ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସ୍ଆଇ) ଭୁବନେଶ୍ୱର ଚାପ୍ଟରର ୬ଷ୍ଠ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)ରେ ସର୍ବସମ୍ମତିକ୍ରମେ ଏହାର ପରବର୍ତ୍ତୀ ଦୁଇବର୍ଷ ପାଇଁ ନୂତନ ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଯୁବସୁଲଭ ନୂଆ ଟିମ୍ର ନିର୍ବାଚନ ଚାପ୍ଟରକୁ ଏକ ନୂତନ ଶିଖରକୁ ନେଇଯିବା ସହିତ ଓଡ଼ିଶାରେ ଲୋକସମ୍ପର୍କ ବୃତ୍ତିକୁ ଅଧିକ ସମୃଦ୍ଧ କରିବାକୁ ଯାଉଛି। ଜଣେ ଅଭିଜ୍ଞ ପ୍ରଫେସନାଲ ତଥା ବ୍ୟାପକ ଅନୁଭୂତି ରଖୁଥିବା ଏବଂ ସମ୍ପ୍ରତି ହେଡ୍ ଅଫ କର୍ପୋରେଟ ଆଫେୟାର୍ସ, ପାରାଦୀପ ଫସଫେଟସ୍ ଲିମିଟେଡ, ଶ୍ରୀ ସୁଧି ରଂଜନ ମିଶ୍ର ପିଆରଏସ୍ଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ନିଜର ଦୃଢ ନେତୃତ୍ୱ ନେବାର କୌଶଳ ଏବଂ ଶିଳ୍ପ ସମ୍ପର୍କରେ ଗଭୀର ଜ୍ଞାନ ହାସଲ କରିଥିବା ଶ୍ରୀ ମିଶ୍ରଙ୍କର ଆଗାମୀ ଅବଧି ନିମନ୍ତେ ରହିଥିବା ଲକ୍ଷ୍ୟ ମଧ୍ୟରେ ଲୋକସମ୍ପର୍କର ବୃତ୍ତିଗତ ମାନରେ ଉନ୍ନତି ସାଧନ କରିବା…
Author: Samikhsya Bureau
ଭୁବନେଶ୍ବର: ଆଜି ରାତିରେ କଂଗ୍ରେସ ନେତା ଏବଂ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଧାନସଭା ଭିତରେ ଧାରଣାରେ ବସିଥିବା କଂଗ୍ରେସ ସଦସ୍ୟଙ୍କୁ ଦେଖିବା ପାଇଁ କଂଗ୍ରେସର ପୂର୍ବତନ ବିଧାୟକ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ତାଙ୍କୁ ଭିତରକୁ ଛାଡି ନ ଥିଲା। ଫଳରେ ବିଧାନସଭା ଆଗରେ ପୋଲିସ ଓ କଂଗ୍ରେସ କର୍ମିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। କଂଗ୍ରେସର ପୂର୍ବତନ ବିଧାୟକ ତଥା ପୂର୍ବତନ ବିରୋଧୀ ଦଳର ନେତା ନରସିଂହ ମିଶ୍ର, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ଏବଂ ସଭାପତି ଭକ୍ତ ଦାସ ବିଧାନସଭାକୁ ପ୍ରବେଶ କରିବା ପାଇଁ ଚାହିଁଥିଲେ। ହେଲେ ତାଙ୍କୁ ପୋଲିସ ଅଟକାଇଥିଲା। ସେମାନଙ୍କ ଅଭିଯୋଗ ହେଲା ଯେ, ଗୃହ ଭିତରେ କଂଗ୍ରେସ ସଦସ୍ୟ ଧାରଣ ଦେଇଛନ୍ତି। ସେମାନେ ଖାଇଲେ କି ନାହିଁ, କେମିତି ସ୍ବାସ୍ଥ୍ୟ ଅବସ୍ଥା ରହିଛି ତାହା ଜାଣିବା ପାଇଁ ଆମେ ବିଧାନସଭାକୁ ଯାଉଥିଲୁ।…
ବାଣପୁର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଲିକା ଗସ୍ତ ଶେଷର ବାତିଲ ହୋଇଯାଇଛି। ଆସନ୍ତା ୨୮ ତାରିଖରେ ସେ ବାଣପୁର ଗସ୍ତ କରିଥାଆନ୍ତେ। ସେଠାରେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଥାଆନ୍ତେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ କାର୍ଯ୍ୟ ପାଇଁ ତାହାକୁ ବାତିଲ କରାଯାଇଛି। ତେବେ ପୁଣି କେବେ ସେହି କାର୍ଯ୍ୟକ୍ରମ ହେବା ତାହା ଜଣାପଡି ନାହିଁ। ତେବେ ମୁଖ୍ୟମନ୍ତ୍ରୀ ପ୍ରଥମେ ମାର୍ଚ୍ଚ ୩୦ ତାରିଖ ଆସିବେ ବୋଲି ନିର୍ଦ୍ଧାରିତ ହୋଇଥିଲା। ସେଥିପାଇଁ ଖୋର୍ଦ୍ଧା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ହେଲେ ତାହାକୁ ଘୁଞ୍ଚାଇ ମାର୍ଚ୍ଚ ୨୮ ତାରିଖରେ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି କରାଗଲା। ଫଳରେ ଚିଲିକା ବିଧାୟକ ତଥା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର ବାଣପୁର ଗସ୍ତ କରି ପ୍ରସ୍ତୁତି ତଦାରଖ କରିଥିଲେ। ବାଣପୁରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଠାରେ “ଗୋଦାବରୀଶ ମିଶ୍ର…
ଭୁବନେଶ୍ବର: ଆଜି ମଧ୍ୟ ବିଧାନସଭାରେ ଅସ୍ବାଭିବିକ ପରିସ୍ଥିତି ସୃଷ୍ଟି ହୋଇଛି। ପୁଣି କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟରେ ଘଣ୍ଟ, ଗିନି ଏବଂ ବଂଶୀ ବଜାଇ ପ୍ରତିବାଦ କରିଛନ୍ତି। ଫଳରେ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବି ରଖିଥିଲେ। ହେଲେ ଅପରାହ୍ନରେ ପୁଣି ଗୃହ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକମାନେ ସେହିପରି ଘଣ୍ଟପିଟି ପ୍ରତିବାଦ କରିଥିଲେ। ଫଳରେ କଂଗ୍ରେସର 12 ଜଣ ବିଧାୟକଙ୍କୁ 7 ଦିନ ପାଇଁ ଗୃହରୁ ନିଲମ୍ବନ କଲେ ବାଚସ୍ପତି। ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ବୁଧବାର ପର୍ଯ୍ୟନ୍ତ ମୁଲତବି କରିଦେଇଥିଲେ। ଗୃହ ମୁଲତବି ହୋଇଥିଲେ ମଧ୍ୟ କଂଗ୍ରେସ ସଦସ୍ୟମାନେ ଗୃହ ଛାଡି ନ ଥିଲେ। ସେମାନେ କହିଥିଲେ ଯେ, ଆସନ୍ତାକାଲି ପର୍ଯ୍ୟନ୍ତ ସେମାନେ ଏହି ଗୃହରେ ରହି ପ୍ରତିବାଦ କରିବେ। ସେମାନଙ୍କ କଥା ନ ଶୁଣିବା ପର୍ଯ୍ୟନ୍ତ ଗୃହରେ ପ୍ରତିବାଦ କରାଯିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି। ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବାରୁ ସେ ନେଇ ଗୃହରେ ଆଲୋଚନା…
ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଦର ବଢିବ ବୋଲି ଯେଉଁ ଆଶଙ୍କା ଥିଲା ତାହା ଦୂର ହୋଇଛି। ଏଥର ରାଜ୍ୟରେ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଛି। ଏହି ଘୋଷଣା କରିଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଓଇଆରସି ତରଫରୁ ବିସ୍ତୁତ ଭାବେ କୁହାଯାଇଛି। ତାହା ହେଲା 1- ମାସିକ ୫୦ ୟୁନିଟ ମଧ୍ୟରେ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ୨ ଟଙ୍କା ୯୦ ପଇସା 2- ୫୦ ୟୁନିଟରୁ ୨୦୦ ୟୁନିଟ ମଧ୍ୟରେ ୪ ଟଙ୍କା ୭୦ ପଇସା 3-୨୦୦ ୟୁନିଟରୁ ୪୦୦ ୟୁନିଟ ମଧ୍ୟରେ ୫ ଟଙ୍କା ୭୦ ପଇସା 4- ୪୦୦ ୟୁନିଟ ପରେ ୟୁନିଟ ପିଛା ମାସିକ ୬ ଟଙ୍କା ୧୦ ପଇସା ଧାର୍ଯ୍ୟ କରାଯାଇଛି। ଏପ୍ରିଲ ଏକ ତାରିଖରୁ ଏହି ଦର ଲାଗୁ କରାଯିବ। ସେପଟେ ଟାଟା ପାୱାରର ବିଦ୍ୟୁତ କିଣା ଅର୍ଥ ୟୁନିଟ ପିଛା ୩୨୦ ଟଙ୍କା…
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଆଜି ନୟାଗଡରେ ପହଞ୍ଚିଛନ୍ତି। ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ନୟାଗଡ ଯାଇଥିଲେ। ସେଠାରେ ସେ କଣ୍ଟିଲୋସ୍ଥିତ ନୀଳମାଧବଙ୍କୁ ଦର୍ଶନ କରିଥିଲେ। ଏଥିସହିତ ବିଶ୍ବାବସୁଙ୍କ ଜନ୍ମପିଠ ବୁଲିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ହରିବାବୁ କୁମ୍ଭମପତି, ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଜି ରାଷ୍ଟ୍ରପତି ନୟାଗଡରୁ ଫେରି ଭୁବନେଶ୍ବର ଆସିବେ। ସେ ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ସକାଳେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ବିରୁଦ୍ଧରେ ପିସିସି ଆସନ୍ତା ୨୭ ତାରିଖ ଦିନ ବିଧାନସଭା ଘେରାଉ କରିବ କଂଗ୍ରେସ। ଏହାର ନେତୃତ୍ବ ନେବେ ସଭାପତି ଶ୍ରୀ ଭକ୍ତ ଚରଣ ଦାସ। ତାଙ୍କ ଆହ୍ଵାନରେ ଏବଂ ନେତୃତ୍ୱରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସାମିଲ ହେବେ।ଏଥିନେଇ ରାଜ୍ୟର ସମସ୍ତ ଜିଲ୍ଲା ପ୍ରସ୍ତୁତି ବୈଠକ କରାଯାଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଥିଲେ କି ବିଧାନସଭା ଘେରାଉ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଭାରୀ ମହମ୍ମଦ ଇମଦାଦଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଭୁବନେଶ୍ଵରର ବହୁ କଂଗ୍ରେସ କର୍ମୀ,ନେତୃବୃନ୍ଦ,ଶୁଭେଚ୍ଛୁ ଯୋଗଦେଇ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ବାବଦରେ ହୋଇଥିବା ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ। ଆଜିର ସାମ୍ବାଦିକ…
ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ଦିନ ୧୨.୩୦ ରେ ବାୟୁସେବା ବିମାନ ଯୋଗେ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦର, ରାୟପୁର, ଛତିଶଗଡ଼ରୁ ବାହାରି ଦିନ ୧.୩୦ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବେ। ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡରେ ଅବତରଣ କରି ସଡ଼କ ପଥରେ କଣ୍ଟିଲୋ ସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ କରିବେ। ପରେ ପରେ ଆଜି ଅପରାହ୍ଣ ୩.୦୫ ମି.ସମୟରେ ପ୍ରଭୁ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ। ପରେ ପରେ ରାଷ୍ଟ୍ରପତି ଅପରାହ୍ଣ ୩.୩୫ ସମୟରେ ନୟାଗଡ଼ର କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ଏହା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ରାଜଭବନରେ ରାତ୍ରି ରହଣୀ କରିବେ ଏବଂ ତହିଁ…
ପୁରୀ: ଆଜି ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ନୂଆ ପତ୍ନୀ ଜାଗୃତି ଶୁଳ୍କା। ବିବାହ କରିବା ପରେ ଆଜି ପୁରୀ ଯାଇ ଉଭୟ ମହାପ୍ରଭୃଙ୍କ ଦର୍ଶନ କରିଛନ୍ତି। ଉଭୟ ଦର୍ଶନ କରିବା ପରେ ମହାପ୍ରସାଦ ମଧ୍ୟ ସେବନ କରିଛନ୍ତି। ମନ୍ଦିର ବାହାରକୁ ଆସିବା ପରେ ଅନୁଭବ କହିଛନ୍ତି ଯେ, ଆମର ଯାହା କିଛି ଶୁଭ କାମ ହୁଏ ତାହା ପ୍ରଭୃ ଶ୍ରୀଜଗନ୍ନାଥଙ୍କଠାରୁ ଆରମ୍ଭ ହୁଏ। ସେଥିପାଇଁ ଆମେ ଉଭୟ ଆସି ତିନି ଠାକୁରଙ୍କୁ ଦର୍ଶନ କଲୁ। ପ୍ରଭୃଙ୍କଠାରୁ ସବୁ କିଛି ଆରମ୍ଭ ହୋଇଛି ଏବଂ ତାଙ୍କରି ପାଖରେ ମଧ୍ୟ ଶେଷ ହେବ। ସେହିପରି ପତ୍ନୀ ଜାଗୃତି ମଧ୍ୟ ଓଡିଆରେ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ଆଜି ମହାପ୍ରଭୃଙ୍କୁ ଦର୍ଶନ କଲୁ। ବହୁତ ଭଲ ଲାଗିଲା। ମୁଁ ଓଡିଆ କହିବାକୁ ଚେଷ୍ଠା କରୁଛି। ସମସ୍ତଙ୍କର ମଙ୍ଗଳ ହେଉ ବୋଲି ପ୍ରାର୍ଥନା କଲି।
ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମରେ ପୁଣି ଏକ ଅନ୍ତର୍ଜାତୀୟ ମ୍ୟାଚ ଖେଳା ଯିବ। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଛି। ସୂଚନା ଅନୁସାରେ ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯାଇପାରେ। ଡିସେମ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟିକିଆ ଟି-୨୦ ମ୍ୟାଚ ଖେଳାଯିବ ବୋଲି ଜଣାପଡିଛି। ପ୍ରଥମ ମ୍ୟାଚ ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ, ୩ଟି ଦିନିକିଆ ମ୍ୟାଚ ଓ ୫ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବ। ଆଜି କୋଲକାତାରେ ବସିଥିବା ବିସିସିଆଇର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ଏ ନେଇ ଓସିଏ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଭୁବନେଶ୍ବର: ଜଳ ସଂରକ୍ଷଣ, ଜଳ ପରିଚାଳନାରେ ସରକାରଙ୍କର ସବୁଠାରୁ ବଡ ଭୂମିକା ରହିଛି କିନ୍ତୁ ଏଥିରେ ବ୍ୟକ୍ତିଗତ ସ୍ତରରେ ତଥା ଗୋଷ୍ଠୀଗତ ସ୍ତରରେ ସମସ୍ତେ ନିଜ ନିଜ ଯୋଗଦାନ ରଖିବା ନିତାନ୍ତ ଆବଶ୍ୟକ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ୱ ଜଳ ଦିବସ ଅବସରରେ ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ସମାରୋହରେ ଯୋଗ ଦେଇ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟ ସହିତ ଥିବା ଜଳ ବିବାଦ ବିଷୟରେ ଆଲୋକପାତ କରି କହିଥିଲେ ଯେ, ଓଡିଶା ସହିତ ଜଳକୁ ନେଇ ଯେଉଁଠି ବିବାଦ ଅଛି ତାକୁ ଆମେ ଗୁରୁତ୍ୱର ସହ ନେଇଛୁ । ତାର ତ୍ୱରିତ ସମାଧାନ କରାଯିବ । ମହାନଦୀକୁ ନେଇ ଛତିଶଗଡ଼ ସହ ବିବାଦ ଚାଲିଛି। ଆଜି ଲୋକସେବା ଭବନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଏହି ବିଷୟରେ ଆଲୋଚନା…
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ସମଗ୍ର ଓଡ଼ିଶାରେ ରାସ୍ତା ନେଟୱାର୍କର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ପାଇଁ ପରିକଳ୍ପନା କରାଯାଇଛି । ଏହି ନୀତି ଏକ ଗୁଣାତ୍ମକ ସଡ଼କ ନେଟୱାର୍କ ପାଇଁ ଏକ ଢାଞ୍ଚା ପ୍ରଦାନ କରିବ, ଯାହା ଜନସାଧାରଣ ଓ ବିଭିନ୍ନ ଦ୍ରବ୍ୟର ସୁରକ୍ଷିତ, ସ୍ଥାୟୀ ଏବଂ ଦକ୍ଷ ପରିବହନ ପାଇଁ ସଡକ ପଥର ସମୁଚିତ ବିକାଶକୁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବ । ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର କେତେକ ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଉଛି- : (କ) ରାସ୍ତା ଗୁଡ଼ିକର ଆନ୍ତଃ-ବିଭାଗୀୟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶାବଳୀ ନିର୍ଣ୍ଣୟ । (ଖ) ରାସ୍ତା ଭିତ୍ତିଭୂମି ପରିଚାଳନା ପାଇଁ ପର୍ଯ୍ୟାପ୍ତ ଏବଂ ସ୍ଥାୟୀ ପାଣ୍ଠି ଯୋଗାଇବା ଏବଂ ରାସ୍ତା ଭିତ୍ତିଭୂମିର ରକ୍ଷଣାବେକ୍ଷଣ। (ଗ) ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ କରିବା ପାଇଁ ସଡ଼କ ନେଟୱାର୍କର…
ବ୍ରହ୍ମପୁର: ଆଜି କାଳ ବୈଶାଖୀ ଯୋଗୁଁ ବ୍ରହ୍ମପୁର ସହର ଅବସ୍ଥା ବେହାଲ ହୋଇଯାଇଛି। ପ୍ରାୟ ଅଢେଇ ଘଣ୍ଟା ଧରି ବର୍ଷା ଛେଚିବା ସହିତ ଘଡଘଡି ପବନ ଯୋଗୁଁ ଏପରି ଅବସ୍ଥା ହୋଇଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହିତ ଘରେ ପାଣି ପଶିଯାଇଛି। ଏପରିକି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଡ୍ରେନ ପାଣିରେ ଭାସି ଯାଉଥିବା ବେଳେ ଅଗ୍ନଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ପାଣି ଜମି ରହିବାରୁ ବନ୍ୟା ପରିସ୍ଥିତି ଭ୍ରମ ସୃଷ୍ଟି ହୋଇଛି। ଏପରିକି ବ୍ରହ୍ମପୁରର କେତେକ ସ୍କୁଲ ଘରେ ପାଣି ପଶିଯାଇଛି। ସେତିକି ନୁହେଁ ବ୍ରହ୍ମପୁର ମେଡିକାଲରେ ମଧ୍ୟ ପାଣି ପଶିଯାଇଛି। ଫଳରେ ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧ କାଳୀନ ଭିତ୍ତିରେ ସେଠାରେ ମଟର ଲଗାଇ ପାଣି ନିଷ୍କାସନ କରୁଛନ୍ତି।
ଭୁବନେଶ୍ବର: ଆଜି ହେଉଛି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ଜନ୍ମ ଦିନ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଜୁଏଲ 1961 ମସିହା ମାର୍ଚ୍ଚ 22 ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି। ସେ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରୁ ପାଞ୍ଚ ଥର ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ତାଙ୍କ ଜନ୍ମଦିନ ଅଭିନନ୍ଦନରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, Birthday wishes to Union Minister Shri Jual Oram Ji. He is making exceptional efforts to empower the tribal communities and ensure that their dreams are fulfilled. Praying for his long and healthy life. ପ୍ରଧାନମନ୍ତ୍ରୀଙ୍କ ସହିତ ବହୁ କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ନେତା ତଥା ରାଜ୍ୟ ନେତା ମଧ୍ୟ ଜୁଏଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଭୁବନେଶ୍ବର: କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ସଦସ୍ୟଙ୍କୁ ଥଇଥାନ କରିବା ନୀତିରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଏଥିରେ ପୂର୍ବରୁ ଯାହା ନିୟମ ଥିଲା ତାହା ପରିବର୍ତ୍ତନ କରି ନିୟମରେ କୋହଳ କରିଛନ୍ତି। ଏ ନେଇ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହି ତଥ୍ୟ ବିଧାନସଭାରେ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିହଛନ୍ତି ଯେ, ଆମ ସରକାର ଗତ ଗୁରୁବାର କ୍ୟାବିନେଟ ରେ ଗୋଟିଏ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଆମେ ସମସ୍ତେ ଅନୁଭବ କରୁ ଯେ, ଯେତେବେଳେ ଗୋଟିଏ ପରିବାର ମୁଖିଆ ମୃତ୍ୟୁ ବରଣ କରନ୍ତି, ତାଙ୍କ ପରିବାର ଅସହାୟ ହୋଇଯାଏ । ପରିବାର ବିପନ୍ନ ଅବସ୍ଥାକୁ ଚାଲିଯାଏ। ଆଗରୁ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ, ବିପନ୍ନ ପରିବାରକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମ, ୧୯୯୦ ଅନୁଯାୟୀ, ପରିବାରର ଜଣେ ସଦସ୍ୟଙ୍କୁ ସରକାର, Group C କିମ୍ବା…
ଭୁବନେଶ୍ବର: ଖଣି କାର୍ଯ୍ୟ ଯୋଗୁଁ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମ-୨୦୧୫ ପ୍ରଣୟନ କରାଯାଇଛି। ଖଣି ଅଞ୍ଚଳରେ ରହୁଥିବା ପରିବାର ମାନେ କେବଳ ଜମି ନୁହେଁ ବରଂ ତାଙ୍କର ଜୀବିକା ଓ ତାଙ୍କର ପରିଚୟ ମଧ୍ୟ ହରାଇଛନ୍ତି । ଖଣି କାର୍ଯ୍ୟ ଫଳରେ ଉପୁଜୁଥିବା ପରିବେଶ ଅବକ୍ଷୟ ଯୋଗୁଁ ସେମାନେ ଏହାର ନକାରାତ୍ମକ ପ୍ରଭାବର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଏହି ପ୍ରତିକୂଳ ପ୍ରଭାବରୁ ମୁକୁଳିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି (DMF) ଗଠନ କରାଯାଇଥିଲା । ଏହି ପାଣ୍ଠି ପ୍ରଭାବିତ ଅଞ୍ଚଳରେ ରହୁଥିବା ପରିବାରର ହିତ ପାଇଁ ବ୍ୟବହୃତ ହେଉଅଛି । ଏହି ବ୍ୟବସ୍ଥା ଗୁଡ଼ିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ପ୍ରଚଳିତ DMF ନିୟମରେ ଆବଶ୍ୟକ ସଂଶୋଧନ କରିଛନ୍ତି । ଏହି ସଂଶୋଧନରେ ଅନେକ ନୂତନ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହୋଇଛି…
ଭୁବନେଶ୍ବର: ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ବିଧାନସଭାରେ ଶେଷ ଦର୍ଶନ କଲେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ। ଆଜି ସକାଳେ ବିଧାନସଭା ପରିସରରେ ତାଙ୍କର ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ବିଧାନସଭା ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏଥିରେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି, କଂଗ୍ରେସ ଓ ବିଜେପି ସଦସ୍ୟମାନେ ଶେଷ ଦର୍ଶନ କରିଥିଲେ। ଏଥିସହିତ ତାଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ସେ ୨୦୧୪ ମସିହାରେ ନିର୍ବାଚନରେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସେ ସେତେବେଳେ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ହରାଇ ଦେଇଥିଲେ। ୨୦୨୪ ନିର୍ବାଚନରେ ତାଙ୍କର ଝିଅ ଡାକ୍ତର ଦେବସ୍ମିତା ଶର୍ମା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ। ସେ ବିଜେଡିର ପ୍ରତାପ ଦେବଙ୍କଠାରୁ ହାରିଯାଇଥିଲେ। ଦେବେନ୍ଦ୍ର କେନ୍ଦ୍ରାପଡା ରାଜନୀତିରେ କଂଗ୍ରେସ ପାଇଁ ଥିଲେ ବଡ ସଂଗଠକ। ସେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସଭାପତି…
ଭୁବନେଶ୍ବର:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଡାକିଥିବା ବିଭିନ୍ନ ବିରୋଧୀ ଦଳଙ୍କ ବୈଠକରେ ଓଡିଶାରୁ ଯୋଗ ଦେବେ ବିଜେଡି ଓ କଂଗ୍ରେସ। ଏଥିପାଇଁ ଉଭୟ ଦଳର ସଦସ୍ୟ ଶୁକ୍ରବାରରେ ଚେନ୍ନାଇ ଗସ୍ତ କରିଛନ୍ତି। ଏଥିରେ ବିଜେଡିରୁ ଅମର ପଟ୍ଟନାୟକ ଏବଂ ସଂଜୟ ଦାସବର୍ମା ଯାଇଥିବା ବେଳେ କଂଗ୍ରେସରୁ ସଭାପତି ଭକ୍ତ ଦାସ ଯାଇଛନ୍ତି। ସମସ୍ତଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ଷ୍ଟାଲିନ ସରକାରଙ୍କ ତରଫରୁ ସ୍ବାଗତ କରି ନିଆଯାଇଛି। ଏହି ବୈଠକ ଆଜି ବସୁଥିବାର ଜଣାପଡିଛି। ଏଥିରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ନିର୍ବାଚନ ମଣ୍ଡଳୀରେ ସୀମା ପୁନଃନିର୍ଦ୍ଧାରଣ କରିବାର ଯୋଜନା କରିଛନ୍ତି। ଯାହାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ବିରୋଧ କରୁଛନ୍ତି। ସେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବିରୋଧରେ ଏକ ଆନ୍ଦୋଳନ କରିବେ ବୋଲି ଅନୁମାନ କରାଯାଇଛି। ଏହି ବୈଠକରେ ଯୋଗଦେବା ପାଇଁ ଷ୍ଟାଲିନ ସରକାର ବିଭିନ୍ନ ବିରୋଧୀ ଦଳକୁ ଏକଜୁଟ କରିଛନ୍ତି। ଏଥିରେ ଯୋଗଦେବା ପାଇଁ ବିଜେଡି ସୁପ୍ରିମୋ…
ଭୁବନେଶ୍ବର: ବିଜେଡିର ଚାଣକ୍ୟ ବୋଲି କୁହାଯାଉଥିବା ଭି କେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ତାହା ହେଲା ଯେ, ସେ କୁଆଡେ ଓଡିଶା ଛାଡିବେ। ଅର୍ଥାତ ଆଉ ନବୀନ ନିବାସରେ ଡେରା ପକାଇବେ ନାହିଁ। ଆଉ ସେ ବିଜେଡି କଥା ବୁଝିବେ ନାହିଁ। ଆଉ ଓଡିଶା ଛାଡିବାର କାରଣ ହେଲା ସେ କୁଆଡେ ଏକ ଆନ୍ତର୍ଜାତୀୟ ସଂସ୍ଥାରେ ଚାକିରୀ କରିବା ପାଇଁ ଅଫର ପାଇଛନ୍ତି। ସୂଚନା ଅନୁସାରେ ତାଙ୍କୁ ଲଣ୍ଡନର ଏକ କଂପାନୀ ଅଫର ଦେଇଛି ବୋଲି କୁହାଯାଉଛି। କେତେକ ବିଲ ଗେଟସ ସଂସ୍ଥାରୁ ଅଫର ମିଳିଛି ବୋଲି ସେ କେତେକ ନେତାଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ସେହି ସଂସ୍ଥାର ଦିଲ୍ଲୀରେ ମଧ୍ୟ ଏକ ଶାଖା ରହିଛି। ତେବେ ସେ ଲଣ୍ଡନ ଯିବେ କି ଦିଲ୍ଲୀରେ ରହିବେ କିଛି ଚିନ୍ତା କରିପାରି ନାହିଁନ୍ତି ବୋଲି ଜଣାପଡିଛି। ସେ ଯାହା ହେଲେ ମଧ୍ୟ ପାଣ୍ଡିଆନ ଏକ ଅନ୍ତର୍ଜାତୀୟ ସଂସ୍ଥାରେ…
ଭୁବନେଶ୍ୱର: ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ଘଟିଛି। ୬୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଭୁନେଶ୍ବରରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ପରଲୋକ ଘଟିଛି। ସେ ୨୦୧୪ ମସିହାରେ ନିର୍ବାଚନରେ ସେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସେ ସେତେବେଳେ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ହରାଇ ଦେଇଥିଲେ। ୨୦୨୪ ନିର୍ବାଚନରେ ତାଙ୍କର ଝିଅ ଡାକ୍ତର ଦେବସ୍ମିତା ଶର୍ମା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ। ସେ ବିଜେଡିର ପ୍ରତାପ ଦେବଙ୍କଠାରୁ ହାରିଯାଇଥିଲେ। ତାଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି କି ମୁଁ ଚେନ୍ନାଇରେ ଥିବା ବେଳେ ତାଙ୍କ ବିୟୋଗ ଖବର ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହିତ କରିଛି।…
Bank Strike Cancelled: ବ୍ୟାଙ୍କ ଧର୍ମଘଟ ଡାକରା ପ୍ରତ୍ୟାହାର ହେଲା। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ୨୪ ଏବଂ ୨୫ ମାର୍ଚ୍ଚରେ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଥିଲା। ତେବେ ଏହି ଧର୍ମଘଟ ପ୍ରତ୍ୟାହାର କରାଯାଇଥିବା ସୂଚନା ମିଳିଛି। ଅର୍ଥାତ ୨୪ ଏବଂ ୨୫ ମାର୍ଚ୍ଚରେ କୌଣସି ଧର୍ମଘଟ ହେବ ନାହିଁ। ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ସଂଗଠନ କହିଛି ଯେ ଧର୍ମଘଟ ଗୋଟିଏ ରୁ ଦୁଇ ମାସ ପାଇଁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତୀୟ ବ୍ୟାଙ୍କିଙ୍ଗ ସଂଘ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକ ବହୁତ ଫଳପ୍ରଦ ଥିଲା। ତା’ପରେ ବ୍ୟାଙ୍କ ଧର୍ମଘଟକୁ ଆପାତତଃ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବ୍ୟାଙ୍କ ଧର୍ମଘଟ ଖବର ପ୍ରସାରିତ ହେବା ପରେ ଅନେକ ଲୋକ ଚିନ୍ତିତ ହୋଇପଡ଼ିଥିଲେ। କାରଣ ଯେତେବେଳେ ବ୍ୟାଙ୍କ ଧର୍ମଘଟ ହେଉଥିଲା, ସେତେବେଳେ ଅନେକ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ…

