ଭୁବନେଶ୍ଵର: ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। କେବଳ ଖୋର୍ଦ୍ଧା ଜିଲ୍ଲାକୁ ଛାଡି ଅନ୍ୟ ଜିଲ୍ଲାଗୁଡିକରେ କରୋନା ତଳ ମୁହାଁ ହେବାରେ ଲାଗିଛି। ଯେଉଁ ଜିଲ୍ଲାରେ ସଂକ୍ରମଣ କମିବ, ସେହି ଜିଲ୍ଲାକୁ ଅନଲକ୍ କରାଯାଇପାରେ। ଆସନ୍ତା ୧୭ ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେହିଭଳି ରାଜ୍ୟରେ ଦୈନିକ ସଂକ୍ରମଣ କମୁଛି। ପୂର୍ବରୁ ଗୁରୁତର ରୋଗୀ ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି। ପରିସ୍ଥିତି ଅନୁକୂଳ ହେଲେ ଅନଲକ୍ ଉପରେ ନିଷ୍ପତ୍ତି ନିଆଯାଇପାରେ। ଏନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।
Author: Samikhsya Bureau
ଭୁବନେଶ୍ବର, ବିଶିଷ୍ଠ ପରିବେଷବିତ ତଥା ଅର୍ଥନୈତିକ ପ୍ରଫେସର ରାଧାମୋହନଙ୍କ ଆଜି ପରଲୋକ ଘଟିଛି। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ 78 ବର୍ଷ ବୟସ ହୋଇଥିଲା। ପ୍ରଫେସର ରାଧାମୋହନ ଜଣେ ପରିବେଷବିତ ଭାବେ ବେଶ ଜଣାଶୁଣା। ସମ୍ଭବ ନାମକ ଏକ ଅନୁଷ୍ଠାନ କରି ରାଜ୍ୟର ପୁରୁଣା ଧାନ ବିହନ ସଂରକ୍ଷଣ କରି ରଖିଥଲେ। ସେ ସବୁବେଳେ ଜୈବିକ ଚାଷ ଉପରେ ଗୁରୁତ୍ବ ପ୍ରଦାନ କରୁଥିଲେ। ଏଥିରେ ତାଙ୍କର ଝିଅ ସାବରମତି ମଧ୍ୟ ବେଶ ସାହାର୍ଯ୍ୟ କରୁଥିଲେ। ସେଥିପାଇଁ ବାପଝିଅଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସେ ଓଡିଶା ସୂଚନା କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ଭୁବନେଶ୍ବର: ଆଜି ପୋଲିସ ଗୁଳିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି। ବରଗଡ ଜିଲ୍ଲା ଅନ୍ତର୍ଗତ ପଦମପୁରରେ ଏହି କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି। ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସରଂକ୍ଷିତ ଜଙ୍ଗଲରେ ମାଓବାଦୀ-ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯବାନଙ୍କ ସର୍ଚ୍ଚ ଅପରଶେନ ବେଳେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଯାହା ଫଳରେ ଯବାନମାନେ ପାଲଟା ଆକ୍ରମଣ କରି ଏହି ସିନିୟର କ୍ୟାଡର ମାଓବାଦୀକୁ ନିହତ କରିଥିଲେ। ଘଟଣାସ୍ଥଳରୁ ବିଭିନ୍ନ ମାରଣାସ୍ତ୍ର ସମେତ ଏକେ ୪୭ ଜବତ କରାଯାଇଛି। ନିହତ ମାଓବାଦୀର ପରିଚୟ ଏଯାଏଁ ସ୍ପଷ୍ଟ ହୋଇନି, ଜବାନମାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ମାଓବାଦୀମାନେ ହିଂସାର ମାର୍ଗ ଛାଡିବାକୁ ଡିଜି ଅଭୟ ଆହ୍ଵାନ ଦେଇଛନ୍ତି।
ନୂଆଦିଲ୍ଲୀ: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଶିଖର ଧୱନଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଦୃତ ବୋଲର ଭୁବନେଶ୍ଵର କୁମାରଙ୍କୁ ଏହି ସିରିଜ ପାଇଁ ଉପଅଧିନାୟକ ଭାବେ ମନୋନୀତ କରାଯାଇଛି। ଆସନ୍ତା ମାସ ତଥା ଜୁଲାଇ ମାସରୁ ଶ୍ରୀଲଙ୍କାରେ ଭାରତୀୟ ଦଳ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବ। ଶ୍ରୀଲଙ୍କା ବିପକ୍ଷରେ ଶିଖର ବାହିନୀ ୩ ଟି ଦିନିକିଆ ମ୍ୟାଚ ଏବଂ ୩ ଟି ଟି-୨୦ ମ୍ୟାଚ ଖେଳିବ। ତେବେ ଜୁଲାଇ ୧୩, ୧୬ ଓ ୧୮ ରେ ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଜୁଲାଇ ୨୧, ୨୩ ଏବଂ ୨୫ ତାରିଖରେ ଟି-୨୦ ମ୍ୟାଚ ଖେଳାଯିବ। ମନୋନୀତ ଭାରତୀୟ ଦଳ: ଶିଖର ଧୱନ (ଅଧିନାୟକ), ପୃଥ୍ୱୀ ଶ, ଦେବଦତ ପାଡିକଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଈଶାନ କିଶାନ, ସଞ୍ଜୁ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୨୧୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବରଗଡ, କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ, ବଲାଙ୍ଗୀରି, ଏବଂ ବୌଦ୍ଧ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ଗଞ୍ଜାମ, ଝାରସୁଗୁଡା, କେନ୍ଦ୍ରାପଡା, ପୁରୀ ଓ ରାୟଗଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ, କେନ୍ଦ୍ରାପଡା, କନ୍ଧମାଳ, ନୟାଗଡ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯୧ ହଜାର ୭୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୪୦୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୨ ଲକ୍ଷ ୭୪ ହଜାର ୮୨୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୩ ହଜାର ୭୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୭ ଲକ୍ଷ ୮୦ ହଜାର ୭୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୧ ଲକ୍ଷ ୨୧ ହଜାର ୬୭୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୫ ହଜାର ୨୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୯୫୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୨୭୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୭୨ ହଜାର ୯୭୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୬ ହଜାର ୨୨୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୬୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୫ ହଜାର ୨୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୨୬ ଜଣ, କଟକ ଜିଲ୍ଲାରୁ ୫୫୭, ଅନୁଗୁଳ ଜିଲ୍ଲାରୁ ୨୭୭…
ନୂଆଦିଲ୍ଲୀ, ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପୌରସଂସ୍ଥାଗୁଡିକ କାର୍ଯ୍ୟରତ ଠିକା ଏବଂ ସାମୟିକ କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଆଜି ଏଠାରେ ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ ଗଙ୍ଗୱାର କହିଛନ୍ତି ଯେ, କର୍ମଚାରା ରାଜ୍ୟ ବୀମା ଆଇନ୧୯୪୮ (ଇଏସଆଇ ଆକ୍ଟ) ଅନୁସାରେ ଦେଶର ସବୁ ପୌରାଞ୍ଚଳର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ ବା ଶ୍ରମିକ ଏହି ସୁବିଧା ପାଇବେ । ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶକ୍ରମେ ଏହି ସୁବିଧା ଏହି ବର୍ଗର କର୍ମଚାରୀମାନଙ୍କୁ ପ୍ରଦାନ କରିବାକୁ ଇଏସ୍ଆଇ କର୍ପୋରେସନକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଇଏସ୍ଆଇ ନିଗମ ନିଜ ନିଜର ଅଧିକାରଭୁକ୍ତ ଅଞ୍ଚଳ ବା ରାଜ୍ୟରେ ଏହି ମର୍ମରେ ଆବଶ୍ୟଭ ବିଜ୍ଞପ୍ତି ପ୍ରକାଶ କରିବେ । କେନ୍ଦ୍ର ସରକାରଙ୍କ ୧୯୪୮ ଇଏସ୍ଆଇ ଆଇନ ଅନୁସାରେ ସବୁ ରାଜ୍ୟ…
ନୂଆଦିଲ୍ଲୀ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଆମନ୍ତ୍ରଣକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୨ ଓ ୧୩ ତାରିଖ ଦିନ ୪୭ତମ ଜି-୭ ଶିଖର ସମ୍ମିଳନୀର ଆଉଟରିଚ୍ ଅଧିବେଶନରେ ଭର୍ଚୁଆଲ୍ ମୋଡ଼ରେ ଅଂଶଗ୍ରହଣ କରିବେ । ବ୍ରିଟେନ୍ ଏବେ ଜି-୭ ସଂଗଠନର ଅଧ୍ୟକ୍ଷ ଅଛି ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଜନସନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅଷ୍ଟ୍ରେଲିଆ, କୋରିଆ ଗଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକାକୁ ଏହି ସମ୍ମିଳନୀରେ ଅତିଥି ରାଷ୍ଟ୍ର ରୂପେ ଭାଗ ନେବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ବୈଠକ ହାଇବ୍ରିଡ଼୍ ମୋଡ଼ରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ଏହି ସମ୍ମିଳନୀର ଶୀର୍ଷକ “ପୁଣି ଥରେ ଉତ୍ତମ ନିର୍ମାଣ କରିବା” ବୋଲି ରଖାଯାଇଛି ଏବଂ ବ୍ରିଟେନ୍ ଅଧ୍ୟକ୍ଷ ରାଷ୍ଟ୍ର ଭାବେ ଏଥିପାଇଁ ଚାରିଟି ପ୍ରମୁଖ କ୍ଷେତ୍ରକୁ ଚୟନ କରିଛି । ସେଗୁଡ଼ିକ ହେଲା, କରୋନା ମହାମାରୀ ପରବର୍ତ୍ତୀ ସମୟରେ ବୈଶ୍ୱିକ ରିକଭରୀ ପାଇଁ ଗୁରୁତ୍ୱ ପ୍ରଦାନ କରିବା ଯଦ୍ୟପି ଭବିଷ୍ୟତର…
ଭୁବନେଶ୍ୱର, ଚଳିତ ବର୍ଷ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅବଲମ୍ବନପୂର୍ବକ ଅନ୍ଲାଇନ୍ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହି ଦିବସଟି ପାଳନ କରାଯାଇଛି । ଏହି ଦୃଶ୍ୟଶ୍ରାବ୍ୟ କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଲେଖାଗାର ହେଉଛି ଚଳନ୍ତି ଇତିହାସର ଗନ୍ତାଘର ବୋଲି କହିଥିଲେ । ଦଲିଲ୍ ଦସ୍ତାବିଜ୍, ବହିପତ୍ର, ଚିଠିପତ୍ର, ଫାଇଲ୍ ଆଦି ପରି ପ୍ରାମାଣିକ ତଥ୍ୟ ଏବଂ କାଗଜପତ୍ରଗୁଡ଼ିକ ଅଭିଲେଖାଗାରରୁ ମିଳିଥାଏ । ତେଣୁ ଏହା ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ଏବଂ ସଚେତନ ଜନସାଧାରଣଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଏବଂ ମହତ୍ତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ । ସେଥିପାଇଁ ଅଭିଲେଖାଗାରକୁ ସଶକ୍ତ କରିବା ନିମନ୍ତେ ସବୁ ମହଲରୁ ସହଯୋଗର ଆବଶ୍ୟକତା ରହିଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ ଯେ ଅଭିଲେଖାଗାର ହେଉଛି ଗୋଟିଏ ସଭ୍ୟତା ଓ ସଂସ୍କୃତିର…
ଭୁବନେଶ୍ୱର, ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ନିଗମର ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ଆଲୋଚନା କରି ପ୍ରମୁଖ ଶାସନ ସଚିବ ବ୍ୟବସାୟର ଗୁଣାତ୍ମକ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଭାଗ ତରଫରୁ ଯାହାସବୁ ସହଯୋଗ ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନିଗମର ବିଟୁମିନ୍ ବ୍ୟବସାୟରେ ତ୍ୱରିତ ଅଭିବୃଦ୍ଧି ଆଣିବା ପାଇଁ ମଧ୍ୟ ପୂର୍ତ୍ତ ସଚିବ କିଷନ୍ କୁମାର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ବିଟୁମିନ୍ ବ୍ୟବସାୟ ପ୍ରାୟ ୨୦ କୋଟି ଟଙ୍କା ଥିବାବେଳେ ଏହାକୁ ୧୫୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । କୃଷି ନିର୍ଦ୍ଦେଶକ ମୁଥୁକୁମାରଙ୍କ ସହ…
ମେଷ – ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ – ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା…
ଭୁବନେଶ୍ୱର, ରାଜ୍ୟରେ ପ୍ରବାହିତ ବଡ ବଡ ନଦୀରୁ ସମୁଦ୍ରକୁ ବୋହିଯାଉଥିବା ଜଳକୁ ସଂରକ୍ଷଣ କରି ରଖିବା ନିମନ୍ତେ ନଦୀ ଭିତରେ କେତେକ ସ୍ଥାନରେ ବଡ ବଡ ଅନ୍ତଃ ନଦୀ ଜଳାଶୟ ( ଇନ୍ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର) ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଯୋଜନା ରହିଛି । ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ ଜଳ ସଂପଦ ବିଭାଗ ତରଫରୁ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ବୈଠକରେ ଅଧ୍ୟକ୍ଷତା କରି ଏହିସବୁ ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂପର୍କରେ କାର୍ଯ୍ୟ ଅଗ୍ରଗତି ନେଇ ସ୍ଥିତି ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ୨୦୨୧- ୨୨ ଆର୍ଥିକ ବର୍ଷରେ ୩୦ଟି ଅନ୍ତଃ ନଦୀ ଜଳାଶୟ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଅନୁମୋଦନ ରହିଥିବା ବେଳେ ତନ୍ମଧ୍ୟରୁ ୧୪ଟିର ନିର୍ମାଣ ସକାଶେ ଟେଣ୍ଡର ପାଇଁ ପ୍ରକ୍ରିୟା ଜାରି ରହିଛି…
ଭୁବନେଶ୍ବର, ରାଜ ନାମଟି ଉଚ୍ଚାରଣ କରିବା ମାତ୍ରେ ଆଖି ଆଗକୁ ଝଲସି ଆସି ପୋଡପିଠା ଆଉ ତାହାର ବାସ୍ନା। କାରଣ ଏହି ପୋଡପିଠା କେବଳ ରଜରେ ହିଁ କରାଯାଇଥାଏ। ପୋଡପିଠା ଆଉ ପାନଖିଆ ହେଉଛି ରଜର ଏକ ସ୍ବତନ୍ତ୍ର ପରଂପରା। ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ରଜ ସମୟରେ କଣ ପାଇଁ ପୋଡପିଠା କରାଯାଏ। ଏହି ସମୟରେ କଣ ପାଇଁ ସମସ୍ତେ ପୋଡପିଠା ଖାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହାର ଉତ୍ତର ଜାଣିବାକୁ ହେଲେ ଓଡିଶାର ମହାନ ପ୍ରାଚୀନ ସଂସ୍କୃତି ଏବଂ ଆୟୁର୍ବେଦ ଶାସ୍ତ୍ରକୁ ଯିବାକୁ ପଡିବ। ଓଡିଆ ଖାଦ୍ୟ ପ୍ରଣାଳୀରେ ପୋଡପିଠା ହେଉଛି ଏକ ଗରିଷ୍ଠ ବା ଗୁରୁ ଖାଦ୍ୟ ବୋଲି ଗ୍ରହଣ କରାଯାଇଛି। କାରଣ ଏହା ଚାଉଳ ଚୁନାର ଯନ୍ତା କରାଯାଇ ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ନିଆଁରେ ବହୁ ସମୟ ଧରି ଘାଣ୍ଟିବାକୁ ପଡିଥାଏ। ଏହି ପିଠାକୁ ହାଣ୍ଡିରେ କିମ୍ବା ହଣ୍ଡାରେ ରଖି ଯନ୍ତିବା ଭାରୀ…
ଭୁବନେଶ୍ୱର, ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟ ବାବଦରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ଜଣାପଡ଼ିଛି ଯେ ଭୁବନେଶ୍ୱରରର ଅନ୍ଧାରୁଆଠାରେ ନିର୍ମାଣାଧୀନ ମଡେଲ ଆଦର୍ଶ ବିଦ୍ୟାଳୟର ପାଚେରୀ କାନ୍ଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ପୂର୍ଣ୍ଣାଙ୍ଗ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୫୦୦ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ମେଡିକାଲ, ଇଂଜିନିୟରିଂ ଏବଂ ଅନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ପ୍ରଶିକ୍ଷଣ ଦିଆଯିବ । ଏହା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ସ୍ୱର୍ଗତ ବିଜୟ କୁମାର ସାହୁଙ୍କର ଏକ ଅଭିଳଷିତ ପ୍ରକଳ୍ପ ଥିଲା ଏବଂ ପ୍ରମୁଖ ଶାସନ ସଚିବ ଆଗାମୀ ଶିକ୍ଷାବର୍ଷରୁ ଏଠାରେ ଶିକ୍ଷାରମ୍ଭ କରି ସଂଗଠନର ଉପଦେଷ୍ଟାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ପ୍ରଦର୍ଶନ କରିବାକୁ କହିଥିଲେ…
ଭୁବନେଶ୍ବର, ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ (ILCAD) ପାଳନ ଅବସରରେ ସଡକ ବ୍ୟବହାରକାରୀଙ୍କୁ ସଚେତନତା କରାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯାଇଅଛି। ବିଭିନ୍ନ ମାଧ୍ୟମରେ ଯଥା ପୋଷ୍ଟର, ଲିଫଲେଟ୍ ଏବଂ ନୁକ୍କଡ ନାଟକ ଇତ୍ୟାଦି ମାଧ୍ୟମରେ ସଚେତନତା ଅଭିଯାନ କରାଯାଇଛି। ଖୋର୍ଦ୍ଧା ରୋଡ଼ ଏବଂ ତାପଙ୍ଗ ଷ୍ଟେସନ ମଧ୍ୟରେ ଥିବା ଲେଭଲ୍ କ୍ରସିଂ ଗେଟ୍ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୂର୍ବ ତଟ ରେଳପଥର ପ୍ରମୁଖ ସୁରକ୍ଷା ଅଧିକାରୀ ହେମନ୍ତ କୁମାର ଦତ୍ତ ଙ୍କ ନେତୃତ୍ୱରେ ଲେଭଲ୍ କ୍ରସିଂ ଗେଟ ଠାରେ ଟ୍ରେନ୍ ଲାଇନ ଅତିକ୍ରମ କରୁଥିବାବେଳେ ବିଶେଷ ଧ୍ୟାନଦେବାକୁ ରେଳ ବ୍ୟବହାରକାରୀଙ୍କୁ ପରାମର୍ଶ ଦିଆଯାଇଥିଲା। ସଚେତନତା ସମୟରେ ରେଳବାଇ ଲେଭେଲ କ୍ରସିଂ ପାରହେବା ସମୟରେ ନିରାପତ୍ତା ପ୍ରତି ଧ୍ୟାନ ଦେବାକୁ ଦତ୍ତ ପଥଚାରୀ ଓ ଗାଡି ଚାଲାକ ମାନଙ୍କୁ ପରାମର୍ଶ ଦେଇଥିଲେ। ପୂର୍ବତଟ ରେଳପଥ ମୁଖ୍ୟାଳୟର ଉପ ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ…
ଭୁବନେଶ୍ବର, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡିବା ଘଟଣା ନେଇ ଇଲେକଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ଷୋଭ ପ୍ରକାଶ କରିଛନ୍ତି ଓ ଏହି ଘଟଣାର ସତ୍ୟାସତ ଅନୁଧ୍ୟାନ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ଓ କୌଣସି ପରିସ୍ଥିତିରେ ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡ଼ିଥିବା ଘଟଣା ସାମ୍ନାକୁ ଆସିବା ପରେ ମନ୍ତ୍ରୀ ବେହେରା ଗଭୀର ଉଦବେଗ ପ୍ରକାଶ କରିବା ସହ ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ପିଲାମାନେ ଅନଲାଇନ ଶିକ୍ଷା ଉପରେ ବହୁଳ ଭାବେ ନିର୍ଭର କରୁଛନ୍ତି। ରାଜ୍ୟ ସରକାର ମାଲକାନଗିରି ସମେତ ଅନେକ ଉପାନ୍ତ ଅଞ୍ଚଳରେ ନେଟୱର୍କ ସୁଦୃଢୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ଓ ସ୍ୱୟଂ ଅନଲାଇନ…
ଭୁବନେଶ୍ବର, ଆଗାମୀ ମୌସୁମୀ ଓ ଲଘୁଚାପ ଜନିତ ବର୍ଷା ଫଳରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ନେଇ ବିଭାଗୀୟ ବ୍ୟାପକ ପ୍ରସ୍ତୁତି ସଂପର୍କରେ ଆଜି ଏକ ବୈଠକରେ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗର ବରିଷ୍ଠ ଅଧିକାରୀ, ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀମାନଙ୍କ ସହିତ ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ ରାଜ୍ୟରେ ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଓ ଏହାର ପରିଚାଳନା, ନଦୀବନ୍ଧର ଦୃଢତା, ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ବିଭିନ୍ନ ସ୍ଥାନରେ ବାଲିବସ୍ତା, ବଲ୍ଲା, ବାଉଁଶ ଆଦି ଉପକରଣର ମହଜୁଦ ସ୍ଥାନ ଓ ପରିମାଣ ଆଦି ସଂପର୍କରେ ପ୍ରମୁଖ ଶାସନ ସଚିବ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସମେତ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ ।
ନୂଆଦିଲ୍ଲୀ: ଦିଲ୍ଲୀ ଆକବର ରୋଡର ବିଭିନ୍ନ ସ୍ଥାନରେ “ଆକବର ମହାନ” କୁ ନେଇ ବିବାଦିତ ପୋଷ୍ଟର ଏବଂ ହୋର୍ଡିଙ୍ଗ ଲଗାଯାଇଛି। ପୋଷ୍ଟରରେ ଲେଖାଯାଇଛି କି, ଯେଉଁ ଆକବରକୁ ମହାନ କୁହାଯାଉଛି, ପ୍ରକୃତରେ ସେ ଜଣେ ବଳତ୍କାରୀ ଏବଂ ଆତଙ୍କବାଦୀ ଥିଲା। ନିଜର ଶାସନ କାଳରେ ଆକବର ହଜାର ହଜାର ହିନ୍ଦୁ ଝିଅଙ୍କୁ ଦୁଷ୍କର୍ମ କରିଥିଲା ଏବଂ ହିନ୍ଦୁମାନଙ୍କୁ ହତ୍ୟା କରିଥିଲା। ସେଥିପାଇଁ ହିନ୍ଦୁସେନା ଏହି ପୋଷ୍ଟର ଲଗାଇଛି। ହିନ୍ଦୁସେନାର କାର୍ଯ୍ୟକର୍ତ୍ତାମାନେ ଦିଲ୍ଲୀ ପୋଲିସର ବ୍ୟାରିକେଡ଼ରେ ମଧ୍ୟ ଏହି ପୋଷ୍ଟର ଲଗାଇଦେଇଛି। ଏହାସହ ହିନ୍ଦୁସେନାର କାର୍ଯ୍ୟକର୍ତ୍ତାମାନେ ଆକବର ରୋଡର ନାମକୁ ବଳତ୍କାରୀ ଆକବର ମାର୍ଗ ଏବଂ ଆତଙ୍କବଦୀ ଆକବର ମାର୍ଗ ଲେଖିଛନ୍ତି। ପୋଷ୍ଟର ଉପରେ ହିନ୍ଦୁସେନା ଏବଂ ସୁରଜୀତ ଯାଦବଙ୍କର ନାମ ଲେଖାଯାଇଛି।
ଭୁବନେଶ୍ୱର: ଜିଓ ଗ୍ରାହକମାନେ ଏବେଠାରୁ ହ୍ୱାଟ୍ସଆପ୍ ଜରିଆରେ ରିଚାର୍ଜ କରିପାରିବା ସହିତ ଅର୍ଥ ପୈଠ କରିପାରିବେ, ସେମାନଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ସେମାନଙ୍କର କିଛି ଯଦି କିଛି ଅଭିଯୋଗ ଥାଏ ତାହା ଜଣାଇପାରିବା ସହିତ ଆହୁରି ଅନେକ କିଛି କରିପାରିବେ। ସେଥିପାଇଁ ଜିଓ ଗ୍ରାହକଙ୍କୁ ୭୦୦୦୭୭୦୦୦୭ ନମ୍ବର ସେଭ୍ କରି ନିଜର ହ୍ୱାଟ୍ସଆପରୁ ‘ଐସ’ ବୋଲି ପଠାଇବାକୁ ପଡିବ। ଏହି ସୁବିଧା ପ୍ରଦାନ ପାଇଁ ଜିଓ ହ୍ୱାଟ୍ସଆପ ସହିତ ସମନ୍ୱିତ ହୋଇ ବର୍ତ୍ତମାନର ସମୟରେ ଗ୍ରାହକ ସଶକ୍ତିକରଣ ନିମନ୍ତେ ସର୍ବାଧୁନିକ ଉତ୍ପାଦ ଆଣିଛି। ହ୍ୱାଟ୍ସଆପ ଘରେ ଘରେ ସୁପରିଚିତ ଏକ ନାମ ଏବଂ ଏବଂ ପ୍ରାୟ ପ୍ରତ୍ୟେକ ସ୍ମାର୍ଟଫୋନ ବ୍ୟବହାରକାରୀ ଦିନରେ ଏକାଧିକ ଥର ହ୍ୱାଟ୍ସଆପ୍ ବ୍ୟବହାର କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏବଂ ଜିଓ ଗ୍ରାହକମାନେ ସେମାନଙ୍କ ସ୍ୱାଚ୍ଛନ୍ଦ୍ୟ ମଧ୍ୟରେ ଯେଭଳି ସେବା ପାଇପାରିବେ ତାହା ସୁନିଶ୍ଚିତ କରିବା ପ୍ରୟାସରେ ଜିଓ ବ୍ୟବହାରକାରୀମାନେ ଏଣିକି ହ୍ୱାଟ୍ସଆପ ଜରିଆରେ ସେମାନଙ୍କ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୪୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୪ ଜଣ, ଚିଲିକା ବ୍ଲକରେ ୧୭ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୦ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୨ ଜଣ, ଚିଲିକା ବ୍ଲକରୁ ୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୯୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୭ ଜଣ, ଚିଲିକା ବ୍ଲକରେ…

