Author: Samikhsya Bureau

ନୂଆଦିଲ୍ଲୀ, CBSE 12ଶ ପରୀକ୍ଷା ବର୍ତ୍ତମାନ ପରିସ୍ଥିତିରେ ହେବ କି ନାହିଁ ସେ ନେଇ ଆଜି ହୋଇପାରେ ନିଷ୍ପତ୍ତି। କାରଣ ଆଜି ଏ ନେଇ ସୁପ୍ରିମ କୋର୍ଟରେ ଶୁଣାଣି ରହିଛି। ଗତ ଶୁକ୍ରବାର ଦିନ ଏ ନେଇ ଶୁଣାଣି ଚାଲିଥିଲା। ହେଲେ ଆବେଦନକାରୀ କେତେକ ପ୍ରମାଣ ଦେଇ ନ ଥିବାରୁ ତାହା ସୋମବାର ଦିନ 11ଟାରେ ଶୁଣାଣି ହେବ ବୋଲି କୋର୍ଟ ଜଣାଇଥିଲେ। ସେହି ଅନୁସାରେ ଆଜି ଏ ନେଇ ବିଚାରପତି ଏ ଏମ ଖାନୱାଲକର ଏବଂ ଦିନେଶ ମାହେଶ୍ବରୀ ଡିଭିଜନ ବେଞ୍ଚରେ ଶୁଣାଣି ହେବ।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, କଳାହାଣ୍ଡି, କେନ୍ଦ୍ରପଡା, ଖୋର୍ଦ୍ଧା, ନବରଙ୍ଗପୁର ଏବଂ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଗଞ୍ଜାମ, ଦେବେଗଡ, ଗଜପତି, ଝାରସୁଗୁଡା ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୭୦ ହଜାର ୫୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୨ ହଜାର ୭୩୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୧୨୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୦ ଲକ୍ଷ ୪୭ ହଜାର ୫୩୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୯ ହଜାର ୧୦୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୬ ଲକ୍ଷ ୯୨ ହଜାର ୩୪୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୦ ଲକ୍ଷ ୨୬ ହଜାର ୯୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୬୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୫୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୭୦ ହଜାର ୫୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୧ ହଜାର ୬୬୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୧୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୭୪ ଜଣ, କଟକ ଜିଲ୍ଲାରୁ ୫୯୩, ଅନୁଗୁଳ ଜିଲ୍ଲାରୁ ୫୦୫…

Read More

ମେଷ- କୋର୍ଟ ପରିସରରେ ସୁସଙ୍ଗତତା ରହିବ। ମନ ପୂଜାରେ ନିୟୋଜିତ ହେବ। ବ୍ୟବସାୟ ଭଲ କରିବ। ବିବାଦରେ ପଡ଼ନ୍ତୁ ନାହିଁ। ଋଣ ଦିଆଯାଇଥିବା ଟଙ୍କା ପାଇବା ଏକ ଆରାମଦାୟକ ହୋଇପାରେ। ଜଟିଳ ସମସ୍ୟାର ସମାଧାନ ପାଇଁ ଜୀବନ ସାଥୀଙ୍କର ସହଯୋଗ ସହାୟକ ହେବ। ଯତ୍ନର ସହ ଗାଡି ଚଲାନ୍ତୁ। ବୃଷ- ଆଘାତ, ଚୋରି ଏବଂ ବିବାଦ ଯୋଗୁଁ କ୍ଷତି ସମ୍ଭାବନା। ବିବାଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ। ନିଜର ବ୍ୟବସାୟ ଜାରି ରଖ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ । ଚିନ୍ତା କରାଯାଇଥିବା କାର୍ଯ୍ୟ ଠିକ୍ ସମୟରେ ହୋଇପାରବ ନାହିଁ । ମିଥୁନ- ସରକାରୀ ପ୍ରତିବନ୍ଧକ ଦୂର ହେବ । ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।  ଉପକୃତ ହେବ । ଠିକ୍ ସମୟରେ…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ନବଜାତକ ଉପରେ କିଛି ତଥ୍ୟ ରଖିଛନ୍ତି। ତାହା ହେଲା ଯେ, ଯେତେବେଳେ ଛୁଆଟିଏ ଜନ୍ମ ନିଏ ସେତେବେଳେ ସେ ପାଞ୍ଚୋଟି ଜିନିଷ ଧରି ଜନ୍ମ ନେଇଥାଏ। ତାହା ହେଲା ଆୟୁ, କର୍ମ, ଧନ, ବିଦ୍ୟା ଏବଂ ମୃତ୍ୟୁ। ଚାଣକ୍ୟଙ୍କ ମତରେ ଏହି ପାଞ୍ଚୋଟି ପୂର୍ବ ଜନ୍ମର ଫଳ ସହିତ ଜଡିତ ଥାଏ। ଅର୍ଥାତ ପୂର୍ବ ଜନ୍ମରେ ସେ ଯେପରି କର୍ମ କରିଥିବ ସେହିପରି ଭାବେ ଏହି ପାଞ୍ଚୋଟି ଜିନିଷ ନେଇ ଜନ୍ମ ନେବ। ଏହାର ଅର୍ଥ ହେଲା ହେ ମାନବ ସମାଜ ତୁମେ ବର୍ତ୍ତମାନ ସତ କର୍ମ କର, ଯାହାଦ୍ବାରା ଆର ଜନ୍ମରେ ତୁମର ଏହି ପାଞ୍ଚୋଟି ଜିନିଷ ବେଶ ସୁଦୃଢ ହୋଇ ବିକଶିତ ହେବ।

Read More

ମେଷ- କୋର୍ଟ ପରିସରରେ ସୁସଙ୍ଗତତା ରହିବ। ମନ ପୂଜାରେ ନିୟୋଜିତ ହେବ। ବ୍ୟବସାୟ ଭଲ କରିବ। ବିବାଦରେ ପଡ଼ନ୍ତୁ ନାହିଁ। ଋଣ ଦିଆଯାଇଥିବା ଟଙ୍କା ପାଇବା ଏକ ଆରାମଦାୟକ ହୋଇପାରେ। କର୍କଟ- ଜମି ଏବଂ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟରେ ଉପକୃତ ହେବେ । ଚାକିରି ପାଇବେ । ଶତ୍ରୁ ଭୟ ରହିବ। ପୁଞ୍ଜି ବିନିଯୋଗ ଏବଂ ଚାକିରି ସୁବିଧା ହେବ । ବ୍ୟବସାୟ ଭଲ କରିବ । କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ।

Read More

ତୂଳା- ରୋମାନ୍ସରେ ସମୟ ଅତିବାହିତ ହେବ। ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହି ସଫଳତାରେ ଖୁସି ହେବେ। ବ୍ୟବସାୟ ଭଲ କରିବ। ପ୍ରତିଷ୍ଠା ବୃଦ୍ଧି ପାଇବ। ପରିବାରରେ ଖୁସିର ବାତାବରଣ ରହିବ। ମୀନ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପଦ୍ଧତିରେ ଉନ୍ନତି ହେବ। ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। ଦକ୍ଷତା ବୃଦ୍ଧି ପାଇବ।

Read More

ବିଛା- ଅତିଥିମାନଙ୍କ ଆଗମନ ହେବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ଗର୍ବିତ ରହିବେ। ନୂତନ ଯୋଜନା ଆରମ୍ଭ ହେବ। ପିଲାମାନଙ୍କର ଅଗ୍ରଗତି ସମ୍ଭବ। ଜମି ଏବଂ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। କୁମ୍ଭ- ଭଲରେ ଦିନ ଅତିବାହିତ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯିବ। ଖୁସି ହେବେ। କାର୍ଯ୍ୟରେ କୌଣସି ତତ୍ପରତା ହେବାର ନାହିଁ । ପ୍ରିୟଜନଙ୍କଠାରୁ ସମ୍ପୂର୍ଣ୍ଣ ସାହାଯ୍ୟ ମିଳିବ।

Read More

ଧନୁ- ବେକାରୀ ଦୂର ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଉପହାର ଗ୍ରହଣ କରାଯିବ। ରିସ୍କ ନିଅନ୍ତୁ ନାହିଁ । କ୍ରୋଧ ଏବଂ ଉତ୍ତେଜନା ଉପରେ ସଂଯମ ରଖନ୍ତୁ। ଆତିଥ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମକର- ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇବ। ଟେନସନ ରହିବ । ଅପରିଚିତ ଲୋକଙ୍କୁ ବିଶ୍ବାସ କର ନାହିଁ । କାର୍ଯ୍ୟ ପ୍ରୟାସରେ ଅଳସୁଆ ଏବଂ ବିଳମ୍ବ ହେବା ଉଚିତ୍ ନୁହେଁ।

Read More

ସିଂହ- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ପାର୍ଟୀ ଏବଂ ପିକନିକ୍ ଉପଭୋଗ କରାଯିବ। ବ୍ୟବସାୟ ଭଲ କରିବ। ବିବାଦ କରନ୍ତୁ ନାହିଁ । ସାମାଜିକ ଏବଂ ରାଜ୍ୟ ଖ୍ୟାତି ବୃଦ୍ଧି ପାଇବ। ଆର୍ଥିକ ସୁସଙ୍ଗତତା ରହିବ। କନ୍ୟା- ଉତ୍ସାହକୁ ନିୟନ୍ତ୍ରଣ କରନ୍ତୁ। ଶତ୍ରୁମାନେ ସକ୍ରିୟ ରହିବେ । ସମବେଦନା ଖବର ଥାଇପାରେ।  କ୍ଳାନ୍ତ ଅନୁଭବ କରିବେ। ବ୍ୟବସାୟିକ ଚିନ୍ତା ହେବ। ପିଲାମାନଙ୍କର ଆଚରଣ ଅସୁବିଧା ସୃଷ୍ଟି କରିବ।

Read More

ବୃଷ- ଆଘାତ, ଚୋରି ଏବଂ ବିବାଦ ଯୋଗୁଁ କ୍ଷତି ସମ୍ଭାବନା। ବିବାଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ। ନିଜର ବ୍ୟବସାୟ ଜାରି ରଖ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ମିଥୁନ- ସରକାରୀ ପ୍ରତିବନ୍ଧକ ଦୂର ହେବ । ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।  ଉପକୃତ ହେବ । ଠିକ୍ ସମୟରେ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବା। ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

Read More

ଭୁବନେଶ୍ୱର, ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁ-ଟୁ୍ୟବ୍‌ ଚ୍ୟାନେଲ୍‌ ଆଜି ଶୁଭାରମ୍ଭ ହୋଇଛି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସୁଦୂରପ୍ରସାରି କରିବା ପାଇଁ ଏବଂ ବିଭାଗର ବିଭିନ୍ନ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଭିଜୁଆଲ୍‌ ମାଧ୍ୟମରେ ଦେଶବିଦେଶରେ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରଚେଷ୍ଟା ଆରମ୍ଭ ହୋଇଛି । ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏହି ୟୁ-ଟୁ୍ୟବ୍‌କୁ ଆଜି ଲୋକାର୍ପଣ କରିଛନ୍ତି । ବାସୁଦେବ ମାଳବିଶୋଇଙ୍କର ନିଜ ରଚନା, ସଂଗୀତ ଓ କଣ୍ଠରେ ପ୍ରସ୍ତୁତ ହୋଇଥିବା କରୋନା ସଚେତନ ଗୀତରୁ ଏହି ୟୁ-ଟୁ୍ୟବ୍‌ ଶୁଭାରମ୍ଭ କରାଯାଇଥିଲା । ୟୁ-ଟୁ୍ୟବ୍‌ ପ୍ରସ୍ତୁତ କରିବା ପାଇଁ ସରକାରଙ୍କର ଅନୁମୋଦନ କ୍ରମେ ଏବଂ ଓଡ଼ିଶା ଡଟ୍‌ କମ୍‌ର ସହାୟତାରେ ଏହା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି

Read More

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍‌ ଜରିଆରେ ରାଜ୍ୟର ୧୪ଟି ଜିଲ୍ଲାରୁ ଅଦ୍ୟାବଧି ୪ ଲକ୍ଷ ୨୫ ହଜାର ମେଟି୍ରକ୍‌ ଟନ୍‌ ରବିଧାନ ସଂଗ୍ରହ କରାଯାଇଛି । ସୋସାଇଟିଗୁଡ଼ିକରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରି ରବିଧାନ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ନାମ ପଂଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ସେମାନଙ୍କ ଧାନ ବିକି୍ର କରିପାରିବେ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନେବା ପାଇଁ ପ୍ୟାକ୍ସ ଓ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ରବିଧାନ ସଂଗ୍ରହ ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଂଜୀକରଣ…

Read More

ଭୁବନେଶ୍ବର, ଦୁଇ ଥର ରାଜ୍ୟରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ରୁ ଅନେକ ସଫଳତା ମିଳିଛି। ଗତ ୨୫ ଦିନ ମଧ୍ୟରେ ପରୀକ୍ଷା ଓ ପଜିଟିଭ ଅନୁପାତ ଶତକଡ଼ା ୨୫ରୁ ୧୫କୁ ହ୍ରାସ ପାଇଛି । ଏହି ସଫଳତାକୁ ଆଖିରେ ରଖି ଲକ୍‌ଡାଉନ୍‌ ଅବଧି ଆସନ୍ତା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏକ ପ୍ରେସ ବିଜ୍ଞପ୍ତିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ ଯେ ପଶ୍ଚିମାଞ୍ଚଳର କେତେକ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଥିଲେ ସୁଦ୍ଧା ଖୋର୍ଦ୍ଧା, କଟକ ଓ ଅନୁଗୋଳ ଆଦି ଉପକୂଳ ଜିଲ୍ଲାମାନଙ୍କରେ ସଂକ୍ରମଣ ହ୍ରାସର ହାର କମ ରହିଛି । ଏବେ ରାଜ୍ୟରେ ମୋଟାମୋଟି କୋଭିଡ୍‌ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କୋଭିଡ୍‌ ପରୀକ୍ଷା, ଚିକିତ୍ସା, ହସ୍‌ପିଟାଲରେ ଶଯ୍ୟା ଓ ଅମ୍ଳଜାନ ଆଦି ଯୋଗାଣ କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି…

Read More

ଭୁବନେଶ୍ୱର, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଜାତୀୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ଓଡ଼ିଶାର ୫ ଜଣଙ୍କୁ “କଂଗ୍ରେସ କୋଭିଡ ସେବକ” ଭାବେ ଦାୟିତ୍ୱ ଦେଇଛନ୍ତି। ଏ ନେଇ ଓଡ଼ିଶା କଂଗ୍ରେସ ସାମଜିକ ଗଣମାଧ୍ୟମ ର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ସୂଚନା ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶାରୁ “କଂଗ୍ରେସ କୋଭିଡ ସେବକ” ଭାବେ ମନୋନୀତ ହୋଇଥିବା ଚେତନ ମିଶ୍ର, ଚନ୍ଦନ ରାୟ, ମୁରଲୀଧର ନାୟକ, ମିହିର ରାୟ ଓ ସୁବାଷ ନାୟକ ପାଂଚଜଣ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର କଂଗ୍ରେସ ଜିଲ୍ଲା ସଭାପତି ଏବଂ ନେତୃବୃନ୍ଦଙ୍କ ସହ ଆଲୋଚନା କରି ଜିଲ୍ଲାସ୍ତର, ବ୍ଲକସ୍ତର ଓ ପଂଚାୟତ ସ୍ତରର କୋଭିଡ ସେବକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ଏହି କାର୍ଯ୍ୟକୁ ଆଗେଇ ନେବାରେ ସାହାଯ୍ୟ କରିବେ ।

Read More

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ

Read More

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ

Read More

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ଅପରାହ୍ନରେ ରେଢାଖୋଲ ରେଞ୍ଜ ଅଧିନସ୍ଥ ଘୋଷରାମାଳ ପଂଚାୟତର ବଡମାଳ ଗ୍ରାମର ଜଣେ ବୃଦ୍ଧ ଲୁହାପଙ୍କ ସେକ୍ସନର ଦଲକି ଖେସଡା ଜଙ୍ଗଲକୁ ଜଙ୍ଗଲି କନ୍ଦା ସଂଗ୍ରହ ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି। ଖବରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ବଡମାଳ ଗ୍ରାମର ଭାର୍ଜିଲ୍ ଲାକଡା (୫୬) ନାମକ ବ୍ୟକ୍ତି ଗ୍ରାମର କେତେଜଣ ଲୋକମାନଙ୍କ ସହ ରେଢାଖୋଲ ରେଞ୍ଜ ଅଧୀନସ୍ଥ ଲୁହାପଙ୍କ ସେକ୍‌ସନ୍ ଦଲକି ଖେସଡା ଜଙ୍ଗଲକୁ ଜଙ୍ଗଲି କନ୍ଦା ସଂଗ୍ରହ ପାଇଁ ଯାଇଥିଲେ। ପାଖାପାଖି ଅପରାହ୍ନ ୩ ଟା ସମୟରେ ସେମାନେ ଏକ ଦନ୍ତା ହାତୀ ହାବୁଡରେ ପଡିଯାଇ ଥିଲେ। ଅନ୍ୟମାନେ ଦଉଡି ପଳାଇ ଯାଇଥିବା ବେଳେ ଭାର୍ଜିଲ ଲାକଡା ଦଉଡି ନ ପାରି ହାତୀ ହାବୁଡରେ ପଡି ଯାଇଥିଲେ। ହାତୀଟି ଭାର୍ଜିଲ କୁ ଦଳି ଚକଟି ମାରି ଦେଇ ପଳାଇ…

Read More

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ତିନି ଦିନ ବିଳମ୍ବରେ ପହଞ୍ଚିବ। ଆସନ୍ତା ୩ ତାରିଖ ଦିନ କେରଳରେ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଜୁନ ୧ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ବହିବା ଆରମ୍ଭ କରିବ। ଏହାଦ୍ବାରା କେରଳ ଏବଂ ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏପରିକି ୩ ତାରିଖ ଦିନ କେରଳରେ ମୌସୁମୀ ସ୍ପର୍ଶ କରିବ ବୋଲି ଆଶା କରାଯାଉଛି। ଉଲ୍ଲେଖ ଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ମେ’ ୩୧ ତାରିଖ ସୁଦ୍ଧା କେରଳରେ ମୌସୁମୀ ପହଞ୍ଚି ଯାଇଥାଏ। କିନ୍ତୁ ଚଳିତ ବର୍ଷ ୩ ଦିନ ବିଳମ୍ବରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଚଳିତ ବର୍ଷ ମୌସୁମୀ ବର୍ଷା ସାମାନ୍ୟ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Read More