Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଭାଲ ଫାଣ୍ଡି ଅନ୍ତର୍ଗତ ସୁବୁଦ୍ଧି ପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୪ ଟାରେ ଏକ ଘରୋଇ କାର( ଓ ଆର ୨୪ ବି ୫୨୯୩) ଯୋଗେ କଟକ ବଡ଼ ମେଡ଼ିକାଲରୁ ଚିକିତ୍ସିତ ହୋଇ ଜୟପୁର ଫେରୁଥିବା ବେଳେ ସୁବୁଦ୍ଧି ପାଟଣା ଛକ ନିକଟରେ ଅଚାନକ ଚଳନ୍ତା କାରର ପଛ ଚକା ଛିଣ୍ଡି ଯିବାରୁ ରାସ୍ତା ମଝିରେ ବାରମ୍ଵାର ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସମ୍ପୃକ୍ତ କାରରେ ଡ୍ରାଇଭର ସମେତ ଦୁଇ ଜଣ ଯାତ୍ରା କରୁଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ଅନିଲ କୁମାର ପାତ୍ର ବୋଲି ଜଣାପଡିଛି। ଖବର…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇ ପ୍ରଫେସର ଡଃ ସଂଜୟ ଶତପଥି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧନ କରିଛନ୍ତି। କଳାହାଣ୍ଡି ସରକାରୀ ମହାବିଦ୍ୟାଳୟରେ ଦୀର୍ଘ ଦଶ ବର୍ଷ ଧରି ଅଧ୍ୟାପନା କରିବାର ଅଭିଜ୍ଞତା ଥିବା ବେଳେ ଏହି ଅଂଚଳ ସହ ଅତ୍ୟନ୍ତ ପରିଚିତ ଥିବା ହେତୁ କଳାହାଣ୍ଡିରେ ଶିକ୍ଷାର ବିକାଶ ପାଇଁ ବେଶ ସହାୟ ହେବ ବୋଲି ମତ ପ୍ରକାଶ କରିଛନ୍ତି। ବିଶ୍ୱ ବିଦ୍ୟାଲୟର ସିଣ୍ଡିକେଟ ଗଠନ, ଖାଲିଥିବା ପଦବୀ ପୂରଣ, ସରକାରଙ୍କ ଅର୍ଥ ଆବଂଟନ, ଭିତିଭୂମିର ବିକାଶ ଆଦି ବିଷୟ ଉପରେ ଗୁରୁତ୍ୱ ଦିଆଯାଇ ସେହି ଆଧାରରେ କଳାହାଣ୍ଡି ବିଶ୍ୱବିଦ୍ୟାଲୟକୁ ଭାରତର ଶିକ୍ଷା ମାନଚିତ୍ରରେ ଏକ ସୂଚନାତ୍ମକ ସ୍ଥାନରେ ପହଂଚାଇବା ଲକ୍ଷ୍ୟରେ ଉଦ୍ୟମ କରିବା ପାଇଁ ସମସ୍ତଙ୍କ ସହେଯାଗ କାମନା କରିଥିଲେ। କଳାହାଣ୍ଡିର ପ୍ରାଗଐତିହାସିକ ସମୟରୁ ବିଦ୍ୟମାନ ଗୁଡହାଣ୍ଡି ଉପରେ ଏବଂ ପ୍ରାଚୀନ କୁଇଭାଷା ଉପରେ ଅଧରକ ଗବେଷଣା କରାଯିବା ପାଇଁ ବ୍ୟବସ୍ଥା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୭୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୩୩୬, ସୁନ୍ଦରଗଡରୁ ୩୧୭, ଖୋର୍ଦ୍ଧାରୁ ୧୫୨, ବଲାଙ୍ଗୀରିରୁ ୧୫୨, ସମ୍ବଲପୁରରୁ ୮୬, ନବରଂଗପୁରରୁ ୮୨, ବରଗଡରୁ ୬୪, କଟକରୁ ୫୬, କେନ୍ଦୁଝରରୁ ୪୮, ଗଞ୍ଜାମରୁ ୪୭, ଗଜପତିରୁ ୪୪, ଅନୁଗୁଳରୁ ୪୩, ପୁରୀରୁ ୪୩, ମୟୂରଭଞ୍ଜରୁ ୩୯, ଯାଜପୁରରୁ ୩୮, ବାଲେଶ୍ବରରୁ ୩୩, କଳାହାଣ୍ଡିରୁ ୩୦, ଝାରସୁଗୁଡାରୁ ୨୨, ରାୟଗଡାରୁ ୨୦, କୋରାପୁଟରୁ ୧୭, ନୟାଗଡରୁ ୧୫, ସୋନପୁରରୁ ୧୩, କନ୍ଧମାଳରୁ ୧୧, ଦେବଗଡରୁ ୧୦, କେନ୍ଦ୍ରାପଡ଼ାରୁ ୬, ଜଗତସିଂହପୁରରୁ ୫, ଢେଙ୍କାନାଳରୁ ୩, ମାଲକାନାଗିରିରୁ ୨, ଏବଂ ଷ୍ଟେଟ ପୁଲରୁ ୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୯ ହଜାର ୩୭୭ ଜଣ ସୁସ୍ଥ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କ ସହ କୋଭିଡ଼ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳମାନଙ୍କୁ କୋଭିଡ଼ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଲକଡାଉନ ଆରମ୍ଭ ହୋଇଛି। ତେଣୁ ପ୍ରବାସୀ ଫେରିବା ସମ୍ଭାବନାଥିବାରୁ ସମସ୍ତେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ତଥ୍ୟ ସଂଗ୍ରହ ସହ  ପୂର୍ବ ପ୍ରୋଟୋକଲ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଆକ୍ରାନ୍ତ ଯେଭଳି ସଠିକ ଭାବେ ଚିକିତ୍ସା ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ଔଷଧ ଥିଲେ ମଧ୍ୟ ଆହୁରି ଅଧିକ ଔଷଧ ମହଜୁଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲରେ ବେଡ଼ ଏବଂ ଅକ୍ସିଜେନ ସଂଖ୍ୟା ବଢାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ଲକଡାଉନ ଟାଳିବାକୁ ହେଲେ ଲୋକମାନଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକମାନଙ୍କୁ ସହଯୋଗ ପାଇଁ ନିବେଦନ କରିବା ସହ ବିନା ଲକଡାଉନରେ ଆମେ କରୋନାକୁ ପରାସ୍ତ କରିପାରିବା…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୭୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୭୨୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୩ ହଜାର ୨୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୨୪୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ବୃତ୍ତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି। ଭର୍ଚୁଆଲୀ ଆୟୋଜିତ ହୋଇଥିବା ଏହି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ମାନେ ଗବେଷଣା ପ୍ରକ୍ରିୟା ଉପରେ ଅଧିକ ଗୁରୁତ୍ୱ ଦେଇଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଗବେଷଣାତ୍ମକ ଲେଖା ନିମନ୍ତେ ବୈଜ୍ଞାନିକ ପଦ୍ଧତି ଉପରେ ଅଧିକ ଆଲୋକପାତ କରିଥିଲେ। ଏହି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍‌ଟି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍  ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଅଧିନସ୍ଥ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍ ବିଭାଗ ଓ ଇଂଟରଡିସିପ୍ଲିନାରୀ ଜର୍ନାଲ୍ ଫର୍ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍ (ସ୍କୋପସ୍ ଇଣ୍ଡେକ୍ସଡ୍‌) ଏବଂ ଆରିଜୋନା ବିଶ୍ୱବିଦ୍ୟାଳୟର ମିଳିତ ସହଭାଗିତାରେ ଆୟୋଜିତ ହୋଇଥିବା ବେଳେ ପ୍ରାୟ ୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ଲେଖା ହେଉଛି ଏକ…

Read More

ରାଞ୍ଚି: ଦେଶରେ କରୋନା ସଂକ୍ରମଣ ଯେତେ ବଢୁଛି ସେତେ କଟକଣାକୁ କଡାକଡି କରାଯାଉଛି। କରୋନାର ଦ୍ଵିତୀୟ ଲହର ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜି ଝାଡଖଣ୍ଡ ସରକାର ସମଗ୍ର ରାଜ୍ୟ ପାଇଁ ଲକଡାଉନ ଲାଗୁକରିଛନ୍ତି। ୮ ଦିନ ପାଇଁ ଝାଡଖଣ୍ଡ ସରକାର ଲକଡାଉନ ଲାଗୁ କରିଛନ୍ତି। ଏପ୍ରିଲ ୨୨ ତାରିଖରୁ ୨୯ ତାରିଖ ଯାଏଁ ଏହି ରାଜ୍ୟରେ କଟକଣା ବଳବତ୍ତର ରହିବ। ତେବେ ଅତ୍ୟାବଶ୍ୟକ ସେବାକୁ ଛାଡି ଏହି ସମୟରେ ସବୁ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

Read More

ନୂଆଦିଲ୍ଲୀ, କଂଗ୍ରେସ ନେତା ରାହୁଳ ଗାନ୍ଧୀ ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ତାଙ୍କ ଦେହରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ସନ୍ଦେହ ହେବାରୁ ସେ କରୋନା ପରୀକ୍ଷା କରିଥିଲେ। ଆଜି ରିପୋର୍ଟ ଆସିବା ପରେ ଜଣାପଡିଲା ଯେ, ସେ କରୋନା ପଜେଟିଭ। ଏ ନେଇ ରାହୁଳ ଗାନ୍ଧୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସଂପ୍ସର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ମଧ୍ୟ ପରୀକ୍ଷା କରାଇ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।

Read More

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପତ୍ନୀ ପଜିଟିଭ ଚିହ୍ନଟ ପରେ ନିଜକୁ ଆଇସୋଲେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ତେବେ ସୁନିତା ପୃଥକ ବାସରେ ରହିଥିବା ବେଳେ ଅରବିନ୍ଦ ସଙ୍ଘରୋଧରେ ଅଛନ୍ତି। ଅରବିନ୍ଦ ଗତ ବର୍ଷ ଜୁନ ମାସରେ କରୋନା ଲକ୍ଷଣ ଦେଖାଯାଇଥିଲା। ହେଲେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲଗାତର ସକ୍ରିୟ ରହି ବୈଠକ ସହିତ ଅନେକ ସ୍ଥାନକୁ ମଧ୍ୟ ଯାଉଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ କରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୫ ହଜାରକୁ ପହଞ୍ଚିଛି।

Read More

ଭୁବନେଶ୍ବର, ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ। ସାରା ଓଡିଶାରେ ଏହି ପାଳିତ ହେଉ ନ ଥିଲେ ମଧ୍ୟ ପ୍ରଭୃ ଲିଙ୍ଗରାଜଙ୍କର ଏହି ଦିନଟି ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥଯାତ୍ରାକୁ ରୁକୁଣା ରଥଯାତ୍ରା ବୋଲି କୁହାଯାଇଥାଏ। ସାଧାରଣତଃ ଅଶୋକାଷ୍ଟମୀ ପରେ ପଡିଥାଏ ରାମ ନବମୀ। ପରଦିନ ରାମ ନବମୀ ପଡୁଥିବାରୁ ସାଧାରଣତଃ ଅଶୋକାଷ୍ଟମୀ ଅଶୋକ ବନ ସହିତ ଯୋଡି ହୋଇଥାଏ। ଏହି ଦିନ ମା ସୀତା ଦେବୀ ଅଶୋକ ଜଳପାନ କରି ସବୁ ଦୁଃଖ ଭୁଲିଯାଇଥିଲେ ବୋଲି ଲୋକ କଥା ରହିଛି। ରୁକୁଣା ରଥ ଯାତ୍ରାର ମହତ୍ବ ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦୀନେଶ ପଣ୍ଡାଙ୍କ ଗତ ରବିବାର ସଂଧ୍ୟାରେ ଭବାନୀପାଟଣା ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ୫୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। କୋଭିଡ ଟୀକା ନେଇସାରିଥିବା ବେଳେ ଏଭଳି ଅପ୍ରତ୍ୟାଶିତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କ ଦେହାନ୍ତ ଘଟଣାକୁ ସାମ୍ବାଦିକ ମହଲର ସହଜରେ ଗ୍ରହଣ କରାଯାଇପାରୁନାହିଁ। ତାଙ୍କର ପୈତୃକ ଗ୍ରାମ କଲମପୁର ବ୍ଲକ ଅନ୍ତଗ୍ରତ ମୀନଗୁର ଠାରେ ଶେଷକୃତ୍ୟ ସଂପାଦନ କରାଯାଇଛି। ପତ୍ନୀ ଓ ଦୁଇପୁତ୍ରଙ୍କୁ ଛାଡି ଇହଧାମ ତ୍ୟାଗ କରିଥିବା ସ୍ୱର୍ଗତ ପଣ୍ଡା ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱହେବ ଦୈନିକ ଓଡିଆ ସମ୍ବାଦପତ୍ର ଶ୍ରୃତିର ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ଜୁନାଗଡ ସହରରେ ଦୀର୍ଘ ଦିନ ହେବ ସପରିବାର ରହୁଥିବା ବେଳେ ଜୁନାଗଡ ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭ୍ୟ ଭାବେ ଦାୟୀତ୍ୱ ତୁଳାଇଥିବା ସହିତ କଳାହାଣ୍ଡି ସାମ୍ବାଦିକ ୟୁନିଅନର ମଧ୍ୟ ପ୍ରତିଷ୍ଠାତା ସଭ୍ୟ ଥିଲେ। ଜଣେ ନିଷ୍ଠାପର, ସରଳ,…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି ବାଲୁଗାଁ ଅବକାରୀ ବିଭାଗ। ହସ୍ତଗତ ତଥ୍ୟ ଅନୁଯାୟୀ ସୁଦୂର ମାଲକାନଗିରିରୁ ଖୋର୍ଦ୍ଧା ଜିଲ୍ଲା ଦେଇ ବସ ଯୋଗେ ଚୋରାରେ ଗଞ୍ଜେଇ ଚାଲାଣ ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। ପୂର୍ବରୁ ଏହି ଖବର ବାଲୁଗାଁ ଅବକାରୀ ବିଭାଗ ପାଖରେ ପହଞ୍ଚିଥିଲା। ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଛକ ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ବସ ଷ୍ଟାଣ୍ଡରେ ପୃଥକ ପୃଥକ ଭାବେ ଚଢ଼ାଉ କରାଯାଇଥିଲା। ଭୋର ଚାରି ଟାରୁ ଦିନ ୯ ଘଟିକା ଯାଏଁ ଉକ୍ତ ଚଢ଼ାଉ ଜାରି ରହିଥିଲା। ଏହି ସମୟରେ ନାଭାଲ ଛକରେ ମାଲକାନଗିରିରୁ ଆସୁଥିବା ଏକ…

Read More

ନୂଆଦିଲ୍ଲୀ: ଭାରତରେ କରୋନା ଟୀକାର ଅଭାବ ହୋଇଥିବା ବହୁ ରାଜ୍ୟ ଅଭିଯୋଗ କରିଛି। ହେଲେ ଦେଶରେ ଏପ୍ରିଲ ୧୧ ତାରିଖ ଯାଏଁ ବ୍ୟବହାର ହୋଇଥିବା ମୋଟ ଟୀକା ମଧ୍ୟରୁ ୨୩ ପ୍ରତିଶତ ଟୀକା ଡୋଜ ନଷ୍ଟ ହୋଇଛି। ଆରଟିଆଇ ମାଧ୍ୟମରୁ ଏଭଳି ଏକ ସୂଚନା ସାମ୍ନାକୁ ଆସିଛି। ଆରଟିଆଇ ଦ୍ଵାରା ସୂଚନା ମିଳିଛି କି, ଏପ୍ରିଲ ୧୧ ତାରିଖ ପର୍ୟ୍ଯନ୍ତ ଦେଶରେ ବ୍ୟବହାର ହୋଇଥିବା ମୋଟ ୧୦ କୋଟି ୩୪ ଲକ୍ଷ ଟୀକା ମଧ୍ୟରୁ ୪୪ ଲକ୍ଷ ୭୮ ହଜାରରୁ ଉର୍ଦ୍ଧ୍ଵ ଟୀକା ଡୋଜ ଖରାପ ହୋଇଛି। ସର୍ବାଧିକ ରାଜସ୍ଥାନରେ ୬ ଲକ୍ଷ ୧୦ ହଜାର ୫୫୧ ଟୀକା ଡୋଜ ନଷ୍ଟ ହୋଇଥିବା ବେଳେ ତାମିଲନାଡୁରେ ୫ ଲକ୍ଷ ୪ ହଜାର ୭୨୪, ଉତ୍ତରପ୍ରଦେଶରେ ୪ ଲକ୍ଷ ୯୯ ହଜାର ୧୧୫, ମହାରାଷ୍ଟ୍ରରେ ୩ ଲକ୍ଷ ୫୬ ହଜାର ୭୨୫ ଡ଼ୋଜ ଖରାପ ହୋଇଛି। ସେହିଭଳି ଓଡିଶାରେ ୧ ଲକ୍ଷ ୪୧…

Read More

ଭୁବନେଶ୍ବର: ଭୁବନେଶ୍ବରର ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। କୋଭିଡ଼ ସଂକ୍ରମଣ ଯୋଗୁଁ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଶ୍ରଦ୍ଧାଳୁଙ୍କୁ ଧାର୍ମିକ ଅନୁଷ୍ଠାନ ଭିତରକୁ ପ୍ରବେଶ ପାଇଁ ରୋକ ଲାଗିଛି। ଧାର୍ମିକ ଅନୁଷ୍ଠାନରେ କେବଳ ରୀତିକାନ୍ତି ଏବଂ ପୂଜାର୍ଚ୍ଚନା ହୋଇପାରିବ। ବିଭିନ୍ନ ଧର୍ମ ଗୁରୁଙ୍କ ସହ ବିଏମସିର ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି। ତେବେ ଧାର୍ମିକ ଅନୁଷ୍ଠାନ ପାଇଁ ଏକ ନୂଆ ଗାଇଡଲାଇନ ବିଏମସି ଜାରି କରିବ।

Read More

କଟକ: ଆସନ୍ତା ମେ’ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଟୀକା ନେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛି। ତେଣୁ ଆଗାମୀ ଦିନରେ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଆହୁରି ବଢିବ। ସେଥିପାଇଁ କଟକ ଏସସିବି ମେଡିକାଲ କଲେଜରେ ଆଉ ଦୁଇଟି ଟୀକା କେନ୍ଦ୍ର ଖୋଲିବ। ଏସସିବିରେ ଏବେ ଦୈନିକ ୨୦୦୦ ଟୀକାଦାନ କରାଯାଉଛି। ଆଗକୁ ଟୀକାଦାନ ଆହୁରି ବଢୁଥିବାରୁ ଏସସିବିରେ ଆଉ ୨ ଟି କେନ୍ଦ୍ର ବଢାଇବା ପାଇଁ ଯୋଜନା ଚାଲିଛି। ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏନେଇ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୫୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ନୂଆପଡା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ଜଣେ ଏବଂ ରାୟଗଡା ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ନୂଆପଡା ଜିଲ୍ଲାର ୩ ଜଣ ମୃତକଙ୍କ ମଧ୍ୟରୁ  ଜଣେ ୮୦ ବର୍ଷିୟା ମହିଳାଙ୍କ ମୃତ୍ୟୁ ହିଥିବା ବେଳେ ଜଣେ ୬୦ ବର୍ଷିୟା ମହିଳା ଏବଂ ଜଣେ ୩୮ ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଛି। ସେହିଭଳି ରାୟଗଡା ଜିଲ୍ଲାରୁ ଜଣେ ୪୭ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ଜଣେ ୫୨ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…

Read More

ଭୁବନେଶ୍ବର: ଉତ୍ତରାଖଣ୍ଡ କୁମ୍ଭମେଳାରୁ ଫେରିଥିବା ୧୩ ଜଣ ଶ୍ରଦ୍ଧାଳୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ରେଲୱେ ଷ୍ଟେସନରେ ୩୦ ଜଣ ଶ୍ରଦ୍ଧାଳୁ ପହଞ୍ଚିଥିଲେ। ସେଠାରେ ମୋଟ ୩୦ ଟି ନମୁନାରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ସୂଚନା ଦେଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୧୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୭୬୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫୦ ଲକ୍ଷ ୬୧ ହଜାର ୯୧୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୧ ଲକ୍ଷ ୮ ହଜାର ୫୮୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୦ ଲକ୍ଷ ୩୧ ହଜାର ୯୭୭ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୭୮୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୭୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୭ ହଜାର ୬୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୭ ହଜାର ୮୨୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୪୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୪ ହଜାର ୭୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୮୨୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୭୩ ଜଣ, ଅନୁଗୁଳ ୮୧…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଔଷଧ ଉଦ୍ୟୋଗର ନେତୃବର୍ଗଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ମହାମାରୀ ବିରୋଧରେ ଲଢ଼େଇରେ ଔଷଧ ଉଦ୍ୟୋଗ ଜଗତର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏପରି ସଂଘର୍ଷପୂର୍ଣ୍ଣ ସମୟରେ ମଧ୍ୟ ଦ୍ରୁତ ଗତିରେ କାର‌୍ୟ୍ୟ କରୁଥିବାରୁ ଔଷଧ ଉଦ୍ୟୋଗକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମତ ଦେଇ କହିଥିଲେ ଯେ ଫାର୍ମା ଉଦ୍ୟୋଗର ପ୍ରୟାସ କାରଣରୁ ଭାରତ ଆଜି ‘ଫାର୍ମାସୀ ଅଫ ଓ୍ବାର୍ଲ୍ଡ’ ବା ବିଶ୍ବ ଔଷଧ ଜଗତର କେନ୍ଦ୍ର ଭାବେ ପରିଚିତ ହୋଇପାରିଛି। ସେ କହିଥିଲେ ଯେ ମହାମାରୀ ସମୟରେ ସାରା ବିଶ୍ବର ୧୫୦ଟି ଦେଶକୁ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତ ସମସ୍ୟା ସତ୍ତ୍ବେ ଗତ ବର୍ଷ ରପ୍ତାନି କ୍ଷେତ୍ରରେ ଭାରତୀୟ ଔଷଧ ଉଦ୍ୟୋଗ ୧୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିପାରିଥିଲା, ଯାହାକି ଏହି କ୍ଷେତ୍ରର ସମ୍ଭାବନାକୁ ଉଜାଗର କରିଥାଏ। କରୋନା ଭୂତାଣୁର ଦ୍ବିତୀୟ…

Read More