Categories
ଆଜିର ଖବର ଜାତୀୟ ଖବର

ଲାଇକସ୍‌ର ସବୁ ରେକର୍ଡ ଭାଙ୍ଗିଲା ପିଏମ୍‌ଓଙ୍କ ଏହି ଟୁଇଟ୍‌, ମୋଦି ବି କରିସାରିଛନ୍ତି ରି ଟୁଇଟ୍‌

ନୂଆଦିଲ୍ଲୀ : ଆଜି ଦେଶରେ ଜାରି ରହିଥିବା 21 ଦିନିଆ ଲକ୍‌ ଡାଉନ୍‌ର ଶେଷ ଦିବସ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ଲକ୍‌ ଡାଉନକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି ।  ପିଏମ୍‌ ଦେଶକୁ ସମ୍ବୋଧିତ କରିବା ନେଇ କାଲି ପିଏମ୍‌ଓ ତରଫରୁ ଏକ ଟୁଇଟ୍‌ ଜାରି କରାଯାଇଥିଲା । ପିଏମ୍‌ଓଙ୍କ ଅଫିସିଆଲ୍‌ ଟୁଇଟ୍‌ର ହ୍ୟାଣ୍ଡେଲ୍‌ ମୋଦିଙ୍କ ଭାଷଣର ତାରିଖ ଓ ସମୟର ସୂଚନା ଦିଆଯାଇଥିଲା । ଏହି ଟୁଇଟ୍‌ଟି ରିଟୁଇଟ୍‌ ଓ ଲାଇକ୍ସର ସବୁ ରେକର୍ଡ ଭାଙ୍ଗିଥିବାର ଜଣାପଡିଛି ।

ପୂର୍ବରୁ ପିଏମ୍‌ଙ୍କର ଟୁଇଟ୍‌ର ଏତେ କମେଣ୍ଟସ୍‌ ବା ରିଟୁଇଟ୍‌ ମିଳୁନଥିଲା । ପିଏମ୍‌ଙ୍କ ଟୁଇଟ୍‌କୁ ପାଖା ପାଖି 47 ଜହାର ଲୋକ ରିଟୁଇଟ୍‌ କରିସାରିଛନ୍ତି । ଦୁଇ ଲକ୍ଷରୁ ଅଧିକ ଲୋକ ଏହି ଟୁଇଟ୍‌କୁ ଲାଇକ୍ସ କରିଛନ୍ତି । ରିଟୁଇଟ୍‌ ମାମଲାରେ ପିଏମ୍‌ଓଙ୍କ ଟୁଇଟର ହ୍ୟାଣ୍ଡେଲ୍‌ ଦ୍ବିତୀୟ ସ୍ଥାନରେ ରହିଛଛି ।

ପ୍ରଧାନମନ୍ତ୍ରୀ ଭାଷଣର ଘୋଷଣା ପରେ ଲାଇକ୍‌କୁ ନେଇ ଏହା ପ୍ରଥମ ସ୍ଥାନରେ ରହିଥିବାବେଳେ ଚନ୍ଦ୍ରାୟନ ବାଲା ଟୁଇଟ୍‌ଟି ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ବ୍ୟାଣ୍ଟମିଣ୍ଟନ୍‌ ଷ୍ଟାର୍‌ ପିଭିସୁନ୍ଧୁ ସ୍ବର୍ଣ୍ଣ ପଦକ ଜିତିବା ପରେ ଦିଆଯାଉଥିବା ଶୁଭୋଚ୍ଛା ଟୁଇଟ୍‌ଟି । (ଏଜେନ୍ସି)