ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତଚରଣ ଦାସ ଆସନ୍ତାକାଲି ଦିନ ୧୦ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଂଚିବେ । ସେଠାରୁ ସଭାପତି ଶ୍ରୀ ଦାସ ନେତୃବୃନ୍ଦ ମାନଙ୍କ ସହ ସଂକଳ୍ପ ପଦଯାତ୍ରାରେ ପୁରୀ ଅଭିମୁଖେ ଯାତ୍ରା କରିବେ । ଏହି ପଦଯାତ୍ରା ୧୮ ତାରିଖ ଦିନ ଭୁବନେଶ୍ୱରରୁ ପିପିଲି ପର୍ଯ୍ୟନ୍ତ, ୧୯ ତାରିଖ ଦିନ ପିପିଲି ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଏବଂ ୨୦ ତାରିଖ ଦିନ ଚନ୍ଦନପୁର ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ପର୍ଯ୍ୟନ୍ତ ଯିବାପାଇଁ ସ୍ଥିର ହୋଇଅଛି । ଉକ୍ତ ପଦଯାତ୍ରାର ଏକ କାର୍ଯ୍ୟସୂଚୀ ନିମ୍ନରେ ଉଲ୍ଲେଖ କରାଯାଇଛି । ଏହି ପଦଯାତ୍ରାରେ ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନେ ସେମାନଙ୍କ ଜିଲ୍ଲାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ସଂଗରେ ଧରି ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ରହି ପଦଯାତ୍ରାରେ ସାମିଲ ହେବାକୁ ସଭାପତି…
Author: Samikhsya Bureau
ଭୁବନେଶ୍ବର: ଶ୍ରମିକଙ୍କ କଲ୍ୟାଣ ଓ କାର୍ଯ୍ୟ ସହଜ କରିବା ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ସେସ୍ (ଉପ-କର) ଆଦାୟ ସଂକ୍ରାନ୍ତରେ ସଫ୍ଟୱେର୍ ସଂଯୋଗ ସମସ୍ୟାର ସମାଧାନ କରି ଏହାକୁ ସମନ୍ୱିତ କରିବା ପରିପ୍ରେକ୍ଷୀରେ ରାଜ୍ୟ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍ ସେସ୍ ସଂଗ୍ରହକାରୀମାନେ ଆଦାୟ କରୁଥିବା ସେସ୍ ଅର୍ଥକୁ ବୋର୍ଡକୁ ନିରବଚ୍ଛିନ୍ନ ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜମା କରିବା ଏବଂ ଏଥିପାଇଁ ନିର୍ମାଣ ଶ୍ରମିକ ପୋର୍ଟାଲ ସହିତ ସଫ୍ଟଓୟାର ଏକୀକରଣର ଆବଶ୍ୟକତା ରହିଥିବା ସଂପର୍କରେ ସେ ସୂଚନା ଦେଇଥିଲେ । ଏହି ସମନ୍ୱିତ ବ୍ୟବସ୍ଥା ନିଶ୍ଚିତ ଭାବରେ ଆଗାମୀ ବର୍ଷଗୁଡ଼ିକରେ ବୋର୍ଡର…
ଭୁବନେଶ୍ୱର: ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୨୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତି ନାମ ତାଲିକା ପ୍ରକାଶ ପାଇଥିଲା । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ମାନନୀୟ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦଙ୍କ ଅନୁମୋଦନକ୍ରମେ ୧୩ ଜିଲ୍ଲା ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ସଭାପତିମାନେ ହେଲେ; ଅନୁଗୁଳ – ଶ୍ରୀ ଯଯାତି କେଶରୀ ପଟ୍ଟନାୟକ ଭଦ୍ରକ – ଶ୍ରୀ ଭଗବାନ ପଣ୍ଡା ଭୁବନେଶ୍ୱର – ଶ୍ରୀ ନିରଞ୍ଜନ ମିଶ୍ର ଗଜପତି – ଶ୍ରୀ ନବକିଶୋର ଶବର ଯାଜପୁର – ଶ୍ରୀମତୀ ଦେବଯାନୀ ପ୍ରଧାନ ଝାରସୁଗୁଡା – ଶ୍ରୀ ରଘୁନନ୍ଦନ ପଣ୍ଡା କନ୍ଧମାଳ – ଶ୍ରୀ ପଣ୍ଡିତ କୁମାର ବିସ୍ମାଝୀ ଖୋର୍ଦ୍ଧା – ଶ୍ରୀ ବିଶ୍ୱରଂଜନ ବଡଜେନା କୋରାପୁଟ – ଶ୍ରୀ ଶିବ ମୁଦୁଲି ନୟାଗଡ – ଶ୍ରୀ…
ଭୁବନେଶ୍ବର: ରିଅଲ ଇଷ୍ଟେଟ ବାର ଆସୋସିଏସନ ତରଫରୁ ଭୁବନେଶ୍ଵର ଏକ ପଞ୍ଚତାରକା ହୋଟେଲ “ମିଟ୍ ଏବଂ ଗ୍ରିଟ ” କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ରିଅଲ ଇଷ୍ଟେଟ ଅଥରିଟିର ସଦସ୍ୟ ଶ୍ରୀ ପ୍ରଦୀପ କୁମାର ବିଶ୍ଵାଳ, ନ୍ୟାୟିକ ସଦସ୍ୟ ଶ୍ରୀ ଗୋପାଳ ବଲ୍ଲଭ ପଟ୍ଟନାୟକ ଏବଂ କାର୍ଯ୍ୟ ନିର୍ବାହୀ ନ୍ୟାୟିକ ସଦସ୍ୟ ଶ୍ରୀ ମାନସ ରଞ୍ଜନ ମିଶ୍ର ପ୍ରଭୁତି ଅତିଥି ମାନେ ଯୋଗ ଦେଇଥିଲେ। ଏହି ସଭାରେ ରିଅଲ ଇଷ୍ଟେଟ ବାର ଆସୋସିଏସନର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ସଭାପତିତ୍ବ କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସଂଘର ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦନ କୁମାର ମହାନ୍ତି ନୂତନ କରି ଗଠନ ହୋଇଥିବା ରିଅଲ ଇଷ୍ଟେଟ ସଂଘର ଆଭିମୁଖ୍ୟ ବୁଝାଇଥିଲେ। ସେ କହିଥିଲେ ଯେ ଯେଉଁ ଲୋକ ଜମି ବାଡି କିଣା ବିକା କରୁଛନ୍ତି ସେମାନେ ରେରା ଠାରୁ ଉପଯୁକ୍ତ ଅନୁମତି ନେଇ ଜମି…
ଭୁବନେଶ୍ବର: ଦୀର୍ଘ ନ ମାସ ପରେ କଂଗ୍ରେସ ଭବନରେ ପ୍ରବେଶ କଲେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସୁରେଶ ରାଉତରାୟ। ତାଙ୍କୁ ପୂର୍ବରୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ହେଲେ ନୂଆ ସଭାପତି ଭାବେ ଭକ୍ତ ଦାସ ଯୋଗ ଦେବା ପରେ ସେ ସମସ୍ତ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଥିଲେ। ସେହି ଅନୁସାରେ ସୁରେଶ ରାଉତରାୟଙ୍କ ଉପରୁ ନିଲମ୍ବନ ହଟିଯାଇଛି। ଆଜି ସୁରେଶ ରାଉତରାୟ କଂଗ୍ରେସ ଭବନ ପ୍ରବେଶ ବେଳେ ବେଶ ଭାବ ବିହ୍ବୋଳ ହୋଇଯାଇଥିଲେ। ସେ ପାହଚରେ ଏକ ନଡିଆ ବାଡେଇ ଭିତରକୁ ପ୍ରବେଶ କରିଥିଲେ। ସେହି ସମୟରେ ତାଙ୍କର ସମର୍ଥକମାନେ ଫୁଲମାଳ ପିନ୍ଧାଇ ତାଙ୍କୁ ସ୍ବାଗତ କରିଥିଲେ। ଏହି ଉପଲକ୍ଷେ ସେ କହିଛନ୍ତି ଯେ, ମୁଁ ବହୁତ ଖୁସି ଯେ ପୁଣି ଥରେ କଂଗ୍ରେସକୁ ଫେରିଆସିଛି। ମୋର ବ୍ଲଡ ହେଉଛି କଂଗ୍ରେସ। ତେଣୁ ମୁଁ ଶେଷ ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ମୋତେ ଚକ୍ରାନ୍ତ କରି ଦଳରୁ…
ଭୁବନେଶ୍ୱର: ପକ୍ଷୀଘର ପ୍ରକାଶନୀ ଆୟୋଜିତ କବି ଓ ପ୍ରଶାସକ ରଂଜନ କୁମାର ଦାସଙ୍କ କବିତା ପୁସ୍ତକ ‘ପୂରବୀକୁ ନେଇ ଯେତେସବୁ ପ୍ରେମ କବିତା’ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷ୍ୟାଳୟରେ ଉନମୋଚିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଫନୀ ମହାନ୍ତି ବକ୍ତବ୍ୟ ରେ କହିଲେ ପ୍ରେମ ଏକ ଅଦେଖା ଆକର୍ଷଣ, ରଂଜନ ଦାସ ଙ୍କ ପୁରବୀ ଶରୀରରେ ଥାଉ ବା ନଥାଉ କିନ୍ତୁ ତାର ଅନୁପସ୍ଥିତ ବି ତା’ର ଉପସ୍ଥିତି ଜାହିର କରୁଛି। ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ଲେଖକ ଦାଶ ବେନହୁର କହିଲେ ପ୍ରେମରେ ସଂସାର ଚାଲିଛି। ରଂଜନ ଦାସ ଙ୍କ ପୁରବୀ ସତ ହେଉ ବହୁତ ମିଛ ହେଇଥାଇପାରେ, ମାତ୍ର ପ୍ରତ୍ୟେକ ମଣିଷ ଙ୍କ ଜୀବନ ରେ ପୁରବୀ ଟିଏ ନିଶ୍ଚୟ ଆସିଥିବ। କବିଟିଏ ସେ ପ୍ରେମକୁ ଜୀବନ ଦେଇପାରେ, ଯାହା ରଂଜନ ଦାସ କରିଛନ୍ତି। ରଂଜନ ଦାସ ଙ୍କ ସରଳ ଶବ୍ଦ, ଶୈଳୀ ତଥା ଭାଷାର ଯାଦୁକରୀ…
ଭୁବନେଶ୍ବର: ଏଣିକି କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କୁ ମିଳିବ ପ୍ରାପ୍ୟ, ଘୋଷଣା ହେଲା ଲକ୍ଷପତି ଦିଦି ସହାୟିକା ଯୋଜନ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଏହି ଘୋଷଣା କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ହେଲା..ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡିଶା ଜୀବିକା ମିଶନ ୨୦୧୨ ମସିହା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଅଛି । ପୁନର୍ବାର ଏହି ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଅଛି। ଏହି ସ୍ଵୟଂ ସହାୟକ ଗୋଷ୍ଠୀ (SHG), ଆଞ୍ଚଳିକ ମଞ୍ଚ (CLF) ଏବଂ ଗ୍ରାମ ପଞ୍ଚାୟତ ସଂଘ (GPLF)ଗୁଡିକୁ ସୁଦୃଢ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି…
ଭୁବନେଶ୍ବର: ପ୍ରଦେଶ କଂଗ୍ରେସର ନୂଆ ସଭାପତି ଭକ୍ତ ଚରଣ ଦାସ ଆକ୍ସନ ମୁଡରେ କାମ ଆରମ୍ଭ କରିଛନ୍ତି। ପ୍ରଥମେ ସେ କଟକ ନେତା ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଲେ। ଏହାପରେ ଆଜି ସଭାପତି ନୂଆ କମିଟର ନାମ ଘୋଷଣା କରିଛନ୍ତି। ତେବେ ଏହି କମିଟ ସଂକଳ୍ପ ପଦଯାତ୍ରାର ସଂଯୋଜନା କରିବେ। ଏଥିରେ 16 ଜଣ ସଦସ୍ୟ ରହିଛନ୍ତି। ନୂଆଦିଲ୍ଲୀରୁ ସଭାପତି ଭକ୍ତ ଚରଣ ଦାସ ଫେରିବା ପରେ ଆସନ୍ତା 18 ତାରିଖରେ ଏକ ସଂକଳ୍ପ ପଦଯାତ୍ରା କରାଯିବ। ଏଥିରେ ଏକ ବଡ ଶୋଭାଯାତ୍ରା ଭୁବନେଶ୍ବର ବିମାନ ବନ୍ଦରରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବ। ସେହି ଶୋଭାଯାତ୍ରାର ପରିଚାଳନା ପାଇଁ ଭକ୍ତ ଦାସ ଏହି କମିଟ ଗଠନ କରିଛନ୍ତି।
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ‘ଯୋଜନା ଓ ସଂଯୋଜନ ବିଭାଗ’ ଏବଂ ‘ଦି କନଭରଜେନ୍ସ ଫାଉଣ୍ଡେସନ(ଟିସିଏଫ୍)’, ମୁଖ୍ୟାଳୟ-ନୂଆଦିଲ୍ଲୀ ମଧ୍ୟରେ କର୍ମ ନିଯୁକ୍ତି ଏବଂ ଉତ୍ପାଦନକ୍ଷମ ରୋଜଗାର ସୃଷ୍ଟି ( ଜବ୍ କ୍ରିଏସନ ଆଣ୍ଡ ପ୍ରଡକ୍ଟିଭ ଏମ୍ପଲ୍ଏମେଣ୍ଟ) ସଂପର୍କିତ ଏକ ବୁଝାମଣାପତ୍ର (ଏମଓୟୁ) ଆଜି ଲୋକସେବା ଭବନରେ ସ୍ୱାକ୍ଷରିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଟିସିଏଫର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଶିଷ ଧାୱନଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହେବା ସହ ଏହି ସହଯୋଗକୁ ଆନୁଷ୍ଠାନିକ ରୂପ ଦିଆଯାଇଛି । ଏହି ବୁଝାମଣାପତ୍ର ଦ୍ୱାରା ଓଡ଼ିଶା ସରକାରଙ୍କ ରହିଥିବା ବିଭିନ୍ନ ବିକାଶମୂଳକ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଦିଗରେ ରଣନୈତିକ…
ଭୁବନେଶ୍ବର: କଂଗ୍ରେସ ନେତା ତଥା ଓଡିଶାର ଅନ୍ୟତମ ଧନି ବ୍ୟକ୍ତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରୀ କରୁଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। କମିସନରେଟ ପୋଲିସ ଏକ ଟିମ ବିଶାଖପାଟଣାରୁ ତାଙ୍କୁ ଗିରଫ କରିଛି। ତାଙ୍କ ନାମ ହେଉଛି ଶକ୍ତି ରେଡ୍ଡି। ସେ ଜଣେ ହାଇ ପ୍ରୋଫାଇଲ ଚୋର ବୋଲି ପୋଲିସ ଜାଣିବାକୁ ପାଇଛି। ପୋଲିସ ତାଙ୍କ ପାଖରୁ ଚୋରୀ ହୋଇଥିବା ସମସ୍ତ ସୁନା ଓ ହୀରା ଗହଣା ଜବତ କରିଥିବାର ଜଣାପଡିଛି। ଏ ସଂପର୍କରେ ପୋଲିସ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏହି ଚୋରକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ସେହି ଘଟଣା ଦିନ ସେହି ସ୍ଥାନରୁ ହଜାର ହଜାର ଫୋନ କଲ ଏବଂ ସିସିଡିଭି କ୍ୟାମେରା ଯାଞ୍ଚ କରାଯାଇଥିଲା। ହେଲେ ବରମୁଣ୍ଡା ବସ ଷ୍ଟାଣ୍ଡରେ ଥିବା ଏକ ସିସି ଟିଭିରେ ସେହି ବ୍ୟକ୍ତିର ପତା ମିଳିଥିଲା। ଏହାପରେ ତାହାର ଗତିବିଧିକୁ…
ଭୁବନେଶ୍ବର: ଆଜି ବିଧାନସଭାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ହେଲା ଯେ, ଆଜି ବିରେଧୀ ଦଳର ନେତା ନବୀନ ପଟ୍ଟନାୟକ ବିଧାନସଭାକୁ ଆସିଥିଲେ। ସେ ଗାଡିରୁ ଓହ୍ଲାଇବା ପରେ ପାଖରେ ଅନ୍ୟ ନେତାଙ୍କ ସହିତ ଥିଲେ ବିଧାୟକ ସନାତନ ମହାକୁଡ। ତାଙ୍କୁ ଦେଖିବା ପରେ ନବୀନ ହିନ୍ଦିରେ ପଚାରିଥିଲେ ଯେ, କାଲି ବିଧାୟକ ଦଳ ବୈଠକକୁ କାହିଁକି ଆସିଲ ନାହିଁ। ଏହାର ଉତ୍ତରରେ ସନାତନ ମହାକୁଡ କହିଥିଲେ ଯେ, ମୋ ଦେହ ଖରାପ ଥିଲା। ସେଥିପାଇଁ ଆସିପାରିଲି ନାହିଁ। ଏତିକି ଶୁଣିବା ପରେ ନବୀନ ଆଗକୁ ଚାଲିଯାଉଥିଲେ। ପୁଣି ହଠାତ ମୁହଁ ବୁଲାଇ କହିଲେ, “କଣ ବିଜେପି ଆଡେ ଯାଉଛ କି ?”। ସନାତନ ଏହା ଶୁଣିବା ପରେ ମନା କରିଥିଲେ। ହେଲେ ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ନବୀନ ଏପରି କାହିଁକି କହିଲେ ବୋଲି ପ୍ରଶ୍ନ ଉଠିଛି। କଣ ବିଜେଡିର କିଛି ବିଧାୟକ…
ନୂଆଦିଲ୍ଲୀ: ଆଜି ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲଓସି) ପାର୍ଶ୍ୱରେ ଥିବା ଭାରତୀୟ ପୋଷ୍ଟ ଉପରେ ପାକିସ୍ତାନୀ ସୈନ୍ୟମାନେ ବିନା କାରଣରେ ଗୁଳି ଚଳାଇଛନ୍ତି। ଏହା ପରେ ଭାରତୀୟ ସେନା ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛି। ବିନା କାରଣରେ ପାକିସ୍ଥାନ ସେନାଙ୍କ ଗୁଳିମାଡ ପାଇଁ ଭାରତୀୟ ସୈନିକଙ୍କ ଗୁଳି ଚଳାଇଥିଲେ। ଫଳରେ ପାକିସ୍ତାନକୁ ବହୁତ କ୍ଷୟକ୍ଷତି ହୋଇଥିବାର ଜଣାପଡିଛି। ଆଜି ଭାରତୀୟ ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖାର ତାରକୁଣ୍ଡି ସେକ୍ଟରରେ ଏକ ଆଗୁଆ ପୋଷ୍ଟ ଉପରେ ବିନା କାରଣରେ ଗୁଳି ଚଳାଇଥିଲେ। ଭାରତୀୟ ସେନା କଡ଼ା ଜବାବ ଦେଇଥିଲା ଏବଂ ଶତ୍ରୁ ବାହିନୀର ପ୍ରବଳ କ୍ଷତି ହୋଇଛି। ଅନ୍ୟପକ୍ଷରେ, ଅଧିକାରୀମାନେ କହିଛନ୍ତି ଯେ ଆଜି ସେହି ଅଞ୍ଚଳରେ ଏକ ଲ୍ୟାଣ୍ଡମାଇନ୍ ଉପରେ ପାଦ ଦେବା ପରେ ଭାରତୀୟ ସେନାର ଜଣେ ଜୁନିଅର କମିଶନଡ୍ ଅଫିସର (ଜେସିଓ) ସାମାନ୍ୟ ଆହତ…
ଭୁବନେଶ୍ବର: ଆଜି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଅନ୍ତର୍ଗତ ବାତାସନା ଜି.ପି.ର ଏଡିଇଓ (ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର) ଏସ.ପାର୍ଥ ସାରଥି ବିଶୋଇଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ତାଙ୍କର ଆୟ ବହିଃର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଛି। ଯେଉଁ ସ୍ଥାନରେ ଚଢାଉ ଜାରୀ ରହିଛି ସେଗୁଡିକ ହେଲା 1. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ପାର୍ଥ ସାରଥି ବିଶୋଇଙ୍କ ଆବାସିକ ଘର। 2. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ତାଙ୍କ ଭାଇଙ୍କ ଆବାସିକ ଘର। 3. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର। 4. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ତାଙ୍କ ଘର। 5. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଠାରେ ଅବସ୍ଥିତ…
ଭୁବନେଶ୍ବର: ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା ରାହତକରଙ୍କ ଦି ଦିନିଆ ଗସ୍ତ କାଳରେ ଆଜି ମହିଳା ଓ ଶିଶୁ ବିକାଶ ଏବଂ ଜାତୀୟ ମହିଳା ଆୟୋଗ ର ସହଭାଗିତାରେ ରାଜ୍ୟରେ “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ)ର କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା କେ ରାହତକର ଅଧ୍ୟକ୍ଷତା କରି କହିଲେ ଯେ ଆଜିର ଯୁଗରେ ସମାଜରେ ମହିଳାମାନଙ୍କ ଭୂମିକା ଓ କର୍ତ୍ତବ୍ୟରେ ବହୁ ପରିବର୍ତ୍ତନ ଆସିଛି । ଆଜିର କର୍ମଜୀବୀ ମହିଳା ନିଜ ଘର ଓ କାର୍ଯ୍ୟକୁ ଅତି ନିଖୁଣ ଭାବରେ ପରିଚାଳନା କରିପାରୁଛନ୍ତି । ଏହି ପରିପ୍ରେକ୍ଷିରେ ସେମାନଙ୍କୁ ଏକ ସୁରକ୍ଷିତ ଓ ସମ୍ମାନିତ କାର୍ଯ୍ୟକ୍ଷେତ୍ର ପ୍ରଦାନ କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ଵ ହେବା ଉଚିତ । “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ )…
ଭୁବନେଶ୍ବର: ହିନ୍ଦୁ ଧର୍ମର ଅନ୍ୟତମ ବଡ ପର୍ବ ହେଉଛି ମହାଶିବରାତ୍ରୀ ବା ଜାଗର। ଏହିଦିନକୁ ଶୈବ୍ୟ ଭକ୍ତମାନେ ଅନେଇ ରହିଥାନ୍ତି। ଏହିଦିନ ଭକ୍ତମାନେ ପୁରା ଉପବାସ କରି ମହାଦ୍ବୀପ ଦେଖିବା ପରେ ଖାଦ୍ୟ ଗ୍ରହଣ କରିଥାନ୍ତି। ଏହି ମହାଶିବରାତ୍ରୀରେ ସମସ୍ତ ଶୈବ୍ୟପିଠରେ ପ୍ରବଳ ଭିଡ ହୋଇଥାଏ। ଚଳିତ ବର୍ଷ ମହାଶିବରାତ୍ରୀ ଆସନ୍ତା ଫେବୃୟାରୀ ୨୬ ତାରିଖ ବୁଧବାରରେ ପଡୁଛି। ଏଥିପାଇଁ ସମସ୍ତ ଶିବ ମନ୍ଦିରରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିପରି ପ୍ରଭୃ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାଶିବରାତ୍ରୀଦିନ ରାତି ୧୦ଟା ବେଳେ ମହାଦୀପ ଉଠିବ ବୋଲି ନିଷ୍ପତି କରାଯାଇଛି। ଅନ୍ୟ ପୂଜା ଯାହା ରହିଛି ତାହା ହେଲା ୨୫ ତାରିଖ ରାତି ୨ଟା ୩୦ ମିନିଟରେ ମନ୍ଦିର ଖୋଲିବ ଭୋର ୩ ଟାରୁ ୩.୩୦ ମିନିଟ ପର୍ଯ୍ୟନ୍ତ ମଙ୍ଗଳା ଆରତି ଓ ଅବକାଶ ନୀତି ଭୋର ୩ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ…
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ୨୮ ଦିନ ଧରି ଚାଲିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ଆଜି ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କ ଅଭିଭାଷଣ ଦେବେ। ଆସନ୍ତାକାଲି ଅର୍ଥାତ ଫେବୃୟାରୀ ୧୪ ଓ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୬ ତାରିଖ ରବିବାର ଛୁଟି ଥିବା ବେଳେ ୧୭ ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ । ୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ ୨୧ରେ ବଜେଟ୍ ଉପରେ…
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେପି ଦିଲ୍ଲୀ ପ୍ରଦେଶ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ପ୍ରଦେଶ ମୁଖ୍ୟ ବିରେନ୍ଦ୍ର ସଚଦେବାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଦୀର୍ଘ 27 ବର୍ଷ ପରେ ବିଜେପି କ୍ଷମତାକୁ ଆସିବାରେ ସଫଳ ହୋଇଛି। ଏନେଇ ବୈଜୟନ୍ତ ପଣ୍ଡାଙ୍କ ସଫଳ ଗୋଟି ଚାଳନା ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ଆଜିର ବୈଠକରେ ଦିଲ୍ଲୀ ମୁକୁଟ କିଏ ପିନ୍ଧିବ ସେ ନେଇ ନିଷ୍ପତି ନିଆଯାଇପରେ। ଏହା ସହ ଦଳ ଦିଲ୍ଲୀ ବାସୀ ଙ୍କ ଆଶା ଓ ଆକାଂକ୍ଷା କିପରି ପୂରଣ କରିବ, ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କିପରି ପୂରଣ କରିବ ଏବଂ ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସାରା ଦିନ ଆଲୋଚନା ହୋଇଛି। ବୈଠକ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କୁ ଦଳୀୟ କର୍ମୀ ଓ…
ଭୁବନେଶ୍ବର: ପୁଣି ଥରେ ଫ୍ଲାଟ କିଣାବିକା ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି। ନିକଟରେ ଏହି ଦ୍ବନ୍ଦକୁ ହଟାଇବା ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ ସେ ରେରା ଗଠନ ପୂର୍ବରୁ ଯେଉଁ ଆପାର୍ଟମେଣ୍ଟ ନିର୍ମାଣ ହୋଇଥିବା ତାହା କିଣାବିକା ହୋଇପାରିବ। ଏ ନେଇ ବିଭାଗ ସମସ୍ତ ରେଜଷ୍ଟ୍ରିଂ ଅଫିସକୁ ଅବଗତ କରାଇଥିଲେ। ହେଲେ ସେହି ବିଜ୍ଞପ୍ତି ଉପରେ ଆଜି ହାଇକୋର୍ଟ ରହିତାଦେଶ ଜାରୀ କରିଛନ୍ତି। ଫଳରେ ସରକାର ଯେଉଁ ନିଷ୍ପତି କରିଥିଲେ ତାହା ଆଉ କାର୍ଯ୍ୟକାରୀ ହୋଇପାରିବ ନାହିଁ। ପରବର୍ତ୍ତି ଶୁଣାଣି ହେବା ପରେ ଯାହା ନିଷ୍ପତି ହେବ ବୋଲି ଜଣାପଡିଛି। ଆସନ୍ତା 19 ତାରିଖରେ କୋର୍ଟ ପରବର୍ତ୍ତି ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ତେବେ ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ନିର୍ଦ୍ଦିଷ୍ଟ ସ୍ପଷ୍ଟ ନିତି ନ ଥିବାରୁ କୋର୍ଟ ଖପ୍ପା ହୋଇଛନ୍ତି।
ଭୁବନେଶ୍ୱର: ରାଜ୍ୟ ଆୟୁଷ ବିଭାଗର କେତେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ତାତିଛନ୍ତି ଆୟୁଷ ଛାତ୍ରଛାତ୍ରୀ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆସନ୍ତା ୧୭ ତାରିଖରୁ ରାଜ୍ୟର ସମସ୍ତ ଆୟୁଷ ମହାବିଦ୍ୟାଳୟକୁ ବନ୍ଦ କରାଯିବ। ଏହି ଧମକ ଦେଇଛି ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂସଦ। ଯେଉଁମାନଙ୍କ ବିରୋଧରେ ଛାତ୍ରଛାତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ସେମାନେ ହେଲେ ନିର୍ଦେଶକ ପ୍ରେମଜିତ ନାୟକ, ଆୟୁଷ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଦୀର୍ଘ ୧୯ ବର୍ଷ ଧରି ୫ଟି ବିଭାଗ ଦାୟିତ୍ବରେ ଥିବା ଆୟୁଷ ନୋଡାଲ ଅଫିସର ତଥା ହୋମିଓପ୍ୟାଥିକ ରେଜିଷ୍ଟାରଏବଂ ଅଧ୍ୟାପକ ଡା ପ୍ରମୋଦ ବିହାରୀ ପ୍ରଧାନଙ୍କ ସହିତ ସେକ୍ସନ ଅଫିସର ପ୍ରଦୀପ ନାଥ ଶର୍ମାଙ୍କ ତୁରନ୍ତ ବଦଳି ଓ ତାଙ୍କ ପ୍ରତି ବିହିତ କାର୍ଯ୍ୟନୁଷ୍ଠାନ ଦାବୀ କରାଯାଇଛି। ଏ ନେଇ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହଲିଙ୍ଗ, ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ସାତୋଟି…
ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଓଏସଆରଟିସି ସିଏମଡି ଦୀପ୍ତେଶ ପଟ୍ଟନାୟକ, ଅବକାରୀ ସଚିବ ଗୁହା ପୁନମ ତାପସ କୁମାର, କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ ଆୟୁକ୍ତ ଉମାଶଙ୍କର ଦାଶଙ୍କ ସମେତ ସ୍ୱାସ୍ଥ୍ୟ, ଜାତୀୟ ରାଜପଥ ପ୍ରାଧିକରଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରାଇମବ୍ରାଞ୍ଚ ପ୍ରମୁଖର ଅଧିକାରୀମାନେ ପ୍ରତିନିଧିତ୍ୱ କରିଥିଲେ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆବଶ୍ୟକୀୟ ପଦକ୍ଷେପ ସଂପର୍କରେ ଆଲୋଚନା କରି ସେ ଦିଗରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବେପରୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ଏନଫୋର୍ସମେଣ୍ଟ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ଗୁରୁତ୍ୱ ଦେଇଛି । ଏଥିପାଇଁ ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଚ ମ୍ୟାନେଜମେଣ୍ଟ ସିଷ୍ଟମ ବା…
ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସିଦ୍ଧ ବଲିଉଡ୍ ଫିଲ୍ମ ନିର୍ମାତା ବୋନି କାପୁର ଏବଂ ଅଭିନେତା ଅର୍ଜୁନ କାପୁର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଓଡିଶାରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ୍ ଲିଗରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଶ୍ରୀ କାପୁର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ଶ୍ରୀ କାପୁର କହିଥିଲେ ଯେ, ଓଡିଶାରେ ପିଲ୍ମ ସୁଟିଂ ପାଇଁ ବ୍ୟାପକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟାପ୍ତ ସୁବିଧା ରହିଛି । ଏ ସବୁର ପ୍ରଚାର ପ୍ରସାର ହେଲେ ବହୁ ଫିଲ୍ମ ନିର୍ମାତାଙ୍କ ପାଇଁ ଓଡିଶା ହେବ ପସନ୍ଦ ଯୋଗ୍ୟ ଫିଲ୍ମ ସୁଟିଂ ସ୍ଥାନ । ଏଥି ସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ…

