Author: Samikhsya Bureau

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ତୃତୀୟ ପର୍ଯ୍ୟାୟରେ ୫ ମହାନଗର ନିଗମ, ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏସି ମାନଙ୍କୁ ୬୭ ଲକ୍ଷ ୫୨ ହଜାର ଟଙ୍କା ସହାୟତା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ। ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନଏସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୭୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୭୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୨୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୭ ହଜାର ୫୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୬୫୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୪୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୪୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୫୬୬, କଟକରୁ ୮୮୫, ପୁରୀରୁ ୭୪୩, ବରଗଡରୁ ୬୪୫, ଢେଙ୍କାନାଳରୁ ୫୮୬, ବୌଦ୍ଧରୁ ୫୪୮, ଅନୁଗୁଳରୁ ୫୪୫, ସୁନ୍ଦରଗଡରୁ ୫୦୭, ବାଲେଶ୍ବରରୁ ୪୭୭, ମୟୂରଭଞ୍ଜରୁ ୪୧୧, ନବରଙ୍ଗପୁରରୁ ୩୭୫, ନୟାଗଡରୁ ୩୦୨, ସମ୍ବଲପୁରରୁ ୩୦୧, କଳାହାଣ୍ଡିରୁ ୨୫୬, ଯାଜପୁରରୁ ୨୩୬, କୋରାପୁଟରୁ ୨୨୧, ଝାରସୁଗୁଡାରୁ ୨୧୩, ଜଗତସିଂହପୁରରୁ ୧୯୦, ବଲାଙ୍ଗୀରିରୁ ୧୬୭, ଗଞ୍ଜାମରୁ ୧୫୦, ସୋନପୁରରୁ ୧୪୨, ଭଦ୍ରକରୁ ୧୪୧, ରାୟଗଡାରୁ ୧୨୪, ମାଲକାନାଗିରିରୁ ୧୧୧, କନ୍ଧମାଳରୁ ୧୦୮, ଗଜପତିରୁ ୮୯, ଦେବଗଡରୁ ୮୦, ନୂଆପଡାରୁ ୫୪, କେନ୍ଦୁଝରରୁ ୨୩, କେନ୍ଦ୍ରାପଡାରୁ ୨୨ ଏବଂ ଷ୍ଟେଟ ପୁଲରୁ ୨୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭…

Read More

ପୁରୀ, ଆଜି ହେଉଛି ପବିତ୍ର ଭଉଁରୀ ତିଥି। ଏହି ତିଥିର ରହିଛି ଏକ ସ୍ବତନ୍ତ୍ରତା। କାରଣ ଏହି ଦିନ ଶ୍ରୀଜଗନ୍ନାଥଙ୍କର ଏକ ସ୍ବତନ୍ତ୍ର ନିତି ପାଳନ କରାଯାଇଥାଏ। ତାହା ହେଲା ଏହି ଦିନ ରଥଖଳାରେ ରଥଚକା ନିର୍ମାଣ ଶେଷ ହୋଇ ଅଖ ଯୋଡେଇ କରାଯାଇଥାଏ। ଏହି ତିଥିରେ ଆଜି ପ୍ରଥମେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରାଯାଇଥିଲା। ସେଠାରେ ଆଜ୍ଞାମାଳ ପାଇବା ପରେ ରଥ ନିର୍ମାଣ ସେବକମାନେ ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି, ଚକା ଡେରା ନୀତି ସମ୍ପନ୍ନ କରିଥିଲେ ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଅସମାଜିକ ଯୁବକମାନଙ୍କ ପାଇଁ ଲକଡାଉନ ଏକ ଭଲ ସୁଯୋଗ ନେଇଆସିଛି। ଏହି ସମୟରେ ସବୁ କିଛି ବନ୍ଦ ଯୋଗୁଁ ରାସ୍ତା ଘାଟ ଜନଶୂନ୍ୟ ରହୁଛି। ତେଣୁ ଏହାର ସୁଯୋଗ ନେଇ ଅସମାଜିକ କାର୍ଯ୍ୟକଳାପରେ କିଛି ଯୁବକ ଲିପ୍ତ ରହୁଛନ୍ତି। କେଉଁଠି ଚୋରୀ ହେଉଥିବା ଘଟଣା ସାମ୍ନାକୁ ଆସୁଛି ତ କେଉଁଠି ନିଶା କାରବାର ଏବଂ କେଉଁଠି ବେଆଇନ ଗୋଚାଲାଣ ହେଉଥିବା ଖବର ଶୁଣିବାକୁ ମିଳୁଛି। ତେବେ ଏହି ସମୟରେ ଟାଙ୍ଗୀ ଅଞ୍ଚଳରେ ମଧ୍ୟ ବାଇକ ଚୋରୀ ଘଟଣା ଶୁଣିବାକୁ ମିଳିଛି। କିନ୍ତୁ ଟାଙ୍ଗୀ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିବା ସହ ଜଣଙ୍କୁ ଗିରଫ କରିଛି। ମିଳିଥିବା ଖବର ମୁତାବକ, ଟାଙ୍ଗୀ ଥାନା ଅନ୍ତର୍ଗତ ଶୋରଣ ବଜାରରେ ଦୁଇ ଜଣ ବ୍ୟକ୍ତି ନିଜ ନିଜର ଗାଡି ରଖି କିଛି ଆବଶ୍ୟକୀୟ ଜିନିଷ କିଣୁଥିବା ବେଳେ ଦୁଇଟି ଯାକ ବାଇକକୁ କେହି ଚୋରୀ କରି ନେଇଥିବା ଜାଣିପାରିଲେ। ତେଣୁ…

Read More

ପୁରୀ, ଆସନ୍ତା ରଥଯାତ୍ରା ବେଳେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ତଥା ମରାମତି ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରୀମନ୍ଦିର ଅଧିକାରୀ, ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ଏବଂ ପୂର୍ତ୍ତ ବିଭାଗର ଅଧିକାରୀମାନେ ଅନଲାଇନରେ ଯୋଗ ଦେଇଥିଲେ। ସାଧାରଣତଃ ରଥଯାତ୍ରା ସମୟରେ ଶ୍ରୀଜୀୟୁ ରତ୍ନ ସିଂହାସନ ପରିତ୍ୟାଗ କରି ଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି। ଏହି ସମୟରେ ମନ୍ଦିର ଖାଲି ରହୁଥିବାରୁ ପ୍ରତିବର୍ଷ ଏହାର ଗର୍ଭଗୃହ ଯାଞ୍ଚ ସହିତ ମରାମତି କରାଯାଇଥାଏ। ସେଥିପାଇଁ ଆସନ୍ତା ଜୁଲାଇରେ ରଥଯାତ୍ରା ପଡୁଥିବାରୁ ଏହି କାର୍ଯ୍ୟ କିପରି ହେବ ସେ ନେଇ ଆଲୋଚନା କରାଯାଇଥିଲା। ତେବେ ଚଳିତ ବର୍ଷ ଗର୍ଭଗୃହ ସହିତ ମନ୍ଦିରର ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ମଧ୍ୟ ଯାଞ୍ଚ କରାଯିବ ବୋଲି ନିଷ୍ପତି କରାଯାଇଛି। କାରଣ ଶ୍ରୀମନ୍ଦିରରେ ଠାକୁର ଥିବା ବେଳେ ଭକ୍ତଙ୍କ ଗହଳି ମଧ୍ୟରେ ପାର୍ଶ୍ବ ଦେବାଦେବୀ ମନ୍ଦିର ମଧ୍ୟ ଯାଞ୍ଚ କରିବା…

Read More

ନୟାଗଡ/ଚାନ୍ଦପୁର: ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବସନ୍ତ କୁମାର ରଥ ନାମକ ଜଣେ ବରିଷ୍ଠ ନାଗରିକ ପୂଜା ସାରି ଘରକୁ ସାଇକେଲ ଯୋଗେ ଫେରୁଥିଲେ। ୧୬ ନଂ ଜାତୀୟ ରାଜପଥ ଅସୋକାଇ ଖୋଲ ଛକ ନିକଟରେ ହଠାତ ଏକ ଟାଟା ଏସି ଗାଡି ଆସି ବସନ୍ତଙ୍କ ପଛପଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୀଷଣ ଥିଲା ଯେ, ବସନ୍ତ କୁମାର ରଥ ଖଣ୍ଡେ ଦୂରରେ ଛିଟିକି ପଡ଼ିଥିଲେ। ଏବଂ ବସନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ବରିଷ୍ଠ ନାଗରିକ ଜଣଙ୍କ ଚମ୍ପାଗଡ଼ ଗ୍ରାମର ବୋଲି ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଶବ ଓ ଗାଡି ଜବତ କରି ତଦନ୍ତ ଜାରି ରଖିଛି।

Read More

ଭୁବନେଶ୍ବର, କୋଭିଡ଼୧୯  ସକର।ତ୍ମକ ମ।ମଲ।ଗୁଡ଼ିକର ବୃଦ୍ଧି ଓ ସଂକ୍ରମଣର ଶୃଙ୍ଖଳ। ଭ।ଙ୍ଗିବ। ଏବଂ ଖର।ପ ପୃଷ୍ଠପୋଷକତ। ପ।ଇଁ ଉଭୟ ଦିଗରୁ ୨୦ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଟ୍ରେନ୍ ଚଳ।ଚଳ ବ।ତିଲ, ଆଂଶିକ ବ।ତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମ।ନଙ୍କରେ ଚଳ।ଚଳ କରିବ।କୁ ନିଷ୍ପତ୍ତି ନିଆଯ।ଇଛି । ଜୁନ ୧୧ ତ।ରିଖ ଠ।ରୁ ୨୦ ତ।ରିଖ ମଧ୍ୟରେ ବ।ତିଲ ହେଉଥିବ। ଟ୍ରେନ ୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲ।ଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ ୦୨. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ ୦୩. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ ୦୪. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୦୫. ୦୮୪୬୧/୦୮୪୬୨ କଟକ-ପ।ର।ଦୀପ-କଟକ ବିଶେଷ ଟ୍ରେନ ୦୬. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୧୭ ଏବଂ ୧୮ ଜୁନ୍ ବ୍ୟତୀତ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ବ।ତିଲ ହେଉଥିବ। ବିଶେଷ ଟ୍ରେନ ୦୧. ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ ୦୨. ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ୦୩. ୦୮୪୩୩/୦୮୪୩୪ ଭୁବନେଶ୍ୱର-ପ।ଲ।ସ।-ଭୁବନେଶ୍ୱର…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନାକୁ ପୁଣି ଏକ ବଡ଼ ସଫଳତା ମିଳିଛି। ୫୫ ଗ୍ରାମ ବ୍ରାଉନ ସୁଗାର ସହ ଦୁଇ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସୂଚନା ମୁତାବକ ଗତକାଲି ରାତିରେ ଖୋର୍ଦ୍ଧାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଡ଼ ଧରଣର ବ୍ରାଉନ ସୁଗାର କାରବାର ହେବାକୁ ଯାଉଛି ବୋଲି ଏସପି ରାଜକିଶୋର ଦୋରା କୌଣସି ମତେ ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସଆଇ ଅନୁଭା ଦାସ, ବିଜୟ କେତନ ବେହରା, ଦିଗବିଜୟ ବିଶ୍ୱାଳ, ଅଶୋକ କୁମାର ରଥ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ପ୍ରସ୍ତୁତ କରାଯାଇଥିଲା। ସମନ୍ତରାୟପୁର ସ୍ଵପ୍ନେଶ୍ଵରସାହି ସ୍ଥିତ ମହେନ୍ଦ୍ର ବେହେରାଙ୍କ ଘର ନିକଟରେ ଏକ ଏସୟୁଭି-୩୦୦ କାରରେ(ଓଡ଼ି- ୦୨ ବିସି ୩୦୦୯) ନିଶା ବେପାରୀ ମାନେ ବ୍ରାଉନ ସୁଗାର ବେପାର ଉଦ୍ଦେଶ୍ୟରେ ଆସିବେ…

Read More

ପୁରୀ, ଜଗନ୍ନାଥ ଧାମରେ ନିର୍ମାଣ ଚାଲିଥିବା ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଭକ୍ତ ନିବାସରେ 138ଟି ରୁମ କରାଯାଇଛି। ଯେଉଁ ଭକ୍ତମାନେ ପୁରୀ  ଆସିବେ ସେମାନଙ୍କୁ ଶସ୍ତା ଦରରେ ରହିବା ପାଇଁ ବ୍ୟବସ୍ଥା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ନିର୍ମାଣ ହେଉଥିବା ଏହି ଭକ୍ତ ନିବାସ ଏକ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯାଇଛି। ମନ୍ଦିର ପ୍ରଶାସନର ପୁରୀରେ ଏହିପରି 4ଟି ଭକ୍ତ ନିବାସ ରହିଛି। ଆସନ୍ତା କାର୍ତ୍ତିକ ମାସ ପାଇଁ ଏହାର ବୁକିଂ ହେବ ବୋଲି ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି।

Read More

ଭୁବନେଶ୍ବର, ସାଇ ଇଣ୍ଟଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଠା ଡକ୍ଟର ବିଜୟ କୁମାର ସାହୁଙ୍କର ପରଲୋକ ଘଟିଛି। ସେ କରୋନାରେ ଆକ୍ରନ୍ତ ହେବା ପରେ ସୁସ୍ଥ୍ୟ ହୋଇଥିଲେ। ହେଲେ ପରବର୍ତ୍ତି ସମୟରେ ଅନ୍ୟାନ୍ୟ କାରଣ ପାଇଁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଲା। ଫଳରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। 58 ବର୍ଷ ବୟସ୍କ ବିଜୟଙ୍କର ଆଜି ମଧ୍ୟାହ୍ନରେ ତାଙ୍କର ପରଲୋକ ଘଟିଛି। ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ବିଜୟ ସାହୁ ପରବର୍ତ୍ତି ସମୟରେ ଶିକ୍ଷା ବିକାଶରେ ନିଜକୁ ନିୟୋଜିତ ରଖିଥିଲେ। ତାଙ୍କ ଦ୍ବାରା ପ୍ରତିଷ୍ଠିତ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ରାଜ୍ୟରେ ଗୋଟିଏ ବଡ ଅନୁଷ୍ଠାନ ଭାବେ ପରିଚିତ ହୋଇପାରିଛି। ତାଙ୍କ ବିୟୋଗରେ ଓଡିଶା ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ…

Read More

ନୂଆଦିଲ୍ଲୀ: ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ରାଜ୍ୟକୁ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ମୌସୁମୀ ଆଜି କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଥିଲା। ତେବେ ଭାରତ ପାଣିପାଗ ବିଜ୍ଞାନ ବିଭାଗ ମୁତାବକ ଚଳିତ ବର୍ଷ ଉତ୍ତର ଓ ଦକ୍ଷିଣ ଭାରତରେ ସାମାନ୍ୟ ବର୍ଷା ହେବ। ମଧ୍ୟ ଭାରତରେ ସାମାନ୍ୟରୁ ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଥିବା ବେଳେ ପୂର୍ବୋତ୍ତର ଭାରତରେ ସାମାନ୍ୟରୁ କମ ବର୍ଷା ହେବ ବୋଲି ଅନୁମାନ କରିଛି। ଚଳିତ ବର୍ଷ ୯୬ ରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଅନୁମାନ କରିଛନ୍ତି।

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦ୍ଵାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଛି। କରୋନା ସଂକ୍ରମଣକୁ ଦେଖି ଯୋଗୀ ଆଦିତ୍ୟନାଥ ସରକାର ଏଭଳି ନିଷ୍ପତ୍ତି ନେଇଛି। ଫଳରେ ୨୬ ଲକ୍ଷ ପରୀକ୍ଷାର୍ଥୀଙ୍କୁ ଆଶ୍ଵସ୍ତି ମିଳିଛି। ଏହାପୂର୍ବରୁ ସିବିଏସଇ ଏବଂ ଆଇସିଏସଇ ପରିକ୍ଷାକୁ ବାତିଲ କରାଯାଇଥିଲା। ତେବେ ଛାତ୍ରଛାତ୍ରୀମାନଙ୍କ ଦଶମ ଏବଂ ଏକାଦଶ ପରୀକ୍ଷା ଆଧାରରେ ଦ୍ଵାଦଶ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ ବୋଲି ସରକାର ସୂଚନା ଦେଇଛି।

Read More

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ଟୀକା ନିର୍ମାତା କମ୍ପାନୀ ବାୟୋଲୋଜିକାଲ-ଇ ସହ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଏକ ବଡ ଚୁକ୍ତି ହୋଇଛି। ୩୦ କୋଟି ଟୀକା ଡୋଜ ପାଇଁ ବାୟୋଲୋଜିକାଲ-ଇ ସହ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଚୁକ୍ତି ହୋଇଛି। ଏଥିପାଇଁ ବାୟୋଲୋଜିକାଲ-ଇ କୁ କେନ୍ଦ୍ର ସରକାର ପକ୍ଷରୁ ୧୫୦୦ କୋଟି ଟଙ୍କା ଆଡଭାନ୍ସ ଦିଆଯିବ। ଅଗଷ୍ଟ ମାସ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ଏହି କମ୍ପାନୀ ୩୦ କୋଟି ଟୀକା ଡୋଜ ଯୋଗାଇଦେବ। ଏହାର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲରୁ ବହୁତ ଭଲ ଫଳ ମିଳିଥିବା ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି।

Read More

ଭୁବନେଶ୍ବର: ବିଜୁ ଜନତା ଦଳର ଉପସଭାପତି ପୂର୍ବତନ ମନ୍ତ୍ରୀ ତଥା ଜନନେତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର ଆଜି ସକାଳ ୭:୩୦ ମିନିଟ୍ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟଳୟରେ ପହଁଞ୍ଚିଥିଲା। ସେଠାରେ ବିଜୁ ଜନତା ଦଳର ସଙ୍ଘଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ସ୍ୱର୍ଗତ ରାଉତରାୟଙ୍କ ପାର୍ଥିବ ଶରୀର ଉପରେ ଦଳର ପତାକା ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରେ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀ ଦାସବର୍ମା ଗଣମାଧ୍ୟମକୁ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ବିଜୁ ଜନତା ଦଳ ଗଠନ ପାଇଁ ତାଙ୍କର କାର୍ଯ୍ୟ ଏବଂ ଓଡ଼ିଶାରେ ଅଣକଂଗ୍ରେସ ଆନ୍ଦୋଳନକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକାକୁ ସ୍ମରଣ କରିଥିଲେ। ୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଶ୍ରୀ ରାଉତରାୟ ଜଣେ…

Read More

ଶ୍ରୀନଗର: ଗତ ରାତିରେ ବିଜେପିର ଏକ ନେତାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ତ୍ରାଲ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିଜେପି ନେତା ରାକେଶ ପଣ୍ଡିତ ତାଙ୍କର ଜଣେ ବନ୍ଧୁଙ୍କ ଘରେ ଥିବା ବେଳେ ରାତି ପ୍ରାୟ ୧୦.୧୫ ମିନିଟ ସମୟରେ ତିନି ଜଣ ଆତଙ୍କବାଦୀ ଆସି ଗୁଳି ବିର୍ଷଣ କରିଥିଲେ। ଗୁରୁତର ଅବସ୍ଥାରେ ରାକେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ରାକେଶଙ୍କ ବନ୍ଧୁଙ୍କ ଝିଅ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି। ପୋଲିସ କହିବା ମୁତାବକ, ରାକେଶ ପଣ୍ଡିତଙ୍କୁ ସୁରକ୍ଷା ପ୍ରଦାନ କରାଯିଥିଲା। ତାଙ୍କ ପାଇଁ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଉପଲବ୍ଧ ଥିଲେ। କିନ୍ତୁ ସେ ବିନା ସୁରକ୍ଷାକର୍ମୀଙ୍କୁ ନେଇ ନିଜ ପୈତୃକ ଗାଁକୁ ଚାଲିଯାଇଥିଲେ। ବର୍ତ୍ତମାନ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୩୪ ହଜାର ୧୫୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୮୮୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୮୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୩ ଲକ୍ଷ ୫୮୯ ହଜାର ୮୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୭ ଲକ୍ଷ ୧୩ ହଜାର ୪୧୩ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୮୭୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡା ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ବାଲେଶ୍ଵର, ବଲାଙ୍ଗୀରି, ଦେବଗଡ, ଗଜପତି, କେନ୍ଦ୍ରାପଡା, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଭଦ୍ରକ, ଗଞ୍ଜାମ ଓ ପୁରୀ  ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୮୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୯୪୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୮୯୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୨ ହଜାର ୬୨୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୫ ହଜାର ୪୨୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୮୩୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୮୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୩୫ ଜଣ, କଟକ ଜିଲ୍ଲାରୁ ୭୬୯, ଅନୁଗୁଳ ଜିଲ୍ଲାରୁ ୪୧୪…

Read More

ନୂଆଦିଲ୍ଲୀ, ଅନେକ ବାଧାବିଘ୍ନ ସତ୍ୱେ ଭାରତୀୟ ରେଳବାଇ ଦେଶର ବିଭିନ୍ନ ରାଜ୍ୟରେ ତରଳ ମେଡିକାଲ ଅମ୍ଳଜାନ ଏଲଏମଓ ଟ୍ୟାଙ୍କର ପହଂଚାଇ ସେହି ରାଜ୍ୟଗୁଡିକୁ ଆଶ୍ୱସ୍ତ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟକୁ ଭାରତୀୟ ରେଳବାଇ ୨୩ହଜାର ୭୪୧ ମେଟିକ ଟନ୍ ଏଲଏମଓ, ୧୪୦୫ରୁ ଅଧିକ ଟ୍ୟାଙ୍କର ଯୋଗେ ଯୋଗାଇ ଦେଉଛି । ଏଠାରେ ସୂଚନାଯୋଗ୍ୟ ଯେ ୩୪୪ ଅମ୍ଳଜାନ ଏକ୍ସପ୍ରେସ ଦେଶବ୍ୟାପୀ ଏହି ଏଲଏମଓ ପହଞ୍ଚାଇବାରେ ସହାୟତା କରିଛନ୍ତି । ଏପର୍ଯ୍ୟନ୍ତ ଅମ୍ଳଜାନ ଏକ୍ସପ୍ରେସ  ୮୦୨୫ଏମ.ଟି ଝାଡଖଣ୍ଡରୁ, ୭୧୦୨ ଏମ.ଟି. ଓଡିଶାରୁ, ୬୩୮୪ ଏମ.ଟି ଗୁଜରାଟରୁ, ୧୩୬୦ଏମ.ଟି ପଶ୍ଚିମବଙ୍ଗରୁ, ୪୮୮ ଏମ.ଟି ମହାରାଷ୍ଟ୍ରରୁ, ୨୧୮ଏମ.ଟି. ଛତିଶଗଡରୁ ଓ ୧୬୪ ଏମ.ଟି. ଏଲଏମଓ ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇଛନ୍ତି । ଦେଶର କୋଣ ଅନୁକୋଣରୁ ଭାରତୀୟ ରେଳବାଇ ଅମ୍ଳଜାନ ସିଲିଣ୍ଡର ସଂଗ୍ରହ କରିଛି । ଯେପରିକି ପଶ୍ଚିମ ଭାରତର ହେପା, ବରୋଦା ଓ ମୁନ୍ଦ୍ରା, ପୂର୍ବାଞ୍ଚଳରୁ ରାଉରକେଲା, ଦୁର୍ଗାପୁର, ଟାଟାନଗର ଓ ଅନୁଗୋଳରୁ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୋଷଣୀୟ ସହରାଞ୍ଚଳ ବିକାଶ ନିମନ୍ତେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ମଞ୍ଜୁରି ମିଳିଛି । ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଏବଂ ମାଳଦ୍ୱୀପର ରାଷ୍ଟ୍ରୀୟ ପ୍ଲାନିଂ, ଗୃହନିର୍ମାଣ ଓ ଭିତ୍ତିଭୂମି ମନ୍ତ୍ରଣାଳୟ ମଧ୍ୟରେ ଏହି ବୁଝାମଣା ପତ୍ର ୨୦୨୧ ମସିହା ଫେବୃଆରୀ ମାସରେ ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ରର ଢ଼ାଂଚା ଅନୁସାରେ ସହଯୋଗ କାର‌୍ୟ୍ୟକ୍ରମକୁ ରଣନୀତିକ ଭାବେ ପ୍ରସ୍ତୁତ କରିବା ତଥା ପ୍ରବର୍ତ୍ତନ କରିବା ନିମନ୍ତେ ଏକ ମିଳିତ କାର‌୍ୟ୍ୟକାରୀ ଗୋଷ୍ଠୀ (ଜେଡବ୍ଲୁଜି) ଗଠନ କରାଯିବ । ଉପକାରିତା ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ପୋଷଣୀୟ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଏକ ସୁଦୃଢ଼, ନିବିଡ଼ ତଥା ଦୀର୍ଘସ୍ଥାୟୀ ଦ୍ୱିପାକ୍ଷିକ ସହଯୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରିବ । ଆଶା କରାଯାଏ…

Read More