ଭୁବନେଶ୍ବର: ଆଜି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ଦେଖି ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’ ୫ ତାରିଖ ବୁଧବାର ସକାଳୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ତେବେ ଏହି ସମୟରେ ଜରୁରୀ ସେବା ପାଇଁ କୌଣସି କଟକଣା ନଥିବା ବେଳେ ଲୋକଙ୍କୁ ଚାଲି ଚାଲି ଯାଇ ୫୦୦ ମିଟର ଭିତରୁ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଲୋକଙ୍କୁ ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଶନିବାର ଏବଂ ରବିବାର ଦିନ ପୂର୍ବପରି ସଟଡାଉନ ବଳବତ୍ତର ରହିବ। ଲକଡାଉନ ସମୟରେ ବସ ଚଳାଚଳକୁ ବାରଣ କରାଯାଇଛି। କେବଳ ମେଡ଼ିକାଲ ପାଇଁ ଯାତାୟାତ କରିହେବ। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ, ଅଟୋ, ଟ୍ୟାକ୍ସି ଚଳାଚଳ, ସିନେମା ହଲ, ମାଳ, ମାରକେଟ…
Author: Samikhsya Bureau
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣନାରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି। ଏହି ପ୍ରାରମ୍ଭିକ ଗଣନାରେ ମମତା ବାନାର୍ଜୀଙ୍କ ତୃଣମୂଳକୁ ବହୁମତ ସଂଖ୍ୟା ଅତିକ୍ରମ କରିଥିବା ଦେଖାଯାଇଛି। ହେଲେ ସେପଟେ ମୁଖ୍ୟମନ୍ତ୍ରୀ ନନ୍ଦୀଗ୍ରାମ ଆସନରେ ପଛୁଆ ରହିଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ବାନାର୍ଜୀ ୮ ହଜାର ୧୦୬ ଭୋଟରେ ପଛରେ ଅଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ୧୩ ହଜାର ଭୋଟରେ ପଛରେ ଅଛନ୍ତି। ତେବେ ମୋଟ ୨୯୨ ଆସନଟି ମଧ୍ୟରୁ (୨୭୬ ଆସନ) ୧୫୨ ଟି ଆସନରେ ତୃଣମୂଳ ଆଗୁଆ ଚାଲିଥିବା ବେଳେ ବିଜେପି ୧୧୯ ଟି ଆସନରେ ଆଗୁଆ ଚାଲିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୯୨ ହଜାର ୪୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୬୮୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯୫ ଲକ୍ଷ ୫୭ ହଜାର ୪୫୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୨ ହଜାର ୫୪୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୯୨ ହଜାର ୨୭୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୩ ଲକ୍ଷ ୪୯ ହଜାର ୬୪୪ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୬୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ରାୟଗଡା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଭୁବନେଶ୍ଵର, ବୌଦ୍ଧ, ବଲାଙ୍ଗୀରି, ଭଦ୍ରକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ରାୟଗଡା ଜିଲ୍ଲାର ମୃତକ ୪ ଜଣଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ, ଜଣେ ୫୨ ବର୍ଷୀୟ ପୁରୁଷ, ଜଣେ ୫୮ ବର୍ଷିୟା ମହିଳା ଏବଂ ଆଉ ଜଣେ ୮୯ ବର୍ଷିୟା ମହିଳା ଅଛନ୍ତି। କେନ୍ଦୁଝର ଜିଲ୍ଲାରୁ ୨ ମୃତକକଙ୍କ ମଧ୍ୟରୁ ଜଣେ ୪୨ ବର୍ଷୀୟ ପୁରୁଷ ଏବଂ…
ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୫୬୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୪୪୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୯୧ ହଜାର ୪୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୯ ହଜାର ୪୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୫୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୩୫ ଜଣ, ଅନୁଗୁଳ ଜିଲ୍ଲାରୁ…
ବିପିନ ଚନ୍ଦ୍ର ମହାପାତ୍ର କଣ ଲାଭ ହେଲା ଏତେ ପରମାଣୁ ବୋମା ଓ ଏତେ ହାଇଡ୍ରୋଜେନ ବୋମା ତିଆରି କରି? ଆମେରିକାର ବି-ଷ୍ଟେଲଥ୍ ବୋଇଂ ବିମାନ କୁଆଡେ ଆଲପିନର ଅଗରେ ଅନେକ କିଲୋମିଟର ଉଚ୍ଚରୁ ବୋମା ପକାଇ ପାରେ। ରୁଷିଆର S ୪୦୦ ମିସାଇଲର ଡିଫେନସ୍ ସିସଟମ୍ କୁଆଡେ ପୃଥିବୀକୁ ବାରମ୍ବାର ବୁଲି ଆସି ପାରେ। AK ୧୦୭ ରାଇଫେଲ୍ କୁଆଡେ ଆଖି ପଲକରେ ଗୋଟିଏ ଟ୍ୟାଂକକୁ ଛତୁ କରି ପାରେ । ମଣିଷ ମାରିବା ପାଇଁ କେତେ ଆୟୋଜନ ! ମନେ ପଡେ.. ସିରିଆର ସେହି ତିନି ବର୍ଷର ପୁଅ କହିଥିବା କଥା। ବୋମା ମାଡରେ କ୍ଷତବିକ୍ଷତ ଦେହ ନେଇ ମରିବା ପୂର୍ବରୁ କହିଥିଲା- ‘ମୁଁ ଈଶ୍ବରଂକୁ ସବୁ କହିଦେବି ‘ ହୁଏତ ସେ କହି ଦେଇଛି, ଆମର ପୈଶାଚିକତାର କଥା, ଲୋଭର କଥା,ଅସଭ୍ୟତାର କଥା, ନିର୍ୟ୍ୟାତନାର କଥା । ସାଗର ସେ ପାରିର ପଡିରହିଥିବା ଆଲାନ୍ କୁର୍ଦି, କଣ୍ଟା…
ଭୁବନେଶ୍ବର, ଆଜିର କରୋନା ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ପୂର୍ବ ପରି ଏକ ନମ୍ବରରେ ରହିଛି। ଗତକାଲି ଏହି ଜିଲ୍ଲାରୁ 12 ଶହ 75 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦ୍ବିତୀୟରେ ରହିଛି ସୁନ୍ଦରଗଡ ଜିଲ୍ଲା। ଏହି ଜିଲ୍ଲାରୁ 7ଶହ 35 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାର ଯାହା ସ୍ଥିତି ଅଛି ତାହା ମଧ୍ୟ ଉଦବେଗ ଜନକ। 1. Khurda: 1275 11. Sonepur: 207 21. Koraput: 127 2. Sundargarh: 735 12. Mayurbhanj: 199 22. Gajapati: 120 3. Angul: 525 13. Balangir: 198 23. Boudh: 103 4. Cuttack: 482 14. Jajpur: 194 24. Deogarh: 101 5. Sambalpur: 441 15. Nayagarh: 187 25. Balasore: 100 6. Bargarh: 390 16. Kalahandi: 174 …
ଭୁବନେଶ୍ବର, ଆଜିର ରିପୋର୍ଟ ଅନୁସାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ହେଲେ ପରିସ୍ଥିତି ପୂର୍ବପରି ଉଦବେଗ ଜନକ ରହିଛି। କାରଣ ଆଜିର ରିପୋର୍ଟ ଅନୁସାରେ ରାଜ୍ୟରୁ 8 ହଜାର 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 4 ହଜାର 5 ଶହ 68 ରହିଛି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା 3 ହଜାର 4 ଶହ 47 ରହିଛି। ଗତକାଲି ଏହି ସଂଖ୍ୟା 10 ହଜାର ଟପିଯାଇଥିଲା। ଅର୍ଥାତ ସରକାରୀ ରିପୋର୍ଟ ଅନୁସାରେ ଶନିବାର ଦିନ ମୋଟ 10 ହଜାର 413 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହି ସଂଖ୍ୟା ଗତକାଲିଠାରୁ ଦଦେଢ ହଜାର କମ ରହିଥିଲେ ମଧ୍ୟ ପରିସ୍ଥିତି ଉଦବେଗଜନକ ରହିଛି।
ଭୁବନେଶ୍ବର, ଆଜି ରାଜ୍ୟ ସରକାର କରୋନା ପରିଚାଳନା ନେଇ କରିବେ ଏକ ବଡ ଘୋଷଣା। ଆଜି ଦିନ 10ଟା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏ ନେଇ ଘୋଷଣା କରିବେ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଗଣ ମାଧ୍ୟମକୁ ସୂଚନା ଦିଆଯାଇଛି। ତେବେ କଣ ଘୋଷଣା ହେବ ସେ ନେଇ କିଛି କୁହାଯାଇ ନାହିଁ। ଯାହା ଆଶଙ୍କା କରାଯାଉଛି ତାହା ହେଳେ ରାଜ୍ୟରେ ପୁଣି ଥରେ ସର୍ଟ ଡାଉନ ଘୋଷଣା ହୋଇପାରେ। କାରଣ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦି ଏହିପରି ଧାରା ଲାଗି ରୁହେ ତେବେ ତାହା ଦିଲ୍ଲୀ ପରି ପରିସ୍ଥିତି ସୃଷ୍ଟି କରିବ। ସେଥିପାଇଁ ଏହି ସଂକ୍ରାମଣକୁ ରୋକିବା ପାଇଁ ସରକାର ବଡ ନିଷ୍ପତି ଘୋଷଣା କରିବେ। ମୁଖ୍ୟ ଶାସନ ସଚିବଙ୍କ ଘୋଷଣାର ସିଧା ପ୍ରସାରଣ ଦେଖିବା ପାଇଁ ଦିନ 10ଟା ରେ ତଳ ଲିଙ୍କକୁ କ୍ଲିକ କରନ୍ତୁ କିମ୍ବା…
ମେଷ- ବୈବାହିକ ପ୍ରସ୍ତାବ ମିଳିପାରିବ । ବ୍ୟବସାୟ ଲାଭଦାୟକ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଜଣେ ପ୍ରଭାବଶାଳୀ ବରିଷ୍ଠ ବ୍ୟକ୍ତିଙ୍କ ସମର୍ଥନ ଏବଂ ମାର୍ଗଦର୍ଶନ ମିଳିବ । ଶାରୀରିକ କଷ୍ଟ ସମ୍ଭାବନା । ବିରୋଧୀମାନେ ସକ୍ରିୟ ରହିବେ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଖୁସି ହେବ । ବୃଷ- ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ସମ୍ଭାବନା ହେଉଛି । ଆୟ ବୃଦ୍ଧି ପାଇବ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ନିବେଶକମାନେ ଲାଭବାନ ହେବେ । ଦୁଷ୍ଟମାନଙ୍କ ପ୍ରତି ସାବଧାନ ରୁହ। କ୍ଷତି କରିପାରନ୍ତି । ଲଜ୍ଜିତ ହୁଅନ୍ତୁ ନାହିଁ । ମିଥୁନ- ପାର୍ଟୀ ଏବଂ ପିକନିକ୍ ପାଇଁ…
ଖଲିକୋଟ ନିକଟସ୍ଥ ଏକ ସ୍ଥାନରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଏକ ପ୍ରାଚୀନ ମନ୍ଦିର
ମେଷ- ବୈବାହିକ ପ୍ରସ୍ତାବ ମିଳିପାରିବ । ବ୍ୟବସାୟ ଲାଭଦାୟକ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଜଣେ ପ୍ରଭାବଶାଳୀ ବରିଷ୍ଠ ବ୍ୟକ୍ତିଙ୍କ ସମର୍ଥନ ଏବଂ ମାର୍ଗଦର୍ଶନ ମିଳିବ । ଶାରୀରିକ କଷ୍ଟ ସମ୍ଭାବନା । ବିରୋଧୀମାନେ ସକ୍ରିୟ ରହିବେ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ମିଥୁନ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ପାରିବ। ଯାତ୍ରା ଚିତ୍ତାକର୍ଷକ ହେବ । ବୈଦ୍ଧିକ କାର୍ଯ୍ୟ ସଫଳ ହେବ । ବ୍ୟବସାୟ ବୃଦ୍ଧି ପାଇବ । ଚାକିରୀରେ କାର୍ଯ୍ୟକୁ ପ୍ରଶଂସା କରାଯିବ । ଆଜି ପ୍ରିୟ ଖାଦ୍ୟର ଆନନ୍ଦ ପାଇବ । ଷ୍ଟକ୍ ମାର୍କେଟ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡ ଅନୁକୂଳ ଲାଭ ଦେବ ।
କର୍କଟ – ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି । ଦୂରରୁ ଆପଣ ଦୁଃଖଦ ଖବର ପାଇବେ, ଧର୍ଯ୍ୟବାନ ହୁଅନ୍ତୁ । କୈଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ଚାଲିଥିବା ବିବାଦ ଅସୁବିଧା ସୃଷ୍ଟି କରିବ । କନ୍ୟା- ଖରାପ ଲୋକମାନଙ୍କର ପରିଚୟ ଅସୁବିଧା ସୃଷ୍ଟି କରିବ । ସେମାନଙ୍କଠାରୁ ଦୂରରେ ରୁହନ୍ତୁ । ଦୂରରୁ ସୁସମାଚାର ଗ୍ରହଣ କରାଯିବ । ପରିବାର ବନ୍ଧୁ ଏବଂ ସମ୍ପର୍କୀୟମାନେ ଅତିଥି ଭାବରେ ଘରକୁ ଆସିପାରନ୍ତି । ବକ୍ତବ୍ୟର ନିୟନ୍ତ୍ରଣ ନିଅ ।
ବିଛା- ନିରାଶାରୁ ଦୂରେଇ ରୁହନ୍ତୁ । ଟଙ୍କା ନଷ୍ଟ ହୋଇପାରେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଏକ ଋଣ ନେବାକୁ ପଡିପାରେ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କୁମ୍ଭ – ଚିନ୍ତା ଏବଂ ଟେନସନ ହେବ । ଅଯଥା ଖର୍ଚ୍ଚ ହେବ । ସୁଗମ ଢଙ୍ଗରେ ଟଙ୍କା ଗ୍ରହଣ କରାଯିବ । ଯାତ୍ରା ଚିତ୍ତାକର୍ଷକ ହେବ । ବ୍ୟବସାୟ ଲାଭଦାୟକ ହେବ । ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ ।
ଧନୁ- ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅନାବଶ୍ୟକ କ୍ରୋଧ ହୋଇପାରେ । ଆଜି ଟଙ୍କା ରହିବ । ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ଚିତ୍ତାକର୍ଷକ ହେବ। ସାଙ୍ଗମାନଙ୍କ ସମର୍ଥନ ଠିକ୍ ସମୟରେ ଗ୍ରହଣ କରାଯିବ । ଖୁସି ହେବେ । ଅଜ୍ଞାତ ଭୟ ତୁମକୁ ହନ୍ତସନ୍ତ କରିବ । ବ୍ୟବସାୟ ଭଲ କରିବ । ମୀନ- ଆଶଙ୍କା ହେତୁ ଏକ ବଡ ଭୁଲ ହୋଇପାରେ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କ୍ରନିକ ରୋଗ ଦେଖାଦେଇପାରେ । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ ।
ତୂଳା- ରୋଜଗାର ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ଦୀର୍ଘ ହୋଇପାରେ । ଅପ୍ରତ୍ୟାଶିତ ଲାଭର ପରିମାଣ ଅଛି । ଜୁଆ ଖେଳ, ବେଟିଂ ଏବଂ ଲଟେରୀଠାରୁ ଦୂରରେ ରୁହନ୍ତୁ । ଯେ କୈଣସି ବଡ ସମସ୍ୟାରୁ ମୁକ୍ତି ମିଳିପାରିବ । ମକର- ଆଘାତ ଏବଂ ରୋଗରୁ ଆଖିକୁ ରକ୍ଷା କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ । ଜଣେ ବ୍ୟକ୍ତିର ଆଚରଣ ଅପମାନିତ ହେବ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ।
ବୃଷ- ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ସମ୍ଭାବନା ହେଉଛି । ଆୟ ବୃଦ୍ଧି ପାଇବ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ସିଂହ- ପ୍ରୟାସ ସଫଳ ହେବ । ସାମାଜିକ କାର୍ଯ୍ୟ କରିବାକୁ ଆଗ୍ରହୀ ହେବେ । ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ରିସ୍କ ନେବାକୁ ସାହସ କରିବେ । ଜଣେ ପ୍ରଭାବଶାଳୀ ବ୍ୟକ୍ତି ପରିଚିତ ହୋଇପାରନ୍ତି ।
ଭୁବନେଶ୍ବର, ଆସନ୍ତାକାଲି ଦିନ 10ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କୋଭିଡ ସଂକ୍ରାନ୍ତରେ ଏକ ବଡ ଘୋଷଣା କରିବେ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଗଣମାଧ୍ୟମକୁ ଅବଗତ କରାଯାଇଛି। ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ସ୍ତରରେ ଅଙ୍କ କଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି କରୋନା ପରିଚାଳନା ନେଇ କଣ କହିବେ ମୁଖ୍ୟ ଶାସନ ସଚିବ ସେ ନେଇ ସମସ୍ତଙ୍କର ଅପେକ୍ଷା। ତେବେ ସାଧାରଣରେ ଯାହା ଆଲୋଚନା ହେଉଛି ତାହା ହେଲା ରାଜ୍ୟରେ ପୁଣି ଥରେ ଲକଡାଉନ ଘୋଷଣା ହୋଇପାରେ। କାରଣ ବର୍ତ୍ତମାନ ଓଡିଶାର ସ୍ଥିତି ଧିରେ ଧିରେ ସଙ୍କଟମୟ ପରିସ୍ଥିତି ଆଡକୁ ଗତିକରିବାରେ ଲାଗିଛି। ବିଗତ ଦିନର କରୋନା ଗ୍ରାଫକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ଶନିବାର ଦିନ ଯେଉଁ କରୋନା ଗ୍ରାଫ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଟପିଲା। ଦିଲ୍ଲୀର ଆକ୍ରାନ୍ତ ସଂଖ୍ୟା ଏହିପରି…
ନୂଆଦିଲ୍ଲୀ, ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ପରିମାଣର ଜିଏସଟି ସଂଗୃହୀତ ହୋଇଛି। ଆଦାୟ ହୋଇଥିବା ଏହି ଜିଏସ୍ଟିର ମୋଟ ପରିମାଣ ୧ ଲକ୍ଷ ୪୧ ହଜାର ୩୮୪କୋଟି ଟଙ୍କା । ଏଥି ମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟି ପରିମାଣ ୨୭ ହଜାର ୮୩୭କୋଟି, ରାଜ୍ୟ ଜିଏସଟି ପରିମାଣ ୩୫ ହଜାର ୬୨୧କୋଟି ଟଙ୍କା। ସମନ୍ୱିତ ଜିଏସ୍ଟି (ଆଇଜିଏସ୍ଟି) ପରିମାଣ ୬୮ ହଜାର ୪୮୧ କୋଟି ଟଙ୍କା । ସଂଗୃହୀତ ଆଇଜିଏସଟି ମଧ୍ୟରେ ୨୯ ହଜାର ୫୯୯ କୋଟି ଟଙ୍କାର ଆମଦାନୀଜନିତ ସେବା ଓ ଦ୍ରବ୍ୟକର ଅନ୍ତର୍ଭୁକ୍ତ । ଏହାଛଡା ଏହି ମାସରେ ସଂଗୃହୀତ ମୋଟ ଜିଏସଟି ୯ ହଜାର ୪୪୫ କୋଟି ଟଙ୍କାର ସେସ୍ ବା ଉପକର ରହିଛି । ଏହି ଉପକର ମଧ୍ୟରୁ ୯୮୧ କୋଟି ଟଙ୍କା ସାମଗ୍ରୀ ଆମଦାନୀ କ୍ଷେତ୍ରରେ ସଂଗୃହୀତ ହୋଇଛି । କୋଭିଡ ମହାମାରୀ ଦ୍ୱିତୀୟ ସଂକ୍ରମଣ ଯୋଗୁଁ ଦେଶର ବିଭିନ୍ନ ଭାଗ ପ୍ରଭାବିତ ହୋଇଛି…
ଭୁବନେଶ୍ବର, ଅନୁଗୁଳରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ଭରି ଅକ୍ସିଜେନ୍ ଏକ୍ସପ୍ରେସ ଟ୍ରେନ୍ ଆଜି ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିଛି। ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ ରୋ-ରୋ ସେବା ମାଧ୍ୟମରେ ଅନୁଗୁଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ସିକନ୍ଦରାବାଦକୁ ପ୍ରାୟ ୬୩.୬ ଟନ୍ LMO ପରିବହନ କରିଛି। ତେଲେଙ୍ଗାନା ସରକାରଙ୍କ ଅନୁରୋଧ କ୍ରମେ ସିକନ୍ଦରାବାଦରୁ ପାଞ୍ଚଟି ଖାଲି ଟ୍ୟାଙ୍କର ଥିବା ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲକୁ ଗତକାଲି ଅନୁଗୁଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଲୋଡିଂ ପାଇଁ ରଖାଯାଇ ପ୍ରାୟ ୬୩.୬ ଟନ୍ LMO ପାଞ୍ଚଟି ଟ୍ୟାଙ୍କରେ ଭର୍ତିକରାଯାଇ ଭାରତୀୟ ରେଳବାଇର ରୋରୋ ସେବା ସହିତ ଟ୍ରେନ୍ ଯୋଗେ ତେଲେଙ୍ଗାନା ଯାତ୍ରା କରିଛି। ଗୁରୁବାର ଦିନ ସ୍ୱତନ୍ତ୍ର ବାୟୁସେନା ବିମାନ ଦ୍ୱାରା ଆସିଥିବା ଦୁଇଟି ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍, ଅନୁଗୁଳସ୍ଥିତ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରେ ୩୨ ଟନ୍ LMO ଧାରଣ କରି ଗତକାଲି ସକାଳେ ଭାରତୀୟ ରେଳବାଇର ରୋରୋ ସେବା…
ନୂଆଦିଲ୍ଲୀ/ଭୁବନେଶ୍ବର: ଜୁନ ତୃତୀୟ ସପ୍ତାହ ସୁଦ୍ଧା ଘୋଷଣା ହେବ ସିବିଏସଇ ଦଶମ ପରୀକ୍ଷା ଫଳାଫଳ। ଏନେଇ ସିବିଏସଇ ପକ୍ଷରୁ ଏକ ଗାଇଡ ଲାଇନ ଜାରି କରାଯାଇଛି। ତେବେ ଏହି ଗାଇଡ ଲାଇନ ଅନୁଯାୟୀ, ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ ହେବ। ସ୍କୁଲ ପ୍ରିନ୍ସିପାଲ ଓ ଅନ୍ୟ ୭ ଜଣ ଶିକ୍ଷକଙ୍କୁ ନେଇ ଏହି କମିଟି ଗଠନ ପାଇଁ ନିର୍ଦ୍ଦେଶ ହୋଇଛି। ସେହି ୭ ଜଣଙ୍କ ମଧ୍ୟରୁ ନିଜ ସ୍କୁଲର ୫ ଜଣ ଶିକ୍ଷକ ଏବଂ ପାଖ ସ୍କୁଲର ୨ ଜଣ ଏହି କମିଟିରେ ରହିବେ। ବର୍ଷ ସାରା ପରୀକ୍ଷାକୁ ଦେଖି ୮୦ ମାର୍କର ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ହୋଇଛି। ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ହେବ। ଜୁନ ୫ ସୁଦ୍ଧା ସିବିଏସଇକୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ। ମୂଲ୍ୟାୟନ ବେଳେ ସ୍କୁଲର ପୂର୍ବ ୩ ବର୍ଷର ଫଳାଫଳକୁ ବିଚାରକୁ ନିଆଯିବ। ଜୁନ ୧୧…

