Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇସ୍ରୋ କେନ୍ଦ୍ରରେ ଗଗନୟାନ ଅଭିଯାନ ପାଇଁ ଚୟନ ହୋଇଥିବା ମହାକାଶଚାରୀଙ୍କ ନାମ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଆଜିର ଖବର

ଇସ୍ରୋ କେନ୍ଦ୍ରରେ ଗଗନୟାନ ଅଭିଯାନ ପାଇଁ ଚୟନ ହୋଇଥିବା ମହାକାଶଚାରୀଙ୍କ ନାମ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

February 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ର ପ୍ରଶିକ୍ଷଣ ନେଉଥିବା ୪ ଜଣ ପାଇଲଟଙ୍କ ନାମ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାଇଲଟମାନେ ହେଲେ ଗ୍ରୁପ୍ କ୍ୟାପଟେନ୍ ପି ବାଲକ୍ରିଷ୍ଣନ ନାୟାର, ଗ୍ରୁପ୍ କ୍ୟାପଟେନ୍ ଅଜିତ୍ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍ କମାଣ୍ଡର ଏସ୍ ଶୁକ୍ଳା। ପ୍ରଧାନମନ୍ତ୍ରୀ ୪ ଜଣ ମହାକାଶଚାରୀଙ୍କୁ ‘ମହାକାଶଚାରୀ ୱିଙ୍ଗ୍’ ପ୍ରଦାନ କରିଛନ୍ତି।

ମୁଁ ଖୁସି ଯେ ଆଜି ମୁଁ ଏହି ମହାକାଶଚାରୀମାନଙ୍କୁ ଭେଟି ସେମାନଙ୍କୁ ଦେଶ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ପାଇଛି। ମୁଁ ସେମାନଙ୍କୁ ସମଗ୍ର ଦେଶ ତରଫରୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ଆପଣମାନେ ଆଜିର ଭାରତର ଗର୍ବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି। ମହାକାଶ କ୍ଷେତ୍ରରେ ଭାରତର ସଫଳତା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବିହନ ବୁଣିଛି ବୋଲି ସେ କହିଛନ୍ତି।
କେରଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ କେରଳର ତିରୁବନନ୍ତପୁରମସ୍ଥିତ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର (ଭିଏସଏସସି) ପରିଦର୍ଶନ କରି ଗଗନଯାନ ମିଶନର ଅଗ୍ରଗତି ର ସମୀକ୍ଷା କରିଛନ୍ତି। ତାଙ୍କ ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, କେନ୍ଦ୍ରମନ୍ତ୍ରୀ ମୁରଲୀଧରନ ଏବଂ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ମଧ୍ୟ ଉପସ୍ଥିତ ଅଛନ୍ତି।

ଗଗନଯାନ ମିଶନ ବିଷୟରେ

ଗଗନୟାନ ଅଭିଯାନ ହେଉଛି ଭାରତର ପ୍ରଥମ ମାନବବାହୀ ମହାକାଶ ଅଭିଯାନ, ଯାହା୨୦୨୪-୨୦୨୫ ମଧ୍ୟରେ ଉତକ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପରେ ତିନି ଦିନିଆ ଅଭିଯାନ ପାଇଁ ୩ ଜଣିଆ କ୍ରୁଙ୍କୁ ୪୦୦ କିଲୋମିଟର କକ୍ଷପଥକୁ ପଠାଇବା ସହ ଭାରତୀୟ ସମୁଦ୍ର ଜଳରେ ଅବତରଣ କରି ସେମାନଙ୍କୁ ସୁରକ୍ଷିତଭାବେ ପୃଥିବୀକୁ ଫେରାଇ ଆଣିବାକୁ ଲକ୍ଷ୍ୟ ରଖାଯାଇଛି।

ଇସ୍ରୋ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ଏଜେନ୍ସିମାନଙ୍କ ନିକଟରେ ଉପଲବ୍ଧ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଆଭ୍ୟନ୍ତରୀଣ ଦକ୍ଷତା, ଭାରତୀୟ ଶିଳ୍ପର ଅଭିଜ୍ଞତା, ଭାରତୀୟ ଶିକ୍ଷାବିତ୍ ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକର ବୌଦ୍ଧିକ ଦକ୍ଷତାକୁ ବିଚାରକୁ ନେଇ ଏକ ଉତ୍ତମ ରଣନୀତି ମାଧ୍ୟମରେ ଏହି ଅଭିଯାନ ସମ୍ପନ୍ନ ହୋଇଛି।
ଗତ ସପ୍ତାହରେ ଇସ୍ରୋ ଏହାର ସିଇ୨୦ କ୍ରାୟୋଜେନିକ୍ ଇଞ୍ଜିନର ମାନବ ରେଟିଂ ସଫଳତାର ସହ ଶେଷ କରିଛି, ଯାହା ଏହି ଅଭିଯାନ ଆରମ୍ଭ କରିବା ପାଇଁ ଭାରତର ପ୍ରୟାସକୁ ଏକ ବଡ଼ ପ୍ରୋତ୍ସାହନ ଦେଇଛି।

ଇସ୍ରୋ ଏହାର ସିଇ୨୦ କ୍ରାୟୋଜେନିକ୍ ଇଞ୍ଜିନର ମାନବ ରେଟିଂରେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି, ଯାହା ଗଗନଯାନ ଅଭିଯାନ ପାଇଁ ମାନବ-ରେଟେଡ୍ ଏଲଭିଏମ ୩ ଉତକ୍ଷେପଣ ଯାନର କ୍ରାୟୋଜେନିକ୍ ପର୍ଯ୍ୟାୟକୁ ଶକ୍ତି ପ୍ରଦାନ କରେ ଏବଂ ୨୦୨୪ ଫେବ୍ରୁଆରି ୧୩ ରେ ଗ୍ରାଉଣ୍ଡ କ୍ୱାଲିଫିକେସନ୍ ପରୀକ୍ଷାର ଅନ୍ତିମ ପର୍ଯ୍ୟାୟ ଶେଷ ହୋଇଛି। ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରୋପଲ୍ସନ୍ କମ୍ପ୍ଲେକ୍ସରେ ଥିବା ହାଇ ଆଲଟିଚ୍ୟୁଡ୍ ଟେଷ୍ଟ୍ ଫେସିଲିଟିରେ ଉଡ଼ାଣ ସ୍ଥିତିଅନୁକରଣ କରିବା ପାଇଁ କରାଯାଇଥିବା ଭ୍ୟାକ୍ୟୁମ୍ ଇଗ୍ନିସନ୍ ପରୀକ୍ଷଣର ସପ୍ତମ ପରୀକ୍ଷଣ ଥିଲା ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

isro pmoindia
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

କୋହଲିଙ୍କ ଶେଷ ବିଶ୍ୱକପ୍‌ ହେବ ୨୦୨୭ ବିଶ୍ୱକପ୍

September 27, 2026

ମହିଳା ସଶକ୍ତିକରଣ ଓ ସହକାରିତା ସମ୍ପର୍କିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 27, 2026
Latest News

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.