ତାଙ୍କ ପରିବାରର କୌଣସି ଭଲ ମନ୍ଦ କାର୍ଯ୍ୟରେ ତାଙ୍କ ଭତରା ସମାଜ ସାହାଯ୍ୟ କରିବ ନାହିଁ। ପ୍ରଦୀପଙ୍କ ପରିବାରକୁ ଭତରା ସମାଜ ବାର ବର୍ଷ ପାଇଁ ଏହି ବାସନ୍ଦ କରିଛି।

Read More

କଟକ: “ମୋ ଅନ୍ତେ ଜଣେ ଉତ୍ତମ ନର୍ତ୍ତକୀ ଓ ଉତ୍କୃଷ୍ଟ କଳାକାର ଭାବରେ ମୁଁ ନିଜ ଲିଗାସୀ ଛାଡ଼ିଯିବାକୁ ଚାହେଁ ।” ଏକ ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେବାକୁ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଆସିଥିବା ଅବସରରେ ଏକଥା କହିଛନ୍ତି ପ୍ରଖ୍ୟାତ ଅଭିନେତ୍ରୀ, ନିର୍ଦ୍ଦେଶିକା, ପ୍ରଯୋଜିକା, ରାଜନେତା ତଥା ପ୍ରେରଣାଦାୟୀ ନାରୀନେତ୍ରୀ ଶ୍ରୀମତୀ ହେମା ମାଳିନୀ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ “ଇକୋସ୍ ଅଫ୍ ଆନ୍ ଏରା: ହେମା ମାଳିନୀ ରିଫ୍ଲେକ୍ଟସ୍ ଅନ୍ ହର୍ ଆଇକନିକ୍ ଫିଲ୍ମସ୍ ଆଣ୍ଡ୍ ଟାଇମଲେସ୍ ଆର୍ଟିଷ୍ଟ୍ରୀ” ଶୀର୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ହେମା ଯେ କୌଣସି ସୃଜନଶୀଳ କ୍ଷେତ୍ରରେ ନିଷ୍ଠା ଏବଂ ଅଧ୍ୟବସାୟର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କଳା, ଯୋଗାଯୋଗ ଓ ଭାରତୀୟ ଶିକ୍ଷା ବିଭାଗର ଡିନ୍ ତଥା ବିଭାଗୀୟ ମୁଖ୍ୟ ଗୁରୁ ରତିକାନ୍ତ ମହାପାତ୍ର ଡ୍ରିମ୍ ଗାର୍ଲଙ୍କ ସହିତ ତାଙ୍କ ଜୀବନର ବହୁ ଅନାଲୋଚିତ ଅଧ୍ୟାୟ ସମ୍ପର୍କରେ ଆଲୋଚନା କରିଥିଲେ…

Read More

ଭୁବନେଶ୍ୱର: ପ୍ରେମ, ଭାଇଚାରା ଓ ସଦ୍‌ଭାବନାର ପର୍ବ ହୋଲି । ହୋଲିରେ ବିଶେଷ କରି ହର୍ବାଲ ରଙ୍ଗ ପ୍ରତି ଅଧିକ ଚାହିଦା ରହିଥାଏ । ରଙ୍ଗରେ ରଙ୍ଗେଇ ହୋଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସାଙ୍ଗସାଥୀମାନେ ମିଶି ପରସ୍ପର ଅବିର ବୋଳି ହୋଲି ଉତ୍ସବକୁ ଧୁମ୍‌ଧାମରେ ପାଳନ କରୁଥିବା ବେଳେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଇ ପ୍ରଡ଼କ୍ସନର ମିଳିତ ଆନୁକୂଲ୍ୟରେ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ପରିଚାଳନାରେ ଭୁବନେଶ୍ୱରର ସହିଦ ନଗରସ୍ଥିତ ସୁନ୍ଦରୀ ଗୋଶାଳାରେ ଥିବା ଗୋମାତାଙ୍କୁ ପୂଜା କରି ଫୁଲମାଳ ପିନ୍ଧାଇ, ଖାଦ୍ୟ ଖୁଆଇ, ଦେହରେ ଅବିର ବୋଳି ହୋଲି ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଭାତୀ ବାରିକ, ରାକେଶ ସେଠୀ, ସଂଗ୍ରାମ ଜେନା, ଅରବିନ୍ଦ ବାରିକ ପ୍ରମୁଖ ଯୋଗ ଦେଇ ଗୋମାତାଙ୍କ ସହ ହୋଲି ଖେଳିଥିଲେ…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଏଏସ୍ଆଇ ର ମହାନିର୍ଦ୍ଦେଶକ ଡ. ୟଦୁବୀର ସିଂହ ରାୱତଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ। ଏହି ଅବସରରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର କାର୍ଯ୍ୟ ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ନେଇ ମୁଖ୍ୟ ପ୍ରଶାସକ ଏଏସ୍ଆଇ କୁ ଧନ୍ୟବାଦ ଅର୍ପଣ କରିବା ସହ ଠିକଣା ସମୟରେ କାର୍ଯ୍ୟ ସମାପନ ନେଇ ଗୁରୁତ୍ବାରୋପ କରିଥିଲେ। ସେହିପରି ପାର୍ଶ୍ବ ମନ୍ଦିର ଗୁଡିକ ମରାମତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ନାଟମଣ୍ଡପରେ ଏ.ସି. ବ୍ୟବସ୍ଥା, ଶ୍ରୀମନ୍ଦିରର ଆଲୋକିକରଣ ଏବଂ ଅନ୍ୟାନ୍ୟ ମରାମତି ତଥା ରୁପା ଏବଂ ସୁନା ଛାଉଣି କାର୍ଯ୍ଯ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏସବୁ କାର୍ଯ୍ୟ ସଂପାଦନ ବେଳେ ସାଂସ୍କୃତିକ ବୈଶିଷ୍ଟ୍ୟ ପ୍ରତି ଧ୍ୟାନ ଦିଆଯିବା ନେଇ ଏଏସଆଇ ପକ୍ଷରୁ ପରାମର୍ଶ ଆସିଥିଲା। ଏହି ଆଲୋଚନା ବେଳେ ଏଏସ୍ଆଇ ଉପମହାନିର୍ଦ୍ଦେଶକ (ସଂରକ୍ଷଣ) ଡ. ଜାହାନୱିଜ୍ ଶର୍ମା ଉପସ୍ଥିତ…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆସନ୍ତା ଏପ୍ରିଲ୍ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ରାତିରେ ଶୁଭଖୁଣ୍ଟି ସ୍ଥାପନ ହେବା ପୂର୍ବରୁ ଦେଶୀ ବେହେରା ସାହିରେ ପାରମ୍ପରିକ ସିଦ୍ଧାନ୍ତ  ଅନୁଯାୟୀ ଯାତ୍ରାର ତାରିଖ ଆୟୋଜିତ ଘୋଷଣା ହୋଇଛି। ବୈଠକରେ ଦେଶୀ ବେହେରା ପି ଦୁର୍ଗା ପ୍ରତାପଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପଣ୍ଡିତଙ୍କ ମଧ୍ୟରେ ଆଲୋଚନା କରାଯାଇ ଆସନ୍ତା ଏପ୍ରିଲ୍ ୩ ରେ ଯାତ୍ରା ଆରମ୍ଭପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଏନେଇ ଏକ ବିରାଟ ପଟୁଆରରେ ମାଙ୍କ ନିଜ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ଅଣାଯାଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା  ।

Read More

ଆଟ୍ଟୁକାଲ ପୋଙ୍ଗଲ: ଆଜି କେରଳର ରାଜଧାନୀ ତିରୁବନନ୍ତପୁରମରେ ବିଶ୍ୱର ସବୁଠାରୁ ବଡ଼ ମହିଳା ସମାବେଶ “ଆଟ୍ଟୁକାଲ ପୋଙ୍ଗଲ” ଦେଖିବାକୁ ମିଳିଛି। ଏହି ପୂଜା 2009 ମସିହାରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା, ଯେଉଁଠାରେ ଗୋଟିଏ ଦିନରେ 2.5 ମିଲିୟନରୁ ଅଧିକ ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ। ଆଟ୍ଟୁକାଲ ମନ୍ଦିରକୁ “ମହିଳା ସବରୀମାଲା” ଭାବରେ ମଧ୍ୟ ଜଣାଶୁଣା। ଲକ୍ଷ ଲକ୍ଷ ମହିଳା ସେମାନଙ୍କ ପରିବାରର ଶାନ୍ତି ଏବଂ ସମୃଦ୍ଧି ପାଇଁ ସେମାନଙ୍କର ପ୍ରିୟ ଦେବତା, ଆଟ୍ଟୁକାଲ ଭଗବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୋଙ୍ଗାଲା ପ୍ରସ୍ତୁତ କରନ୍ତି। ‘ପୋଙ୍ଗାଲା’ରେ, ଭକ୍ତମାନେ ଅସ୍ଥାୟୀ ଇଟା ଚୁଲିରେ ପାତ୍ରରେ ଚାଉଳ, ଗୁଡ଼ ଏବଂ କଟା ନଡ଼ିଆର ମିଶ୍ରଣ ପ୍ରସ୍ତୁତ କରନ୍ତି। ଆଟ୍ଟୁକାଲ ପୋଙ୍ଗଲ କେବଳ ଏକ ଚିରସ୍ଥାୟୀ ପରମ୍ପରା ନୁହେଁ ବରଂ ଏକତା, ବିଶ୍ୱାସ ଏବଂ ସାମୂହିକ ଭକ୍ତିର ପ୍ରମାଣ ମଧ୍ୟ, କାରଣ ପ୍ରତିବର୍ଷ ନିକଟସ୍ଥ ଚର୍ଚ୍ଚ, ମନ୍ଦିର ଏବଂ ମସଜିଦଗୁଡ଼ିକ ଏହି…

Read More

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅସଂପୂର୍ଣ୍ଣ ଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଅଭ୍ୟର୍ଥନା କକ୍ଷ ସମେତ ପ୍ରଶାସନିକ ନୂତନ କାର୍ଯ୍ୟାଳୟ, ରଘୁନନ୍ଦନ ଲାଇବ୍ରେରି, ସାଂସ୍କୃତିକ କେନ୍ଦ୍ର ନିର୍ମାଣ ଏବଂ ଜେବିପିସିରେ ଧ୍ୟାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସମୀକ୍ଷା ବୈଠକରେ ସ୍ଥିର କରାଯାଇଛି। ସେହିପରି ଉତ୍ତରଦ୍ୱାର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ମହାପ୍ରସାଦ ସେବନ ପାଇଁ ସ୍ୱତନ୍ତ୍ର ଅନ୍ନକ୍ଷେତ୍ର ପ୍ରତିଷ୍ଠା ନେଇ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଗାମୀ ୨୦୨୬ ରଥଯାତ୍ରା ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନର ଶ୍ରୀମନ୍ଦିର କାର୍ଯ୍ୟାଳୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅଭ୍ୟର୍ଥନା କେନ୍ଦ୍ର ହେବା ସହ ଶ୍ରୀମନ୍ଦିରର ନୂତନ କାର୍ଯ୍ୟାଳୟ ନରେନ୍ଦ୍ର ମହଲା ସ୍ଥାନରେ ହେବାକୁ…

Read More

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ବିଶାଳ ରାଲି ଭୁବନେଶ୍ୱର କ୍ଲବ ଠାରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲା। ସେହିଠାରେ ଯୁବକଂଗ୍ରେସ କର୍ମୀମାନେ ପୋଲିସ ବାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକଘଣ୍ଟା ଧରି ଧସ୍ତାଧସ୍ତି ହୋଇଥିଲା। ଏହାପରେ ପୋଲିସ ସମସ୍ତ ଯୁବ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା। ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ବିଧାନସଭା ପରିସରରେ ବିଜେପି ବିଧାୟକ ଓ ମନ୍ତ୍ରୀମାନେ ଆତଙ୍କରାଜ ଚଳାଇଛନ୍ତି। ଯେଉଁ ବିରୋଧି ଦଳର ବିଧାୟକ ମୋହନ ସରକାରର ଅପାରଗତା, ଭ୍ରଷ୍ଟାଚାର ଓ ଦୁର୍ନୀତ ପ୍ରସଙ୍ଗରେ ସ୍ୱର ଉତୋଳନ କଲେ ତାଙ୍କୁ ବିଜେପି ବିଧାୟକ ମାନେ ଏକତ୍ରିତ ହୋଇ ଆକ୍ରମଣ କରୁଛନ୍ତି। ଓଡ଼ିଶାରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ…

Read More

ଭୁବନେଶ୍ବର: ଏବେ କେବଳ ଗ୍ରାଜୁଏସନ ପରେ ନୁହେଁ ଏଣିକି ପ୍ଲସ ଟୁ ପରେ ମଧ୍ୟ ବି ଏଡ କରିପାରିବେ। ଏ ନେଇ ଆଜି ସବଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ଯେ, ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବା ପାଇଁ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ପାଠ୍ୟକ୍ରମର ଅବଧିକୁ ମଧ୍ୟ ହ୍ରାସ କରାଯାଇଛି। ବର୍ତ୍ତମାନ +୨ ପରେ ଚାରି ବର୍ଷରେ ବିଏଡ ଶିକ୍ଷା ସମାପ୍ତ କରିପାରିବେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୮ଟି ଶିକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ନିକଟବର୍ତ୍ତୀ କଲେଜ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ୧୬ଟି ଶିକ୍ଷକ ତାଲିମ ପ୍ରତିଷ୍ଠାନ ମଧ୍ୟରୁ ୮ଟି ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଛି। ପରବର୍ତ୍ତି ସମୟରେ ଏହାର ସଂପ୍ରସାରଣ କରାଯିବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଜି କ୍ରାଇମ ବ୍ରାଞ୍ଚ ଖଣି ପରିବହନ ବ୍ୟବସାୟ ତଥା ବିଜେଡି ନେତାଙ୍କୁ ଗିରଫ କରିଛି। ସେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜନ୍ସି ମାଧ୍ୟମରେ କୋଟିକୋଟି ଟଙ୍କା ହଡପ ଅଭିଯୋଗରେ ଗିରଫ କରାଯାଇଛି। ତେବେ ଏହାକୁ ନେଇ କେଉଁଝର ଘସିପୁରା ବିଧାୟକ ବଦ୍ରି ପାତ୍ର ବିସ୍ପୋରକ ତଥ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବଦ୍ରି ପାତ୍ର କହିଛନ୍ତି ଯେ, ରାଜା ଚକ୍ର ଖଣି ପରିବହନ ନାମରେ କୋଟିକୋଟି ଟଙ୍କା ଦୁର୍ନିତି କରୁଛି। ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେତେବେଳେ ବିଜେଡି ନେତା ଭି କେ ପାଣ୍ଡିଆନଙ୍କୁ ଜଣାଇଥିଲି। ହେଲେ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ରାଜା ଯୋଗୁ କେଉଁଝରରେ ବିଜେଡିର ସ୍ଥିତି ଖରାପ ହେଉଛି ବୋଲି କହିଥିଲି। ଏ ନେଇ ଲିଖିତ ଭାବ ମଧ୍ୟ ଜଣାଇଥିଲି ହେଲେ ତା ବିରୋଧରେ କିଛି କରାଗଲା ନାହିଁ। ସେତିକି ନୁହେଁ, ସେ କେଉଁଝର…

Read More

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନହଲ ପରିସରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶୀଳ୍ପ ବିଭାଗ ପକ୍ଷରୁ କାରିଗର ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଛି l କେନ୍ଦ୍ରାପଡ଼ା ହସ୍ତଶିଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଶିବିରକୁ ହସ୍ତଶୀଳ୍ପ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଓଡିଶା ଗ୍ରାମ୍ୟ ବ୍ୟାଙ୍କ ର ଜିଲ୍ଲା ସଂଯୋଜକ ରାକେଶ କୁମାର ଦାଶ, ଓରମାସ ର ଡେପୁଟି ସିଈଓ ନିରୋଦ କୁମାର ଜେନା, ଓଏଲଏମ ର ଡିପିଏମ ପ୍ରଶାନ୍ତ କୁମାର ପାଢ଼ୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ହସ୍ତଶିଳ୍ପୀ ପ୍ରିୟବ୍ରତ ଜେନା, କାଇଁଚ ହସ୍ତଶିଳ୍ପୀ ବିଜୟାଲକ୍ଷ୍ମୀ ସ୍ୱାଇଁ ଅତିଥି ଭାବେ ମଞ୍ଚାସୀନ ଥାଇ ହସ୍ତଶିଳ୍ପୀମାନଙ୍କୁ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା କୁମ୍ଭକାରସଙ୍ଘର ସମ୍ପାଦକ ତଥା ଆଇନଜୀବି ବିଚିତ୍ରାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ହସ୍ତଶୀଳ୍ପ ବିକାଶ ଅଧିକାରୀ ସତ୍ୟଜିତ ବେହେରା ସ୍ୱାଗତ ଭାଷଣ ଦେଇଥିଲେ…

Read More

କୋଲକାତା: ପଶ୍ଚିମବଙ୍ଗ ସରକାର ଚଳିତ ହୋଲି ପର୍ବକୁ ଏକତା ଏବଂ ସଦ୍ଭାବର ସହିତ ପାଳନ କରିବାକୁ ସମସ୍ତ ଧର୍ମର ଲୋକଙ୍କୁ ଆହ୍ୱାନ କରିଛନ୍ତି। ପ୍ରଥମ ଥର ପାଇଁ ଗତକାଲି କୋଲକାତାରେ ଦୋଳ ଏବଂ ହୋଲି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଭିନ୍ନ ଧର୍ମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ହୋଲି ପାଳନ କରିବାକୁ ଅନୁରୋଧ କରିଥିଲେ। ଏଥିସହିତ ସେ ଘୋଷଣା କରିଥିଲେ ଯେ ଆସନ୍ତା ବର୍ଷ ଆହୁରି ବଡ଼ ସମାବେଶ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ସମୟରେ ସେ ଦାଣ୍ଡିଆ ଏବଂ ଭାଙ୍ଗଡ଼ା ନୃତ୍ୟରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

Read More

ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ। ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା…

Read More

ଭୁବନେଶ୍ବର: ଆଜି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ କଟକ ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି। ଏଠାରୁ ଶହ ଶହ ବନ୍ଧୁକ ତିଆରି ଜିନିଷ ଓ ମାଗାଜିନ୍ ଜବତ କରାଯାଇଛି। ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍। ଘଟଣାରୁ ଜଣାପଡିଛି ଯେ, ବୟାଳିଶି ମୌଜାର ଜଙ୍ଗଲ ଭିତରେ ଏକ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା । ସରୋଜ ଚଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା ତିଆରି ଚାଲିଥିଲା। ଏହି କାରଖାନା ଦୀର୍ଘ ଦିନ ହେବ ଚାଲି ଆସି ବ୍ୟବସାୟ କରୁଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଏହି ବନ୍ଧୁକ କାରଖାନା ଉପରେ ଚଢାଉ କରିଛି। ଚଢାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି। ତେବେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବର୍ତ୍ତମାନ ସୁଦ୍ଧା ଚଢାଉ କରୁଥିବାରୁ ସବିଶେଷ…

Read More

ଭୁବନେଶ୍ବର: ଶେଷରେ ବିଜେଡି ନେତା ତଥା ଚିଲିକା ନିର୍ବାଚନ ମଣ୍ଡଳିର ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ରକୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ଆଜି ଏ ନେଇ କ୍ରାଇମ ବ୍ରାଞ୍ଚ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିଂର କୋଟିକୋଟି ଟଙ୍କା ହେରେଫେର ମାମଲାରେ ଗିରଫ କରାଯାଇଛି। ସୂଚନା ଅନୁସାରେ ରାଜା ହାଇକୋର୍ଟ ଅନ୍ତିରୀଣ ସୁରକ୍ଷା ପ୍ରଦାନ କରିଥିଲେ। ତାହା ଗତକାଲି ଶେଷ ହୋଇଯାଇଛି। ଫଳରେ କ୍ରାଇମ ବ୍ରାଞ୍ଚ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି। ରାଜା ଖଣିଜ ସଂପଦ ପରିବହନ ପାଇଁ ପ୍ରାୟ 15 ଶହ ଟ୍ରକ ପରିଚାଳନା କରୁଥିଲା। ତାଙ୍କ କାରବାରରେ ଦୁର୍ନିତି ରହିଥିବାର ପ୍ରମାଣ ମିଳିବା ପରେ ତାଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏଥିସହିତ ରାଜା ଚକ୍ରଙ୍କ ସହିତ କେଉଁ ବିଜେଡି ନେତା ସାମିଲ ରହିଥିଲେ ସେମାନଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ଅନୁଧ୍ୟାନ କରୁଛି। ରାଜାଙ୍କୁ…

Read More