ନୂଆଦିଲ୍ଲୀ: ଶେଷରେ ଘୋଷଣା ହେଲା ପଦ୍ମଶ୍ରୀ ପୁରସ୍କାର। ଆଜି କେନ୍ଦ୍ର ସରକାରଙ୍କ ତରଫରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡିଶାରୁ ମୋଟ ଚାରିଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି। ସେମାନେ ହେଲେ 1- ଅଦୈତ୍ୟ ଗଡନାୟକ- କଳା 2- ଅଶୋକ କୁମାର ମହାପାତ୍ର- ମେଡିସିନ 3- ଦୁର୍ଗା ଚରଣ ରଣଭୀର- ଓଡିଶୀ 4- ପ୍ରତିଭା ଶତପଥୀ- ସାହିତ୍ୟ ଓ ଶିକ୍ଷା ଏଥର ମୋଟ 7 ଜଣଙ୍କୁ ପଦ୍ମବିଭୂଷଣ, 19 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନିତ କରାଯାଇଛି।
Author: Samikhsya Bureau
ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମର ୨୦୭ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ (ବୋର୍ଡ ଅଫ୍ ଡାଇରେକ୍ଟର୍ସ ) ବୈଠକ ଗତ ୨୪ ତାରିଖ ଶୁକ୍ରବାର ଦିନ ଉନ୍ନୟନ କମିଶନର ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏଲ୍ଆଇସିର ଅଧ୍ୟକ୍ଷ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଏଲଆଇସିର ପରିଚାଳନା ନିର୍ଦ୍ଦେଶକ ତଥା ବୋର୍ଡର ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର କରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକରେ ଆଲୋଚନା ପୂର୍ବକ ପରିଷଦ ଦ୍ୱାରା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି l କନ୍ଧମାଳ ଜିଲ୍ଲାରେ ୫୦୦ ଟି, ମୟୂରଭଞ୍ଜ ଜିଲ୍ଲାରେ ୬୦୦ ଟି, ଦେବଗଡ଼ ଜିଲ୍ଲାରେ ୩୦୦ଟି , କୋରାପୁଟ ଜିଲ୍ଲାରେ ୭୦୦ ଟି , ନବରଙ୍ଗପୁର ଜିଲ୍ଲାରେ ୧୦୦୦ ଟି ଏବଂ ନୂଆପଡ଼ା ଜିଲ୍ଲାରେ ୧୦୦୦ ସଂଖ୍ୟକ ସୋଲାର ଡିପ୍ ବୋରୱେଲ ସ୍ଥାପନ ପାଇଁ ଟେଣ୍ଡର ପ୍ରସ୍ତାବକୁ ବୋର୍ଡ…
ଭୁବନେଶ୍ବର: ଜାନୁଆରୀ ୨୫, ୨୦୨୫ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ଘୋଷଣା କରିବାକୁ ଯାଉଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରେ ପଦ୍ମ ପୁରସ୍କାରଗୁଡ଼ିକ ତିନୋଟି ବର୍ଗରେ ପ୍ରଦାନ କରାଯାଏ – ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ନାଗରିକ ସେବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଏ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଭାରତର ରାଷ୍ଟ୍ରପତି ଏହି ପୁରସ୍କାର ଘୋଷଣା କରନ୍ତି। ପଦ୍ମ ପୁରସ୍କାର ମଧ୍ୟରେ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣ, ଅସାଧାରଣ ଏବଂ ବିଶିଷ୍ଟ ସେବା ପାଇଁ, ଉଚ୍ଚ ସ୍ତରର ବିଶିଷ୍ଟ ସେବା ପାଇଁ ପଦ୍ମ ଭୂଷଣ ଏବଂ ଯେକୌଣସି କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଏ।
ଭୁବନେଶ୍ବର: ବିଭିନ୍ନ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କରିଛି ରାଜ୍ୟ ବିଜେପି। ସେହି ଅନୁସାରେ ବିଭିନ୍ନ ଜିଲ୍ଲାର ସଭାପତି ହେଲେ ଗଞ୍ଜାମ : ସରୋଜ ସାବତ ବଲାଙ୍ଗୀର : ଶ୍ରୀବତ୍ସ ବେହେରା ପୁରୀ: ଦେବେନ୍ଦ୍ର ତରାଇ ସୁନ୍ଦରଗଡ଼ : ଗିରିଶ ସାହୁ ଢେଙ୍କାନାଳ : ରାହାସ ବିହାରୀ ବେହେରା କେନ୍ଦ୍ରାପଡ଼ା : ଶଶାଙ୍କ ଶେଖର ସେଠି ବାଲେଶ୍ୱର : ଈଶ୍ୱର ଚନ୍ଦ୍ର ବେହେରା କଟକ ନଗର : ସୁକାନ୍ତ ବିଶ୍ୱାଳ କଳାହାଣ୍ଡି : ଯୁଗଳ ପୋଢ଼ ମୟୁରଭଞ୍ଜ ( ରାଇରଙ୍ଗପୁର ) : ଜୁରିଲାଲ ମହନ୍ତ ଦେବଗଡ଼ : ଅରୁଣ କୁମାର ସାହୁ ବିଜେପି ଦୁଇଟି ପର୍ଯ୍ୟାୟରେ ଏହି ସଭାପତିଙ୍କ ନାମ ଘୋଷଣା କରିବ। ବାକି ଜିଲ୍ଲାର ସଭାପତିଙ୍କ ନାମ ଖୁବ ଶିଘ୍ର ଘୋଷଣା ହେବ।
ଭୁବନେଶ୍ୱର: ରାଜଭବନରେ ଜାତୀୟ ମତଦାତା ଦିବସ ସଂପର୍କିତ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଅଭିଷେକ ହଲ୍ଠାରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ ରାଜଭବନର ଅଧିକାରୀ/ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖ ଦିନ ଜାତୀୟ ମତଦାତା ଦିବସ ପାଳନ ହୋଇଥାଏ । ଚଳିତ ବର୍ଷ ଜାନୁଆରୀ ୨୫ ତାରିଖ ସରକାରୀ ଛୁଟି ପଡ଼ୁଥିବାରୁ ଭାରତର ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ ରାଜଭବନରେ ଚଳିତ ଜାନୁଆରୀ ମାସ ୨୪ ତାରିଖ ଦିନ ଜାତୀୟ ମତଦାତା ଦିବସ ସଂପର୍କିତ ଶପଥ ପାଠ କରାଯାଇଥିଲା । ଦେଶର ଗଣତାନ୍ତ୍ରିକ ପରଂପରାର ମର୍ଯ୍ୟାଦା ବଜାୟ ରଖିବା, ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା, ନିର୍ଭୀକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର…
ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୩ ଜାନୁୟାରୀ ୨୦୨୫ ରେ ପାନଆଇଆଇଟି ୱାର୍ଲ୍ଡ ଅଫ୍ ଟେକ୍ନୋଲୋଜି (ପିଆଇଡବ୍ଲୁଓଟି ) ସାଟେଲାଇଟ୍ ସମ୍ମିଳନୀ ଆୟୋଜନ କରିଥିଲା। ଶିଳ୍ପ, ଏକାଡେମୀ ଏବଂ ସରକାରୀ କ୍ଷେତ୍ର ଶିଳ୍ପ ଏବଂ ଏକାଡେମୀ ମଧ୍ୟରେ ଏକ ସହଯୋଗୀ ଆଭିମୁଖ୍ୟ ବଢାଇବା ଉଦ୍ଦେଶ୍ୟରେ ଆଇଆଇଟି ଆଲୁମିନି ଆସୋସିଏସନ୍, ହ୍ୱିଲ୍ସ ଗ୍ଲୋବାଲ୍ ଫାଉଣ୍ଡେସନ୍ ଇଣ୍ଡିଆ ଏବଂ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ (ସିଆଇଆଇ) ମିଳିତ ଭାବେ ଏହି ସମ୍ମିଳନୀ ଆୟୋଜନ କରିଥିଲେ। ଉଦ୍ଘାଟନୀ ଅଧିବେଶନରେ ହ୍ୱିଲ୍ସ ଗ୍ଲୋବାଲ ଫାଉଣ୍ଡେସନ ଇଣ୍ଡିଆର ସଭାପତି ଶ୍ରୀମତୀ ସୁଜତା ରୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପିଆଇଡବ୍ଲୁଟି ସାଟେଲାଇଟ୍ ସମ୍ମିଳନୀର ମହତ୍ତ୍ୱ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମାଲକର ତାଙ୍କ ଅଭିଭାଷଣରେ ଶିକ୍ଷା ଏବଂ ଅନୁସନ୍ଧାନ ବାହାରେ ଆଇଆଇଟିର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। “ଆଇଆଇଟି ବର୍ତ୍ତମାନ ଗବେଷଣା ଏବଂ ନବସୃଜନ…
ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଜାନୁଆରୀ ୨୪ ତାରିଖରେ ଦେଶବ୍ୟାପୀ କନ୍ୟା ସନ୍ତାନଙ୍କ ମହତ୍ୱ ଓ ଗୁରୁତ୍ୱ ସମ୍ପର୍କରେ ଅଧିକରୁ ଅଧିକ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଆସୁଛି । ଲିଙ୍ଗଗତ ଭେଦଭାବ ଓ ଲିଙ୍ଗ ଚୟନ ଓଡ଼ିଶାର ଜନସଂଖ୍ୟା ଧାରାକୁ ପ୍ରଭାବିତ କରୁଛି ତେଣୁ ଏହା ଏକ ଚିନ୍ତାର ବିଷୟ । ଏହି ସମସ୍ୟାର ସମାଧାନ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିବିଧ ପଦକ୍ଷେପ ନିଆଯାଉଛି । ଜାତୀୟ ବାଳିକା ସପ୍ତାହ (ଜାନୁଆରୀ ୧୮ରୁ ୨୪) ପାଳନକୁ ସମଗ୍ର ରାଜ୍ୟରେ ପ୍ରୋତ୍ସାହିତ କରାଯାଉଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଚଳିତ ସପ୍ତାହରେ ସମାଜରେ ଏ ସମ୍ପର୍କିତ ସଚେତନତା ଓ ଜାଗରଣକୁ…
ଭୁବନେଶ୍ବର: ଓଡିଶାର ୫୭ ଜଣିଆ ପ୍ରତିନିଧୀ ଦଳ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ମହାରାଷ୍ଟ୍ର ନାସିକସ୍ଥିତ ସହ୍ୟାଦ୍ରୀ ଫାର୍ମରେ ପାଞ୍ଚଦିନିଆ ପ୍ରଶିକ୍ଷଣ ନେବାକୁ ଯାଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ମିଶନ୍ ଶକ୍ତି, ସହିତ ଅନ୍ୟ ୫ ଟି ଟିମ୍ ର କୃଷକ ଉତ୍ପାଦକ ଗୋଷ୍ଠୀ ପ୍ରତିନିଧି ଏଥିରେ ସାମିଲ ଅଛନ୍ତି। ନାସିକସ୍ଥିତ ଏହି ଫାର୍ମ କୌଣସି ସରକାରୀ ସହାୟତା ବିନା ମାତ୍ର ୧୧ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇ ଆଜିର ସମୟରେ ୨୦୦୦ କୋଟିରୁ ଉର୍ଦ୍ଧ୍ବର ବାର୍ଷିକ ଆୟ କରୁଛି । ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ, ‘ଏଠାରୁ ଯେଉଁ ଜ୍ଞାନ କୌଶଳ ସବୁ ଆପଣମାନେ ଶିଖିକରି ଫେରିବେ, ଓଡ଼ିଶା ଯାଇ ତାହାର ଉପଯୋଗ କରନ୍ତୁ। ଓଡ଼ିଶାର କୃଷି ଅର୍ଥନୀତିକୁ ଆହୁରି ସଶକ୍ତ କରିବାରେ ସହଭାଗୀ ହୁଅନ୍ତୁ ।’ ଆହୁରି ମଧ୍ୟ, ଆଗାମୀ ଦିନରେ…
ଭୁବନେଶ୍ବର: ଗତ ବର୍ଷ ପରି ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାକୁ ଲୋକାଭିମୁଖୀ କରିବା ପାଇଁ ଆମ ସରକାର ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜନସାଧାରଣଙ୍କଠାରୁ ବହୁମୂଲ୍ୟ ମତାମତ ଆହ୍ୱାନ କରିଛନ୍ତି । ବିଭିନ୍ନ ମାଧ୍ୟମରେ ଆସୁଥିବା ଏହି ପରାମର୍ଶ ଗୁଡିକୁ ଅନୁଧ୍ୟାନ ଓ ତର୍ଜମା କରି ଚଳିତ ବଜେଟ୍ ରେ ସ୍ଥାନୀତ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଆୟୋଜିତ ପ୍ରାକ୍ ବଜେଟ୍ ଆଲୋଚନା ବୈଠକରେ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ପ୍ରାକ୍ ବଜେଟ୍ ପରାମର୍ଶ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।…
ଭୁବନେଶ୍ବର: କାଲି ଯିଏ ଦଳକୁ ଆସିଛି, ଆଜି ସିଏ ସର୍ବେସର୍ବା ଭାବୁଛି। ଏହା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟ। ଗତକାଲି ତାଙ୍କ ଘରେ ବିଜେଡିର ବହୁ ପୂର୍ବତନ ବିଧାୟକ ତଥା ବିଧାୟକ ଏକାଠି ହୋଇଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଦେବାଶୀଷ ଏହା କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଦଳକୁ ଯୁବ ନେତାମାନେ ଆଗକୁ ନେବେ। ସେମାନେ ମଙ୍ଗ ଧରିବେ। ଆମର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବେ ବୋଲି ଦେବାଶୀଷ କହିଛନ୍ତି। ଆପଣଙ୍କ ଘରେ କାହିଁକି ମେଳି କରିଥିଲେ ବୋଲି ପଚାରିବାରୁ ସେ କହିଥିଲେ ଯେ, ଯୁବ ପିଢୀଙ୍କୁ ନେଇ ଦଳ କିପରି ଆଗକୁ ଯିବ ସେ ନେଇ ଆଲୋଚନା କରୁଥିଲୁ। ଗତକାଲି ନେତାଜୀ ଜୟନ୍ତି ଅବସରରେ ବିଜେଡି ତରଫରୁ କଟକରେ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଦେବାଶୀଷ ସାମନ୍ତରାୟଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି…
ଭୁବନେଶ୍ବର: ସଂସଦର ବଜେଟ ଅଧିବେସନ ଆସନ୍ତା ଜାନୁଆରୀ 31 ତାରିଖରୁ ଆରମ୍ଭ ହେବ। ଫଳରେ ଏଥର ରାଜ୍ୟସଭାରେ ବିଜେଡି କି ପ୍ରକାରର ଭୂମିକା ନେବ ସେ ନେଇ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଏହି ସଂସଦୀୟ ଦଳର ବୈଠକ ନବୀନ ନିବାସରେ ଆସନ୍ତା 28 ତାରିଖରେ ହେବ। ବର୍ତ୍ତମାନ ବିଜେଡିର କେବଳ ରାଜ୍ୟସଭାରେ ମାତ୍ର ସାତ ଜଣ ସଦସ୍ୟ ରହିଛନ୍ତି। ଏହିମାନଙ୍କୁ ନବୀନ ଦଳର କଣ ଆଭିମୁଖ୍ୟ ରହିବ ସେନେଇ ଗୁରୁମନ୍ତ୍ର ପ୍ରଦାନ କରିବେ। ତେବେ ବିଭିନ୍ନ ସମୟରେ ବିଜେପିକୁ ସମର୍ଥନ ଦେଇ ଆସିଥିବା ବିଜେଡି ଏଥର ମଧ୍ୟ ତାହା ହିଁ କରିବ ବୋଲି ଜଣାପଡିଛି।
ଭୁବନେଶ୍ବର: ଖୋଦ ରାଜଧାନୀରେ ଚୋରମାନେ କେତେ ସକ୍ରିୟ ଆଜିର ଏକ ଘଟଣାରୁ ଜଣାପଡିଛି। ଭୁବନେଶ୍ବରର ସାମାନ୍ତରାପୁର ଶ୍ରୀରାମନଗରରେ ଥିବା ଏକ ଏଟିଏମକୁ ଉଠାଇ ନେଇ ସେଥିରୁ ସମସ୍ତ ଟଙ୍କା ନେଇଯାଇଥିବା ଜଣାପଡିଛି। ଏହାପରେ ପୋଲିସ ସିସିଟିଭି ଫୁଟେଜ ଆଧାର କରି ଛାନଭିନ୍ନ ଆରମ୍ଭ କରିଛି। ତେବେ ଘଟଣାରୁ ଜଣାପଡିଛି ସାମନ୍ତରାପୁରରେ ଥିବା ଏକ ଏସବିଆଇ ଏଟିଏମକୁ ଚୋରମାନେ ତାଡି ପଇସା ନେବାକୁ ଚେଷ୍ଠା କରିଥିଲେ। ହେଲେ ସେଠାରେ ତାହା ଭାଙ୍ଗିବା ସମ୍ଭବ ହୋଇ ନ ପାରିବାରୁ ସେମାନେ ଏକ ଡାଲା ଅଟୋରେ ତାହାକୁ ଉଠାଇ ନେଲେ। ସେମାନେ ବାହାରେ ତାହା ଭାଙ୍ଗି ପ୍ରାୟ ଦଶ ଲକ୍ଷ ଟଙ୍କା ନେଇଯାଇଛନ୍ତି। ପରେ ସେମାନେ ସେହି ଭଙ୍ଗା ଏଟିଏମ ଏବଂ ଅଟୋକୁ ଗଙ୍ଗୁଆ ନାଳରେ ପକାଇଦେଇଛନ୍ତି। ପୋଲିସ ଗଙ୍ଗୁଆ ନାଳରୁ ଏଟିଏମ ଖଣ୍ଡକୁ ଓ ଅଟୋକୁ ଉଦ୍ଧାର କରିବା ସହିତ ଏହାଉପରେ ଅଧିକ ତଦନ୍ତ କରୁଛି। ଅନ୍ୟପଟେ ଅଟୋ ମାଲିକ ଗାଡି ଚୋରି ହୋଇଥିବା…
କଟକ: ନେତାଜୀ ଥିଲେ ଅଦମ୍ୟ ସାହସର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ଜନ୍ମର 100 ବର୍ଷ ପରେ ମଧ୍ୟ ଯେତେବେଳେ ସଂଗ୍ରାମ ଓ ଦେଶାତ୍ମବୋଧର ଆଲୋଚନା ହୁଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ସର୍ବାଗ୍ରେ ରହିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଠାରେ ପରାକ୍ରମ ଦିବସ ପାଳନ ଅବସରରେ କହିଛନ୍ତି । ବାରବାଟୀ ଦୁର୍ଗର ସତ୍ୟବ୍ରତ ଷ୍ଟାଡିୟମ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ପରାକ୍ରମ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବ୍ରିଟିଶ ଶାସନ ବିରୋଧରେ ନେତାଜୀଙ୍କ ବୀରତ୍ୱ ଓ ଯୁଦ୍ଧ କୌଶଳ ଦେଶର ସ୍ୱାଧୀନତା ପାଇଁ ଏକ ମୁଖ୍ୟ କାରଣ ଥିଲା । ଏହି ବୀର ଜନନାୟକଙ୍କୁ ସମ୍ମାନ ଅର୍ପଣ କରିବା ପାଇଁ ତାଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ…
ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ଫେବୃୟାରୀ 13 ତାରିଖରୁ ଆରମ୍ଭ ହେବ। ତେବେ ତାପୂର୍ବରୁ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ବୟାନ ବାଜି ଆରମ୍ଭ ହୋଇଯାଇଛି। ବିଶେଷ କରି ବାଚସ୍ପତି ସୁରମା ପାଢୀଙ୍କ ଏକ ମନ୍ତବ୍ୟକୁ ନେଇ ଚେଇଁ ଉଠିଛି ବିଜେଡି। ବାଚସ୍ପତିଙ୍କ ଏପରି ବିବୃତି ହାସ୍ୟସ୍ପଦ ବୋଲି ଦଳ କହିଛି। ଆଜି ବାଚସ୍ପତି ସୁରମା ପାଢୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏଥର ବିଧାନସଭାରେ ବିଶୃଙ୍ଖଳା କଲେ ବରଦାସ୍ତ କରାଯିବ ନାହିଁ। ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କହିବା ପରେ ବିଜେଡି ନେତା ତଥା ବିଧାୟକ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତି ଯାହା କହିଛନ୍ତି ତାହା ହାସ୍ୟସ୍ପଦ। ସେ ଗୃହ ପରିଚାଳନା କରିବେ। ଯଦି ଠିକ ଭାବରେ ପରିଚାଳନା କରିବେ ତେବେ କୌଣସି ବିଶୃଙ୍ଖଳା ହେବ ନାହିଁ। ତେଣୁ ନିଜେ ଠିକରେ ଗୃହ ପରିଚାଳନା କରିବା କଥା ନ କହି ଯିଏ ବିଶୃଙ୍ଖଳା କରିବ…
ଭୁବନେଶ୍ବର: ଦୀର୍ଘ ମାସ ଧରି ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କର ଏବେ ଶନି ଦଶା ଚାଲିଛି। କାରଣ ତାଙ୍କ ଉପରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଆକ୍ରମଣ କରାଯାଉଛି। ଦୀପାଳି ଯେପରି ଲହୁଲୁହାଣ ହେବେ ସେ ନେଇ ଯୋଜନା ବଦ୍ଧ ଭାବେ ତାଙ୍କ ପଛରେ ବିଭିନ୍ନ ସରକାରୀ ଏଜେନ୍ସିକୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅପମାନିତ ହେବା ପରି ଯେଉଁ କାର୍ଯ୍ୟ କରାଯାଉଛି ତାହା ହେଲା ତାଙ୍କ ବାପା ନବ ଦାସଙ୍କ ହତ୍ୟାକାଣ୍ଡ। ଏହାକୁ ନେଇ ଦିନକୁ ଦିନ ରାଜନୈତିକ ବୟାନ ବାଜି ଚାଲିଛି। ବିଜେପି ନେତାମାନେ ଦୀପାଳି ଏବଂ ତାଙ୍କ ପରିବାରକୁ ଅପମାନିତ ହେବା ପରି ବୟାନ ଦେବାରେ ଲାଗିଛନ୍ତି। ଯାହାକୁ ନେଇ ଦୀପାଳିଙ୍କ ପରିବାର ବେଶ ମ୍ରିୟମାଣ ହେଉପଡୁଥିବାର ଅନୁମାନ କରାଯାଉଛି। ତେବେ ସବୁ ବୟାନବାଜିକୁ ବଳିପଡିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।…
ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି। ଯାହାର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି। ଆୟୋଗର କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବାର ତାରିଖଠାରୁ ଆରମ୍ଭ ହୋଇ ଛଅ ମାସ ଯାଏ ରହିବ। ପାଞ୍ଚ ସଦସ୍ୟ ବିଶିଷ୍ଟ ଏହି ଆୟୋଗରେ, ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ ସହ ଏକ୍ସଆଇଏମବି ପ୍ରଫେସର ଅସିତ୍ ରଞ୍ଜନ ମହାନ୍ତି, ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ପ୍ରଫେସର ଅମରେଶ ସାମନ୍ତରାୟ, ଟିଆଇଏସଏସର ଡଃ ବିଭୂପ୍ରସାଦ ନାୟକ, ଏବଂ ଅର୍ଥ ବିଭାଗର ଅତିରିକ୍ତ ସଚିବ ଡଃ ସତ୍ୟପ୍ରିୟ ରଥ ସଦସ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। କାର୍ଯ୍ୟ ଏବଂ ଦାୟିତ୍ୱ ରାଜ୍ୟ ଓ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ, ସହରାଂଚଳ ସ୍ୱାୟତ୍ତ ସଂସ୍ଥା, ଏବଂ ଟିକସ୍, ଟୋଲ୍ ଓ ଫିର ନିର୍ଦ୍ଧାରଣ ସମ୍ପର୍କରେ ଆୟୋଗ ସରକାରଙ୍କୁ ସୁପାରିଶ କରିବ। ଏହାସହିତ, ଆୟୋଗ ୨୦୨୬ ଏପ୍ରିଲ ପହିଲାରୁ ପାଞ୍ଚ ବର୍ଷ ପାଇଁ…
ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍ (ଆରସିପିଏଲ) ପକ୍ଷରୁ ଏସଆଇଏଲ ଫୁଡ୍ସ ବ୍ରାଣ୍ଡ ଅଧିଗ୍ରହଣ କରାଯାଇଥିବା ଘୋଷଣା କରାଯାଇଛି। ଉପଭୋକ୍ତା ଉତ୍ପାଦ କ୍ଷେତ୍ରରେ ନିଜର ସ୍ଥିତିକୁ ମଜବୁତ କରିବା ଏବଂ ଭାରତୀୟ ଐତିହ୍ୟ ବ୍ରାଣ୍ଡଗୁଡିକୁ ପୁନର୍ଜୀବିତ କରିବା ଦିଗରେ କମ୍ପାନୀର ରଣନୀତିର ଏହି ପଦକ୍ଷେପ ଏକ ଅଂଶ। ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ପାଇଁ ଲୋକପ୍ରିୟ ଏସଆଇଏଲ ଏବେ ଆରସିପିଏଲର ବିସ୍ତୃତ ସମ୍ଭାରର ଏକ ଅଂଶ ହେବ। ଏହି ଅବସରରେ ଆରସିପିଏଲ ସିଇଓ କେତନ ମୋଦି କହିଛନ୍ତି ଯେ “ଆମେ ଭବିଷ୍ୟତର ବ୍ୟବସାୟ ନିର୍ମାଣ କରିବା ବେଳେ ଭାରତର ସଂସ୍କୃତି ଏବଂ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧ। ଏସଆଇଏଲ ଫୁଡ୍ସର ଅଧିଗ୍ରହଣ ଆମକୁ ଭରତୀୟ ଖାଦ୍ୟ ଓ ଖାଦ୍ୟସାମଗ୍ରୀଗୁଡିକୁ ଉପଭୋକ୍ତାଙ୍କ ପାଖରେ ନୂତନ ତଥା ଅଭିନବ ଫର୍ମାଟରେ ପହଞ୍ଚାଇବାରେ ସହାୟକ ହେବ। ଆରସିପିଏଲ ଏସଆଇଏଲ ବ୍ରାଣ୍ଡର ଗୁଣବତ୍ତା ଏବଂ ବିତରଣ ନେଟୱାର୍କରେ ଉନ୍ନତି ଆଣିବ। ଏସଆଇଏଲ ଫୁଡ୍ସର ପରିଚାଳନା ନିର୍ଦ୍ଦେଶକ ଅଜୟ…
ଭୁବନେଶ୍ବର: ଆଜି ରାଜଧାନୀ ରାଜରାସ୍ତାରେ ଏକ ସିରଜ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜୀବନ ହାନୀ ଘଟି ନ ଥିଲେ ମଧ୍ୟ ଦୁଇଟି ବସ ଓ ଦୁଇଟି କାର କ୍ଷତିଗସ୍ତ ହୋଇଛି। ଘଟଣାରୁ ଜଣାପଡିଛି ଯେ, ଏକ ଏସି ମୋ ବସ ରାଜମହଲ ଛକରୁ ଯାଉଥିବା ବେଳେ ହଠାତ ବ୍ରେକ ଦେଇଦେଇଥିଲା। ଫଳରେ ପଛରେ ଆସୁଥିବା ଆଉ ଏକ ମୋ ବସ ତାହାକୁ ଧକ୍କା ଦେଇଥିଲା। ଏହାପରେ ପରେ ସେହି ବସକୁ ଆଉ ଦୁଇଟି କାର ପଛକୁ ପଛ ଧକ୍କା ଦେଇଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଥିଲା। ସରକାରଙ୍କ ମୋ ବସ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବାରୁ ଏହି ଉତ୍ତେଜନା ଲାଗି ରହିଥିଲା। ମୋ ବସ ଡ୍ରାଇଭର ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଥିଲେ।
ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ପ୍ରତିଦିନ ଖବର କାଗଜର ପ୍ରତିଷ୍ଠାତା ଏବଂ ମୁଖ୍ୟ ସଂପାଦକ ସୁଧୀର ପଣ୍ଡା ପିଆଇବି କମିଟର ସଦସ୍ୟ ହୋଇଛନ୍ତି। ପିଆଇବି ବା ପ୍ରେସ ଇନଫରମେସନ ବ୍ୟୁରୋ ହେଉଛି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଏକ ସଂସ୍ଥା। ଏହା ଅଧିନରେ ଥିବା ମିଡିଆ ଆକ୍ରିଡେଟେସନ କମିଟର ସେ ସଦସ୍ୟ ଭାବେ ମନୋନିତ ହୋଇଛନ୍ତି। ଏହି କମିଟର ଅଧ୍ୟକ୍ଷ ହେଇଛନ୍ତି ପିଆଇବି ର ଡିଜି। ତାଙ୍କ ସହ ଦେଶର ବିଭିନ୍ନ ସ୍ଥାନରୁ ମୋଟ 25 ଜଣ ସାମ୍ବାଦିକ ସଦସ୍ୟ ରହିଛନ୍ତି। ଏହି କମିଟ ବିଭିନ୍ନ ସମୟରେ ବୈଠକ କରି ଦେଶର ସାମ୍ବାଦିକମାନଙ୍କୁ କେନ୍ଦ୍ରୀୟ ସ୍ବୀକୃତି ପ୍ରଦାନ କରିଥାନ୍ତି। ଏପରି ଏକ ମର୍ଯ୍ୟଦା ସଂପର୍ଣ୍ଣ ପଦବୀ ମିଳିଥିବାରୁ ସୁଧୀରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ଭୁବନେଶ୍ବର: ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦନ୍ନୋତି ହୋଇଛନ୍ତି। 1995 ମସିହା ବ୍ୟାଚର ଏହି ଆଇଏଏସ ଅଧିକାରୀ ବର୍ତ୍ତମାନ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏଥିସହିତ ସେ ଏମଏସଏମଇ ଏବଂ ଇପିକଲର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ବର୍ତ୍ତମାନ ଓଡିଶାରେ ଉତ୍କର୍ଷ ଓଡିଶା ସମ୍ମିଳନୀ ପାଇଁ ବ୍ୟାପକ ଆୟୋଜନ ଚାଲିଛି। ଯାହାର ଦାୟିତ୍ବରେ ଅଛନ୍ତି ହେମନ୍ତ ଶର୍ମା। ସେହିପରି 1994 ବ୍ୟାଚର ଆଇଏଏସ ରଂଜନା ଚୋପ୍ରାଙ୍କୁ ମଧ୍ୟ ପଦନ୍ନୋତି ଦିଆଯାଇଛି। ସେ ମଧ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ଉନ୍ନତି ହୋଇଛନ୍ତି। ରଂଜନା ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ଯୁଗ୍ନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।
ଭୁବନେଶ୍ବର: ମହାଦେବ ପ୍ରଡକ୍ସନ ନିବେଦିତ ତଥା ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରଯୋଜିତ ନୂଆ ଓଡ଼ିଆ କଥାଚିତ୍ର ‘ଆଶିକ ଦିୱାନା’ ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଗଟେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମହୁରତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ପ୍ରଯୋଜକ ଅକ୍ଷୟ କୁମାର ପରିଜା ମହୁରତ କ୍ଲାପ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ଅର୍କିଡ଼ ରିଟ୍ରିଟର ନିର୍ଦ୍ଦେଶକ ବନ୍ଦନ ମହାନ୍ତି, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରକାଶ ଫିଲ୍ମସର ନିର୍ଦେଶକ ପ୍ରଶାନ୍ତ ବେହେରା, ଅଭିନେତା ପପୁ ପମ ପମ, ଆମ ଟିଭି ନିର୍ଦ୍ଦେଶକ ପ୍ରଣୟ ଜେଠୀ, ପ୍ରଯୋଜକ ଅମୁଲ୍ୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ‘ତୁ ମୋ ଆଖିର ତାରା’, ‘ଦେ ମା ଶକ୍ତି ଦେ ‘, ‘ତୁ ମୋ ଗାର୍ଲଫ୍ରେଣ୍ଡ’, ‘ଦିୱାନା ଦିୱାନୀ’ ଓ ‘ଆଶିକ’ ପରି ଛଟି ସଫଳ ଚଳଚ୍ଚିତ୍ର ଭେଟି ଦେଇଥିବା ନିର୍ମାତା ପ୍ରମୋଦ କୁମାର ସ୍ୱାଇଁ…

