Categories
ଆଜିର ଖବର ଜାତୀୟ ଖବର

ଇସ୍ରୋ କେନ୍ଦ୍ରରେ ଗଗନୟାନ ଅଭିଯାନ ପାଇଁ ଚୟନ ହୋଇଥିବା ମହାକାଶଚାରୀଙ୍କ ନାମ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ର ପ୍ରଶିକ୍ଷଣ ନେଉଥିବା ୪ ଜଣ ପାଇଲଟଙ୍କ ନାମ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାଇଲଟମାନେ ହେଲେ ଗ୍ରୁପ୍ କ୍ୟାପଟେନ୍ ପି ବାଲକ୍ରିଷ୍ଣନ ନାୟାର, ଗ୍ରୁପ୍ କ୍ୟାପଟେନ୍ ଅଜିତ୍ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍ କମାଣ୍ଡର ଏସ୍ ଶୁକ୍ଳା। ପ୍ରଧାନମନ୍ତ୍ରୀ ୪ ଜଣ ମହାକାଶଚାରୀଙ୍କୁ ‘ମହାକାଶଚାରୀ ୱିଙ୍ଗ୍’ ପ୍ରଦାନ କରିଛନ୍ତି।

ମୁଁ ଖୁସି ଯେ ଆଜି ମୁଁ ଏହି ମହାକାଶଚାରୀମାନଙ୍କୁ ଭେଟି ସେମାନଙ୍କୁ ଦେଶ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ପାଇଛି। ମୁଁ ସେମାନଙ୍କୁ ସମଗ୍ର ଦେଶ ତରଫରୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ଆପଣମାନେ ଆଜିର ଭାରତର ଗର୍ବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି। ମହାକାଶ କ୍ଷେତ୍ରରେ ଭାରତର ସଫଳତା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବିହନ ବୁଣିଛି ବୋଲି ସେ କହିଛନ୍ତି।
କେରଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ କେରଳର ତିରୁବନନ୍ତପୁରମସ୍ଥିତ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର (ଭିଏସଏସସି) ପରିଦର୍ଶନ କରି ଗଗନଯାନ ମିଶନର ଅଗ୍ରଗତି ର ସମୀକ୍ଷା କରିଛନ୍ତି। ତାଙ୍କ ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, କେନ୍ଦ୍ରମନ୍ତ୍ରୀ ମୁରଲୀଧରନ ଏବଂ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ମଧ୍ୟ ଉପସ୍ଥିତ ଅଛନ୍ତି।

ଗଗନଯାନ ମିଶନ ବିଷୟରେ

ଗଗନୟାନ ଅଭିଯାନ ହେଉଛି ଭାରତର ପ୍ରଥମ ମାନବବାହୀ ମହାକାଶ ଅଭିଯାନ, ଯାହା୨୦୨୪-୨୦୨୫ ମଧ୍ୟରେ ଉତକ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପରେ ତିନି ଦିନିଆ ଅଭିଯାନ ପାଇଁ ୩ ଜଣିଆ କ୍ରୁଙ୍କୁ ୪୦୦ କିଲୋମିଟର କକ୍ଷପଥକୁ ପଠାଇବା ସହ ଭାରତୀୟ ସମୁଦ୍ର ଜଳରେ ଅବତରଣ କରି ସେମାନଙ୍କୁ ସୁରକ୍ଷିତଭାବେ ପୃଥିବୀକୁ ଫେରାଇ ଆଣିବାକୁ ଲକ୍ଷ୍ୟ ରଖାଯାଇଛି।

ଇସ୍ରୋ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ଏଜେନ୍ସିମାନଙ୍କ ନିକଟରେ ଉପଲବ୍ଧ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଆଭ୍ୟନ୍ତରୀଣ ଦକ୍ଷତା, ଭାରତୀୟ ଶିଳ୍ପର ଅଭିଜ୍ଞତା, ଭାରତୀୟ ଶିକ୍ଷାବିତ୍ ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକର ବୌଦ୍ଧିକ ଦକ୍ଷତାକୁ ବିଚାରକୁ ନେଇ ଏକ ଉତ୍ତମ ରଣନୀତି ମାଧ୍ୟମରେ ଏହି ଅଭିଯାନ ସମ୍ପନ୍ନ ହୋଇଛି।
ଗତ ସପ୍ତାହରେ ଇସ୍ରୋ ଏହାର ସିଇ୨୦ କ୍ରାୟୋଜେନିକ୍ ଇଞ୍ଜିନର ମାନବ ରେଟିଂ ସଫଳତାର ସହ ଶେଷ କରିଛି, ଯାହା ଏହି ଅଭିଯାନ ଆରମ୍ଭ କରିବା ପାଇଁ ଭାରତର ପ୍ରୟାସକୁ ଏକ ବଡ଼ ପ୍ରୋତ୍ସାହନ ଦେଇଛି।

ଇସ୍ରୋ ଏହାର ସିଇ୨୦ କ୍ରାୟୋଜେନିକ୍ ଇଞ୍ଜିନର ମାନବ ରେଟିଂରେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି, ଯାହା ଗଗନଯାନ ଅଭିଯାନ ପାଇଁ ମାନବ-ରେଟେଡ୍ ଏଲଭିଏମ ୩ ଉତକ୍ଷେପଣ ଯାନର କ୍ରାୟୋଜେନିକ୍ ପର୍ଯ୍ୟାୟକୁ ଶକ୍ତି ପ୍ରଦାନ କରେ ଏବଂ ୨୦୨୪ ଫେବ୍ରୁଆରି ୧୩ ରେ ଗ୍ରାଉଣ୍ଡ କ୍ୱାଲିଫିକେସନ୍ ପରୀକ୍ଷାର ଅନ୍ତିମ ପର୍ଯ୍ୟାୟ ଶେଷ ହୋଇଛି। ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରୋପଲ୍ସନ୍ କମ୍ପ୍ଲେକ୍ସରେ ଥିବା ହାଇ ଆଲଟିଚ୍ୟୁଡ୍ ଟେଷ୍ଟ୍ ଫେସିଲିଟିରେ ଉଡ଼ାଣ ସ୍ଥିତିଅନୁକରଣ କରିବା ପାଇଁ କରାଯାଇଥିବା ଭ୍ୟାକ୍ୟୁମ୍ ଇଗ୍ନିସନ୍ ପରୀକ୍ଷଣର ସପ୍ତମ ପରୀକ୍ଷଣ ଥିଲା ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ବାରଣାସୀର କୋଭିଡ19 ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାରାଣସୀ ଜିଲ୍ଲାରେ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କରୋନା ନିରାକରଣ ଏବଂ କରୋନା ସଂକ୍ରମିତ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଲାଗି ପରୀକ୍ଷଣ, ଶଯ୍ୟା, ଟିକା ଓ ମାନବ ସମ୍ବଳ ଆଦିର ଉପଲବ୍ଧତା ସମ୍ପର୍କରେ ପଚାରି ବୁଝିଥିଲେ। ତୁରନ୍ତ ଜନସାଧାରଣଙ୍କୁ ସମସ୍ତ ଯଥାସମ୍ଭବ ସହାୟତା ଯୋଗାଇ ଦେବା ନିମନ୍ତେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସମସ୍ତେ “ଦୁଇ ଗଜ ଦୂରତା ଓ ମାସ୍କ ଜରୁରି” ନିୟମକୁ ପାଳନ କରିବା ଉଚିତ୍। ଟିକାକରଣ ଅଭିଯାନ ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଶାସନ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ଆବଶ୍ୟକ। ସର୍ବାଧିକ ସମ୍ବେଦନଶୀଳତାର ସହିତ ବାରାଣସୀର ଜନସାଧାରଣଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ନିମନ୍ତେ ସେ ପ୍ରଶାସନକୁ ଆହ୍ବାନ କରିଥିଲେ।

ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ବର୍ତ୍ତମାନର ସଙ୍କଟ ସମୟରେ ମଧ୍ୟ ସେମାନେ ନିଷ୍ଠାପର ଭାବେ ସେମାନଙ୍କର ଦାୟିତ୍ବ ତୁଲାଉଛନ୍ତି। ସେ କହିଥିଲେ ଯେ ଆମକୁ ଗତ ବର୍ଷର ଅଭିଜ୍ଞତାରୁ ଶିକ୍ଷା ଲାଭ କରି ସତର୍କତାର ସହିତ ଆଗକୁ ବଢ଼ିବାକୁ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରାଣସୀର ପ୍ରତିନିଧି ଭାବେ ସେ ମଧ୍ୟ ସାଧାରଣ ଲୋକଙ୍କ ଠାରୁ ନିୟମିତ ମତାମତ ନେଉଛନ୍ତି। ସେ କହିଥିଲେ, ଗତ ୫-୬ ବର୍ଷ ମଧ୍ୟରେ ବାରାଣସୀରେ ଚିକିତ୍ସା ଭିତ୍ତିଭୂମିର ଉନ୍ନତିକରଣ ଓ ଆଧୁନିକୀକରଣ ହେବା ଫଳରେ କରୋନା ମୁକାବିଲାରେ ସହାୟତା ମିଳିପାରୁଛି।

ସମାନ୍ତରାଳ ଭାବେ ବାରାଣସୀରେ ଶଯ୍ୟା, ଆଇସିୟୁ ଏବଂ ଅକ୍ସିଜେନ ଉପଲବ୍ଧତା ବୃଦ୍ଧି କରାଯାଉଛି। ତେବେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ବଢ଼ୁଥିବା ଚାପକୁ ଦୃଷ୍ଟିରେ ରଖି ସମସ୍ତ ସ୍ତରରେ ପ୍ରୟାସକୁ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ବାରାଣସୀ ପ୍ରଶାସନ ଯେଉଁ ଗତିରେ ‘କାଶୀ କୋଭିଡ୍ ମୁକାବିଲା କେନ୍ଦ୍ର’ ସ୍ଥାପନ କରିଥିଲା ସେହି ଅନୁଯାୟୀ ସମସ୍ତ କ୍ଷେତ୍ରରେ କାର‌୍ୟ୍ୟର ଗତି ବଢ଼ାଇବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

‘ପରୀକ୍ଷଣ, ଚିହ୍ନଟ ଓ ଚିକିତ୍ସା’ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇ କହିଥିଲେ ଯେ ପ୍ରଥମ ଲହରୀ ଭଳି ସମାନ ରଣନୀତି ଅବଲମ୍ବନ କରାଯାଇ ଭୂତାଣୁ ବିରୋଧରେ ଲଢ଼େଇ କରାଯାଇପାରିବ। ଯଥାଶୀଘ୍ର ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା ଏବଂ ସଂକ୍ରମିତ ଲୋକମାନଙ୍କ ପରୀକ୍ଷଣ ରିପୋର୍ଟ ବାହାର କରିବା ଉପରେ ସେ ଜୋର ଦେଇଥିଲେ। ସମ୍ବେଦନଶୀଳତାର ସହିତ ରୋଗୀ ଏବଂ ଗୃହ ସଙ୍ଗରୋଧରେ ଥିବା ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ରହିଥିବା ସମସ୍ତ ଉତ୍ତରଦାୟିତ୍ବ ପାଳନ କରିବା ନିମନ୍ତେ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସରକାରଙ୍କ ସହିତ ଜଡ଼ିତ ରହି କାମ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ସେମାନଙ୍କୁ ଆହୁରି ଉତ୍ସାହିତ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସତର୍କ ଓ ସଜାଗ ରହିବା ଉପରେ ସେ ଜୋର ଦେଇଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ ନିରାକରଣ ଓ ଚିକିତ୍ସା ପାଇଁ ପ୍ରସ୍ତୁତି ସମ୍ପର୍କରେ ବାରାଣସୀ ଅଞ୍ଚଳର ଜନ ପ୍ରତିନିଧି ଓ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପରିପ୍ରେକ୍ଷୀରେ, କଣ୍ଟାକ୍ଟ ଟ୍ରେସିଂ ପାଇଁ ପ୍ରତିଷ୍ଠା କରାଯାଇଥିବା ନିୟନ୍ତ୍ରଣ କକ୍ଷ, ଗୃହ ସଙ୍ଗରୋଧରେ ରହୁଥିବା ଲୋକମାନଙ୍କ ପାଇଁ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର, ସମର୍ପିତ ଫୋନ ଲାଇନ ଆମ୍ବୁଲାନ୍ସ, ନିୟନ୍ତ୍ରଣ କକ୍ଷରୁ ଟେଲି ମେଡ଼ିସିନ ବ୍ୟବସ୍ଥା, ସହରାଞ୍ଚଳ ଆଦିରେ ଅତିରିକ୍ତ ଜରୁରିକାଳୀନ ମୁକାବିଲା ଦଳ ନିୟୋଜିତ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା ୧୯,୮,୩୮୩ ଲୋକଙ୍କୁ କୋଭିଡ ପ୍ରତିଷେଧକ ଟିକାର ପ୍ରଥମ ଡୋଜ୍ ଓ ୩୫,୦୧୪ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇସାରିଥିବା ପ୍ରଧାନମନ୍ତ୍ରୀଙ୍କୁ ସୂଚୀତ କରାଯାଇଥିଲା।

ଏହି ଭିଡିଓ କନଫରେନ୍ସିଂରେ ବାରାଣସୀର ଏମଏଲସି ଏବଂ କୋଭିଡ ଦାୟିତ୍ବରେ ଥିବା ଶ୍ରୀ ଏ.କେ ଶର୍ମା, ଜୋନ ମୁଖ୍ୟ ଶ୍ରୀ ଦୀପକ ଅଗ୍ରଓ୍ବାଲ, ପୋଲିସ କମିଶନର ଶ୍ରୀ ଏ. ସତୀଶ ଗଣେଶ, ଜିଲ୍ଲାପାଳ ଶ୍ରୀ କୌଶଳ ରାଜ ଶର୍ମା, ମହାନଗର ନିଗମ କମିଶନର ଶ୍ରୀ ଗୌରାଙ୍ଗ ରାଠି, ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଏନ.ପି ସିଂ, ଆଇଏମଏସ ବିଏଚୟୁ ନିର୍ଦ୍ଦେଶକ ପ୍ରଫେସର ବି.ଆର ମିତ୍ତଲ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ନୀଳକଣ୍ଠ ତିଓ୍ବାରୀ ଓ ଶ୍ରୀ ରବୀନ୍ଦ୍ର ଜୈଶ୍ବାଲ, ରୋହନିୟା ବିଧାୟକ ଶ୍ରୀ ସୁରେନ୍ଦ୍ର ନାରାୟଣ ସିଂ, ଏମଏଲସି ଶ୍ରୀ ଅଶୋକ ଧଓ୍ବନ ଏବଂ ଶ୍ରୀ ଲକ୍ଷ୍ମଣ ଆଚାର‌୍ୟ୍ୟ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଲାଇକସ୍‌ର ସବୁ ରେକର୍ଡ ଭାଙ୍ଗିଲା ପିଏମ୍‌ଓଙ୍କ ଏହି ଟୁଇଟ୍‌, ମୋଦି ବି କରିସାରିଛନ୍ତି ରି ଟୁଇଟ୍‌

ନୂଆଦିଲ୍ଲୀ : ଆଜି ଦେଶରେ ଜାରି ରହିଥିବା 21 ଦିନିଆ ଲକ୍‌ ଡାଉନ୍‌ର ଶେଷ ଦିବସ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ଲକ୍‌ ଡାଉନକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି ।  ପିଏମ୍‌ ଦେଶକୁ ସମ୍ବୋଧିତ କରିବା ନେଇ କାଲି ପିଏମ୍‌ଓ ତରଫରୁ ଏକ ଟୁଇଟ୍‌ ଜାରି କରାଯାଇଥିଲା । ପିଏମ୍‌ଓଙ୍କ ଅଫିସିଆଲ୍‌ ଟୁଇଟ୍‌ର ହ୍ୟାଣ୍ଡେଲ୍‌ ମୋଦିଙ୍କ ଭାଷଣର ତାରିଖ ଓ ସମୟର ସୂଚନା ଦିଆଯାଇଥିଲା । ଏହି ଟୁଇଟ୍‌ଟି ରିଟୁଇଟ୍‌ ଓ ଲାଇକ୍ସର ସବୁ ରେକର୍ଡ ଭାଙ୍ଗିଥିବାର ଜଣାପଡିଛି ।

ପୂର୍ବରୁ ପିଏମ୍‌ଙ୍କର ଟୁଇଟ୍‌ର ଏତେ କମେଣ୍ଟସ୍‌ ବା ରିଟୁଇଟ୍‌ ମିଳୁନଥିଲା । ପିଏମ୍‌ଙ୍କ ଟୁଇଟ୍‌କୁ ପାଖା ପାଖି 47 ଜହାର ଲୋକ ରିଟୁଇଟ୍‌ କରିସାରିଛନ୍ତି । ଦୁଇ ଲକ୍ଷରୁ ଅଧିକ ଲୋକ ଏହି ଟୁଇଟ୍‌କୁ ଲାଇକ୍ସ କରିଛନ୍ତି । ରିଟୁଇଟ୍‌ ମାମଲାରେ ପିଏମ୍‌ଓଙ୍କ ଟୁଇଟର ହ୍ୟାଣ୍ଡେଲ୍‌ ଦ୍ବିତୀୟ ସ୍ଥାନରେ ରହିଛଛି ।

ପ୍ରଧାନମନ୍ତ୍ରୀ ଭାଷଣର ଘୋଷଣା ପରେ ଲାଇକ୍‌କୁ ନେଇ ଏହା ପ୍ରଥମ ସ୍ଥାନରେ ରହିଥିବାବେଳେ ଚନ୍ଦ୍ରାୟନ ବାଲା ଟୁଇଟ୍‌ଟି ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ବ୍ୟାଣ୍ଟମିଣ୍ଟନ୍‌ ଷ୍ଟାର୍‌ ପିଭିସୁନ୍ଧୁ ସ୍ବର୍ଣ୍ଣ ପଦକ ଜିତିବା ପରେ ଦିଆଯାଉଥିବା ଶୁଭୋଚ୍ଛା ଟୁଇଟ୍‌ଟି । (ଏଜେନ୍ସି)