Author: Samikhsya Bureau

ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଆଜିଠୁ ମେ’ ୧୫ ପର୍ଯ୍ୟନ୍ତ ଭକ୍ତଙ୍କୁ ମାହାପ୍ରଭୁଙ୍କ ଦର୍ଶନ ଉପରେ ରୋକ୍ ଲଗାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି କଟକଣା ଲଗାଇଛି। ଆଜି ଛତିଶା ନିଯୋଗ ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ବନ୍ଦ ପାଇଁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ। ଯାହାଫଳରେ ଭକ୍ତଙ୍କୁ ମେ’ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଲାଗି ବନ୍ଦ କରାଯାଇଛି।

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକଙ୍କ କରୋନାରେ ମୃତ୍ୟୁ ହୋଇଛି। ଅଲିରାଜପୁର ଜିଲ୍ଲାର ଜୋବାଟ ବିଧାନସଭା ନିର୍ବାଚମଣ୍ଡଳୀର ବିଧାୟକ କଳାବତୀ ଭୂରିୟାଙ୍କ ୪୯ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ କରୋନାରେ ସଂକ୍ରମଣ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ହସ୍ପିଟାଲର ଚିକିତ୍ସା ଅଧିକାରୀଙ୍କ କହିବା ଅନୁଯାୟୀ, କଳାବତୀଙ୍କ ଫୁସଫୁସରେ ୭୦ ପ୍ରତିଶତରୁ ଅଧିକ ସଂକ୍ରମଣ ହୋଇଥିଲା। ଯାହାଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ସେଥିରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଆଜି ତାଙ୍କର ଅବସ୍ଥା ଅଧିକ ଗୁରୁତର ହୋଇ ମୃତ୍ୟୁବରଣ କରିଥିଲେ।

Read More

ଭୁବନେଶ୍ବର: ଆଜି ଓଡ଼ିଶାକୁ ଆଉ ୧ ଲକ୍ଷ କୋଭିସିଲ୍ଡ ଟୀକା ଡ଼ୋଜ ଆସୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ ୫୦ ହଜାର ୩୮୦ ଟୀକା ଡ଼ୋଜ ଦିଆଯାଇଛି। ୨ ଟି ଡ଼ୋଜ ନେବା ପରେ ସଂକ୍ରମଣରୁ ରକ୍ଷା ମିଳି ପାରିବ। ଆଜି ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକାକରଣ ଉପରେ ଆଲୋଚନା କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ନବନିଯୁକ୍ତ ପ୍ରଧାନ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବେ ନେଭି ରମନା ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପ୍ରଧାନ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଅଗଷ୍ଟ ୨୬ ତାରିଖ ୨୦୨୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନ୍ୟାୟାଧୀଶ ଏନଭି ରମନା ଦାୟିତ୍ଵରେ ରହିବେ।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୮୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ବଲାଙ୍ଗୀରି, ବାଲେଶ୍ଵର, ବରଗଡ, ଭଦ୍ରକ କଟକ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ସୁନ୍ଦରଗଡ ଜିଲ୍ଲାର ୨ ଜଣ ୫୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି ଜିଲ୍ଲାରୁ ଜଣେ ୫୪ ବର୍ଷୀୟ ପୁରୁଷ, ବାଲେଶ୍ଵର ଜିଲ୍ଲାରୁ ଜଣେ ୨୯ ବର୍ଷିୟ ଯୁବକ, ବରଗଡ ଜିଲ୍ଲାରୁ ଜଣେ ୪୦ ବର୍ଷୀୟ ପୁରୁଷ, ଭଦ୍ରକ ଜିଲ୍ଲାରୁ ଜଣେ ୩୮ ବର୍ଷୀୟ, କଟକ ଜିଲ୍ଲାରୁ ୬୫ ବର୍ଷିୟା ମହିଳା ଏବଂ ନୂଆପଡା ଜିଲ୍ଲାରୁ ଜଣେ ୬୦ ବର୍ଷୀୟ ପୁରୁଷଙ୍କ…

Read More

ଗଂଜାମ ଜିଲ୍ଲାର ଛତ୍ରପୁରଠାରେ ଥିବା ବିଶେଶ୍ବରାୟ ମନ୍ଦିରରେ ଭକ୍ତଙ୍କୁ ଟାଣି ଆଣୁଛି ଏହି ବୃହତ ବିଶ୍ବରୂପ ପ୍ରତିମୂର୍ତ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୬୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯ ହଜାର ୫୪୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୬୭ ହଜାର ୯୯୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୫ ଲକ୍ଷ ୫୨ ହଜାର ୯୪୦ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ବର୍ତ୍ତମାନ ଓଡିଶାକୁ କରୋନା ଆକ୍ରାନ୍ତ କରିବାର ବର୍ଷେ ଉପରେ ହେଲାଣି। ଏହି ଭିତରେ ପ୍ରକୃତରେ ଓଡିଶାରେ ମୋଟ କେତେ ଆକ୍ରାନ୍ତ ହୋଇଛନ୍ତି। ଏହିପରି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନରେ ଆସିଥାଏ। ତେବେ ସରକାରୀ ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାରେ ମୋଟ ପଜେଟିଭ ସଂଖ୍ୟା ହେଲା 4 ଲକ୍ଷ 1 ହଜାର 3 ଶହ 41। ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି 3 ଲକ୍ଷ 56 ହଜାର 3 ଜଣ। ତେବେ ଏହି ସରକାରୀ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 98 ଲକ୍ଷ 34 ହଜାର 4 ଶହ 87 ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ରାଜ୍ୟରେ ମୋଟ 43 ହଜାର 3 ଶହ 4 ଜଣ ଆକ୍ରାନ୍ତ ଅଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୮୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୭୯୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧ ହଜାର ୩୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୬ ହଜାର ୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୩ ହଜାର ୩୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୭୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୮୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୮୮ ଜଣ, ଅନୁଗୁଳ ୧୪୧…

Read More

ଭୁବନେଶ୍ବର, ଗତ କିଛି ସପ୍ତାହ ଧରି ଲଗାତର ଭାବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଆସୁଛନ୍ତି। ଆଜିର ସୂଚନା ଅନୁସାରେ ଖୋର୍ଦ୍ଧାରେ 11 ଶହ 89 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦ୍ବିତୀୟରେ ରହିଛି ସୁନ୍ଦରଗଡ ଜିଲ୍ଲା। ଏହି ଜିଲ୍ଲାରୁ 7 ଶହ 88 ଜଣ ଚିହ୍ନଟ ହଇଛନ୍ତି। ନୂଆପଡା ଜିଲ୍ଲାରୁ 5ଶହ59 ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ତୃତୀୟ ସ୍ଥାନରେ ରହିଛି। କ୍ରମାନ୍ବୟ ଭାବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Khurda: 1189 Sundargarh: 788 Nuapada: 559 Puri: 395 Kalahandi: 361 Jharsuguda: 343 Cuttack: 336 Bargarh: 290 Balangir: 234 Nawarangpur: 224 Keonjhar: 183 Sambalpur: 175 Ganjam: 161 Angul: 141 Mayurbhanj: 122 Rayagada: 116 Jajpur: 133 Nayagarh: 110 Gajapati: 96 Koraput: 67 Jagatsinghpur: 65 Balasore: 53…

Read More

ଭୁବନେଶ୍ବର, ରାଜ୍ୟରୁ 6 ହଜାର 6ଶହ  47 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ତଥ୍ୟ ପ୍ରଦାନ କରିଛି। ସେହି ଅନୁସାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  କ୍ବାରଣ୍ଟାଇନ କେନ୍ଦ୍ରରୁ 3 ହଜାର 8 ଶହ 55 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମକ ସଂଖ୍ୟା ହେଉଛି 2 ହଜାର 7ଶହ 92 ଜଣ। ଗତକାଲିର ତଥ୍ୟ ଅନୁସାରେ ଓଡିଶାରୁ ଚିହ୍ନଟ ହୋଇଥିଲେ 6 ହଜାର 215 ଜଣ। ଅର୍ଥାତ ଏହି ଦୁଇ ଦିନ ମଧ୍ୟରେ 432 ଜଣ ଅଧିକା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ପୂର୍ବ ତଥ୍ୟକୁ ହିସାବକୁ ନେଲେ ଗୋଟିଏ ଗୋଟିଏ ଦିନରେ ହଜାରେ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିଲେ।

Read More

ମେଷ- ଆଜି ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ବୃଷ– ଆଜି ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ।…

Read More

କୁମ୍ଭ- ଆଜି ଆପଣଙ୍କ ପରିବାରରେ ଖୁସି ହେବ। ପରିବାର ସହିତ ସମୟ ବିତାଇବେ। ବିବାହିତ ଲୋକମାନେ ସେମାନଙ୍କର ପାରିବାରିକ ଜୀବନରେ ଖୁସି ହେବେ। ଜୀବନ ସାଥୀ ଆପଣଙ୍କୁ ଖୁସି ଦେବାକୁ ଚେଷ୍ଟା କରିବେ ଏବଂ ଆପଣଙ୍କ ପାଇଁ କିଛି ନୂଆ କରିବେ। ମୀନ-ଆଜିର ଦିନଟି ଆପଣଙ୍କ ପାଇଁ ଦ୍ରୁତ ଗତିରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି, ଆପଣଙ୍କ ମନ କୈଣସି ଜାଗାରେ ରହିବ ନାହିଁ, କିନ୍ତୁ ଅନେକ ଯୋଜନା ଏକାସାଙ୍ଗରେ ଆପଣଙ୍କ ମନରେ ଘଟିବ, ଯେପରିକି କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆପଣ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଭଲ ଉପଦେଶ ପାଇବ।

Read More

ଧନୁ- ଆଜି ଆପଣଙ୍କ ପାଇଁ ଅନୁକୂଳ ଦିନ। ଆପଣଙ୍କର ଉଦ୍ୟମ ଅର୍ଥ ଦୃଷ୍ଟିରୁ ସଫଳ ହେବ। କୈଣସି ସ୍ଥାନରୁ ଟଙ୍କା ଆସିବ ଏବଂ ଆପଣଙ୍କର ଅଟକି ଯାଇଥିବା କାମ ପୁଣି ଆରମ୍ଭ ହେବ। ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । ପାରିବାରିକ ଜୀବନ ଆପଣଙ୍କୁ ଶକ୍ତିଶାଳୀ କରିବ। ଆଜି ପ୍ରେମ ଜୀବନରେ ଶୁଭ ଦିନ । ମକର- ଆଜି ଆପଣ ଭଲ ଫଳାଫଳ ପାଇବ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିବ। ଆପଣ କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟ ଆପଣଙ୍କୁ ସନ୍ତୁଷ୍ଟ କରିବ। ପ୍ରେମ ଜୀବନରେ ଆପଣ ରୋମାନ୍ସ କରିବାର ଏକ ସୁଯୋଗ ପାଇବେ।

Read More

ତୂଳା- ଆପଣଙ୍କର ଆଜି ଏକ ସାଧାରଣ ଦିନ ରହିବ ।  ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ, ଯାହା ଆପଣଙ୍କୁ ଏଥିରେ ସାହାଯ୍ୟ କରିବ । କୈଣସି ସ୍ଥାନରୁ ହଠାତ୍ ରାଶି ଆସିବ ଏବଂ ଆପଣଙ୍କ ଚେହେରାରେ ଫୁଲ ଫୁଟିବ । ତଥାପି, ପରିବାରରେ କିଛି ଟେନସନ ହୋଇପାରେ । ବିଛା-  ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ହେବ । ଏହାକୁ ଧ୍ୟାନ ଦେବାକୁ ପଡିବ । ଖର୍ଚ୍ଚ ବୃଦ୍ଧି ପାଇବ । ମାନସିକ ଚାପ ଦ୍ୱାରା ଆପଣ ଅନାବଶ୍ୟକ ଭାବରେ ବିଚଳିତ ହେବେ, କିନ୍ତୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ । ବିବାହିତ ଲୋକମାନେ ଘରୋଇ ଜୀବନରେ ନିଜ ପତି-ପତ୍ନୀଙ୍କ ନିକଟତର ହେବେ ଏବଂ ପରସ୍ପର ସହିତ ବୁଝାମଣା ଭଲ ହେବ ।

Read More

ସିଂହ- ଆଜି ଭ୍ରମଣର ସମୟ ରହିଛି, କିନ୍ତୁ ସତର୍କତା ରଖନ୍ତୁ କାରଣ ଭ୍ରମଣ ସମୟରେ କିଛି ଅସୁବିଧା ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୁର୍ବଳ ରହିବ। ଆଜି ଖର୍ଚ୍ଚ ବଢିବ, ଯାହା ଆପଣଙ୍କ ଟେନସନକୁ ବଢାଇପାରେ। ଆୟ ସ୍ୱାଭାବିକ ହେବ। କନ୍ୟା- ଆଜି ଟଙ୍କା ଆସିବ ଏବଂ ଆୟକୁ ମଜବୁତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ। ଘର ମାଲିକମାନଙ୍କ ପାଇଁ ଉପହାର ଆଣିପାରେ । ପ୍ରେମ ଜୀବନରେ କିଛି ଅସୁବିଧା ହେବ। ଆପଣଙ୍କ ପ୍ରିୟଙ୍କ ମଧ୍ୟରେ ସଠିକ୍ ବୁଝାମଣା ହୋଇପାରିବ ନାହିଁ ଏବଂ ବିବାହିତ ଲୋକମାନେ ସେମାନଙ୍କ ଘର ଜୀବନକୁ ଭଲ ଉପଭୋଗ କରିବେ।

Read More

ମିଥୁନ– ଆଜି ଆପଣ ନିଜ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଭଲ ପାଇବେ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବେ । ଏହା ଆପଣଙ୍କୁ ଏକ ନୂତନତା ଅନୁଭବ ଆଣିବ ଏବଂ ଶକ୍ତି ବୃଦ୍ଧି କରିବ। ବିବାହିତ ଲୋକମାନେ ସେମାନଙ୍କର ଘରୋଇ ଜୀବନରେ କିଛି ଚାପ ଅନୁଭବ କରିବେ ଏବଂ ଘରେ କୈଣସି ସମସ୍ୟା ଏହା ହୋଇପାରେ । କର୍କଟ- ଆଜି ପାରିବାରିକ ଜୀବନରେ ପ୍ରେମର ଏକ ନୂଆ ଅନୁଭବ ଦେଖାଯିବ ଏବଂ ପରିବାର ସହିତ କୈଣସି ସ୍ଥାନରେ ଖାଇବାକୁ ବାହାରକୁ ଯିବାର କଳ୍ପନା ସୃଷ୍ଟି ହେବ । ବ୍ୟବସାୟରେ କିଛି ଅସୁବିଧା ହୋଇପାରେ, କିନ୍ତୁ କାମ ପାଇଁ ଭଲ ହେବ ।

Read More

ମେଷ- ଆଜି ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ବୃଷ– ଆଜି ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ ।

Read More

ନୂଆଦିଲ୍ଲୀ, ଆସନ୍ତାକାଲି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ଇ-ପ୍ରପଟି କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଦିନ ୧୨ଟା ବେଳେ ଏହା କରାଯିବ । ଏଥିସହ ସାରା ଦେଶରେ ସ୍ୱାମୀତ୍ୱ ଯୋଜନା ତ୍ୱରାନ୍ୱିତ ହେବା ସହିତ ୪.୦୯ଲକ୍ଷ ଜମି ମାଲିକଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏଥିରେ ଉପସ୍ଥିତ ରହିବେ। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୧ ମଧ୍ୟ ପ୍ରଦାନ କରିବେ । ଜାତୀୟ ପଞ୍ଚାୟତ ସମ୍ମାନ ନିମ୍ନଲିଖିତ ଶ୍ରେଣୀରେ ପ୍ରଦାନ କରାଯାଇଥାଏ । ତାହା ହେଲା : ୨୨୪ଟି ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ସଶକ୍ତିକରଣ ପୁରସ୍କାର, ନାନାଜୀ ଦେଶମୁଖ ଜାତୀୟ ଗୌରବ ଗ୍ରାମ୍ୟ ପୁରସ୍କାର, (୩୦ଟି ଗ୍ରାମ ପଞ୍ଚାୟତ), ଗ୍ରାମପଞ୍ଚାୟତ ବିକାଶ ଯୋଜନା ପୁରସ୍କାର (୨୯ଟି ଗ୍ରାମପଞ୍ଚାୟୟତ, ଶିଶୁ ସୁଲଭ ଗ୍ରାମପଞ୍ଚାୟତ ପୁରସ୍କାର, ୩୦ଟି…

Read More

ନୂଆଦିଲ୍ଲୀ, କରୋନା ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ଅଧ୍ୟକ୍ଷତା କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢିଛି । ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟ ତଥା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରଗୁଡିକରେ ଏକ ସଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହି ମହାମାରୀର ମୁକାବିଲା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । କରୋନାର ପ୍ରଥମ ସଂକ୍ରମଣ କାଳରେ ଭାରତ ଏହାର ମୁକାବିଲା କରିବାରେ ଯେଉଁ ସଫଳତା ଲାଭ କରିଥିଲା, ତା’ ପଛରେ ମିଳିତ ଉଦ୍ୟମ ଓ ଲଢେଇ ଥିଲା ପ୍ରମୁଖ କାରଣ । ଏବେ ଏହି ଦ୍ୱିତୀୟ ଲହରକୁ ସମ୍ମିଳିତ ଭାବେ ସମସ୍ତ ଶକ୍ତି ଖଟାଇ ପ୍ରତିରୋଧ କରିହେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଲଢେଇରେ ରାଜ୍ୟମାନଙ୍କୁ କେନ୍ଦ୍ର…

Read More

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି। ବିଶ୍ବକେଶନ କଂଗ୍ରେସ ସେବା ଦଳର ପୂର୍ବତନ ପୁରୀ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିଲେ। ଆଜି ଦଳର ହାଇକମାଣ୍ଡ ତାଙ୍କ ନାଁକୁ ମୋହର ମାରିଛନ୍ତି। ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ମୁକୁଲ ୱାସନିକ ଏନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ। ମେ’ ୧୯ ତାରିଖରେ ଏହି ଉପନିର୍ବାଚନର ଭୋଟ ଗଣତି ହେବ। ପୂର୍ବରୁ ଏହି ଉପନିର୍ବାଚନ ଏପ୍ରିଲ ୧୭ ତାରିଖରେ ହେବାକୁ ଥିଲା। କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

Read More