Author: Samikhsya Bureau

ତୂଳା: – ଯୋଜନା ଫଳପ୍ରଦ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ ।ମାର୍ଗଦର୍ଶନ ପାଇବେ । ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ ।

Read More

ତୁଳା: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସିଂହ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ମୂଲ୍ୟ ବୃଦ୍ଧି ହେବ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ ।

Read More

ନୂଆଦିଲ୍ଲୀ, ଶେଷରେ ପଶ୍ଚିମବଂଗ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ବର୍ତ୍ତମାନର କୋଭିଡ-୧୯ ସ୍ଥିତିର ସମୀକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସେଥିପାଇଁ ଏହି ପ୍ରଚାର ଗସ୍ତକୁ ବାତିଲ କରିଛନ୍ତି। ମୋଦୀ ଟ୍ବିଟ୍ କରିଛନ୍ତି, “ଆସନ୍ତାକାଲି, ବର୍ତ୍ତମାନର କୋଭିଡ-୧୯ ସ୍ଥିତି ସମୀକ୍ଷା ଲାଗି ଏକ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବି। ଏହି କାରଣରୁ, ମୁଁ ପଶ୍ଚିମବଙ୍ଗ ଗସ୍ତରେ ଯିବି ନାହିଁ।” ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଭୟଙ୍କର ଥିବା ବେଳେ ମୋଦି ସାହାଙ୍କ ନିର୍ବାଚନ ପ୍ରଚାରକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଶହଶହ ଶବ ଉପରେ ମୋଦି କିପରି ପ୍ରଚାର କରୁଛନ୍ତି ବୋଲି ସାମାଜିକ ଗଣ ମାଧ୍ୟମରେ ଟ୍ରେଣ୍ଟିଂ ହେବାରେ ଲାଗିଛି। ଏପରି ପରିସ୍ଥିତିରେ ମୋଦି ନିର୍ବାଚନ ପ୍ରଚାର କାର୍ଯ୍ୟ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି।

Read More

ଭୁବନେଶ୍ବର, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଶାଳଗାଁ ଓ ରାଜଆଠଗଡ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ ରାଜଆଠଗଡ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଦୁଇଦିନ ନିମନ୍ତେ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ ନିମ୍ନମତେ ବାତିଲ ରହିବ ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ ୦୮୩୦୩/୦୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ ଏପ୍ରିଲ ମାସ ୨୭ ଓ ୨୮ ତାରିଖ ଦିନ ବାତିଲ ରହିବାକୁ ସ୍ଥିର କରାଯାଇଅଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୧୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୪୧୦, ସୁନ୍ଦରଗଡରୁ ୨୪୧, ଖୋର୍ଦ୍ଧାରୁ ୧୯୮, ସମ୍ବଲପୁରରୁ ୧୧୪, କେନ୍ଦୁଝରରୁ ୯୮,  ନବରଙ୍ଗପୁରରୁ ୯୬, ବଲାଙ୍ଗୀରିରୁ ୯୦, ବରଗଡରୁ ୭୯, ବାଲେଶ୍ବରରୁ ୭୮, ଝାରସୁଗୁଡାରୁ ୭୦, ପୁରୀରୁ ୭୦, କଳାହାଣ୍ଡିରୁ ୬୫, ମୟୂରଭଞ୍ଜରୁ ୬୦, କଟକରୁ ୫୯, ଦେବଗଡରୁ ୫୧, ଯାଜପୁରରୁ ୫୦, ଗଞ୍ଜାମରୁ ୪୯, ଅନୁଗୁଳରୁ ୪୮, ଭଦ୍ରକରୁ ୩୦, ଗଜପତିରୁ ୨୮, ରାୟଗଡାରୁ ୨୪, ଜଗତସିଂହପୁରରୁ ୨୧, ସୋନପୁରରୁ ୧୯, କେନ୍ଦ୍ରାପଡାରୁ ୧୮, ନୟାଗଡରୁ ୧୫, ବୌଦ୍ଧରୁ ୧୦, କୋରାପୁଟରୁ ୧୦, କନ୍ଧାମଳରୁ ୮, ଢେଙ୍କାନାଳରୁ ୫, ମାଲକାନାଗିରିରୁ ୫ ଏବଂ ଷ୍ଟେଟ ପୁଲରୁ ୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩…

Read More

ଭୁବନେଶ୍ଵର: ନବୀନଙ୍କୁ ପୁଣିଥରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶଂସା କରିବାର କିଛି ଘଣ୍ଟା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ଅକ୍ସିଜେନ ଯୋଗାଣ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧବ ଠାକରେ ଧନ୍ୟବାଦ ଦେଇଛନ୍ତି। ପୂର୍ବରୁ ମହାରାଷ୍ଟ୍ର ସରକାର ଓଡିଶା ଠାରୁ ଅକ୍ସିଜେନ ମାଗିଥିଲା। ଯାହାଫଳରେ ମହାରାଷ୍ଟ୍ରର ଅନୁରୋଧକୁ ଓଡିଶା ସରକାର ବିଚାର କରି ଆଜି ଅକ୍ସିଜେନ ଯୋଗାଇଛି। ଏହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହେଉଛନ୍ତି। ସେଠାରେ କରୋନା ସ୍ଥିତି ଉଦବେଗଜନକ ଅଛି। ହସ୍ପିଟାଲରେ ରୋଗୀଙ୍କ ପାଇଁ ବର୍ତ୍ତମାନ ଅକ୍ସିଜେନ ଅଭାବ ଦେଖାଯାଉଛି। ଫଳରେ ରୋଗୀମାନେ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି।

Read More

ଭୁବନେଶ୍ବର: କରୋନା କଟକଣାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ବଡ ଘୋଷଣା। ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟକ୍ତିମାନଙ୍କୁ କ୍ଵାରେଣ୍ଟିନ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ଵାରେଣ୍ଟିନରେ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଠାରୁ ଏହି କଟକଣା ଲାଗିବ। ପଶ୍ଚିମବଙ୍ଗରୁ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ପଶ୍ଚିମବଙ୍ଗ ସୀମାରେ କଡାକଡି ଯାଞ୍ଚ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଯେଉଁମାନେ ଆରଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ କିମ୍ବା ଟୀକାର ଦ୍ଵିତୀୟ ଡୋଜ ନେଇଥିବେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ। ହେଲେ ସେମାନଙ୍କୁ ହୋମ କ୍ଵାରେଣ୍ଟିନରେ ରହିବାକୁ ବାଧ୍ୟତାମୂଳକ। ଏଭଳି ରିପୋର୍ଟ ନଥିବା ଯାତ୍ରୀମାନଙ୍କୁ ହୋମ କ୍ଵାରେଣ୍ଟିନ ପାଇଁ ଅନୁମତି ନାହିଁ। ସେମାନେ କ୍ଲଷ୍ଟର ସେଣ୍ଟର କିମ୍ବା ପେଡ଼ କ୍ଵାରେଣ୍ଟିନରେ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୬୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୭୯୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୩ ହଜାର ୪୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ହଜାର ୩୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ କରୋନା ସ୍ଥିତି ଅଣାୟତ୍ତ। ଏସମୟରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତେ ଏକାସାଙ୍ଗରେ କରୋନାକୁ ଆୟତ୍ତ କରିବା ଦିଗରେ ଲାଗିପଡିଛନ୍ତି। ତେବେ ଆଜି ବାଲୁଗାଁ ଏନଏସି ପ୍ରଶାସନ କରୋନା ଭୁତାଣୁକୁ ପ୍ରତିହିତ କରିବା ପାଇଁ ଏକ ଅଭିନଵ ଉପାୟ ଅବଲମ୍ବନ କରିଛି। ସାଧାରଣତଃ ଆମ ଓଡ଼ିଆ ଘରେ ଗୁରୁବାରକୁ ଶୁଭ ମାନନ୍ତି ଏବଂ ମା’ ଲକ୍ଷ୍ମୀଙ୍କ ଆଗମନକୁ ନେଇ ସମସ୍ତେ ନିଜ ନିଜ ଘର ସଫା କରିଥାନ୍ତି।  ତେବେ ଆଜି ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ପ୍ରତ୍ୟେକ ଗୁରୁବାରକୁ ସଫେଇ ଦିବସ ରୂପେ ପାଳନ କରିବାକୁ ବାଲୁଗାଁ ସହରବାସିଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ୧୦ ନମ୍ବର ୱାର୍ଡରେ ସଫେଇ ଦିବସର ଶୁଭାରମ୍ଭ ହୋଇଯାଇଛି। କରୋନା ମହାମାରୀର ଦ୍ଵିତୀୟ ଲହର କେତେ ତୀବ୍ର ତାହା କାହାକୁ ଅଗୋଚର ନାହିଁ। ଏହାକୁ ଏଡାଇବାକୁ ହେଲେ ସଫେଇର ଭୂମିକା ବହୁତ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ରିଙ୍ଗ ରୋଡ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭୁବନେଶ୍ଵର ଚତୁପାର୍ଶ୍ବରେ ଏହି ରୋଡ ନିର୍ମାଣ ହେବ। ୬ ଲେନ ବିଶିଷ୍ଟ ଏହ ରୋଡ ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଆଠଗଡ଼ ଏବଂ ଚୌଦ୍ଵାର ଦେଇ ଯିବ। ତେବେ ରାଜ୍ୟ ସରକାର ଏହି ପ୍ରକଳ୍ପର ଜମି ଅଧିଗ୍ରହଣ ପାଇଁ ୬ ଶହ କୋଟି ଟଙ୍କା ବହନ କରିବେ।

Read More

ଭୁବନେଶ୍ଵର: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ବିଏମସି ଏକ ବଡ ନିଷ୍ପତ୍ତି ନେଇଛି। ଭୁବନେଶ୍ବରରେ ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ୟୁନି-୧ ହାଟକୁ ୟୁନିଟ-୧ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତରିତ କରାଯିବ। ବ୍ରହ୍ମେଶ୍ଵର ହାଟକୁ ବ୍ରହ୍ମେଶ୍ଵର ମେଳଣ ପଡିଆକୁ ସ୍ଥାନାନ୍ତରିତ କରାଯିବ। ଲିଙ୍ଗରାଜ ହାଟକୁ ବିଏମସି ମାରକେଟ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ କରାଯିବ। ତେବେ ସୋମବାର ଠାରୁ ଏହି ସବୁ ହାଟକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଆଜିଠୁ ୟୁନିଟ-୪ ହାଟକୁ ଶାସ୍ତ୍ରୀନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ଉଠାଯାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୬୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଗଞ୍ଜାମ ଜିଲ୍ଲା ଓ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ  ଭୁବନେଶ୍ବର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ଗଞ୍ଜାମ ଜିଲ୍ଲାର ୨ ଜଣ ମୃତକଙ୍କ ମଧ୍ୟରୁ  ଜଣେ ୬୮ ବର୍ଷିୟା ମହିଳାଙ୍କ ମୃତ୍ୟୁ ହିଥିବା ବେଳେ ଅନ୍ୟ ଜଣେ ୩୫ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିଭଳି ରାୟଗଡା ଜିଲ୍ଲାର ୨ ମୃତକଙ୍କ ମଧ୍ୟରୁ ଜଣେ ୪୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ୫୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ଭୁବନେଶ୍ବରରୁ ଜଣେ ୭୯ ବର୍ଷିୟ…

Read More

ଭୁବନେଶ୍ବର, ପିପିଲି ଉପନିର୍ବାଚନ ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଛି। ଏ ନେଇ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଉପ ନିର୍ବାଚନ ମେ ମାସ 13 ତାରିଖରେ ହେବାର ଥିଲା ଏବଂ ଗଣତି ମେ 17 ତାରିଖକୁ ନିର୍ଦ୍ଧାରିତ କରାଯାଇଥିଲା। ହେଲେ ବର୍ତ୍ତମାନ ନୂଆ ତାରିଖ ଅନୁସାରେ ପିପିଲି ଉପନିର୍ବାଚନ ଆସନ୍ତା ମେ 16 ତାରିଖରେ ହେବ। ଭୋଟ ଗଣତି ମେ 19 ତାରିଖରେ କରାଯିବ। ନିର୍ବାଚନର ସମସ୍ତ ପକ୍ରିୟା 21 ତାରିଖ ସୁଦ୍ଧା ଶେଷ କରାଯିବ। ମେ 13 ତାରିଖରେ ଇଦୁଲ-ଇ-ଫିତର ହେବାର ସମ୍ଭାବନା ଥିବାରୁ ଏ ନେଇ କେତେକ ସଂଗଠନ ତରଫରୁ ନିର୍ବାଚନ ଆୟୋଗକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ସବୁକୁ ଅନୁଧ୍ୟାନ କରି କମିସନର ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି। ପ୍ରଥମେ ଏହି ଆସନରୁ ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ…

Read More

ଭୁବନେଶ୍ବର, ଆଜି ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଏଡିଟର ରବି ପଟ୍ଟନାୟକଙ୍କ କରୋନାରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି କ୍ୟାନସର ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ନିକଟରେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ 73 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ। 1948 ଡିସେମ୍ବର 2 ତାରିଖରେ ଜନ୍ମିତ ରବି ପଟ୍ଟନାୟକ ବହୁ ଓଡିଆ ତଥା ହିନ୍ଦି ଚଳଚିତ୍ର ସଂପାଦନା କରିଛନ୍ତି। ସେଗୁଡିକ ମଧ୍ୟରେ ଆରତି, ମହାସତୀ ସାବିତ୍ରୀ, ଶଙ୍ଖା ସିନ୍ଦୁର, ସବୁ ମାୟାରେ ବାୟା, ସ୍କୁଲ ମାଷ୍ଟର, ଶେଷ ଶ୍ରାବଣ, ଯାହାକୁ ରଖିବେ ଅନନ୍ତ, ସୁନା ଚଢେଇ ଦଣ୍ଡା ବାଳୁଗାଁ,  କଥାନ୍ତର, ଚିନି  ପ୍ରଭୃତି ରହିଛି। ସେହିପରି ହିନ୍ଦି ଚଳଚିତ୍ର ମଧ୍ୟରେ 27 ଡାଇନ, ଆପ କି ଖାତିର, ଚଳତେ ଚଲତେ, କିସମତ, ଜିନା ଇସିକା ନାମ୍ ପ୍ରଭୃତି ରହିଛି। 1970 ମସିହାରେ…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ମହାମାରୀର ଦୃତ ସଂକ୍ରମଣ ଯୋଗୁ ବିଶ୍ୱରେ ହାହାକାର ପଡିଥିବା ବେଳେ ଏହି ମହାମାରୀର ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ବିଶ୍ୱଶାନ୍ତି ମହାଯଜ୍ଞ କରାଯାଉଥିବା ଦେଖିବାକୁ ମିଳିଛି। କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଞ୍ଚାୟତ ସ୍ଥିତ ବାଣସରା ଗୋବର୍ଦ୍ଧନପୁର ମାତାମଠ ଠାରେ ଗତ ୧୮ ତାରିଖ (ରବିବାର) ଠାରୁ ୩୯ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ନାମଯଜ୍ଞ ଆରମ୍ଭ ହୋଇଛି। ଏଥିସହିତ ପରମପୂଜ୍ୟ ମହନ୍ତ ଶ୍ରୀ ଶ୍ରୀ ରାଘବ ଚରଣ ଦାସଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ୫ଦିନ ବ୍ୟାପି ମାତାମଠରେ ଚାଲିଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞ ଗତ ରବିବାର ଦିନ ଅଙ୍କୁରାରୋପଣ ସହ ବାସନ୍ତୀଦୁର୍ଗା ଦେବୀଙ୍କ ବିଲ୍ୱାଧିବାସ, ନାମଯଜ୍ଞ ଓ ଯଜ୍ଞଧିବାସ ଆରମ୍ଭ ହୋଇଥିବା ବେଳେ ସୋମବାର ଦିନ ବିଶ୍ୱଶାନ୍ତି ମହାଯଜ୍ଞ ଅଗ୍ନିସ୍ଥାପନ ସହ ଅହୋରାତ୍ର ନାମଯଜ୍ଞ ଚାଲିଛି। ଏଥିସହିତ ଉକ୍ତ ମହାଯଜ୍ଞ ସ୍ଥଳରେ ମାତାମଠ ସରସ୍ୱତୀ ଶିଶୁ ମନ୍ଦିରର ଉପଦେଷ୍ଟା…

Read More

ନୂଆଦିଲ୍ଲୀ: ଆଜି ଫ୍ରାନ୍ସରୁ ପଞ୍ଚମ ବ୍ୟାଚର ରାଫେଲ ବିମାନ ଭାରତକୁ ଆସିଛି। ଫ୍ରାନ୍ସରୁ ଦୀର୍ଘ ୮ ହଜାର କିଲୋମିଟର ଦୂରତା ଅତିକ୍ରମ କରି ଆଜି ଏହି ଲଢୁଆ ବିମାନ ଭାରତରେ ପହଞ୍ଚିଛି। ବାୟୁସେନା ପକ୍ଷରୁ ଏନେଇ ସୂଚନା ମିଳିଛି। କିନ୍ତୁ ଆଜି କେତୋଟି ରାଫେଲ ବିମାନ ଭାରତକୁ ଆସିଛି, ଏନେଇ ବାୟୁସେନା ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ। ହେଲେ ୪ ଟି ରାଫେଲ ବିମାନ ଭାରତକୁ ଆସିଛି ବୋଲି ଶୁଣିବାକୁ ମିଳିଛି। ଉଡାଣ ସମୟରେ ଫ୍ରାନ୍ସ ଏବଂ ୟୁନାଇଟେଡ ଆରବ ଏମିରେଟ୍ସର ବାୟୁସେନା ଏହି ବିମାନରେ ଇନ୍ଧନ ଯୋଗାଇଥିଲେ ବୋଲି ବାୟୁସେନା ସୂଚନା ଦେଇଛି। ସେଥିପାଇଁ ଦୁଇ ଦେଶର ବାୟୁସେନାକୁ ଭାରତୀୟ ବାୟୁସେନା ଧନ୍ୟବାଦ ଜଣାଇଛି।

Read More

ନୂଆଦିଲ୍ଲୀ, କୋଭିଡ -୧୯ ବିରୋଧରେ ଲଢେଇ ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଇସ୍ପାତ କାରଖାନାରୁ ଅମ୍ଳଜାନ ଯୋଗାଇବା ପାଇଁ ଅମ୍ଳଜାନ (ଅକ୍ସିଜେନ) ଏକ୍ସପ୍ରେସ ଚଳାଇବାକୁ ପ୍ରସ୍ତୁତ ହୋଇଛି। ପ୍ରଥମ ରୋଲ୍ ଅନ୍-ରୋଲ୍ ଅଫ୍ (ରୋ-ରୋ) ଅମ୍ଳଜାନ (ଅକ୍ସିଜେନ) ଏକ୍ସପ୍ରେସ ବର୍ତ୍ତମାନ ମହାରାଷ୍ଟ୍ରର କଲାମ୍ବୋଲି ଗୁଡ୍ ଶେଡ୍ରୁ ଆସିଥିବା ସାତଟି ଖାଲି ଟ୍ୟାଙ୍କର୍ ପୂର୍ବତଟ ରେଳପଥରେ ଅଛି। ଏହା ଆଜି ସକାଳେ ବିଶାଖାପାଟନମ୍ ଠାରେ ଅବସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରେ ପହଞ୍ଚିଛି। ଆସିଥିବା ଖାଲି ଟ୍ୟାଙ୍କରରେ ତରଳ ମେଡିକାଲ ଅମ୍ଳଜାନ (ଖଗଙ) ଭରଣ କରାଯିବ। ପ୍ରତ୍ୟେକ ଟ୍ୟାଙ୍କରରେ ପ୍ରାୟ ୧୫ ଟନ୍ ଖଗଙ ଲୋଡ୍ ହେବ। ଏହା ପରେ ମହାରାଷ୍ଟ୍ର ଆଡକୁ ଗତି କରିବ। ଗତ ବର୍ଷ ଲକ୍ ଡାଉନ ସମୟରେ ରେଳବାଇ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରି ଅତ୍ୟାବଶକୀୟ ଯୋଗାଣ ଶୃଙ୍ଖଳାକୁ ଅକ୍ଷୁର୍ଣ୍ଣ ରଖିଥିଲା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରାଷ୍ଟ୍ରର ସେବା ଜାରି ରଖିଥିଲା। ଚଳିତ ବର୍ଷ…

Read More

ଭୁବନେଶ୍ବର, ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ୨୨ ଏପ୍ରିଲରୁ ୨୯ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଅଛି। ୦୬୫୯୭ ଯଶୋବନ୍ତପୁର-ହାଓଡ଼ା ସ୍ବତନ୍ତ୍ର ଟ୍ରେନ ଯଶୋବନ୍ତପୁର ଠାରୁ ଏପ୍ରିଲ୍ ୨୨ ରୁ ୨୪ ଜୁନ୍, ୨୦୨୧ ମଧ୍ୟରେ ପ୍ରତ୍ୟେକ ଗୁରୁବାର ପୂର୍ବାହ୍ନ ୯ଘ.୫୫ମି.ରେ ଛାଡି ହାଓଡ଼ା ଠାରେ ତା’ପରଦିନ ସନ୍ଧ୍ୟା ୬ଘ.୩୦ମି.ରେ ପହଞ୍ଚିବ। ଫେରିବା ପଥରେ ୦୬୫୯୮ ହାଓଡ଼ା-ଯଶୋବନ୍ତପୁର ସ୍ବତନ୍ତ୍ର ଟ୍ରେନ ହାଓଡ଼ା ଠାରୁ ୨୭ ଏପ୍ରିଲରୁ ୨୯ ଜୁନ୍, ୨୦୨୧ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡି ଯଶୋବନ୍ତପୁର ଠାରେ ତା’ପରଦିନ ରାତ୍ର ୮ଘ.୪୦ମି.ରେ ପହଞ୍ଚିବ। ଏହି ଟ୍ରେନରେ ୧୦ ଟି ଏସି -୩ ଟାୟାର, ୦୬ ଟି ଏସି-୨ ଟାୟାର, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।…

Read More

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ସିଜେନ ଯୋଗାଣ ପାଇଁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ଓଡିଶାରୁ ଦିଲ୍ଲୀକୁ ଯଥେଷ୍ଟ ପରିମାଣରେ ଅକ୍ସିଜେନ ମିଳିଛି। ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକକୁ କୌଣସି ରାଜ୍ୟ ଅଟକାଇବା ଠିକ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି। ବିମାନ ଯୋଗେ ଓଡିଶାରୁ ଅକ୍ସିଜେନ ଆସୁ ବୋଲି ସେ ଅନୁରୋଧ କରିଛନ୍ତି। ଦିଲ୍ଲୀରୁ ଯାହା ସହଯୋଗ ଓଡିଶା ମାଗିବା ଆମେ ଦେବାକୁ ଅଛୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସମୟରେ ସବୁ ରାଜ୍ୟ ମିଳିମିଶି ପରସ୍ପରକୁ ସହଯୋଗ କଲେ ଆମେ କରୋନା ଲଢେଇରେ ନିଶ୍ଚିତ ଜିତିବା ବୋଲି ସେ କହିଛନ୍ତି। ସେହିଭଳି ଦିଲ୍ଲୀର ଅକ୍ସିଜେନ କୋଟା ୪୮୦ ଟନକୁ ବୃଦ୍ଧି କରିଥିବାରୁ କେନ୍ଦ୍ର ସରକାରକୁ କେଜ୍ରିୱାଲ ମଧ୍ୟ ପ୍ରଶଂସା କରିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ ମାଗଣାରେ ଟୀକା ଦେବା ପାଇଁ ସରକାର ନିକଟରେ ବିଜେପି ଦାବି କରିଛି। ୧୮ ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣାରେ ଟୀକା ଦେବା ପାଇଁ ବିଜେପି ଦାବି କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏନେଇ ଦାବି କରିଛନ୍ତି। ଅନ୍ୟ ରାଜ୍ୟରେ ମାଗଣାରେ ଟୀକା ମିଳୁଥିବା ନେଇ ସ୍ଥାନୀୟ ସରକାର ଘୋଷଣା କରିଥିବା ବେଳେ ଓଡିଶାରେ ମଧ୍ୟ ଟୀକା ମାଗଣାରେ ମିଳୁ ବୋଲି ସେ ଦାବି କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୨୪ ଘଣ୍ଟା ଭିତରେ ଘୋଷଣା କରନ୍ତୁ ବୋଲି ପୃଥ୍ବୀରାଜ କହିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ସଟଡ଼ାଉନ, ଲକଡ଼ାଉନ, କଣ୍ଟେନମେଣ୍ଟ ନାଁ ଶୁଣିଲେ ସାଧାରଣ ଜନତା ଭୟଭୀତ ହୁଅନ୍ତି। କିନ୍ତୁ ଏହି ସମୟରେ କିଛି ଅସାଧୁ ବେପାରୀ ଲାଭବାନ ହୁଅନ୍ତି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ସଂକ୍ରମଣ ଶୀର୍ଷରେ ରହିଛି। ରାଜ୍ୟ ସରକାର ଆସନ୍ତା ଶନିବାର ଏବଂ ରବିବାରକୁ ସପ୍ତାହାନ୍ତ ସଟ ଡ଼ାଉନ ଭାବେ ଘୋଷଣା କରିଛନ୍ତି। ତେବେ ଆମେ ଯଦି ଚିଲିକା ନିର୍ବାଚନମଣ୍ଡଳୀ କଥା ଦେଖିବା ତାହାଲେ ଉକ୍ତ ସଟ ଡ଼ାଉନ କେତେକ ଅସାଧୁ ବେପାରୀଙ୍କ ପାଇଁ ପୁଷ ମାସ ସଦୃଶ। ହେଲେ ଏଇ କଟକଣାର ସୁଯୋଗ ନେଇ ବାଣପୁର, ବାଲୁଗାଁ ଅଞ୍ଚଳରେ କେତେକ ଦୋକାନୀ ପରିବା ଭଳି ଅତ୍ୟାବଶ୍ୟକ ଜିନିଷକୁ ଚଢା ଦରରେ ବିକିବା ଆରମ୍ଭ କରିଦେଲେଣି। ଅତ୍ୟାବଶ୍ୟକ ସାମଗ୍ରୀ ହେତୁ ସାଧାରଣ ଜନତା ଅନ୍ୟ କିଛି ବାଟ ନପାଇ ଚଢାଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିଛି ଅସାଧୁ ବେପାରୀ ଅଧିକ ଲାଭବାନ…

Read More