Author: Samikhsya Bureau

ଭୁବନେଶ୍ବର: ଆଜି ସକାଳେ ଓଡିଶା ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ବଣେଇର ପ୍ରକଳ୍ପ ପ୍ରଶାସକ, ଶ୍ରୀ ବିଶ୍ବଦର୍ଶୀ ସାହୁଙ୍କ ଘରେ ଚଢାଉ କରିଛି। ସାତଟି ସ୍ଥାନରେ ଏହି ଚଢାଉ ଜାରୀ ରହିଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ନେଇ ଏହି ଚଢାଉ କରାଯାଇଛି। ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ଦଶ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ତାଙ୍କର ଯେଉଁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ୱର: ଶ୍ରୀରାମ ନଗର, ପୁରାଣା ସହର ଦିତାଲା ଆବାସିକ ବିଳ୍ଡିଂ ଭୁବନେଶ୍ୱର: ଫ୍ଲାଟ୍ ନମ୍ବର ୩୦୪, ୩ ତାଲା, ଭଗବାନ ଟାୱର, ଲକ୍ଷ୍ମୀସାଗର। ଭୁବନେଶ୍ୱର: ଫ୍ଲାଟ୍ ନମ୍ବର ୪୦୨, ୪ ତାଲା, ଇଭୋସ୍ ଗ୍ୟାଲକ୍ସୀ, ୟୁନିଟ୍ ୩, ଖାରବେଳନଗର ବାଲେଶ୍ବର: ସୁକୁମାର ନାୟକ ଆପାର୍ଟମେଣ୍ଟ, ଫ୍ଲାଟ୍ ନମ୍ବର ୩୦୨, ଏସ୍‌. ଏନ୍. ସେନ୍ ସଡ଼କ। ଯାଜପୁର: ଯାଜପୁରରେ ତାଙ୍କର ସଂପର୍କୀୟଙ୍କ ଘର ସୁନ୍ଦରଗଡ଼: ତାଙ୍କର ସରକାରୀ…

Read More

ଭୁବନେଶ୍ବର: ଶେଷ ହେଲା ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ । ଦୁଇ ଦିନିଆ ଏହି ସମ୍ମିନୀରେ ମୋଟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଂଜି ବିନିଯୋଗ ଆସିଛି। ଏହି ସମ୍ମିଳନୀରେ ସମୁଦାୟ ୧୪୫ଟି ରାଜିନାମା (MoU) ସ୍ୱାକ୍ଷରିତ ହୋଇଛି । ଏହି ସଫଳତାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏହି ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି। ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏହାକୁ ସ୍ୱୟଂ ଉଦଘାଟନ କରି ଓଡିଶା ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ। ଶିଳ୍ପ ଜଗତକୁ ବାର୍ତ୍ତା ଦେଇ ସେ କହିଥିଲେ ଯେ ଓଡିଶା ହେଉଛି…

Read More

ଉତ୍କର୍ଷ ଓଡ଼ିଶା ୨୦୨୫: ଜୀବନର ଯେକୌଣସି କ୍ଷେତ୍ରରେ ସଫଳ ମହିଳାମାନଙ୍କୁ ସେମାନଙ୍କ ପୁରୁଷ ପ୍ରତିପକ୍ଷଙ୍କ ସହିତ ସମକକ୍ଷ ହେବା ଆନନ୍ଦର ବିଷୟ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ କୃଷି କ୍ଷେତ୍ରରେ କାମ କରିବା ଠାରୁ ଆରମ୍ଭ କରି କେବଳ ଯାତ୍ରୀବାହୀ ବିମାନ ନୁହେଁ ବରଂ ଯୁଦ୍ଧ ବିମାନ ଉଡ଼ାଇବା, ମହାକାଶକୁ ରକେଟ୍‌ ଉଡ଼ାଇବା, କ୍ରୀଡ଼ା କ୍ଷେତ୍ର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମାଣ କରିଛନ୍ତି ଯେ ପୁରୁଷମାନେ ଯାହା କରିପାରିବେ ମହିଳାମାନେ ମଧ୍ୟ ତାହା କରିପାରିବେ। ମହିଳାମାନଙ୍କ ମଧ୍ୟରେ ଥିବା କ୍ଷମତା କିମ୍ବା ପ୍ରତିଭା ବିଷୟରେ କେବେ ସନ୍ଦେହ ନଥିଲା। ଏକମାତ୍ର ଅଭାବ ହେଉଛି ସଠିକ୍‌ ‘ସୁଯୋଗ’ । ମହିଳାମାନେ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୀତି ଠାରୁ ଉତ୍ପାଦନ ଏବଂ ନବସୃଜନ ଶକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅଗ୍ରଣୀ ଅଛନ୍ତି। ସଠିକ୍‌ ସୁଯୋଗ ମିଳିଲେ, ସେମାନେ କାମ କରିବାକୁ ବାଛିଥିବା ଯେକୌଣସି କ୍ଷେତ୍ରରେ…

Read More

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫: ଓଡ଼ିଶାରେ ଏବେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ସମୟ ସୃଷ୍ଟି ହୋଇଛି। ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ଏବେ ସମସ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି। ଉତ୍କୃଷ୍ଟ କଳାର ପ୍ରଦେଶ ଓଡ଼ିଶାକୁ ଆଜି ଉତ୍କର୍ଷ ଓଡ଼ିଶାରେ ପରିଣତ କରିବାକୁ ଆନ୍ତରିକ ପ୍ରୟାସ ଜାରି ରଖିବା  ନିମନ୍ତେ ସମସ୍ତ ସହଭାଗୀମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଧନ୍ୟବାଦ ଦେଇଛନ୍ତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫  ଅବସରରେ ଆୟୋଜିତ “କେମିକାଲ, ପେଟ୍ରୋ କେମିକାଲ ଓ ପ୍ଲାଷ୍ଟିକ୍” ଶୀର୍ଷକ ଆଲୋଚନା ଚକ୍ର ଅବସରରେ ପୁଞ୍ଜି ନିବେଶକ ଓ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ଉଦବୋଧନ ଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ପରିଡ଼ା କହିଥିଲେ ଯେ, ଓଡ଼ିଶା ଆଜି କେମିକାଲ, ପେଟ୍ରୋ-କେମିକାଲ ଏବଂ ପ୍ଲାଷ୍ଟିକ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଗ୍ରଗତି କରୁଛି ଏବଂ ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରୁଛି । ଓଡ଼ିଶା ଆଜି କେବଳ ଦେଶ ମଧ୍ୟରେ ଶିଳ୍ପ ଉତ୍ପାଦନକୁ ପହଁଚାଇପାରିଛି,…

Read More

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ଏକ ନୂଆ ମୋଡ ନେଇଛି। ତାହା ହେଲା ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ତାଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବେ। ବହୁଦିନ ଧରି ସିବିଆଇ ତଦନ୍ତ ନେଇ ହୋଇଥିବା ଦାବୀକୁ ସେ ଗ୍ରହଣ କରି ଆଜି ଏହି ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ବାପାଙ୍କ ହତ୍ୟାକାଣ୍ଡ ସିବିଆଇ ତଦନ୍ତ ହେଉ ବୋଲି ବିଭିନ୍ନ ମହଲରେ ଦାବୀ ହେଉଛି। ଆମ ପରିବାର ତରଫରୁ ଚିଠି ଲେଖିଲେ ତାହା ସମ୍ଭବ ହେବ ବୋଲି କୁହାଯାଉଛି। ତାହାକୁ ଗ୍ରହଣ କରି ଆମେ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ ବୋଲି ଦୀପାଳି ବଡ ବୟାନ ଦେଇଛନ୍ତି। ଠିକ ଦୁଇ ବର୍ଷ ତଳେ ଆଜିର ଦିନରେ ସେତେବେଳର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦସଙ୍କୁ ହତ୍ୟା କରାଯାଇଥିଲା।

Read More

ଭୁବନେଶ୍ବର: ଆଜି ଉତ୍କର୍ଷ ଓଡିଶା ସମ୍ମିଳନୀର ପ୍ରଧମ ଦିନରେ ଏକାଥରେ 54 ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ସୂଚନା ଦେଇଛନ୍ତି ଶିଳ୍ପ ବିଭାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାକୁ ପ୍ରଥମ ଦିନରେ ପ୍ରାୟ 4 ଲକ୍ଷ କୋଟି ଟଙ୍କାର ନିବେଶ ଆସିସାରିଲାଣି। ଏହା ମଧ୍ୟରେ ସର୍ବାଧିକ ପୁଂଜି ନିବେଶ ଆସିଛି ଆଦାନୀ ଗ୍ରୁପ ତରଫରୁ। ଏହି କଂପାନୀ ଓଡିଶାରେ 2 ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋଗ କରିବ ବୋଲି ଘୋଷଣା କରିଛି। କଂପାନୀ ଓଡିଶା ସିମେଣ୍ଟ, ଶକ୍ତି, ଆଲମ୍ୟୁନା ଏବଂ ଶିଳ୍ପ ପାର୍କ ନିର୍ମାଣ ଯୋଜନା କରିଛି। ସେହିପରି ଜିନ୍ଦଲ କଂପାନୀ ମଧ୍ୟ ତାହାର କ୍ଷମତା ବୃଦ୍ଧି କରିବା ପାଇଁ ବୁଝାମଣା ସ୍ବାକ୍ଷର କରିଛି। ସେହିପରି କେନ୍ଦୁଝରରେ କଂପାନୀ ଏକ 5 ମେଟ୍ରିକ ଟନ କ୍ଷମତା ପ୍ରାପ୍ତ ନୂଆ ଇସ୍ପାତ କାରଖାନା କରିବାକୁ ମଧ୍ୟ…

Read More

ଭୁବନେଶ୍ବର: ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଏୟାର ଲିଫ୍ଟରେ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି। ସେ କିଛିଦିନ ତଳେ ପୁଣିଥରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ବର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ଅପରାହ୍ନରେ ତାଙ୍କୁ ଏୟାର ଲିଫ୍ଟ କରାଯାଇ ହାଇଦ୍ରାବାଦ ନିଆଯାଇଛି। ଚାରିମାସ ତଳେ ସେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।  କିଛିଦିନ ପରେ ସୁସ୍ଥ୍ୟ ହେବା ପରେ ସେ ଡାକ୍ତରଖାନାରୁ ଡିସଚାର୍ଯ୍ୟ ହୋଇଥିଲେ। ଏହାପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଆସୁଛନ୍ତି। ସେ ଛତିଶଗଡ ରାଜ୍ୟପାଳ ପଦବୀରୁ ଅବସର ନେବା ପରେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି।

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ପାଇବାକୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ବଡ ଖବର। ଏହିମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି NPCI କରନ୍ତୁ। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ରାଜ୍ୟର ସମସ୍ତ ବ୍ୟାଙ୍କକୁ ଦୁଇଦିନ ପାଇଁ ଏହି ସୁଭଦ୍ରା କାର୍ଯ୍ୟ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ନିମନ୍ତେ କୁହାଯାଇଛି। ସେଥିପାଇଁ ଆସନ୍ତା 29 ଓ 30 ତାରିଖ ଦୁଇଦିନ ସ୍ବତନ୍ତ୍ର ଡେସ୍କ କରି ହିତାଧିକାରୀଙ୍କ NPCI କରିବାକୁ କୁହାଯାଇଛି। ଏହି NPCI ପାଇଁ ନିଜେ ହିତାଧିକାରୀ ବ୍ୟାଙ୍କ ଯାଇ ଏହି କାର୍ଯ୍ୟ କରିବାକୁ ପଡିବ। ସେମାନେ KYC କରିଥିଲେ ମଧ୍ୟ NPCI ଲିଙ୍କ ନ ଥିବାରୁ ସେମାନଙ୍କ ନିକଟକୁ ଟଙ୍କା ଯାଇପାରିବ ନାହିଁ। ଏହି ଦୁଇଦିନ ପାଇଁ ବ୍ୟାଙ୍କ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି। ସେମାନେ ସ୍ବତନ୍ତ୍ର ଡେସ୍କ କରି ସେଠାରେ ସୁଭଦ୍ରା ବ୍ୟାନରେ ଲଗାଇବା ପାଇଁ ଅନୁରୋଧ କରାଯାଇଛି। ସେହି…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ଉତ୍କର୍ଷ ଓଡିଶା ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନାର ଆଶା ସଂଚାର କରିଛନ୍ତି। ମୁଖ୍ୟତଃ ଓଡିଶାର ଶିଳ୍ପ ସହିତ ପର୍ଯ୍ୟଟନର ବିକାଶ ପାଇଁ ନିବେଶକ ଆଗେଇ ଆସିବାକୁ ସେ ଆହ୍ବାନ କରିଛନ୍ତି। ଆଜି ଜନତା ମଇଦାନରେ ଆୟୋଜିତ ଏହି ସମ୍ମିଳନୀରେ ସେ ଓଡିଶାରେ କନଭେନସ ଓ ଲାଇଭ କନସର୍ଟ ପର୍ଯ୍ୟଟନ ପାଇଁ ଆଗେଇ ଆସିବାକୁ ନିବେଶକଙ୍କୁ କହିଛନ୍ତି। ସେ ଉଦବୋଧନ ଦେଇ କହିଛନ୍ତି ଯେ, ଦିଲ୍ଲୀରେ ଭାରତ ମଣ୍ଡପମ ପରି ଓଡିଶାରେ ମଧ୍ୟ ଏକ ବଡ ମଣ୍ଡପର ଆବଶ୍ୟକତା ରହିଛି। କାରଣ ଓଡିଶାରେ ଯେପରି ପ୍ରାକୃତିକ ତଥା ଐତିହାସିକ ସ୍ଥଳ ରହିଛି ତାହା ଏହି କନଭେସନ କରାଗଲେ ଉନ୍ନତି ହୋଇପାରିବ। ଦେଶ ବିଦେଶରୁ ଲୋକେ ଆସି ଏଠାରେ ସମ୍ମିଳନୀର ଆୟୋଜନ କରିବେ। ସେହିପରି ଓଡିଶାରେ ଯେପରି ସାଂସ୍କୃତିକ ଶୋଭାରାଶି ରହିଛି…

Read More

ଭୁବନେଶ୍ବର: ପୁଣିଥରେ ଅସୁସ୍ଥ ହୋଇପଡିଛନ୍ତି ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ। ସେ ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯିବ ବୋଲି ଜଣାପଡିଛି। ପୂର୍ବରୁ ଶ୍ରୀଯୁକ୍ତ ବିଶ୍ବଭୂଷଣ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। କିଛିଦିନ ପରେ ସୁସ୍ଥ୍ୟ ହେବା ପରେ ସେ ଡାକ୍ତରଖାନାରୁ ଡିସଚାର୍ଯ୍ୟ ହୋଇଥିଲେ। ଏହାପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଆସୁଛନ୍ତି। ସେ ଛତିଶଗଡ ରାଜ୍ୟପାଳ ପଦବୀରୁ ଅବସର ନେବା ପରେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି।

Read More

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭୁବନେଶ୍ବରରେ ଆୟୋଜିତ ବହୁ ପ୍ରତିକ୍ଷୀତ ଉତ୍କର୍ଷ ଓଡିଶୀ ସମ୍ମିଳନୀ ଉଦଘାଟିତ ହୋଇଛି। ଜନତା ମଇଦାନରେ ଚାଲିଥିବା ଏହି ଉଦଘାଟନ ଉତ୍ସବରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀର ଆୟୋଜିତ ହୋଇଥିବା ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହାପରେ ସେ ମୁଖ୍ୟ ମଣ୍ଡପରେ ଯୋଗଦେଇ ଦେଶ ଏବଂ ଦେଶ ବାହାରୁ ଆସିଥିବା ଶିଳ୍ପପତିଙ୍କୁ ଉଦବୋଧନ ଦେଇଥିଲେ। ଏହି ସମ୍ମିଳନୀର, କୁମାର ମଙ୍ଗଳମ ବିର୍ଲା, ସଜନ ଜିନ୍ଦଲ, ନବୀନ ଜିନ୍ଦଲ, ଅନିଲ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଛନ୍ତି। ଏହି ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବଙ୍କ ସହିତ ଓଡିଶାର ସବୁ ମନ୍ତ୍ରୀ ଏବଂ ବିଧାୟକ ସହ ବହୁ ସାଂସଦ ଯୋଗଦେଇଥିଲେ।

Read More

ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କର କାର, ବାଇକ କିମ୍ବା ସ୍କୁଟରକୁ ରାସ୍ତାରେ ଚଲାଇବାକୁ ଚାହୁଁଛନ୍ତି, ତେବେ ବୀମା କରାଇବା ନିହାତି ଆବଶ୍ୟକ। ଯଦି ଆପଣଙ୍କ ଗାଡ଼ିର ଥାର୍ଡ ପାର୍ଟି ବୀମା ନାହିଁ, ତାହେଲେ ଏବେଠାରୁ ଆପଣଙ୍କୁ ପେଟ୍ରୋଲ ପମ୍ପରେ ଇନ୍ଧନ ମିଳିବ ନାହିଁ। ନୂତନ ନିୟମ ଅନୁଯାୟୀ, ଯେଉଁ ଗାଡ଼ିର ବୀମା ନାହିଁ, ସେଗୁଡ଼ିକୁ ଭାରୀ ଜରିମାନା ମଧ୍ୟ ଲାଗିବ। ନୂତନ ନିୟମ ଅନୁଯାୟୀ, ଆପଣ ଆପଣଙ୍କର ଗାଡ଼ି ପାଇଁ ମାନ୍ୟତାପ୍ରାପ୍ତ ଥାର୍ଡ ପାର୍ଟି ବୀମା ନ ଥିଲେ, ଆପଣ ପେଟ୍ରୋଲ କିମ୍ବା ଡିଜେଲ କିଣି ପାରିବେ ନାହିଁ। କେବଳ ଇନ୍ଧନ ନୁହେଁ,  ଫାସଟ୍ୟାଗ୍ ପାଇଁ ମଧ୍ୟ ଆପଣଙ୍କୁ ବୀମାର କାଗଜପତ୍ର ଦେଖାଇବାକୁ ପଡ଼ିବ। ତାର ଅର୍ଥ ହେଉଛି ଆପଣଙ୍କ ଗାଡ଼ିର ମାନ୍ୟତାପ୍ରାପ୍ତ ଥାର୍ଡ ପାର୍ଟି ବୀମା ପଲିସିକୁ ଫାସଟ୍ୟାଗ୍ ସହିତ ଯୋଡ଼ିବା ଆବଶ୍ୟକ। ଯଦି ଆପଣଙ୍କ ପାଖରେ ଥାର୍ଡ ପାର୍ଟି ବୀମା ପ୍ରମାଣ ପତ୍ର ଅଛି ତେବେ ଆପଣ ଇନ୍ଧନ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗତକାଲି ଏକାଧିକ ସ୍ଥାନରେ ଛୋଟ ବଡ଼ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ହଳନ୍ଦା ସେବା ସମବାୟ ସମିତି ଲିଃ ର କାର୍ଯ୍ୟାଳୟ ରୁ ଗତକାଲି ରାତିରେ ଦୁର୍ବୁତ୍ତ ମାନେ କବାଟ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ସରଞ୍ଜାମ ଚୋରି କରି ନେଇଛନ୍ତି। ଉକ୍ତ କାର୍ଯ୍ୟାଳୟରୁ ଗୋଟାଏ ମନିଟର, ଦୁଇ ଗୋଟି ସିପିୟୁ, ଗୋଟିଏ ଲାପଟପ, ଚାରି ଗୋଟି ସିସିଟିଭି, ଦୁଇ ଗୋଟି ପ୍ରିଣ୍ଟର ଏବଂ ଅନ୍ୟ ଛୋଟ ମୋଟ ଜିନିଷ ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଧ୍ଵ ହେବ ଆଦି ଚୋରି ହୋଇଯାଇଛି। ଏ ନେଇ ଆଜି ସକାଳେ ସେବା ସମବାୟ ସମିତିର ସମ୍ପାଦକ ଜୟନ୍ତ କୁମାର ରଣସିଂହ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଭାବେ ହଳନ୍ଦା ଛକ ଉପରେ ଅବସ୍ଥିତ ଏକ ଦୋକାନ ଗୃହର ସିସିଟିଭି ମଧ୍ୟ ଚୋରି ହୋଇଯାଇଥିବା ଦୋକାନ…

Read More

ଭୁବନେଶ୍ବର: ଗତକାଲି ରାତିରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରୀ ହେବା ଘଟଣା ନେଇ ବିଜେପି ସରକାରଙ୍କ ଟାର୍ଗେଟ କରିଛି। ବିଜେଡି କହିଛି ଯେ, ରାଜଧାନୀ ଭୁବନେଶ୍ୱରର ଭିଆଇପି କଲୋନୀରେ ରହୁଥିବା ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି ଖବର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିର ନଗ୍ନ ଉଦାହରଣ। ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନର କଡ଼ା ସୁରକ୍ଷା ସତ୍ତ୍ୱେ ବରିଷ୍ଠ ନେତାଙ୍କ ଘରୁ ଯଦି ଡକାୟତି ହେଉଛି, ତେବେ ସାଧାରଣ ଜନତାଙ୍କ ଧନଜୀବନ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟରେ ବିଜେପି ସରକାର ଗଠନ ପରଠାରୁ ଆଇନଶୃଙ୍ଖଳା ସ୍ଥିତି ଦୟନୀୟ ହୋଇଗଲାଣି। ପ୍ରବାସୀ ଭାରତୀୟ ଦିବସ ଅବସରରେ ଭୁବନେଶ୍ଵରକୁ ପ୍ରଧାନମନ୍ତ୍ରୀ ଆସୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ବିଭତ୍ସ ହତ୍ୟାକାଣ୍ଡ ଘଟୁଛି। ଦୁଇ ଦିନ ପରେ ମଧ୍ୟ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। ତାର ଠିକ ପୂର୍ବରୁ ଭିଆଇପି କଲୋନୀରେ ଚୋର ମାତିଛନ୍ତି।…

Read More

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ  ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଓ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ୱା. ବି. ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମାଣ୍ଡର ମହେଶ ରାହାଙ୍ଗ୍‌ଲେ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ରାଜ୍ୟପାଳ ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେଡ୍‌ କମାଣ୍ଡର ଶ୍ରୀ ଶୁଭମ୍‌ ଭୋସଲେ…

Read More

ଭୁବନେଶ୍ବର: ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ରେ ଆଜି ସାଧାରଣତନ୍ତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆୟୋଜିତ ସମାବେଶ ରେ ଉଦବୋଧନ ଦେଇ ଶ୍ରୀ ପଟନାୟକ କହିଥିଲେ ଯେ, ଭାରତ ଏକ ମହାନ ଦେଶ. ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆମ ସ୍ୱାଧୀନତା ସଂଗ୍ରାମ ସାରା ବିଶ୍ୱ କୁ ଶାନ୍ତି,ଅହିଂସା ଓ ମୈତ୍ରୀର ବାର୍ତ୍ତା ଦେଇଛି। ଏହି ଅବସରରେ ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମୋର ସମ୍ମାନ ଜଣାଉଛି। ଆମ ସମ୍ବିଧାନ ର ଜନକ ଡ଼କ୍ଟର ବି ଆର ଆମ୍ବେଦକର ଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶ୍ରୀ ପଟ୍ଟନାୟକ କହିଲେ ଯେ, ଆମ ସମ୍ବିଧାନ ହେଉଛି ଏକତା ର ଗ୍ରନ୍ଥ। ବହୁ ଭାଷା ଧର୍ମ ଜାତି କୁ ନେଇ ଗଠିତ ଭାରତ କୁ ଏକତା ସୂତ୍ର ରେ ବାନ୍ଧି ରଖିବାରେ ଆମ ସମ୍ବିଧାନ…

Read More

ଭୁବନେଶ୍ୱର: ଦେଶର ୭୬ତମ ସାଧାରଣତନ୍ତ୍ର ଦିବସକୁ ଓଡିଶାରେ ଗର୍ବ ଏବଂ ଉତ୍ସାହର ସହିତ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକରେ ପତାକା ଉତ୍ତୋଳନ କରିଛନ୍ତି। ଜିଲ୍ଲା ସ୍ତରୀୟ ଉତ୍ସବରେ ସେ ଯୋଗ ଦେଇ ଏହି ଅବସରରେ ସେ ପରେଡର ଅଭିବାଦନ ଗ୍ରହଣ କରିଥିଲେ। ସମାରୋହରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସ୍ଵାଧୀନ ଭାରତର ସାଂସ୍କୃତିକ ଓ ସାମାଜିକ ଉତ୍ଥାନରେ ଏହି ଦିନ ବିଶେଷ ଗୁରୁତ୍ୱ ବହନ କରେ। ୧୯୪୭ରେ ସ୍ଵାଧୀନତା ଏବଂ ୧୯୫୦ରେ ଗଣତନ୍ତ୍ର ପ୍ରତିଷ୍ଠା ମଧ୍ୟରେ ଏକ ମହାନ ସଂଘର୍ଷର କାହାଣୀ ରହିଛି। ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି: ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜାତୀୟ ଓ ରାଜ୍ୟ ସ୍ତରର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବୀର ସୁରେନ୍ଦ୍ର ସାଏ, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ୍ ବାଜି ରାଉତ ଓ ଅନ୍ୟ ମହାନ ନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମଧ୍ୟ ସ୍ମରଣ କରିଛନ୍ତି। ନୂତନ ଯୋଜନା ଘୋଷଣା: ରାଜ୍ୟର ମହିଳା ସଶକ୍ତିକରଣ…

Read More

ଭୁବନେଶ୍ବର: ଆଜି ବିଜେଡି ବଡ ନିଷ୍ପତି ଗ୍ରହଣ କରିଛି। ଏକ ଦଳିୟ ବିଜ୍ଞପ୍ତି ଜାରୀ କରାଯାଇ ଦଳର ସମସ୍ତ ଛାମୁଆ ସଂଗଠନକୁ ଭାଙ୍ଗି ଦିଆଯାଇଛି। ସେଗୁଡିକ ହେଲା ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ, ଲିଗାଲ ସେଲ ଏବଂ ପ୍ରବାସୀ ସେଲ ରହିଛି। ଆଜି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳର ସମସ୍ତ ଛାମୁଆ ସଂଗଠନକୁ ତୁରନ୍ତ ଭାଙ୍ଗି ଦିଆଯାଇଛି। ଆଗକୁ ଦଳିୟ ନିର୍ବାଚନ ରହିଥିବାରୁ ଏହି ନିଷ୍ପତି ନିଆଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Read More

ଭୁବନେଶ୍ବର: କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଗତକାଲି ଚୋରୀ ହୋଇଯାଇଛି। ଏ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ତରଫରୁ ନୟାପଲ୍ଲୀ ଥାନାରେ ଅଭିଯୋଗ କରାଯାଇଛି। ଏହାପରେ ପୋଲିସର ତନାଘନା ଆରମ୍ଭ ହୋଇଯାଇଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ନୟାପଲ୍ଲୀରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋର ପଶିଥିଲେ। ସେମାନେ ପ୍ରାୟ ରାତି 2 ଟା 30 ରେ ଘରେ ପଶି ସବୁ ଲୁଟପାଟ କରି 3 ଟା 30 ରେ ଘରୁ ବାହାରିଥିଲେ। ଏହା ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଚୋରମାନେ ତାଙ୍କ ଘରୁ ବହୁ ମୂଲ୍ୟବାନ ଅଳଙ୍କାର ସହିତ ନଗଦ ଟଙ୍କା ଚୋରୀ କରିଥିବାର ଜଣାପଡିଛି।

Read More

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ଘୋଷଣା ହୋଇଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର। ଏଥିରେ ତିନୋଟି ବର୍ଗରେ ପ୍ରଦାନ କରାଯାଇଥାଏ। ତାହା ହେଲା ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ। ଚଳିତ ବର୍ଷ ୭ ଜଣଙ୍କୁ ପଦ୍ମବିଭୂଷଣ, ୧୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନିତ ହୋଇଛନ୍ତି। ଏଥିରେ ଯେଉଁମାନେ ମନୋନିତ ହେଉଛନ୍ତି ସେମାନେ ହେଲ ପଦ୍ମ ବିଭୂଷଣ ଶ୍ରୀ ଦୁଭ୍ୱୁର ନାଗେଶ୍ୱର ରେଡ୍ଡୀ – ଚିକିତ୍ସା ନ୍ୟାୟାଧୀଶ (ସେନା ଭୃତ୍ତ) ଶ୍ରୀ ଜଗଦୀଶ ସିଂହ ଖେହର – ସାର୍ବଜନିକ କାର‌୍ୟ୍ୟ ଶ୍ରୀମତୀ କୁମୁଦିନୀ ରାଜନିକାନ୍ତ ଲାଖିଆ – କଳା ଶ୍ରୀ ଲକ୍ଷ୍ମୀନାରାୟଣ ସୁବ୍ରମଣୀୟମ୍ – କଳା ଶ୍ରୀ ଏମଟି ବାସୁଦେବନ ନାୟର (ମରଣୋତ୍ତର) – ସାହିତ୍ୟ ଏବଂ ଶିକ୍ଷା ଶ୍ରୀ ଓସାମୁ ସୁଜୁକି (ମରଣୋତ୍ତର) – ବ୍ୟବସାୟ ଏବଂ ଶିଳ୍ପ ଶ୍ରୀମତୀ ଶାରଦା ସିନ୍ହା (ମରଣୋତ୍ତର) – କଳା ପଦ୍ମଭୂଷଣ ଶ୍ରୀ ଏ.…

Read More

ଭୁବନେଶ୍ୱର: ଓଡ଼ିଶାର ଅନେକ ସୁନେଲି ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ଚୟନ କରି ଜାତୀୟ ସ୍ତରରେ ସେମାନଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଶ୍ରୀ ପ୍ରଧାନ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ମୋଦୀ ସରକାରରେ ସର୍ବଦା ଓଡ଼ିଆ ଲୋକମାନେ ଯଥୋଚିତ ସମ୍ମାନ ସମ୍ମାନ ପାଇ ଆସୁଛନ୍ତି । ଓଡ଼ିଶାର ଅସାଧାରଣ ଲୋକପ୍ରତିଭାକୁ ପରିଚୟ ଦେବା ସହ ସମ୍ମାନିତ କରିବା ମୋଦୀ ସରକାରଙ୍କ ଉଚ୍ଚ ପରମ୍ପରା ହୋଇଛି । ପଦ୍ମ ପୁରସ୍କାର ମାଧ୍ୟମରେ ବଣମଲ୍ଲିକୁ ଲୋକଲୋଚନକୁ ଆଣିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ପଦ୍ମ…

Read More