ଭୁବନେଶ୍ବର: ବାୟୁ ଦ୍ଵାରା ୪୦ ପ୍ରତିଶତ କରୋନା ସଂକ୍ରମଣ ବ୍ୟପୁଛି। ଆବଦ୍ଧ କୋଠରି ମଧ୍ୟରେ ବୈଠକ ସଂକ୍ରମଣ ଅଧିକ ହେଉଛି। ତେଣୁ ବନ୍ଦ କୋଠରି ମଧ୍ୟରେ କୌଣସି ବୈଠକ କରିବା ଉଚିତ ନୁହେଁ। ଘରେ କିମ୍ବା ଅଫିସରେ ଏସି ବ୍ୟବହାର କମ କରିବା ଉଚିତ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୪ ହଜାର ୮୩୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୧୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫୯ ଲକ୍ଷ ୩୦ ହଜାର ୯୬୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୪ ଲକ୍ଷ ୫୪ ହଜାର ୮୮୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୧ ଲକ୍ଷ ୫୭ ହଜାର ୫୩୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୫୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୮୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୮ ହଜାର ୪୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୧ ହଜାର ୩୮୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୫ ହଜାର ୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୫୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୩୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪୨୭ ଜଣ, ଅନୁଗୁଳ ୧୩୬…
ଭୁବନେଶ୍ବର, ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଯେଉଁ ଆକ୍ରାନ୍ତଙ୍କ ସଂଖ୍ୟା ଆସିଛି ତାହା ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ପ୍ରଥମତଃ ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା 6 ହଜାର ଟପି ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜିର ରିପୋର୍ଟ ଅନୁସାରେ ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ ଏକାଥରେ 1 ହଜାର 132 ଜଣ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟ ଲହରର ଯାହା ହେଉଛି ଏକ ରେକର୍ଡ। ଏହାପରେ ନୂଆପଡାର ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଆଜିର ରିପୋର୍ଟ ଅନୁସାରେ ଗତକାଲି ଏହି ଜିଲ୍ଲାରୁ 459 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ତୃତୀୟରେ ରହିଛି କଳାହାଣ୍ଡି ଜିଲ୍ଲା। ଏହି ଜିଲ୍ଲାରୁ 452 ଜଣ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା 1-Khurda: 1132 2-Nuapada: 459 3-Kalahandi: 452 4-Sundargarh: 427 5-Cuttack: 360 6-Jharsuguda:…
ଭୁବନେଶ୍ବର, ଓଡିଶାରେ ବର୍ତ୍ତମାନ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଆଜି ଯେଉଁ ରିପୋର୍ଟ ଆସିଛି ତାହା ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ଆଜି ରିପୋର୍ଟ ଅନୁସାରେ ଗତକାଲି ରାଜ୍ୟରେ 6 ହଜାର 164 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା 4 ହଜାର 851 ଥିଲା। ଅର୍ଥାତ ଗୋଟିଏ ଦିନରେ ଏହା 1 ହଜାର 313 ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଆଜିର ରିପୋର୍ଟ ଅନୁସାରେ ଗତକାଲି କ୍ବାରଣ୍ଟାଇନରୁ 3 ହଜାର 575 ଜଣ ଏବଂ 2 ହଜାର 589 ଜଣ ସ୍ଥାନୀୟ ସଂକ୍ରାମକ ଅଛନ୍ତି। ଏ ସମସ୍ତଙ୍କର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ ଠାବ କରାଯାଉଛି।
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ । ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା…
ମକର ରାଶିଫଳ- ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ମୀନ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି ।
ସିଂହ ରାଶିଫଳ- ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ । ଧନ ଲାଭର ସମ୍ଭାବନା । ବିଦେଶରୁ ଭଲ ଖବର ଆସିବ । ଧନୁ ରାଶିଫଳ- ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ ।
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । କନ୍ୟା ରାଶିଫଳ- ଆଜି ଏକ ଖୁସିର ଦିନ ହେବ। ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ। ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ । ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ ।
କୁମ୍ଭ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ମିଥୁନ ରାଶିଫଳ- ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ । ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ ।
ତୂଳା ରାଶିଫଳ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ । ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ ।
କର୍କଟ ରାଶିଫଳ- ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ । ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ । ବିଛା ରାଶିଫଳ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ ।
ଭୁବନେଶ୍ବର, ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ଦେହରେ କିଛି ଲକ୍ଷଣ ପ୍ରକାଶ ପାଇବାରୁ ସେ କରୋନା ପରୀକ୍ଷା କରାଇଥିଲେ। ଆଜି ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ଏ ନେଇ ନରସିଂହ ଟୁଇଟ ମାଧ୍ୟମରେ ମଧ୍ୟ ଜଣାଇଛନ୍ତି। ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ପରୀକ୍ଷା କରାଇ ନିଅନ୍ତୁ ବୋଲି ନରସିଂହ ଅନୁରୋଧ କରିଛନ୍ତି। ତାଙ୍କୁ କରୋନା ଆକ୍ରାନ୍ତ ହେବା ଖବର ପ୍ରଚାର ପରେ ସମସ୍ତେ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶିଘ୍ର ଆରୋଗ୍ୟ ହେବେ ବୋଲି ଟୁଇଟ କରି ଜଣାଇଛନ୍ତି।
ନୂଆଦିଲ୍ଲୀ, କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଶ୍ରୀ ଡି. ଭି. ସଦାନନ୍ଦ ଗୌଡା ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଫାର୍ମାସ୍ୟୁଟିକାଲ୍ସ ବିଭାଗର ସୁପାରିଶ ଅନୁଯାୟୀ, ରାଜସ୍ୱ ବିଭାଗ ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେମଡେସିଭିର ଏବଂ ଏହାର API/KSM ଉପରେ ଆମଦାନୀ ଶୁଳ୍କ ଛାଡ଼ କରିଛନ୍ତି । ଏହି ପଦକ୍ଷେପ ରେମଡେସିଭିର ଇଞ୍ଜେକସନର ଘରୋଇ ଉପଲବ୍ଧତାକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଛନ୍ତି ।
ନୂଆଦିଲ୍ଲୀ, ଜଳବାୟୁ ପ୍ରସଙ୍ଗରେ ନେତୃବର୍ଗଙ୍କ ଶିଖର ସମ୍ମିଳନୀ ଆସନ୍ତା ଏପ୍ରିଲ ୨୨ ଏବଂ ୨୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଜଳବାୟୁ ଉପରେ ଆୟୋଜିତ ନେତୃବର୍ଗଙ୍କ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ, ଯାହାକି ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ୨୨ ଏପ୍ରିଲ ୨୦୨୧ ଅପରାହ୍ଣ ୫.୩୦ରୁ ୭.୩୦ ମଧ୍ୟରେ “୨୦୩୦କୁ ଆମର ମିଳିତ ଦ୍ରୁତ ଦୌଡ଼” ବିଷୟରେ ନେତୃବୃନ୍ଦଙ୍କ ଅଧିବେଶନ ୧ରେ ତାଙ୍କର ବକ୍ତବ୍ୟ ରଖିବେ। ଏହି ସମ୍ମିଳନୀରେ ଅନ୍ୟ ୪୦ ଜଣ ବିଶ୍ବ ନେତୃବୃନ୍ଦ ମଧ୍ୟ ଅଂଶଗ୍ରହଣ କରିବେ। ବୃହତ ଅର୍ଥବ୍ୟବସ୍ଥା ମଞ୍ଚର ସଦସ୍ୟ ରାଷ୍ଟ୍ର (ଯେଉଁଥିରେ ଭାରତ ଏକ ସଦସ୍ୟ), ଜଳବାୟୁ ପରିବର୍ତ୍ତନ ବିପଦ ରହିଥିବା ରାଷ୍ଟ୍ର ଓ ଅନ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଭାବେ ଏହି ନେତାମାନେ ଯୋଗଦେବେ। ଏହି ନେତାମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ କାର୍ୟ୍ୟାନୁଷ୍ଠାନ ବୃଦ୍ଧି, ଜଳବାୟୁ ପ୍ରଶମନ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଦିନକୁ ଦିନ ଟାଙ୍ଗୀ ତହସିଲ ଅଂଚଳରେ ପଥର ମାଫିଆଙ୍କ ଆତଙ୍କ ବଢିବାରେ ଲାଗିଛି। କେତେବେଳେ ତହସିଲଦାର ତ କେତେବେଳେ ରାଜସ୍ୱ ନୀରିକ୍ଷକ ପଥର ମାଫିଆମାନଙ୍କ ଆକ୍ରୋଶର ଶୀକାର ହେଉଛନ୍ତି। ହେଲେ ମାଫିଆମାନଙ୍କୁ ସାବାଡ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବେ ଅଣ୍ଟା ଭିଡିଛି। ଏହି ପ୍ରରିପେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ବେଆଇନ ପଥର ଖଣିର ଉପରେ ଚଢାଉ କରିଛି। କୁହୁଡି ତଳ ଗଡ ମୌଜାରେ ଚଢାଉ କରି ଜିଲ୍ଲା ପ୍ରଶାସନ ୪ ଟି ମାଟି ବୋଝେଇ ହାଇୱା ସହ ଗୋଟିଏ ପୋକଲିନ୍ ଜବତ କରିଛି। ଟାଙ୍ଗୀ ତହସିଲଦାର ଯୁଗଳ କିଶୋର ମିଶ୍ର, ଅତିରିକ୍ତ ତହସିଲଦାର ଶରତ ଦେହୁରୀ, ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ, ଟାଙ୍ଗୀ ଆଇଆଇସି ସରୋଜ କୁମାର ଉପାଧ୍ୟ୍ୟାୟ ଏହି ଚଢାଉରେ ସାମିଲ ଥିଲେ। ପଥର ମାଫିଆ ମାନେ ବେଧଡକ ଦିନ ଦ୍ୱିପ୍ରହରରେ ମାଟି ଲୁଟି ନେବା ଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ…
ଭୁବନେଶ୍ବର: କରୋନା ସଂକ୍ରମଣ ଭିତରେ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲର ଓପିଡିକୁ ସାମୟିକ ଭାବେ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲର କିଛି ସ୍ୱାସ୍ଥ୍ୟ କର୍ମୀ ଏବଂ ରୋଗୀ ପଜିଟିଭ ଚିହ୍ନଟ ହେବ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୫ ତାରିଖରୁ ହସ୍ପିଟାଲର ଓପିଡି ଅସ୍ଥାୟୀ ଭାବେ ବନ୍ଦ ରହିବ। ତେବେ ୨୫ ତାରିଖ ପୂର୍ବରୁ ଯେଉଁମାନେ ପଞ୍ଜୀକରଣ କରିଛନ୍ତି, ସେମାନେ ଓପିଡି ସେବା ପାଇପାରିବେ। କିନ୍ତୁ ଟେଲି ମେଡ଼ିସିନ ସେବା ପୂର୍ବ ଭଳି ଚାଲୁରହିବ।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୦୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୨୭୪, ସୁନ୍ଦରଗଡରୁ ୨୬୬, ଖୋର୍ଦ୍ଧାରୁ ୨୦୬, କେନ୍ଦୁଝରରୁ ୧୫୨, ସମ୍ବଲପୁରରୁ ୧୨୧, କଳାହାଣ୍ଡିରୁ ୧୧୩, ବରଗଡରୁ ୧୦୮, ପୁରୀରୁ ୧୦୭, ବଲାଙ୍ଗୀରିରୁ ୮୮, ବାଲେଶ୍ବରରୁ ୮୦, ଝାରସୁଗୁଡ଼ାରୁ ୬୪, କଟକରୁ ୫୭, ନବରଂଗପୁରରୁ ୫୨, ଗଞ୍ଜାମରୁ ୪୨, ଯାଜପୁରରୁ ୩୩, ଦେବଗଡରୁ ୩୧, ରାୟଗଡାରୁ ୨୮, ମୟୂରଭଞ୍ଜରୁ ୨୬, ଅନୁଗୁଳରୁ ୨୦, ଗଜପତିରୁ ୧୯, କନ୍ଧମାଳରୁ ୧୫, ସୋନପୁରରୁ ୧୪, ଜଗତସିଂହପୁରରୁ ୧୩, ଭଦ୍ରକରୁ ୧୧, କୋରାପୁଟରୁ ୯, ନୟାଗଡରୁ ୮, ଢେଙ୍କାନାଳରୁ ୩, କେନ୍ଦ୍ରାପଡାରୁ ୨, ମାଲକାନାଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୫୧ ହଜାର ୩୮୬…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ସବୁ ଧାର୍ମିକ ଅନୁଷ୍ଠାନ ଉପରେ କଟକଣା ଲଗାଇଛି। ଏପ୍ରିଲ ୨୨ ତାରିଖ ଠାରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ସବୁ ଧାର୍ମିକ ଅନୁଷ୍ଠାନଗୁଡିକ ବନ୍ଦ ରହିବ। ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ପାଇଁ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି। ସୀମିତ ସେବାୟତଙ୍କୁ ନେଇ କେବଳ ରୀତିକାନ୍ତି କିମ୍ବା ପୂଜାର୍ଚ୍ଚନା କରାଯାଇପାରିବ। ସେହିଭଳି ଲୋକଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଯିବା ପାଇଁ ବାରଣ କରାଯାଇଛି। ପାର୍କ, ସମୁଦ୍ର କୂଳ, ଖେଳ ପଡ଼ିଆ, ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୮୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୨୦୪ କୁ ବୃଦ୍ଧି ହୋଇଛି। ଓଲ୍ଡ ଟାଉନରୁ ସର୍ବାଧିକ ୩୩ ଜଣ ଚିହ୍ନ ହୋଇଥିବା ବେଳେ ନୟାପଲ୍ଲୀରୁ ୨୫, ପଟିଆରୁ ୨୩, ଚନ୍ଦ୍ରଶେଖରପୁରରୁ ୨୧ ଜଣ, ଟଙ୍କପାଣି ରୋଡରୁ ୧୮, ଲକ୍ଷ୍ମୀସାଗରରୁ ୧୭, ରସୁଲଗଡରୁ ୧୨, ଜାଗମରାରୁ ୧୦ ଏବଂ ବରମୁଣ୍ଡାରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଭୁବନେଶ୍ବରରୁ ୧୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୩ ହଜାର ୩୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୫୮୫ ଜଣ ସକ୍ରିୟ ଆକ୍ରାନ୍ତ…
ଭୁବନେଶ୍ଵର: ଭୁବନେଶ୍ବରର ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଏକ ଅଭିନବ ପ୍ରୟାସ। ଏହି ଗ୍ରୁପ ପକ୍ଷରୁ ଏକ ପାନୀୟ ଜଳ ସେବା ଶିବିର ଆରମ୍ଭ ହୋଇଛି। ରାମ ମନ୍ଦିର ନିକଟସ୍ଥ ପ୍ରଦର୍ଶନୀ ପଡିଆ ସମ୍ମୁଖରେ ଏହି ଅଟୋ ଗ୍ରୁପ ମାଗଣାରେ ବିଭିନ୍ନ ପ୍ରକାର ପାନୀୟ ଲୋକମାନଙ୍କୁ ଯୋଗାଇଦେଉଛି। କରୋନା କଟକଣା ନିୟମକୁ ମାନି ଏହି ଅଟୋ ଗ୍ରୁପ ପାନୀୟ ବଣ୍ଟନ କରିବା ସହ ଲୋକମାନଙ୍କ ପ୍ରତି ବେଶ୍ ଧ୍ୟାନ ଦିଆଯାଉଛି। ବିଶେଷ କରି ଏଠାରେ ସାମାଜିକ ଦୁରତ୍ଵକୁ ଅଧିକ ଗୁରତ୍ଵ ଦିଆଯାଉଛି। ତେବେ ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଏଭଳି ସେବା ବିଗତ ୪ ବର୍ଷ ଧରି ଜାରି ରହିଛି ବୋଲି ଜଣେ ସଦସ୍ୟ କହିଛନ୍ତି। ଏହି ମହାମାରୀରେ ଅଟୋ ଚାଳକମାନେ ଅଧିକ ପ୍ରଭାବିତ ହୋଇଥିଲେ ମଧ୍ୟ ନିଜର ସଞ୍ଚିତ ଅର୍ଥରୁ ଲୋକଙ୍କୁ ସେବା ଯୋଗାଇବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଉଲ୍ଲେଖ…

