ଭୁବନେଶ୍ବର: ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଆଇ.ଏନ୍.ଏସ୍ ଚିଲିକା ଏବଂ ଚନ୍ଦ୍ରାପୁଟଠାରୁ କୁମାଣ୍ଡଳ ପର୍ଯ୍ୟନ୍ତ ବନ୍ଧ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ସମୁଦ୍ରତଟ କ୍ଷୟ ନିରୋଧୀ ଲୁଣି ଘେରା ବନ୍ଧ ନିର୍ମାଣ କାର୍ଯ୍ୟ ସେଠାରେ ଚାଲିଛି। ନାବାର୍ଡ ସହାୟତାରେ କରାଯାଉଥିବା ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଅବଶିଷ୍ଟ କାର୍ଯ୍ୟକୁ ଶୀର୍ଘ ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଯନ୍ତ୍ରୀ, ବନ୍ୟା ନିୟନ୍ତ୍ରଣ ତଥା ଅଧିକ୍ଷଣ ଯନ୍ତ୍ରୀ, ସେଣ୍ଟ୍ରାଲ ଜଳସେଚନ ସର୍କଲ ଉପସ୍ଥିତ ଥିଲେ।
Author: Samikhsya Bureau
ଭୁବନେଶ୍ବର, ଆଜି ରାଜ୍ୟ ସରକାରଙ୍କ ଏକ ବରିଷ୍ଠ ପ୍ରତିନିଧି ଦଳ ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତୃତ୍ବରେ 5ଟି ସଚିବ ଭି.କେ ପାଣ୍ଡିୟାନ, ପୁର୍ତ୍ତ ସଚିବ କିଶନ କୁମାର ପ୍ରମୁଖ ଥିଲେ। ଏହି ଦଳ ବାଲେଶ୍ବରର ବିଭିନ୍ନ ସ୍ଥାନ ଗସ୍ତ କରି ତାହାର ବିକାଶ ଦିଗରେ ଅନୁଧ୍ୟାନ କରିଥିଲେ। ଏହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଅନୁଧ୍ୟାନ କରିବା ସହିତ ନୂଆ ପ୍ରକଳ୍ପ ଉପରେ ଆଲୋଚନା ମଧ୍ୟ କରିଛନ୍ତି। ଏହି ଦଳ ବାଲେଶ୍ବରର କୁରୁଡା ଛକ, ବାଲେଶ୍ବର ବସଷ୍ଟାଣ୍ଡ, ରେମୁଣା ରାସ୍ତାର ଷ୍ଟ୍ରିଟ ଲାଇଟ, ମେଡିକାଲ କଲେଜ, ଜିଲ୍ଲା ଡାକ୍ତରଖାନା ସହିତ ଜିଲ୍ଲା ସ୍କୁଲ ତଦାରଖ କରିଥିଲେ। ଏହି ସ୍ଥାନଗୁଡିକରେ କିପରି ବିକାଶ ହୋଇପାରିବ ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।…
ଭୁବନେଶ୍ଵର: ଆସନ୍ତାକାଲି ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ଅଞ୍ଚଳରେ କଟକଣା ଲାଗିଛି। ଏହାସହିତ ମୁସଲମାନଙ୍କର ରମଜାନ ପର୍ବ ପାଇଁ ମଧ୍ୟ କଟକଣା ଲାଗିଛି। ପଣା ସଂକ୍ରାନ୍ତିରେ ସର୍ବସାଧାରଣ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। କେବଳ ଧାର୍ମିକ ଅନୁଷ୍ଠାନରେ ସ୍ୱଳ୍ପ ସଂଖ୍ୟକ ସେବାୟତମାନଙ୍କୁ ନେଇ ରୀତିନୀତିରେ ପୂଜା କରିବାକୁ ଅନୁମତି ମିଳିଛି। ଭକ୍ତଙ୍କୁ ଧର୍ମାନୁଷ୍ଠାନ ସମ୍ପୂର୍ଣ୍ଣ ମନା। ସେହିଭଳି ରମଜାନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ନମାଜ ପାଠ ପାଇଁ ଅନୁମତି ମିଳିବ। ମାସ୍କ, ସାନିଟାଇଜର ଓ ୬ ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ କରାଯିବ। ତେବେ କଟକଣାକୁ ବିଏମସି ପକ୍ଷରୁ କଡାକଡି ତଦାରଖ କରାଯିବ। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସୂଚନା ଦେଇଛନ୍ତି।
କଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ ମହାନଗର ନିଗମ ଏକ ନୂଆ ମାର୍ଗଦର୍ଶିକା ଜାରି କରିଛି। ରମାଜନ ପାଇଁ ସିଏମସି ନୂଆ କଟକଣା ଲାଗୁ କରିଛି। ରମଜାନରେ ନମାଜ ପାଠ ପାଇଁ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି। ନମାଜ ପାଠ ପାଇଁ ବୟସ୍କ ଏବଂ ରୋଗାକ୍ରାନ୍ତ ଲୋକଙ୍କୁ ବାରଣ କରାଯାଇଛି। ସବୁ ମସଜିଦ ସାମ୍ନାରେ ସାନିଟାଇଜେସନ ଏବଂ ଥର୍ମାଲ ସ୍କାନିଂକୁ ବାଧ୍ୟତାମୂଳକ କରାଯାଇଛି। ନମାଜ ସମୟରେ ସାମାଜିକ ଦୂରତା ଅନିବାର୍ଯ୍ୟ। ଅତିକମରେ ୬ ଫୁଟ ଦୁରତ୍ଵ ରକ୍ଷା କରିବା ସହ ମାସ୍କ ପରିଧାନ କରିବା ପାଇଁ ବାଧ୍ୟତାମୂଳକ ହୋଇଛି।
ପୁରୀ: ଶ୍ରୀମନ୍ଦିରର ସହ ଜଡିତ ଥିବା ୨୩ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ଚିହ୍ନଟ ୨୩ ଜଣଙ୍କ ମଧ୍ୟରୁ ୭ ଜଣ ସେବାୟତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ପରିବାରରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ଵାରା ଜୋତାଷ୍ଟାଣ୍ଡରୁ ୮ ଜଣ, ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ, ଶ୍ରୀମନ୍ଦିରରେ ନିୟୋଜିତ ଜଣେ ପୋଲିସ କର୍ମୀ, ଜଣେ ମାଳୀ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି। ତେବେ ଆଜି ସୁରତରୁ ପୁରୀ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ କରୋନାରେ ସଂକ୍ରମଣ ହୋଇଛନ୍ତି। ଆଣ୍ଟିଜେନ ଟେଷ୍ଟ ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଆଜି ତାଙ୍କର ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ। ହେଲେ ନାବାଳିକାଙ୍କ ବାପା ମାଆଙ୍କ ରିପୋର୍ଟ ନେଗେଟିଭ ଆସିଛି।
କଲିକତା: ପଶ୍ଚିମବଙ୍ଗର ନିର୍ବାଚନ ଯୁଦ୍ଧରେ ପ୍ରଚଣ୍ଡ ଲଢେଇ ଜାରି ରହିଛି। ମମତା ବାନାର୍ଜୀଙ୍କ ବିବାଦିତ ବୟାନକୁ ନେଇ ନିର୍ବାଚନ କମିଶନର ତାଙ୍କୁ ୨୪ ଘଣ୍ଟା ପାଇଁ ପ୍ରଚାର ଉପରେ କଟକଣା ଲଗାଇଥିଲେ। ତେବେ ଏହି ବ୍ୟାନକୁ ବିରୋଧ କରି ମମତା ଆଜି ଧାରଣାରେ ବସିଛନ୍ତି। ହୁଇଲ ଚେୟାରରେ ମମତା ବାନାର୍ଜୀ ଧାରଣସ୍ଥଳରେ ପହଞ୍ଚି କଲିକତାର ଗାନ୍ଧୀ ମୂର୍ତ୍ତି ପାଖରେ ନିର୍ବାଚନ କମିଶନ ବିରୋଧରେ ଧାରଣାରେ ବସିଛନ୍ତି। ମମତା ଧାରଣସ୍ଥଳରେ ଏକ ପେଣ୍ଟିଂ କରିଛନ୍ତି। ପରେ ମମତା ଏହି ପେଣ୍ଟିଂକୁ ଲୋକମାନଙ୍କୁ ଦେଖାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ହିନ୍ଦୁ-ମୁସଲିମ୍ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନଙ୍କ ଉପରେ ବିଦ୍ରୋହ କରିବାକୁ ପ୍ରବର୍ତ୍ତାଇଥିବାର ଅଭିଯୋଗ ହୋଇଥିଲା। ଯାହାଫଳରେ ମମତାଙ୍କୁ ୨୪ ଘଣ୍ଟିଆ ପ୍ରଚାର ପାଇଁ ନିର୍ବାଚନ କମିଶନର ବ୍ୟାନ ଲଗାଇଥିଲେ। ସେ ଆଜି ସନ୍ଧ୍ୟା ୮ ଟା ଯାଏଁ ପ୍ରଚାର କରିପାରିବେ ନାହିଁ। କିନ୍ତୁ ମମତା ଆଜି ୮ ଟା ପରେ ଗୋଟିଏ ରାଲିକୁ…
ବ୍ରହ୍ମପୁର: ରାଜ୍ୟରେ ସଂକ୍ରମଣ ଦୃତଗତିରେ ବଢିଚାଲିଛି। ସେହିପରି ଅନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ସାମାନ୍ୟ ରହିଥିଲେ ମଧ୍ୟ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାରେ ଗତକାଲି ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ବୃଦ୍ଧିକୁ ଦେଖି ଆଜି ଜିଲ୍ଲା ପ୍ରଶାସନ କଟକଣା କଡାକଡି କରିଛି। ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଉପରେ ଆଗାମୀ ୭ ଦିନ ଯାଏଁ କଟକଣା ଲାଗିଛି। ଆସନ୍ତା ୨୧ ତାରିଖ ଯାଏଁ ସବୁ ଧର୍ମାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସେହିଭଳି ଜିଲ୍ଲାର ପାର୍କ, ଖେଳପଡ଼ିଆ ଏବଂ ସମୁଦ୍ର ବେଳାଭୂମିଗୁଡିକ ଉପରେ ସଂପୂର୍ଣ୍ଣ କଟକଣା ଲାଗିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୫୦୦ ଟି କେନ୍ଦ୍ରରେ ଟୀକାକରଣ ଜାରି ରହିଛି। ଟୀକା ଅଭାବରୁ ୧୧ ଟି ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିଛି। କେନ୍ଦ୍ର ସରକାର କମ ଟୀକା ଦେଉଥିବାରୁ ଟୀକା ଦାନ ବାଧାପ୍ରାପ୍ତ ହେଉଛି। ଏଥିପାଇଁ ଗତକାଲି କେନ୍ଦ୍ରକୁ ଚିଠି ଲେଖାଯାଇଛି। ଆଜି ଆଉ ୨ ଲକ୍ଷ କୋଭିସିଲ୍ଡ ଟୀକା ଡ଼ୋଜ ଆସିବ। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ପୁରୀ: ସୁରତରୁ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ତାଙ୍କ ବାପାଙ୍କ ସହ ଆସିଥିଲେ। ଆଣ୍ଟିଜେନ ଟେଷ୍ଟ ପରେ ସେ କରୋନା ପଜିଟିଭ ଥିବା ଜଣାପଡିଛି। ପଜିଟିଭ ଚିହ୍ନଟ ପରେ ନାବାଳିକାଜଣଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ବାପା ମାଆଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ରହିଛି। ପୁଣିଥରେ ଆଜି ନାବାଳିକାଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ସେହିଭଳି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟର ୮ କର୍ମଚାରୀ ଓ ସେବାୟତ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ସମ୍ମୁଖ ଜୋତାଷ୍ଟାଣ୍ଡରୁ ୮ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୩୫ ଜଣ ଚିହ୍ନଟ ହୋଇଥିବା ବେଳେ ୭୪୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୮୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୦ ହଜାର ୬୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୫୦୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୭୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୩୦୩, ସୁନ୍ଦରଗଡ ଜିଲ୍ଲାରୁ ୨୪୧, ଖୋର୍ଦ୍ଧା ଜିଲ୍ଲାରୁ ୨୦୧ ଜଣ, ଅନୁଗୁଳ ୨୦ ଜଣ, ବାଲେଶ୍ଵର…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୧ ହଜାର ୭୩୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୬ ଲକ୍ଷ ୮୯ ହଜାର ୪୫୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୧ ହଜାର ୫୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୨ ଲକ୍ଷ ୫୩ ହଜାର ୬୯୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୨ ଲକ୍ଷ ୬୪ ହଜାର ୬୯୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ସରକାରୀ ନିର୍ଦ୍ଦେଶ ଅନୁଯାୟୀ କରୋନା ସଂକ୍ରାମଣ ନହେବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପଦକ୍ଷେପ ନିଆଯାଇଅଛି। ଯାତ୍ରୀ ଭିଡ଼ର ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ କେବଳ ଏକ ନମ୍ବର ପ୍ଲାଟଫର୍ମ ମାଧ୍ୟମରେ ଷ୍ଟେସନକୁ ପ୍ରବେଶ ଅନୁମତି ଦିଆଯାଇଛି। ପୂର୍ବରୁ କାର୍ଯ୍ୟକାରୀ କରାଯାଉଥିବା ପ୍ରବେଶ ପଥକୁ ଏବେ ପ୍ରସ୍ଥାନ ପାଇଁ ଏବଂ ପ୍ରସ୍ଥାନ ପାଇଁ ବ୍ୟବହାର କରାଯାଉଥିବା ପଥକୁ ଏବେ ପ୍ରବେଶ ପଥ କରାଯାଇଅଛି। ପ୍ଲାଟଫର୍ମଗୁଡିକୁ କେବଳ ଡାହାଣ ପାର୍ଶ୍ୱରୁ ଅନୁମତି ଦିଆଯିବ, ଯଥା ସରକାରୀ କାର୍ ପାର୍କିଂ ପାର୍ଶ୍ୱ କିମ୍ବା ବସ୍ ଷ୍ଟାଣ୍ଡ ପାର୍ଶ୍ୱ କିମ୍ବା ଆରଏମ୍ଏସ୍ ପାର୍ଶ୍ୱରୁ ପ୍ଲାଟଫର୍ମରୁ ବାହାରକୁ ଯିବାପାଇଁ କେବଳ ବାମ ପାର୍ଶ୍ୱ ରାସ୍ତା ଅନୁମତି ଦିଆଯିବ। ଏଟିଏମ୍ ପାର୍ଶ୍ୱରେ RTPCR ରିପୋର୍ଟ ଏବଂ ଗେଟ୍ ପାସ୍ ଯାଞ୍ଚ କରାଯାଉଥିବାରୁ ଏହା କରାଯାଉଛି। ଯାତ୍ରୀମାନଙ୍କୁ ଏଟିଏମ୍ ପାର୍ଶ୍ୱରୁ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ କାରଣ…
ମେଷ: – ଆଜି ଆପଣଙ୍କର ଯାତ୍ରା ଆନନ୍ଦଦାୟକ ହେବ । ଆଜି ଆପଣ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ହଠାତ୍ ନୂତନ ଉତ୍ସଗୁଡ଼ିକରୁ ଟଙ୍କା ପାଇବେ । ଗୃହରେ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥିବା ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଆଜି ଆପଣ ଏକାକୀ ଅନୁଭବ କରିବେ । ଘର ସମ୍ପର୍କକୁ ନେଇ ଟେନସନ ସୃଷ୍ଟି କରିପାରେ । ଫଳାଫଳ ବିଷୟରେ ଚିନ୍ତା ନକରି କଠିନ ପରିଶ୍ରମ କରନ୍ତୁ, ସଫଳତା ପାଇବେ । ବୃଷ: – ଆଜି କାର୍ଯ୍ୟାଳୟର ପରିବେଶ ଭଲ ରହିବ । ଶୀଘ୍ର ଟଙ୍କା ରୋଜଗାର କରିବାକୁ ପ୍ରବଳ ଇଚ୍ଛା ରହିବ । ବୈବାହିକ ଜୀବନ ଉପରେ ଭୟର ମେଘ ବୁଲୁପାରେ । ଅନେକ ଦିନର ଅସୁସ୍ଥତା ପରେ ଆଜି ଆରାମ ପାଇବେ । ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଏ, କାର୍ଯ୍ୟକ୍ଷେତ୍ରରେ ଲାଭ ହେବ । ଏକାଗ୍ରତା ବଜାୟ ରଖନ୍ତୁ । ଆଜି…
ଧନୁ: – ଆଜି, କର୍ମକ୍ଷେତ୍ରରେ ମାଲିକଙ୍କ ସହ ମତଭେଦ ହୋଇପାରେ । ଗତ କିଛି ସମୟ ଧରି ଚାଲିଥିବା ଭୁଲ ବୁଝାମଣା ଆଜି ଦୂର ହୋଇପାରିବ । ଆପଣଙ୍କର ଡାଏଟକୁ ନିୟନ୍ତ୍ରଣ କର । ଫିଟ୍ ରହିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ । ଆପଣଙ୍କ ସହିତ ସମାନ ଆଗ୍ରହ ଥିବା ଲୋକଙ୍କୁ ଭେଟିବାର ସୁଯୋଗ ପାଇବେ । କୁମ୍ଭ: – ଆଜି ଆପଣ ଅତୀତର କଠିନ ପରିଶ୍ରମର ଫଳ ପାଇବେ । ଦିନ ଆରମ୍ଭରେ କିଛି ବାଧା ହୋଇପାରେ । ସାମାଜିକ ସମନ୍ୱୟ ଆପଣଙ୍କୁ ବ୍ୟସ୍ତ ରଖିବ । ସମ୍ପତ୍ତି ସମ୍ବନ୍ଧୀୟ କାରବାର ସମାପ୍ତ ହେବ ଏବଂ ଲାଭବାନ ହେବେ ।
କନ୍ୟା: – ଆଜି କୈଣସି ଅଜ୍ଞାତ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅ ନାହିଁ । ବ୍ୟବସାୟୀମାନେ ଟଙ୍କା କାରବାର ପ୍ରତି ସତର୍କ ରହିବା ଉଚିତ ଏବଂ ଦୂର ଯାତ୍ରା ଠାରୁ ଦୂରେଇ ରହିବା ଉଚିତ୍ । ସକାରାତ୍ମକ ହୁଅନ୍ତୁ, ସମସ୍ୟା ଶୀଘ୍ର ଦୂର ହୋଇଯିବ । ପିତାମାତାଙ୍କ ସହିତ ଆପଣଙ୍କର ଖୁସି ବାଣ୍ଟନ୍ତୁ । ଆଜି ଆପଣ ଏକାକୀ ଅନୁଭବ କରିବେ । ତୂଳା: – ଆଜି ଆପଣଙ୍କ ଶରୀରର ପ୍ରତିରୋଧ ଶକ୍ତି କମିଯାଇପାରେ । ଆପଣଙ୍କର ଉତ୍ସର୍ଗୀକୃତ ଏବଂ ଆତ୍ମବିଶ୍ୱାସ ସ୍ତର ଅଧିକ ହେବ । ଆଜି ଆପଣ ଆଶା କରିଥିବା ଅପେକ୍ଷା ଭଲ କରିବେ । ବ୍ୟକ୍ତିଗତ ଏବଂ ଗୋପନୀୟ ଥିବା ସୂଚନା ପ୍ରକାଶ କରନ୍ତୁ ନାହିଁ ।
ମେଷ: – ଆଜି ଆପଣଙ୍କର ଯାତ୍ରା ଆନନ୍ଦଦାୟକ ହେବ । ଆଜି ଆପଣ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ହଠାତ୍ ନୂତନ ଉତ୍ସଗୁଡ଼ିକରୁ ଟଙ୍କା ପାଇବେ । ଗୃହରେ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥିବା ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଆଜି ଆପଣ ଏକାକୀ ଅନୁଭବ କରିବେ । ମିଥୁନ: – ଆଜି ଆପଣ ଉପହାର ଏବଂ ସମ୍ମାନ ପାଇବେ । ସ୍ୱାସ୍ଥ୍ୟ ସଚେତନ ହେବାର ଆବଶ୍ୟକତା ଅଛି । ସ୍ୱାସ୍ଥ୍ୟ ଖରାପ କାର୍ଯ୍ୟକୁ ବାଧା ଦେଇପାରେ । ପରିବାର ସଦସ୍ୟମାନେ ଆପଣଙ୍କ ଉପରେ ଖୁସି ହେବେ ଏବଂ ଘରେ ଶାନ୍ତି ରହିବ ।
ମକର : – ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଏକ ନୂଆ ରୂପ ଦେବା ପାଇଁ ଆଜି ଏକ ଭଲ ସୁଯୋଗ । ଭାଗ୍ୟ ଆପଣଙ୍କ ସହିତ ଅଛି । ପ୍ରେମ ଜୀବନରେ ଆଶାର ଏକ ନୂଆ କିରଣ ଆସିବ । ଆପଣଙ୍କ ଅତୀତ ସହିତ ଜଡିତ କେହି ଆଜି ଆପଣଙ୍କ ସହିତ ଯୋଗାଯୋଗ କରିବେ। ମୀନ: – ଆଜି ଆପଣଙ୍କର ବ୍ୟକ୍ତିଗତ ଯୋଜନା ମଜବୁତ ହେବ । ଭାଗ୍ୟ ତୁମ ସହିତ ଅଛି ଏବଂ ସଫଳତା ତୁମର ପଦାଙ୍କ ଚୁମ୍ବନ ଦେବ । ଆଜି, ରୋମାନ୍ସ ଆପଣଙ୍କ ମନ ଏବଂ ହୃଦୟରେ ଛାଇ ହେବ । ଆଜି ନିଜ ଜୀବନସାଥୀ ସହିତ ଝଗଡା ଠାରୁ ଦୂରେଇ ରୁହନ୍ତୁ । ହଠାତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ବନ୍ଦ ହୋଇପାରେ ।
ସିଂହ : – ଆଜି ଆପଣ ସାମାଜିକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ପୁରାତନ ପ୍ରକଳ୍ପର ସଫଳତା ଆତ୍ମବିଶ୍ୱାସ ବୃଦ୍ଧି କରିବ । ସମ୍ପତ୍ତି ଉପରେ ବିବାଦ ହୋଇପାରେ । କାହାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । କ୍ୟାରିୟର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ବିଛା : – ଆଜି ଆପଣ ଆର୍ଥିକ ଯୋଜନାରେ ଲାଭ ପାଇବେ । ପଡୋଶୀଙ୍କଠାରୁ ଟେନସନ ଆସିପାରେ । ପ୍ରୟାସରେ ଆପଣ ସଫଳତା ପାଇପାରିବେ । ସାଂସ୍କୃତିକ ପ୍ରକଳ୍ପ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ।
ବୃଷ: – ଆଜିର ଦିନଟି କାର୍ଯ୍ୟାଳୟର ପରିବେଶ ଭଲ ରହିବ । ଶୀଘ୍ର ଟଙ୍କା ରୋଜଗାର କରିବାକୁ ପ୍ରବଳ ଇଚ୍ଛା ରହିବ । ବୈବାହିକ ଜୀବନ ଉପରେ ଭୟର ମେଘ ବୁଲୁପାରେ । ଅନେକ ଦିନର ଅସୁସ୍ଥତା ପରେ ଆଜି ଆରାମ ପାଇବେ । ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଏ, କାର୍ଯ୍ୟକ୍ଷେତ୍ରରେ ଲାଭ ହେବ । କର୍କଟ: – ଆଜି, ଆପଣଙ୍କର ସମ୍ପର୍କ ନିକଟତର ହେବ । ପାରିବାରିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଟଙ୍କା କାରବାରରେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଆପଣଙ୍କର ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ସାଥୀ ଏବଂ ସାଙ୍ଗମାନଙ୍କ ସହିତ କିଛି ସମୟ ବିତାନ୍ତୁ ।
ଭୁବନେଶ୍ୱର: ଭାରତ ବର୍ଷରେ ଗଣତନ୍ତ୍ର ଯେଉଁ ବିପନ୍ନ ଅବସ୍ଥାକୁ ଆସିଛି ତାହାର ଜ୍ୱଳନ୍ତ ପ୍ରମାଣ ଆଜି ନିର୍ବାଚନ କମିଶନଙ୍କ ଏକପାଖିଆ ନିଷ୍ପତ୍ତିରୁ ପ୍ରମାଣିତ ହୋଇଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ସମାଜସେବୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ କମିଶନଙ୍କ ନିଷ୍ପତ୍ତିକୁ ଦୃଢ ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗରେ ଯେଉଁଭଳି ଭାବରେ ନର୍ବାଚନୀ ହିଂସା ଚାଲିଛି ସେଥିପାଇଁ ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ପୂର୍ଣ୍ଣ ଭାବରେ ଦାୟୀ। ଅନ୍ୟ ରାଜ୍ୟମାନଙ୍କରେ ଦୁଇଦିନରେ ନିର୍ବାଚନ ସରୁଥିବା ବେଳେ ୮ଦିନ ନିର୍ବାଚନ କରି କେନ୍ଦ୍ର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ନିର୍ବାଚନକୁ ଏକ ଭିନ୍ନ ରଙ୍ଗ ଦେଇଛନ୍ତି। ଏହାର କଡ଼ା ମୁକାବିଲା ଆଗାମୀ ଦିନରେ ପଶ୍ଚିମବଙ୍ଗର ଜନସାଧାରଣ ବିଜେପି ଦଳକୁ ଶିକ୍ଷା ଦେବେ। ସୁଶ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ଦିନ ନିର୍ବାଚନ ବନ୍ଦ କରି ଗଣମାଧ୍ୟମରେ ଜୋରଦାର ପ୍ରଚାର କରିବା ପାଇଁ ଅନ୍ୟ ପକ୍ଷରେ ନିର୍ବାଚନ କମିଶନ ସୁଯୋଗ ଦେଇଛନ୍ତି।…
ଭୁବନେଶ୍ବର: ପୁଣି କେନ୍ଦ୍ର ସରକାରକୁ ଚିଠି ଲେଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଟୀକା ମାଗିଛନ୍ତି। ୧୦ ଦିନ ପାଇଁ ପ୍ରାୟ ୨୫ ଲକ୍ଷ ଟୀକା ମାଗିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଟୀକା ଅଭାବ ଯୋଗୁଁ ଟୀକାକରଣ ବାଧାପ୍ରାପ୍ତ ହେଉଛି। ତେଣୁ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଟୀକା ଦେବା ପାଇଁ କେନ୍ଦ୍ରକୁ ସ୍ବାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି। ଏବେ ରାଜ୍ୟରେ ଯେତିକି ଟୀକା ଅଛି ତାହା ଗୋଟିଏ ଦିନରେ ସରିଯିବ। ରାଜ୍ୟର କୌଣସି ଉପକେନ୍ଦ୍ରରେ ଟୀକା ଉପଲବ୍ଧ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ୭୦୦ ଟିକାକେନ୍ଦ୍ରରେ ଟୀକାକରଣ ବନ୍ଦ ରହିଛି। ଟୀକା ଦେବାରେ ଅନିୟମିତତା ଯୋଗୁଁ ରାଜ୍ୟରେ ଟୀକାକରଣ ବାଧାପ୍ରାପ୍ତ ହେଉଛି ବୋଲି ନବ ଦାସ କହିଛନ୍ତି। କିନ୍ତୁ ସେପଟେ ନବ ଦାସଙ୍କ ଚିଠିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଦେଶରେ ଟୀକାର ଅଭାବ ନାହିଁ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଟୀକା ଉପଲବ୍ଧ ଅଛି। ଟୀକା ପାଇଁ ସମସ୍ତେ ନିଶ୍ଚିତ ରୁହନ୍ତୁ ବୋଲି…

