Author: Samikhsya Bureau

ଭୁବନେଶ୍ବର: ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା। କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ବରେ ରହିଛି ମଣିଷ ଜୀବନର ସୁରକ୍ଷା। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ସମସ୍ତଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୀବନ ଆଗ, ଆଉସବୁ ପଛ। ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ ଓ ସଭ୍ୟତା ଆଗକୁ ବଢିବ। ତେଣୁ ଆମ ଦେଶ ଓ ଜାତିର ଭବିଷ୍ୟତ, ଆମ ପିଲାମନଙ୍କର ସ୍ବାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ। ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ,…

Read More

ନୂଆଦିଲ୍ଲୀ: ଅସୁବିଧା ସମୟରେ ଆମେରିକାକୁ ଭାରତ ସାହାଯ୍ୟ କରିଥିଲା। ତେଣୁ ଭାରତର ଅସୁବିଧା ସମୟରେ ଆମେରିକାକୁ ସାହାଯ୍ୟ କରିବା ଆବଶ୍ୟକ । ଆମେରିକା ସଂସଦର ସଂଖ୍ୟାଗରିଷ୍ଠତା ନେତା ଚକ ଶୁମର ଏନେଇ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଛନ୍ତି। ଶୁମର ଏକ ଚିଠି ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ଯେ, ଅସୁବିଧା ସମୟରେ ନିଜର ସୁରକ୍ଷା ଉପକରଣ ପଠାଇ ଆମେରିକାକୁ ଭାରତ ସାହାଯ୍ୟ କରିଥିଲା। ତେଣୁ ଭାରତକୁ ସାହାଯ୍ୟ କରିବା ପାଇଁ ଏହା ସଠିକ ସମୟ ବୋଲି ଶୁମର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମେ’ ମାସ ୧୭ ତାରିଖରେ ଅନ୍ୟ ଦେଶକୁ ସାହାଯ୍ୟ ଉଦ୍ଦେଶ୍ୟରେ ୮ କୋଟି ଟୀକା ପଠାଇବା ନେଇ ଆମେରିକା ପ୍ରଶାସନ ଘୋଷଣା କରିଥିଲା। ତେବେ ସେହି ଟୀକା ମଧ୍ୟରୁ ଭାରତକୁ ଏକ ଭାଗ ଟୀକା ପଠାଇବା ପାଇଁ ରାଷ୍ଟ୍ରପତି ବାଇଡେନଙ୍କୁ ଶୁମର ଅନୁରୋଧ କରିଛନ୍ତି। ବର୍ତ୍ତମାନ ଆମେରିକାରେ ନିଜର ନାଗରିକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୩୨ ହଜାର ୩୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୭୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୫ ଲକ୍ଷ ୭୪ ହଜାର ୩୫୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୭୦୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୫ ଲକ୍ଷ ୫୯୬ ହଜାର ୧୫୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୬ ଲକ୍ଷ ୩୫ ହଜାର ୯୯୩ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଛତିଶଗଡ଼ର କଂଗ୍ରେସ ପ୍ରଭାରୀ ଭାବରେ ନିଯୁକ୍ତ ହୋଇଛନ୍ତି। ଏ ନେଇ ଏଆଇସିସି ତରଫରୁ ଏହି ପ୍ରେସ ବିଜ୍ଞପ୍ତି ଜଣାଯାଇଛି। ସପ୍ତଗିରି ଓଡିଶାରୁ ଏକମାତ୍ର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଛତିଶଗଡରେ ବର୍ତ୍ତମାନ କଂଗ୍ରେସ ଶାସନରେ ରହିଛି। ସ୍ବାଭାବିକ ଭାବେ ଦଳ ଶାସନରେ ଥିବାରୁ ବିଭିନ୍ନ ସମୟରେ ଅନ୍ତଦ୍ବର୍ନ୍ଦ ସୃଷ୍ଟି ହୋଇଥାଏ। ସେସବୁକୁ ସମାଧାନ କରିବା ଦିଗରେ ସପ୍ତଗିରିଙ୍କ ପାଇଁ ଚ୍ୟାଲେଂଜ ହେବ। ସପ୍ତଗିରିଙ୍କ ନିଯୁକ୍ତିକୁ ପ୍ରଦେଶ କଂଗ୍ରେସ ତରଫରୁ ସ୍ବାଗତ କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ଓଭର ବ୍ରିଜ୍ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଶ୍ଵଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ବାଣପୁର ଥାନା ଆୟତପୁର ନିକଟସ୍ଥ ପାତ୍ରପୁର ଗ୍ରାମର ଗୋଟିଏ ପରିବାରର ସଦସ୍ୟମାନେ ଅଟୋ ଦ୍ଵାରା ନୟାଗଡ ସ୍ଥିତ ଡିମିସିର ଯାଉଥିଲେ। ହେଲେ ଅଟୋଟି ବେପରୁଆ ଗାଡି ଚାଳନ ତଥା ଦ୍ରୁତଗତି ଲାଗି ଭାରସାମ୍ୟ ହରାଇ ନାଚୁଣୀ ଓଭର ବ୍ରିଜ୍ ଉପରେ ଏକ ଡିଭାଇଡର ସହ ଧକ୍କା ହୋଇଥିଲା। ଫଳରେ ଅଟୋ ଟି ଘଟଣାସ୍ଥଳରେ ଓଲଟି ପଡିଥିଲା। ଯେଉଁଥିରେ ରାମକୃଷ୍ଣ ବିଷୋଇ (୭୦) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏବଂ ରାମକୃଷ୍ଣଙ୍କ ବୋହୁ ମଞ୍ଜୂବାଳା (୪୫) ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୯୧୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, କଳାହାଣ୍ଡି, ରାୟଗଡା, ସୁନ୍ଦରଗଡ  ଏବଂ ଝାରସୁଗୁଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବୌଦ୍ଧ, କଟକ, ଦେବଗଡ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି, ଢେଙ୍କାନାଳ, ଜଗତସିଂହପୁର, ମୟୂରଭଞ୍ଜ, ସମ୍ବଲପୁର ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୧୩ ହଜାର ୫୫…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୭ ହଜାର ୭୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୩୩୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୩୯୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୧୩ ହଜାର ୫୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୨ ହଜାର ୬୭୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୮୭୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୭ ହଜାର ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୦୬୨ ଜଣ, କଟକ ଜିଲ୍ଲାରୁ ୭୨୦, ଅନୁଗୁଳ ଜିଲ୍ଲାରୁ ୪୪୯…

Read More

ମେଷ: – ଆଜିର ଦିନଟି ଉତ୍କୃଷ୍ଟ ଅଟେ। ବୃତ୍ତିଗତ ସମ୍ପର୍କ ଲାଭଦାୟକ ହେବ। ଜ୍ଞାନ ସହିତ କାର୍ଯ୍ୟରେ ସଫଳତା ପାଇଁ ଯୋଗ ରହିଛି। ପରବର୍ତ୍ତୀ ସମ୍ମାନ ବୃଦ୍ଧିରେ ସନ୍ତୁଷ୍ଟ ହେବ। ସମ୍ପର୍କୀୟଙ୍କ ସହ ଭଲ ସମ୍ପର୍କର ଆବଶ୍ୟକତା ଅଛି। ତୁମେ ପ୍ରେମ ସଂପର୍କରେ ସଫଳ ହେବ। ବୃଷ: – ଯେକୈଣସି ମୂଲ୍ୟରେ ଆପଣଙ୍କର କାର୍ଯ୍ୟ ସମ୍ପନ୍ନ ହେବ। ପତି-ପତ୍ନୀଙ୍କ ସାହାଯ୍ୟରେ କାମ ଶେଷ ହେବ। ତୁମର ଦାୟିତ୍ବକୁ ସଠିକ୍ ଭାବରେ ପୂରଣ କରିବାକୁ ଚେଷ୍ଟା କର। ବିନିଯୋଗ ଲାଭଦାୟକ ହେବ। ସରକାରଙ୍କ ପାଖରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। ବିରୋଧୀମାନଙ୍କ ଠାରୁ ସାବଧାନ ରୁହନ୍ତୁ। ମିଥୁନ: – ଆପଣଙ୍କର କାର୍ଯ୍ୟ ଶୈଳୀ ଏବଂ ବକ୍ତବ୍ୟ କୈଶଳ କାର୍ଯ୍ୟ ସମାପ୍ତ କରିବ। ବୃତ୍ତିଗତ ସୁସଙ୍ଗତତା ରହିବ। ବିନିଯୋଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ । ଅର୍ଥନୈତିକ ପ୍ରସଙ୍ଗରେ ଉନ୍ନତିର ସମ୍ଭାବନା ଅଛି। ପ୍ରଗତିଶୀଳ ଖବର ଉପଲବ୍ଧ ହେବ। କାର୍ଯ୍ୟ ଯୋଜନାକୁ ଗୁପ୍ତ ରଖନ୍ତୁ।…

Read More

ମେଷ: – ଆଜିର ଦିନଟି ଉତ୍କୃଷ୍ଟ ଅଟେ। ବୃତ୍ତିଗତ ସମ୍ପର୍କ ଲାଭଦାୟକ ହେବ। ଜ୍ଞାନ ସହିତ କାର୍ଯ୍ୟରେ ସଫଳତା ପାଇଁ ଯୋଗ ରହିଛି। ପରବର୍ତ୍ତୀ ସମ୍ମାନ ବୃଦ୍ଧିରେ ସନ୍ତୁଷ୍ଟ ହେବ। ସମ୍ପର୍କୀୟଙ୍କ ସହ ଭଲ ସମ୍ପର୍କର ଆବଶ୍ୟକତା ଅଛି। ବୃଷ: – ଯେକୈଣସି ମୂଲ୍ୟରେ ଆପଣଙ୍କର କାର୍ଯ୍ୟ ସମ୍ପନ୍ନ ହେବ। ପତି-ପତ୍ନୀଙ୍କ ସାହାଯ୍ୟରେ କାମ ଶେଷ ହେବ। ତୁମର ଦାୟିତ୍ବକୁ ସଠିକ୍ ଭାବରେ ପୂରଣ କରିବାକୁ ଚେଷ୍ଟା କର। ବିନିଯୋଗ ଲାଭଦାୟକ ହେବ। ସରକାରଙ୍କ ପାଖରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ।

Read More

ମିଥୁନ: – ଆପଣଙ୍କର କାର୍ଯ୍ୟ ଶୈଳୀ ଏବଂ ବକ୍ତବ୍ୟ କୈଶଳ କାର୍ଯ୍ୟ ସମାପ୍ତ କରିବ। ବୃତ୍ତିଗତ ସୁସଙ୍ଗତତା ରହିବ। ବିନିଯୋଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ । ଅର୍ଥନୈତିକ ପ୍ରସଙ୍ଗରେ ଉନ୍ନତିର ସମ୍ଭାବନା ଅଛି। କନ୍ୟା: – ଆପଣଙ୍କର ପ୍ରିୟଜନମାନେ ଆପଣଙ୍କୁ ହଇରାଣ କରିପାରନ୍ତି । ଆପଣଙ୍କର ଲକ୍ଷ୍ୟ ପୂରଣ କରିବାକୁ ଚେଷ୍ଟା କରିବାରେ ଅଳସୁଆ ହୁଅ ନାହିଁ ଏବଂ ବିଳମ୍ବ କର ନାହିଁ । ଜମି, ଗୃହ ସମସ୍ୟା ସମାଧାନ ହେବ।

Read More

ଧନୁ : – ଭୁଲ ନିଷ୍ପତ୍ତିର ଭୁଲ ଫଳାଫଳ ମିଳିବ। ବ୍ୟବସାୟ ପରିବର୍ତ୍ତନ କରିବାକୁ ଇଚ୍ଛୁକ ହେବେ। ସମ୍ମାନ ବୃଦ୍ଧି ପାଇବ । ଯୋଜନାଗୁଡ଼ିକ ସଫଳ ହେବ। କାରବାରର ଜନିତ ଖର୍ଚ୍ଚ ସମାପ୍ତ ହେବ। ମୀନ : – ସାଙ୍ଗମାନେ ସେମାନଙ୍କ ମନ ବିଷୟରେ କଥା ହେବେ। ଅବାଞ୍ଛିତ ଜିନିଷରେ ଜଡିତ ହୁଅନ୍ତୁ ନାହିଁ । ପାରିବାରିକ ବିଷୟଗୁଡ଼ିକ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ଅଧିକ ହେବ।

Read More

ମକର : – ତୁମର କଠିନ ପରିଶ୍ରମ ଅନୁଯାୟୀ ଫଳ ନ ପାଇ ମନ ଦୁଃଖିତ ହେବ । ବ୍ୟବସାୟ ପ୍ରତିଯୋଗିତାରେ ସଫଳତା ହେଉଛି ସଫଳତାର ସମଷ୍ଟି । ପିଲାମାନେ ସାହାଯ୍ୟ କରିବେ। ଆର୍ଥିକ ଦିଗ ଦୃଢ ହେବ। କୁମ୍ଭ: – କର୍ମକ୍ଷେତ୍ରରେ ସକରାତ୍ମକ ଚିନ୍ତାଧାରା ହେତୁ ପ୍ରଗତି ପାଇଁ ସୁଯୋଗ ମିଳିବ । ଟଙ୍କା ପାଇବାର ସମ୍ଭାବନା ଅଛି । ଅନାବଶ୍ୟକ ବିବାଦରୁ ଦୂରରେ ରୁହନ୍ତୁ। ବ୍ୟବସାୟ ଭଲ କରିବ। ପୁରୁଣା ବିରୋଧୀମାନେ ସକ୍ରିୟ ରହିବେ।

Read More

ତୂଳା: – ତୁମର ଦୈନିକ କର୍ମରେ ପରିବର୍ତ୍ତନ ଆସିବ। ତୁମର ଲକ୍ଷ୍ୟକୁ ଧ୍ୟାନରେ ରଖିବାକୁ ଚେଷ୍ଟା କର, ସଫଳତା ପାଇବ। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ପରିବାରରେ ସହଯୋଗର ପରିବେଶ ରହିବ। ବିଛା : – ପ୍ରିୟଜନଙ୍କ ଆଚରଣ ହେତୁ ମନ ଦୁଃଖିତ ହେବ। କୈଣସି କାର୍ଯ୍ୟ କରିବା ପୂର୍ବରୁ, ରଣନୀତି ସ୍ଥିର କରନ୍ତୁ। ପାରିବାରିକ ସମସ୍ୟାର ସମାଧାନ ସମ୍ଭବ। ଚାକିରିରେ ଲୋଭୀ ହୁଅନ୍ତୁ ନାହିଁ । ବିବାହ ଆଲୋଚନା ସଫଳ ହେବ।

Read More

କର୍କଟ: – ଦିନ ଆରମ୍ଭରେ ଅଳସୁଆ ପ୍ରାଧାନ୍ୟ ବିସ୍ତାର କରିବ। ସାଙ୍ଗମାନଙ୍କ ସହିତ ମଜା କରିବା ପାଇଁ ସମୟ ଅତିବାହିତ ହେବ। ଶୁଭ କାର୍ଯ୍ୟରେ ଜଡିତ ହେବା ଶୁଭ ଏବଂ ସମ୍ମାନ ଆଣିବ। ସିଂହ: – ରାଜନୈତିକ ଚାପ ଯୋଗୁଁ କରାଯାଇଥିବା କାର୍ଯ୍ୟ ଅବରୋଧ ହୋଇପାରେ। ଆଜି ଆର୍ଥିକ ବିଶେଷ ଲାଭର ସମ୍ଭାବନା ଅଛି। ଆପଣ ପରିବାର ସଦସ୍ୟଙ୍କଠାରୁ ଅନୁକୂଳ ଖବର ପାଇବେ।

Read More

କଟକ, ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଡ. ପ୍ରଭାସ ଚନ୍ଦ୍ର ଆଚାଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ସର୍ବଭାରତୀୟ ସଭାପତି ରାଜକୁମାର ଏହି ନୂତନ ପଦରେ ଡ. ଆଚାଯ୍ୟଙ୍କୁ ଅବସ୍ଥାପିତ କରିଛନ୍ତି। ଏଥିସହିତ ମୁଖ୍ୟ ପରିଚାଳକଙ୍କ ସମସ୍ତ ଦାୟିତ୍ୱ ତାଙ୍କୁ ନ୍ୟସ୍ତ କରାଯାଇଛି। ଡ. ଆଚାଯ୍ୟ ମୟୂରଭଞ୍ଜ ଜିଲାର ବିଶୋଇଠାରେ ଜନ୍ମଗ୍ରହଣ କରିଥିଲେ। ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ସମେତ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକୋତ୍ତର, ଗ୍ରାମ୍ୟ ବିକାଶ ତଥା ଓଡ଼ିଆ ସାହିତ୍ୟରେ ମଧ୍ୟ ସେ ସ୍ନାତକୋତ୍ତର, ଡିଗ୍ରୀ ହାସଲ କରିଛନ୍ତି। ବହୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗଣମାଧ୍ୟମ ଅଧ୍ୟାପନା କ୍ଷେତ୍ରରେ ଅଭିଜ୍ଞତା ସାଙ୍ଗକୁ ଦୂରଦର୍ଶନରେ ସମ୍ବାଦ ଉପସ୍ଥାପନାରେ ତାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ଅନୁଭୂତି ରହିଛି। ପ୍ରାକୃତିକ ବିପଯ୍ୟୟ ସହାୟତା କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ବିଶେଷଭାବେ ରାଜ୍ୟରେ ଶରୀର ଓ ଅଙ୍ଗଦାନ ସଚେତନତା କ୍ଷେତ୍ରରେ…

Read More

ନୂଆଦିଲ୍ଲୀ, ସମ୍ପ୍ରତି କୋଭିଡ-୧୯ ମହାମାରୀ ପରିସ୍ଥିତିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଜନସଂଖ୍ୟାର ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ମଧ୍ୟରୁ ସମସ୍ତ ଯୋଗ୍ୟ ମନୋନୀତ ଲୋକଙ୍କ ସାମିଲକୁ ସୁନିଶ୍ଚିତ କରିବା ଜରୁରି ହୋଇପଡ଼ିଛି । ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଉଭୟ ସହର ଓ ଗ୍ରାମାଞ୍ଚଳରେ ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଚିହ୍ନଟ କରିବା ଏବଂ ଏନଏଫଏସଏ ରାସନ କାର୍ଡ ଜାରି ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ନିମନ୍ତେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳକୁ ୨୦୨୧ ଜୁନ ୨ରେ ମାର୍ଗଦର୍ଶିକା ଜାରି କରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିଜ ନିଜ ଏନଏଫଏସଏ ସୀମା ଅଧୀନରେ ଉପଲବ୍ଧ କଭରେଜକୁ ବ୍ୟବହାର କରିବାକୁ କୁହାଯାଇଛି । ସମାଜର ଅସୁରକ୍ଷିତ ତଥା ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର ଲୋକ ଯଥା ରାସ୍ତାକଡ଼ ବାସିନ୍ଦା, ଜରି ଗୋଟାଳି,…

Read More

ନୂଆଦିଲ୍ଲୀ, ଟୋକିଓ ଅଲିମ୍ପିକ୍ସକୁ ଆଉ ୫୦ ଦିନ ବାକି ରହିଛି। ଏହି ଅବସରରେ ଭାରତର ଅଲିମ୍ପିକ୍ସ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ କାର‌୍ୟ୍ୟକାରୀ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ଏକ ଉପସ୍ଥାପନା ରଖିଥିଲେ। ସମୀକ୍ଷା କରାଯିବା ସମୟରେ, ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ମହାମାରୀ ସମୟରେ କ୍ରୀଡ଼ାବିତମାନଙ୍କ ବାଧାମୁକ୍ତ ପ୍ରଶିକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ଅଲିମ୍ପିକ୍ସ କୋଟା ଜିତିବା ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ, କ୍ରୀଡ଼ାବିତମାନଙ୍କ ଟିକାକରଣ ଏବଂ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ଇଚ୍ଛାମୁତାବକ ସହାୟତା ସମ୍ପର୍କରେ ଅବଗତ କରାଯାଇଥିଲା। ଅଧିକାରୀମାନେ କ୍ରୀଡ଼ାବିତ୍ ଓ ସହାୟକ କର୍ମଚାରୀଙ୍କ ଟିକାକରଣ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ପ୍ରତ୍ୟେକ ଯୋଗ୍ୟତା ଅର୍ଜନକାରୀ/ସମ୍ଭାବ୍ୟ କ୍ରୀଡ଼ାବିତ, ସହାୟକ କର୍ମଚାରୀ ଓ ଅଧିକାରୀଙ୍କୁ ଯଥାଶୀଘ୍ର ଟିକାକରଣ କରାଇବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୁଲାଇରେ ଭିଡିଓ କନଫରେନ୍ସ ଜରିଆରେ ଆମର…

Read More

ନୂଆଦିଲ୍ଲୀ, କେନ୍ଦ୍ର ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତାକୁ 7 ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପିଛିଲା ଭାବେ 2011 ଠାରୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି । ଯେଉଁ ପ୍ରାର୍ଥୀମାନଙ୍କର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସାର୍ଟିଫିକେଟର ବୈଧତା ସାତ ବର୍ଷର ଅବଧି ପରେ ଶେଷ ହୋଇଯାଇଛି ଏହାକୁ ପୁନଃ ଆଜୀବନ ବୈଧ କରିବା ନିମନ୍ତେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ପୋଖରିୟାଲ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ କ୍ୟାରିଅର ଗଢ଼ିବା ଲାଗି ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ହେବ। ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି…

Read More

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟରେ ଗ୍ରାହକ ଅନୂଭତିକୁ ଅଧିକ ସମୃଦ୍ଧ କରିବା ଲାଗି ନିକଟରେ ଅନୁଷ୍ଠିତ ସ୍ପେକ୍ଟ୍ରମ୍ ନିଲାମରେ ହାସଲ କରାଯାଇଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ସଫଳତାର ସହ ସମଗ୍ର ରାଜ୍ୟରେ ମୂତୟନ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ନିକଟରେ ଶେଷ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟାରେ ଦେଶର ସମସ୍ତ ୨୨ଟି ସର୍କଲରେ ସ୍ପେକ୍ଟ୍ରମ୍ ବ୍ୟବହାର କରିବାର ଅଧିକାରକୁ ସଫଳତାର ସହ ହାସଲ କରିଥିବା ରିଲାଏନ୍ସ ଜିଓ ଇନ୍‌ଫୋକମ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ମାର୍ଚ୍ଚ ମାସରେ ଘୋଷଣା କରାଯାଇଥିଲା। କଂପାନି ୮୦୦, ୧୮୦୦ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ୍ ହାସଲ କରିଥିଲା। ଏହି ସ୍ପେକ୍ଟ୍ରମ୍ ନିଲାମରେ ରିଲାଏନ୍ସ ଜିଓ ଓଡ଼ିଶାରେ ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ ମେଗାହର୍ଜ, ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ ମେଗାହର୍ଜ ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୦ ମେଗାହର୍ଜ…

Read More

ଭୁବନେଶ୍ବର: କରୋନା ସଂକ୍ରମଣ ଭିତରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଡାକ୍ତରଙ୍କ ଅଭାବ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହା ସହ ନୂଆ ଡାକ୍ତରଙ୍କୁ କର୍ମକ୍ଷେତ୍ରରେ ଶୀଘ୍ର ଯୋଗ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ରାଜ୍ୟରେ ୭୫୦ ଜଣ ନୂଆ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସମସ୍ତ ନୂଆ ଡାକ୍ତର ୭ ଦିନ ଭିତରେ ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ ନର୍ଦ୍ଦେଶ ହୋଇଛି। କର୍ମକ୍ଷେତ୍ରକୁ ଗଲା ବେଳେ ନିଯୁକ୍ତି ପତ୍ରକୁ ନୂଆ ଡାକ୍ତରମାନେ ପାସ୍ ଭାବେ ବ୍ୟବହାର କରିବେ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ପୁଣି ତଳମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମାତ୍ର ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୬୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୩ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩୭ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୩୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ…

Read More