ମିଥୁନ: – ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ । ଚିନ୍ତା ଏବଂ ଟେନସନ ରହିବ । ଚାକିରିରେ ମିଳିବ। ବ୍ୟବସାୟ ଭଲ କରିବ। ବିଛା: – ବିବାଦକୁ ପ୍ରୋତ୍ସାହନରୁ ଦୂରେଇ ରୁହନ୍ତୁ। ତତ୍ପରତା ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ପ୍ରୟାସ ସଫଳ ହେବ। ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ। କିଛି ବଡ କରିବାର ଇଚ୍ଛା ହେବ। ବ୍ୟବସାୟ ଭଲ କରିବ। ଟଙ୍କା ମିଳିବା ସହଜ ହେବ।
Author: Samikhsya Bureau
ବୃଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। କନ୍ୟା: – ଶତ୍ରୁତା ରହିବ । ପୂଜାରେ ନିୟୋଜିତ ହେବେ। ବ୍ୟବସାୟରୁ ଲାଭ ବୃଦ୍ଧି ହେବ। କୋର୍ଟ ଇତ୍ୟାଦିରେ ପରିସ୍ଥିତି ଅନୁକୂଳ ହେବ। ଏକ ବିବାଦରେ ବିଜୟ ହାସଲ କରାଯାଇପାରେ । ବ୍ୟବସାୟରେ ନୂତନ ସୁଯୋଗ ମିଳିପାରିବ । ଚିନ୍ତିତ ହେବେ । ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ ।
ଭୁବନେଶ୍ୱର, ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱ ରେ ଅବହେଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି । ତଦନୁଯାୟୀ ଘଟଣା ର ଆଜି ତଦନ୍ତ କରାଯାଇ PHEO ର Executive Engineer ତଥା WATCO GM ସୁଶାନ୍ତ ଘଡେଇ, SDO and GM WATCO ସୁବାସ ରାଉତ ଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର ପ୍ରଦ୍ୟୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏଥି ସହିତ ଜୁନିୟର ଇଞ୍ଜିନିୟର ସାହୁ ଏବଂ service provider ଦୀପକ ନାୟକଙ୍କ ବିରୁଦ୍ଧରେ ସିଏମସି ପଷରୁ ଥାନାରେ ମାମଲା ଋଜୁ କରାଯାଇଛି। ଏହି ଦୁର୍ଘଟଣା ରେ ମୃତକଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ସେମାନଙ୍କ ନିକଟତମ ଆଡ୍ମୀୟଙ୍କ ପାଇଁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡ଼ାରୁ ୧୭୬, ସୁନ୍ଦରଗଡରୁ ୧୪୭, ଖୋର୍ଦ୍ଧାରୁ ୧୨୦, ବରଗଡରୁ ୪୮, କଟକରୁ ୪୬, ପୁରୀରୁ ୪୬, ସମ୍ବଲପୁରରୁ ୪୪, କଳାହାଣ୍ଡିରୁ ୩୮, ଅନୁଗୁଳରୁ ୩୦, ମୟୂରଭଞ୍ଜରୁ ୨୯, ଝାରସୁଗୁଡାରୁ ୨୮, ବଲାଙ୍ଗିରୀରୁ ୨୭, କେନ୍ଦୁଝରରୁ ୨୩, ନବରଙ୍ଗପୁରରୁ ୨୦, ଗଞ୍ଜାମରୁ ୧୫, ଯାଜପୁରରୁ ୧୫, ରାୟଗଡ଼ାରୁ ୧୫, ଭଦ୍ରକରୁ ୧୦, କୋରାପୁଟରୁ ୮, ନୟାଗଡରୁ ୮, ସୋନପୁରରୁ ୮, ବାଲେଶ୍ବରରୁ ୬, ଢେଙ୍କାନାଳରୁ ୪, କନ୍ଧମାଳରୁ ୪, ବୌଦ୍ଧରୁ ୩, ଦେବଗଡରୁ ୩, ଜଗତସିଂହପୁରାରୁ ୨ ଏବଂ କେନ୍ଦ୍ରାପଡାରୁ ୨ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୩ ହଜାର ୫୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଚାନକ ଭାବେ ବାଣପୁର ଗସ୍ତ କରିଥିଲେ। ଜିଲ୍ଲାପାଳ ସ୍ୱଳ୍ପ ସମୟ ରହଣି ମଧ୍ୟରେ ବାଣପୁରର ବିଭିନ୍ନ ପ୍ରଶାସନିକ ବିଭାଗଗୁଡିକ ପରିଦର୍ଶନ କରିଥିଲେ। ପ୍ରଥମେ ଜିଲ୍ଲାପାଳ ସବ ଜେଲ ଗସ୍ତ କରି କୋଭିଡ ଗାଇଡଲାଇନ ଅନୁଧ୍ୟାନ କରିବା ସହ କଏଦୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହାପରେ ଜିଲ୍ଲାପାଳ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ନୂଆକରି ମେଡିକାଲ ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା ଅଂଶୁଘାତ ପ୍ରକୋଷ୍ଠ କେନ୍ଦ୍ରକୁ ବୁଲି ଦେଖିବା ସହ ଏହାର ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକଟ କରିଥିଲେ। ମେଡିକାଲରେ ନିରାମୟ ଯୋଜନା ଅନ୍ତର୍ଗତ ଔଷଧ ସବୁ ଠିକ ଭାବେ ରୋଗୀଙ୍କୁ ମିଳୁଛି କି ନାହିଁ ତଦାରଖ କରିବା ସହ କିଛି ରୋଗୀଙ୍କ ସହ ସିଧାସଳଖ ଭାବେ କଥା ହୋଇଥିଲେ ଜିଲ୍ଲାପାଳ। ପରିଶେଷରେ ଜିଲ୍ଲପାଳ ବାଣପୁର ଏନଏସି କାର୍ଯ୍ୟାଳୟ ପରିଦର୍ଶନକୁ ଯାଇ ଏକ ଛୋଟ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୮୯୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୬୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୯୮୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ଏକତା ସ୍ପୋର୍ଟିଂ କ୍ଳବ କାର୍ଯ୍ୟାଳୟ, ଚାରିଛକ ତିରୁଣା ଠାରେ ଏକ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହେଇଯାଇଛି। ତିରୁଣା ପଞ୍ଚାୟତର ନାଏବ ସରପଞ୍ଚ ଦିଜବର ପରିଡା ଏବଂ ବିଜୁ ଜନତା ଦଳ ନାଉଗାଁର ଯୁବ ସଭାପତି ପ୍ରତ୍ୟୁଷ ପରିଡାଙ୍କ ଦ୍ୱାରା ଏହି ଶିବିରର ଉଦଘାଟନ ହୋଇଥିଲା। ଏହି ଶିବିରରେ ୩୫ ଜଣ ରୋଗୀ ପହଞ୍ଚି ଚକ୍ଷୁ ବିଶେଷଜ୍ଞ ଡ଼. ବି.କେ ମହାନ୍ତି ଏବଂ ତାଙ୍କ ସହଯୋଗୀ ମାନଙ୍କ ଉପସ୍ଥିତିରେ ନିଜ ନିଜର ଚକ୍ଷୁର ଚିକତ୍ସା ନିମନ୍ତେ ଉପଚାର ଜଣାଇଥିଲେ। ସେଥି ମଧ୍ୟରୁ ୬ ଜଣଙ୍କୁ ଭୂମିକା ଚକ୍ଷୁ ଚିକତ୍ସାଳୟ, ଜାରକା ଠାରେ ସେମାନଙ୍କ ଚକ୍ଷୁର ଅସ୍ତ୍ରୋପଚାର ପାଇଁ ନିଆଯାଇଥିଲା। ଏହି ଶିବିରକୁ କ୍ଳବର ବରିଷ୍ଠ ଉପଦେଷ୍ଟା ଆଦିତ୍ୟ ପରିଡା ଏବଂ ଭରତ ସାହାଣୀ ଆୟୋଜନ କରିବା ସହିତ କ୍ଳବର ସଭାପତି ଜ୍ଞାନରଞ୍ଜନ ପରିଡା ଏବଂ ବିଶ୍ୱରଂଜନ ପରିଡା, ନାରାୟଣ ପରିଡା, ଲଲାଟ କୁମାର ପରିଡା,…
ଭୁବନେଶ୍ବର, ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇଜଣ ଦଳୀୟ ନେତାଙ୍କୁ ନିଲମ୍ବିତ କରିଛନ୍ତି। ସେହି ଦୁଇଜଣ ହେଲେ ସୁନ୍ଦରଗଡ ଜିଲ୍ଲା ବିଜେଡିର କର୍ମକର୍ତ୍ତା। ଏହି ଦୁଇଜଣ ହେଲେ ଅମରେଶ ପଣ୍ଡା ଏବଂ ବିନୟ ପଣ୍ଡା। ଏହି ଦୁଇଜଣ ଦଳ ବିରୋଧୀ କାର୍ଯ୍ୟ କରୁଥିବାର ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି।
ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ନୂଆ କଟକଣା ଲାଗୁ କରାଯାଇଛି। ଏବେ ଶନିବାର ଏବଂ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର କେବଳ ରବିବାର ଦିନ ବନ୍ଦ ରହୁଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ କରାଯିବ। ଏହାସହିତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରର ବାହାର କାଠ ନିକଟରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି। ଛତିଶା ନିଯୋଗ କମିଟି ଦ୍ଵାରା ଏଭଳି ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ “ମୋ ସ୍କୁଲ୍” ଯୋଜନା ଅଧିନରେ ପୁରାତନ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟକୁ ଦାନ କରିଥିବା ପୁରାତନ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ବଣ୍ଟନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ଉଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଯେଉଁମାନେ ଅର୍ଥଦାନ କରି ବିଦ୍ୟାଳୟ ରୂପରେଖ ବଦଳାଇବାକୁ ପ୍ରଚେଷ୍ଟା କରିଛନ୍ତି ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ମୁଖ୍ୟ ବକ୍ତାଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସଂଯୋଜକ ସରୋଜକାନ୍ତ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ସମଗ୍ରଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ…
ରମେଶ ମହାନ୍ତି ଜଗତସିଂହପୁର: ଓଡିଶା ସରକାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନୀୟ କ୍ଷେତ୍ର ଅଞ୍ଚଳରେ ସ୍ୱଦେଶୀ ତିଆରି ଠିପିବନ୍ଦ ବିଦେଶୀ ମଦ ଦୋକାନ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମଞ୍ଜୁରି କରିବା ନିମନ୍ତେ ପ୍ରସ୍ତାବ ରଖିଛନ୍ତି। ଏହି ଅଞ୍ଚଳ ଗୁଡ଼ିକ ମଧ୍ୟରେ କୁଜଙ୍ଗ ୧ ପାଇଁ କୁଜଙ୍ଗ ଗ୍ରାମପଞ୍ଚାୟତ ସେକ୍ଟର ୨୧ ,ୱାର୍ଡ଼ ନଂ -୧, ପାରାଦ୍ଵୀପ ମେରାଇନ୍ ଥାନା ପାଇଁ ପାରାଦ୍ବୀପ ପୌରପରିଷଦର ୱାର୍ଡ଼ ନଂ-୧, ପାରାଦ୍ଵୀପ ଲକ୍ ଥାନାର ଉଦୟବଟ ପାଇଁ ଉଦୟବଟ ଗ୍ରାମପଞ୍ଚାୟତ, ପାରାଦ୍ଵୀପ ଥାନାର ପାରାଦ୍ବୀପ ନଂ-୧ ପାଇଁ ବିଜୟା ମାର୍କେଟ, ବଡପଡିଆ ୱାର୍ଡ଼ ନଂ-୧୧, ଜଗତସିଂହପୁର ନଂ-୨ ପାଇଁ ଆଳିପିଙ୍ଗଳ ପଞ୍ଚାୟତ, ଜଗତସିଂହପୁର ନଂ-୩ ପାଇଁ କାଦୁଅପଡା ଗ୍ରାମ ପଞ୍ଚାୟତ, ନାଉଗାଁ ପାଇଁ ନାଉଗାଁ ଗ୍ରାମପଞ୍ଚାୟତରେ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ସେହିପରି ଦେଶୀ ମଦ ଦୋକାନ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପାରାଦ୍ବୀପ ଥାନା ଷଣ୍ଢକୁଦ ଅଞ୍ଚଳର ଷଣ୍ଢକୁଦ…
ନୂଆଦିଲ୍ଲୀ, ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ରାଉରକେଲା ସ୍ଥିତ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ରୂପେ ଉପଯୋଗ ନିମନ୍ତେ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭରତ ସରକାରଙ୍କ ଇସ୍ପାତ ଏବଂ ପିଏନଜି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ସ୍ଥିତ ସେଲ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ବିରୁଦ୍ଧରେ ଦେଶର ସଂଗ୍ରାମରେ ସେଲ ସହଭାଗିତା କରିବା ସହ ଯତପରୋନାସ୍ତି ଯୋଗଦାନ ଦେଉଛି । କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ସୁପର ସ୍ପେଶାଲିଟି ହସ୍ପିଟାଲର ଆଇସିୟୁ ସୁବିଧା ବ୍ୟବହାର ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ମଧ୍ୟ ଅନୁରୋଧ କରିଥିଲେ। ସେଲ ଆରଏସପିର ସୁପର ସ୍ପେଶାଲିଟି ହସ୍ପିଟାଲରେ ଉପଲବ୍ଧ ୬୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସୁବିଧା କୋଭିଡ-୧୯ ଚିକିତ୍ସା ସେବା ପାଇଁ ବ୍ୟବହୃତ ହେବ । ଏହି ଡାକ୍ତରଖାନା…
ମୁମ୍ବାଇ: ଆଜି ଆଇପିଏଲ-୧୪ ସଂସ୍କରଣର ଅଷ୍ଟମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ମୁମ୍ବାଇର ୱାନଖେଡ ଷ୍ଟାଡିୟମରେ ସନ୍ଧ୍ୟା ୭ ଟା ୩୦ ମିନିଟରେ ଖେଳାଯିବ। ଚେନ୍ନାଇ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୭ ୱିକେଟରେ ପରାଜିତ ହୋଇଥିବା ବେଳେ ପଞ୍ଜାବ ଦଳ ରାଜସ୍ଥାନ ରୟାଲ୍ସ ଠାରୁ ୪ ରନରେ ବିଜୟ ହାସଲ କରିଥିଲା। ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ କଣ ରହିଛି ପୂର୍ବ ରେକର୍ଡ: ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଆଇପିଏଲରେ ଏପର୍ଯ୍ଯନ୍ତ ୨୩ ଟି ମ୍ୟାଚ ଖେଲାଯାଇଛି। ମୋଟ ୨୩ ଟି ମଧ୍ୟରୁ ଚେନ୍ନାଇ ୧୪ ଟି ମ୍ୟାଚ ଜିତି ଥିବା ବେଳେ ପଞ୍ଜାବ ୯ ଟି ମ୍ୟାଚରେ ବିଜୟ ହାସଲ କରିଛି। ଗତ ୫ ଟି ମ୍ୟାଚରେ ଚେନ୍ନାଇର ରେକର୍ଡ ଭଲ ରହିଛି। ଚେନ୍ନାଇ ୫ ଟି ମ୍ୟାଚରୁ ୪ ଟି ମ୍ୟାଚରେ ପଞ୍ଜାବକୁ ପରାଜିତ କରିଛି।
ଭୁବନେଶ୍ବର: ଆଜି ରାଜ୍ୟକୁ ଆଉ ୩ ଲକ୍ଷ କୋଭିସିଲ୍ଡ ଟୀକା ଆସିବ। ଗତକାଲି ୧୦୫୦ଟି କେନ୍ଦ୍ରରେ ଟୀକା ଦାନ ଚାଲିଥିବା ବେଳେ ଆଜି ୭ ଶହଟି କେନ୍ଦ୍ରରେ ଟୀକାକରଣ ଜାରି ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୪୮ ଲକ୍ଷ ୧୦ ହଜାର ୭୮୦ ଜଣ ଲୋକ ଟୀକା ଗ୍ରହଣ କରିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।
ଭୁବନେଶ୍ବର, ଆଜି କମିଶନରେଟ ପୋଲିସ କଡା ସୁରକ୍ଷା ଭିତରେ ଗ୍ୟାଙ୍ଗଷ୍ଟାର ହାଇଦରକୁ ହାଇଦ୍ରାବାଦରୁ ଆଣିଛି। ଗତକାଲି ରାତିରେ ଓଡିଶା ପୋଲିସ ହାଇଦ୍ରାବାଦ ପୋଲିସ ସହାୟତାରେ ହାଇଦରକୁ ଗିରଫ କରିଛି। ହାଇଦର ଏକ ମୋଟରସାଇକଲ ପଛରେ ବସି ଯିବା ବେଳେ ପୋଲିସ ତାକୁ କାବୁ କରିଛି। ଆଜି ସକାଳ 9ଟାରେ କମିଶନରେଟ ପୋଲିସର କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଥିଲା। ସେଠାରେ ତାହାର କୋଭିଡ ଟେଷ୍ଟ କରିବା ପରେ କଟକ ନିଆଯାଇଛି। ଗତ ପାଞ୍ଚଦିନ ତଳେ ହାଇଦର କଟକ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଫେରାର ହୋଇଯାଇଥିଲା। ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସକୁ ଖାଦ୍ୟରେ ନିଶା ଦେଇ ହାଇଦର ଫେରାର ହୋଇଯାଇଥିଲା। ସେହିଦିନଠାରୁ ପୋଲିସ ତାକୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ଯାହା ଆଜି ସଫଳ ହୋଇଛି।
ସୀତାରାମ ଅଗ୍ରୱାଲ ବାଣପୁର: ଦିନକୁ ଦିନ କୋଭିଡର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଓଡ଼ିଶାରେ ହୁ ହୁ ହୋଇ ବଢୁଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ସେହିଭଳି ଆଜି ବାଣପୁରରୁ ଜଣେ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାର ସୂଚନା ରହିଛି। ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ତେବେ ଏହି ଆକ୍ରାନ୍ତ ଜଣଙ୍କ ମଧ୍ୟରେ କୌଣସି ଲକ୍ଷଣ ନାହିଁ। କିନ୍ତୁ ସେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବାରୁ ବର୍ତ୍ତମାନ ଏହା ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୧୬ ହଜାର ୮୫୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୧୮୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪୨ ଲକ୍ଷ ୮୭ ହଜାର ୭୪୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୪ ହଜାର ୩୦୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୫ ଲକ୍ଷ ୪୭ ହଜାର ୮୬୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୫ ଲକ୍ଷ ୬୩ ହଜାର ୫୮୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ତେବେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୨ ହଜାର ୫୭୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୮୮୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୮ କୁ ବୃଦ୍ଧି ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୮୦୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୦୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୨ ହଜାର ୫୭୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୮୮୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୫ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୩୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୨୩ ଜଣ, ଅନୁଗୁଳ ୪୪…
ଭୁବନେଶ୍ବର, ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ନିଷ୍ପତି ଅନୁସାରେ ଏହିପରି ଭାବେ ଟ୍ରେନ ଚଳାଚଳ କରିବ। ୦୮୬୪୬ ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଇଦ୍ରାବାଦରୁ ୧୬.୦୪.୨୦୨୧ ରୁ ୩୦.୦୪.୨୦୨୧ ମଧ୍ୟରେ ପ୍ରତ୍ୟହ ସକାଳ ୮ ଘଟିକାରେ ଛାଡି ହାଓଡ଼ା ଠାରେ ତା’ ପରଦିନ ଅପରାହ୍ନ ୨ଘ.୪୦ମି.ରେ ପହଞ୍ଚିବ। ସେହିଭଳି, ଫେରିବା ମାର୍ଗରେ ୦୮୬୪୫ ହାଓଡ଼ା-ହାଇଦ୍ରାବାଦ ବିଶେଷ ଟ୍ରେନ ୧୮.୦୪.୨୦୨୧ ରୁ ୦୨.୦୫.୨୦୨୧ ପର୍ୟ୍ୟନ୍ତ ହାଓଡ଼ା ଠାରୁ ପ୍ରତ୍ୟକ ଦିନ ପୂର୍ବାହ୍ନ ୧୧ଘ.୩୦ମି.ରେ ଛାଡି ହାଇଦ୍ରାବାଦରେ ତା’ପରଦିନ ସନ୍ଧ୍ୟା ୫ଘ.୩୦ମି.ରେ ପହଞ୍ଚିବ। ଏହି ଟ୍ରେନ୍ ହାଇଦ୍ରାବାଦ ଏବଂ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ଗୋଟିଏ ଏସି-୨ ଟାୟାର୍, ତିନିଟି ଏସି -୩ ଟାୟାର୍, ୧୨ ଟି ସ୍ଲିପର୍ କ୍ଲାସ୍, ତିନିଟି ସେକେଣ୍ଡ୍ କ୍ଲାସ୍ ସିଟିଙ୍ଗ, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଏବଂ…
ନୂଆଦିଲ୍ଲୀ: କରୋନା 2.0 ବଡ ଭୟଙ୍କର ବୋଲି ପ୍ରମାଣିତ ହୋଇଛି। ନୂଆଦିଲ୍ଲୀର ଗବେଷକଙ୍କ ଅନୁସାରେ ପ୍ରଥମ ଲହରଠାରୁ ଦ୍ବିତୀୟ ଲହର ବେଶ ଶକ୍ତିଶାଳୀ। ଯଦି ସଂକ୍ରାମିତଙ୍କ ସହିତ ଗୋଟିଏ ମିନଟ କଥା ହେଲେ ଭାଇରସ ବ୍ୟାପିଯାଉଛି। ଫଳରେ ସାରା ଭାରତରେ ଏହି ସଂକ୍ରାମଣ ତୀବ୍ର ହେଉଛି ବୋଲି ଗବେଷଣାରୁ ଜଣାପଡିଛି। ଦ୍ବିତୀୟ ଲହର କଣ ପାଇଁ ଶିଘ୍ର ବ୍ୟାପୁଛି ବୋଲି ତାହା ଜାଣିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା। ଏହି ଦଳ ଅନୁସନ୍ଧାନ କରି ଜାଣିପାରିଛନ୍ତି ଯେ କରୋନା ଦ୍ବିତୀୟ ଲହର ବେଶ ଶକ୍ତିଶାଳୀ। ଏଥିସହିତ ଏହି ଭାଇରସ ଯୁବକଙ୍କୁ ବେଶୀ ପରିମାଣରେ ଗ୍ରାସ କରୁଛି ବୋଲି ଜଣାପଡିଛି। ମୁଖ୍ୟତଃ 35 ବର୍ଷରୁ କମ ବୟସ୍କ ବ୍ୟକ୍ତିଙ୍କୁ ଏହା ଆକ୍ରାନ୍ତ କରିଛି। କରୋନା 1.0 ର ସ୍ଥିତି ଯାହା ଥିଲା ବର୍ତ୍ତମାନ କରୋନା 2.0ର ସ୍ଥିତି ଗମ୍ଭିର ହେଉଛି। ପ୍ରଥମେ କରୋନାର ସଂକ୍ରାମଣ ପ୍ରସାର ଧୀରେଧୀରେ…

