ଭୁବନେଶ୍ବର: ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି। ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ସାମ୍ବାଦିକ ୟୁନିୟନ(ଓଜେୟୁ)ର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମ୍ବାଦିକମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ ସଂଘର୍ଷକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ଓଡ଼ିଶା ସାମ୍ବାଦିକ ୟୁନିୟନର କାର୍ଯ୍ୟ ପ୍ରଶଂସନୀୟ। ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି । ତେବେ ସମ୍ବିଧାନ ପ୍ରଣୟନ ହେବା ପରେ ଦେଶରେ ପ୍ରଥମ କରି ଯେଉଁ ନିର୍ବାଚନ ହୋଇଥିଲା,…
Author: Samikhsya Bureau
ଭୁବନେଶ୍ୱର: ଆଜି କେନ୍ଦୁଝର ପ୍ରସିଦ୍ଧ ଉତ୍ସବ ‘ଗୋନାସିକା ମହୋତ୍ସବ-୨୦୨୪’ର ଉଦଯାପନୀ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇଥିଲେ। କେନ୍ଦୁଝରର କଳା,ସଂସ୍କୃତି,ପରମ୍ପରା,ଲୋକନୃତ୍ୟ, ଗ୍ରାମୀଣ ଶିଳ୍ପକଳା, ଶିଳ୍ପୀ ଏବଂ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ‘ଗୋନାସିକା ମହୋତ୍ସବ’ ଏକ ଉତ୍କୃଷ୍ଟ ମଞ୍ଚ। ସମଗ୍ର ରାଜ୍ୟରେ ଗୋନାସିକା ମହୋତ୍ସବ ଏବେ ଆଲୋଡନ ସୃଷ୍ଟି କରିଛି ଏବଂ ସ୍ଥାନୀୟ କଳାକାରଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଗୋନାସିକା ମହୋତ୍ସବରେ ମିଶନ ଶକ୍ତି ମାନଙ୍କୁ ନିଜ ହାତ ତିଆରି ଦ୍ରବ୍ୟ ବିକ୍ରି କରିବା ପାଇଁ ବଜାର ସୁବିଧା ମିଳିଛି । ବର୍ତ୍ତମାନ ପର୍ୟ୍ୟନ୍ତ ମିଶନ ଶକ୍ତି ମା ‘ମାନେ ୭୫ଲକ୍ଷ ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ ୨୭ ତାରିଖ ମଧ୍ୟରେ ୩କୋଟି ଟଙ୍କାର ବ୍ୟବସାୟ ହେବାର ଆକଳନ ଅଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ବିକାଶକୁ ପ୍ରୋତ୍ସାହିତ କରୁଛି ଗୋନାସିକା ମହୋତ୍ସବ। ଆମ ସରକାର ଲୋକଙ୍କ ସରକାର ଏବଂ…
ନୂଆଦିଲ୍ଲୀ: ଏକ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସ୍ୱାସ୍ଥ୍ୟସେବା ଉପଲବ୍ଧତା, ସମାନତା ଏବଂ ଫଳାଫଳରେ ଯଥେଷ୍ଟ ଅଗ୍ରଗତି ଦ୍ୱାରା ପ୍ରତିଫଳିତ ହୋଇଛି। ଗତ ଦଶନ୍ଧି ମଧ୍ୟରେ, ଭାରତ ପରିବର୍ତ୍ତନକାରୀ ନୀତି ଏବଂ ପଦକ୍ଷେପଗୁଡିକ କାର୍ଯ୍ୟକାରୀ କରିଛି ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ହାସଲ କରିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହି ଯାତ୍ରାର ଏକ ପ୍ରମୁଖ ମାଇଲଖୁଣ୍ଟ ଥିଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ)ର ଶୁଭାରମ୍ଭ। ଏବି-ପିଏମଜେଏୱାଇ ୨୭ଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞତା କ୍ଷେତ୍ରରେ ୧,୯୬୧ଟି ଚିକିତ୍ସା ପଦ୍ଧତି ଅନୁଯାୟୀ ଦ୍ବିତୀୟ ଏବଂ ତୃତୀୟ ସ୍ତରୀୟ ଚିକିତ୍ସା ପାଇଁ ପ୍ରତି ଯୋଗ୍ୟ ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଥାଏ। ୧୭ ଡିସେମ୍ବର ୨୦୨୪ ସୁଦ୍ଧା, ଏବି ପିଏମ-ଜେଏୱାଇ ୩୬.୨୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡଜାରି କରି ଉଲ୍ଲେଖନୀୟ ଅଗ୍ରଗତି କରିଛି, ଯାହା…
ଭୁବନେଶ୍ବର: ରାଜ୍ୟରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଆଜି କମିଥିବା ବେଳେ ଆସିଛି ଆଉ ଏକ ଲଘୁଚାପ। ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରି ଆଗାମୀ ୨୪ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ତାମିଲନାଡୁ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟସ୍ଥ ହେବାର ସମ୍ଭାବନା ରହିଛି।ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ବେଳେ ୭ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ବିଭାଗ । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ହେବ ବର୍ଷା । ସେହିପରି ୯ ଜିଲ୍ଲାକୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଜିଲ୍ଲାଗୁଡ଼ିକ…
ପୁରୀ: ନୂଆ ବିଧାୟିକା ହେଲେ ପିଲାଟି ଦିନରୁ ସେ ରାଜନୀତିକୁ ବେଶ ପାଖରୁ ଦେଖିଛନ୍ତି। ସେ ହେଉଛନ୍ତି ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ର। ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗ ଲୁଲୁ ମହାପାତ୍ରଙ୍କ ଝିଅ। ସେ ବ୍ରହ୍ମଗିରିର କିପରି ଉନ୍ନତି ହେବ ତାଙ୍କ ବାପାଙ୍କ ପରି ଉଦ୍ୟମ ଜାରୀ ରଖିଛନ୍ତି। ନିକଟରେ ସେ ବ୍ରହ୍ମଗିରିର ଉଚ୍ଚ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ସେନେଇ ଉପାସନା ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ‘ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଳକର ଉନ୍ନୟନ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ବିକାଶ କାର୍ଯ୍ୟ ସମୀକ୍ଷା ବୈଠକରେ ଯୋଗ ଦେଲି । ଏହି ଅବସରରେ ବ୍ରହ୍ମଗିରି ବ୍ଳକର ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ସହ ଲୋକଙ୍କ ପାଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ…
ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଆସିବା ପରେ କୃଷି ଓ କୃଷକଙ୍କ ଉନ୍ନତି ହେବାରେ ଲାଗିଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୃଷକଙ୍କ ସାମୁହିକ ବିକାଶ ପାଇଁ ବଦ୍ଧପରିକର। ମୋହନ ସରକାରଙ୍କ ନେତୃତ୍ୱରେ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଖରିଫ ଧାନ କିଣାରେ ବ୍ୟାପକ ସ୍ୱଚ୍ଛତା ଅଣାଯିବା ସହ କଟ୍ନିଛଟନି ବନ୍ଦ କରିବା, ମିଲରଙ୍କର ଦାଦାଗିରି ବନ୍ଦ କରିବା ଓ ଧାନମଣ୍ଡିଗୁଡ଼ିକୁ ଦଲାଲମୁକ୍ତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧାନ କିଣା କାରବାରକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ବାରମ୍ବାର ଜିଲ୍ଲା ଗସ୍ତରେ ଆସି ଧାନମଣ୍ଡୀ ପରିଦର୍ଶନ କରିବା ସହ ତଦାରଖ କରୁଛନ୍ତି। ମାତ୍ର ଓଡ଼ିଶାର ବିରୋଧୀ ଦଳ ଏଥିରେ ସହଯୋଗ ନ କରି ଧାନ କିଣା କାରବାରରେ ବ୍ୟାଘାତ ଓ ବିଶୃଙ୍ଖଳା କରିବା ପାଇଁ ବ୍ୟାପକ ଭାବେ ଅପପ୍ରଚାର…
ଭୁବନେଶ୍ବର: ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ବୟସ ହୋଇଥିଲା। ସେ ୨୦୦୯ ଓ ୨୦୧୪ରେ ସେ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡିରୁ ଜିତିଥିଲେ। ତାଙ୍କ ବିୟୋଗରେ ବିରୋଧୀ ଦଳର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ବିଜୟ କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ଦିଗରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଓଁ ଶାନ୍ତି’
ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ମହାନ୍ତି ଜଣେ ଦକ୍ଷ ସଂଗଠକ,ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ। ୨୦୦୯ ଏବଂ ୨୦୧୪ ରେ କ୍ରମାଗତ ଭାବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହୋଇ ସେ ତାଙ୍କ ଲୋକପ୍ରିୟତା କୁ ପ୍ରମାଣିତ କରିଛନ୍ତି। ଛାତ୍ର ରାଜନୀତିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ଭୁବନେଶ୍ୱର ଯୁବ ବର୍ଗ ଙ୍କ ପାଖ ରେ ବାଦଲ ଭାଇ ଭାବେ ସେ ସୁପରିଚିତ ଥିଲେ। ସମାଜ ର ଗରିବ ଓ ଅବହେଳିତ ଙ୍କ କଲ୍ୟାଣ ସାଧନ କୁ ସେ ସର୍ବଦା ପ୍ରାଧାନ୍ୟ ଦେଉଥିଲେ। ତାଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା। ସେ ହୃଦଘାତରେ ମୃତ୍ୟୁବରଣ କରିଥିବାର ଜଣାପଡିଛି। ସେ ରହୁଥିବା ଏକ ଗେଷ୍ଟ ହାଉସରେ ଚେତାଶୂନ୍ୟ ହୋଇପଡିଥିବାର ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟର କାରଣ ଜଣାପଡିବ। ସେ ବିଜେଡିରୁ ଦୁଇଥର ବିଧାୟକ ହୋଇଥିଲେ। ସେ ୨୦୦୯ ଓ ୨୦୧୪ରେ ସେ ଭୁବନେଶ୍ୱର ମଧ୍ୟ ଆସନରୁ ଜିତିଥିଲେ। ତା’ପରେ ଆଉ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ବିଜୟ ମହାନ୍ତି ଅବିବାହିତ ଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି.
DHL QR Code Scam: ସମ୍ପ୍ରତି ବିଶ୍ୱର ଅନେକ ଲୋକ ଡିଏଚଏଲ୍ କୋରିଅର୍ ଡେଲିଭେରି କ୍ୟୁଆର ଠକେଇର ଶିକାର ହେଉଛନ୍ତି। ଗତ କିଛି ଦିନରେ ଆଇରଲ୍ୟାଣ୍ଡ, ସିଙ୍ଗାପୁର ଓ ଭାରତରୁ ଏହି ଠକେଇ ସମ୍ବନ୍ଧୀୟ ଖବର ଆସିଛି। ଏହି ଠକେଇର ସବୁଠୁ ମନ୍ଦ ଦିଗ ହେଉଛି ଯେ ଠକମାନେ ପୁରା ଡିଏଚଏଲ୍ ପରି ଦେଖାଯାଉଥିବା ଲୋଗୋ, ଫଣ୍ଟ୍, ଭାଷା, ଟୋନ୍ ଏବଂ ଏହାର ରଙ୍ଗକୁ ନକଲ କରିଛନ୍ତି। ଡିଏଚଏଲ୍ ଏକ ଗ୍ଲୋବାଲ୍ କୋରିଅର୍ ସଂସ୍ଥା ହୋଇଥିବାରୁ ସେମାନେ ଭଲ ସେବା ଯୋଗାଇ ଦିଅନ୍ତି। କଂପାନୀର ଲୋକପ୍ରିୟତା ଦେଖି ଠକମାନେ ଏପରି ଠକିବା ଆରମ୍ଭ କରିଛନ୍ତି। ଡିଏଚଏଲ୍ ଡେଲିଭେରି କ୍ୟୁଆର କୋଡ୍ ଠକେଇ କେମିତି ହୁଏ? ଯଦି ଆପଣ କୌଣସି କୋରିଅର୍ ସେବା ବ୍ୟବହାର କରିଛନ୍ତି, ତେବେ ଆପଣ ଜାଣିଥିବେ ଯେ ଯେତେବେଳେ ଆପଣଙ୍କ ଅର୍ଡର୍ ଡେଲିଭରି ହୋଇପାରେ ନାହିଁ, ସେତେବେଳେ କୋରିଅର୍ କମ୍ପାନୀ ଆପଣଙ୍କୁ ଫୋନ୍ କରନ୍ତି କିମ୍ବା ଆପଣ ଉପଲବ୍ଧ…
ଭୁବନେଶ୍ବର: ଆଗାମୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ଭଲ ଭାବରେ ଏବଂ ଆକର୍ଷଣୀୟ ଭାବରେ ଅନୁଷ୍ଠିତ ହେବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଓ ତଦନୁସାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଉପ-କମିଟିରେ ସଦସ୍ୟ ଥିବା ସଂପୃକ୍ତ ବିଭାଗୀୟ ସଚିବମାନେ ସେମାନଙ୍କର କାର୍ଯ୍ୟ ଅଗ୍ରଗତି ସଂପର୍କରେ ବୈଠକରେ ସୂଚନା ଦେବା ପୂର୍ବକ ପ୍ରସ୍ତୁତି ସଂପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ଗତ ଡିସେମ୍ବର ୯ ତାରିଖରେ ଜନତା ମଇଦାନ ଠାରେ ଭୂମି ପୂଜନ କରାଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ଭି.ଭି.ଆଇ.ପି, ଅତିଥି,ପ୍ରବାସୀ…
ଭୁବନେଶ୍ବର: ଭୁବନେଶ୍ଵର ନୂତନ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସକୁ ଏକ ସୌଜନ୍ୟ ମୂଳକ ପରିଦର୍ଶନର କରିଥିଲେ ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଏସ. ମୁରଲିଧରନ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ସହ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ। ଏହି ଅବସରରେ ଭୁବନେଶ୍ଵର ଓକିଲ ସଂଘ ତରଫରୁ ପୂର୍ବତନ ମୁଖ୍ୟ ବିଚାରପତି ଦ୍ୱୟ ଏହି ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣରେ ତାଙ୍କର ବିଶେଷ ସହଯୋଗିତା ପାଇଁ ସମ୍ବନ୍ଧିତ କରାଯାଇଥିଲାଏବଂ ବିଚାରପତି ଶ୍ରୀ ଗୌରୀଶଙ୍କର ଶତପଥୀ ଙ୍କୁ ବିଶେଷ ଭାବେ ସମ୍ଵର୍ଦ୍ଧିତ କରାଯାଇ ଥିଲା। ସମସ୍ତ ବିଚାରପତି ବୃନ୍ଦ ଙ୍କୁ ଭୁବନେଶ୍ବର ଓକିଲ ସଂଘ ସଭାପତି ଶ୍ରୀ କୁନ୍ଦନ ରଥ, ସମ୍ପାଦକ ଶ୍ରୀ ଦୀପକ ଦାସ, ଉପସଭାପତି ଶ୍ରୀ ଦୁର୍ଗାପ୍ରସାଦ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ଭୁବନେଶ୍ବର ପୂର୍ବତନ ଓକିଲ ସଂଘ ସଭାପତି ଶ୍ରୀ ନିର୍ମଳ କିଶୋର ରଥ,…
ଭୁବନେଶ୍ୱର: ଆଜି ଦେଶରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି। ତାହା ହେଲା ଯେ, ଆଜି ଚଳିତ ବର୍ଷର ସବୁଠାରୁ ଛୋଟ ଦିନ ହେବ। ଅର୍ଥାତ ଆଜି ଅପରାହ୍ନ ୫ ଟାରେ ରାତି ହୋଇଯିବ। ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ହେବ ଏବଂ ରାତି ପ୍ରାୟ ୧୩ ଘଣ୍ଟା, ୫ ମିନିଟ୍ ୩୬ ସେକେଣ୍ଡ ହେବ । କିନ୍ତୁ ଭୁବନେଶ୍ୱରରେ ୨୭ ତାରିଖ ଯାଏ ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ହେବ । ଆଜି ଓଡିଶାର ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୦୧ ମିନିଟ୍ ହେବ। ସେହି ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା…
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କ ବିରୁଦ୍ଧରେ ପ୍ରୋଭିଡେଣ୍ଟ ଫଣ୍ଡ (PF) ଜାଲିୟାତି ଅଭିଯୋଗରେ ଗିରଫ ପରୱାନା ଜାରି ହୋଇଛି। PF ଆଞ୍ଚଳିକ କମିଶନର୍ ସଦାକେଶରୀ ଗୋପାଳ ରେଡ୍ଡି ଏହି ଓର୍ଡର ଜାରି କରିଥିବା ବେଳେ ପୁଲାକାଶୀନଗର ପୋଲିସଙ୍କୁ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଥପ୍ପା ଏକ କମ୍ପାନି ସେଞ୍ଚୁରିଜ୍ ଲାଇଫଷ୍ଟାଇଲ୍ ବ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡ୍ର ପ୍ରବନ୍ଧକ ଥିଲେ। ତାଙ୍କ ଉପରେ ଅଭିଯୋଗ ଯେ ସେ କର୍ମଚାରୀଙ୍କର ପିଏଫ ବାବଦ ପାଇଁ ଦରମାରୁ ଟଙ୍କା କାଟିଥିଲେ, କିନ୍ତୁ ଏହା ସେମାନଙ୍କ ଖାତାରେ ଜମା କରିନଥିଲେ। ଏହି ଅଭିଯୋଗ ରାଶି ପ୍ରାୟ ₹23 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଡିସେମ୍ବର 4 ତାରିଖର ଏକ ଚିଠିରେ, କମିଶନର୍ ରେଡ୍ଡି ପୋଲିସଙ୍କୁ ଗିରଫ ପରୱାନା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ଉଥପ୍ପା ନିଜ ରହିବା ଠିକଣା ପରିବର୍ତ୍ତନ କରିଥିବାରୁ ଏହି ଅର୍ଡର PF କାର୍ଯ୍ୟାଳୟକୁ ଫେରି ଆସିଥିଲା। ଉଥପ୍ପା ଠିକଣା ଖୋଜି…
ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେର ଠାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ। ଆଗାମୀ କେନ୍ଦ୍ର ବଜେଟ୍, 2025-26 ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ଵତ ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ। ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର ବଜେଟ୍, 2025-26 ରେ ଉପଯୁକ୍ତ ପଦକ୍ଷେପ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଥିଲା। ତେବେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଓଡିଶାର ମୁଖ୍ୟମନ୍ତ୍ରୀ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ସେଗୁଡିକ ହେଲା.. ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି…
ଭୁବନେଶ୍ୱର: ଦୀର୍ଘ ୨୪ ବର୍ଷ ଧରି ଆୟୁଷ ଡାକ୍ତର ମାନେ ବିଭିନ୍ନ ପି ଏସ ସି ଓ ସି ଏସ ସି ରେ ଠିକା ଭାବେ କାର୍ଯ୍ୟ କରୁଥିବା ବେଳେ ,ରାଜ୍ୟର ଓ ଜାତୀୟ କାର୍ଯ୍ୟକ୍ରମ ରେ ସେମାନଙ୍କୁ ନିୟୋଜିତ କରାଯାଉଥିବା ବେଳେ ସେମାନଙ୍କୁ ସରକାରୀ କିମ୍ବା ସରକାରୀ ସୁବିଧା ଉପଲବ୍ଧ କରାଯାଉନାହିଁ। ସେମାନେ ଏନ ଏଚ ଏମ ଅଧୀନରେ୨୪ ବର୍ଷ ଧରି ଚୁକ୍ତି ଭିତ୍ତିକ ସେବା ପ୍ରଦାନ କରୁଛନ୍ତି।ପ୍ରାକୃତିକ ବିପର୍ଯ୍ୟୟ, କରୋନା, ରାତ୍ରିକାଳୀନ ସେବା, ଜାତୀୟ ଟୀକା କରଣ, କୁଷ୍ଠ, ଯକ୍ଷ୍ମା, ପୋଲିଓ, ଅନ୍ଧତ୍ୱ ନିରାକରଣ, ଇନ୍ଦ୍ରଧନୁଷ ଆଦି ଅନେକ କାର୍ଯ୍ୟକ୍ରମ କୁ ଆୟୁଷ ଡାକ୍ତର ମାନେ ସଫଳ ରୂପାୟନ କରୁଛନ୍ତି। ସେମାନେଙ୍କ ଦରମା ବୃଦ୍ଧି, ଚାକିରୀର ସ୍ଥାୟିତ୍ୱ, ୧୧ ମାସିହା ଚୁକ୍ତି ପ୍ରଥା ର ଉଛେଦ, ଅଵସର କାଳୀନ ସହାୟତା ପ୍ରଦାନ, ଦୁର୍ଘଟଣା ମୃତ୍ୟୁ ବା ବିକଳାଙ୍ଗ ହେଲେ କ୍ଷତି ପୂରଣ ସହାୟତା ପ୍ରଦାନ, ଆୟୁଷ ଡାକ୍ତର ଙ୍କୁ…
ଭୁବନେଶ୍ବର: ଅଲିଭ୍ ରିଡଲେ ବା ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ-୨୦୨୪-୨୫ ଗତ ବୁଧବାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ଆମ ରାଜ୍ୟରେ ସୁଦୀର୍ଘ ବେଳାଭୂମି ରହିଛି। ଅଲିଭ୍ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ଏକ ବୈଶ୍ୱିକ ପ୍ରସଙ୍ଗ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆଧୁନିକ ଜ୍ଞାନକୌଶଳର ଉପଯୋଗରେ ସାମୁଦ୍ରିକ କଇଁଛମାନଙ୍କର ଗତିବିଧି ଉପରେ ନଜର ରଖାଯିବା, ସମୂହ ଅଣ୍ଡାଦାନ ଋତୁରେ ସଂପୃକ୍ତ ଅଂଚଳରେ ବ୍ୟାପକ ସଚେତନତା ଓ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନଫୋରର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସାମୁଦ୍ରିକ କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ । ବିଗତ ବର୍ଷଗୁ଼ଡ଼ିକ ପରି ଚଳିତ…
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସର ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ବିଜେପି କାର୍ଯ୍ୟକର୍ତାମାନେ ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗଣବିକ୍ଷୋଭ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗଦେଇ କହିଛନ୍ତି ଯେ, ଗତକାଲି ପବିତ୍ର ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯେପରି ଆଚରଣ ପ୍ରଦର୍ଶିତ କରି ଗୁଣ୍ଡାଗର୍ଦ୍ଦି କଲେ ତାହାକୁ ଯେତେ ନିନ୍ଦା କଲେ କମ୍ ହେବ। ତାଙ୍କ ଯୋଗୁ ଓଡ଼ିଶାର ସାଂସଦ ଶ୍ରୀ ଷଡ଼ଙ୍ଗୀ ଆହତ ହୋଇ ଆଇସିୟୁରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଗଣତନ୍ତ୍ରର ସର୍ବେର୍ାଚ୍ଚ ମନ୍ଦିର ସଂସଦରେ…
ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ପାଗ କୋହଲା ରହିବା ସହିତ ଲୋକେ ଘରୁ ବାହାରିପାରୁ ନାହାଁନ୍ତି। ଗୋଟିଏ ପଟେ ଦୀର୍ଘଦିନ ଧରି ଶୀତ ଲାଗିରହିଥିବା ବେଳେ ଆଜି ବର୍ଷା ଲୋକଙ୍କୁ ହନ୍ତସନ୍ତ କରିଦେଇଛି। ତେବେ ଏହି ବର୍ଷା ଆହୁରି ଦୁଇଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଏହି ବର୍ଷା ଲାଗିରହିଛି। ଆସନ୍ତା ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ଏବଂ ତା’ପରବର୍ତ୍ତୀ ୨୪ ଘଣ୍ଟା ଯାଏ ସେହି ଅବପାତ ହୋଇ ରହିବ। ଏହାର ପ୍ରଭାବରେ ଆସନ୍ତାକାଲି ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି। କାରଣ ବର୍ତ୍ତମାନ ଧାନ ଅମଳ ହେଉଥିବା ବେଳେ ତାହା ଓଦା…
ମାଲକାନଗିରି: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯେପରି ବେଶ ଧାରଣ କରିଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଚର୍ଚ୍ଚା। ସେ ଆଜି ବଣ୍ଡା ଆଦିବାସୀ ମହିଳାଙ୍କ ପରି ବେଶ ହୋଇ ଦେଖାଦେଇଥିଲେ। ତେବେ ଅବସର ଥିଲା ସେ ମାଲାକାନାଗିରି ଗସ୍ତ ବେଳେ ବଣ୍ଡା ମହିଳାମାନେ ସୁଭଦ୍ରା ଯୋଜନା ପାଉଛନ୍ତି କି ନାହିଁ ତାହାର ସମୀକ୍ଷା କରିଥିଲେ। ସେହି ସମୟରେ ସେ ବଣ୍ଡା ମହିଳାଙ୍କ ଅନୁରୋଧରେ ଏପରି ବେଶ ହୋଇଥିଲେ। ଆଜି ମାଲକାନଗିରି ଜିଲ୍ଲା ର ଖଇରପୁଟ ର ମୁଦୁଲିପଡା ଠାରେ ବଣ୍ଡାଘାଟୀ ଅଞ୍ଚଳରେ ସୁଭଦ୍ରା ଯୋଜନା ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ସମୀକ୍ଷା ରେ ବିଧାୟକ, ଚିତ୍ରକୋଣ୍ଡା ଏବଂ ମାଲକାନାଗିରି, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ବଣ୍ଡାଘାଟିରେ ସୁଭଦ୍ରା ଯୋଜନାର ସହାୟତା ପଂହଁଚି ପାରୁନି ବୋଲି ବାର ବାର ଅଭିଯୋଗ ଆସୁଥିଲା।…
ନୂଆଦିଲ୍ଲୀ: ସଂସଦ ଭବନରେ ବ୍ୟାଗ୍ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏକ ନିଆରା ବ୍ୟାଗ ଉପହାର ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଯେଉଁ ବ୍ୟାଗରେ ଲେଖାଯାଇଛି ‘୧୯୮୪’। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା। ଏଥିରେ ସାରା ଦେଶରେ ପ୍ରାୟ ଏହ ହଜାର ଶିଖ୍ ପ୍ରାଣ ହରାଇଥିଲେ। ଏହି ବ୍ୟାଗ୍ ସେହି ଘଟଣାକୁ ମନେପକାଇ ଦେଇଛି। ପ୍ରଶାସିକା ରୁ ରାଜନେତା ପାଲଟିଥିବା ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତାଙ୍କ ପ୍ରତିପକ୍ଷଙ୍କୁ ଏଭଳି ଜବାବ କୁ ନେଇ ଏବେ ରାଜଧାନୀ ଦିଲ୍ଲୀରେ ଭାରି ଚର୍ଚ୍ଚା।ଯାହାକୁ ନେଇ ବ୍ୟାଗର ଜବାବ, ବ୍ୟାଗରେ ଦେଲେ ବୋଲି ଆଲୋଚନା ହେଉଛି। ବିଗତ ଦିନରେ ସଂସଦକୁ ପାଲେଷ୍ଟାଇନ ଲେଖାଥିବା ଓ ବାଂଲାଦେଶ ଲେଖାଥିବା ବ୍ୟାଗ୍ ଆଣି ଚର୍ଚ୍ଚାରେ ଥିଲେ ପ୍ରିୟଙ୍କା।…

