Author: Samikhsya Bureau

ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରୋଟି ସ୍ୱତନ୍ତ୍ର ଟ୍ରେନରେ କୋଭିଡ୧୯ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସେବା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଟ୍ରେନଗୁଡିକ ହେଲା 1-୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱରରୁ ୮ ରୁ ୨୨ ମେ ଏବଂ ଭୁବନେଶ୍ୱରରୁ ୯ ରୁ ୨୩ ମଇ, ୨୦୨୧ ମଧ୍ୟରେ ବାତିଲ ରହିବ। 2- ୦୮୫୧୬/୦୮୫୧୫ ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ରୁ ୭ ରୁ ୨୧ ମେ ପର‌୍ୟ୍ୟନ୍ତ ଏବଂ କିରନ୍ଦୁଲରୁ ୮ ରୁ ୨୨ ମେ, ୨୦୨୧ ବାତିଲ୍ ହୋଇ ରହିବ। 3- ୦୨୭୦୮/୦୨୭୦୭ ତିରୁପତି-ବିଶାଖାପାଟଣା-ତିରୁପତି ବିଶେଷ ଟ୍ରେନ ତିରୁପତି ଠାରୁ ୭ ରୁ ୩୦ ମେ ଏବଂ ବିଶାଖାପାଟନମ୍ ଠାରୁ ୮ ରୁ ୩୧ ମେ, ୨୦୨୧ ମଧ୍ୟରେ ବାତିଲ୍ ରହିବ। 4- ୦୨୭୮୪/୦୨୭୮୩ ସିକନ୍ଦରାବାଦ-ବିଶାଖାପାଟନମ୍-ସିକନ୍ଦରାବାଦ ବିଶେଷ ଟ୍ରେନ ସିକନ୍ଦରାବାଦ ଠାରୁ ୮ ରୁ ୨୯ ମେ ପର୍ଯ୍ୟନ୍ତ ଏବଂ ବିଶାଖାପାଟନମ୍ ଠାରୁ ୯ ରୁ ୩୦…

Read More

ଭୁବନେଶ୍ବର, ଓଡିଶା ପାଇଁ ଏକ ଖୁସି ଖବର। ବର୍ତ୍ତମାନ କୋଭିଡ ଟିକା ନେଇ ସାରା ଦେଶରେ ବିଭିନ୍ନ ବାଦବିବାଦ ଚାଲିଥିବା ବେଳେ ଓଡିଶା ଆଉ ଏକ ପାଦ ଆଗେଇଛି। ତାହା ହେଲା ଓଡିଶାରେ ଖୁବ ଶିଘ୍ର ପ୍ରସ୍ତୁତ ହେବ କୋଭିଡ ଟିକା। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୁବନେଶ୍ବରର ଅନ୍ଧାରୁଆରେ ଇଡକୋ ତରଫରୁ ଜମି ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ ଓଡିଶାରେ କୋଭାକ୍ସିନ ଟିକା ପ୍ରସ୍ତୁତ ହେବ ବୋଲି  ନିଷ୍ପତି ହୋଇଛି। ସେ ନେଇ କୋଭାକ୍ସିନ ପ୍ରସ୍ତୁତ କଂପାନୀ ସହିତ ଆଲୋଚନା ସରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 15 କୋଟି ଟଙ୍କା ମଂଜୁର କରାଯାଇଛି। ବର୍ତ୍ତମାନ ସ୍ଥାନ ଚିହ୍ନଟ କରାଯାଇ ସେଠାରେ ପ୍ରାରମ୍ଭକି କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ଟିକା ଆସନ୍ତା 2022 ମସିହା ଜୁନ ମାସରେ ଉତ୍ପାଦନ ହେବ ବୋଲି ଟାର୍ଗେଟ ରଖାଯାଇଛି। ବର୍ତ୍ତମାନ ମହାମାରି ସମୟରେ ଜମି ଚିହ୍ନଟ କରି…

Read More

ଭୁବନେଶ୍ବର: ରାଜ୍ୟରେ ଦ୍ଵିତୀୟ ଡୋଜକୁ ପ୍ରାଥମିକତା ଦିଆଯିବ। ଏବେ ଆଉ ନୂଆ ଲୋକଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ ନାହିଁ। ଏବେ ନୂଆ ଲୋକଙ୍କୁ ଅପେକ୍ଷା କରିବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ୧୮ ରୁ ୪୪ ବର୍ଷର ଲୋକଙ୍କୁ ଏବେ କେବଳ ପଞ୍ଜୀକରଣ କରିବାକୁ ପଡିବ। ରାଜ୍ୟରେ ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୮୭ ପ୍ରତିଶତ ସ୍ଵାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ ଦିଆଗଲାଣି। ସେହିଭଳି ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ ୯୭ ପ୍ରତିଶତ ନେଇଥିବା ବେଳେ ଦ୍ଵିତୀୟ ଡୋଜ ୮୫ ପ୍ରତିଶତ ନେଇଛନ୍ତି। ରାଜ୍ୟରେ ମୋଟ ୪୫ ବର୍ଷରୁ ଉର୍ଦ୍ଧ୍ଵ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨୩ ଲକ୍ଷ ୪୩ ହଜାର ଲୋକ ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷାରତ ଅଛନ୍ତି।…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ୪୪୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୦ ହଜାର ୨୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ ହଜାର ୮୬୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୭୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୮୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୦୯୧, ଝାରସୁଗୁଡାରୁ ୪୨୧, ନବରଙ୍ଗପୁରରୁ ୪୧୫, ସୁନ୍ଦରଗଡରୁ ୩୭୧, ବଲାଙ୍ଗୀରିରୁ ୩୫୮, ଅନୁଗୁଳରୁ ୩୪୮, ବରଗଡରୁ ୩୦୮, ଯାଜପୁରରୁ ୩୦୧, କେନ୍ଦୁଝରରୁ ୩୦୦, ମୟୂରଭଞ୍ଜରୁ ୨୮୯, ନୂଆପଡାରୁ ୨୮୨, ଗଞ୍ଜାମରୁ ୨୭୪, କଳାହାଣ୍ଡିରୁ ୨୭୪, ପୁରୀରୁ ୨୫୯, କଟକରୁ ୧୯୯, ରାୟଗଡାରୁ ୧୮୭, ସମ୍ବଲପୁରରୁ ୧୬୩, ଜଗତସିଂହପୁରରୁ ୧୧୨, ଗଜପତିରୁ ୧୦୯, ନୟାଗଡରୁ ୧୦୪, ବାଲେଶ୍ବରରୁ ୭୯, ସୋନପୁରରୁ ୭୮, କେନ୍ଦ୍ରାପଡାରୁ ୭୭, ଭଦ୍ରକରୁ ୬୫, କୋରାପୁଟରୁ ୫୫, କନ୍ଧମାଳରୁ ୩୮, ମାଲକାନାଗିରିରୁ ୩୨, ଦେବଗଡ଼ରୁ ୨୮, ବୌଦ୍ଧରୁ ୧୫, ଢେଙ୍କାନାଳରୁ ୧୧ ଏବଂ ଷ୍ଟେଟ ପୁଲରୁ ୨୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪…

Read More

ଭୁବନେଶ୍ବର, ବର୍ତ୍ତମାନ କରୋନା ସମୟରେ ସାଧାରଣ ରୋଗୀମାନେ ମଧ୍ୟ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟ ରୋଗୀମାନେ ଡାକ୍ତରଖାନା ଯିବକୁ ଭୟ କଲେଣି। ତେବେ ଏପରି ପରିସ୍ଥିତିରେ ଭୁବନେଶ୍ବର ଏମସ୍ ତରଫରୁ ନିଆଯାଇଛି ଭିନ୍ନ ପଦକ୍ଷେପ। ଏହି ଅନୁସାରେ ଆପଣ ଘରେ ବସି ଟେଲିଫୋନ ବା ଭିଡିଓ କଲ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ସେଥିପାଇଁ ଏମସ ତରଫରୁ ମେଡିସିନ, ଶିଶୁ ରୋଗ, କରୋନା ରୋଗ ପରି 27 ବିଭାଗର ଡାକ୍ତରଙ୍କ ନାମ ଓ ଫୋନ ନମ୍ବର ପ୍ରଦାନ କରାଯାଇଛି। ଏହାକୁ ସୋମବାରରୁ ଶୁକ୍ରବାର ମଧ୍ୟରେ ସକାଳ 9ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ କଲ କରିପାରିବେ। ସେହି ନମ୍ବରଗୁଡିକ ହେଲା

Read More

ନୂଆଦିଲ୍ଲୀ, ଗତ କିଛି ସପ୍ତାହ ମଧ୍ୟରେ ଦେଶରେ କୋଭିଡ-୧୯ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଛି । ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ମାମଲା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅତ୍ୟଧିକ ଚାପ ପଡ଼ିବା ଆରମ୍ଭ ହୋଇଯାଇଛି । ୨୭ ଏପ୍ରିଲ ୨୦୨୧ରୁ କୋଭିଡ-୧୯ ରିଲିଫ ସ୍ୱରୂପ ବିଭିନ୍ନ ମେଡିକାଲ ସାମଗ୍ରୀ ଓ ଯନ୍ତ୍ରାଂଶ ଭାରତ ଆନ୍ତର୍ଜାତିକ ସହାୟତା ଭାବେ ଗ୍ରହଣ କରୁଛି । ମିଳିଥିବା ସମସ୍ତ ସହାୟତାକୁ ଉପଯୁକ୍ତ ଭାବେ ଆବଶ୍ୟକ କରୁଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବଣ୍ଟନ କରାଯାଇଛି । ଏହା ଏକ କ୍ରମାନ୍ୱୟ ପ୍ରକ୍ରିୟା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ବିଭିନ୍ନ ସହାୟତା ମାଧ୍ୟମରେ ସୁଦୃଢ଼ କରିବା ହିଁ ମୂଳ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ, ଦେଶରେ କୋଭିଡ-୧୯ ଟିକାକରଣ ଅଭିଯାନର ତୃତୀୟ ପଯ୍ୟାୟ ବ୍ୟାପକ ହୋଇଥିବା ବେଳେ ମୋଟ…

Read More

ନୂଆଦିଲ୍ଲୀ, ଦେଶରେ କରୋନା ମହାମାରୀ ଦ୍ୱିତୀୟ ଲହରରେ ତାର ଭୟାବହତା ଜାରି ରଖିଥିବା ବେଳେ ପୁଣି ତୃତୀୟ ଲହର ଆସିବ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଚେତାବନୀ ଦେଇଛନ୍ତି । କରୋନାର ସମ୍ଭାବ୍ୟ ତୃତୀୟ ଲହର ବର୍ତ୍ତମାନ ଅପେକ୍ଷା ଆହୁରି ବିପଜ୍ଜନକ ହୋଇପାରେ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର କେ. ବିଜୟ ରାଘବନ କହିଛନ୍ତି । ତୃତୀୟ ଲହରର ଭୂତାଣୁ ନୂଆ ରୂପରେ ଆସିବା ସହ ଏହା ଯେକୌଣସି ମାଧ୍ୟମରେ ସଂକ୍ରମିତ କରିପାରେ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଲୋପ୍‍ କରିଦେବା ସହ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିବାର ଆଶଙ୍କା ରହିଛି । ତେବେ ଏହା କେବେ ଓ କେଉଁ ସମୟରେ ଦେଶରେ ସୃଷ୍ଟି ହେବ ତାହା ଜଣାପଡ଼ି ନଥିବା ବେଳେ ଏଥିପ୍ରତି ବର୍ତ୍ତମାନଠାରୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ରାଘବନ ପରାମର୍ଶ ଦେଇଛନ୍ତି । ଏହାର ସଠିକ୍‍ ମୁକାବିଲା ପାଇଁ ଏବେଠାରୁ ଟିକାକରଣ…

Read More

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗରେ ହିଂସା କମିବାର ନାଁ ଧରୁନି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନଙ୍କ ଉପରକୁ ମେଦିନୀପୁରରେ ଆକ୍ରମଣ ହୋଇଥିବା ଖବର ମିଳିଛି। ଏହି ଆକ୍ରମଣରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। https://twitter.com/VMBJP/status/1390209778798923778 ତେବେ ଆକ୍ରମଣର ଏକ ଭିଡିଓକୁ ନିଜେ କେନ୍ଦ୍ର ମନ୍ତ୍ରୀ ମୁରଲୀଧରନ ଟ୍ବିଟରରେ ସେୟାର କରିଛନ୍ତି। ଟିଏମସି କର୍ମୀ ଏହି ଆକ୍ରମଣ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି।

Read More

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ମୌସୁମୀ ବାୟୁ  ଜୁନ୍ ୧ ତାରିଖରେ କେରଳ ଛୁଇଁବା ନେଇ ଅନୁମାନ କରାଯାଇଛି।

Read More

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ଵ ଦେଉଛନ୍ତି। ପ୍ରଭାବିତ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଅଲଗା ଅଲଗା ଆର୍ଥିକ ଅନୁଦାନ ମଧ୍ୟ ପ୍ରଦାନ କରୁଛନ୍ତି। ତେବେ ଆଜି ମୁଖ୍ୟମନ୍ତ୍ରୀ ୩ ଟି ଜିଲ୍ଲାକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ସମ୍ବଲପୁର, ପୁରୀ ଏବଂ ସୋନପୁର   ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ, ପୁରୀ ପାଇଁ ୨ କୋଟି ଏବଂ ସୋନପୁର ପାଇଁ ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ସିଏମଆରଏଫରୁ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ପରିଚାଳନା ପାଇଁ ସମ୍ବଲପୁର ଜିଲ୍ଲାକୁ ମୋଟ ୧୬ କୋଟି ୧୨ ଲକ୍ଷ ପ୍ରଦାନ କରାଯାଇଥିବା ବେଳେ  ପୁରୀ ଜିଲ୍ଲା ପାଇଁ ୧୬ କୋଟି ୫୯ ଲକ୍ଷ ଏବଂ ସୋନପୁର ଜିଲ୍ଲା ପାଇଁ ୩  କୋଟି…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ କଳାବଜାରୀକୁ ରୋକିବା ପାଇଁ ଯୋଗାଣ ବିଭାଗ ସକ୍ରିୟ ହୋଇଥିବା ଦେଖାଯାଇଛି। ଖବର ପ୍ରସାରଣ ହେବା ମାତ୍ରେ ଯୋଗାଣ ବିଭାଗ ସକ୍ରିୟ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଛି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲିଠାରୁ ସାରା ରାଜ୍ୟରେ ଲକ ଡ଼ାଉନ କଟକଣା ଆରମ୍ଭ ହୋଇଥିଲା। ଏହା ପରେ ଚିଲିକା ଅଞ୍ଚଳରେ କିଛି ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀକୁ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଗତ ମଙ୍ଗଳବାର ଦିନ ତଥା ଲକଡାଉନର ପୂର୍ବ ଦିନ ଆଳୁ କେଜି ୩୨ ଟଙ୍କା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସମୀକ୍ଷା ନିୟୁଜ ପକ୍ଷରୁ ଏକ ଖବର ପ୍ରସାରଣ କରାଯାଇଥିଲା। ଯାହାଫଳରେ ଚିଲିକା ଅଞ୍ଚଳରେ ଏଭଳି କଳାବଜାରୀ କାରବାର ହେଉଥିବାର ଯୋଗାଣ ବିଭାଗ ଜାଣିପାରିଥିଲା। ତେବେ ଯୋଗାଣ ବିଭାଗ ଏହାକୁ ଗୁରୁତର ସହ ନେଇ ସହକାରୀ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ ଏବଂ…

Read More

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଶୋପିୟା ଜିଲ୍ଲାରେ ଭାରତୀୟ ଯବାନଙ୍କ ଏନକାଉଣ୍ଟର ସମୟରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହାସହ ଜଣେ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ପୋଲିସର ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରର କନିଗମ ଅଞ୍ଚଳରେ କେତେ ଜଣ ଆତଙ୍କବାଦୀ ଉପସ୍ଥିତ ଥିବା ଖବର ପାଇ ଭାରତୀୟ ଯବାନମାନେ ଘେରାବନ୍ଦୀ କରିବା ସହ ତଲାସ ଅଭିଯାନ ଆରମ୍ଭ କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାପାଇଁ ସେନା ପକ୍ଷରୁ କୁହାଯାଇଥିଲା। କିନ୍ତୁ ଆତ୍ମସମର୍ପଣ କରିବା ବଳଦଳରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ। ଯାହାଫଳରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଥିଲା। ତେବେ ଗୁଳିବିନିମୟ ସମୟରେ ଜଣେ ଆତଙ୍କି ସେନା ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ତିନିଜଣ ମୃତ୍ୟୁବରଣ କରିଥିଲେ।

Read More

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ଅଜିତ ସିଂହଙ୍କ ପରଲୋକ ହୋଇଯାଇଛି। ଏନେଇ ଅଜିତଙ୍କ ପୁତ୍ର ଜୟନ୍ତ ଚୌଧୁରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ଚୌଧୁରୀ ଅଜିତ ସିଂହ ଏପ୍ରିଲ ୨୨ ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ଫୁସପୁସରେ ସଂକ୍ରମଣ ବଢିଯାଇଥିଲା। ମଙ୍ଗଳବାର ଦିନ ଅଜିତଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା ତାପରେ ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ନିଧନ ହୋଇଥିଲା।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧୨ ହଜାର ୨୬୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୯୮୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୧୦ ଲକ୍ଷ ୭୨ ହଜାର ୪୧୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୬୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୨ ଲକ୍ଷ ୮୦ ହଜାର ୮୪୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୫ ଲକ୍ଷ ୬୬ ହଜାର ୩୯୮ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୨୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର ଏବଂ ମାଳାକାନାଗିରି ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ବୌଦ୍ଧ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, କଳାହାଣ୍ଡି, ନୟାଗଡ, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୬୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୧୬ ହଜାର ୪୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୧ ହଜାର ୫୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୫୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୯୪୫ ଜଣ ଚିହ୍ନଟ ହୋଇଥିବା ବେଳେ ୪୫୭୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୬୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୧୬ ହଜାର ୪୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୧ ହଜାର ୫୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୦୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୭୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୮୬ ଜଣ, ଅନୁଗୁଳ ଜିଲ୍ଲାରୁ ୩୮୮ ଜଣ,…

Read More

ନୂଆଦିଲ୍ଲୀ, ବୁଧବାର ଦିନ ପୂର୍ବ ଭାରତର ୫ଟି ରାଜ୍ୟର କରୋନା ସ୍ଥିତି ସଂପର୍କରେ କେନ୍ଦ୍ର ସ୍ବାସ୍ଯ୍ ସଚିବ ରାଜେଶ ଭୂଷଣ ଏକ ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ସୂଚୀତ କରାଯାଇଥିଲା ଯେ ସମସ୍ତ ରାଜ୍ୟ ସରଳୀକୃତ ମୂଲ୍ୟ ଓ ତ୍ୱରାନ୍ୱିତ ଜାତୀୟ କୋଭିଡ଼ ୧୯ ଟିକାକରଣ ରଣନୀତି ପର୍ଯ୍ୟାୟ -୩ର ଅଂଶବିଶେଷ ସ୍ୱରୂପ କେନ୍ଦ୍ରୀୟ ଡ୍ରଗ୍‍ ପରୀକ୍ଷାଗାର ସ୍ୱୀକୃତି ପ୍ରଦାନ କରିଥିବା ପ୍ରତ୍ୟେକ ଟିକା ଉତ୍ପାଦନକାରୀଙ୍କ ଠାରୁ ୫୦% ଟିକା ରାଜ୍ୟ ସରକାର ତଥା ଘରୋଇ ହସପିଟାଲମାନେ ସଂଗ୍ରହ କରିବେ। ରାଜ୍ୟମାନଙ୍କୁ ଆହୁି ପରାମର୍ଶ ଦିଆଯାଇଛି ଯେ ସେମାନେ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦନକାରୀଙ୍କ ଠାରୁ ଟିକା ଗ୍ରହଣ କରିବା ସହିତ ସେମାନଙ୍କ ଏହାର ମୂଲ୍ୟ ପ୍ରଦାନ କରିବେ। ଦେଶବ୍ୟାପୀ କରାଯାଉଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ସମୟରେ ଏହି ନୀତି ଅବଲମ୍ବନ କରାଯିବ। ଭାରତ ସରକାର ପ୍ରତି ମାସରେ ସିଡ଼ିଏଲ ଦ୍ୱାରା ମଂଜୁର ଟିକାର ୫୦% ସଂଗ୍ରହ କରିବା ସହିତ ରାଜ୍ୟମାନଙ୍କୁ…

Read More

ନୂଆଦିଲ୍ଲୀ, ସଂଯୁକ୍ତ ରାଜ୍ୟ ଗ୍ରେଟ୍ ବ୍ରିଟେନ ଓ ନର୍ଦ୍ଦନ ଆୟାର୍ଲଣ୍ଡ ସହିତ ପ୍ରବାସନ ତଥା ଗମନାଗମନରେ ସୁବିଧା ବଢାଇବାକୁ ଭାରତ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷର କରିବ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବୁଧବାର ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଲା ଗ୍ରେଟବିଟେନ ଓ ନର୍ଦ୍ଦନ ଆୟାର୍ଲଣ୍ଡ ଏବଂ ଭାରତ ମଧ୍ୟରେ ଗବେଷକ, ଛାତ୍ରଛାତ୍ରୀ, କୁଶଳୀ ପେସାଦାର ଆଦିଙ୍କ ଗମନାଗମନ ଓ ପ୍ରବାସନ ସୁବିଧାକୁ ଅଧିକ ସୁଗମ କରି ପାରସ୍ପରିକ ସହଯୋଗ ଓ ସମ୍ପର୍କକୁ ସୁଦୃଢ କରିବା । ଏହାଫଳରେ ଅନିୟମିତ ଦେଶାନ୍ତର, ପ୍ରବାସନ, ପ୍ରବ୍ରଜନ ଓ ମାନବଚାଲାଣ ଆଦିକୁ ନିୟନ୍ତ୍ରିତ କରି ହେବ ଏବଂ ଦୁଇପକ୍ଷ ମଧ୍ୟରେ ଏ କ୍ଷେତ୍ରରେ ସହଯୋଗ ଅଧିକ ସୁଦୃଢ ହୋଇପାରିବ । ଏହି ବୁଝାମଣା ଦ୍ୱାରା ଭାରତୀୟ ବିଦ୍ୟାର୍ଥୀ, ଶୈକ୍ଷିକବର୍ଗ ଓ ଗବେଷକ ଆର୍ଥିକ ତଥା ବୃତ୍ତିଗତ ଦୃଷ୍ଟିରୁ ବିଶେଷ ଉପକୃତ ହେବେ । ଆହୁରି…

Read More

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ବୁଧବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବ ଭାରତର ପାଞ୍ଚଟି ରାଜ୍ୟରେ କରୋନା ମହାମାରୀ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ପାଞ୍ଚଟି ରାଜ୍ୟ ହେଲେ ଓଡ଼ିଶା, ଆସାମ, ପଶ୍ଚିମ ବଙ୍ଗ, ବିହାର ଓ ଝାଡ଼ଖଣ୍ଡ । ଏହି ସମୀକ୍ଷା ବୈଠକରେ ଉପରୋକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ପରିଚାଳନା ତଥା କଣ୍ଟେନମେଣ୍ଟ ପାଇଁ କି କି ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏବେ ଲକ୍ଷ୍ୟ କରାଯାଇଛି ଯେ ମହାମାରୀ କରୋନା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ଦିଗରେ ଗତି କରୁଛି ଏବଂ ସେହିସବୁ ରାଜ୍ୟରେ ପ୍ରତିଦିନ ନୂତନ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୀକ୍ଷା ବୈଠକରେ ଯେଉଁ ପାଞ୍ଚଟି ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋଚନା କରାଯାଇଥିଲା ସେଗୁଡ଼ିକ ହେଲା ସଂପୃକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯…

Read More

ନୂଆଦିଲ୍ଲୀ, ରାହୁଙ୍କ ଯୋଗୁଁ ଜୀବନରେ ହଠାତ୍ ଘଟଣା ଏବଂ ଦୁର୍ଘଟଣା ବଢିଯାଏ । ଅନେକ ଥର ହଠାତ୍ ରୋଗ ହୁଏ, ସେହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ । ରାହୁଙ୍କ ଯୋଗୁଁ ବ୍ୟକ୍ତି ମଧ୍ୟ ପାଗଳତାର ଶିକାର ହୁଅନ୍ତି । ଲାଲ କିତାବ ଅନୁଯାୟୀ ରାହୁଙ୍କ ସ୍ଥିତି ଘରର ଅନେକ ସ୍ଥାନରେ ରହିଥାଏ। କିନ୍ତୁ ଯଦି ଦୁଇଟି ନିର୍ଦ୍ଦିଷ୍ଟ ସ୍ଥାନ ପରିଷ୍କାର ରଖାଯାଏ ନାହିଁ, ତେବେ ରାହୁଙ୍କ ରାଶିର ଅବସ୍ଥା ସଠିକ୍ ହୋଇଥିଲେ ମଧ୍ୟ ରାହୁଙ୍କ କୋପ ଆରମ୍ଭ ହୁଏ। ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ସ୍ଥାନ କ’ଣ ଏବଂ ସେମାନଙ୍କୁ କୌଣସି ପ୍ରକାରେ ସଫା ରଖିପାରେ । ଶୌଚାଳୟ ହେଉଛି ରାହୁଙ୍କର ମୁଖ୍ୟ ସ୍ଥାନ । ଏହି କାରଣରୁ ପୂର୍ବେ ଘରେ ଶୌଚାଳୟ ରଖାଯାଉ ନ ଥିଲା । ତା’ପରେ, ଯେତେବେଳେ ଘରେ ଶୈୌଚାଳୟ ରଖିବାର ପରମ୍ପରା ଆରମ୍ଭ ହେଲା, ଆମେ ଘର ପଛରେ ଟିକିଏ ଦୂରରେ ଶୌଚାଳୟ…

Read More