Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାରଣାସୀର କୋଭିଡ19 ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜାତୀୟ ଖବର

ବାରଣାସୀର କୋଭିଡ19 ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

April 18, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାରଣାସୀର କୋଭିଡ19 ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାରାଣସୀ ଜିଲ୍ଲାରେ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କରୋନା ନିରାକରଣ ଏବଂ କରୋନା ସଂକ୍ରମିତ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଲାଗି ପରୀକ୍ଷଣ, ଶଯ୍ୟା, ଟିକା ଓ ମାନବ ସମ୍ବଳ ଆଦିର ଉପଲବ୍ଧତା ସମ୍ପର୍କରେ ପଚାରି ବୁଝିଥିଲେ। ତୁରନ୍ତ ଜନସାଧାରଣଙ୍କୁ ସମସ୍ତ ଯଥାସମ୍ଭବ ସହାୟତା ଯୋଗାଇ ଦେବା ନିମନ୍ତେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସମସ୍ତେ “ଦୁଇ ଗଜ ଦୂରତା ଓ ମାସ୍କ ଜରୁରି” ନିୟମକୁ ପାଳନ କରିବା ଉଚିତ୍। ଟିକାକରଣ ଅଭିଯାନ ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଶାସନ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ଆବଶ୍ୟକ। ସର୍ବାଧିକ ସମ୍ବେଦନଶୀଳତାର ସହିତ ବାରାଣସୀର ଜନସାଧାରଣଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ନିମନ୍ତେ ସେ ପ୍ରଶାସନକୁ ଆହ୍ବାନ କରିଥିଲେ।

ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ବର୍ତ୍ତମାନର ସଙ୍କଟ ସମୟରେ ମଧ୍ୟ ସେମାନେ ନିଷ୍ଠାପର ଭାବେ ସେମାନଙ୍କର ଦାୟିତ୍ବ ତୁଲାଉଛନ୍ତି। ସେ କହିଥିଲେ ଯେ ଆମକୁ ଗତ ବର୍ଷର ଅଭିଜ୍ଞତାରୁ ଶିକ୍ଷା ଲାଭ କରି ସତର୍କତାର ସହିତ ଆଗକୁ ବଢ଼ିବାକୁ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରାଣସୀର ପ୍ରତିନିଧି ଭାବେ ସେ ମଧ୍ୟ ସାଧାରଣ ଲୋକଙ୍କ ଠାରୁ ନିୟମିତ ମତାମତ ନେଉଛନ୍ତି। ସେ କହିଥିଲେ, ଗତ ୫-୬ ବର୍ଷ ମଧ୍ୟରେ ବାରାଣସୀରେ ଚିକିତ୍ସା ଭିତ୍ତିଭୂମିର ଉନ୍ନତିକରଣ ଓ ଆଧୁନିକୀକରଣ ହେବା ଫଳରେ କରୋନା ମୁକାବିଲାରେ ସହାୟତା ମିଳିପାରୁଛି।

ସମାନ୍ତରାଳ ଭାବେ ବାରାଣସୀରେ ଶଯ୍ୟା, ଆଇସିୟୁ ଏବଂ ଅକ୍ସିଜେନ ଉପଲବ୍ଧତା ବୃଦ୍ଧି କରାଯାଉଛି। ତେବେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ବଢ଼ୁଥିବା ଚାପକୁ ଦୃଷ୍ଟିରେ ରଖି ସମସ୍ତ ସ୍ତରରେ ପ୍ରୟାସକୁ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ବାରାଣସୀ ପ୍ରଶାସନ ଯେଉଁ ଗତିରେ ‘କାଶୀ କୋଭିଡ୍ ମୁକାବିଲା କେନ୍ଦ୍ର’ ସ୍ଥାପନ କରିଥିଲା ସେହି ଅନୁଯାୟୀ ସମସ୍ତ କ୍ଷେତ୍ରରେ କାର‌୍ୟ୍ୟର ଗତି ବଢ଼ାଇବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

‘ପରୀକ୍ଷଣ, ଚିହ୍ନଟ ଓ ଚିକିତ୍ସା’ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇ କହିଥିଲେ ଯେ ପ୍ରଥମ ଲହରୀ ଭଳି ସମାନ ରଣନୀତି ଅବଲମ୍ବନ କରାଯାଇ ଭୂତାଣୁ ବିରୋଧରେ ଲଢ଼େଇ କରାଯାଇପାରିବ। ଯଥାଶୀଘ୍ର ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା ଏବଂ ସଂକ୍ରମିତ ଲୋକମାନଙ୍କ ପରୀକ୍ଷଣ ରିପୋର୍ଟ ବାହାର କରିବା ଉପରେ ସେ ଜୋର ଦେଇଥିଲେ। ସମ୍ବେଦନଶୀଳତାର ସହିତ ରୋଗୀ ଏବଂ ଗୃହ ସଙ୍ଗରୋଧରେ ଥିବା ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ରହିଥିବା ସମସ୍ତ ଉତ୍ତରଦାୟିତ୍ବ ପାଳନ କରିବା ନିମନ୍ତେ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସରକାରଙ୍କ ସହିତ ଜଡ଼ିତ ରହି କାମ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ସେମାନଙ୍କୁ ଆହୁରି ଉତ୍ସାହିତ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସତର୍କ ଓ ସଜାଗ ରହିବା ଉପରେ ସେ ଜୋର ଦେଇଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ ନିରାକରଣ ଓ ଚିକିତ୍ସା ପାଇଁ ପ୍ରସ୍ତୁତି ସମ୍ପର୍କରେ ବାରାଣସୀ ଅଞ୍ଚଳର ଜନ ପ୍ରତିନିଧି ଓ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପରିପ୍ରେକ୍ଷୀରେ, କଣ୍ଟାକ୍ଟ ଟ୍ରେସିଂ ପାଇଁ ପ୍ରତିଷ୍ଠା କରାଯାଇଥିବା ନିୟନ୍ତ୍ରଣ କକ୍ଷ, ଗୃହ ସଙ୍ଗରୋଧରେ ରହୁଥିବା ଲୋକମାନଙ୍କ ପାଇଁ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର, ସମର୍ପିତ ଫୋନ ଲାଇନ ଆମ୍ବୁଲାନ୍ସ, ନିୟନ୍ତ୍ରଣ କକ୍ଷରୁ ଟେଲି ମେଡ଼ିସିନ ବ୍ୟବସ୍ଥା, ସହରାଞ୍ଚଳ ଆଦିରେ ଅତିରିକ୍ତ ଜରୁରିକାଳୀନ ମୁକାବିଲା ଦଳ ନିୟୋଜିତ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା ୧୯,୮,୩୮୩ ଲୋକଙ୍କୁ କୋଭିଡ ପ୍ରତିଷେଧକ ଟିକାର ପ୍ରଥମ ଡୋଜ୍ ଓ ୩୫,୦୧୪ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇସାରିଥିବା ପ୍ରଧାନମନ୍ତ୍ରୀଙ୍କୁ ସୂଚୀତ କରାଯାଇଥିଲା।

ଏହି ଭିଡିଓ କନଫରେନ୍ସିଂରେ ବାରାଣସୀର ଏମଏଲସି ଏବଂ କୋଭିଡ ଦାୟିତ୍ବରେ ଥିବା ଶ୍ରୀ ଏ.କେ ଶର୍ମା, ଜୋନ ମୁଖ୍ୟ ଶ୍ରୀ ଦୀପକ ଅଗ୍ରଓ୍ବାଲ, ପୋଲିସ କମିଶନର ଶ୍ରୀ ଏ. ସତୀଶ ଗଣେଶ, ଜିଲ୍ଲାପାଳ ଶ୍ରୀ କୌଶଳ ରାଜ ଶର୍ମା, ମହାନଗର ନିଗମ କମିଶନର ଶ୍ରୀ ଗୌରାଙ୍ଗ ରାଠି, ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଏନ.ପି ସିଂ, ଆଇଏମଏସ ବିଏଚୟୁ ନିର୍ଦ୍ଦେଶକ ପ୍ରଫେସର ବି.ଆର ମିତ୍ତଲ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ନୀଳକଣ୍ଠ ତିଓ୍ବାରୀ ଓ ଶ୍ରୀ ରବୀନ୍ଦ୍ର ଜୈଶ୍ବାଲ, ରୋହନିୟା ବିଧାୟକ ଶ୍ରୀ ସୁରେନ୍ଦ୍ର ନାରାୟଣ ସିଂ, ଏମଏଲସି ଶ୍ରୀ ଅଶୋକ ଧଓ୍ବନ ଏବଂ ଶ୍ରୀ ଲକ୍ଷ୍ମଣ ଆଚାର‌୍ୟ୍ୟ ମଧ୍ୟ ଉପସ୍ଥିତ ଥିଲେ।

narendra modi pmo pmoindia ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସେପ୍ଟମ୍ବର ୨୭ ତାରିଖରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026

“ଜ୍ଞାନେଶ କୁମାର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି-ଶାହାଙ୍କ ଅମ୍ପାୟାର”: ରାହୁଲ ଗାନ୍ଧୀ

September 26, 2026

‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର

September 26, 2026
Latest News

ଆଜି ସେପ୍ଟମ୍ବର ୨୭ ତାରିଖରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.