ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୨୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୨୪୮, କଟକରୁ ୭୩୫, ଯାଜପୁରରୁ ୫୦୬, ପୁରୀରୁ ୪୭୩, ବାଲେଶ୍ବରରୁ ୪୫୨, ମୟୂରଭଞ୍ଜରୁ ୪୪୫, ଢେଙ୍କାନାଳରୁ ୩୯୯, କେନ୍ଦ୍ରାପଡାରୁ ୩୦୨, ନୟାଗଡରୁ ୨୭୦, କୋରାପୁଟରୁ ୨୪୭, ସୁନ୍ଦରଗଡରୁ ୨୪୩, ନବରଙ୍ଗପୁରରୁ ୨୧୫, ରାୟଗଡାରୁ ୨୦୮, ଜଗତସିଂହପୁରରୁ ୨୧୦, ଅନୁଗୁଳରୁ ୧୯୯, କେନ୍ଦୁଝରରୁ ୧୯୪, ସମ୍ବଲପୁରରୁ ୧୯୩, ବରଗଡରୁ ୧୮୬, କଳାହାଣ୍ଡିରୁ ୧୭୪, ଗଞ୍ଜାମରୁ ୧୬୬, ବୌଦ୍ଧରୁ ୧୪୭, ସୋନପୁରରୁ ୧୨୫, ମାଲକାନାଗିରିରୁ ୧୨୨, ବଲାଙ୍ଗୀରିରୁ ୧୧୩, ବଲାଙ୍ଗୀରିରୁ ୧୧୩, କନ୍ଧମାଳରୁ ୧୦୨, ଝାରସୁଗୁଡାରୁ ୯୦, ଦେବଗଡରୁ ୮୦, ଗଜପତିରୁ ୬୩, ନୂଆପଡାରୁ ୩୭ ଏବଂ ଷ୍ଟେଟ ପୁଲରୁ ୨୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭…
Author: Samikhsya Bureau
ଭୁବନେଶ୍ବର, ପୁରୀ ଏବଂ କାମାକ୍ଷା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଅଛି। ସେହି ଅନୁସାରେ ଏହି ଟ୍ରେନଟି ନିମ୍ନ ନିର୍ଦ୍ଧାରିତ ସମୟ ମଧ୍ୟରେ ଚଳାଚଳ କରିବ। ୦୫୬୪୦/୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ କାମାକ୍ଷା ଠାରୁ ଜୁନ ମାସ ୨୦ ତାରିଖରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୮ଘ ୧୦ମି ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ପୁରୀ ଠାରୁ ଜୁନ ମାସ ୨୨ ତାରିଖ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ ୨ଘ.୫୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମାରେ ସାକ୍ଷୀଗୋପଳ, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଭଦ୍ରକ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ପୁରୀ ଓ କାମାକ୍ଷା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ବାଲେଶ୍ୱର, ହ୍ୱିଜିଲି, ମେଦିନପୁର, ଆସନସୋଲ, ଦୁର୍ଗାପୁର, ରାମପୁର ହାଟ, ନ୍ୟୁ ଜଲପାଈଗୁଡ଼ି ଓ ରଙ୍ଗିଆ ଭଳି…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୬୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୬୮୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୬ ହଜାର ୨୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୬୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଉଗ୍ରତାରା ଛକରୁ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଲୁଟ୍ ଘଟଣାର ଟାଙ୍ଗୀ ପୋଲିସ୍ ପର୍ଦ୍ଦାଫାଶ୍ କରିଛି। ଲୁଟ୍ ପିକଅପ ଭ୍ୟାନ ସହ ୩ ଲୁଟେରାକୁ ପୋଲିସ ଗିରଫ କରିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏ ନେଇ ବାଲୁଗାଁ ଏସଡ଼ିପିଓ ମାନସ ରଂଜନ ବାରିକ ସୂଚନା ଦେଇଛନ୍ତି। ଏସଡ଼ିପିଓଙ୍କ ସୂଚନା ମୁତାବକ ଗତ ୩ ତାରିଖ ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ଉଗ୍ରତାରା ଛକରେ ବ୍ରହ୍ମପୁର ଗୋଳନ୍ଥରାରୁ ଜଳେଶ୍ୱର ନେଇ ଯାଉଥିବା ଅଣ୍ଡା ବୋଝେଇ ପିକ୍ ଅପ୍ ଭ୍ୟାନ (ଓଡ଼ି-୦୧ ଏସି- ୧୭୭୨) କୁ ଲୁଟେରାମାନେ ଲୁଟି ନେଇଥିଲେ। ୩ଟି ବାଇକ୍ ରେ ୬ ଜଣ ଲୁଟେରା ଆସି ଗାଡି ଚାଳକଙ୍କୁ ମାଡ ମାରି ଲୁଟେରାମାନେ ଲୁଟି ନେଇଥିଲେ। ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଖୋର୍ଦ୍ଧା ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ମିଶାଇ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀର କିଛି ଗ୍ରାମରେ ଆସନ୍ତାକାଲି ଜୁନ ୧୧ ଶୁକ୍ରବାର ଠାରୁ ଗୁରୁବାର ଜୁନ ୧୭ (ସାତ ଦିନ) ପର୍ଯ୍ୟନ୍ତ ଦୈନିକ ସକାଳ ୮ ରୁ ଅପରାହ୍ନ ୧ ଘଟିକା ଯାଏଁ (ପାଞ୍ଚ ଘଣ୍ଟା) ଲେଖାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ୧୧ କେଭି ତାର ମରାମତି ନିମନ୍ତେ ଉକ୍ତ ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଟିପିସିଓଡ଼ିଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ବୋଇତହୁଡ଼ା ଠାରୁ ପାରୀକଂସାରୀ ଯାଏଁ ଯାଇଥିବା ବିଦ୍ୟୁତ କନେକ୍ସନ ଅଧୀନରେ ଥିବା ଗ୍ରାମ ଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ତେବେ ବିଦ୍ୟୁତ ସରବରାହ ବନ୍ଦ ରହିବାକୁ ଥିବା ଗ୍ରାମଗୁଡିକ ହେଲା ବିଷ୍ଣୁଡିହ, ଖଣତ, ଧୁଆଁଳ, କୋତରି, ଦୀକ୍ଷୀତପଡ଼ା, ପାରିକଂସାରୀ, ମହାକାଳପଡ଼ା, ପାଇକୋଷଡିହ, ବ୍ରାହ୍ମଣକୋଷଡିହ, ଦାମୋଦରପୁର ଏବଂ ସୋଲରୀ ଢ଼ାବା। ସେଥିପାଇଁ ସମ୍ପୃକ୍ତ ଗ୍ରାମଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା ଆଜି ସୂଚନା…
ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଏକ ପ୍ରେସ ବିବୃତ୍ତି ରଖିଛନ୍ତି। ଗତ ବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ରଥ ଯାତ୍ରା ଅନୁଷ୍ଠିତ ହେବ। ପୁରୀ ବ୍ୟତୀତ ରାଜ୍ୟରେ ସବୁ ମନ୍ଦିରରେ ରଥଯାତ୍ରା ବନ୍ଦ ରହିବ। ସବୁ ମନ୍ଦିରରେ କେବଳ ନୀତିକାନ୍ତି ପାଇଁ ଅନୁମତି ରହିଛି। ତେବେ ପୁରୀରେ ଯେଉଁ ସେବାୟତମାନେ ରଥ ଯାତ୍ରାରେ ସାମିଲ ହେବେ, ସେମାନେ ଦୁଇ ଡୋଜ ଟୀକା ନେଇଥିବା ଆବଶ୍ୟକ। ଏବଂ ଆରଟିପିସିଆର ଟେଷ୍ଟ ରିପୋର୍ଟରେ ନେଗେଟିଭ ସେବାୟତଙ୍କୁ ରଥଯାତ୍ରାରେ ଅନୁମତି ମିଳିବ। ରଥଯାତ୍ରା ସମୟରେ କରୋନା କଟକଣାକୁ ମାନିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ସମସ୍ତେ ସାମାଜିକ ଦୁରତ୍ଵ ଏବଂ ମାସ୍କ ପରିଧାନ କରିବା ଅନିବାର୍ଯ୍ୟ।
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର ପଶୁ ସଂପଦ ଚାଷୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଶୁ ସଂପଦ ପ୍ୟାକେଜରେ କଣ ଅଛି 1- ବାତ୍ୟାରେ ଦୁଧିଆଳୀ ଗାଈ, ମଇଁଷି, ଛେଳି, ମେଣ୍ଢା ଓ କୁକୁଡା ହରାଇଥିବା ଚାଷୀ ମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ, ଖୀର ଦେଉ ନଥିବା ପ୍ରାଣୀ ମାନଙ୍କ ପାଇଁ ୨୫,୦୦୦ ଟଙ୍କା ସହାୟତା (ସର୍ବାଧିକ ୩ଟି ପାଇଁ)…
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୃଷିକ୍ଷେତ୍ର – 1-୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀ ଙ୍କୁ ହେକ୍ଟର ର ପିଚ୍ଛା ୬୮୦୦ ଟଙ୍କା ଇନ୍ପୁଟ ସବ୍ସିଡି ଦିଆଯିବ। ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ସମସ୍ତ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର ପିଚ୍ଛା ୧୮,୦୦୦ ଟଙ୍କା ଇନ୍ପୁଟ ସବ୍ସିଡି…
ଭୁବନେଶ୍ବର: ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଉପକୂଳ ଛୁଇଁଛି। ଆଗାମୀ ୪୮ ଘଣ୍ଟା ଭିତରେ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ଓଡିଶାରେ ପହଞ୍ଚିଛି। ଓଡିଶାରେ ୧୦ ତାରିଖରୁ ୧୪ ତାରିଖ ଭିତରେ ମୌସୁମୀ ଛୁଇଁବ ବୋଲି ପୂର୍ବରୁ ପାଣିପାଗ କେନ୍ଦ୍ର ଆକଳନ କରିଥିଲା। ତେବେ ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏଁ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଏବଂ ଭୁସ୍ଖଳନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି।
ନୂଆଦିଲ୍ଲୀ, ଉତ୍ତର ପ୍ରଦେଶ କଂଗ୍ରେସର ଜଣେ ଟାଣୁଆ ନେତା ହେଉଛନ୍ତି ଜିତିନି ପ୍ରସାଦ। ଗତକାଲି ସେ ରାହୁଲଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହି ଘଟଣା ପରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଯୁବ ନେତା ସଚିନ ପାଇଲଟ ବୟାନକୁ ନେଇ ଚାଲିଛି ଚର୍ଚ୍ଚା। ସଚିନ କହିଛନ୍ତି ଯେ ଜିତିନି କଂଗ୍ରେସ ଛାଡିବା ନିଶ୍ଚିତ କ୍ଷତିକାରକ, ଏ ନେଇ ଏଆଇସିସି ଗମ୍ଭୀର ଭାବେ ଚିନ୍ତା କରିବାର ଥିଲା। ସଚିନଙ୍କ ଏପରି ବୟାନ ଜାତୀୟ ରାଜନୀତିରେ ଯେତିକି ଚର୍ଚ୍ଚା ହେଉ ନାହିଁ କଂଗ୍ରେସ ଦଳ ଭିତରେ ଚାଲିଛି ମାନସ ମନ୍ଥନ। କାରଣ ବହୁଦିନ ଧରି ରାଜସ୍ଥାନରେ କଂଗ୍ରେସ ରାଜନୀତିକୁ ନେଇ ସଚିନ ପାଇଲଟ ଅସନ୍ତୁଷ୍ଠ ଅଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସହିତ ତାଙ୍କର ବିବାଦ ଲାଗି ରହିଛି। ଏହିପରି ସମୟରେ ସଚିନଙ୍କ ଏହି ବୟାନ ବହୁ ଦିଗକୁ ଇଙ୍ଗିତ କରୁଛି। ଜାତୀୟ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ସଚିନ ହୁଏତ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି ର ପ୍ରମୁଖ ସ୍ଥଳୀ ବୋଲାଉଥୁବା ବିଧାରପୁର ଛକ ମରଣଯନ୍ତା ପାଲଟିଛି। ଉକ୍ତ ଛକରେ ଅସରାଏ ବର୍ଷା ହେଲେ ଜମୁଛି ଆଣ୍ଠୁଏ ପାଣି। ତେବେ ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଅଛି। ସୂଚନା ମୁତାବକ ପୂର୍ବରୁ ଉକ୍ତ ରାସ୍ତା ଦେଇ ବର୍ଷାପାଣି ସବୁ ବିଧାରପୁର ଗ୍ରାମକୁ ଯାଉଥିଲା। ତେଣୁ କିଛି ଦିନ ତଳେ ଗାଲୁଆ ପଞ୍ଚାୟତ ପକ୍ଷରୁ ବିଧାରପୁର ରାସ୍ତାକୁ ଉଚ୍ଚା କରାଯାଇଥିବାରୁ ବର୍ତ୍ତମାନ ବର୍ଷାପାଣି ନିଷ୍କାସିତ ହୋଇନପାରି ପାଣ୍ଡିରିପଦର ଛକରେ ଜମିରହୁଛି। ଯାହାଫଳରେ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବେଳେ ବେଳେ ଉକ୍ତ ଛକରେ ଛୋଟମୋଟ ଦୁର୍ଘଟଣା ଘଟୁଛି। ଯାହାର ଶିକାର ସାଧାରଣ ଜନତା ହେଉଛନ୍ତି। ଅପରପକ୍ଷେ ପ୍ରଶାସନ ବର୍ତ୍ତମାନ କୋଭିଡ଼ ଫାଇନ କାଟିବାରେ ବ୍ୟସ୍ତଥିବାବେଳେ ଉକ୍ତ ଜଟିଳ ସମସ୍ୟା ପ୍ରଶାସନଙ୍କୁ ବରକୋଳି ଫଳ ସଦୃଶ ଲାଗୁଛି। ନିତିଦିନ ଉକ୍ତ ରାସ୍ତା ଦେଇ ଖୋଦ ବାଣପୁର ତହସିଲଦାର,…
ଭୁବନେଶ୍ବର, ସାଂସଦ ଅନୁଭବ ମହାନ୍ତିଙ୍କ ଧର୍ମପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ରାଜନୀତି କରିବେ। ତେବେ ଏହା ବର୍ଷାଙ୍କର କୌଣସି ଘୋଷଣା ନୁହେଁ, ବରଂ ତାଙ୍କର ହାବଭାବ ଦେଖି ସ୍ପଷ୍ଟ ହୋଇଛି ଯେ, ବର୍ଷା କେଉଁ ମୂର୍ହୁତରେ ରାଜନୈତିକ ମଞ୍ଚକୁ ଲମ୍ପ ପ୍ରଦାନ କରିବେ। ତାଙ୍କର ନିକଟତମ ମହଲର କହିବା ଅନୁସାରେ ବର୍ଷା 2024 ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନଠାରୁ କାମ ଆରମ୍ଭ କରିଛନ୍ତି। ତେବେ ବର୍ଷା ରାଜନୀତି କରିବାର କେତେକ କାରଣ ଆମେ ଏଠାରେ ଉପସ୍ଥାପିତ କରୁଛୁ। ପ୍ରଥମ କଥା ହେଲା ବର୍ଷାଙ୍କର ରାଜନୀତି କରିବାର ବାସ୍ନା ତାଙ୍କ ସୋସିଆଲ ମିଡିଆରୁ ସ୍ପଷ୍ଟ ବାରି ହୋଇପଡୁଛି। ନିକଟରେ ସେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଚାଲିଛି ଚର୍ଚ୍ଚା। ତାହା ହେଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଏକ ବ୍ୟାନର ଆଗରେ ଛିଡା ହୋଇଥିବା ଫଟୋ ସେ ସୋସିଆଲ ମିଡିରେ ସେୟାର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଣ୍ଡିୟମର…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯୪ ହଜାର ୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬ ହଜାର ୧୪୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୧ ଲକ୍ଷ ୮୩ ହଜାର ୧୨୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୧ ଲକ୍ଷ ୬୭ ହଜାର ୯୫୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୬୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବରଗଡ, କଟକ ଓ ଝାରସୁଗୁଡା ଜିଲ୍ଲାରୁ ୪ ଜଣ ଲେଖାଏଁ, ବଲାଙ୍ଗୀରି, ପୁରୀ, ରାୟଗଡା, ସୁନ୍ଦରଗଡ ଏବଂ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, ଦେବଗଡ, ଢେଙ୍କାନାଳ, କେନ୍ଦ୍ରାପଡା, ସମ୍ବଲପୁର ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୭ ହଜାର ୨୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ…
ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୪୪୬ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୫୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୭ ହଜାର ୨୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୬୪ ହଜାର ୬୭୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୯ ହଜାର ୩୩୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୨୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୦୧୭ ଜଣ, କଟକ ଜିଲ୍ଲାରୁ ୬୪୭, ଅନୁଗୁଳ ଜିଲ୍ଲାରୁ ୨୯୫…
ଭୁବନେଶ୍ବର, ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆଜି ଘଟିବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜ୍ୟେଷ୍ଠ ମାସରେ କୃଷ୍ଣ ପକ୍ଷ ଅମାବାସ୍ୟାରେ ହେବ। ଏହି ଦିନଟି ମଧ୍ୟ ସୂର୍ଯ୍ୟ ପୁତ୍ର ଶନିଙ୍କ ଜନ୍ମ ଦିନ। ଏହିଦିନ ସାବ୍ରିତୀ ବ୍ରତ ମଧ୍ୟ ପାଳନ କରାଯିବ। ତେବେ ଏହି ସୂର୍ଯ୍ୟ ପରାଗର ବିଶେଷ ମହତ୍ତ୍ୱ ଭାରତରେ ରହିଛି। କାରଣ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟ ଗ୍ରହଣର ସମୟ ଦିନ 01.42 ରୁ ଆରମ୍ଭ ହୋଇ ଅପରାହ୍ନ 06.41 ପର୍ଯ୍ୟନ୍ତ ରହିବ। ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ କେଉଁଠାରେ ଦେଖାଯିବ ଆଜି ହେବାକୁ ଥିବା ସୂର୍ଯ୍ୟ ପରାଗ ଉତ୍ତର-ପୂର୍ବ ଆମେରିକା, ୟୁରୋପ, ଏସିଆ, ଆଟଲାଣ୍ଟିକ୍ ମହାସାଗରର ଉତ୍ତର ଭାଗରେ ଆଂଶିକ ଦୃଶ୍ୟମାନ ହେବ | ତେବେ ଗ୍ରୀନଲ୍ୟାଣ୍ଡ, ଉତ୍ତର କାନାଡା ଏବଂ ଋଷରେ ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ଦେଖାଯିବ। ଏହି…
ମେଷ:- ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ନୂତନ ପୋଷାକ ଗ୍ରହଣ କରାଯିବ। କିଛି ବଡ କାମ କରି ଖୁସି ହେବ। ବିନିଯୋଗ ଲାଭଦାୟକ ହେବ। ପଦୋନ୍ନତି ପାଇଁ ପ୍ରୟାସ ସଫଳ ହେବ। ବିବାଦରୁ ଦୂରେଇ ରୁହନ୍ତୁ। ଏକ ଜରୁରୀ ଜିନିଷ ହଜି ଯାଇପାରେ। ବୃଷ :- ଖର୍ଚ୍ଚ ବୃଦ୍ଧି ହେତୁ ଟେନସନ ହେବ। କୈଣସି ବ୍ୟକ୍ତିର ଉତ୍ତେଜନାରେ ଶିକାର ହୁଅନ୍ତୁ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ। ପାରିବାରିକ ଚିନ୍ତା ରହିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ବ୍ୟବସାୟ ଭଲ ହେବ। ଆୟ ହେବ। ନିଜ ବିବେକ ବ୍ୟବହାର କରନ୍ତୁ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆପଣ ଆପଣଙ୍କର ସାଙ୍ଗମାନଙ୍କ ସମର୍ଥନ ପାଇବେ। ମିଥୁନ :- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ଏକ ଦୀର୍ଘ ଯାତ୍ରାର ସମ୍ବାବନା…
ବୃଷ :- ଖର୍ଚ୍ଚ ବୃଦ୍ଧି ହେତୁ ଟେନସନ ହେବ। କୈଣସି ବ୍ୟକ୍ତିର ଉତ୍ତେଜନାରେ ଶିକାର ହୁଅନ୍ତୁ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ। ପାରିବାରିକ ଚିନ୍ତା ରହିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ବ୍ୟବସାୟ ଭଲ ହେବ। ଆୟ ହେବ। ମିଥୁନ :- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ଏକ ଦୀର୍ଘ ଯାତ୍ରାର ସମ୍ବାବନା ରହିଛି। ସେଥିରେ ଉପକୃତ ହେବେ। ନୂତନ ଚୁକ୍ତିନାମା ହୋଇପାରେ । ରୋଜଗାର ବୃଦ୍ଧି ପାଇବ। ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ସୁଖ ମିଳିବ। ଚାକିରିରେ ଆପଣ ଏକ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆର୍ଶିବାଦ ପାଇବ। ପ୍ରଶଂସା ପାଇବେ।
କନ୍ୟା :- ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାର ହେତୁ କ୍ଷତି ହେବାର ସମ୍ଭାବନା ଅଛି, ସାବଧାନ ରୁହନ୍ତୁ। ଅନ୍ୟମାନଙ୍କ ଝଗଡା ରେ ହସ୍ତକ୍ଷେପ କରନ୍ତୁ ନାହିଁ । ଆବଶ୍ୟକ ଜିନିଷ ଠିକ୍ ସମୟରେ ନ ପାଇବାରୁ ଦୁଃଖ ହେବ। ଅଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ଧନୁ :- ପରିଶ୍ରମର ଫଳ ପୂରଣ ହେବ ନାହିଁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବୌଦ୍ଧିକ କାର୍ଯ୍ୟ ସଫଳ ହେବ। ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇପାରିବେ। ଯାତ୍ରା ଉପଭୋଗ୍ୟ ହେବ।
ତୂଳା :- ଶତ୍ରୁମାନେ ପରାସ୍ତ ହେବେ। ରାଜନୈତିକ ସମର୍ଥନ ପାଇବେ। ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ। ବ୍ୟବସାୟ ଲାଭଦାୟକ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । କିଛି ବଡ କାମ କରିବାକୁ ଯୋଜନା ହୋଇପାରେ। ବିଛା :- ବଡ ସମ୍ପତ୍ତି କାରବାର ବଡ ଲାଭ ଦେଇପାରେ। ସମ୍ପତ୍ତି କାରବାରଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ପ୍ରମାଣିତ କରିପାରେ। ପଦୋନ୍ନତି ପାଇଁ ପ୍ରୟାସ ସଫଳ ହେବ। ରୋଜଗାରରେ ବୃଦ୍ଧି ହେବାର ସମ୍ଭାବନା ଅଛି।
କୁମ୍ଭ :- କଠିନ ପରିଶ୍ରମ ସଫଳ ହେବ। ଖରାପ ଘଟଣା ଘଟିପାରେ। ସଫଳତା ସହିତ ସୁଖ ମିଳିବ। ଆୟ ବୃଦ୍ଧି ପାଇବ। ଆପଣ ସାମାଜିକ କାର୍ଯ୍ୟ କରିବାକୁ ସୁଯୋଗ ପାଇବେ। ଘର ବାହାରେ ପଚରାଉଚରା କରାଯିବ। ରିସ୍କ ନେବାକୁ ସାହସ କରନ୍ତୁ ନାହିଁ।ସହଭାଗୀମାନଙ୍କର ସମର୍ଥନ ପାଇବେ। ମୀନ :- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବ। ନୂତନ ବନ୍ଧୁ ସୃଷ୍ଟି ହେବ। ଆଜି ଭଲ ଖବର ପାଇବେ। ସୁଖ ମିଳିବ। କାର୍ଯ୍ୟଗୁଡ଼ିକ ଗତିଶିଳ ହେବ। ବିବେକ ବ୍ୟବହାର କରନ୍ତୁ। ଲାଭ ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସାହାଯ୍ୟରେ ଯେ କୈଣସି ପ୍ରମୁଖ ସମସ୍ୟାର ସମାଧାନ ହେବ।

