Author: Samikhsya Bureau

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର 16ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ 7ଟି ବିଭାଗ ଯଥା:- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର 10ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। 1. ଓଡିଶାର ଜନସାଧାରଣଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାର ଜାତୀୟ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି। ଏହି ନୂଆ ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟ ମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା (Cashless Treatment) ସୁବିଧା ପାଇବେ ।…

Read More

ଭୁବନେଶ୍ବର: ଆଜି ବିଧାନସଭାରେ କଂଗ୍ରେସ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା। କଂଗ୍ରେସ ସଦସ୍ୟଗଣ କଳା ପୋଷାକ ଓ କଳା କନା ଗୁଡାଇ ହୋଇ ଗୃହକୁ ପ୍ରବେଶ କରିଥିଲେ। ଏଥିସହିତ ଘଣ୍ଟ ବାଡେଇ ବାଡେଇ ଗୃହରେ ହୋହାଲ୍ଲା କରିଥିଲେ। ଫଳରେ ଗୃହ କାର୍ଯ୍ୟ ଚାଲିପାରି ନ ଥିଲା। ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ। ଆଜି ବିଧାନସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକଗଣ ଘଣ୍ଟ ବାଡେଇ ବାଡେଇ ଏକ ଶୋଭାଯାତ୍ରା କରି ଗୃହକୁ ଯାଇଥିଲେ। ଏହାର ନେତୃତ୍ବ ନେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ତାରାଙ୍କୁ ପୂର୍ବରୁ ବାଚସ୍ପତି ଗୃହରୁ ସାତଦିନ ପାଇଁ ନିଲମ୍ବନ କରିଥିଲେ। ଯାହାର ସମୟ ଗତକାଲି ଶେଷ ହୋଇଥିଲା। ନିଲମ୍ବନ ଆଦେଶ ସମୟ ସରିବା ପରେ ଆଜି ତାରା ବାହିନୀପତି ଗୃହ ଭିତରକୁ ପ୍ରବେଶ କରିଥିଲେ। ତେବେ ସମସ୍ତ କଂଗ୍ରେସ ସଦସ୍ୟ ଏପରି ପ୍ରତିବାଦ କରି ଗୃହକୁ ଯାଇଥିଲେ। ତେବେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦକୁ ବିଧାନସଭା ଲାଇଭ୍…

Read More

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଅପୂର୍ବ ମହାନ୍ତିଙ୍କ ଲିଖିତ ପୁସ୍ତକ “ମୁଁ ବି ମାଓବାଦୀ !” ଉନମୋଚିତ ହୋଇ ଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ଅଧ୍ୟକ୍ଷ ସୌମରଂଜନ ପଟ୍ଟନାୟକ ପୁସ୍ତକକୁ ଉନମୋଚିତ କରିଥିଲେ। ଏଥିରେ ବରିଷ୍ଠ ସାମ୍ବାଦିକ ସଂପଦ ମହାପାତ୍ର, ସିପିଆଇ ନେତା ସନ୍ତୋଷ ଦାସ ଏବଂ ଅଧ୍ୟାପକ ବିଶ୍ବରଂଜନ ଯୋଗଦେଇ ପୁସ୍ତକକୁ ଉନମୋଚିତ କରିଥିଲେ। ଇଟିଭି ଓଡିଆ ନ୍ୟୁଜ ଚ୍ୟାନେଲରେ ଅପୂର୍ବ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ବହୁବାର ମାଓ ଆକ୍ରମଣ ଉପରେ ରିପୋର୍ଟିଂ କରିଛନ୍ତି। ଏପରିକି ଘଞ୍ଛ ଜଙ୍ଗଲକୁ ଯାଇ ମାଓନେତା ସବ୍ୟସାଚୀଙ୍କ ସାକ୍ଷାତକାର ମଧ୍ୟ ନେଇଛନ୍ତି। ସେ ସବୁ ଅଭିଜ୍ଞତାକୁ ପାଥେୟ କରି ସେ ରଚନା କରିଛନ୍ତି ଏହି ପୁସ୍ତକ ମୁଁ ବି ମାଓବାଦୀ। ଏଥିସହିତ ଏହି ଉତ୍ସବରେ ଲେଖିକା ସୁଜାତା ମହାନ୍ତିଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ “ଚୁନା ଚୁନା ଫୁଲ’ ମଧ୍ୟ ଉନମୋଚିତ ହୋଇଥିଲା।

Read More

ଭୁବନେଶ୍ବର: ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ। କାରଣ ହେଲା ସେ ବର୍ତ୍ତମାନ ଯେପରି ଭାଷଣ ଦେଉଛନ୍ତି, ସେଥିରୁ ଅନୁମାନ କରାଯାଉଛି ଯେ, ସେ ବିଜେଡି ଛାଡିବେ। ପ୍ରଦୀପ ଏକ କାର୍ଯ୍ୟକ୍ରମରେ କହିଥିଲେ ଯ, କଂଗ୍ରେସରେ କାମ କରିବାର ମଜା ଅଲଗା ଅଛି। ଭକ୍ତ ଦାସ ସଭାପତି ହେବା ପରେ ତାଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇଛି। ଏହା କହିବା ପରେ ରାଜ୍ୟ ରାଜନୀତିରେ ବିଭିନ୍ନ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। କାରଣ ହେଲା ପ୍ରଦୀପ ହେଉଛନ୍ତି ବ୍ରାଣ୍ଡେଡ କଂଗ୍ରେସ ନେତା। ପରିସ୍ଥିତିରେ ପଡି ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ହେଲେ ବିଜେଡିର ତାଙ୍କର ଭବିଷ୍ୟତ ସେପରି କିଛି ଉନ୍ନତି ହୋଇପାରୁ ନାହିଁ। ଅନ୍ୟପକ୍ଷରେ କଂଗ୍ରେସର ସଭାପତି ଭକ୍ତ ଦାସ ହେବା ପରେ ବହୁ କଂଗ୍ରେସ ନେତାଙ୍କ ଘର ବାହୁଡା ଆରମ୍ଭ ହୋଇଛି। ସେହି ପରିପ୍ରେକ୍ଷୀରେ ପ୍ରଦୀପ ପୁଣି କଂଗ୍ରେସକୁ…

Read More

ନୂଆଦିଲ୍ଲୀ: ପୁରୀ ହେଉଛି ବିଶ୍ବର ଆଧ୍ୟାତ୍ମିକ କ୍ଷେତ୍ରର ପ୍ରମୁଖ କେନ୍ଦ୍ର। ଦେଶର ଚାରି ଧାମ ମଧ୍ୟରୁ ପୁରୀ ହେଉଛି ଅନ୍ୟତମ ଧାମ। ପ୍ରଭୃ ଜଗନ୍ନାଥ ହେଉଛନ୍ତି ବିଶ୍ବର ଦେବତା। ଏହି ଭାବନାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଉ। ଏହାକୁ ଶ୍ରୀଜଗନ୍ନାଥ ଧାମ ନାମରେ ନାମିତ କରାଯାଉ। ଏହିପରି ଦାବୀ କରିଛନ୍ତି ବିଜେଡି ସାଂସଦ ଶୁଭାଶୀଷ ଖୁଣ୍ଟିଆ। ବୁଧବାର ଦିନ ରାଜ୍ୟ ସଭାରେ ସେ ଏହି ଦାବୀ ଆଗତ କରି ରେଳ ବିଭାଗ ପଦକ୍ଷେପ ଗ୍ରହଣ କରୁ ବୋଲି ଅନୁରୋଧ କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ପୁରୀର ନାମ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହୋଇ ଆସୁଛି। ଏହାକୁ ଶ୍ରୀଜଗନ୍ନାଥ ଧାମ କରାଯାଉ ବୋଲି ଦାବୀ କରାଯାଉଛି। ତେବେ ଏହା କାର୍ଯ୍ୟକାରୀ ନ ହେଲେ ମଧ୍ୟ କେହି ବିରୋଧ କରୁଥିବାର ପରିଲକ୍ଷିତ ହୋଇ ନାହିଁ।

Read More

ଭୁବନେଶ୍ବର: ଡ୍ରିମ ଗାର୍ଲ ହେମାମାଳିନୀଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ସେ ମୁସଲିମଙ୍କୁ ବିବାହ କରିଥିବାରୁ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଅନୁଚିତ ବୋଲି ଅଭିଯୋଗ କରାଗଲା। ଯାହାକୁ ନେଇ ଜଗନ୍ନାଥ ସେନା ତରଫରୁ ଥାନାରେ ମଧ୍ୟ ଏଫଆଇଆର ଦିଆଯାଇଛି। ଏହି ବିବାଦ ଭିତରେ ହେମା ମାଳିନୀ ତାଙ୍କର ଉତ୍ତର ରଖିଛନ୍ତି। ସେ ପୁରୀ ଜିଲ୍ଲା ପ୍ରଶାସନକୁ ଏକ ମେଲ ଲେଖି ଏହାର ଉତ୍ତର ଦେଇଛନ୍ତି। ହେମା ଲେଖିଛନ୍ତି ଯେ, ମୁଁ ହିନ୍ଦୁ, ବର୍ତ୍ତମାନ ମଧ୍ୟ ହିନ୍ଦୁର ସମସ୍ତ ନୀତିନିୟମ ପାଳନ କରି ରହିଛି। ତେଣୁ ଶ୍ରୀମନ୍ଦିର ପ୍ରବେଶ କୌଣସି ଭୁଲ ନ ଥିଲା। ପୂର୍ବରୁ ମଧ୍ୟ କେତେଥର ଶ୍ରୀମନ୍ଦିର ଯାଇଛି। ହେଲେ ସେତେବେଳେ କିଛି ବିବାଦ ହୋଇ ନ ଥିଲା ବୋଲି ହେମା ଉଲ୍ଲେଖ କରିଛନ୍ତି।

Read More

ଭୁବନେଶ୍ବର: ଗତକାଲି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି ସ୍ବର୍ଗତ ନବ ଦାସଙ୍କ ପତ୍ନୀ ଓ ପୁଅଝିଅ। ପୂର୍ବରୁ ବିଜେପି ନେତାମାନେ ସିବିଆଇ ତଦନ୍ତ କରାଯିବ ବୋଲି ଦାବୀ କରୁଥିଲେ। ନବ ଦାସଙ୍କ ପରିବାର ଲେଖିକି ଦେଲେ ସେହି ବଡ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେବ। ତାହାକୁ ଦୃଷ୍ଟିରେ ରଖି ନବ ଦାସଙ୍କ ପୁରା ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବୀ କରିଛନ୍ତି। ତେବେ ଏହି ସାକ୍ଷାତକାରାକୁ ନେଇ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ତାଙ୍କ ସମାଜିକ ଗଣମାଧ୍ୟମରେ ନିଜର ବୟାନ ଉପସ୍ଥାପିତ କରିଛନ୍ତି। ସେ ଲେଖିଛନ୍ତି ଯେ, ମୋର ବାପାଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଙ୍କୁ ସାକ୍ଷାତ କରି ସପରିବାର ଅନୁରୋଧ କଲୁ। ଆମର ଅନୁରୋଧ ଶୁଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଆଶା କରୁଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ…

Read More

ଭୁବନେଶ୍ବର: ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ବ। ତେବେ ତାହା କୌଣସି ଦଳୀୟ ଦାୟିତ୍ବ ନୁହେଁ। ବରଂ ସେ ଓଡିଶା ଅଲମ୍ପିକ୍ସ ଆସୋସିଏସନର ସଭାପତି ହୋଇଛନ୍ତି। ଏହି ସଂଘ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ଏଥିରେ ସଭାପତି ଭାବେ ସମୀର ମହାନ୍ତି ଏକା ନାମାଙ୍କନ ଦାଖଲ କରିଥିଲେ। ଫଳରେ ତାଙ୍କୁ ସଭାପତି ଭାବେ ଘୋଷଣା କରାଯାଇଛି। ସେହିପରି ଏହି ସଂଘର ପୂର୍ବରୁ ସଂପାଦକ ଥିବା ଅଭିଜିତ ପାଲ ମଧ୍ୟ ଏଥର ସେହି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ପାଲ ଜଣ କ୍ରୀଡା ସଂଗଠକ ଭାବେ ବେଶ ପରିଚିତ। ସମୀର ବର୍ତ୍ତମାନ ଭୁବନେଶ୍ବର ଜିଲ୍ଲା ଦୌଡକୂଦ ସଂଘର ପ୍ରତିନିଧିତ୍ବ କରୁଛନ୍ତି।

Read More

ବାଣପୁର: ଆଜି ହେଉଛି ପଖାଳ ଦିବସ। ପ୍ରତି ଓଡ଼ିଆଙ୍କ ପ୍ରିୟ ପଖାଳ କେବଳ ଓଡ଼ିଆ ଜାତି ଭିତରେ ସିମୀତ ନାହିଁ। ପ୍ରଚଳିତ ପ୍ରାଚୀନ ପରମ୍ପରାରୁ ଜଣାପଡ଼େ ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ ପଖାଳପ୍ରିୟ। ଏହା ଶ୍ରୀମନ୍ଦିରରେ ପ୍ରଚଳିତ ଛପନ ଭୋଗରୁ ଜଣାପଡ଼େ। ସେହିପରି ବାଣପୁରର ଆରାଧ୍ୟା ଦେବୀ ଜଗତଜନନୀ ମା’ଭଗବତୀ ମଧ୍ୟ ପଖାଳପ୍ରିୟ। ତାଙ୍କ ଦୈନଦିନ ଭୋଗନୀତିକାନ୍ତିରୁ ଜଣାପଡେ। ମହାପ୍ରଭୁ ଜଗନ୍ନାଥଙ୍କ ଛପନ ଭୋଗ ସାଥିରେ ପଖାଳ ନୈବେଦ୍ୟ ମିଶି ରହିଥିଲାବେଳେ ମା’ଭଗବତୀଙ୍କ ପ୍ରତ୍ୟହ ବଡ଼ସିଂହାର ଧୂପରେ କେବଳ ଦହିପଖାଳକୁ ମାଛଗୁଣ୍ଡି ଭଜା ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇ ଲାଗି ହେବାର ପରମ୍ପରା କେଉଁ ଆଦିମ କାଳରୁ ଚଳି ଆସିଛି। ସାଧାରଣତଃ ଓଡ଼ିଆ ପରିବାରରେ ମା’ଭଉଣୀମାନେ ଘରର ପୁରୁଷମାନଙ୍କ ଅପେକ୍ଷା ଅଧିକ ପଖାଳପ୍ରିୟ। ଦିନରେ ଦୁଇ ଓଳା ପଖାଳ ଖାଇବାକୁ ପସନ୍ଦ କରନ୍ତି। ପଖାଳ ସହିତ ମାଛ ହେଉବା ଶୁଖୁଆ ଭଜା ଚ଼ିଲିକା ଉପକୁଳିଆ ଅଞ୍ଚଳର ପ୍ରଧାନ ଖାଦ୍ୟ। ମଣିଷ…

Read More

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ (MoE) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି (NEP), ୨୦୨୦  ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ସହ ଏକବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିବା ନେଇ ସଂକଳ୍ପବଦ୍ଧ । ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବେ । କାର୍ଯ୍ୟକାରିତାର ପ୍ରଥମ ପର୍ଯ୍ୟାୟରେ  ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖକୁ ପ୍ରସ୍ତୁତ କରିବା ନେଇ ଚଳିତ ମାସର ଆରମ୍ଭରେ ବିଜ୍ଞପ୍ତି ମାଧ୍ୟମରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଘୋଷଣା କରାଯାଇଥିଲା । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ଵ ପ୍ରଦାନ ସହ ଓଡ଼ିଶାର ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ୨୦୨୫-୨୦୨୬ ଶିକ୍ଷାବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ…

Read More

ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନ ଥିଲେ ମଧ୍ୟ ଆନୁଷ୍ଠନିକ ଭାବେ ଏହା ୨୦୧୧ ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡିଆ ପ୍ରଥମେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥିଲେ। ଏହାପରେ ଦେଖାଦେଖି ହୋଇ ସାରା ଓଡିଶାରେ ଏହି ଦିନ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଓଡିଆମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ଏହି ଦିବସର ମହତକୁ ବଢାଇ ଦେଲା। ଯାହା ଫଳରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଏହି ପଖାଳ ଦିବସ ଟୁଇଟରରେ ଟ୍ରେଣ୍ଡ କରିଥିଲା। ଏହାକୁ ଓଡିଶା ବାହାରେ ପଖାଳ ପ୍ରିୟ ବ୍ୟକ୍ତିମାନେ ଦେଖିବା ପରେ ସେମାନେ ମଧ୍ୟ ପଖାଳ ଦିବସକୁ ଆନନ୍ଦ ସହ ପାଳନ ଆରମ୍ଭ କଲେ। ଏପରିକି ଦେଶ ବାହାରେ ମଧ୍ୟ ପଖାଳପ୍ରିୟମାନେ ଏହି ଦିନ ପଖାଳ ଖାଇ ଦିବସକୁ ପାଳନ କଲେ। ପ୍ରକୃତରେ ମାର୍ଚ୍ଚ ୨୦ ତାରିଖରେ…

Read More

ଭୁବନେଶ୍ବର: ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମର ପରିଚୟ। ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ହଜାର ହଜାର ହସ୍ତତନ୍ତ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା ଶିଖାଇଛି। ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଓ ଅଙ୍ଗୀକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ‘‘୧୯ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା’’ର ଉଦ୍‍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଭାବବିହ୍ୱଳ ହୋଇ କହିଥିଲେ ଯେ, ପୂର୍ବରୁ ଏହି ମେଳାକୁ ମୁଁ ଅନେକବାର ବୁଲିବା ପାଇଁ ଆସିଛି। ଆଜି ଓଡ଼ିଶାର ପ୍ରଧାନ ସେବକ ଭାବେ ମତେ ସୁଯୋଗ ମିଳିଲା ଆପଣଙ୍କ ସହିତ ଏଠାରେ ସାମିଲ ହେବା ପାଇଁ, କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ମୁଁ ଏହାକୁ ହାତଛଡ଼ା କଲିନାହିଁ ।…

Read More

ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କର ଗୋଷ୍ଠୀ (ସିଡ୍‌ବି)କ୍ଲଷ୍ଟର ବିକାଶ ପାଣ୍ଠି (ଏସସିଡିଏଫ୍) ଏବଂ  ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ୟୁଆଇଡିଏଫ)ର କାର୍ଯ୍ୟକାରିତା ସଂପର୍କିତ  ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ତଥା ଏମଏସ୍ଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ, ଇଡକୋର ପରିଚାଳନା ନିର୍ଦ୍ଦେଶକ, ପୌର ପ୍ରଶାସନ,  ଉଦ୍ୟାନ କୃଷି ନିର୍ଦ୍ଦେଶକ, ରାଜ୍ୟ ସରକାର, ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ଏବଂ ରାଷ୍ଟ୍ରୀୟ ଆବାସ ବ୍ୟାଙ୍କର  ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।…

Read More

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ମର୍ମରେ ଭରସା ଦେଇଛନ୍ତି। ସ୍ୱର୍ଗତ ଦାସଙ୍କ ପତ୍ନୀ ଶ୍ରୀମତୀ ମୀନତି ଦାସ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ତାଙ୍କ କନ୍ୟା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁତ୍ର ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର…

Read More

ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଆସନ୍ତା ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ମାର୍ଚ୍ଚ ୨୪ ତାରିଖ ଦିନ ୧୨.୩୦ ରେ ବାୟୁସେବା ବିମାନ ଯୋଗେ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦର, ରାୟପୁର, ଛତିଶଗଡ଼ରୁ ବାହାରି ଦିନ ୧.୩୦ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବେ। ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡରେ ଅବତରଣ କରି ସଡ଼କ ପଥରେ କଣ୍ଟିଲୋ ସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ କରିବେ। ପରେ ପରେ ସେଦିନ ସେ ଅପରାହ୍ଣ ୩.୦୫ ମି.ସମୟରେ ପ୍ରଭୁ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ। ପରେ ପରେ ରାଷ୍ଟ୍ରପତି ଅପରାହ୍ଣ ୩.୩୫ ସମୟରେ ନୟାଗଡ଼ର କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ଏହା ପରେ…

Read More

ଭୁବନେଶ୍ୱର: ଯୁକ୍ତରାଜ୍ୟ ସରକାର ଏବଂ  ଓଡିଶା ସରକାରଙ୍କ ଶକ୍ତି ବିଭାଗ ଓ ଗ୍ରୀଡ଼କା ର ମିଳିତ ଆନୁକୂଲ୍ୟରେ ‘ନେଟ୍-ଜିରୋ ଭିଜନ୍ ଫର୍ ଭୁବନେଶ୍ୱର’ ବିଷୟରେ ଏକ ଉଚ୍ଚ-ସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ଜ୍ଞାନ ଆଦାନ-ପ୍ରଦାନ ସହ ବହୁ-ପକ୍ଷୀୟ ସହଯୋଗକୁ ଉତ୍ସାହିତ କରିବା, ଏବଂ ଭୁବନେଶ୍ୱର ସହରରେ କିଭଳି ପ୍ରଦୂଷଣକୁ ପ୍ରତିହତ କରାଯାଇପାରିବ ସେ ଉପରେ ଏହି କର୍ମଶାଳାରେ ବିଷଦ ଆଲୋଚନା ହୋଇଥିଲା। ଦ ଏନର୍ଜି ଆଣ୍ଡ ରିସୋର୍ସ ଇନଷ୍ଟିଚ୍ୟୁଟ ‘(TERI)’ ପକ୍ଷରୁ ଏହି କାର୍ଯ୍ୟକ୍ରମ ର ସଂଯୋଜନା କରାଯାଇଥିଲା। ଏହି କର୍ମଶାଳାରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ତଥା ଶିଳ୍ପ ଓ ଶିକ୍ଷା ଜଗତ ସହିତ ଜଡିତ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱରର ନେଟ୍-ଜିରୋ ଯାତ୍ରା ପାଇଁ ଏକ ସଂପୂର୍ଣ୍ଣ ରୋଡମ୍ୟାପ୍ ବିକଶିତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇଥିଲା। 2070 ସୁଦ୍ଧା ନେଟ୍-ଜିରୋ ଲକ୍ଷ୍ୟ ପୁରଣ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଏବଂ  2029-30 ମଧ୍ୟରେ ଓଡ଼ିଶାର ଅକ୍ଷୟ…

Read More

ଫେରିଲେ ସୁନୀତା: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଲେ ସୁନୀତା ୱିଲିୟମ୍ସଙ୍କ ସହ ଅନ୍ୟ ମହାକାଶଚାରୀ। ଯାନ୍ତ୍ରୀକ ତ୍ରୁଟି ପାଇଁ ସେମାନେ ମହାକାଶ ୯ ମାସ ଧରି ଫସି ରହିଥିଲେ। ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ଆମେରିକାର ଫ୍ଲୋରିଡ଼ାରେ ଅବତରଣ କରିଛନ୍ତି ସୁନୀତା, ବଚ ୱିଲମୋର, ଅନ୍ୟ ୨ ସାଥୀ ଆମେରିକାର ନିକ୍ ହେଗ୍ ଓ ରୁଷିଆର ଆଲେକଜାଣ୍ଡାର ଗୋର୍ବୁନୋଭ। ମହାକାଶଚାରୀଙ୍କୁ ଆଣିବାକୁ ଯାଇଥିଲା ସ୍ପେସ୍ ଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ। ପ୍ରାୟ ୯ ମାସ ହେଲା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ ସୁନୀତା ଏବଂ ୱିଲମୋର। ଗତ ବର୍ଷ ଜୁନ ୫ ତାରିଖରେ ସେମାନେ ଆଇଏସଏସ କୁ ଯାଇଥିଲେ। ଏକ ମରାମତି କାମ କରିବାକୁ ଯାଇଥିଲେ ସୁନୀତା ଓ ବଚ୍ । କିଛି ଦିନରେ କାମ ଶେଷ କରି ସେମାନେ ବୋଇଂ ଷ୍ଟାରଲାଇନର୍ ରେ ଫେରିବାର ଥିଲା। କିନ୍ତୁ ଏହି ମହାକାଶଯାନରେ…

Read More

ଭୁବନେଶ୍ବର: ଚଳିତ ମାସରେ ଏକବେଳେ ଚାରିଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ଫଳରେ ଯେଉଁମାନଙ୍କର ଆର୍ଥିକ କାମ ରହିଛି ତାହା ଶେଷ କରିଦେବା ଦରକାର। କାରଣ ଲାଗାତର ଏତେଦିନ ବ୍ୟାଙ୍କ ବନ୍ଦ ରହିଲେ ହୁଏତ କିଛି ଅସୁବିଧା ହୋଇପାରେ। ତେବେ ସୂଚନା ଅନୁସାରେ ଆସନ୍ତା 24 ଓ 25 ତାରିଖ ଦୁଇଦିନ ଧରି ବ୍ୟାଙ୍କ ଧର୍ମଘଟ ହେବ। ଏ ନେଇ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ ଧର୍ମଘଟର ଡାକରା ଦେଇଛି। ଏହି ଡାକରାରେ ଓଡିଶାର ପ୍ରାୟ 6 ହଜାର ବ୍ୟାଙ୍କ ସାମିଲ ହେଲେ। ଏହି ବ୍ୟାଙ୍କର ପ୍ରାୟ 37 ହଜାର କର୍ମଚାରୀ କାମ ବନ୍ଦ କରିବେ। ତେବେ ତା ପୂର୍ବରୁ ଅର୍ଥାତ 22 ଓ 23 ତାରିଖ ଛୁଟି ରହୁଛି। 22 ତାରିଖ ଚତୁର୍ଥ ଶନିବାର ଥିବା ବେଳେ 23 ତାରିଖ ରହିଛି ରବିବାର। ଏହି ଦୁଇଦିନ ସହିତ ଆଉ ଦୁଇଦିନ ଧର୍ମଘଟ ଏହିପରି ମୋଟ ଚାରି ଦିନ ବ୍ୟାଙ୍କ…

Read More

ନୂଆଦିଲ୍ଲୀ: ବିଜେଡି ସାଂସଦ ଡ଼ଃ ସସ୍ମିତ ପାତ୍ର ପୁଣି ଥରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା  ପ୍ରଦାନ କରିବାକୁ ଜୋରଦାର ଦାବୀ କରିଛନ୍ତି।ସେ ସୋମବାର ଦିନ ରାଜ୍ୟସଭାରେ ଏହି ଦାବୀ ଉଠାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଜାତୀୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରୀ। ଓଡ଼ିଶା କୋଇଲା, ଖଣିଜ ଏବଂ ବନ୍ଦର ମାଧ୍ୟମରେ ଦେଶର ଅର୍ଥନୀତିକୁ ସୁଦୃଢ କରିଥାଏ। କିନ୍ତୁ ମହାବାତ୍ୟା, ଫାଇଲିନ୍, ଫୋନି, ଆମ୍ଫାନ୍ ଏବଂ ୟାସ୍ ଭଳି ବିପର୍ଯ୍ୟୟରେ ପ୍ରତିବର୍ଷ ରାଜ୍ୟକୁ ଅନେକ କ୍ଷତି ସହିବାକୁ ପଡିଥାଏ। ଓଡ଼ିଶାର ଏତେ ଅବଦାନ ଥାଇ ମଧ୍ୟ କେନ୍ଦ୍ରରୁ ଯଥା ସମ୍ଭବ ସହଯୋଗ କାହିଁକି ପାଉ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଏକ ସମବେଦନା ନୁହେଁ ବରଂ ନ୍ୟାୟ ଚାହେଁ ବୋଲି ସେ କହିଛନ୍ତି। ପ୍ରତି ବର୍ଷ ରାଜ୍ୟ ବିପର୍ଯ୍ୟର ସମ୍ମୁଖୀନ ହେବା ପରେ ଆମେ ଆଉ ଥରେ ତାହା ନିର୍ମାଣ କରୁଛୁ। ଏଥିପାଇଁ ବିପୁଳ…

Read More

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ଗତକାଲି ରାତିରେ ଏହି ଅଦଳବଦଳ କରାଯାଇଛି। ନିକଟରେ ସରକାର ଆଇଏଏସ ଓ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ। ତେବେ ନୂଆ ଅଦଳବଦଳ ଅନୁସାରେ ଯେଉଁ ପରିବର୍ତ୍ତନ କରାଯାଇଛି ତାହା ହେଲା.. 1: ସମର୍ଥ ବର୍ମା-ନିର୍ଦ୍ଦେଶକ ବୈଷୟିକ ଶିକ୍ଷା ଓ ତାଲିମ ସହିତ ସେ ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଏହି ଦାୟିତ୍ବ ସହିତ ସେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ କରାଯାଇଛି। 2: ସୁଦର୍ଶନ ଚକ୍ରବର୍ତ୍ତୀ- ବର୍ତ୍ତମାନ ସେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ ଓଡିଶା ରାଜ୍ୟ ସାଧାରଣ ଯୋଗାଣ ବିଭାଗର ଏମଡି ଭାବେ ବଦଳି କରାଯାଇଛି। 3: ଶୁଭମ ସାକ୍ସସେନା- ବର୍ତ୍ତମାନ ଓଡିଶା ରାଜ୍ୟ ସାଧାରଣ ଯୋଗାଣ ବିଭାଗର ଏମଡି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଅଛନ୍ତି।…

Read More

ଭୁବନେଶ୍ବର: ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ହଜାର ହଜାର ସମର୍ଥକଙ୍କ ଗହଣରେ ତାଙ୍କର ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର ଶେଷକୃତ୍ୟ କରାଯାଇଛି। ସ୍ବର୍ଗଦ୍ବାରରେ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାବା ରାମଦେବ, ରାଜ୍ୟମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ, ବିଜେପି ନେତା ପ୍ରମୁଖ ଯୋଗ ଦେଇଥିଲେ। ଦେବେନ୍ଦ୍ରଙ୍କ ବଡପୁଅ ମୁଖାଗ୍ନି ପ୍ରଦାନ କରିଥିଲେ। ଅନ୍ୟତମ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପରିବାର ସଦସ୍ୟଗଣ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଆଜି ସକାଳୁ ତାଙ୍କ ମରଶରୀର ଚନ୍ଦ୍ରଶେଖରପୁର ବାସ ଭବନରୁ ପୁରୀ ଅଭିମୁଖେ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ଦେବେନ୍ଦ୍ରଙ୍କ ଶହଶହ ସମର୍ଥକ ଯୋଗ ଦେଇଥିଲେ। ଗତକାଲି ତାଙ୍କର ୮୪ ବର୍ଷ ବୟସରେ ଦିଲ୍ଲୀ ବାସଭବନରେ ପରଲୋକ ହୋଇଥିଲା। ମରଶରୀର ଦିଲ୍ଲୀରୁ ଆସିବା ପରେ ତାଙ୍କୁ…

Read More