Author: Samikhsya Bureau

ଭୁବନେଶ୍ବର/ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଠାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ସମ୍ୱଲପୁର ପି.ଏଚ୍‍.ଡି. ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ମାଗଣା ଦେବ । ଆପଣମାନଙ୍କ ପାଖକୁ ଆଉ ବିଜୁଳି ବିଲ୍‍ ଆସିବ ନାହିଁ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବି.ଏସ୍‍.କେ.ୱାଇ., ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‍ସନ, ଚାଉଳ କାର୍ଡ ଇତ୍ୟାଦିର ସୁଫଳ ବିଷୟରେ ମତାମତ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପଚାରିଥିଲେ ଯେ, ମା ସମଲେଇଙ୍କ ପ୍ରକଳ୍ପ କାମ କିପରି ହୋଇଛି ? ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କିପରି ହୋଇଛି ? ସମସ୍ତ ଉପସ୍ଥିତ…

Read More

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ,ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ବିଜୟ ମହାପାତ୍ର ଦୀର୍ଘ ଦିନ ଧରି ଦଳରୁ ଦୂରେଇ ରହିଥିଲେ। ଏଥର ନିର୍ବାଚନରେ ତାଙ୍କର ପୁଅ ଅରବିନ୍ଦ ମହାପାତ୍ର ପାଟକୁରାରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପୁଅଙ୍କୁ ଭୋଟ ଦେବା ପାଇଁ ବିଜୟ ଘରେ ବୈଠକ କରୁଛନ୍ତି। ସେଥିପାଇଁ ଦଳ ତାଙ୍କ ଉପରେ ଏହି ପଦକ୍ଷେପ ଗ୍ରହଣ କରିଛି।

Read More

ରାଉରକେଲା, ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅମିତ ଶାହା ଆଜି ଓଡ଼ିଶାର ରାଉରକେଲାଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ସେ ଏହି ଉଦବୋଧନରେ ଓଡିଶାର ବିଜେଡି ସରକାର ଉପରେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ ନ କରିବାକୁ ନେଇ ଟାର୍ଗେଟ କରିଥିଲେ । କାର‌୍ୟକ୍ରମରେ ମଂଚରେ ସୁନ୍ଦରଗଡର ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ବିଧାୟକ ଶଙ୍କର ଓରାମ, ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ରଘୁନାଥପଲ୍ଲୀ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କ ସହିତ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏପର‌୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିବା ଚାରୋଟି ପର୍ଯ୍ୟାୟରେ ଏନଡିଏ ୨୭୦ ଟି ଆସନ ଅତିକ୍ରମ କରି ୪୦୦ ଆଡ଼କୁ ଗତି କରୁଛି। ଏଥର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ସହିତ…

Read More

ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମାରଥନ ପ୍ରଚାରରେ ଟିଟିଲାଗଡରେ ବିଜେପିକୁ କଡା ସମାଲୋଚନା କରିଛନ୍ତି।  ସେ କହିଛନ୍ତି ଯେ, ଛତିଶଗଡରୁ ମନ୍ତ୍ରୀମାନେ ଆସୁଛନ୍ତି ଟଙ୍କା ବାଣ୍ଟୁଛନ୍ତି। ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି କରୁଛନ୍ତି।  ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ଏହାର ଉଚିତ ଜବାବ୍‍ ଦେବେ ବୋଲି ପାଣ୍ଡିଆନ କହିଥିଲେ। ସେ କହିଥିଲେ ଯେ, ବିଜେପୁର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ କଲେ, ୪୫ ହଜାର ଭୋଟରେ ହାରିଲେ। ପୁରୀ ପରିକ୍ରମା ପ୍ରକଳ୍ପବେଳେ ଅଣ୍ଡାମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦରେ ହାରିଲେ। ଯଦି ଆଉ କିଏ ଏଠାରେ ଜିତିବେ ନିର୍ବାଚନ ମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ ବୋଲି ପାଣ୍ଡିଆନ ସତର୍କ କରାଇଥିଲେ। ସେ ଟିଟିଲାଗଡର ବିକାଶ ନକ୍ସା ଅଙ୍କନ କରି କହିଥିଲେ ଯେ, ସଏଁତଳାକୁ ଏନ୍‍.ଏ.ସି. ମାନ୍ୟତା ଦିଆଯାଇଛି,…

Read More

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପ୍ରଚାରରେ ଆସିବେ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ। ଏ ନେଇ ଦଳ ତରଫରୁ ବେଶ ପ୍ରସ୍ତୁତି ଚାଲିଛି। ଚଳିତ ନିର୍ବାଚନରେ ବିଜେପି ବିଜେଡିକୁ କଡା ଟକ୍କର ଦେବା ପାଇଁ ଜୋରଦାର ପ୍ରୟାସ ଜାରୀ ରଖିଛି। ଫଳରେ କେନ୍ଦ୍ରରୁ ଗଣ୍ଡାଗଣ୍ଡା ନେତା ଓଡିଶା ପ୍ରଚାରରେ ଆସିବାରେ ଲାଗିଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରମୁଖ ଆସି ପ୍ରଚାରରେ ଆସିସାରିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡିଶା ଆସୁଛନ୍ତି ଡ୍ରିମ ଗାର୍ଲ ହେମାମାଳିନୀ। ସେ ଆସନ୍ତାକାଲି ଶୁକ୍ରବାର ଦିନ ଭୁବନେଶ୍ବରରେ ପହଞ୍ଚିବେ। ସେ ଭୁବନେଶ୍ବର ଓ କଟକରେ ବିଶାଳ ଜନସଭାକୁ ସେ ଉଦବୋଧନ ଦେବେ। ଏଥିରେ ଉଭୟ ଲୋକସଭା ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେହିପରି ସେ ପିପିଲିରେ ଏକ ରୋଡ ସୋ କରିବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଭୋଟ ଗ୍ରହଣର ଅଳ୍ପ କିଛିଦିନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ। ସେ ନିଜ ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ୨୦୦୪ ମସିହାରେ ସତ୍ୟବାଦୀରୁ ବିଜେଡି ବିଧାୟକ ଥିଲେ। ଏହାପରେ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ। ହେଲେ ବିଜେପିରେ ତାଙ୍କ ରାଜନୈତିକ କ୍ୟାରିୟରର କୌଣସି ଉନ୍ନତି ହେଲା ନାହିଁ। ରମାରଞ୍ଜନ ଏଥର ବିଜେପି ତାଙ୍କ ସତ୍ୟବାଦୀ ଆସନରେ ପ୍ରାର୍ଥୀ କରିବ ବୋଲି ଆଶା କରିଥିଲେ। ହେଲେ ତାହା ହେଲା ନାହିଁ। ସତ୍ୟବାଦୀରେ 10 ଦିନ ପରେ ନିର୍ବାଚନ ହେବ। ହେଲେ ତାପୂର୍ବରୁ ରମାରଞ୍ଜନଙ୍କ ଇସ୍ତଫା ସ୍ଥାନୀୟ ନିର୍ବାଚନ ମଣ୍ଡଳୀରେ ପ୍ରଭାବ ପକାଇବ। ବର୍ତ୍ତମାନ ରମାରଞ୍ଜନଙ୍କ ବୋହୂ ବର୍ଷା ସିଂ ବରିହା ପଦ୍ମପୁର ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ସେ ମଧ୍ୟ ଉପନିର୍ବାଚନରେ ଜିତି ବର୍ତ୍ତମାନ ପଦ୍ମପୁର ବିଧାୟିକା ଅଛନ୍ତି।

Read More

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଉପକୂଳ ଓଡ଼ିଶାରେ ଧୂଆଁଧାର ପ୍ରଚାର କରି ବିରୋଧୀ ବିଜେପି ଦଳକୁ ଶାଣିତ ଆକ୍ରମଣ କରିଛନ୍ତି । ବିଜେପିର ମିଛ ଧରା ପକାଇଛନ୍ତି । କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବଡ଼ମ୍ୱା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କୀରେ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ ତିଗିରିଆରେ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସଦରରେ ଚନ୍ଦ୍ର ସାରଥୀ ବେହେରା ଓ କଟକ ଚୌଦ୍ୱାର ବିଧାୟକ ପ୍ରାର୍ଥୀ ସୌଭିକ୍‍ ବିଶ୍ୱାଳଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଆୟୋଜିତ ଜନସଭାରେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲା ବିଶାଳ ଜନସମୁଦ୍ର । କଟକ ସଦରରେ ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ…

Read More

ଭୁବନେଶ୍ବର: ଆଜି ଓଡିଶା ନିର୍ବାଚନ ପ୍ରଚାର କମ୍ପମାନ ହେବ। କାରଣ ଆଜି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ତୁଙ୍ଗ ନେତାମାନେ ଓଡିଶା ପ୍ରଚାରରେ ଆସୁଛନ୍ତି। ଫଳରେ ଉଭୟ ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଦିନରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ବିଜେପି ନେତା ଅମିତ ଶାହା ଆସୁଥିବା ବେଳେ ସଂଧ୍ୟାରେ ଆସୁଛନ୍ତି ନଡ୍ଡା। କଂଗ୍ରେସ କାର୍ଯ୍ୟାଳୟ ଅନୁସାରେ ରାହୁଳ ଆଜି ଦିନ ୧୧ ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବଲାଙ୍ଗିର ଯିବେ। ସେଠାରୁ ସେ ଏକ ରୋଡ ସୋ କରି ବିଶାଳ ଜନସମାଗମକୁ ଉଦବୋଧନ ଦେବେ। ପ୍ରଚାର ଶେଷ ହେବା ପରେ ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯିବେ। ସେହିପରି ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ପ୍ରଚାରରେ ଆସିବେ। ସେ କନ୍ଧମାଳରେ ଦଳ ପାଇଁ ପ୍ରଚାର କରିବେ। ସେହିପରି ବିଜେପି ନେତା ତଥା ଗୃହମନ୍ତ୍ରୀ…

Read More

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପ୍ରଚାରରେ ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ ପ୍ରଥମ ପର୍ଯ୍ୟାୟରେ ନବରଂଗପୁର ଆସିବାର ଥିଲା। ହେଲେ ନାମାଙ୍କନ ଦାଖଲ ପାଇଁ ସେ ଆସିପାରି ନ ଥିଲେ। ବର୍ତ୍ତମାନ ବୁଧବାର ଦିନ ସେ ଆସିବେ ବୋଲି ପ୍ରଦେଶ କଂଗ୍ରେସ ତରଫରୁ କୁହାଯାଇଛି। ସେ ବଲାଙ୍ଗିର ରୋଡ ସୋ କରିବା ସହିତ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବେ। ବଲାଙ୍ଗିର ଲୋକସଭା ପ୍ରାର୍ଥୀ ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ସେ ପ୍ରଚାର କରିବେ। ସୂଚନା ଅନୁସାରେ ରାହୁଳ ମଙ୍ଗଳବାର ଦିନ 11 ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବଲାଙ୍ଗିର ଯିବେ। ସେଠାରୁ ପ୍ରଚାର ଶେଷ ହେବା ପରେ ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯିବେ। ସେହିପରି ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ପ୍ରଚାରରେ ଆସିବେ। ସେ କନ୍ଧମାଳରେ ଦଳ ପାଇଁ ପ୍ରଚାର କରିବେ।

Read More

ଭୁବନେଶ୍ବର: ଆସନ୍ତାକାଲି ପୁଣି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ହେଲେ ସେ କଣ୍ଟାବାଞ୍ଜୀ ପ୍ରଚାରକୁ ବାତିଲ କରିଛନ୍ତି। ପୂର୍ବରୁ କୁହାଯାଇଥିଲା ଯେ, ଅମିତ ଶାହ ପ୍ରଚାରରେ ଆସିଲେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛିଡା ହୋଇଥିବା କଣ୍ଟାବାଞ୍ଜୀ ନିର୍ବାଚନ ମଣ୍ଡଳୀରେ ଏକ ରୋଡ ସୋ କରିବେ। ହେଲେ ଆଜି ତାହାକୁ ବାତିଲ କରାଯାଇ କଟକରେ ରୋଡ ସୋ କରିବେ ବୋଲି ଜଣାପଡିଛି। ତେବେ କଣ ପାଇଁ କଣ୍ଟାବାଞ୍ଜୀ ରୋଡ ସୋ ବନ୍ଦ ହେଲା ସେ ନେଇ ଚାଲିଛି ଚର୍ଚ୍ଚା। ରାଜ୍ୟ ବିଜେପି କାର୍ଯ୍ୟାଳୟ ଅନୁସାରେ ଅମିତ ଶାହ ଆସନ୍ତାକାଲି ଦିନ ୧୨ଟା ୩୦ରେ  ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡା ଯିବେ । ଦିନ ୧. ୩୦ରେ ସେ ସୋରଡାରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଏହା ପରେ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ସାମିଲ…

Read More

ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହୋଇସାରିଛି। ମତଦାନ ପରେ ଇଭିଏମ୍‌ଗୁଡ଼ିକୁ ବିଭିନ୍ନ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି। ପ୍ରଥମ ସ୍ତରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଓ ଦ୍ୱିତୀୟ ସ୍ତରରେ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ଏହି ଷ୍ଟ୍ରଙ୍ଗ୍‌ରୁମ୍‌ଗୁଡ଼ିକ ରହିଛନ୍ତି। ସିସିଟିଭି ମନିଟରିଂ ମଧ୍ୟ ଜାରୀ ରହିଛି। ନିର୍ବାଚନରେ ପ୍ରତିଯୋଗିତା କରିଥିବା ପ୍ରାର୍ଥୀମାନଙ୍କ ପ୍ରତିନିଧିମାନେ ମତଗଣନା ପର୍ଯ୍ୟନ୍ତ ଏଠାରେ ଉପସ୍ଥିତ ରହିବାର ବ୍ୟବସ୍ଥା ରହିଛି। ମତଗଣନା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ସମସ୍ତ ଷ୍ଟ୍ରଙ୍ଗ୍‌ରୁମ୍‌ ସିଏପିଏଫ୍‌ (CAPF) ସୁରକ୍ଷା ବଳୟ ମଧ୍ୟରେ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚିତ…

Read More

ଭୁବନେଶ୍ବର: ଆଜି କେନ୍ଦ୍ରାପଡାରେ ଧୂମଧଡାକ ପ୍ରଚାର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ସେଠାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ସିଧା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ବୋଲି ଏକ ଗୁଜବ ସୃଷ୍ଟି କରି ରାଜନୀତି କରୁଛନ୍ତି ବୈଜୟନ୍ତ ପଣ୍ଡା। ହେଲେ ରାଜନୀତିରେ ତାହାକୁ କେବେ ଲୋକେ ପସନ୍ଦ କରିବେ ନାହିଁ। ଏପରି ଗୁଜବ ପ୍ରଚାରରୁ ଦୂରେଇ ରହିବା ପାଇଁ ମହାପ୍ରଭୃ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି। ସେ କହିଛନ୍ତି ଯେ, ଗତଥର କେନ୍ଦ୍ରାପଡାବାସୀ ବୈଜୟନ୍ତଙ୍କୁ ଲକ୍ଷାଧିକ ଭୋଟରେ ପରାସ୍ତ କରିଥିଲେ। ଏଥର ମଧ୍ୟ ତାଙ୍କୁ ତାହାଠାରୁ ଆହୁରି ଅଧିକ ଭୋଟରେ ପରାସ୍ତ କରିବେ ବୋଲି ପାଣ୍ଡିଆନ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ଶ୍ରୀ ପଣ୍ଡା ଏକଦା ମୁଖ୍ୟମନ୍ତ୍ରୀଙ୍କ ବେଶ ପାଖଲୋକ ଥିଲେ। ଏପରି କ୍ଷେତ୍ରରେ ଆପଣ କିପରି ମୁଖ୍ୟମନ୍ତ୍ରୀଙ୍କ ନାମରେ ଗୁଜବ କରିପାରୁଛନ୍ତି ବୋଲି ପାଣ୍ଡିଆନ…

Read More

ବ୍ରହ୍ମପୁର: ତେଜିଲା ବ୍ରହ୍ମପୁର ରାଜନୀତି। ଗତକାଲି ରାତିରେ ବ୍ରହ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହେଲେ ବିଧାନସଭା ପ୍ରାର୍ଥୀ ଶିବ ଦାସ। ଗତକାଲି ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାସଙ୍କ ଅଞ୍ଚଳରେ ଭୋଟି ଚାଲିଛି ବୋଲି ଅଭିଯୋଗ ହେଲା। ତାହା ଜାଣିବା ପାଇଁ ପ୍ରଦୀପ ଗୋସାଣୀନୂଆଗାଁ ଯାଇଥିଲେ। ସେଠାରେ ଶିବ ଦାସ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସେହି ଗହଳି ଭିତରେ ଶିବ ଶଙ୍କର ଦାସ ପ୍ରଦୀପଙ୍କ ଛାତିକୁ ଶକ୍ତ ମୁଥା ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ପ୍ରଦୀପଙ୍କୁ ପ୍ରଥମେ ବ୍ରହ୍ମପୁର ହସପିଟାଲ ଏବଂ ଆଜି ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଅଭିଯୋଗରେ ପୋଲିସ ଶିବଙ୍କୁ ଥାନାରେ ଅଟକ ରଖିଥିଲା। ତେବେ ଆଜି ତାଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଚୁଡାନ୍ତ ମତଦାନ ହାର ଘୋଷଣା ହୋଇଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏହା ଘୋଷଣା କରାଯାଇଛି। ସେହି ଅନୁସାରେ ରାଜ୍ୟର ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ହେଉଛି ୭୩.୯୭ ପ୍ରତିଶତ। ସେହିପରି ଅନ୍ୟାନ୍ୟ ସ୍ଥାନରେ ମତଦାନ ହାର ହେଲା.. ନବରଙ୍ଗପୁରରେ ୮୦.୨୨ ପ୍ରତିଶତ କୋରାପୁଟରେ ୭୬.୯୮ପ୍ରତିଶତ କଳାହାଣ୍ଡିରେ ୭୫.୭୧ ପ୍ରତିଶତ ବ୍ରହ୍ମପୁରରେ ୬୩.୩୪ ପ୍ରତିଶତ ନୂଆପଡ଼ାରେ ୭୩.୮୭ ପ୍ରତିଶତ ଭବାନୀପାଟଣାରେ ୭୩.୮୦ ପ୍ରତିଶତ ବିଷମକଟକରେ ୭୭.୯୩ ପ୍ରତିଶତ ଛତ୍ରପୁରରେ ୬୩.୨୦ ପ୍ରତିଶତ ଚିକିଟିରେ ୬୩.୨୧ ପ୍ରତିଶତ ଚିତ୍ରକୋଣ୍ଡାରେ ୭୪.୦୮ ପ୍ରତିଶତ ଡାବୁଗାଁରେ ୮୫.୨୦ ପ୍ରତିଶତ ଧର୍ମଗଡ଼ରେ ୭୮.୮୫ ପ୍ରତିଶତ ଦିଗପହଣ୍ଡିରେ ୬୨.୭୩ ପ୍ରତିଶତ ଗୋପାଳପୁରରେ ୬୦.୪୧ପ୍ରତିଶତ ଗୁଣପୁରରେ ୭୨.୫୩ ପ୍ରତିଶତ ଜୟପୁରରେ ୭୭.୪୮ ପ୍ରତିଶତ ଝରିଗାଁରେ ୮୪.୨୨ ପ୍ରତିଶତ ଜୁନାଗଡ଼ରେ ୭୮.୯୦ ପ୍ରତିଶତ ଖରିଆରରେ ୭୬ ପ୍ରତିଶତ କୋରାପୁଟରେ ୭୬.୨୮ ପ୍ରତିଶତ କୋଟପାଡ଼ରେ ୮୩.୯୨ ପ୍ରତିଶତ ଲକ୍ଷ୍ମୀପୁରରେ…

Read More

ଭୁବନେଶ୍ବର: ଗତକାଲି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ 4ଟି ଲୋକସଭା ଏବଂ 28ଟି ବିଧାନସଭାରେ ନିର୍ବାଚନ ହୋଇଛି। ତେବେ ଭୋଟ ଗ୍ରହଣ ପରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ଚାଲିଛି ଅଙ୍କକଷା। ଏହା ଭିତରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଫଳାଫଳକୁ ନେଇ ଆସିଛି ଏକ ତଥ୍ୟ। ଏଥିରେ ସେ ଲୋକସଭା ଏବଂ ବିଧାନସଭାରେ ବିଜେଡି କେତେ ସିଟ ପାଇବ ତାହା କହିଛନ୍ତି। ପାଣ୍ଡିଆନଙ୍କ ତଥ୍ୟ ଅନୁସାରେ ଓଡିଶାରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ 4ଟି ଲୋକସଭା ଆସନରୁ ବିଜେଡି ସବୁ ଆସନରେ ବିଜୟଲାଭ କରିବ। ସେହିପରି 28ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି 24 ଆସନରେ ବିଜୟଲାଭ କରିବ ବୋଲି ସେ କହିଛନ୍ତି। ବାକି ଚାରିଟି ଆସନ ମଧ୍ୟରୁ ବିଜେପି 2 ଏବଂ କଂଗ୍ରେସ 2 ଟି ଆସନ ପାଇବ ବୋଲି କୁହାଯାଇଛି। ସେ କହିଛନ୍ତି ଯେ, ଗତ ନିର୍ବାଚନରେ ଆମେ…

Read More

ଭୁବନେଶ୍ବର: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥି ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧିକ ଚିକିତ୍ସାପାଇଁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ପିଞ୍ଜରାହାଡରେ ମାଡ ହୋଇଥିବାର ଜଣାପଡିଛି। ଗତକାଲି ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରୁ ଆଜି ସକାଳେ ତାଙ୍କୁ ଭୁବନେଶ୍ବର ଏମସ ସ୍ଥାନାନ୍ତରିତ କରାଯାଇଛି। ଗତକାଲି ବ୍ରହ୍ମପୁରର ଗୋସାଣିନୂଆଗାଁରେ ପ୍ରଦୀପ ପାଣିଗ୍ରାହୀ ଏବଂ ସ୍ବାଧୀନ ପ୍ରାର୍ଥୀ ଶିବ ଦାସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସେଠାରେ ରାତି ସାତଟା ପର୍ଯ୍ୟନ୍ତ ଭୋଟିଂ ଚାଲିଥିବାରୁ ତାହା ତଦାରଖ କରିବା ପାଇଁ ପ୍ରଦୀପ ସେଠାକୁ ଯାଇଥିଲେ। ଏ ନେଇ ଖୋଳତାଡ କରିବାକୁ ଶିବ ପାଣିଗ୍ରାହୀ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ପରେ ପୋଲିସ ଶିବଙ୍କୁ ସେଠାରୁ କାବୁ କରି ଥାନାକୁ ନେଇଯାଇଥିଲେ। ହେଲେ ରାତିରେ ଶିବ ସମର୍ଥକ ଥାନା ଘେରାଉ କରି ତାଙ୍କୁ ଛାଡିଦେବା ପାଇଁ ଦାବୀ କରିଥିଲେ। ଏହି ଘଟଣା ପରେ ବ୍ରହ୍ମପୁରରେ ଉତ୍ତେଜନା ପ୍ରକାଶ ପାଇଛି।

Read More

ଭୁବନେଶ୍ବର: ଏକ ସାମ୍ବାଦିକ ସମ୍ମିଳନୀରେ ମହାପ୍ରଭୃଙ୍କ ନାମରେ ମିଛ କହିଥିବା କଥାକୁ ଧରାପକାଇଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏ ନେଇ ନିଜେ ପାଣ୍ଡିଆନ ଏକ ଭିଡିଓ ଜାରୀ କରି କେନ୍ଦ୍ରମନ୍ତ୍ରୀଙ୍କ ମିଛକୁ ଧରାପକାଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଥିଲେ ଯେ, ନବେକଳବର ପାଇଁ କେନ୍ଦ୍ର ସରକାର 50 କୋଟି ଟଙ୍କା ଟ୍ରେଜେରୀରେ ଡିପୋଜିଟ କରିଆସିଛି। ହେଲେ ତାହାକୁ ରାଜ୍ୟ ସରକାର ଖର୍ଚ୍ଚ କଲେ ନାହିଁ। ହେଲେ ଏହା ସଂପୂର୍ଣ୍ଣ ମିଛ ବୋଲି ପାଣ୍ଡିଆନ କହିଛନ୍ତି। କେନ୍ଦ୍ର ସରକାରଙ୍କ ଏକ ଚିଠି ଦେଖାଇ ସେ କହିଛନ୍ତି ଯେ, 50 କୋଟି ନୁହେଁ କେନ୍ଦ୍ର ସରକାର 10 କୋଟି ଅନୁମୋଦ କରିଥିଲେ। ତାହା ପର୍ଯ୍ୟଟନ ବିକାଶ ପାଇଁ ଅନୁମୋଦ ହୋଇଥିଲା। ହେଲେ ମିଳିଲା ମାତ୍ର 6 କୋଟି 50 ଲକ୍ଷ ବୋଲି ପାଣ୍ଡିଆନ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ଅନ୍ତତଃ…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ସଂଗଠନକୁ ମଜବୁତ କରିବା ପାଇଁ ନେତାମାନଙ୍କୁ ନୂଆନୂଆ ଦାୟିତ୍ବ ପ୍ରଦାନ କରିବାରେ ଲାଗିଛି। ସେହି ଅନୁସାରେ ପୁରୀ ଜିଲ୍ଲାପାଇଁ ଦଳ 27 ଜଣ ନେତାଙ୍କ ନୂଆ ଦାୟିତ୍ବ ପ୍ରଦାନ କରିଛି। ସେମାନେ ହେଲେ ସେହିପରି ଶ୍ରୀ ସୌମ୍ୟକାନ୍ତ ଜେନା ଏବଂ ମଣ୍ଟୁ ଜେନାଙ୍କୁ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦ କ୍ରମେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପିର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ଶ୍ରୀ କାହ୍ନୁ ଚରଣ ଦାସଙ୍କୁ ଯାଜପୁର ଲୋକସଭା ସଂଯୋଜକ ଶ୍ରୀ ନିର୍ମଳ କୁମାର ଦାସଙ୍କୁ ବାଙ୍କୀ ବିଧାନସଭା ପ୍ରଭାରୀ ସରୋଜ ମତଗଜସିଂହଙ୍କୁ ବାଙ୍କୀ ବିଧାନସଭା ସଂଯୋଜକ ଶ୍ରୀ ସିକନ୍ଦର ଅଲ୍ଲିଙ୍କୁ ଆଠଗଡ ବିଧାନସଭା ପ୍ରଭାରୀ ପ୍ରକାଶ ବଡଜେନାଙ୍କୁ ବଡମ୍ବା ବିଧାନସଭା ପ୍ରଭାରୀ ସରୋଜ ରାଣାଙ୍କୁ ବଡମ୍ବା ବିଧାନସଭା ସଂଯୋଜକ ସତ୍ୟଜିତ୍ ମଲ୍ଲିକ କଟକ ସଦର ବିଧାନସଭା ପ୍ରଭାରୀ ଲିଙ୍ଗରାଜ ମଲ୍ଲିକଙ୍କୁ ସାଲେପୁର ବିଧାନସଭା ପ୍ରଭାରୀ ଚୌଧୁରୀ ହେମନ୍ତ ସାହୁଙ୍କୁ ସାଲେପୁର ବିଧାନସଭା ସଂଯୋଜକ ଅଶିତ୍ ମହାନ୍ତିଙ୍କୁ ମାହାଙ୍ଗା ବିଧାନସଭା ପ୍ରଭାରୀ ସୁବାଷ ମହାନ୍ତିଙ୍କୁ ବାରବାଟୀ ବିଧାନସଭା ସହପ୍ରଭାରୀ ସୁଶାନ୍ତ ସ୍ୱାଇଁଙ୍କୁ ନିମାପଡା ବିଧାନସଭା ସଂଯୋଜକ ମଣ୍ଡଳ ସଭାପତି ଅରୁଣ ମହାପାତ୍ର କଟକ ଜିଲ୍ଲା ବସନ୍ତପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କୁ କଟକ ଜିଲ୍ଲା ନରସିଂହପୁର ମଣ୍ଡଳ…

Read More

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ବିଜେଡି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଡ଼ଃ ସସ୍ମିତ ପାତ୍ର ସମ୍ବୋଧନ କରି କହିଥିଲେ, ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରାୟ ଶେଷ ହେବା ପରେ ଯେଉଁ ଫିଡବ୍ୟାକ୍ ଆସୁଛି, ତାହା ଅନୁଯାୟୀ ଗୋଟିଏ କଥା ସ୍ପଷ୍ଟ, ବିଜୁ ଜନତା ଦଳ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛି । ୨୦୧୯ ନିର୍ବାଚନ ତୁଳନାରେ ୨୦୨୪ରେ ପ୍ରଦର୍ଶନ ଆହୁରି ଭଲ ରହୁଛି। ପ୍ରଥମ ପର୍ଯ୍ୟାୟରେ ଦଳ ୯୦ ପ୍ରତିଶତରୁ ଅଧିକ ଆସନରେ ବାଜିମାତ୍ କରୁଛି। ଏଥିପାଇଁ ଆମେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛୁ। ଏହାହିଁ ଦର୍ଶାଉଛି ଯେ ଆଗାମୀ ସମସ୍ତ ପର୍ଯ୍ୟାୟରେ ବିଜୁ ଜନତା ଦଳ ଉଲ୍ଲେଖନୀୟ ସଫଳତା ପାଇବ ଓ ସାଢେ ୪ କୋଟି ଓଡିଶାବାସୀଙ୍କ ସେବାରେ ନିୟୋଜିତ ରହିବ।

Read More

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା ଓ ତାଳଚେରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତ। ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଏବଂ ବିଧାନ ସଭା ପ୍ରାର୍ଥୀ ଶ୍ରୀ ମହେଶ ସାହୁ, ଡଃ ନୃସିଂହ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ବ୍ରଜ କିଶୋର ପ୍ରଧାନ ଓ ମୁକେଶ ପାଳଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଅନୁରୋଧ କରିଛନ୍ତି। ଆଜିର ଜନସଭାଗୁଡ଼ିକରେ ବିଜେପି ଦଳ ଉପରେ ଶାଣିତ ଆକ୍ରମଣ କରି ଦଳର ମୁଖା ଖୋଲିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ରମନ୍ତ୍ରୀଙ୍କ ସବୁ ଛଳନାକୁ ଲୋକଙ୍କ ସାମନାରେ ଖୋଲିଛନ୍ତି ଶ୍ରୀ ପାଣ୍ଡିଆନ। ତାଳଚେରରେ ଏକ ବିଶାଳ ଜନସଭାରେ ସେ କହିଲେ କୋଇଲା ରୟାଲଟି ବିଷୟ ଉଠିଲେ କେନ୍ଦ୍ରମନ୍ତ୍ରୀ ରାଗୁଛନ୍ତି। କହୁଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ବହୁତ ପଇସା ମିଳୁଛି,…

Read More