Author: Samikhsya Bureau

ନୂଆଦିଲ୍ଲୀ, ଦେଶର ରାଜଧାନୀରେ ବର୍ତ୍ତମାନ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏପରି ହୋଇଛି ଯେ, ସରକାର ବର୍ତ୍ତମାନ ସମ୍ଭାଳିବା ସ୍ଥିତିରେ ନାହାଁନ୍ତି। ସେଥିପାଇଁ ଆଜି ରାତି 10ଟାରୁ 6 ଦିନ ପାଇଁ ଦିଲ୍ଲୀରେ ଲକଡାଉନ ଘୋଷଣା କରାଯାଇଛି। କେବଳ ଜରୁରୀ ସେବା ଛାଡି ଦେଲେ ଆଉ ସବୁ ବନ୍ଦ। ଏକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା। ସେ କହିଛନ୍ତି ଯେ, ଏହା ହେଉଛି ଏକ ଛୋଟିଆ ଲକଡାଉନ, ମୁଁ ଜାଣେ ଲକଡାଉନ ହେଲେ ଗରିବ ଲୋକଙ୍କର କଣ ଅସୁବିଧା ହେବ। ମୁଁ ନିଜେ ଲକଡାଉନକୁ ବିରୋଧ କରେ। ହେଲେ ବର୍ତ୍ତମାନ ପରିସ୍ଥିତି ଯାହା, ଜୀବନ ରକ୍ଷା ପାଇଁ ଏହା ନିହାତି ଜରୁରୀ ବୋଲି କହିଛନ୍ତି କେଜ୍ରିୱାଲା। ଏପରି ନିଷ୍ପତି ଉପରାଜ୍ୟପାଳଙ୍କ ସହିତ ଆଲୋଚନା କରି ବହୁ କଷ୍ଟରେ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ ହାତଯୋଡି ସମସ୍ତଙ୍କୁ ନିବେଦନ କରି କହିଛନ୍ତି ଯେ, ଆପଣମାନେ…

Read More

ଭୁବନେଶ୍ଵର: ଔଷଧ କଳାବଜାରୀ ରୋକିବା ପାଇଁ ଏକ ସ୍ଵତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। କରୋନା ଔଷଧର କଳାବଜାରୀ ଉପରେ ଏହି ସ୍କ୍ବାଡ୍ ନଜର ରଖିବ। କଳାବଜାର ଉପରେ ଏହି ସ୍ଵତନ୍ତ୍ର ସ୍କ୍ବାଡ୍ ଚଢାଉ କରିବ। ସେଥିପାଇଁ ୨୩ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଛି। ଟ୍ଵିନ ସିଟି ପାଇଁ ୭ ଟି ଟିମ୍ ଏବଂ ଅନ୍ୟ ଅଞ୍ଚଳ ପାଇଁ ୧୫ ଟି ସ୍କ୍ବାଡ୍ କଳାବଜାରୀ ଉପରେ ନଜର ରଖିବେ। କଳାବଜାର କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଜି କହିଛନ୍ତି।

Read More

ନୂଆଦିଲ୍ଲୀ, ଆଜି ରାତି 10ଟାରୁ 6 ଦିନ ପାଇଁ ଦିଲ୍ଲୀ ହେଲା ଲକଡାଉନ। ଦିଲ୍ଲୀରେ କରୋନା ସ୍ଥିତି ଅଣଆୟତ ହେବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲା କହିଛନ୍ତି। ଆଜି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀର ଅବସ୍ଥା ଦିନକୁ ଦିନ ଗମ୍ଭିର ହେବାରେ ଲାଗିଛି। ଏପରି ପରିସ୍ଥିତିରେ କରୋନା ମୁକାବିଲା କଠିନ ହୋଇପଡୁଛି। ସେ କହିଛନ୍ତି ଯେ, ଦିଲ୍ଲୀରେ ଦୈନିକ 25 ହଜାର ନୂଆ ମାମଲା ଆସୁଛି। ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ ପରିଚାଳନା କରିବା କାଠିକର ପାଠ ହୋଇପଡିଛି। ଯଦି ଏହାଠାରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଆସିବେ ତେବେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଷିଡି ପଡିବ। ସେଥିପାଇଁ ବହୁ କଷ୍ଟରେ ଏହି ଛ ଦିନିଆ ଲକ ଡାଉନ ଘୋଷଣା କରାଗଲା ବୋଲି କେଜ୍ରିୱାଲା କହିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ମନ୍ତବ୍ୟ ଦେଇଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସ୍ଥିତି ଭଲ ଅଛି। କିନ୍ତୁ ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ବୋଲି ସେ ସତର୍କ କରିଛନ୍ତି। କିନ୍ତୁ ଏବେ ରାଜ୍ୟରେ ସ୍ଥିତି ଭଲ ଅଛି ଭାବି କୋହଳ କରିଦେବା ଠିକ ନୁହେଁ। ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବରକୁ ସକ୍ରିୟ ରଖିବା ପାଇଁ ସେ ସମସ୍ତ ଜିଲ୍ଲାପାଳମାନଙ୍କୁ ଡା. ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। କେବଳ ରୋଗୀ ଖୋଜିବା ସରକାରଙ୍କ ଦାୟିତ୍ଵ ନୁହେଁ, ଏଥିପାଇଁ ଲୋକମାନଙ୍କ ଦାୟିତ୍ଵ ମଧ୍ୟ ରହିଛି। ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହେଉଥିଲେ ଆଶା ଦିଦିଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି।

Read More

ଭୁବନେଶ୍ବର: ଟୀକା ନେଲେ ପରେ କରୋନା ସଂକ୍ରମଣ ହେଉନଥିବା ଭାବିବା ଠିକ ନୁହେଁ। କିନ୍ତୁ ଏଥିରେ ମୃତ୍ୟୁ ହାର କମିବ। ତେଣୁ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। କେତୋଟି ଜିଲ୍ଲାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିବା ବେଳେ ଛତିଶଗଡ ସୀମାନ୍ତ ଅଞ୍ଚଳରେ ଖୋଲିବା ପାଇଁ ଡା. ନିରଞ୍ଜନ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଏବେ କରୋନା ପରୀକ୍ଷା ଉପରେ ଗୁରୁତ୍ଵ ଦିଆଯାଉଛି। ଆଗାମୀ ଦିନରେ ୫୦ ହଜାର ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରୀ ଓ ଘରୋଇ ହସ୍ପିଟାଲରେ ୯୦୦୮ ବେଡ ଉପଲବ୍ଧ ଅଛି। ତନ୍ମଧ୍ୟରୁ ୧୭.୫ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିଭଳି ଏବେ ରାଜ୍ୟରେ ୨୦୧୮ ଟି ଆଇସିୟୁ ବେଡ ଥିବା ବେଳେ ୭୮୨ ଟି ଭେଣ୍ଟିଲେଟର ଉପଲବ୍ଧ ଅଛି। ସେଥିରେ ୭.୫୪ ପ୍ରତିଶତ ରୋଗୀ ଚିକିତ୍ସିତ ଅଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩ ହଜାର ୮୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୬୧୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫୦ ଲକ୍ଷ ୬୧ ହଜାର ୯୧୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୮ ହଜାର ୭୬୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୮ ଲକ୍ଷ ୯ ହଜାର ୬୪୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୯ ଲକ୍ଷ ୨୯ ହଜାର ୩୨୯ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୭୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୨ ହଜାର ୭୦୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୬ ହଜାର ୧୩୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୪ ହଜାର ୫୬୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୪୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୪ ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୭୨୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୮୭ ଜଣ, ଅନୁଗୁଳ ୮୭…

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ…

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ମିଥୁନ ରାଶିଫଳ- ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ । ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ ।

Read More

କନ୍ୟା ରାଶିଫଳ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ । ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ । ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ। ବିଛା ରାଶିଫଳ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ ।

Read More

ମକର ରାଶିଫଳ- ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। କୁମ୍ଭ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି ।

Read More

ଧନୁ ରାଶିଫଳ- ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ମୀନ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ ।

Read More

ସିଂହ ରାଶିଫଳ- ଆଜି ଏକ ଖୁସିର ଦିନ ହେବ । ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ । ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ । ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ । ତୂଳା ରାଶିଫଳ- ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ । ଧନ ଲାଭର ସମ୍ଭାବନା । ବିଦେଶରୁ ଭଲ ଖବର ଆସିବ ।

Read More

ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । କର୍କଟ ରାଶିଫଳ-  ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ। ସ୍ୱାସ୍ଥ୍ୟ ଭଲ ହେବ। ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ । ଚାକିରିରେ ଲୋକଙ୍କୁ ଉପକୃତ କରିବେ । ଆପଣଙ୍କଠାରୁ ସହକର୍ମୀମାନେ ଲାଭବାନ ହେବେ । ମହିଳା ସାଙ୍ଗମାନଙ୍କ ସହିତ ସାକ୍ଷାତ କରି ମନ ଖୁସି ହେବ। ଶତ୍ରୁମାନେ ଜିତିବେ।

Read More

ଭୁବନେଶ୍ୱର, ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ୬ଦିନ ଧରି ହେବାକୁଥିବା ଲିଙ୍ଗରାଜ ମହୋତ୍ସବ କୋଭିଡ଼୍ ଯୋଗୁ ବନ୍ଦ କରି ଦିଆଯାଇଛି । ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଉପଲକ୍ଷେ ଓଡ଼ିଶା ସଂସ୍କୃତ ବିଭାଗ, ପୂର୍ବାଚଂଳ ସାଂସ୍କୃତିକ କେନ୍ଦ୍ର(ଇଜେଡ଼୍‌ସିସି) ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ସହଯୋଗରେ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାହାରୁ ବହୁ କଳାକାର ଯୋଗ ଦେଇଥାନ୍ତି । ଚଳିତ ବର୍ଷ କୌଣସି ଅନୁଷ୍ଠାନ ନଆସିବା ପାଇଁ ମନା କରାଯିବା ସହ କୋଭିଡ଼୍ କଟକଣା ମାନି କାର୍ଯ୍ୟକ୍ରମ ବନ୍ଦ କରାଗଲା ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ପାଦକ ସନତ ମିଶ୍ର ସୂଚନା ଦେଇଥିଲେ । ଆସନ୍ତା ବର୍ଷ କରୋନା ଦୂରାଇଯିବା ପରେ ମହାସମାରୋହରେ ଏହା କରାଯିବ । ତେବେ ଚଳିତ ବର୍ଷ ସ୍ଥଗିତ ରହିଛି ରାସ୍ତାରେ ୧୪୪ଧାରା ଲାଗିବ ଏଣୁ କୌଣସି ଭକ୍ତ ଆସିବେ ନାହିଁ।…

Read More

ନୂଆଦିଲ୍ଲୀ, ଭାରତରେ ଦୈନିକ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୧ ହଜାର ୫୦୦ କରୋନା ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, କେରଳ, ଗୁଜରାଟ, ତାମିଲନାଡ଼ୁ ଏବଂ ରାଜସ୍ଥାନରେ ନୂଆ ମାମଲା ମଧ୍ୟରୁ ୭୮.୫୬ ପ୍ରତିଶତ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୭ ହଜାର୧୨୩ ମାମଲା ଆସିଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୨୭ ହଜାର ୩୩୪ ଏବଂ ଦିଲ୍ଲୀରେ ୨୪ ହଜାର ୩୭୫ ମାମଲା ଆସିଛି । ଜାତୀୟ ସାପ୍ତାହିକ ପଜିଟିଭିଟି ହାର ଗତ ଏକ ମାସ ମଧ୍ୟରେ ୩.୦୫ ପ୍ରତିଶତରୁ ୧୩.୫୪ ପ୍ରତିଶତକୁ ବୃଦ୍ଧି ପାଇଛି । ଛତିଶଗଡ଼ରେ ସର୍ବାଧିକ ସାପ୍ତାହିକ ପଜିଟିଭିଟି ହାର ୩୦.୩୮ ପ୍ରତିଶତ ରହିଛି । ଭାରତରେ ମୋଟ କରୋନା ସକ୍ରିୟ ମାମଲା…

Read More

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି। ଅନେକ ରାଜ୍ୟରେ ଆକ୍ରାନ୍ତଙ୍କ ପାଇଁ କୋଭିଡ଼ ଶଯ୍ୟା ଅଭାବ ପରିଲିକ୍ଷିତ ହେଉଛି। ଏହାସହିତ ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନର ମଧ୍ୟ ଅଭାବ ଦେଖାଦେଉଛି। ଏପରି ସ୍ଥଳେ ଆଜି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଚିଠି ଲେଖିଛନ୍ତି। ଅକ୍ସିଜେନ ଉପରେ କଟକଣା ପାଇଁ ଏହି ଚିଠିରେ ଉଲ୍ଲେଖ ଅଛି। ଅତି ଜରୁରୀ ନଥିବା ଶିଳ୍ପ ସଂସ୍ଥାକୁ ଅକ୍ସିଜେନ ନଦେବା ପାଇଁ କେନ୍ଦ୍ର ଗୃହ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Read More

ନୂଆଦିଲ୍ଲୀ, ଭାରତ ମାତ୍ର ୯୨ ଦିନ ମଧ୍ୟରେ ୧୨ କୋଟିର ଟିକାକରଣ ଲକ୍ଷ୍ୟ ହାସଲ କରିଛି,  ବିଶ୍ୱର ବୃହତମ ଟିକାକରଣ ଅଭିଯାନ କ୍ରମରେ ଭାରତରେ ମୋଟ ୧୨ କୋଟିରୁ ଅଧିକ କୋଭିଡ-୧୯ ଡୋଜ୍ ଟିକାକରଣ ହୋଇପାରିଛି । ଆଜି ସକାଳ ୭ଟା ସୁଦ୍ଧା ୧୮ ଲକ୍ଷ ୧୫ ହଜାର ୩୨୫ ସେସନରେ ମୋଟ ୧୨ କୋଟି ୨୬ ଲକ୍ଷ ୨୨ହଜାର ୫୯୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ, ୯୧ ଲକ୍ଷ ୨୮ ହଜାର ୧୪୬ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୭ ଲକ୍ଷ ୮ ହଜାର ୨୨୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧ କୋଟି ୧୨ ଲକ୍ଷ ୩୩ ହଜାର ୪୧୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୫ ଲକ୍ଷ ୧୦ ହଜାର ୨୩୮ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪ କୋଟି ୫୫ ଲକ୍ଷ ୯୪ ହଜାର ୫୨୨ ଜଣ ହିତାଧିକାରୀଙ୍କୁ ପ୍ରଥମ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାରାଣସୀ ଜିଲ୍ଲାରେ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କରୋନା ନିରାକରଣ ଏବଂ କରୋନା ସଂକ୍ରମିତ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଲାଗି ପରୀକ୍ଷଣ, ଶଯ୍ୟା, ଟିକା ଓ ମାନବ ସମ୍ବଳ ଆଦିର ଉପଲବ୍ଧତା ସମ୍ପର୍କରେ ପଚାରି ବୁଝିଥିଲେ। ତୁରନ୍ତ ଜନସାଧାରଣଙ୍କୁ ସମସ୍ତ ଯଥାସମ୍ଭବ ସହାୟତା ଯୋଗାଇ ଦେବା ନିମନ୍ତେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସମସ୍ତେ “ଦୁଇ ଗଜ ଦୂରତା ଓ ମାସ୍କ ଜରୁରି” ନିୟମକୁ ପାଳନ କରିବା ଉଚିତ୍। ଟିକାକରଣ ଅଭିଯାନ ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଶାସନ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ଆବଶ୍ୟକ। ସର୍ବାଧିକ ସମ୍ବେଦନଶୀଳତାର ସହିତ ବାରାଣସୀର ଜନସାଧାରଣଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ନିମନ୍ତେ ସେ ପ୍ରଶାସନକୁ ଆହ୍ବାନ…

Read More

ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସରକାର ୭ ଟି ମେଡିକାଲ କଲେଜକୁ ୩୦ ଟି ଜିଲ୍ଲାର ଦାୟିତ୍ଵ ଦେଇଛନ୍ତି। ମେଡିକାଲ କଲେଜ ଟିମ୍ ଜିଲ୍ଲା କୋଭିଡ଼ ସେଣ୍ଟରର ତଦାରଖ କରିବେ। ଜାଣନ୍ତୁ କେଉଁ ମେଡିକାଲ କଲେଜକୁ କେଉଁ ଜିଲ୍ଲା ଦାୟିତ୍ଵ: ୧- ଏସସିବି ମେଡିକାଲ କଲେଜ ଟିମ୍- କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ ଜିଲ୍ଲା ୨- ଏମକେସିଜି, ବ୍ରହ୍ମପୁର- ଗଞ୍ଜାମ, ବୌଦ୍ଧ, ଗଜପତି ଏବଂ କନ୍ଧମାଳ ଜିଲ୍ଲା ୩- ଭୀମସାର- ଅନୁଗୁଳ, ବରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲା ୪- ଏସ.ଏଲ.ଏନ ମେଡିକାଲ କଲେଜ-  କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା ୫- ପି.ଆର.ଏମ, ବାରିପଦା- କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ୬- ଏଫ.ଏମ କଲେଜ- ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲା ୭- ବି.ବି କଲେଜ- ବଲାଙ୍ଗୀରି, କଳାହାଣ୍ଡି, ନୂଆପଡା ଏବଂ ସୋନପୁର…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୩୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୨୪, ଖୋର୍ଦ୍ଧାରୁ ୧୯୧, କଳାହାଣ୍ଡିରୁ ୧୦୮, ସମ୍ବଲପୁରରୁ ୮୨, ବରଗଡରୁ ୮୦, ନୂଆପଡାରୁ ୭୪, କଟକରୁ ୬୨, ଝାରସୁଗୁଡାରୁ ୫୦, ଗଞ୍ଜାମରୁ ୪୯, କେନ୍ଦୁଝରରୁ ୪୮, ଅନୁଗୁଳରୁ ୪୧, ପୁରୀରୁ ୨୮, ମୟୂରଭଞ୍ଜରୁ ୨୬, ଯାଜପୁରରୁ ୨୫, ରାୟଗଡାରୁ ୨୫, ଭଦ୍ରକରୁ ୨୪, ଗଜପତିରୁ ୨୦, ନବରଙ୍ଗପୁରରୁ ୧୯, ଦେବଗଡରୁ ୧୮, ନୟାଗଡରୁ ୧୫, ବଲାଙ୍ଗୀରିରୁ ୧୩, ବାଲେଶ୍ବରରୁ ୧୦, କୋରାପୁଟରୁ ୭, କେନ୍ଦ୍ରାପଡାରୁ ୬, ଜଗତସିଂହପୁରରୁ ୫, କନ୍ଧମାଳରୁ ୫, ସୋନପୁରରୁ ୫, ଢେଙ୍କାନାଳରୁ ୨, ମାଲକାନାଗିରିରୁ ୨ ଏବଂ ଷ୍ଟେଟ ପୁଲରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୬ ହଜାର ୧୩୪…

Read More