Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନାର ଦ୍ୱିତୀୟ ଲହରୀ ହୁ ହୁ ହୋଇ ବଢୁଥିବା ବେଳେ ରାହାମା ବଜାରରେ ଅମାନିଆଙ୍କ ଜନଗହଳିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ଠାରୁ ରାହାମା ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଇଁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବ୍ୟବସାୟୀ ପେଣ୍ଠସ୍ଥଳୀ କୁହାଯାଉଥିବା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ବଜାରରେ କିଛି ବ୍ୟବସାୟୀ ଓ ଅମାନିଆ ଲୋକ କରୋନା କଟକଣାକୁ ବେଖାତିର କରୁଥିବାରୁ ଜନଗହଳି ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

Read More

ଭୁବନେଶ୍ବର, ଓଡିଶାରେ ଯେପରି ଟିକାର ଅଭାବ ରହିବ ନାହିଁ ଏବଂ ସମସ୍ତେ ଟିକା ଗ୍ରହଣ କରିବେ ସେଥିପାଇଁ ନିଆଗଲା ବଡ ନିଷ୍ପତି। ଆଜି ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ବିଶ୍ବର ବିଭିନ୍ନ କଂପାନୀଠାରୁ କୋଭିଡ ଟିକା ଆମଦାନୀ ପାଇଁ ଏକ ବିଶ୍ବ ସ୍ତରୀୟ ଟେଣ୍ଡର କରାଯିବ। ବିଭିନ୍ନ କଂପାନୀଠାରୁ ମୂଲ୍ୟ ସଂଗ୍ରହ କରାଯାଇ ଏହି ଟିକା କିଣାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତି  ନିଆଯାଇଛି। ଏହି ଟେଣ୍ଡର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ବିଶେଷଜ୍ଞ କମିଟ ଗଠନ କରାଯିବ। ସେହି କମିଟର ତତ୍ବାବଧାନରେ କେଉଁ କଂପାନୀରୁ କିପରି ଟିକା କିଣାଯିବ ତାହା ନିଷ୍ପତି କରିବେ। ନିକଟରେ ଏହିପରି ପଦକ୍ଷେପ ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଟିକା ନିହାତି ଆବଶ୍ୟକତା ରହିଛି। ଯେଉଁମାନେ ଟିକା ନେଉଛନ୍ତି ସେମାନେ କମ ଆକ୍ରାନ୍ତ ହେଉଛନ୍ତି। …

Read More

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀଜଣଙ୍କ ବର୍ତ୍ତମାନ ଭୁବନେଶ୍ବର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ୭୧ ବର୍ଷ ବୟସ୍କ ପୁରୁଷ। ସେ ମଧୁମେହ ରୋଗରେ ମଧ୍ୟ ପୀଡିତ ଅଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ରହିଛି। ଦୀର୍ଘ ଦିନ ଧରି ପୁରୁଣା ପାଣି କୁଲର ରୋଗୀଜଣଙ୍କ ବ୍ୟବହାର କରୁଥିଲେ। ଯାହାଫଳରେ ବହୁଦିନ ଯାଏଁ କୁଲରରୁ ପାଣି ବଦଳାଇନଥିବାରୁ ବ୍ଲାକ ଫଙ୍ଗସ୍ ରୋଗରେ ସେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଗୁଜୁରାଟର କିଛି କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ପରେ ବ୍ଲାକ ଫଙ୍ଗସ୍ ରୋଗରେ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ମଧ୍ୟ କିଛି ଆକ୍ରାନ୍ତ ବ୍ଲାକ ଫଙ୍ଗସ୍ ରୋଗରେ ଚିହ୍ନଟ ହୋଇଥିବା ମଧ୍ୟ ଜଣାପଡିଛି। ହେଲେ ଓଡିଶାରେ ଏଭଳି କୌଣସି ରୋଗୀ ଚିହ୍ନଟ ହୋଇନଥିବା ବେଳେ ଆଜି…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସରକାର ଶିଶୁ ଶ୍ରମିକ ନିୟୋଜନ ଉପରେ କଟକଣା ଜାରି କରିଥିବା ବେଳେ କଳାହାଣ୍ଡି କେନ୍ଦୁପତ୍ର ବିଭାଗରେ ତାହାର ଉଲ୍ଲଂଘନ କରାଯାଉଥିବା ଜଣାପଡିଛି। ମଦନପୁର ବ୍ଲକ କେନ୍ଦୁପତ୍ର ବିଭାଗ ଅନ୍ତର୍ଗତ ସିଂହପୁର ପଂଚାୟତ କୁଟୁପଲା ଗ୍ରାମରେ କୋମଳମତି ଶିଶୁ ମାନେ ନିୟୋଜିତ ହୋଇ କେନ୍ଦୁପତ୍ର କାମ କରୁଥିବା ଭଲି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସ୍କୁଲରେ ପାଠ ପଢୁଥିବା ୧୪ ବର୍ଷରୁ କମ ବୁସ୍କ ପିଲାମାନଙ୍କୁ ସେଠାକାର କେନ୍ଦୁପତ୍ର ଫଡିରେ ବିଭିନ୍ନ କାମରେ ନିୟୋଜିତ କରି ଦାୟୀତ୍ୱରେ ଥିବା ଫରେଷ୍ଟର ତଥା ମୁନସି ମାନେ ମୁନାଫା ଉଠାଉଥିବାର ଅଭିଯୋଗ ହୋଇଛି। ସାଂପ୍ରତିକ କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଲକଡାଉନ ସ୍ଥିତି ଜାରି କରିଥିବା ବେଳେ ସେହି କୋମଳମତି ଶିଶୁମାନେ କାମ କରୁଥିବା ସମୟରେ ମାସ୍କ ମଧ୍ୟ ପରିଧାନ କରୁନଥିବା ଦେଖାଯାଉଛି। ସାଧାରଣତଃ କେନ୍ଦୁପତ୍ର ଫଡିମାନଙ୍କରେ ଶ୍ରମିକ ନିଯୁକ୍ତି କରି ପତ୍ର ତୋଳା ଠାରୁ ଆରମ୍ଭ କରି…

Read More

ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ୨୦୨୧ରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର ଭାବେ ମାନ୍ୟତା ଲାଭ କରିଛି। ଏଥିସହିତ ରିଲାଏନ୍ସ ରିଟେଲ ଏକମାତ୍ର ଭାରତୀୟ ରିଟେଲର ଭାବରେ ବିଶ୍ୱର ୨୫୦ ରିଟେଲର ତାଲିକାରେ ସ୍ଥାନ ପାଇଛି। ବିଶ୍ୱର ପ୍ରଭାବଶାଳୀ ରିଟେଲିଂ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ରିଟେଲର ତାଳିକାରେ ଏହା କ୍ରମାଗତ ଚାରିବର୍ଷ ହେଲା ସ୍ଥାନ ପାଇଆସୁଛି। ଗତବର୍ଷ ଏହା ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ୫୦ ରିଟେଲର ତାଲିକାରେ ରିଲାଏନ୍ସ ରିଟେଲ ଶୀର୍ଷରେ ରହିଥିବାବେଳେ ଚଳିତ ବର୍ଷ ଦ୍ୱିତୀୟ ସ୍ଥାନରେ ରହିଛିି। ତେବେ ବିଶ୍ୱର ପ୍ରଭାବଶାଳୀ ରିଟେଲିଂ ତାଲିକାରେ ଗତବର୍ଷ ରହିଥିବା ୫୬ତମ ସ୍ଥାନରୁ ତିନିଟି ସ୍ଥାନ ଉପରକୁ ଉଠି ଏହା ୫୩ତମ ସ୍ଥାନରେ ରହିଥିବା ଡେଲଏଟ ପକ୍ଷରୁ ପ୍ରସ୍ତୁତ ଏବଂ ପ୍ରକାଶିତ ବିଶ୍ୱ ରିଟେଲ ଜଗତର ପ୍ରଭାବଶାଳୀ ତାଲିକାରୁ ଜଣାଯାଇଛି। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ କମ୍ପାନୀର ଅଭିବୃଦ୍ଧି ୪୧.୮% ହୋଇଛି ଏବଂ ଏହାର ଉପଭୋକ୍ତା…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସିରେ କରୋନା କ୍ଷିପ୍ରଗତିରେ କାୟା ବିସ୍ତାର କରିଚାଲିଛି। ଗତକାଲି ବାଲୁଗାଁ ଏନଏସିର ୱାର୍ଡ ନମ୍ବର ୬ ଚକ୍ରଧରପୁରରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଚିଲିକା ତହସିଲଦାର ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପତ୍ର ଯୋଗେ ଅନୁରୋଧ କରିଥିଲେ। ଏହାକୁ ଗୁରୁତର ସହ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଆଜି ମଇ ୧୦ ତାରିଖ ସଂଧ୍ୟା ୭ ଘଟିକାରୁ ମଇ ୧୬ତାରିଖ ରାତି ୯ ଘଟିକା ଯାଏଁ ଚକ୍ରଧରପୁରର ସଞ୍ଜୟ ସାହୁଙ୍କ ଘର ଠାରୁ ରମେଶ ଧୁଡିଙ୍କ ଘର(୨୫ ଗୋଟି ଘର) ପର୍ଯ୍ୟନ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରଛନ୍ତି। ଉକ୍ତ ସମୟରେ ଏହି ଅଂଚଳର କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ। କଣ୍ଟେନମେଣ୍ଟ ଅଞ୍ଚଳରେ ଅଂଚଳବାସୀଙ୍କୁ ଜରୁରୀକାଳନ ସାମଗ୍ରୀ ଯୋଗାଣ, ବିଶୋଧନ, କଣ୍ଟାକ୍ଟ ଟ୍ରେସିଂ, ଆରଆରଟି ଦ୍ୱାରା ଘରକୁ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୬୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୮୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୫୭୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୩ ହଜାର ୯୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୩୫୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରେ ଆଉ ୩ ଟି ସ୍ଥାନରେ ଡ୍ରାଇଭ୍ ଇନ୍ ଟୀକା ବ୍ୟବସ୍ଥା ଆରମ୍ଭ ହେବ। ୪୪ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ଟୀକାକରଣ ବ୍ୟବସ୍ଥା ହୋଇଛି। କିନ୍ତୁ ଏହି ବ୍ୟବସ୍ଥାରେ କେବଳ ଲୋକଙ୍କୁ ଦ୍ଵିତୀୟ ଡୋଜ୍ ଟୀକା ଦିଆଯିବ। ଆସନ୍ତାକାଲିଠୁ କଳ୍ପନା ଛକ ନିକଟସ୍ଥ ଉତ୍କଳ କନିକା ଗାଲେରିଆ ପାର୍କିଂ ସ୍ଥାନ, ରୁଦ୍ରପୁରରେ ସିମ୍ଫୋନୀ ମଲ୍ ପାର୍କିଂ ସ୍ଥାନ, କିଟ୍ ବିଶ୍ୱବିଦ୍ୟାଳୟର କ୍ରିକେଟ ଷ୍ଟାଡିୟମରେ ଡ୍ରାଇଭ ଇନ ଟୀକା ବ୍ୟବସ୍ଥା ହୋଇଯାଇଛି। ତେବେ ଏଥିପାଇଁ ଆଜି ସନ୍ଧ୍ୟା ୬ ଟା ରୁ ସ୍ଲଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହେବ। ମେ’ ୧୧ ତାରିଖରୁ ୧୫ ତାରିଖ ଯାଏଁ ମୋଟ ୩୦୦ ଟି ସ୍ଲଟ୍ ଉପଲବ୍ଧ ହେବ। ଏହି ସ୍ଥାନଗୁଡିକରେ ସ୍ଲଟ୍ ବୁକିଂ କରିଥିବା ୪୫ ବର୍ଷର ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଦ୍ଵିତୀୟ ଡୋଜ୍ ଟୀକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯ ହଜାର ୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୭୮୭, ସୁନ୍ଦରଗଡରୁ ୧୧୦୦, କଟକରୁ ୮୨୩, ବରଗଡରୁ ୫୦୬, ସମ୍ବଲପୁରରୁ ୪୨୫, ନବରଙ୍ଗପୁରରୁ ୪୧୨,  ଝାରସୁଗୁଡାରୁ ୪୦୭, ଅନୁଗୁଳରୁ ୩୯୩, ନୂଆପଡାରୁ ୩୮୫, କଳାହାଣ୍ଡିରୁ ୩୭୩, ପୁରୀରୁ ୩୦୪, ଯାଜପୁରରୁ ୨୩୧, ନୟାଗଡରୁ ୨୨୬, ଭଦ୍ରକରୁ ୨୦୬, ମୟୂରଭଞ୍ଜରୁ ୧୯୯, ବଲାଙ୍ଗୀରିରୁ ୧୯୫, କେନ୍ଦୁଝରରୁ ୧୬୧, ରାୟଗଡାରୁ ୧୫୦, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡାରୁ ୧୩୨, ବାଲେଶ୍ବରରୁ ୧୨୫, ସୋନପୁରରୁ ୧୨୩, ଗଜପତିରୁ ୧୧୮, ଗଞ୍ଜାମରୁ ୧୧୪, କୋରାପୁଟରୁ ୮୯, କନ୍ଧମାଳରୁ ୬୮, ମାଲକାନାଗିରିରୁ ୪୩, ଢେଙ୍କାନାଳରୁ ୪୨, ବୌଦ୍ଧରୁ ୩୭,  ଦେବଗଡରୁ ୨୭ ଏବଂ ଷ୍ଟେଟ ପୁଲରୁ ୩୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪…

Read More

ଭୁବନେଶ୍ବର, ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ଏବଂ ଗୋଆ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରାଯାଇଛି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଟ୍ରେନ ଯୋଗେ ଦିଲ୍ଲୀ ଯାଉଥିବା ଏବଂ ଦେଶର ଯେ କୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଉଭୟ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରିଛନ୍ତି। ଦେଶର ଯେକୌଣସି ସ୍ଥାନରୁ ଗୋଆର ଯେ କୌଣସି ଷ୍ଟେସନକୁ ଯାଉଥିବା ଯାତ୍ରୀ ଗୋଆ ରାଜ୍ୟରେ ପ୍ରବେଶ କରିବାର ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟିପିସିଆର ରିପୋର୍ଟ କିମ୍ବା ଦୁଇଟି ଡୋଜ୍ କୋଭିଡ ୧୯ ଟୀକା ନେଇଥିବା ପ୍ରମାଣ ପତ୍ର ଦର୍ଶାଇବା ଜରୁରୀ ଅଟେ। ନିମ୍ନ ପ୍ରଦତ୍ତ ବ୍ୟକ୍ତି ବିଶେଷ ଗୋଆ ଯିବା ପାଇଁ ଛାଡ଼ ପାଇବେ 1-ଗୋଆ ରାଜ୍ୟର ବାସିନ୍ଦା 2-କାମ ପାଇଁ ଗୋଆରେ ପ୍ରବେଶ କରୁଥିବା ବ୍ୟକ୍ତି କାର‌୍ୟ୍ୟ ପ୍ରମାଣ ପତ୍ର। ନିଯୁକ୍ତିଦାତାଙ୍କଠାରୁ ଚିଠି 3-ମେଡିକାଲ ସେବାରେ ଜରୁରୀକାଳୀନ ପରିସ୍ଥିତି ପାଇଁ ବ୍ୟକ୍ତି…

Read More

କଲିକତା: ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କଡା ସଂଘର୍ଷ କରି ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଛନ୍ତି। ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ପକ୍ଷରୁ ବଡ ଦାୟିତ୍ଵ ମିଳିଛି। ସେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ଏହି ଦାୟିତ୍ଵ ମିଳିଛି। ମମତାଙ୍କ ଅତି ବିଶ୍ଵସନୀୟ ମନ୍ତ୍ରୀ ଥିବା ଶୁଭେନ୍ଦୁ ଏହି ନିର୍ବାଚନ ପୂର୍ବରୁ ଦଳରୁ ବିଦାୟ ନେଇ ବିଜେପିରେ ସାମିଲ ହୋଇଥିଲେ। ସେହିଦିନ ଠାରୁ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଯାଇଥିଲା। ଶୁଭେନ୍ଦୁଙ୍କ ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ମମତା ଘୋଷଣା କରିଦେଇଥିଲେ। ସେପଟେ ଶୁଭେନ୍ଦୁ ମମତାଙ୍କ ଠାରୁ ହାରିଲେ ରାଜନୀତିରୁ ଅବସର ନେବେ ବୋଲି ମଧ୍ୟ ଘୋଷଣା କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ପାଖାପାଖି ୨୦୦୦ ଭୋଟରେ ହରାଇ ଶୁଭେନ୍ଦୁ ବିଜୟ ଲାଭ କରିଥିଲେ। ହେଲେ ଏହି ଫଳାଫଳ ପରେ…

Read More

ନୂଆଦିଲ୍ଲୀ: କିଛି ଦିନ ହେଲା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଔତ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ କଙ୍ଗନା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ଅଭିନେତ୍ରୀ କଙ୍ଗନାଙ୍କର ଏକ ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି। ଏହାକୁ ନେଇ ଇନଷ୍ଟାଗ୍ରାମ ଉପରେ କଙ୍ଗନା ଏକ ବ୍ୟଙ୍ଗାତ୍ମକ ଷ୍ଟୋରି ସେୟାର କରିଛନ୍ତି। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ କଙ୍ଗନାଙ୍କ ଏହି ଷ୍ଟୋରି ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, କଙ୍ଗନା କରୋନାରେ ଆକ୍ରାନ୍ତ ହୋଇଥିବା ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହାସହ କରୋନାକୁ ଖୁବଶୀଘ୍ର ହରାଇଦେବେ ବୋଲି ସେ ଏହି ପୋଷ୍ଟରେ ଲେଖିଥିଲେ। ହେଲେ କଙ୍ଗନାଙ୍କର ଏହି ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି। ଫଳରେ ଏହାକୁ ନେଇ କଙ୍ଗନା ଲେଖିଛନ୍ତି ଯେ, କରୋନା ଉପରେ ଲେଖିଥିବା ମୋର ଏକ ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି। ଯେଉଁଥିରେ ମୁଁ କରୋନାକୁ ହରାଇଦେବି ବୋଲି କହିଥିଲି। କାରଣ ଏଥିରେ ବହୁତ ଲୋକଙ୍କୁ ଆଘାତ ଲାଗିଛି। ଏହାସହିତ…

Read More

ସୀତାରାମ ଅଗ୍ରୱାଲ ବାଣପୁର: କରୋନାର ଦ୍ଵିତୀୟ ଲହର ଏବେ ସାରା ଦେଶରେ ଶିଖରରେ ପହଁଚିଛି। ମହାମାରୀ ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ କରୋନା ମୁବାବିଲା ପାଇଁ ସ୍ୱଚ୍ଛତାକୁ ଅସ୍ତ୍ର କରି ଆଗେଇ ଆସିଛି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ବିକାଶ କୁମାର ସେଠିଙ୍କ ନେତୃତ୍ୱରେ ବାଣପୁର ଓ ନାଚୁଣୀ ଅଞ୍ଚଳର ସର୍ବ ସାଧାରଣସ୍ଥାନ ଗୁଡିକ ଆଜି ମଧ୍ୟାହ୍ନରେ ଏ.ବି.ଭି.ପି କାର୍ଯ୍ୟକର୍ତ୍ତାମାନେ ମାସ୍କ, ପିପିକିଟ୍ ପିନ୍ଧି ବିଶୋଧିତ କରିଛନ୍ତି। ନାଚୁଣୀ ଫାଣ୍ଡି ସମେତ ଉଭୟ ବ୍ୟାଙ୍କ୍‌, ଏଟିଏମ୍‌ ପଏଣ୍ଟ, ରାସ୍ତାଘାଟକୁ ସ୍ପ୍ରେ ମେସିନ ସହାୟତାରେ କାର୍ଯ୍ୟକର୍ତ୍ତାମାନେ ବିଶୋଧକ ସିଞ୍ଚନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଏବିଭିପି ନାଚୁଣୀ କ୍ୟାମ୍ପସ ୟୁନିଟ୍ ସଭାପତି ବିପ୍ଳବ ଗୁରୁ, ଆଶାତୀତ ସାହୁ, ପି.ବି.ବି କ୍ୟାମ୍ପସ ୟୁନିଟ୍ ସଭାପତି ସିଦ୍ଧାର୍ଥ…

Read More

କଲିକତା: ତୃଣମୂଳ କଂଗ୍ରେସ ନେତାଙ୍କ ବିରୋଧରେ ନାରଦା ଚିଠ୍ ଫଣ୍ଡ ଠକେଇ ମାମଲା ଚାଲୁ କରିବା ପାଇଁ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ଅନୁମତି ଦେଇଛନ୍ତି। ତୃଣମୂଳର ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କେଶ ଚାଲୁ କରିବା ପାଇଁ ରାଜ୍ୟପାଳ ଅନୁମତି ଦେଇଛନ୍ତି। ଫରହାଦ ହକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ରା ଏବଂ ସୋବନ ଚଟାର୍ଜୀଙ୍କ ବିରୋଧରେ କେଶ ଚାଲୁ କରିବା ପାଇଁ ମଞ୍ଜୁରୀ ମିଳିଛି। ସିବିଆଇ ଦ୍ଵାରା ଏହି ମାମଲାର ତଦନ୍ତ କରାଯିବ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଲକ ଡ଼ାଉନରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଅଭିଯୋଗ ମୁତାବକ ଟାଟା ପାୱାର ଅଧିନସ୍ଥ ବାଣପୁର-୧ ବିଭାଗର ସୁପରଭାଇଜର ସଂଜିତ ପ୍ରଧାନ ଆଜି ମଧ୍ୟାହ୍ନରେ ଘରୁ ନିଜ ବାଇକ ଯୋଗେ ବିଦ୍ୟୁତ ବିଲ ସଂଗ୍ରହ ପଇସା ଜମା କରିବା ପାଇଁ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଯାଉଥିଲେ। ତେବେ ଶକ୍ତି ହଲ ନିକଟସ୍ଥ ହମ୍ପସ ଠାରେ ପଲସର ଗାଡ଼ିରେ ହଠାତ ଦୁଇ ଜଣ ଦୁର୍ବୁତ୍ତ ଆସି ତାଙ୍କ ଗାଡିକୁ ଅଟକାଇବା ସହ ବାଇକ ଚାବି ଏବଂ ମୋବାଇଲ ଭିଡି ଫୋପାଡ଼ିଦେଇଥିଲେ।  ପରବର୍ତ୍ତୀ ସମୟରେ ସଂଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପଇସା ବ୍ୟାଗ ମାଗିଥିଲେ।  ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସଂଜିତ ଏଥିରେ ଭୟଭୀତ ହୋଇ ଦୁର୍ବୁତ୍ତ ମାନଙ୍କୁ ବ୍ୟାଗ ଦେଇଦେଇଥିଲେ। ବ୍ୟାଗ ମଧ୍ୟରୁ ଦୁର୍ବୁତ୍ତମାନେ ୬…

Read More

ପୁରୀ: ଶ୍ରୀମନ୍ଦିର ପରିସର ଆନନ୍ଦ ବଜାରରେ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ରହିଛି। ସେବାୟତ ଓ ସେବାୟତଙ୍କ ମଧ୍ୟରେ ପିଟାପିଟି ହୋଇଥିବା ସୂଚନା ରହିଛି। ଫଳରେ ଜଣେ ସେବାୟତ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସିଂହଦ୍ଵାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିବା ଶୁଣିବାକୁ ମିଳିଛି।

Read More

ଗୌହାଟି: ଆସାମର ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ଵଶର୍ମା ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜଗଦୀଶ ମୁଖୀ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ହିମନ୍ତ ବିଶ୍ଵଶର୍ମା ଆସାମର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ହିମନ୍ତଙ୍କ ସହ କିଛି ବିଧାୟକ ମଧ୍ୟ ଶପଥ ପାଠ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଆସମାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ବହୁ କଳ୍ପନା ଜଳ୍ପନା ଲାଗିରହିଥିଲା। ଏହାକୁ ନେଇ ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ଯାଳୟରେ ବରିଷ୍ଠ ନେତାମାନଙ୍କ ମଧ୍ୟରେ ବହୁ ଆଲୋଚନା ହୋଇଥିଲା। ଏବଂ ଗତକାଲି ଆସାମର ବିଜେପି ବିଧାୟକ ବୈଠକ ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା। ହିମନ୍ତଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ନିଜେ ଏହି ବୈଠକରେ ପ୍ରସ୍ତାବ ଦେଇଥିଲେ।

Read More

ବ୍ରହ୍ମପୁର: ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ବିଭିନ୍ନ ରାଜ୍ୟ ସରକାରମାନେ କଟକଣାକୁ କଡାକଡି କରୁଛନ୍ତି। ପ୍ରଭାବିତ ରାଜ୍ୟଗୁଡିକରେ ଲକଡାଉନ ଏବଂ ସଟଡାଉନ ଭଳି କଟକଣା ଆରମ୍ଭ ହୋଇଯାଇଛି। ଫଳରେ ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇଥିବା ଯୁବକମାନେ ପୁଣିଥରେ ଘର ମୁହାଁ ହୋଇଛନ୍ତି। ଗତବର୍ଷ ଭଳି ଚଳିତ ବର୍ଷରେ ମଧ୍ୟ ଲୋକେ ନିଜ ନିଜ ରାଜ୍ୟକୁ ଫେରିବା ଆରମ୍ଭ କରିଦେଇଛନ୍ତି। କିଏ ଚାଲି ଚାଲି ଫେରୁଛନ୍ତି ତ କିଏ ସାଇକେଲ ଏବଂ କିଏ ବସ ଯୋଗେ ଘରକୁ ଫେରୁଛନ୍ତି। ହେଲେ ଏହି ସମୟରେ ଘରେ ପହଞ୍ଚିବା ପୂର୍ବରୁ କେତେକ ପ୍ରବାସୀଙ୍କ ଜୀବନ ଚାଲିଯାଉଥିବା ଭଳି ହୃଦୟ ବିଦାରକ ଘଟଣା ଦେଇଖିବାକୁ ମିଳୁଛି। ତେବେ ଆଜି ହାଇଦ୍ରାବାଦରୁ ବସ ଯୋଗେ ଫେରୁଥିବା ଓଡିଆ ପ୍ରବାସୀଙ୍କ ସୀମାନ୍ତରେ ମୃତ୍ୟୁ ହୋଇଛି। ଆନ୍ଧ୍ର ସୀମାନ୍ତ ମୋଟୁରେ ଏହି ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ମୃତ ପ୍ରବାସୀଙ୍କ ଘର ବାଲେଶ୍ଵର ଜିଲ୍ଲାର ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୯୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡା ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୨ ଜଣ, ଅନୁଗୁଳ, ବଲାଙ୍ଗୀରି ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୪ ହଜାର ୮୭୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୪୭ ହଜାର ୮୬୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୪ ହଜାର ୭୬୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୯୭ କୁ ବୃଦ୍ଧି ହୋଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୬ ହଜାର ୪୯୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୭୪୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୨୬ ଲକ୍ଷ ୬୨ ହଜାର ୫୭୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୬ ହଜାର ୧୧୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୬ ଲକ୍ଷ ୭୧ ହଜାର ୨୨୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୪୫ ହଜାର ୨୩୭ ଆକ୍ଟିଭ୍‌ କେସ୍ ରହିଛି।

Read More