Author: Samikhsya Bureau

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୮ ଲକ୍ଷ ୭୩ ହଜାର ୮୨୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୨ ହଜାର ୮୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩୬ ହଜାର ୩୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୩ ଲକ୍ଷ ୬୫ ହଜାର ୭୦୪ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଭାରତରେ ବର୍ତ୍ତମାନ କରୋନା ସ୍ଥିତି ଯେପରି ବୃଦ୍ଧି ପାଇବାରେ ଲାଗିଛି ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ନେଇ ଚିନ୍ତା ବଢିବାରେ ଲାଗିଛି। ବିଶେଷ କରି ସାରା ଦେଶରେ ହେବାକୁ ଥିବା ସିବିଏସଇ ପରୀକ୍ଷା କିପରି ହେବ ସେ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଚିନ୍ତାରେ ଅଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ଅପରାହ୍ନରେ ହେବାକୁ ଥିବା ଏହି ବୈଠକରେ ଶିକ୍ଷାମନ୍ତ୍ରୀ ଓ ସଚିବ ସହିତ ଉଚ୍ଚ ଅଧିକାରୀ ଯୋଗ ଦେବେ। ଏହି ବୈଠକ ପରେ ବୋର୍ଡ ପରୀକ୍ଷା ହେବ କି ନାହିଁ ତାହା ଘୋଷଣା କରାଯିବ।

Read More

ଭୁବନେଶ୍ବର, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି  ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଏହା ସାଧାରଣତଃ ଅପ୍ରେଲ ୧୪, ବୈଶାଖ ୧ ତାରିଖରେ ପଡ଼େ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ…

Read More

ମୁମ୍ବାଇ, ଆଜି ରାତି ଆଠଟାରୁ ମହାରାଷ୍ଟ୍ର ଲାଗୁ ହେବ ଜନତା କର୍ଫୁ। 15 ଦିନ ପାଇଁ ଏହା ଲାଗୁ ହେବ। ମଙ୍ଗଳବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧୀତ କରି ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ କରୋନାର ସ୍ଥିତି ଯେପରି ଅଛି ତାହାକୁ ମୁକାବିଲା କରିବା ପାଇଁ ଲକ ଡାଉନ ନିହାତି ଆବଶ୍ୟକ। ଜନତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଜନତା କଫ୍ୟୁ ଲଗାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହା 144 ଧାରା ସହ ସମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଣ ରହିବ ଖୋଲା ଆଗାମୀ 15 ଦିନ ପାଇଁ, କେବଳ ଜରୁରୀ ସେବା ସକାଳ ସାତରୁ ରାତି ଆଠ ପର୍ଯ୍ୟନ୍ତ ଖୋଲା ରହିବ। ଡାକ୍ତରଖାନା, କ୍ଲିନିକ୍, ଡାଇଗ୍ନୋଷ୍ଟିକ୍ ସେଣ୍ଟର, ମେଡିକାଲ୍ ବୀମା କାର୍ଯ୍ୟାଳୟ, ମେଡିକାଲ୍ ଷ୍ଟୋର୍, ଫାର୍ମା କମ୍ପାନୀ ଏବଂ ଅନ୍ୟାନ୍ୟ ଚିକିତ୍ସା ସ୍ୱାସ୍ଥ୍ୟ ସେବା ଜାରି ରହିବ । ଜନସାଧାରଣ ପରିବହନରେ ବିମାନ…

Read More

ମେଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ । ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ । ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ । ବୃଷ: –ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା…

Read More

ଭୁବନେଶ୍ବର, ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର‌୍ୟ୍ୟାୟ ରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର‌୍ୟ୍ୟାୟ ଉଚ୍ଚ ସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କିଷନ କୁମାର ସକାଳେ ବାଲେଶ୍ଵର ଯାଇ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ସେଠାରୁ ଫେରି ସେମାନେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ଘୋଷଣା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି “ବାଲେଶ୍ଵର ହେଉଛି ଓଡିଶାର ଅନ୍ୟତମ ମୁଖ୍ୟ ସହର । ଏହା ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ । ନିକଟରେ ମୁଁ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୮୫, ନୂଆପଡ଼ାରୁ ୭୪, କଳାହାଣ୍ଡିରୁ ୫୧, ଝାରସୁଗୁଡାରୁ ୪୮, ଖୋର୍ଦ୍ଧାରୁ ୩୬, ଗଞ୍ଜାମରୁ ୨୯, ସମ୍ବଲପୁରରୁ ୨୭, କଟକରୁ ୨୨, ବଲାଙ୍ଗୀରିରୁ ୧୮, କେନ୍ଦୁଝରରୁ ୧୮, ବାଲେଶ୍ବରରୁ ୧୫, ମୟୂରଭଞ୍ଜରୁ ୧୪, ପୁରୀରୁ ୧୪, ଯାଜପୁରରୁ ୧୩, କୋରାପୁଟରୁ ୭, ବରଗଡରୁ ୫, ଜଗତସିଂହପୁରରୁ ୫, ନବରଙ୍ଗପୁରରୁ ୫, ରାୟଗଡାରୁ ୫, କନ୍ଧମାଳରୁ ୪, ଅନୁଗୁଳରୁ ୩, ଗଜପତିରୁ ୩, ଢେଙ୍କାନାଳରୁ ୨, କେନ୍ଦ୍ରାପଡାରୁ ୨, ସୋନପୁରରୁ ୨, ଦେବଗଡ଼ରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୧ ହଜାର ୧୨୩ ଜଣ ସୁସ୍ଥ ହୋଇ ଘରକୁ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୪୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୮୯୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୩୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୨୩୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟରୁ ଗୋଆ ଫରୱାର୍ଡ ପାର୍ଟି ଅଲଗା ହୋଇଯାଇଛି। ବିଜେପି ସରକାର “ଗୋଆ ବିରୋଧୀ ନୀତି” ଆପଣାଉଥିବା ଅଭିଯୋଗ କରି ଜିଏଫପି ଦଳ ମେଣ୍ଟରୁ ବାହାରିଯାଇଛି। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ଜିଏଫପି ଦଳର ତିନି ଜଣ ବିଧାୟକ ରହିଛନ୍ତି। ତେବେ ଏଥିରେ ପ୍ରମୋଦ ସାବତ ସରକାରକୁ କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ବିଜୟ ସରଦେଶାଇଙ୍କ ଦଳ ଗୋଆ ସରକାରରେ ଅଂଶୀଦାର ନାହିଁ। ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ ମସିହାରେ ଜିଏଫପି ଦଳ ମନୋହର ପାରିକରଙ୍କ ନେତୃତ୍ଵରେ ବିଜେପି ସରକାର ଗଠନ ପାଇଁ ସମର୍ଥନ ଦେଇଥିଲା। କିନ୍ତୁ ୨୦୧୯ ମସିହାରେ ପାରିକରଙ୍କ ଦେହାନ୍ତ ପରେ ପ୍ରମୋଦ ସାୱନ୍ତଙ୍କ ନେତୃତ୍ଵରେ ନୂଆ ସରକାର ଗଠନ ହୋଇଥିଲା। ନୂଆ ସରକାରରେ ଜିଏଫପି ଦଳର ତିନି ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିଲା। ଫଳରେ ଦୁଇ ଦଳ ମଧ୍ୟରେ ସେବେଠାରୁ ସମ୍ପର୍କ ଖରାପ ଚାଲିଥିଲା।

Read More

ନୂଆଦିଲ୍ଲୀ: ଆମେରିକାରେ ଜନସନ୍ ଆଣ୍ଡ ଜନସନ୍ ଟୀକାକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଏହି ଟୀକା ନେବା ପରେ କିଛି ଲୋକଙ୍କ ଶରୀରରେ ଗମ୍ଭୀର ସମସ୍ୟା ଦେଖାଯିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଟୀକା ନେଇଥିବା ୬ ଜଣ ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବାରୁ ସରକାର ଏଭଳି ପଦକ୍ଷେପ ନେଇଛି। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କିନ୍ତୁ ଆମେରିକାରେ ଏଯାଏଁ ୬୮ ଲକ୍ଷ ଲୋକ ଟୀକା ନେଇସାରିଛନ୍ତି।

Read More

ଭୁବନେଶ୍ବର, ପ୍ରଜାତନ୍ତ୍ରର ବିଷୁବ ମିଳନରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହି ସଭା କୌଣସି ରାଜନୈତିକ ସଭା ନ ଥିଲା। ହେଲେ ସେଥିରେ ଧର୍ମେନ୍ଦ୍ର କହିଲେ ଯେ, ଭର୍ତ୍ତୁହରି ମହତାବଙ୍କୁ ବିଜେଡି ଅବହେଳା କରୁଛି। ସେହି ସଭାରେ ଥିଲେ ଖୋଦ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ। ବିଜେଡି ଭର୍ତ୍ତୁହରିଙ୍କୁ ଅବହେଳା କରିଛି କି ନାହିଁ ତାହା ଭିନ୍ନ କଥା। ହେଲେ ଏହି ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ, ଭର୍ତ୍ତୁହରିଙ୍କୁ ବିଜେଡି ଅବହେଳା କରିବା ବୋଧହୁଏ କେନ୍ଦ୍ରମନ୍ତ୍ରୀଙ୍କୁ ବାଧା ଲାଗିଛି। କାରଣ ବିଜେଡି କାହାକୁ ଅବହେଳା କରିବ କାହାକୁ ଉପରକୁ ଉଠାଇବେ ତାହା ତାଙ୍କର ଦଳୀୟ କଥା। ସେଥିପାଇଁ ବିଜେଡି କେବେ ବି ଧର୍ମେନ୍ଦ୍ରଙ୍କର ଉପଦେଶ ନେବ ନାହିଁ। ଏପରି ଜାଣି ସୁଦ୍ଧା ଏକ ସାହିତ୍ୟ ସମ୍ମିଳନୀରେ ରାଜନୀତି ପୁରାଇବାର କଣ ଆବଶ୍ୟକତା ଥିଲା ତାହା ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଏହାର ଠିକ ଅଳ୍ପ ଦିନ ପୂର୍ବର କଥା। ନୂଆଦିଲ୍ଲୀରେ ଡ…

Read More

ଭୁବନେଶ୍ବର: ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ  ଆଇ.ଏନ୍‌.ଏସ୍ ଚିଲିକା ଏବଂ ଚନ୍ଦ୍ରାପୁଟଠାରୁ କୁମାଣ୍ଡଳ ପର୍ଯ୍ୟନ୍ତ ବନ୍ଧ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ସମୁଦ୍ରତଟ କ୍ଷୟ ନିରୋଧୀ ଲୁଣି ଘେରା ବନ୍ଧ ନିର୍ମାଣ କାର୍ଯ୍ୟ ସେଠାରେ ଚାଲିଛି। ନାବାର୍ଡ ସହାୟତାରେ କରାଯାଉଥିବା ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଅବଶିଷ୍ଟ କାର୍ଯ୍ୟକୁ ଶୀର୍ଘ ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଯନ୍ତ୍ରୀ, ବନ୍ୟା ନିୟନ୍ତ୍ରଣ ତଥା ଅଧିକ୍ଷଣ ଯନ୍ତ୍ରୀ, ସେଣ୍ଟ୍ରାଲ ଜଳସେଚନ ସର୍କଲ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର, ଆଜି ରାଜ୍ୟ ସରକାରଙ୍କ ଏକ ବରିଷ୍ଠ ପ୍ରତିନିଧି ଦଳ ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତୃତ୍ବରେ 5ଟି ସଚିବ ଭି.କେ ପାଣ୍ଡିୟାନ, ପୁର୍ତ୍ତ ସଚିବ କିଶନ କୁମାର ପ୍ରମୁଖ ଥିଲେ। ଏହି ଦଳ ବାଲେଶ୍ବରର ବିଭିନ୍ନ ସ୍ଥାନ ଗସ୍ତ କରି ତାହାର ବିକାଶ ଦିଗରେ ଅନୁଧ୍ୟାନ କରିଥିଲେ। ଏହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଅନୁଧ୍ୟାନ କରିବା ସହିତ ନୂଆ ପ୍ରକଳ୍ପ ଉପରେ ଆଲୋଚନା ମଧ୍ୟ କରିଛନ୍ତି। ଏହି ଦଳ ବାଲେଶ୍ବରର କୁରୁଡା ଛକ, ବାଲେଶ୍ବର ବସଷ୍ଟାଣ୍ଡ, ରେମୁଣା ରାସ୍ତାର ଷ୍ଟ୍ରିଟ ଲାଇଟ, ମେଡିକାଲ କଲେଜ, ଜିଲ୍ଲା ଡାକ୍ତରଖାନା ସହିତ ଜିଲ୍ଲା ସ୍କୁଲ ତଦାରଖ କରିଥିଲେ। ଏହି ସ୍ଥାନଗୁଡିକରେ କିପରି ବିକାଶ ହୋଇପାରିବ ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।…

Read More

ଭୁବନେଶ୍ଵର: ଆସନ୍ତାକାଲି ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ଅଞ୍ଚଳରେ କଟକଣା ଲାଗିଛି। ଏହାସହିତ ମୁସଲମାନଙ୍କର ରମଜାନ ପର୍ବ ପାଇଁ ମଧ୍ୟ କଟକଣା ଲାଗିଛି। ପଣା ସଂକ୍ରାନ୍ତିରେ ସର୍ବସାଧାରଣ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। କେବଳ ଧାର୍ମିକ ଅନୁଷ୍ଠାନରେ ସ୍ୱଳ୍ପ ସଂଖ୍ୟକ ସେବାୟତମାନଙ୍କୁ ନେଇ ରୀତିନୀତିରେ ପୂଜା କରିବାକୁ ଅନୁମତି ମିଳିଛି। ଭକ୍ତଙ୍କୁ ଧର୍ମାନୁଷ୍ଠାନ ସମ୍ପୂର୍ଣ୍ଣ ମନା। ସେହିଭଳି ରମଜାନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ନମାଜ ପାଠ ପାଇଁ ଅନୁମତି ମିଳିବ। ମାସ୍କ, ସାନିଟାଇଜର ଓ ୬ ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ କରାଯିବ। ତେବେ କଟକଣାକୁ ବିଏମସି ପକ୍ଷରୁ କଡାକଡି ତଦାରଖ କରାଯିବ। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସୂଚନା ଦେଇଛନ୍ତି।

Read More

କଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ ମହାନଗର ନିଗମ ଏକ ନୂଆ ମାର୍ଗଦର୍ଶିକା ଜାରି କରିଛି। ରମାଜନ ପାଇଁ ସିଏମସି ନୂଆ କଟକଣା ଲାଗୁ କରିଛି। ରମଜାନରେ ନମାଜ ପାଠ ପାଇଁ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି। ନମାଜ ପାଠ ପାଇଁ ବୟସ୍କ ଏବଂ ରୋଗାକ୍ରାନ୍ତ ଲୋକଙ୍କୁ ବାରଣ କରାଯାଇଛି। ସବୁ ମସଜିଦ ସାମ୍ନାରେ ସାନିଟାଇଜେସନ ଏବଂ ଥର୍ମାଲ ସ୍କାନିଂକୁ ବାଧ୍ୟତାମୂଳକ କରାଯାଇଛି। ନମାଜ ସମୟରେ ସାମାଜିକ ଦୂରତା ଅନିବାର୍ଯ୍ୟ। ଅତିକମରେ ୬ ଫୁଟ ଦୁରତ୍ଵ ରକ୍ଷା କରିବା ସହ ମାସ୍କ ପରିଧାନ କରିବା ପାଇଁ ବାଧ୍ୟତାମୂଳକ ହୋଇଛି।

Read More

ପୁରୀ: ଶ୍ରୀମନ୍ଦିରର ସହ ଜଡିତ ଥିବା ୨୩ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ଚିହ୍ନଟ ୨୩ ଜଣଙ୍କ ମଧ୍ୟରୁ ୭ ଜଣ ସେବାୟତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ପରିବାରରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ଵାରା ଜୋତାଷ୍ଟାଣ୍ଡରୁ ୮ ଜଣ, ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ, ଶ୍ରୀମନ୍ଦିରରେ ନିୟୋଜିତ ଜଣେ ପୋଲିସ କର୍ମୀ, ଜଣେ ମାଳୀ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି। ତେବେ ଆଜି ସୁରତରୁ ପୁରୀ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ କରୋନାରେ ସଂକ୍ରମଣ ହୋଇଛନ୍ତି। ଆଣ୍ଟିଜେନ ଟେଷ୍ଟ ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଆଜି ତାଙ୍କର ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ। ହେଲେ ନାବାଳିକାଙ୍କ ବାପା ମାଆଙ୍କ ରିପୋର୍ଟ ନେଗେଟିଭ ଆସିଛି।

Read More

କଲିକତା: ପଶ୍ଚିମବଙ୍ଗର ନିର୍ବାଚନ ଯୁଦ୍ଧରେ ପ୍ରଚଣ୍ଡ ଲଢେଇ ଜାରି ରହିଛି। ମମତା ବାନାର୍ଜୀଙ୍କ ବିବାଦିତ ବୟାନକୁ ନେଇ ନିର୍ବାଚନ କମିଶନର ତାଙ୍କୁ ୨୪ ଘଣ୍ଟା ପାଇଁ ପ୍ରଚାର ଉପରେ କଟକଣା ଲଗାଇଥିଲେ। ତେବେ ଏହି ବ୍ୟାନକୁ ବିରୋଧ କରି ମମତା ଆଜି ଧାରଣାରେ ବସିଛନ୍ତି। ହୁଇଲ ଚେୟାରରେ ମମତା ବାନାର୍ଜୀ ଧାରଣସ୍ଥଳରେ ପହଞ୍ଚି କଲିକତାର ଗାନ୍ଧୀ ମୂର୍ତ୍ତି ପାଖରେ ନିର୍ବାଚନ କମିଶନ ବିରୋଧରେ ଧାରଣାରେ ବସିଛନ୍ତି। ମମତା ଧାରଣସ୍ଥଳରେ ଏକ ପେଣ୍ଟିଂ କରିଛନ୍ତି। ପରେ ମମତା ଏହି ପେଣ୍ଟିଂକୁ ଲୋକମାନଙ୍କୁ ଦେଖାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ହିନ୍ଦୁ-ମୁସଲିମ୍ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନଙ୍କ ଉପରେ ବିଦ୍ରୋହ କରିବାକୁ ପ୍ରବର୍ତ୍ତାଇଥିବାର ଅଭିଯୋଗ ହୋଇଥିଲା। ଯାହାଫଳରେ ମମତାଙ୍କୁ ୨୪ ଘଣ୍ଟିଆ ପ୍ରଚାର ପାଇଁ ନିର୍ବାଚନ କମିଶନର ବ୍ୟାନ ଲଗାଇଥିଲେ। ସେ ଆଜି ସନ୍ଧ୍ୟା ୮ ଟା ଯାଏଁ ପ୍ରଚାର କରିପାରିବେ ନାହିଁ। କିନ୍ତୁ ମମତା ଆଜି ୮ ଟା ପରେ ଗୋଟିଏ ରାଲିକୁ…

Read More

ବ୍ରହ୍ମପୁର: ରାଜ୍ୟରେ ସଂକ୍ରମଣ ଦୃତଗତିରେ ବଢିଚାଲିଛି। ସେହିପରି ଅନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ସାମାନ୍ୟ ରହିଥିଲେ ମଧ୍ୟ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାରେ ଗତକାଲି ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ବୃଦ୍ଧିକୁ ଦେଖି ଆଜି ଜିଲ୍ଲା ପ୍ରଶାସନ କଟକଣା କଡାକଡି କରିଛି। ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଉପରେ ଆଗାମୀ ୭ ଦିନ ଯାଏଁ କଟକଣା ଲାଗିଛି। ଆସନ୍ତା ୨୧ ତାରିଖ ଯାଏଁ ସବୁ ଧର୍ମାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସେହିଭଳି ଜିଲ୍ଲାର ପାର୍କ, ଖେଳପଡ଼ିଆ ଏବଂ ସମୁଦ୍ର ବେଳାଭୂମିଗୁଡିକ ଉପରେ ସଂପୂର୍ଣ୍ଣ କଟକଣା ଲାଗିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୫୦୦ ଟି କେନ୍ଦ୍ରରେ ଟୀକାକରଣ ଜାରି ରହିଛି। ଟୀକା ଅଭାବରୁ ୧୧ ଟି ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିଛି। କେନ୍ଦ୍ର ସରକାର କମ ଟୀକା ଦେଉଥିବାରୁ ଟୀକା ଦାନ ବାଧାପ୍ରାପ୍ତ ହେଉଛି। ଏଥିପାଇଁ ଗତକାଲି କେନ୍ଦ୍ରକୁ ଚିଠି ଲେଖାଯାଇଛି। ଆଜି ଆଉ ୨ ଲକ୍ଷ କୋଭିସିଲ୍ଡ ଟୀକା ଡ଼ୋଜ ଆସିବ। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Read More

ପୁରୀ: ସୁରତରୁ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ତାଙ୍କ ବାପାଙ୍କ ସହ ଆସିଥିଲେ। ଆଣ୍ଟିଜେନ ଟେଷ୍ଟ ପରେ ସେ କରୋନା ପଜିଟିଭ ଥିବା ଜଣାପଡିଛି। ପଜିଟିଭ ଚିହ୍ନଟ ପରେ ନାବାଳିକାଜଣଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ବାପା ମାଆଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ରହିଛି। ପୁଣିଥରେ ଆଜି ନାବାଳିକାଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ସେହିଭଳି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟର ୮ କର୍ମଚାରୀ ଓ ସେବାୟତ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ସମ୍ମୁଖ ଜୋତାଷ୍ଟାଣ୍ଡରୁ ୮ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୦୩୫ ଜଣ ଚିହ୍ନଟ ହୋଇଥିବା ବେଳେ ୭୪୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୮୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୦ ହଜାର ୬୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୫୦୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୭୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୩୦୩, ସୁନ୍ଦରଗଡ ଜିଲ୍ଲାରୁ ୨୪୧, ଖୋର୍ଦ୍ଧା ଜିଲ୍ଲାରୁ ୨୦୧ ଜଣ, ଅନୁଗୁଳ ୨୦ ଜଣ, ବାଲେଶ୍ଵର…

Read More