ମେଷ: – ଆଜି ମିଶ୍ରିତ ଦିନ ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ସମୁଦାୟ ଅଛି । ଏକ କଣ୍ଟିଜେନ୍ସି ଲାଭ ହୋଇପାରେ । ବରିଷ୍ଠମାନଙ୍କ ଆଶୀର୍ବାଦ କାର୍ଯ୍ୟରେ ସଫଳତା ଆଣିବ, କିନ୍ତୁ କିଛି ପରିସ୍ଥିତି ଏପରି ହୋଇପାରେ ଯାହା ଟେନସନକୁ ବଢାଇବ । ସାଙ୍ଗମାନଙ୍କ ସହିତ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ କାର୍ଯ୍ୟ ସଫଳ ହେବ ଏବଂ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ଘର ଏବଂ ପିଲାମାନଙ୍କ ସମ୍ବନ୍ଧୀୟ ଏକ ଖୁସି ଖବର ମିଳିପାରିବ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ରହିବ । ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ କରାଯାଇପାରେ ।
Author: Samikhsya Bureau
ଭୁବନେଶ୍ବର: ଓଡିଶା କିଣିଥିବା ୧.୫ ଲକ୍ଷ କୋଭାକ୍ସିନ ଟୀକା ଡ଼ୋଜ ଭୁବନେଶ୍ବର ପହଞ୍ଚିଛି। ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ କୋଭାକ୍ସିନ ଭୁବନେଶ୍ବରରେ ପହଞ୍ଚିଛି। ରାତି ୯ ଟାରେ ଏହି ଟୀକା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ତେବେ କେବଳ ଭୁବନେଶ୍ବର ମହାନଗର ଅଞ୍ଚଳରେ ଏହି ଟୀକା ଦିଆଯିବ ବୋଲି ସୂଚନା ରହିଥିବା ବେଳେ ମେ’ ୧ ତାରିଖରୁ କିଛି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ଟୀକା ଦିଆଯିବ।
ଭୁବନେଶ୍ୱର, କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଶରେ ଉଗ୍ରରୂପ ଧାରଣ କରୁଥିବା ସମୟରେ ଲୋକମାନଙ୍କ ଚଳାଚଳରେ ପ୍ରତିବନ୍ଧକ, ଆତ୍ମୀୟସ୍ୱଜନ ଏବଂ ଜଣାଶୁଣା ବ୍ୟକ୍ତିମାନଙ୍କ ମୃତ୍ୟୁ ଖବର ସାଙ୍ଗକୁ ଅତିମାତ୍ରାରେ କରୋନା ସମ୍ପର୍କୀତ ସମ୍ବାଦକୁ ସାମାଜିକ ଗଣମାଧ୍ୟମରୁ ଜାଣିବାର ଆଗ୍ରହ ଲୋକମାନଙ୍କ ମନରେ ମାନସିକ ଚାପକୁ ବଢାଇ ଦେଉଛି ବୋଲି ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ହୃଦରୋଗ ବିଭାଗ ସହକାରୀ ପ୍ରଫେସର ଡାକ୍ତର ଦୀପକ ରଞ୍ଜନ ଦାସ କହିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆଞ୍ଚଳିକ ଜନ ସମ୍ପର୍କ କାର୍ୟ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଆଜି କୋଭିଡ ସମୟରେ ମାନସିକ ଚାପ ନିୟନ୍ତ୍ରଣ ଶୀର୍ଷକ ଏକ ୱେବିନାର ଆଲୋଚନାରେ ଯୋଗଦେଇ ଡାକ୍ତର ଦାସ କହିଛନ୍ତି ଯେ, କରୋନା ସଂକ୍ରମଣ ସମ୍ପର୍କୀତ ବିଭିନ୍ନ କଟକଣା ଲୋକମାନଙ୍କର ରୋଜଗାର, ଚାକିରି, ଜୀବିକା ଆଦିକୁ ପ୍ରଭାବିତ କରିଛି । ଲୋକଙ୍କୁ ଏକୁଟିଆ କରିଦେଇଛି । ବିଭିନ୍ନ ପ୍ରକାରର ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସୃଷ୍ଟି ହୋଇଛି ।…
ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ମେ’ ମାସରେ କରୋନା ପିକ୍ ରେ ରହିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ରାଜ୍ୟ ବ୍ୟବସାୟୀ ସଂଘ ଏକ ବଡ ନିଷ୍ପତ୍ତି ନେଇଛି। ଜୀବିକା ଠାରୁ ଜୀବନକୁ ଅଧିକ ଗୁରୁତ୍ଵ ଦେଇ ସାରା ରାଜ୍ୟରେ ସବୁ ଦୋକାନ ଦିନ ୨ଟା ପରେ ବନ୍ଦ ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ସପ୍ତାହନ୍ତ ସଟଡାଉନ ପରେ ଆସନ୍ତା ସୋମବାରଠାରୁ ରାଜ୍ୟର ସବୁ ଦୋକାନ ପାଇଁ ଏହି ନିୟମ ଲାଗୁ କରିବାକୁ ସଂଘ ଘୋଷଣା କରିଛି। ଏହି ନିୟମ ମେ’ ୧୫ ତାରିଖ ଯାଏଁ ଲାଗୁ ରହିବ। କିନ୍ତୁ ଦୋକାନ ବନ୍ଦ ରହିଲେ ମଧ୍ୟ ମାଲ୍ ପରିବହନ ଜାରି ରହିବ। ବ୍ୟବସାୟୀ ମହାସଂଘ ସମ୍ପାଦକ ସମ୍ପାଦକ ସୁଧାକର ପଣ୍ଡା ଏନେଇ ସୂଚନା ଦେଇଛନ୍ତି। ତେବେ କଟକ…
ନୂଆଦିଲ୍ଲୀ, ଦେଶରେ କୋଭିଡର ଦ୍ବିତୀୟ ଲହରୀ କାରଣରୁ ସୃଷ୍ଟି ହୋଇଥିବା ପରସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ଆଜି ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ପରିଷଦ ବୈଠକରେ ମତପ୍ରକାଶ ପାଇଥିଲା ଯେ ବର୍ତ୍ତମାନର ମହାମାରୀ ସଙ୍କଟ “ଶତାବ୍ଦୀରେ ଗୋଟିଏ ଥର ଦେଖାଦେଉଥିବା ସଙ୍କଟ” ହୋଇଥିବା ବେଳେ ଏହା ବିଶ୍ବ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହି ବୈଠକରେ କୋଭିଡ ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ସରକାର ଓ ଭାରତର ଜନସାଧାରଣଙ୍କ ମିଳିତ ପ୍ରୟାସ ଉପରେ ଆଧାରିତ ଭାରତ ସରକାରଙ୍କ ଟିମ ଇଣ୍ଡିଆ ଆଭିମୁଖ୍ୟକୁ ଉଲ୍ଲେଖ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଏବଂ ଦ୍ରୁତ ଗତିରେ କାର୍ୟ୍ୟ କରୁଛି। ସେ ମନ୍ତ୍ରୀମାନଙ୍କୁ ନିଜ ନିଜ ଅଞ୍ଚଳର ଲୋକମାନଙ୍କ ସହିତ ସମ୍ପର୍କରେ ରହିବା, ସେମାନଙ୍କୁ ସହାୟତା କରିବା ଓ ସେମାନଙ୍କ ଠାରୁ ମତାମତ ସଂଗ୍ରହ କରିବା…
ଭୁବନେଶ୍ବର: ସମଗ୍ର ଜଗତସିଂହପୁର ଜିଲ୍ଲାରେ ସପ୍ତାହନ୍ତ ସଟଡ଼ାଉନ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ଦେଖି ଜିଲ୍ଲାର ସବୁ ବଜାର କମିଟି ଏନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା। କମିଟିର ଅନୁରୋଧକ୍ରମେ ଜିଲ୍ଲା ପ୍ରଶାସନ ସପ୍ତାହନ୍ତ ସଟଡ଼ାଉନ କରିବାକୁ ନିଷ୍ପତ୍ତି ନେଇଛି। ଜିଲ୍ଲାରେ ଉଭୟ ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି କଟକଣା ଲାଗୁ କରାଯିବ।
ଭୁବନେଶ୍ବର: କରୋନା ସମୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ଦୁଇ ମାସ ମେ’ ଏବଂ ଜୁନରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ମାଗଣା ଚାଉଳ ମିଳିବ। ଏହି ଦୁଇ ମାସରେ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଅତିରିକ୍ତ ଚାଉଳ ବାବଦର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୪୧୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୬ ହଜାର ୫୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ହଜାର ୫୮୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୬୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କୋଭିଡ଼ ମହାମାରୀରୁ ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା ପାଇଁ ବିଜୁ ଯୁବ ଜନତା ଦଳ ଓଡ଼ିଶା ତରଫରୁ କୋଭିଡ଼ ହେଲ୍ପ ଲାଇନ୍ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି। ବିଜୁ ଯୁବ ବ୍ୟାପାର ମୁଖ୍ୟ ପ୍ରଣବ ବଳବନ୍ତ ରାୟ, ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପାର୍ଥସାରଥୀ ମୁଦୁଲିଙ୍କ ଉପସ୍ଥିତିରେ ଉଦ୍ଘାଟିତ ଏହା ହୋଇଯାଇଛି। ମହାମାରୀ କରୋନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା, ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ତଥା ବେସରକାରୀ ଚିକିତ୍ସାଳୟ ଗୁଡ଼ିକୁ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା, ଟୀକା ନେବା ପାଇଁ ସାଧାରଣ ଲୋକଙ୍କୁ ପଞ୍ଜିକୃତ କରିବା ପ୍ରମୁଖ କାର୍ଯ୍ୟଗୁଡ଼ିକ ଏହି କୋଭିଡ଼୍ ହେଲ୍ପ ଲାଇନ୍ ମାଧ୍ୟମରେ କରାଯିବ।…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋ ଫୁଏଲ୍ସ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଶ୍ରେଷ୍ଠ ପ୍ରଧ୍ୟାପକ ଭାବେ ଚଳିତ ବର୍ଷର ଏସିଆନ ଏଜୁକେସନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ଦୀର୍ଘ ଦିନ ଧରି ଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଓ ଉତ୍କୃଷ୍ଠତାକୁ ନେଇ ଭର୍ଚ୍ଚୁଆଲି ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିକଟରେ ୟୁଏସଏର ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ପ୍ରଫେସର ଶୁକ୍ଳାଙ୍କର ନାମ ଚୟନ କରାଯାଇଥିଲା। ମାଇନିଙ୍ଗ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣା ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବରୁ ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲଜିରେ ବାୟୋ-ରିସୋର୍ସେସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଓ ମୁଖ୍ୟ ବୈଜ୍ଞାନିକ ଭାବେ ସେ କାର୍ଯ୍ୟ ତୁଲାଇଛନ୍ତି। ଭାରତରେ ମାଇକ୍ରୋବାୟୋଲଜି କ୍ଷେତ୍ରରେ ଉନ୍ନତି ନିମନ୍ତେ ତାଙ୍କର ଯଥେଷ୍ଟ ଅବଦାନ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫ ହଜାର ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୯୭, ସୁନ୍ଦରଗଡରୁ ୫୧୨, ନବରଙ୍ଗପୁରରୁ ୪୦୫, ନୂଆପଡ଼ାରୁ ୩୩୯, ବରଗଡରୁ ୩୨୨, କଟକରୁ ୨୯୩, ପୁରୀରୁ ୨୮୫, ଝାରସୁଗୁଡାରୁ ୨୪୩, ଝାରସୁଗୁଡାରୁ ୨୪୩, ବଲାଙ୍ଗୀରିରୁ ୨୨୪, ସମ୍ବଲପୁରରୁ ୧୭୨, ଯାଜପୁରରୁ ୧୪୭, କେନ୍ଦୁଝରରୁ ୧୪୦, ମୟୂରଭଞ୍ଜରୁ ୧୩୬, ବାଲେଶ୍ବରରୁ ୧୩୫, ଗଞ୍ଜାମରୁ ୮୮, କଳାହାଣ୍ଡିରୁ ୭୮, ଭଦ୍ରକରୁ ୭୩, ନୟାଗଡରୁ ୭୦, ଗଜପତିରୁ ୬୫, ସୋନପୁରରୁ ୬୫, ଅନୁଗୁଳରୁ ୬୧, ମାଲକାନାଗିରିରୁ ୨୦, ଢେଙ୍କାନାଳରୁ ୧୬, ବୌଦ୍ଧରୁ ୧୦ ଏବଂ ଷ୍ଟେଟ ପୁଲରୁ ୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ…
ଭୁବନେଶ୍ବର, ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇଟି ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ଟ୍ରେନଗୁଡ଼ିକ ହେଉଛି ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଏବଂ ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍। ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ହାଓଡ଼ା ଠାରୁ ପ୍ରତି ସୋମ, ମଙ୍ଗଳ, ଗୁରୁ ଓ ଶନିବାର ଦିନ ରାତ୍ରି ୧୧ଘ.୩୦ମି.ରେ ଭାସ୍କୋ-ଡ଼ା-ଗାମାକୁ ଛାଡୁଥିବା ୦୮୪୦୭ ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଟ୍ରେନ ହାଓଡ଼ା ଠାରୁ ଜୁନ ମାସ ୨୬ ତାରିଖ ପର୍ୟ୍ୟନ୍ତ ଚଳାଚଳ କରିବ। ସେହିଭଳି, ଫେରିବା ମାର୍ଗରେ ଭାସ୍କୋ-ଡ଼ା-ଗାମା ଠାରୁ ପ୍ରତି ରବି, ମଙ୍ଗଳ, ଗୁରୁ ଓ ଶୁକ୍ରବାର ଦିନ ସକାଳ ୬ଘ.୫୦ମି.ରେ ହାଓଡ଼ା କୁ ଛାଡୁଥିବା ୦୮୪୦୮ ଭାସ୍କୋ-ଡ଼ା-ଗାମା-ହାଓଡ଼ା ସ୍ବତନ୍ତ୍ର ଟ୍ରେନ ଭାସ୍କୋ-ଡ଼ା-ଗାମା ଠାରୁ ଜୁନ ମାସ ୨୯ ତାରିଖ ପର୍ୟ୍ୟନ୍ତ ଚଳାଚଳ କରିବ। ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ସ୍ବତନ୍ତ୍ର ଟ୍ରେନ ହାଇଦ୍ରାବାଦ ଠାରୁ ପ୍ରତିଦିନ ସକାଳ ଆଠ ଘଟିକାରେ ହାଓଡ଼ା କୁ ଯାତ୍ରା କରୁଥିବା ୦୮୬୪୬ ହାଇଦ୍ରାବାଦ-ହାଓଡ଼ା ସ୍ପେଶାଲ ହାଇଦ୍ରାବାଦରୁ…
ଭୁବନେଶ୍ବରର ପଟିଆ ନିକଟସ୍ଥ କଳାରାହଙ୍ଗରେ 12ଶ ଶତାଦ୍ଧୀର ପ୍ରାଚୀନ ମନ୍ଦିର ଜଳେଶ୍ବର ମନ୍ଦିର ଶୋଭା ପାଉଛି। ଏହି ମନ୍ଦିର ଗଠନ ଶୈଳୀକୁ ଲକ୍ଷ କରି କେହି କେହି 2ୟ ଲିଙ୍ଗରାଜ ମନ୍ଦିର ବୋଲି କହିଥାନ୍ତି।
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇ ଚାଲିଛି। ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ଓଡ଼ିଶାରେ ଏହା ପାଖାପାଖି ୯ ହଜାରରେ ପହଞ୍ଚିଲାଣି। ଏହାକୁ ନଜରରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ବାର୍ତ୍ତା ରଖିଛନ୍ତି। ସେ କହିଛନ୍ତି ଯେ, ଦ୍ବିତୀୟ ଲହରରେ କୋରୋନା ଏତେ ମାରାତ୍ମାକ ହେବ ବୋଲି ଆଶା କରିନଥିଲୁ। ଦେଶରେ ଦୈନିକ ସଂକ୍ରମଣ ୫ ଲକ୍ଷ ଡେଇଁବ ଏବଂ ଏହାର ପ୍ରଭାବ ରାଜ୍ୟ ଉପରେ ବି ପଡିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେଥିପାଇଁ କୋଭିଡ ନିୟମ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ଅନୁରୋଧ କରିଛନ୍ତି। ଏହାସହିତ ରାଜ୍ୟରେ ଟେଷ୍ଟିଙ୍ଗ କ୍ଷମତାକୁ ବଢାଯାଇଛି। ଦୈନିକ ୫୦ ହଜାର ଉପରେ ରାପିଡ ଆଣ୍ଟିଜେନ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ମେ’ ପହିଲାରୁ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁର ଗାନ୍ଧୀ ଛକଠାରେ ଆଜି ପୂର୍ବାହ୍ନରେ ବାଲୁଗାଁ ଓ ବାଣପୁରର ବିଭିନ୍ନ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରମାନେ ପରୀକ୍ଷା ବାତିଲ ଦାବି ନେଇ ରାଜ ରାସ୍ତା ଅବରୋଧ କରିଥିଲେ। ସୂଚନା ମୁତାବକ ଚଳିତ ବର୍ଷ ରାଜ୍ୟରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ ହେବା ପରେ ଯୁକ୍ତ ୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସରକାର ଘୋଷଣା କରିବା ପରେ ଏଥିରେ ଛାତ୍ରଛାତ୍ରୀ ଉତକ୍ଷିପ୍ତ ହୋଇପଡିଛନ୍ତି। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷା ବନ୍ଦ ପାଇଁ ଦାବି ଜୋର ଧରିଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଯୁକ୍ତ ଦୁଇ ଛାତ୍ର ଛାତ୍ରୀ। କରୋନା ମହାମାରୀକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ମହାବିଦ୍ୟାଳୟ ବନ୍ଦ ପଡିଥିବା ହେତୁ ସଠିକ ଭାବରେ ପାଠ ପଢ଼ାଯାଇପାରିନଥିଲା। ଅନଲାଇନରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖେ ପାଠ…
ନୂଆଦିଲ୍ଲୀ: କରୋନା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ବଡ ଆଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଅମ୍ଳଜାନ, ବେଡ୍, ଔଷଧକୁ ନେଇ କୌଣସି ପୋଷ୍ଟ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ନାଗରିକ ଦ୍ଵାରା କରାଯାଉଥିବା କରୋନା ସୂଚନା ପୋଷ୍ଟ ଉପରେ କୌଣସି ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗୁଜବ ପ୍ରସାର କରୁଥିବା କହି ଯଦି କୌଣସି ନାଗରିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଅଦାଲତ ଅବମାନନା କେସ ରୁଜ୍ଜୁ କରାଯିବ ବୋଲି କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ଡିଜିପିଙ୍କୁ ସୁପ୍ରିମକୋର୍ଟ କଡା ଆଦେଶ ଦେଇଛନ୍ତି। ସମଗ୍ର ଦେଶରେ ଲୋକେ ଏକ ବଡ ସମସ୍ୟା ଦେଇ ଗତି କରୁଛନ୍ତି। ଯଦି ନାଗରିକମାନେ ତାଙ୍କର ସମସ୍ୟା ସାମାଜିକ ଗଣମାଧ୍ୟମରେ ଜଣାନ୍ତି, ତେବେ ସେଭଳି ସୂଚନା ଉପରେ କଟକଣା ଜାରି କରିବା ଉଚିତ୍ ନୁହେଁ। ଏହି ମହାମାରୀ ସମୟରେ ସେମାନଙ୍କ ଅଭିଯୋଗ ଶୁଣିବା…
ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରୋହିତ ସାରଦାନାଙ୍କ ପରଲୋକ ହୋଇଯାଇଛି। ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ‘ଆଜତକ’ ରେ ରୋହିତ କାର୍ଯ୍ୟରତ ଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। କୋଭିଡ଼ରେ ସେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ୪୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।
କଟକ: ଦିନ ୨ ଟା ପରେ କଟକର ଦୋକାନ ବଜାର ବନ୍ଦ ରହିବ। ଆସନ୍ତା ୩ ତାରିଖରୁ ଦିନ ୨ ଟା ପରେ କଟକରର ଦୋକାନ ବଜାର ବନ୍ଦ ରହିବ। ମେ’ ୧୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁରହିବ। କଟକ ବ୍ୟବସାୟୀ ସଂଘ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ସିଏମସି କମିଶନର ଅନନ୍ୟା ଦାସ ଏନେଇ ସୂଚନା ଦେଇଛନ୍ତି। ଏହି ସମୟରେ ଲୋଡିଂ ଏବଂ ଅନଲୋଡିଂକୁ ଛାଡି ଅନ୍ୟ ସବୁ ବ୍ୟବସାୟ ବନ୍ଦ ରହିବ।
ଭୁବନେଶ୍ବର: ଚିଠ୍ ଫଣ୍ଡ ସଂସ୍ଥା ରୋଜ୍ ଭ୍ୟାଲିର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି। ଚିଠ୍ ଫଣ୍ଡ ମାଧ୍ୟମରେ ଗ୍ରାହକଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ଆଜି ରୋଜ୍ ଭ୍ୟାଲିର ସମ୍ପତ୍ତିକୁ ଇଡି ଜବତ କରିଛି। ଇଡି ପକ୍ଷରୁ ୩୦୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଜଣାପଡିଛି।
ଭୁବନେଶ୍ଵର: ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସରକାର କରୋନା କଟକଣାକୁ ମଧ୍ୟ କଡାକଡି କରୁଛନ୍ତି। ଗତକାଲି ଭୁବନେଶ୍ବରର ମାର୍କେଟ ବିଲ୍ଦିଙ୍ଗ, ରାଜମହଲ ଭେଣ୍ଡିଂ ଜୋନ ଆଦିକୁ ସିଲ୍ କରାଯାଇଥିବା ବେଳେ ନନ୍ଦନ କାନନକୁ ମଧ୍ୟ ମେ’ ୧ ତାରିଖରୁ ବନ୍ଦ କରିବା ପାଇଁ ଘୋଷଣା ହୋଇଛି। ନନ୍ଦନକାନନ କର୍ତ୍ତୁପକ୍ଷ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହା ମେ’ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହାସହିତ ବଟାନିକାଲ ଗାର୍ଡେନକୁ ମଧ୍ୟ ବନ୍ଦ ରଖିବା ପାଇଁ ଘୋଷଣା ହୋଇଛି।
ଭୁବନେଶ୍ବର: ଆସନ୍ତା ଦୁଇ ଦିନ ତଥା ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ସପ୍ତାହନ୍ତ ସଟଡାଉନ ଯୋଗୁଁ ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ଆଜି ଓଡ଼ିଶାକୁ ଟୀକା ଆସୁଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ମଧ୍ୟ ସୂଚନା ଦେଇଛନ୍ତି। ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ ଆଜି କିଛି କୋଭାକ୍ସିନ ଟୀକା ଆସୁଥିବା ନେଇ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଟୀକା ଆସିବା ପରେ କେଉଁ ଦିନ ଟୀକାକରଣ ଆରମ୍ଭ ହେବ, ତାହା ନେଇ ସ୍ଥିର କରାଯିବ। ବର୍ତ୍ତମାନ ଦ୍ଵିତୀୟ ଡୋଜ ଦେବା ପାଇଁ ଟୀକା ନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ସେଥିପାଇଁ ଦ୍ଵିତୀୟ ଡୋଜ ପାଇଁ ଆଜି କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

