Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ବାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ଉନ୍ନତିକରଣ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ଜାତୀୟ ଖବର

ସ୍ବାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ଉନ୍ନତିକରଣ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

April 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ବାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ଉନ୍ନତିକରଣ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ସଂକ୍ରାନ୍ତ ସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଅକ୍ସିଜେନ, ଔଷଧ, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉପଲବ୍ଧତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ସୂଚନା ଦିଆଯାଇଥିଲା।

ଅକ୍ସିଜେନ ଯୋଗାଣ ବୃଦ୍ଧି ଦିଗରେ କାର‌୍ୟ୍ୟ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ଅକ୍ସିଜେନ ଉପଲବ୍ଧତା ଓ ଯୋଗାଣ ନିମନ୍ତେ କରାଯାଉଥିବା ପ୍ରୟାସ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଦେଶରେ ତରଳ ମେଡ଼ିକାଲ ଅକ୍ସିଜେନ (ଏଲଏମଓ) ଉତ୍ପାଦନ ଅଗଷ୍ଟ ୨୦୨୦ରେ ଦୈନିକ ୫୭୦୦ ମେଟ୍ରିକ ଟନ୍ ଥିବା ବେଳେ ୨୫ ଏପ୍ରିଲ ୨୦୨୧ ସୁଦ୍ଧା ଏହା ୮୯୨୨ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୧ ଶେଷ ସୁଦ୍ଧା ଦେଶରେ ଦୈନିକ ଘରୋଇ ଅକ୍ସିଜେନ ଉତ୍ପାଦନ ୯୨୫୦ ମେଟ୍ରିକ ଟନକୁ ଟପିଯିବ ବୋଲି ଆଶା କରାଯାଉଛି।

ଯଥାଶୀଘ୍ର ସମ୍ଭବ ପିଏସଏ ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକୁ କାର‌୍ୟ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ରଖି କାର‌୍ୟ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟଗୁଡ଼ିକୁ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ମଧ୍ୟ ଉତ୍ସାହିତ କରାଯାଉଥିବା ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଅକ୍ସିଜେନ ଏକ୍ସପ୍ରେସ ରେଳ ସେବା ସହିତ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ଜରିଆରେ ଭାରତୀୟ ବାୟୁସେନା ପକ୍ଷରୁ ଅଣାଯାଉଥିବା ଅକ୍ସିଜେନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା।

ସାଧାରଣ ଶଯ୍ୟା ଓ ଆଇସିୟୁ ଶଯ୍ୟା ସଂଖ୍ୟା ବଢ଼ାଇବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଚିକିତ୍ସା ଭିତ୍ତିଭୂମି ଓ କୋଭିଡ ପରିଚାଳନା ଉପରେ କାର‌୍ୟ୍ୟ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି କରାଯାଉଥିବା ପ୍ରୟାସ ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ସଠିକ ଭାବେ କୋଭିଡ ପରିଚାଳନା ଆବଶ୍ୟକତାକୁ କାର‌୍ୟ୍ୟକାରୀ କରିବା ସଂକ୍ରାନ୍ତରେ ଥିବା ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଓ ରଣନୀତି ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ।

କୋଭିଡ ସଂକ୍ରାନ୍ତ ବ୍ୟବହାର ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତାରେ ସୁଧାର ଆଣିବା ଦିଗରେ କରାଯାଉଥିବା ଉଦ୍ୟମ ସମ୍ପର୍କରେ ଯୋଗାଯୋଗ ଉପରେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ଏହି ବୈଠକରେ କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ, ଫାର୍ମାସ୍ୟୁଟିକାଲ୍ସ ବିଭାଗ ସଚିବ, ନୀତି ଆୟୋଗ ସଦସ୍ୟ, ଆଇସିଏମଆର ଡିଜି, ବାୟୋଟେକ୍ନୋଲୋଜି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

କରୋନା ସମୀକ୍ଷା ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ଓ ପୁରୁଣା ଚିତ୍ରର ସତ୍ୟତା ନାହିଁ; ସରକାରଙ୍କ ସ୍ପଷ୍ଟୀକରଣ

June 24, 2026

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026
Latest News

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026

ଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ଓ ପୁରୁଣା ଚିତ୍ରର ସତ୍ୟତା ନାହିଁ; ସରକାରଙ୍କ ସ୍ପଷ୍ଟୀକରଣ

June 24, 2026

ପୁରୀରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା 

June 24, 2026

ବିଜେପି ବୁଥ ସଭାପତିଙ୍କୁ ହତ୍ୟା

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.