ନୂଆଦିଲ୍ଲୀ, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ 16 କୋଟି କୋଭିଡ ଟିକା ମାଗଣାରେ ଦେଇଛନ୍ତି। ଯାହାର ମୋଟ ମୂଲ୍ୟ 14 କୋଟି 89 ଲକ୍ଷ ଟଙ୍କା ହେବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଏକ କୋଟିରୁ ଅଧିକ ଟିକା ଉପଲବ୍ଧ ଅଛି। ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ 57 ଲକ୍ଷରୁ ଅଧିକ କୋଭିଡ ଟିକା ପଠାଇବାକୁ ମନ୍ତ୍ରଣାଳୟ ନିଷ୍ପତି କରିଛି। ମହାରାଷ୍ଟ୍ରରେ ଟିକା ଅଭାବ ଅଭିଯୋଗରେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ରାଜ୍ୟକୁ 58 କୋଟି ଟିକା ଦିଆଯାଇଛି। ଯାହାର ମୋଟ ମୂଲ୍ୟ ଏକ କୋଟି 53 ଲକ୍ଷ ଟଙ୍କାରୁ ଅଧିକ ହେବ। ମନ୍ତ୍ରଣାଳୟ କହିଛି ଯେ ମହାରାଷ୍ଟ୍ରରେ 5 ଲକ୍ଷ 6 ହଜାର 319 ଟିକା ବାକି ଅଛି। ଆସନ୍ତା ତିନି ଦିନ ମଧ୍ୟରେ ପାଞ୍ଚ ଲକ୍ଷ ଟିକା ଦିଆଯିବ ବୋଲି ମନ୍ତ୍ରଣାଳୟ…
Author: Samikhsya Bureau
ନୂଆଦିଲ୍ଲୀ, ପ୍ରତିଷ୍ଠିତ ଶିକ୍ଷାବିତ, ଲୋକପ୍ରିୟ ସ୍ତମ୍ଭକାର ଏବଂ ସଫଳ ଲେଖକ ମଜୋଜ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି: “ ମଜୋଜ ଦାସ ପ୍ରସିଦ୍ଧ ଶିକ୍ଷାବିତ, ଲୋକପ୍ରିୟ ସ୍ତମ୍ଭକାର ଏବଂ ସଫଳ ଲେଖକ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ଇଂରାଜୀ ଏବଂ ଓଡିଆ ସାହିତ୍ୟରେ ତାଙ୍କର ବିଶେଷ ଅବଦାନ ରହିଥିଲା । ସେ ଶ୍ରୀ ଅରବିନ୍ଦଙ୍କ ଦର୍ଶନର ଜଣେ ଅଗ୍ରଣୀ ପ୍ରଣେତା ମଧ୍ୟ ଥିଲେ । ତାଙ୍କ ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।
ଭୁବନେଶ୍ବର: ଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଛି। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ବେଟିଂ ରାକେଟ ସକ୍ରିୟ ରହୁଥିବା ବେଳେ ଚଳିତ ଆଇପିଏଲରେ ମଧ୍ୟ ଏହା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ଵରରେ ଏକ ବଡ ଧରଣର ବେଟିଂ ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଓୟୋ ରୁମରେ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ବେଟିଂ ଚାଲିଥିବା ପୋଲିସ ଦେଖିବାକୁ ପାଇଥିଲା। ତେବେ ଏନେଇ ୭ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହ ଗୋଟିଏ କାରକୁ ମଧ୍ୟ ପୋଲିସ ଜବତ କରିଛି।
ଭୁବନେଶ୍ଵର: ମେ’ ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛି। ରାଜ୍ୟକୁ ଟୀକା ଆସିଲେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଆଜି ରାଜ୍ୟକୁ ଆଉ ୯୦ ହଜାର କୋଭିସିଲ୍ଡ ଟୀକା ଡୋଜ ଆସୁଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୫୭ ଲକ୍ଷ ୪ ହଜାର ୯୧୬ ଜଣଙ୍କୁ ଟୀକା ଦିଆଯାଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୧୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ପୁରୀ ଏବଂ ରାୟଗଡା ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଜଣେ ୮୦ ବର୍ଷୀୟ ବୟସ୍କ ପୁରୁଷ, ଜଣେ ୫୫ ବର୍ଷିୟା ମହିଳା ଏବଂ ଆଉ ଜଣେ ୫୫ ବର୍ଷୀୟ ପୁରୁଷ ଅଛନ୍ତି। ସେହିଭଳି ରାୟଗଡା ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଜଣେ ୫୫ ବର୍ଷୀୟ ପୁରୁଷ, ଜଣେ ୪୭ ବର୍ଷୀୟ ପୁରୁଷ ଏବଂ ଜଣେ ୫୭ ବର୍ଷୀୟ ପୁରୁଷଙ୍କ ଏହି ରୋଗରେ ମୃତ୍ୟୁ ହୋଇଥିବା…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସଂପ୍ରତି କରୋନାର ଭୟାଭୟତା ସମଗ୍ର କଳାହାଣ୍ଡି ଜିଲ୍ଲାକୁ କବଳିତ କରିବାରେ ଲାଗିଛି। ସେଥିରୁ ଗୋଲାମୁଣ୍ଡା ବ୍ଲକ ବାଦ ପଡିନାହିଁ। ସାଂପ୍ରତିକ ସ୍ଥିତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଗୋଲାମୁଣ୍ଡା ବ୍ଲକରେ ବଢିବାରେ ଲାଗିଛି। ସଂକ୍ରମିତଙ୍କ ମଧ୍ୟରୁ ଅନେକେ ହୋମ ଆଇସୋଲେସନରେ ରହୁଥିବା ବେଳେ ସେମାନଙ୍କ ଦୈନନ୍ଦିନ ଖାଇବା ସାମଗ୍ରୀ ମିଳିବାରେ ଅସୁବିଧା ହେଉଛି। ଏହି ଅସମୟରେ ଲୋକଙ୍କ ଦେବଦୂତ ସାଜିଛନ୍ତି ସମାଜସେବୀ ଇଂ. ଦୀନେଶ କୁମାର ରାଉତ। ବୃନ୍ଦାବାହାଲ ବାସିନ୍ଦା ଦୀନେଶ ରାଉତ ସମାଜ ସେବା କରିବାରେ ସର୍ବଦା ତତ୍ପର ଥିବା ବେଳେ ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକର ସମିତି ସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସର୍ବଦା ଲୋକଙ୍କ ସେବା କରିବାରେ ତତ୍ପର ଥିବା ଏହି ଯୁବ ସମାଜସେବୀ ଇଂ.ଦୀନେଶ ରାଉତ ଗୋଲାମୁଣ୍ଡା ବ୍ଲକର ଅଧିକାଂଶ ଗ୍ରାମରେ ଥିବା କରୋନା ସଂକ୍ରମିତ ପରିବାରକୁ ଆବଶ୍ୟକୀୟ ମେଡିସିନ, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ନିଜ ଖର୍ଚ୍ଚରୁ ଯୋଗାଉଥିବା…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ସଂଘର ବଡ ନିଷ୍ପତ୍ତି। ଗଞ୍ଜାମ ଜିଲ୍ଲାର ସବୁ ସହରାଞ୍ଚଳରେ ଦିନ ୨ ଟାରୁ ସକାଳ ୫ ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଆଜିଠୁ ୧୦ ଦିନ ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ଘୋଷଣା କରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଗଞ୍ଜାମ ଜିଲ୍ଲାରେ ପୁଣିଥରେ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାରୁ ଜୀବିକା ଠାରୁ ଜୀବନକୁ ଏହି ସଂଘ ଅଧିକ ଗୁରୁତ୍ଵ ଦେଇଛି। ବ୍ୟବସାୟିକ ସଂଘର ଏଭଳି ପଦକ୍ଷେପକୁ ଗଞ୍ଜାମ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି। ତେବେ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୨ ହଜାର ୯୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୮୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭୯ ଲକ୍ଷ ୮୮ ହଜାର ୬୩୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧ ହଜାର ୧୬୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୫୬ ହଜାର ୨୦୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୯ ଲକ୍ଷ ୭୨ ହଜାର ୧୦୬ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ମେ’ ୧ ତାରିଖରୁ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛି। ସେଥିପାଇଁ ଅଜିଠୁ କୋୱିନ୍ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ପଞ୍ଜୀକରଣ ବିନା କୌଣସି ବ୍ୟକ୍ତିଙ୍କୁ ଟୀକା ଦିଆଯିବ ନାହିଁ। ତେବେ ଟୀକା ନେବାକୁ ହେଲେ କେମିତି କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ? ଜାଣନ୍ତୁ… ୧- cowin.gov.in ୱେବସାଇଟକୁ ଯାଇ ରେଜିଷ୍ଟର ବଟନ ଉପରେ ପ୍ରଥମେ କ୍ଲିକ କରିବେ ୨- ତାପରେ ଆପଣଙ୍କୁ ମୋବାଇଲ ନମ୍ବର ଦେବାକୁ ପଡିବ ୩- ଆପଣ ଦେଇଥିବା ନମ୍ବରକୁ ଗୋଟିଏ ଓଟିପି ଆସିବ ଏବଂ ପୋର୍ଟାଲରେ ଓଟିପି ଲେଖି ଭେରୀଫାଏ ବଟନକୁ କ୍ଲିକ କରିବେ ୪- ତାପରେ ଆପଣଙ୍କୁ ଏକ ଟୀକା ପଞ୍ଜୀକରଣ ଫର୍ମ ଆସିବ ୫- ଫର୍ମରେ ଦିଆଯାଇଥିବା ସମସ୍ତ ବିବରଣୀକୁ ପୂରଣ କରିବେ ଏବଂ ଫଟୋ ପରିଚୟ ପତ୍ର ଦେବେ ୬- ରୋଗରେ ଆକ୍ରାନ୍ତ ଥିଲେ ସେଥିରେ ଦର୍ଶାଇବାକୁ…
ନୂଆଦିଲ୍ଲୀ: ଆସାମର କେତୋଟି ଅଞ୍ଚଳରେ ଭୂମିକମ୍ପର ବଡ ଝଟକା ଦେଖିବାକୁ ମିଳିଛି। ସକାଳ ପାଖାପାଖି ୮ ଟା ସମୟରେ ଏହି ଝଟକା ଅନୁଭୂତ ହୋଇଥିଲା। ସେହି ସମୟରେ ଲୋକେ ଭୟଭୀତ ହୋଇ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ପଳାଇଯାଇଥିଲେ। ରିକ୍ଟର ସେଲରେ ୬.୪ ତୀବ୍ରତାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତୀୟ ସମୟାନୁସାର ସକାଳ ୭.୧୫ ମିନିଟରେ ସତହଠାରୁ ୧୭ କିଲୋମିଟର ଗଭୀରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନ ଜୀବନ କ୍ଷୟକ୍ଷତି ହେବାର ସୂଚନା ହସ୍ତଗତ ହୋଇନାହିଁ।
ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୭୮୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୦୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭୧ ହଜାର ୨୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୫ ହଜାର ୨୪୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୦୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୯୩୩ ଜଣ, କଟକ ଜିଲ୍ଲାରୁ…
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଯାହା ବର୍ଣ୍ଣନା କରିଛନ୍ତି ତାହା ସାଧାରଣ ଲୋକଙ୍କ ପାଇଁ ବେଶ ଉପାଦେୟ ହୋଇପାରିଛି। ଦୈନ୍ୟନ୍ଦିନ ଜୀବନରେ ଚାଣକ୍ୟଙ୍କ ନୀତି ବେଶ କାର୍ଯ୍ୟକାରୀ ହୋଇପାରୁଛି। ସେଥିପାଇଁ ପ୍ରାଚୀନ କାଳରୁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିବାଣୀ ଆଦୃତ ହୋଇପାରିଛି। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି ଯେ, ଜୀବନରେ ସମସ୍ତଙ୍କୁ ସାହାର୍ଯ୍ୟ କରିବା ଉଚିତ। ହେଲେ ଏପରି ଲୋକ ଅଛନ୍ତି ଯେଉଁମାନଙ୍କୁ ସାହାର୍ଯ୍ୟ କରିବାକୁ ବାରଣ କରାଯାଇଛି। ସେମାନେ ହେଲେ ନୀତିହୀନା, ଚରିତ୍ରହୀନା, ଦୁଷ୍ଟ ବା ଖଳ ପ୍ରକୃତିର ଲୋକ। କାରଣ ସେମାନଙ୍କୁ ସାହାର୍ଯ୍ୟ କଲେ ସେମାନେ ଆପଣଙ୍କୁ ହିଁ ଅସୁବିଧାରେ ପକାନ୍ତି। ସେମାନଙ୍କ ଦ୍ବାରା ଆପଣଙ୍କର ସମ୍ମାନ ହାନୀ ମଧ୍ୟ ହୋଇଥାଏ।
ଦିଲ୍ଲୀପ ହାଲି ପ୍ରଥମ ଓଡିଆ ଚଳଚିତ୍ର ସୀତା ବିବାହ ୧୯୩୬ ମସିହା ଆଜିର ଦିନରେ ପୁରୀର ଳକ୍ଷ୍ମୀ ଟକିଜଠାରେ ମୁକ୍ତିଲାଭ କରିଥିଲା। 12 ରିଲ ବିଶିଷ୍ଠ ଏହି ସୀତା ବିବାହରେ ମୋଟ ୨୯ ହଜାର ୭୮୧ ଟଙ୍କା ଦଶଅଣା ଖର୍ଚ୍ଚ ହୋଇଥିଲା । ରାମ ଭୂମିକାରେ ଅଭିନୟ ପାଇଁ ମାଖନଲାଲ ବାନାର୍ଜୀ ୧୨୦ ଟଙ୍କା, ସୀତା ଭୂମିକାରେ ଅଭିନୟ ପାଇଁ ପ୍ରଭାବତୀ ଦେବୀ ୧୫୦ ଟଙ୍କା ନେଇଥିଲେ ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ ପାଇଁ ଅଦ୍ୱୈତ ମହାନ୍ତି ୩୫ ଟଙ୍କା , କେବଳ ଯିବା ଆସିବା ଖର୍ଚ୍ଚ ବାବଦରେ ପାରିଶ୍ରମିକ ନେଇଥିଲେ। ବେଙ୍ଗଲ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେଟ ପକ୍ଷରୁ କଲିକତା ଲାଲ ବଜାର ପୋଲିସ କମିଶନର ଏହାକୁ ସେନ୍ସର ସାର୍ଟିଫିକେଟ ପ୍ରଦାନ କରିଥିଲେ । ସେତେବେଳେ ଗୋଟିଏ ଶୋ ସମୟସୀମା ଥିଲା ୩ ଘଣ୍ଟା । ତେଣୁ ‘ସୀତା ବିବାହ’ ପ୍ରଦର୍ଶନ ସହ ଘଣ୍ଟାଏ ଲମ୍ବା ବଙ୍ଗଳା ସାମାଜିକ ଚିତ୍ର…
ମେଷ ରାଶି- ଆପଣ ଆଜି ଘରୋଇ ଜୀବନରେ ସୁଖ ଅନୁଭବ କରିବେ। ପରିବାର ଏବଂ ନିକଟସ୍ଥ ପ୍ରିୟଜନମାନେ ଏକ ଖୁସି ପରିବେଶରେ ଭୋଜନ ଉପଭୋଗ କରିବେ। ବିଦେଶରେ ଅବସ୍ଥିତ ସମ୍ପର୍କୀୟଙ୍କ ଖବରରେ ଆପଣଙ୍କ ହୃଦୟ ଆନନ୍ଦିତ ହେବ। ଆଜି ମା ଲକ୍ଷ୍ମୀଙ୍କ ହଠାତ୍ ଅନୁଗ୍ରହ ଆପଣଙ୍କ ଉପରେ ପଡିପାରେ। ବୃଷ ରାଶି -ଆଜି ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆପଣଙ୍କୁ ଏକ ନିଆରା ଅନୁଭବ ମିଳିବ। ତୁମର କୌଣସି ଗୁପ୍ତ ଏବଂ ରହସ୍ୟମୟ ସଂପର୍କିତ ଜିନିଷଗୁଡ଼ିକର ବିଶେଷ ଆକର୍ଷଣ ରହିବ। ଆଜି ମଧ୍ୟ ଆଧ୍ୟାତ୍ମିକ ସଫଳତା ପାଇବାର ସମ୍ଭାବନା ଅଛି। ବକ୍ତବ୍ୟ ଏବଂ ଘୃଣା ଭାବନା ଉପରେ ସଂଯମତା ରଖନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ସମ୍ଭବ ହେଲେ ସ୍ଥଗିତ ରଖନ୍ତୁ। ମିଥୁନ ରାଶି- ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ। ଶାରୀରିକ ସ୍ତରରେ ପେଟ ଯନ୍ତ୍ରଣା ହେବ ଏବଂ ମାନସିକ ଚିନ୍ତା, ଭାବପ୍ରବଣ ରହିବେ। ଅପ୍ରତ୍ୟାଶିତ…
କୁମ୍ଭ ରାଶି- ଆଜି ମନର ଅସୁସ୍ଥତା ହେତୁ ଆପଣ ଚିନ୍ତିତ ହେବେ। ଶରୀରରେ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ। ଉଚ୍ଚ ପଦାଧିକାରୀମାନଙ୍କ ସହିତ ଯତ୍ନର ସହିତ କାର୍ଯ୍ୟ କରନ୍ତୁ। ଆପଣ ପିଲାମାନଙ୍କ ବିଷୟରେ ଚିନ୍ତିତ ହେବେ। ଆଜି କୈଣସି ନିଷ୍ପତ୍ତି ନେବା ଅନୁଚିତ। ମୀନ ରାଶି- ଗଣେଷଙ୍କ ଆର୍ଶିବାଦରୁ ଆଜି ଆପଣଙ୍କର ଶୁଭ ଫଳପ୍ରଦ ଦିନ। ଆଜି ପ୍ରତ୍ୟେକ କାର୍ଯ୍ୟ ସହଜରେ ସଫଳ ହେବ। ଫଳସ୍ୱରୂପ, ଆପଣ ମାନସିକ ସ୍ତରରେ ଆନନ୍ଦିତ ହେବେ। ଚାକିରିରେ ଉଚ୍ଚ ପଦାଧିକାରୀଙ୍କ ଖୁସି ହେତୁ ପଦୋନ୍ନତି ମିଲିପାରେ।
ତୁଳା ରାଶି- ପ୍ରଭୃ ଗଣେଷଙ୍କ ପାଇଁ ଆଜି ଆପଣଙ୍କର ଦିନଟି ଶୁଭ ଅଟେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ମକର ରାଶି- ଆଜିର ଦିନଟି ଆପଣଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପାରେ। ପରିବାର ସଦସ୍ୟଙ୍କ ସହ ବିତର୍କ ହୋଇପାରେ। ଦୁଃଖ ମଧ୍ୟ ଦେଇପାରେ। ନିଜର କଥାବାର୍ତ୍ତା ଉପରେ ସଂଯମତା ରଖିବାକୁ ପଡିବ। ମନକୁ ନିୟନ୍ତ୍ରଣ କରିବାକୁ ପଡିବ।
ବୃଷ ରାଶି -ଆଜି ଗଣେଷଙ୍କ ଆର୍ଶିବାଦ ଯୋଗୁଁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆପଣଙ୍କୁ ଏକ ନିଆରା ଅନୁଭବ ମିଳିବ। ତୁମର କୌଣସି ଗୁପ୍ତ ଏବଂ ରହସ୍ୟମୟ ସଂପର୍କିତ ଜିନିଷଗୁଡ଼ିକର ବିଶେଷ ଆକର୍ଷଣ ରହିବ। ଆଜି ମଧ୍ୟ ଆଧ୍ୟାତ୍ମିକ ସଫଳତା ପାଇବାର ସମ୍ଭାବନା ଅଛି। କର୍କଟ ରାଶି- ଆଜି ଆପଣଙ୍କ ପାଇଁ ଶୁଭ ଫଳ ଅଟେ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ। ଆପଣଙ୍କ କୌଣସି ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ। ଆଜି ଆପଣ ଖ୍ୟାତି ଓ ଖ୍ୟାତି ହିଁ ପାଇବ | ଆର୍ଥିକ ସୁବିଧା ମଧ୍ୟ ଉପଲବ୍ଧ ହେବ। ଖର୍ଚ୍ଚର ପରିମାଣ ବଢିପାରେ, କିନ୍ତୁ ଖର୍ଚ୍ଚ ବ୍ୟର୍ଥ ହେବ ନାହିଁ ।
ମିଥୁନ ରାଶି- ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ। ଶାରୀରିକ ସ୍ତରରେ ପେଟ ଯନ୍ତ୍ରଣା ହେବ ଏବଂ ମାନସିକ ଚିନ୍ତା, ଭାବପ୍ରବଣ ରହିବେ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ। ଯେ କୌଣସି ବିତର୍କରୁ ଦୂରେଇ ରୁହନ୍ତୁ। ମେଷ ରାଶି- ଆପଣ ଆଜି ଘରୋଇ ଜୀବନରେ ସୁଖ ଅନୁଭବ କରିବେ। ପରିବାର ଏବଂ ନିକଟସ୍ଥ ପ୍ରିୟଜନମାନେ ଏକ ଖୁସି ପରିବେଶରେ ଭୋଜନ ଉପଭୋଗ କରିବେ। ବିଦେଶରେ ଅବସ୍ଥିତ ସମ୍ପର୍କୀୟଙ୍କ ଖବରରେ ଆପଣଙ୍କ ହୃଦୟ ଆନନ୍ଦିତ ହେବ।
ବିଛା ରାଶି- ଆଜି ଆପଣଙ୍କର ମନୋବଳ ଦୁର୍ବଳ ହେବ। ତେଣୁ କୈଣସି ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ। ଆଜି ନୂତନ କାର୍ଯ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ | ପରିବାର ସଦସ୍ୟଙ୍କ ସହିତ କୈଣସି ବିତର୍କ ହେବା ଉଚିତ୍ ନୁହେଁ। ସିଂହ ରାଶି- ଯେ କୌଣସି କାର୍ଯ୍ୟରେ ଆଜି ଆପଣ ବହୁ ଚିନ୍ତା କରି ଆଗକୁ ବଢନ୍ତୁ। ଭାଇଭଉଣୀମାନଙ୍କ ମଧ୍ୟରେ ଏକ ପ୍ରେମ ସମ୍ପର୍କ ବଜାୟ ରଖିବେ। ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ସାକ୍ଷାତ କରିବେ।
ଧନୁ ରାଶି- ଆପଣ ଆଜିର ଦିନଟି ଆପଣଙ୍କ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ବିତାଇବ। ଆଜି ସାମାଜିକ କ୍ଷେତ୍ର, ବ୍ୟବସାୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ ହେବ। କନ୍ୟା ରାଶି- ଆଜି ଆପଣ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ତରରେ ବିବ୍ରତ ରହିବେ। ଘରେ ସମ୍ପର୍କୀୟଙ୍କ ସହ ଭୁଲ ବୁଝାମଣା ମନକୁ ହତାଶ କରିପାରେ। ମା ସହିତ ବିଭେଦ ହେବ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ରହିବ।
ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ସଂକ୍ରାନ୍ତ ସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଅକ୍ସିଜେନ, ଔଷଧ, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉପଲବ୍ଧତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ସୂଚନା ଦିଆଯାଇଥିଲା। ଅକ୍ସିଜେନ ଯୋଗାଣ ବୃଦ୍ଧି ଦିଗରେ କାର୍ୟ୍ୟ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ଅକ୍ସିଜେନ ଉପଲବ୍ଧତା ଓ ଯୋଗାଣ ନିମନ୍ତେ କରାଯାଉଥିବା ପ୍ରୟାସ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଦେଶରେ ତରଳ ମେଡ଼ିକାଲ ଅକ୍ସିଜେନ (ଏଲଏମଓ) ଉତ୍ପାଦନ ଅଗଷ୍ଟ ୨୦୨୦ରେ ଦୈନିକ ୫୭୦୦ ମେଟ୍ରିକ ଟନ୍ ଥିବା ବେଳେ ୨୫ ଏପ୍ରିଲ ୨୦୨୧ ସୁଦ୍ଧା ଏହା ୮୯୨୨ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୧ ଶେଷ ସୁଦ୍ଧା ଦେଶରେ ଦୈନିକ ଘରୋଇ ଅକ୍ସିଜେନ ଉତ୍ପାଦନ ୯୨୫୦ ମେଟ୍ରିକ ଟନକୁ ଟପିଯିବ ବୋଲି ଆଶା କରାଯାଉଛି। ଯଥାଶୀଘ୍ର ସମ୍ଭବ ପିଏସଏ ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକୁ କାର୍ୟ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାରଙ୍କ…

