Author: Samikhsya Bureau

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ପ୍ରବାସୀ ଆହତ ହୋଇଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଆଜି ସକାଳେ କେରଳରୁ ଏକ ବସ୍ ଯୋଗେ ଓଡିଆ ପ୍ରବାସୀ ନିଜ ଗାଁକୁ ଫେରୁଥିଲେ। ହେଲେ ଟାଙ୍ଗୀ ବାଇପାସ୍ ନିକଟରେ ରାସ୍ତା କାମ ଚାଲୁଥିବାରୁ ରାସ୍ତାର ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ଚାଲୁଥିଲା। ସେହି ସମୟରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବସ୍ ଟି ଡିଭାଇଡର ଡେଇଁ ୪୦ ଫୁଟ ପଛକୁ ଚାଲିଯାଇଥିଲା। କିନ୍ତୁ ଟ୍ରକ ଚାଳକଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ବସ୍ ରେ ଥିବା କିଛି ପ୍ରବାସୀ ଆହତ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଆଠ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ନାଭାଲ ଗ୍ରୀଡ଼ର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୯ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର କେବଳ ସୋରଣ, କଳକଳେଶ୍ୱର ଏବଂ ଜରିପଡ଼ା ପଞ୍ଚାୟତ‌କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ…

Read More

ଭୁବନେଶ୍ବର, ଗତକାଲି କେନ୍ଦ୍ର ସରକାର ସିବିଏସଇ ବୋର୍ଡର ଦଶମ ପରୀକ୍ଷା ବାତିଲ କରିବା ପରେ ବର୍ତ୍ତିମାନ ବିଭିନ୍ନ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି। ଦେଶରେ ଯେପରି କରୋନା ପରିସ୍ଥିତି ସୃଷ୍ଟି ହେଲାଣି ସେଥିରେ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇବାକୁ କେହି ଚାହୁଁ ନାହାଁନ୍ତି। ସେଥିପାଇଁ ବିଭିନ୍ନ ରାଜ୍ୟ ସରକାର ରାଜ୍ୟ ବୋର୍ଡ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ ପାଇଁ ବିଚାରବିମର୍ଶ ଆରମ୍ଭ କଲେଣି। ଇତିମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସରକାର ରାଜ୍ୟ ବୋର୍ଡ ପରୀକ୍ଷା ସ୍ଥଗିତ କରିସାରିଲେଣି। କାରଣ ସେହି ରାଜ୍ୟରେ ଯେପରି କରୋନା ସ୍ଥିତି ଭୟଙ୍କର ହୋଇପଡିଛି ତାହାକୁ ଦେଖି ସରକାର ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ଓଡିଶା ସେହିପରି ପରିସ୍ଥିତି ଆଡକୁ ମୁହାଁଇବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ହୁହୁ ହୋଇ ବଢିବାରେ ଲାଗିଛି, ଆଉ କେତୋଟା ଦିନ ପରେ ଓଡିଶାର ସ୍ଥିତି ମଧ୍ୟ ଭୟଙ୍କର ହୋଇପଡିବ। ସେଥିପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୩୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୫୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୧ ହଜାର ୭୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୬୨୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୯୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୬୩୧, ଖୋର୍ଦ୍ଧା ଜିଲ୍ଲାରୁ ୪୩୮ ଜଣ, ଅନୁଗୁଳ ୬୫ ଜଣ,…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩୯ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪୦ ଲକ୍ଷ ୭୪ ହଜାର ୫୬୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୩ ହଜାର ୧୨୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୨୯ ହଜାର ୫୬୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୪ ଲକ୍ଷ ୭୧ ହଜାର ୮୭୭ ଆକ୍ଟିଭ୍‌ କେସ୍ ରହିଛି।

Read More

ମେଷ: – ଜଟିଳ ସମସ୍ୟାର ସମାଧାନ ପାଇଁ ଜୀବନସାଥୀଙ୍କ ସହଯୋଗ ସହାୟକ ହେବ । ଯତ୍ନର ସହ ଗାଡି ଚଲାନ୍ତୁ । କୋର୍ଟରେ ସୁସଙ୍ଗତତା ରହିବ । ମନ ପୂଜାରେ ନିୟୋଜିତ ହେବ। ବ୍ୟବସାୟ ଭଲ କରିବ । ଅସୁବିଧାରେ ପଡ଼ିପାରନ୍ତି। ଋଣ ଦିଆଯାଇଥିବା ଟଙ୍କା ଫେରି ପାଇବା ସମ୍ଭାବନା ରହିଛି। ବୃଷ: – ନିଜର ବ୍ୟବସାୟ କାର୍ଯ୍ୟ ଜାରି ରଖ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ। ଚିନ୍ତା କରିଥିବା କାର୍ଯ୍ୟଗୁଡିକ ଠିକ୍ ସମୟରେ ହୋଇପାରିବ ନାହିଁ । ଆଘାତ, ଚୋରି ଏବଂ ବିବାଦ ଦ୍ୱାରା କ୍ଷତି ସମ୍ଭାବନା। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗତି ଯୋଗୁଁ କ୍ଷତି ହେବ । ମିଥୁନ: – ପାରିବାରିକ ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ନୂତନ ଯୋଜନା କରାଯିବ। ବ୍ୟବସାୟ ଭଲ କରିବ । ଠିକ୍…

Read More

କନ୍ୟା:- ବ୍ୟବସାୟିକ ଚିନ୍ତା ହେବ । ପିଲାମାନଙ୍କର ଆଚରଣ ଅସୁବିଧା ସୃଷ୍ଟି କରିବ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ । ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ଗାଡି ଚଳାଇବା ସମୟରେ ସତର୍କତା ବ୍ୟବହାର କରନ୍ତୁ । ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ଧନୁ : –  ଆର୍ଥିକ ପରିସ୍ଥିତି ଦୃଢ ହେବ। ବେକାରୀ ଦୂର ହେବ । ବ୍ୟବସାୟ ଯାତ୍ରା ସଫଳ ହେବ । ଉପହାର ଗ୍ରହଣ କରାଯିବ । ରିସ୍କ ନିଅନ୍ତୁ ନାହିଁ । କ୍ରୋଧ ଏବଂ ଉତ୍ତେଜନା ଉପରେ ସଂଯମ ରଖନ୍ତୁ । ଆତିଥ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ବିଦ୍ର- ଆସନ୍ତାକାଲି ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Read More

ମୀନ: – ଏକ ନୂତନ ଯୋଜନା ପ୍ରସ୍ତୁତ ହେବ । ପଦ୍ଧତିରେ ଉନ୍ନତି ହେବ । ଆପଣ ସମ୍ମାନ ପାଇବେ । ବ୍ୟବସାୟ ଭଲ କରିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ ।  ଦକ୍ଷତା ବୃଦ୍ଧି ପାଇବ । ତୂଳା:- ଆପଣ କଠିନ ପରିଶ୍ରମର ଫଳ ପାଇବେ । ଏହି ସଫଳତାରେ ଖୁସି ହେବେ। ବ୍ୟବସାୟ ଭଲ କରିବ । ପ୍ରତିଷ୍ଠା ବୃଦ୍ଧି ପାଇବ । ପରିବାରରେ ଖୁସିର ବାତାବରଣ ରହିବ । ବିଦ୍ର- ଆସନ୍ତା ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Read More

ମକର : – ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇବ । ଟେନସନ ରହିବେ । ଅପରିଚିତ ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ । ପ୍ରୟାସରେ ଅଳସୁଆ ଏବଂ ବିଳମ୍ବ ହେବା ଉଚିତ୍ ନୁହେଁ । ବିରାମ କାର୍ଯ୍ୟ ଠିକ୍ ସମୟରେ ହେବାର ସମ୍ଭାବନା ଅଛି । ମିଥୁନ: – ପାରିବାରିକ ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ନୂତନ ଯୋଜନା କରାଯିବ। ବ୍ୟବସାୟ ଭଲ କରିବ । ଠିକ୍ ସମୟରେ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସରକାରୀ ବାଧାବିଘ୍ନ ଦୂର କରି ଲାଭ ହେବ। ବିଦ୍ର- ଆସନ୍ତାକାଲି ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Read More

କୁମ୍ଭ: – ପ୍ରିୟଜନଙ୍କଠାରୁ ସମ୍ପୂର୍ଣ୍ଣ ସାହାଯ୍ୟ ମିଳିବ । ଧନ ହେଉଛି ପ୍ରାପ୍ତିର ସମଷ୍ଟି । ଭାଗ୍ୟର ସୁଯୋଗ କେବଳ ନିଜ ସାମର୍ଥ୍ୟ ଦ୍ୱାରା ଆସିବ । ପିଲାମାନଙ୍କ କାର୍ଯ୍ୟରେ ପ୍ରଗତିର ସମ୍ଭାବନା ଅଛି । ମେଷ: – ଜଟିଳ ସମସ୍ୟାର ସମାଧାନ ପାଇଁ ଜୀବନସାଥୀଙ୍କ ସହଯୋଗ ସହାୟକ ହେବ । ଯତ୍ନର ସହ ଗାଡି ଚଲାନ୍ତୁ । କୋର୍ଟରେ ସୁସଙ୍ଗତତା ରହିବ । ମନ ପୂଜାରେ ନିୟୋଜିତ ହେବ। ବ୍ୟବସାୟ ଭଲ କରିବ । ବିଦ୍ର- ଆସନ୍ତା ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Read More

ବିଛା: – ଜମି ଏବଂ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ପୂର୍ବ କର୍ମ ଫଳପ୍ରଦ ହେବ । ପରିବାରରେ ଏକ ମନୋରମ ପରିବେଶ ରହିବ । ବ୍ୟବସାୟରେ ଏକ ଇଚ୍ଛାକୃତ ଲାଭ ହେବ । ଅତିଥିମାନଙ୍କ ଆଗମନ ରହିବ । ସିଂହ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ । ବ୍ୟବସାୟ ଭଲ କରିବ । ଅଯଥା ବିବାଦ କରନ୍ତୁ ନାହିଁ । ସାମାଜିକ ଏବଂ ରାଜ୍ୟ ଖ୍ୟାତି ବୃଦ୍ଧି ପାଇବ । ବିଦ୍ର- ଆସନ୍ତା ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Read More

କର୍କଟ: – ବ୍ୟବସାୟ ଭଲ କରିବ । କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ରୋଜଗାରରେ ଅଭିବୃଦ୍ଧି ଏବଂ ଲାଭ ହେବାର ସମ୍ଭାବନା ଅଛି । ପଢିବାକୁ ଆଗ୍ରହ ବୃଦ୍ଧି ପାଇବ । ଆପଣ ଲାଭଜନକ ଖବର ପାଇବେ । ବୃଷ: – ନିଜର ବ୍ୟବସାୟ କାର୍ଯ୍ୟ ଜାରି ରଖ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ। ଚିନ୍ତା କରିଥିବା କାର୍ଯ୍ୟଗୁଡିକ ଠିକ୍ ସମୟରେ ହୋଇପାରିବ ନାହିଁ । ବିଦ୍ର- ଆସନ୍ତା ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Read More

ଭୁବନେଶ୍ୱର: ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଏବଂ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ପାଇଁ ରାଜିନାମା ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାର ଏବଂ ବାଗଚୀ ଦମ୍ପତିଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ରାଜଧାନୀ ଭୁବନେଶ୍ୱରେ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠା ହେବ। ୨୦୨୪ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ପ୍ରାଥମିକ ପର୍ଯ୍ୟାୟରେ ୨୫୦ ଶଯ୍ୟାରେ ରୋଗୀଙ୍କୁ ଚିକିତ୍ସା ସେବା ମିଳିବ। ପରେ ଏହା ୫ଶହ ଶଯ୍ୟାକୁ ସମ୍ପ୍ରସାରିତ ହେବ। ଏହାସହିତ ଏଥିରେ ୨୫ ପ୍ରତିଶତ ଶଯ୍ୟାରେ ମାଗଣା ଚିକିତ୍ସା ସେବା ଯୂଗାଇବା ପାଇଁ ବ୍ୟବସ୍ଥା ମଧ୍ୟ ରହିବ। ଏହି କ୍ୟାନସର ହସ୍ପିଟାଲ ପାଇଁ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ସହାୟତା କରିବେ। ସେହିପରି ଭୁବନେଶ୍ୱରରେ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା ହେବ। ଏହି କେୟାର ସେଣ୍ଟର ପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଦେବେ।

Read More

ଭୁବନେଶ୍ବର: ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ପୁରୀ ଏଡିଏମ ଏନେଇ ଘୋଷଣା କରିଛନ୍ତି। ସିଇଓ ଓ ଇସିଆଇଙ୍କୁ ସ୍ଥଗିତାଦେଶ କପି ପଠାଯାଇଛି ବୋଲି ପୁରୀ ଏଡ଼ିଏମ କହଛନ୍ତି। ହେଲେ ଆସନ୍ତାକାଲି  ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ପିପିଲି ନଆସିବାକୁ କୁହାଯାଇଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ମଙ୍ଗୁଳି ଜେନା ସ୍ମୁତି କମିଟି ପକ୍ଷରୁ ଟାଙ୍ଗୀ ବ୍ଲକର ପୂର୍ବତନ ବରିଷ୍ଠ ବିଜେପି ନେତା ମଙ୍ଗୁଳି ଜେନାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ  ହୋଇଯାଇଛି। ଆଜି ନିଜ ଜନ୍ମ ସ୍ଥାନ ବଡପୋଖରିଆ ଗ୍ରାମରେ ମଙ୍ଗୁଳି ଜେନାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ସଂଜୟ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଖୋରଧା ବିଧାୟକ ଜିତୁ ମିତ୍ର, ଚିଲିକା ବିଧାୟକ  ପ୍ରଶାନ୍ତ ଜଗଦ୍ଦେବ, ବରିଷ୍ଠ ସାମ୍ଵାଦିକ ପଦ୍ମନାଭ ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ମମତା ଜେନା ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ମଙ୍ଗୁଳି ଜେନାଙ୍କର ସ୍ମୁତି ଚାରଣ କରିଥିଲେ। ମଙ୍ଗୁଳି ଟାଙ୍ଗୀ ବ୍ଲକର ଜଣେ ଜଣା ଶୁଣା ଟାଣୁଆ ନେତା ଥିଲେ। ସେ ବହୁ ଜନ ହିତକର କାର୍ଯ୍ୟ କରି ଜନ ସାଧାରଣମାନଙ୍କର ଆସ୍ଥା ଭାଜନ ହୋଇଥିଲେ। ଗତ ୨ ବର୍ଷ ତଳେ ମଙ୍ଗୁଳି ଜେନାଙ୍କୁ ଖୋର୍ଦ୍ଧାରେ ଗୁଳି ମାରି ହତ୍ୟା କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ…

Read More

ରାଉରକେଲା: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସହିତ ଆସି ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ସ୍ଥିତି ଓ ଏହାର ପରିଚାଳନା ପାଇଁ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ରାଉରକେଲାରେ ପହଞ୍ଚି ଜେ ପି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବା ସହିତ ହାଇଟେକ୍ କୋଭିଡ୍ ହସ୍ପିଟାଲ, ଶାନ୍ତି ମେମୋରିଆଲ କୋଭିଡ୍ ହସ୍ପିଟାଲ, ଏନଟିପିସି କୋଭିଡ୍ ସେଣ୍ଟରରେ ଉପଲବ୍ଧ ଚିକିତ୍ସା ସୁବିଧା, ଉପକରଣ ଓ ଔଷଧପତ୍ର ଆଦି ବିଷୟରେ ସମୀକ୍ଷା କରିଥିଲେ। ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡ଼ାରୁ ୧୨୦, ଖୋର୍ଦ୍ଧାରୁ ୧୦୨, ସୁନ୍ଦରଗଡରୁ ୮୦, ବରଗଡରୁ ୪୩, ଝାରସୁଗୁଡାରୁ ୨୯, କଟକରୁ ୨୮, କେନ୍ଦୁଝରରୁ ୨୫, କଳାହାଣ୍ଡିରୁ ୨୪, ସମ୍ବଲପୁରରୁ ୨୧, ଗଞ୍ଜାମରୁ ୧୮, ପୁରୀରୁ ୧୫, ଯାଜପୁରରୁ ୧୪, ବଲାଙ୍ଗୀରିରୁ ୧୨, ବାଲେଶ୍ବରରୁ ୧୧, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୭, ଅନୁଗୁଳରୁ ୫, କୋରାପୁଟରୁ ୫, ଭଦ୍ରକରୁ ୩, ଗଜପତିରୁ ୨, ରାୟଗଡ଼ାରୁ ୨, ବୌଦ୍ଧରୁ ୧, ଦେବଗଡରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧, ନୟାଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୧ ହଜାର ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୦୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୩୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୨୦୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୪୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୮୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ଵର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆଜି ପରଲୋକ ହୋଇଯାଇଛି। ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ବନ୍ଦ ହୋଇପାରେ ବୋଲି କୁହାଯାଉଛି। ନିର୍ବାଚନ କମିଶନ ମତଦାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ଥିଲା। ହେଲେ ନିର୍ବାଚନର ୩ ଦିନ ପୂର୍ବରୁ ଅଜିତଙ୍କ ଦେହାନ୍ତ ହୋଇଛି।

Read More

ଭୁବନେଶ୍ଵର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି। ସଂକଟାପନ୍ନ ଅବସ୍ଥାରେ ଅଜିତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହେବା ପରେ ଅସୁସ୍ଥ ହୋଇପଡିଥିଲେ। ତାଙ୍କର ଶେଷ ଦର୍ଶନ ପାଇଁ ହସ୍ପିଟାଲରେ କଂଗ୍ରେସ ନେତାଙ୍କ ଭିଡ ଜମିଛି। ଅଜିତଙ୍କ ଦେହାନ୍ତରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Read More

ଭୁବନେଶ୍ବର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଛନ୍ତି। ସଂକଟାପନ୍ନ ଅବସ୍ଥାରେ ଅଜିତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

Read More