Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ସୁନା ଅଳଙ୍କାର ଡକାୟତି ଘଟଣା, ଦେଶୀ ପିସ୍ତଲ, କାର ଓ ସ୍କୁଟି ସହ ଅଭିଯୁକ୍ତ ଗିରଫ
ଆଜିର ଖବର

ବାଣପୁର ସୁନା ଅଳଙ୍କାର ଡକାୟତି ଘଟଣା, ଦେଶୀ ପିସ୍ତଲ, କାର ଓ ସ୍କୁଟି ସହ ଅଭିଯୁକ୍ତ ଗିରଫ

April 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ସୁନା ଅଳଙ୍କାର ଡକାୟତି ଘଟଣା, ଦେଶୀ ପିସ୍ତଲ, କାର ଓ ସ୍କୁଟି ସହ ଅଭିଯୁକ୍ତ ଗିରଫ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ସଂନ୍ଧ୍ୟା ସମୟରେ ଏକ ସୁନା ଅଳଙ୍କାର ଲୁଟ ମାମଲା ପ୍ରତ୍ୟାହାର କରିବା ପାଇଁ ଅଭିଯୋଗକାରୀଙ୍କ ମୁଣ୍ଡରେ ମାଉଜର ଲଗାଇ ଧମକ ଦେଇ ଗିରଫ ହେଲେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ l ପୋଲିସ ପାଖରେ ଏ ନେଇ ଅଭିଯୋଗ କାରୀ ଦିଲ୍ଲୀପ କୁମାର ପାଲ ଲିଖିତ ଅଭିଯୋଗ ପରେ ଖୋର୍ଦ୍ଧା ଏସପିଙ୍କ ନିର୍ଦେଶ କ୍ରମେ ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ବବଧାନରେ ଏକ ଟିମ ଗଠନ କରାଯାଇଥିଲା l

ଟିମ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଭୁବନେଶ୍ୱରରେ ଏକ ଚିକେନ ସେଣ୍ଟରରେ ଚିକେନ କାଟୁଥିବା ବେଳେ ପୋଲିସ ଟିମ ତାକୁ ମାଡି ବସିଥିଲା l ସୂଚନା ମୁତାବକ ଗତ ବର୍ଷ ଫେବୃଆରୀ ୨୯ ତାରିଖରେ ବାଣପୁର ବଜାରରେ ସୁନା ମରାମତି ଦୋକାନ କରିଥିବା ଦିଲୀପ କୁମାର ପାଲ (୬୪) ରାତିରେ ଦୋକାନ ବନ୍ଦକରି ଗ୍ରାହକ ମାନେ ତିଆରି କରିବାକୁ ଦେଇଥିବା ସୁନା ଅଳଙ୍କାର ଏବଂ ନଗଦ ୬୦ହଜାର ଟଙ୍କା ଧରି ଘରକୁ ଫେରୁଥିବା ସମୟରେ ଘର ପାଖରେ ଛକିଥିବା ଚାରିଜଣ ଦୁର୍ବୁତ୍ତ ଶ୍ରୀ ପାଲଙ୍କୁ ବନ୍ଧୁକ ଦେଖାଇ, ମାଡ଼ମାରି ବ୍ୟାଗ ଧରି ଚମ୍ପଟ ମାରିଥିଲେ।

ଶ୍ରୀ ପାଲ ବାଣପୁର ଥାନାରେ ଏତଲା ଦେବା ପରେ ପୋଲିସ ମୋକଦ୍ଦମା ରୁଜୁ କରି ଦୁର୍ବୁତ୍ତ ମାନଙ୍କୁ ଖୋଜୁଥିଲା। ତେବେ ଚଳିତ ବର୍ଷ ଜାନୁଆରୀ ମାସରେ ପୋଲିସ ଉକ୍ତ ଘଟଣାରେ ଦୁଇ ଅଭିଯୁକ୍ତ ସେକ ଅଜିଦ ଓ ଅମିତ ପଣ୍ଡାକୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୧୫୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଥିଲା।

ମୁଖ୍ୟ ଅଭିଯୁକ୍ତ ବାଣପୁର ମୁସଲିମ ସାହିର ସେକ ଫିରଦୋଶ ଏବଂ କଲିମ ଖାଁ ଫେରାର ଥିଲେ। ତେବେ ଶନିବାର ସଂନ୍ଧ୍ୟାରେ ଫେରାର ଫିରଦୋଶ ସ୍ବର୍ଣ୍ଣ କାରିଗର ଦିଲୀପଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ମାମଲା ପ୍ରତ୍ୟାହାର କରିବା ପାଇଁ ଧମକ ଦେଇ ଫେରାର ହୋଇଯାଇଥିଲେ।

ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ଗୋଟିଏ ଦେଶୀ ପିସ୍ତଲ ସହ ଜୀବନ୍ତ ଗୁଳି,ଗୋଟିଏ ମାରୁତି ୮୦୦ କାର ଏବଂ ଗୋଟିଏ ସ୍କୁଟି ଜବତ କରିଥିବା ବେଳେ ଉକ୍ତ ଘଟଣାରେ ଆହୁରି ଜଣେ ଅଭିଯୁକ୍ତ ଫେରାର ଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜରିଆରେ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

banpur ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026
Latest News

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.