ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପାଇଁ ପୁଣି ଥରେ କଟକଣା ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏହି କଟକଣା ଲାଗୁ କରାଯାଇଛି। ମନ୍ଦିରର କିଛି ସେବାୟତ ସଂକ୍ରମିତ ହେବାରୁ କଟକଣା ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। କେବଳ ସେବାୟତଙ୍କ ଦ୍ଵାରା ନୀତିକାନ୍ତ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ପୂର୍ବ ନିଷ୍ପତ୍ତି ଅନୁସାରେ ଅଶୋକାଷ୍ଟମୀ ରଥଯାତ୍ରା ହେବ। ମନ୍ଦିର ପ୍ରଶାସନ ରଥଯାତ୍ରା ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏନେଇ ବିଏମସି ନିର୍ଦ୍ଦେଶନାମା ଜାରି କରିଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ଏହି କଟକଣା ଲାଗିବ ବୋଲି ବିଏମସି କହିଛି।
Author: Samikhsya Bureau
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୩୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୬୭୯ କୁ ବୃଦ୍ଧି ହୋଇଛି। ଖଣ୍ଡଗିରିରୁ ସର୍ବାଧିକ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆରୁ ୧୫ ଜଣ, ନଯାପଲ୍ଲୀରୁ ୧୪ ଜଣ, ଓଲ୍ଡ ଟାଉନରୁ ୧୩ ଜଣ, ୟୁନିଟ ୬ ରୁ ୧୦ ଜଣ, ବାଣୀବିହାରରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଭୁବନେଶ୍ବରରୁ ୧୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୮୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୫୨୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି…
ଭୁବନେଶ୍ୱର: ଓଡିଶାରୁ ଉତ୍ତରାଖଣ୍ଡ କୁମ୍ଭମେଳାକୁ ଯାଇଥିବା ଶ୍ରଦ୍ଧାଳୁଙ୍କ ଉପରେ କଡା ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୁମ୍ଭମେଳାକୁ ଓଡିଶାରୁ ୪୦୦ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଯାଇଛନ୍ତି। ୧୫୦ ଟି ପରିବାରରୁ ୪୦୦ ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ କୁମ୍ଭମେଳାକୁ ଯାଇଥିବା ସୂଚନା ରହିଛି। ଗଞ୍ଜାମରୁ ୨୫ ଜଣ ଶ୍ରଦ୍ଧାଳୁ ଯାଇଥିବା ବେଳେ ନବରଙ୍ଗପୁରରୁ ୨୦ ଜଣ, ପୁରୀରୁ ୨୦ ଜଣ, ଖୋର୍ଦ୍ଧାରୁ ୧୦ ଜଣ, କଟକରୁ ୯ ଟି ପରିବାରର ଲୋକ କୁମ୍ଭ ମେଳାକୁ ଯାଇଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ତେଣୁ କୁମ୍ଭମେଳା ଫେରନ୍ତାଙ୍କଠାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ। ସେଥିପାଇଁ ରାଜ୍ୟ ସରକାର ଏହି ଶ୍ରଦ୍ଧାଳୁଙ୍କ ଉପରେ କଡା ନଜର ରଖିଛନ୍ତି। ଉତ୍ତରାଖଣ୍ଡରେ ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ସେମାନଙ୍କୁ ଟ୍ରାକିଂ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏନେଇ ସୂଚନା…
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଦେଶରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ନିବେଦନ କରିଛନ୍ତି। ଏହାସହିତ ନିର୍ବାଚନ ରାଲି ଉପରେ କଟକଣା ଲଗାଇବା ପାଇଁ ନିର୍ବାଚନ କମିଶନଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ଅନୁରୋଧ କରିଛନ୍ତି। କପିଲ ଟ୍ବିଟ କରି କହିଛନ୍ତି ଯେ, ସୁସ୍ଥ ସଂଖ୍ୟା ଠାରୁ ସଂକ୍ରମଣ ଦ୍ରୁତଗତିରେ ବଢୁଛି। ତେଣୁ ଦେଶରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରନ୍ତୁ ବୋଲି ମୋଦୀଙ୍କୁ ସିବଲ କହଛନ୍ତି। ତେବେ ଭାରତରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୬୧ ହଜାର ୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୪୭ ଲକ୍ଷ ୮୮ ହଜାର ୧୦୯ କୁ ବୃଦ୍ଧି ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦ ରେ ପହଞ୍ଚିଛି।
ରମେଶ ମହାନ୍ତି ଜଗତସିଂହପୁର: ବାଲିକୁଦା ବ୍ଲକ୍ ଓଷକଣା ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ଗଦାଧର ସ୍ବାଇଁଙ୍କ ଏକାଦଶାହ ଉପଲକ୍ଷେ ବାଲିକୁଦାର ପୂଜ୍ୟପୁଜା ସଂସଦ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସ୍ମତି ସଭା ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପୁଜା ସଂସଦ ସଭାପତି କୈଳାସ ଚନ୍ଦ୍ର ବିଶ୍ବାଳଙ୍କ ପୈାରହିତରେ ଅନୁଷ୍ଠିତ ଏହି ସଭାରେ ଶ୍ରଦ୍ଧାଞ୍ଜଳି ସଭାରେ ଗଦାଧର ସ୍ବାଇଁଙ୍କ ତୈଳଚିତ୍ର ନିକଟରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ସୁକାନ୍ତ ରାୟ ପ୍ରଦୀପ ପ୍ରଜ୍ଜୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ ନରେଶ ଦାସ, ନାଉଗାଁ ବ୍ଲକ ଶିକ୍ଷକ ସଂଘର ସମ୍ପାଦକ ନରେଶ ଚନ୍ଦ୍ର ସାହୁ, ଓଷକଣା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜ୍ଞାନରଂଜନ ମହାନ୍ତି, ପଣ୍ଡିତ ଅଜୟ କୁମାର ମିଶ୍ର, ଶିକ୍ଷକ ବାମନ ଦାସ, ବିଶ୍ମୟ ମଲ୍ଲ ସମେତ ଶତାଧିକ ଶିକ୍ଷକ ,ଛାତ୍ର ଓ ନିକଟସ୍ଥ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ଗଦାଧର ସାର୍ ଙ୍କ ନିର୍ଭିକତା ଛାତ୍ରଛାତ୍ରୀ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଲୁଟ୍ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାକୁ ନେଇ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର, ଜଙ୍କିଆ ଆଇଆଇସି ସତ୍ୟବ୍ରତ ଲେଙ୍କା, ନିରାକାରପୁର ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ବିଭିନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା ତେବେ ଗତକାଲି ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ୍ୟ ୧୦ ହଜାର ୩ ଶହ ୮୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଗୁଳି, ଗୋଟେ ଖଣ୍ଡା, ୫ଟି ମୋବାଇଲ ଏବଂ ୩ଟି ମଟରସାଇକେଲ ଜବତ ହୋଇଛି। ଏନେଇ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଆଜି ମଧ୍ୟାହ୍ନରେ ଜଙ୍କିଆ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୪୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ବରଗଡ ଜିଲ୍ଲାରୁ ଜଣେ ୭୫ ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ଜଣେ ୩୨ ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୨୫୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୪ ହଜାର ୮୨୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୪୩୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୪୪ କୁ ବୃଦ୍ଧି ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୮ ଟି ଜିଲ୍ଲାରେ ଟୀକାଦାନ ବନ୍ଦ ରହିଥିବା ବେଳେ ୪୨୭ ଟି କେନ୍ଦ୍ରରେ ଆଜି ଟୀକାଦାନ ଜାରି ରହିଛି। ବର୍ତ୍ତମାନ ୩ ଲକ୍ଷ ୧ ହଜାର ଟୀକା ଓଡିଶାରେ ମହଜୁଦ ଅଛି। ଆଜି ଆଉ ୨ ଲକ୍ଷ ଟୀକା ଓଡ଼ିଶାକୁ ଆସୁଛି। ଆସନ୍ତାକାଲିଠାରୁ ଟୀକାକରଣ ପ୍ରକ୍ରିୟା ସ୍ଵଭାବିକ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସୀମା ସିଲ ହେବା ଫଳରେ ଛତିଶଗଡର ରାୟପୁର ଓ ନାଗପୁର ଉପରେ ଭରସା କରୁଥିବା କଳାହାଣ୍ଡିର ସୀମାନ୍ତ ଅଂଚଳର ଖୁଚୁରା ବ୍ୟବସାୟୀ ଓ ଖାଉଟି ମାନେ ବେଶ ପ୍ରଭାବିତ ହୋଇଥିବା ଜଣାପଡିଛି। ଯାହାଫଳରେ ଅସାଧୁ ବ୍ୟବସାୟୀମାନେ ଗଳା ବାଟ ଖୋଜୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ବିଶେଷ କରି ନାଗପୁରରୁ ଫଳ, ପିଆଜ, ଚିନି ଇତ୍ୟାଦି ରାୟପୁର ମଧ୍ୟ ଦେଇ ଆସୁଥିବା ବେଳେ ଚାଉଳ, ଡାଲି, ଖାଇବା ତେଲ ଇତ୍ୟାଦି ରାୟପୁର ବଜାରରୁ ଧର୍ମଗଡ, ଜୁନାଗଡ ଅଂଚଳ ସମେତ ସମସ୍ତ ସୀମାନ୍ତବର୍ତ୍ତୀ ଅଂଚଳକୁ ଯୋଗାଣ ହୋଇଥାଏ। ସେହିପରି କଳାହାଣ୍ଡି ଅଂଚଳରୁ ଭାଙ୍ଗ, ଗୁଡାଖୁ ଭଲି ଅନ୍ୟାନ୍ୟ ସାମଗ୍ରୀ ଉପରେ ରାୟପୁର ଅଂଚଳର ଖାଉଟୀ ନିର୍ଭର କରିଥାନ୍ତି। ସୀମା ସିଲ ହେବା ପରେ ବର୍ତ୍ତମାନ କେତେକ ଅସାଧୁ କଳାବଜାରୀ ବିଭିନ୍ନ ସାମଗ୍ରୀକୁ ଗୋଦାମରେ ଗଚ୍ଛିତ ରଖି ଦେଇ ଚଢାଦାମରେ ବିକ୍ରୀ କରୁଥିବା ଚର୍ଚ୍ଚା ହେଉଛି। କଳାହାଣ୍ଡିର ସୀମାନ୍ତ ସନ୍ଧିକୁଲିହାରୀ…
ଓଡିଶାର ପ୍ରସିଦ୍ଧ ଦେବୀ ମନ୍ଦିର ମା ସମଲେଶ୍ବରୀ ମନ୍ଦିର ସବୁବେଳେ ଭକ୍ତଙ୍କୁ କରେ ଆକୃଷ୍ଟ
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ବାଲୁଗାଁ ଥାନାର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସକାଳ ୯ ଘଟିକା ସମୟରେ ବାଲୁଗାଁ ଥାନାର ଗୃହରକ୍ଷୀ ଜଗତ ଜୀବନ ସେଠି(୪୩) ବାଲୁଗାଁରୁ ନିଜ ସମ୍ପର୍କୀୟଙ୍କ ଘର କେଶପୁରକୁ ସ୍କୁଟି ଯୋଗେ ଯାଉଥିବା ବେଳେ ଚିଲିକା ରେଳ ଷ୍ଟେସନ ରୋଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ଆମ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି। ଖବର ପାଇ ସଙ୍ଗେସଙ୍ଗେ ବାଲୁଗାଁ ଅଗ୍ନିଶମ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଁଚି ଜଗତଙ୍କ ମୃତ ଶରୀରକୁ ରାସ୍ତାରୁ ଉଦ୍ଧାରକରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ନାଭାଲ ଫାଣ୍ଡି ଅଧିକାରୀ ଏବଂ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସୂଚନା ଅଧିକାର ଆଇନ-୨୦୦୫ ର ଧାରା ୬(୧) ଅନୁସାରେ ଜୁନାଗଡ ତହସିଲ ଅଫିସରେ ସୂଚନା ମିଳିବା ପାଇଁ ନିର୍ଦ୍ଧାରିତ ଫର୍ମ ଓ ଫିଜ ସହ ଦରଖାସ୍ତ ଦାଖଲ କଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ସୂଚନା ମିଳୁନଥିବା ବେଳେ ପ୍ରଥମ ଅପିଲର ମଧ୍ୟ ଶୁଣାଣି କରାଯାଉନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସୂଚନା ଅଧିକାର ଆଇନ ଅନୁସାରେ ଦରଖାସ୍ତ ଦାଖଲ କରୁଥିବା ଦରଖାସ୍ତକାରୀଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରାଯିବାର ଯୋଜନା କରାଯାଉଥିବା ଜଣାପଡିଛି। ଜୁନାଗଡ ତହସିଲ ଅଫିସରେ ନିଜକୁ ଆରô୍ଥକ ପ୍ରଭାବଶାଳୀ ବୋଲି ଦାବୀ କରୁଥିବା କେତେକ ବ୍ୟକ୍ତି ବିଭିନ୍ନ ଚାପ ପକାଇ ରାଜସ୍ୱ କର୍ମଚାରୀ ମାନଙ୍କୁ ପ୍ରଭାବିତ କରି ବେଆଇନ ଭାବେ ନିଜସ୍ୱ ବ୍ୟକ୍ତିଗତ ଫାଇଦା ଉଠାଇ ନେଉଥିବା ଯୋଜନା କରୁଥିବା ବେଳେ ଅନେକାଂଶରେ ସୂଚନା ଅଧିକାର ଆଇନ ସେମାନଙ୍କୁ ବାଧକ ହେଉଥିବା ମନେକରୁଛନ୍ତି। ଆଇନ ଅନୁସାରେ ସମସ୍ତଙ୍କୁ ଉଚିତ ସମାନ ନ୍ୟାୟ ପ୍ରଦାନ କରିବା…
ଭୁବନେଶ୍ବର: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଯୁଗ୍ମ ପ୍ରବେଶିକା, ଜେଇଇ (ମେନ୍) କୁ ସ୍ଥଗିତ ରଖାଯାଇଛି। ଚଳିତ ମାସ ୨୭, ୨୮ ଏବଂ ୩୦ ତାରିଖରେ ଏହି ପରୀକ୍ଷା ହେବାର ଥିଲା। ତେବେ ପୁଣି ଏକ ନୂଆ ତାରିଖ ଖୁବ ଶୀଘ୍ର ଘୋଷଣା ହେବ।
ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୬୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୧୨୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୩୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୨୫୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୪ ହଜାର ୮୨୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୪୩୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୬୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୦୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୪୦ ଜଣ, ଅନୁଗୁଳ ୫୯…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬ ୧ହଜାର ୫୦୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୫୦୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪୭ ଲକ୍ଷ ୮୮ ହଜାର ୧୦୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୮ ଲକ୍ଷ ୯ ହଜାର ୬୪୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୮ ଲକ୍ଷ ୧ ହଜାର ୩୧୬ ଆକ୍ଟିଭ୍ କେସ୍ ରହିଛି।
ମେଷ: – ଏହି ସପ୍ତାହ ଆପଣଙ୍କ ପ୍ରକୃତିରେ କ୍ରୋଧ ବଢିଇପାରେ । ଯାନକୁ ଅତି ଯତ୍ନର ସହିତ ଚଲାନ୍ତୁ ଏବଂ କୌଣସି ବିଷୟରେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । କାରଣ ଏହି ସମୟ ଆପଣଙ୍କ ସପକ୍ଷରେ ନାହିଁ । ଏହି କାରଣରୁ, ଆପଣଙ୍କୁ ନିଜ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡିପାରେ । ପାରିବାରିକ ଜୀବନ ଖୁସି ହେବ ଏବଂ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଯେଉଁଥିପାଇଁ ଆପଣଙ୍କ ପରିବାର ଏବଂ ବୃତ୍ତିଗତ ଜୀବନ ଭଲ ହେବ । ଗୋଟିଏରୁ ଅଧିକ ଉତ୍ସରୁ ଆୟ ହୋଇପାରେ । କିଛି ଖର୍ଚ୍ଚ ହେବ, କିନ୍ତୁ ଚିନ୍ତା କରିବାର କିଛି ନାହିଁ । ପିଲାମାନଙ୍କ ପାଇଁ ସମୟ ଭଲ ହେବ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ସଫଳତା ପାଇବେ। ଆପଣ ଭାଇ ଓ ଭଉଣୀମାନଙ୍କର ସମର୍ଥନ ମଧ୍ୟ ପାଇବ । ବୃଷ: – ଏହି ସପ୍ତାହ ସାଙ୍ଗ…
ଭୁବନେଶ୍ବର, ଆଜି ଉଭୟ କଟକ ଓ ଭୁବନେଶ୍ବରରେ ନାଇଟ କର୍ଫୁ ଜାରି କରାଯାଇଛି। ରାତି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଏହି କର୍ଫୁ ବଳବତ୍ତର ରହିବ। ସେଥିପାଇଁ ପୋଲିସ କମିଶନରେଟ ତରଫରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି। ଖୋଦ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ରାଜଧାନୀର ବିଭିନ୍ନ ସ୍ଥାନକୁ ଯାଇ କଟକଣାକୁ ତଦାରଖ କରିଛନ୍ତି। ଲୋକମାନଙ୍କୁ କୋଭିଡ ନିୟମ ମାନି ଚଳିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଦୁଇ ମହାନଗରରେ ଏହି ଆଇନକୁ କଡାକଡି କରିବା ପାଇଁ 10 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିସହିତ 60ରୁ ଅଧିକ ଅଫିସର ଏହାର ତଦାରଖ କରୁଛନ୍ତି। ଲୋକଙ୍କୁ ଯାଞ୍ଚ କରିବା ପାଇଁ ବିଭିନ୍ନ ସ୍ଥାନରେ 25ଟି ଚେକିଂ ପଏଣ୍ଟ କରାଯାଇଛି।
ଭୁବନେଶ୍ବର, ଛତିଶଗଡରେ ବର୍ତ୍ତମାନ କରୋନା ପରିସ୍ଥିତି ସଂଗୀନ ହୋଇ ଉଠିଛି। ଏପରି ପରିସ୍ଥିତିରେ ଛତିଶଗଡ ଓଡିଶା ମଧ୍ୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନକୁ ବନ୍ଦ କରାଯାଉ। ଏପରି ଏକ ଚିଠି ରାଜ୍ୟ ସରକାର କେନ୍ଦ୍ର ଗୃହ ବିଭାଗକୁ ଲେଖିଛନ୍ତି। ଅନ୍ତତଃ 15 ଦିନ ପାଇଁ ଟ୍ରେନ ଚଳାଚଳକୁ ବନ୍ଦ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଚିଠି ଲେଖିଛନ୍ତି। କେନ୍ଦ୍ର ଗୃହ ସଚିବଙ୍କୁ ଲେଖିଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଛତିଶଗଡ ସହିତ ଲୋକମାନେ ଯିବାଆସିବା କରିବା ଦ୍ବାରା ଓଡିଶାରେ ସଂକ୍ରାମିତ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷ କରି ପଡୋଶୀ ଜିଲ୍ଲାଗୁଡିକରେ ଏହି ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଇଛି। ସେଥିପାଇଁ ଓଡିଶା ମଧ୍ୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନକୁ ବନ୍ଦ କରାଯାଉ ବୋଲି ମୁଖ୍ୟ ସଚିବ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଛତିଶଗଡ ଓଡିଶା ମଧ୍ୟରେ 18ଟି ସ୍ବତନ୍ତ୍ର ଟ୍ରେନ ଯାତାୟତ କରୁଛି।
ଭୁବନେଶ୍ବର, କୋଭିଡ୍ -୧୯ ମହାମାରୀ ସମୟରେ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି। ସାଧାରଣ ଜନତା ବିଶେଷକରି ଟ୍ରେନ୍ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀମାନେ ଷ୍ଟେସନ୍ ପରିସରରେ ଏବଂ ଟ୍ରେନ୍ ଯାତ୍ରା ସମୟରେ ବାଧ୍ୟତାମୂଳକ ଭାବରେ ଫେସ୍ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି। କୋଭିଡ ନିୟମାବଳୀ ଅନୁସରଣ କରିବାକୁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଅଛି। ରେଳ ପରିସର ପ୍ରବେଶ କରିବା ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ବ୍ୟକ୍ତି କିମ୍ବା ରେଳ ବ୍ୟବହାରକାରୀ କିମ୍ବା ରେଳ ଯାତ୍ରୀ ମାସ୍କ ନ ପିନ୍ଧନ୍ତି କିମ୍ବା ସଠିକ ଭାବେ ମାସ୍କ ବ୍ୟବହାର କରୁ ନ ଥାନ୍ତି ତାହେଲେ ସେମାନେ ଛେପ ପକାଇବା ଏବଂ ସମାନ ପ୍ରକୃତିର କାର୍ୟ୍ୟ ଯାହାକି ଅପରିଷ୍କାର କରିବା କିମ୍ବା ଅପରିଷ୍କାର ପରିସ୍ଥିତି ସୃଷ୍ଟି କରି ସାଧାରଣ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ନିୟମ ଆଧାରରେ ପରିଗଣିତ…
ଭୁବନେଶ୍ବର, କୋଭିଡ କଟକଣା ଭିତରେ ଆଜି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ 24 ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଦଳର କର୍ମକର୍ତ୍ତା ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଏହାପରେ ଦଳର ଉପସଭାପତି ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଯୋଜନାବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ଟୁକୁନି ସାହୁ ଏବଂ ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ।
ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୧୭ ତାରିଖରେ ଏହି ନିର୍ବାଚନ ହେବାର ଥିଲା। କିନ୍ତୁ ଏବେ ଏହି ଉପନିର୍ବାଚନ ମେ’ ୧୩ ତାରିଖରେ ହେବ ବୋଲି ସୂଚନା ରହିଛି। ଏବଂ ମେ’ ୧୬ ତାରିଖ ଏହାର ଭୋଟ ଗଣତି ହେବ। ଏନେଇ ସିଇଓଙ୍କ କାର୍ଯ୍ଯାଳୟରୁ ସୂଚନା ମିଳିଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

