ମୁମ୍ବାଇ: ସମଗ୍ର ଦେଶରେ କରୋନାର ସ୍ଥିତି ଚିନ୍ତାଜନକ। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। କରୋନା ସଂକ୍ରମଣରେ ଦେଶରେ ଅନେକ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଆଉ ଜଣେ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି। ସାମାଜିକ ଗଣମାଧ୍ୟମରେ ଏକ ଭାବ ବିହ୍ଵଳ ମେସେଜ ଲେଖିବାର ୩୬ ଘଣ୍ଟା ପରେ ମୁମ୍ବାଇର ଏହି ଡାକ୍ତରଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ସେବରୀ ଟିବି ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୀଷା ଯାଦବ (୫୧) କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ମୃତ୍ୟୁର ୩୬ ଘଣ୍ଟା ପୂର୍ବରୁ ଡା. ମନୀଷା ଫେସବୁକରେ ଏକ ଭାବବିହ୍ଵଳ ମେସେଜ ଲେଖିଥିଲ। ସେ ରବିବାର ଦିନ ଫେସବୁକରେ ପୋଷ୍ଟ କରିଥିଲେ ଯେ, “ଏହା ଅନ୍ତିମ ଗୁଡ ମର୍ଣ୍ଣିଂ ମେସେଜ ହୋଇପାରେ, ଏହି ପ୍ଲାଟଫର୍ମରେ ମୋର ଆଉ ଆପଣମାନଙ୍କ ସହ ସାକ୍ଷାତ ହୋଇନପାରେ। ସମସ୍ତେ ନିଜର ଯତ୍ନ ନିଅନ୍ତୁ। ଶରୀର ମୃତ୍ୟୁ…
Author: Samikhsya Bureau
ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡ ଟୀକାର ଦର ଧାର୍ଯ୍ୟ କରାଯାଇଛି। ଖୋଲା ବଜାରରେ ଟୀକା ବିକ୍ରି ପାଇଁ ସେରମ ଇନଷ୍ଟିଚ୍ୟୁଟ ଦର ଧାର୍ଯ୍ୟ କରିଛି। ତେବେ ରାଜ୍ୟ ସରକାରଙ୍କ ପାଇଁ ଏହି ଟୀକାର ମୂଲ୍ୟ ୪ ଶହ ଟଙ୍କା ରଖାଯାଇଥିବା ବେଳେ ଘରୋଇ ହସ୍ପିଟାଲ ପାଇଁ ୬ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ସରକାର ପକ୍ଷରୁ ଟୀକା ପାଇଁ ଏକ ନୂଆ ନିୟମ ଜାରି କରାଯାଇଥିଲା। ଏହି ନିୟମ ଅନୁଯାୟୀ, ଆସନ୍ତା ମାସ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ମିଳିବା ପାଇଁ କେନ୍ଦ୍ର ଘୋଷଣା କରିଥିଲା। ଖୋଲା ବଜାରରେ ଟୀକା ମିଳିବା ସହ ଟୀକା ଉତ୍ପାଦକ ମାନେ ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲକୁ ୫୦ ପ୍ରତିଶତ ପ୍ରଦାନ କରିବେ ବୋଲି କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୫୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ନୂଆପଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ କଟକ ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଏବଂ ସୁଦରଗଡ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ନୂଆପଡା ଜିଲ୍ଲାର ୨ ଜଣ ମୃତକଙ୍କ ମଧ୍ୟରୁ ଜଣେ ୬୬ ବର୍ଷିୟା ମହିଳାଙ୍କ ମୃତ୍ୟୁ ହିଥିବା ବେଳେ ଅନ୍ୟ ଜଣେ ୫୫ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିଭଳି କଟକ ଜିଲ୍ଲାରୁ ଜଣେ ୭୩ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ୫୫ ବର୍ଷିୟ ପୁରୁଷ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ୪୦ ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଛି। ତେବେ…
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ ଜାମନଗର ରିଫାଇନାରିରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତନ ଆଣି ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅକ୍ସିଜେନ୍ (ଅମ୍ଳଜାନ) ଉତ୍ପାଦନ କରାଯିବା ସହ ତିନିଟି ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଂଚଳକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି। ବିଗତ ଦୁଇ ଦିନ ଧରି ଦୈନିକ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଡାମନ୍ ଆଣ୍ଡ୍ ଡିଉ ଓ ଦାଦ୍ରା ଆଣ୍ଡ୍ ନଗର ହାଭେଲି କେନ୍ଦ୍ର ଶାସିତ ଅଂଚଳକୁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଅନୁସାରେ ୭୦୦ ଟନ୍ ଅକ୍ସିଜେନ୍କୁ ସ୍ୱତନ୍ତ୍ର ଟ୍ୟାଙ୍କର୍ ଜରିଆରେ ବିନା ମୂଲ୍ୟରେ ପରିବହନ କରାଯାଉଛି। ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଅତିକମ୍ରେ ୭୦,୦୦୦ ଅତି ଗୁରୁତର କୋଭିଡ୍-୧୯ ରୋଗୀଙ୍କ ଦୈନିକ ଆବଶ୍ୟକତା ପୂରଣ କରିବାକୁ ଏହି ଅକ୍ସିଜେନ୍ ଯଥେଷ୍ଟ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ସିଏସ୍ଆର୍ ଅଭିଯାନ ଅଂଶସ୍ୱରୂପ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣକୁ ଦେଖି ଆଜି ରାଜ୍ୟ ସରକାର ଦଶମ ପରୀକ୍ଷାକୁ ବାତିଲ କରିଛନ୍ତି। ପୂର୍ବରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଥିଲା। କିନ୍ତୁ ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ହେଲେ ଆଜି ଏହାକୁ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ବାତିଲ କରିଛନ୍ତି। ତତସହିତ ମଦ୍ରେସା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ବୋର୍ଡ ନିର୍ଦ୍ଧାରଣ କରିବ। ଯଦି ଏହି ଫଳାଫଳରେ କୌଣସି ଛାତ୍ରଛାତ୍ରୀ ଅସହମତି ପ୍ରକାଶ କରନ୍ତି, ତେବେ ସେମାନେ ଆଗାମୀ ଦିନରେ ପରୀକ୍ଷା ଦେଇପାରିବେ।
ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୮୧୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୦୩୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୩୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୯ ହଜାର ୩୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୯୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୫୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୪ ହଜାର ୮୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୦୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୧୬ ଜଣ, ଅନୁଗୁଳ ୧୧୧…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୯୫ ହଜାର ୪୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫୬ ଲକ୍ଷ ୧୬ ହଜାର ୧୩୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୨ ଲକ୍ଷ ୭୬ ହଜାର ୩୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୧ ଲକ୍ଷ ୫୭ ହଜାର ୫୩୮ ଆକ୍ଟିଭ୍ କେସ୍ ରହିଛି।
ସୀତାରାମ ଅଗ୍ରୱାଲ ଚିଲିକା: ଆଜିଠାରୁ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ। ଅଞ୍ଚଳର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିର, ମସଜିଦ, ଗୁରୁଦ୍ୱାର ଆଦି ଧର୍ମାନୁଷ୍ଠାନଗୁଡ଼ିକ ବନ୍ଦ ରହିବ। ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଧର୍ମାନୁଷ୍ଠାନ ଭିତରେ କେବଳ ରୀତିନୀତି ଅନୁଯାୟୀ ସୀମିତ ପୂଜକ ମାନେ ପୂଜା କରିପାରିବେ। ସମସ୍ତ ପୂଜକ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ରକ୍ଷାକରିବେ ଏବଂ ବାରମ୍ବାର ହାତ ସାନିଟାଇଜ କରିବେ। ସମସ୍ତ ଧର୍ମାନୁଷ୍ଠାନର କମିଟିମାନଙ୍କ ଦ୍ୱାରା ଧର୍ମାନୁଷ୍ଠାନ ଗୁଡିକରେ ପୂଜକମାନେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ ଏବଂ ପ୍ରବେଶ ପଥରେ ହାତ ସାନିଟାଇଜ କରିବା ବ୍ୟବସ୍ଥା ଉପଲବ୍ଧ କରେଇବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରହିଛି। ଯଦି…
ଭୁବନେଶ୍ବର, ଚୈତ୍ର ଶୁକ୍ଲ ନବମୀ ତିଥିକୁ ସାଧାରଣତଃ ରାମ ନବମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ହିନ୍ଦୁ ପୂଜା ପଦ୍ଧତିରେ ରାମ ନବମୀ ଏକ ପବିତ୍ର ତଥା ଗୁରତ୍ବ ଦିବସ ଭାବେ ପାଳନ କରାଯାଏ। ଏଙି ଦିନ ରାମ ଭକ୍ତମାନେ ସାରା ଦିନ ଉପବାସ ପାଳନ କରିଥାନ୍ତି। ତେବେ ଏହି ପୂଜା କିପରି କରାଯିବ, କେମିତି କରିବେ ସେ ନେଇ କିଛି ତଥ୍ୟ ଉପସ୍ଥାପନ କରୁଛୁ। * ସର୍ବପ୍ରଥମେ, ସ୍ନାନ କର ଏବଂ ପବିତ୍ର ହୁଅ ଏବଂ ପୂଜାପାଠ ସାମଗ୍ରୀ ସହିତ ପୂଜା ସ୍ଥାନରେ ବସ । * ପୂଜାରେ ତୁଳସୀ ପତ୍ର ଏବଂ ପଦ୍ମ ଫୁଲ ରହିବା ଜରୁରୀ । * ଶୋଦଶୋପଚରର ସମସ୍ତ ଉପାଦାନ ସହିତ ଶ୍ରୀ ରାମ ନବମୀଙ୍କୁ ପୂଜା କରନ୍ତୁ । * ଶ୍ରୀ ରାମଙ୍କର ପ୍ରିୟ ପଦାର୍ଥର ଖିର ଏବଂ ଫଳ-ମୂଳକୁ ପ୍ରସାଦ…
ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା…
ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ।
ସିଂହ- ଅତିଥିମାନେ ଆଜି ଘରେ ପହଞ୍ଚିବେ। ଆପଣ ଉତ୍ସାହଜନକ ସୂଚନା ପାଇବେ। ଆତ୍ମ ସମ୍ମାନ ରହିବ । ରିସ୍କ ନେବାକୁ ସାହସ କରିବେ। ଅନାବଶ୍ୟକ ଖର୍ଚ୍ଚ ହେବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ମକର- ଲାଭ ସୁଯୋଗ ଆସିବ। ଅଫିସରେ ଚାକିରିର ସୁଖ ଦେଖାଇବ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଇତ୍ୟାଦି ଅନୁକୂଳ ଲାଭ ଦେବ । ପରିବାରର ସହାୟତା ପାଇବାରେ ସୁଖ, ଉତ୍ସାହ ଏବଂ ସନ୍ତୁଷ୍ଟତା ରହିବ।
କୁମ୍ଭ- ବାଣିଜ୍ୟର ଲାଭ ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ମୀନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ। ପୁଂଜି ବିନିଯୋଗ ଶୁଭ ହେବ।
ବିଛା- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ପାର୍ଟି ଏବଂ ପିକନିକ୍ ଆୟୋଜନ କରାଯାଇ ପାରିବ। ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ଜୀବନ ଖୁସି ହେବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ବକ୍ତବ୍ୟରେ ନିୟନ୍ତ୍ରଣ ଆବଶ୍ୟକ। ଧନୁ- ଖରାପ ଖବର ଗ୍ରହଣ କରାଯାଇପାରେ। ଉତ୍ସାହର ଅଭାବ ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ଦୈଡ଼ ଅଧିକ ହେବ। ଘର-ପାରିବାରିକ ଚିନ୍ତାଧାରା ରହିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ ।
କନ୍ୟା- ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ଆଶା। ଅଂଶୀଦାରମାନଙ୍କ ସହଯୋଗ ମିଳିବ। ବ୍ୟବସାୟ ପାଇଁ ଏକ ବଡ ଡିଲ୍ କରିପାରିବେ। ପ୍ରଗତିର ରାସ୍ତା ପକ୍କା ହେବ। ରୋଜଗାର ବୃଦ୍ଧି ପାଇବ। ବାଣିଜ୍ୟ-ବ୍ୟବସାୟରେ ଅନୁକୂଳ ଆଗ୍ରହ ରହିବ। ତୂଳା- ଆଘାତ ଏବଂ ଦୁର୍ଘଟଣା କ୍ଷତି ହୋଇପାରେ, ଯନ୍ତ୍ରଣା ଦେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ବିବାଦକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ, ଦୁଃଖ ଆସିପାରେ।
ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଅଧସ୍ତନମାନଙ୍କ ସହାୟତା ପାଇବେ। ଟଙ୍କା ପାଇବା ସହଜ ହେବ। କର୍କଟ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା ଚିତ୍ତାକର୍ଷକ ହେବ। ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି। ରୋଜଗାର ବୃଦ୍ଧି ପାଇବ।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ଟିକା ପ୍ରସ୍ତୁତକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ସଫଳତା ଓ ପେଶାଦାର ମନୋଭାବକୁ ବେଶ ପ୍ରଶଂସା କରିଛନ୍ତି । ସାମର୍ଥ୍ୟ, ସଂସାଧନ ଓ ସେବା ଭାବ ଆମ ଟିକା ଉଦ୍ୟୋଗର ସବୁଠାରୁ ବଡ ଶକ୍ତି । ଏହା ସେମାନଙ୍କୁ ବିଶ୍ୱରେ ଭ୍ୟାକ୍ସିନ ଲିଡର ବନାଇଛି । ଦେଶର ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ଦକ୍ଷତା ଉପରେ ଭରସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସରକାର ମଇ ୧ରୁ ସମସ୍ତ ସାବାଳକଙ୍କ ଟିକାକରଣ କାର୍ୟ୍ୟକ୍ରମକୁ ଅନୁମତି ଦେଇଛନ୍ତି । ଏହି ଟିକାକରଣ ପାଇଁ କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କୁ ଉତ୍ପାଦନ କ୍ଷମତା ବଢାଇବାକୁ ସେ ଅନୁରୋଧ କରିଛନ୍ତି । ନୂଆ ଟିକା ବିକଶିତ କରିବା ପାଇଁ ବୈଜ୍ଞାନିକମାନେ ଜାରି ରଖିଥିବା ଗବେଷଣା ଓ ଉଦ୍ୟମକୁ ପ୍ରଶଂସା କରିଥିଲେ । ଖୁବ କମ ସମୟ ମଧ୍ୟରେ…
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଉପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମ୍ବୋଧନରେ ଯାହା କହିଲେ ତାହା ହେଲା.. ମୋର ପ୍ରିୟ ଦେଶବାସୀ, ନମସ୍କାର! ଆଜି ଦେଶ କରୋନା ବିରୋଧରେ ବହୁତ ବଡ ଯୁଦ୍ଧ କରୁଛି। କିଛି ସପ୍ତାହ ପୂର୍ବରୁ, ଅବସ୍ଥା ସ୍ଥିର ହୋଇଯାଇଥିଲା ଏବଂ ପରେ ଏହା କରୋନାର ଦ୍ୱିତୀୟ ତରଙ୍ଗ ସୃଷ୍ଟି ହେଲା। ଆପଣମାନେ ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି, ମୁଁ ମଧ୍ୟ ସେହି ଯନ୍ତ୍ରଣାକୁ ଅନୁଭବ କରୁଛି । ଯେଉଁମାନେ ଅତୀତରେ ପ୍ରାଣ ହରାଇଛନ୍ତି, ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ମୋର ସମବେଦନା ଜଣାଉଛି। ପରିବାର ସଦସ୍ୟ ଭାବରେ, ମୁଁ ମଧ୍ୟ ଆପଣଙ୍କ ଦୁଃଖରେ ଜଡିତ । ସାଥୀ ମୁଁ ସମସ୍ତ ଡାକ୍ତର, ଡାକ୍ତରୀ କର୍ମଚାରୀ, ପାରାମେଡିକାଲ୍ କର୍ମଚାରୀ, ଆମର ସମସ୍ତ ସ୍ୱଚ୍ଛତା ଭାଇଭଉଣୀ, ଆମ ଆମ୍ବୁଲାନ୍ସର ଡ୍ରାଇଭର, ଆମର ସୁରକ୍ଷା-ପୋଲିସ୍ କୁ ପ୍ରଶଂସା କରିବାକୁ ଚାହେଁ । କରୋନାର ପ୍ରଥମ ତରଙ୍ଗରେ ଆପଣମାନେ…
ନୂଆଦିଲ୍ଲୀ, ତାଳଚେର ସାରକାରଖାନା (ଟିଏଫଏଲ) ଦ୍ୱାରା କୋଇଲା ବାଷ୍ପୀକରଣ (କୋଲ ଗ୍ୟାସିଫିକେସନ) ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ୱତନ୍ତ୍ର ସବ୍ସିଡି ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି । ଉଦ୍ଦେଶ୍ୟ: ଦେଶରେ ରଣ କୌଶଳାତ୍ମକ ଊର୍ଜ୍ଜା ନିରାପତ୍ତା ନୀତି, ୟୁରିଆ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଓ ଦେଶରେ ଗଚ୍ଛିତ ଥିବା ବିପୁଳ କୋଇଲା ସମ୍ପଦକୁ ବିଚାରକୁ ନେଇ କେନ୍ଦ୍ର ସରକାର କୋଲ ଗ୍ୟାସିଫିକେସନ ବ୍ୟବସ୍ଥାରେ ୟୁରିଆ ଉତ୍ପାଦନ କରିବାକୁ ତାଳଚେର କାରଖାନାକୁ ଅନୁମତି ଦେବାକୁ ନୀତିଗତଭାବେ ନିଷ୍ପତି ନେଇଥିଲେ । ଏହାଦ୍ୱାରା ଦେଶର ଚାଷୀଙ୍କ ୟୁରିଆ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ । ଏଥିସହିତ ଦେଶର ପୂର୍ବାଞ୍ଚଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦୁର୍ଗା ବଜାର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମ୍ କୁ ତାଡ଼ି ଚୋରି ଉଦ୍ୟମ କରିଥିବା ୨ ଜଣ ଚୋରକୁ ଜଗତସିଂହପୁର ପୋଲିସ ଗିରଫ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ପ୍ରିୟରଞ୍ଜନ ଶତପଥୀ କହିଛନ୍ତି ଯେ, ଗତ ୧୭ ତାରିଖ ରାତିରେ ଏଟିଏମକୁ ଚୋର ମାନେ ତାଡ଼ି ଟଙ୍କା ଲୁଟ କରିବା ଉଦ୍ୟମରେ ବିଫଳ ହୋଇଥିଲେ। ତେବେ ଏଟିଏମ ଲୁଟ ନେଇ ଇଣ୍ଡିଆନ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ନିଳିମା ଶତପଥୀ ଜଗତସିଂହପୁର ଥାନାରେ ଗତ ୧୮ ତାରିଖରେ ଅଭିଯୋଗ କରିଥିଲେ।ଜଗତସିଂହପୁର ଥାନା ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳକୁ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଏବଂ ସଦର ପୋଲିସ ସଦଳବଳେ ଯାଇ ବ୍ୟାଙ୍କର ସିଡ଼ିଆର ଓ ଆଖପାଖର ସିସିଟିଭି ଫୁଟେଜକୁ ଆଧାର କରି ଏହାର…
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। କରୋନାକୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି। କରୋନା ବିପକ୍ଷରେ ଦେଶ ବଡ ଲଢେଇ ଲଢୁଛି। ଏହି ମହାମାରୀରେ ଯେଉଁମାନଙ୍କ ପ୍ରଣାହାନି ଘଟିଛି, ସେମାନଙ୍କ ପ୍ରତି ଦୁଃଖ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଦେଶର ଡାକ୍ତର, ସ୍ଵାସ୍ଥ୍ୟକର୍ମୀ କରୋନା ଯୋଦ୍ଧାଙ୍କ କାର୍ଯ୍ୟ ପ୍ରଶଂସନୀୟ। ପୂର୍ବରୁ ସେମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢିଥିଲେ। କରୋନା ବାତ୍ୟା ଭଳି ମାଡି ଚାଲିଥିଲେ ମଧ୍ୟ ଆମେ ଧର୍ଯ୍ୟ ହରାଇବା ନାହିଁ ବୋଲି ମୋଦୀ କହିଛନ୍ତି। ଗତକାଲି ଟୀକା ଉପରେ ଏକ ବଡ ନିଷ୍ପତ୍ତି ନିଯାଇଆଛି। ମେ’ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଟୀକାର ବ୍ୟବସ୍ଥା କରାଯାଉଛି। ବୈଜ୍ଞାନିକମାନେ କମ ସମୟରେ ଦୁଇଟି ଟୀକା ବିକଶିତ କରିଛନ୍ତି। କମ ମୂଲ୍ୟରେ ଦେଶରେ ଟୀକା ଉପଲବ୍ଧ ହେଉଥିବା ବେଳେ ବର୍ତ୍ତମାନ ବିଶ୍ଵର ସବୁଠାରୁ ବଡ…

