ହାଜର ହଜାର ଭକ୍ତଙ୍କ ମେଳରେ କୋଅମ୍ବାଟୁରସ୍ଥିତ ସଦଗୁରୁ ଆଶ୍ରମରେ ଚାଲିଛି ମହାଶିବରାତ୍ରୀ ପୂଜା
Author: Samikhsya Bureau
ସୌନ୍ଦର୍ଯ୍ୟକରଣ ପରେ ମହାଶିବରାତ୍ରୀରେ ଏହା ହେଉଛି ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିରର ଦୃଶ୍ୟ
କୁମ୍ଭ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏକ ଦୀର୍ଘ ଯାତ୍ରା ଯୋଜନା କରାଯାଇପାରେ । କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ମୀନ- ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ନୂତନ ପୋଷାକ କିଣା ଉପରେ ଖର୍ଚ୍ଚ ହେବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଭଲ ଫଳାଫଳ ଦେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ।
ଧନୁ- ଦୁଃଖଦ ଖବର ମିଳିପାରେ । ଚାକିରିରେ ରହିବେ । ବିବାଦରୁ ଦୂରରେ ରୁହନ୍ତୁ । କ୍ରନିକ୍ ରୋଗ ସମସ୍ୟା ସୃଷ୍ଟି କରିପାରେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଅନାବଶ୍ୟକ ଚାପ ଏବଂ ଚିନ୍ତା ହେବ । ମକର – ପ୍ରୟାସ ସଫଳ ହେବ । ଦୀର୍ଘ ସମୟ ଧରି କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ଅଛି। ପରିବାର ସହାୟତା ଗ୍ରହଣ କରାଯିବ । ରିସ୍କ ନେବାକୁ ସାହସ କରିବେ । ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ଆସିବ ।
ତୂଳା- ଜମି ଏବଂ କୋଠା କ୍ରୟ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ । ବ୍ୟବସାୟ ଏକ ବଡ଼ ଲାଭ ହୋଇପାରେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ। ବିଛା- ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁସ୍ୱାଦୁ ଖାଦ୍ୟଗୁଡ଼ିକ ଉପଭୋଗ ହେବ । ଛାତ୍ର ଶ୍ରେଣୀ ସେମାନଙ୍କ କ୍ଷେତ୍ରରେ ସଫଳତା ହାସଲ କରିବେ । ଜଣେ ଜ୍ଞାନୀ ବ୍ୟକ୍ତି ମାର୍ଗଦର୍ଶନ ଗ୍ରହଣ କରିବେ ।
ସିଂହ- କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସାବଧାନରେ କରନ୍ତୁ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ। ସମୟ ଭଲ ଅଟେ । କଥାବାର୍ତ୍ତାରେ ନିୟନ୍ତ୍ରଣ ହେବା ଆବଶ୍ୟକ । ବ୍ୟବସାୟର ଲାଭ ବୃଦ୍ଧି ପାଇବ। କନ୍ୟା- କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟରେ ଅଟକି ରହିଥିବା କାର୍ଯ୍ୟଗୁଡ଼ିକରେ ସୁସଙ୍ଗତତା ରହିବ । ଲାଭ ସୁଯୋଗ ଆସିବ । ଦାମ୍ପତ୍ୟ ଜୀବନରେ ସୁଖ ମିଳିବ । ଅଧସ୍ତନମାନଙ୍କ ସହଯୋଗ ଯୋଗାଇ ଦିଆଯିବ । କୌଣସି ପ୍ରକାର ବିବାଦ ଭିତରକୁ ଯାଆନ୍ତୁ ନାହିଁ ।
ମିଥୁନ- ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ । ଆର୍ଥିକ ଅଭିବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ସୁଦୃଢ କରିବା ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ ହେବ । ତୁରନ୍ତ କୈଣସି ଲାଭ ହେବ ନାହିଁ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ । ରୋଗ କ୍ଷତି କରିପାରେ, ସାବଧାନ ରୁହନ୍ତୁ । କର୍କଟ- ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ସୃଷ୍ଟି ହେବ । ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇବେ । କୋର୍ଟ କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ । ବଣିକ ଶ୍ରେଣୀ ଲାଭର ଅଭିବୃଦ୍ଧି ଉପଭୋଗ କରିପାରିବ । ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ ।
ମେଷ- ଆଶା ଏବଂ ନିରାଶା ମଧ୍ୟରେ ସମୟ ଅତିବାହିତ ହେବ । ଆର୍ଥିକ ଅସୁବିଧା ହେବ । ଅଯଥା ଖର୍ଚ୍ଚ ହେବ । ଠିକ୍ ସମୟରେ କାମ ନ କରିବା କାରଣରୁ ଚାପ ପଡ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟରେ କଠିନ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ବୃଷ- ବକେୟା ପୁନରୁଦ୍ଧାର ଠିକ୍ ସମୟରେ ହେବ । ଚାକିରିରେ ଜଣେ ଉଚ୍ଚ ପଦାଧିକାରୀଙ୍କ ସହଯୋଗରେ ଆନନ୍ଦ ପାଇବେ । ବ୍ୟବସାୟ ଭ୍ରମଣ କଷ୍ଟଦାୟକ ହେବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଶୁଭ ହେବ । ଭାଇମାନଙ୍କ ସମର୍ଥନ ପାଇବେ । ଘର ବାହାରେ ସୁଖ ମିଳିବ । ଭାଗ୍ୟ ଅନୁକୂଳ ଅଟେ ।
ମହାଶିବରାତ୍ରୀରେ ପ୍ରଭୃ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ପୂର୍ବରୁ କରାଯାଉଛି ମନ୍ଦିର ପରିକ୍ରମା
ମହାଶିବରାତ୍ରୀ ଉପଲକ୍ଷେ ପ୍ରଭୃ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ମନ୍ଦିର ଶୀର୍ଷରେ ସ୍ଥାପନ କରାଯାଉଛି
ଭୁବନେଶ୍ବର: ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଛି। ପାରମ୍ପରିକ ବେଢା ପରିକ୍ରମା ପରେ ମହାଦୀପ ଉଠିଛି। ପୂର୍ବରୁ ରାତି ୧୦ ଟା ସମୟରେ ମହାଦୀପ ଉଠିବାର ସମୟ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ରାତି ୯:୩୦ ମିନିଟ ସମୟରେ ମହାଦୀପ ଉଠିଛି। ମହାଦୀପ ଉଠିଲା ବେଳେ ମନ୍ଦିର ପରିସରରେ ଭକ୍ତିମେୟ ପରିବେଶ ସୃଷ୍ଟି ହୋଇଥିଲା।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ଶ୍ରେଷ୍ଠ ପୋଲିସ୍ ଅଫିସର ଭାବେ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାୟଙ୍କ ସମେତ ଅନ୍ୟ ୩ ଜଣ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ଗଂଜାମ ଜିଲ୍ଲା କୃମି କ୍ଷେତ୍ରୀୟ ସମାଜ ପକ୍ଷରୁ ସଦସ୍ୟମାନେ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାୟଙ୍କ କାର୍ଯ୍ୟାଳୟରେ ପହଞ୍ଚି ପୁଷ୍ପଗୁଚ୍ଛ, ଉପଢ଼ୌକନ, ବସ୍ତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହାସହ ତିନିଜଣ ଏଏସ୍ପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ ଏବଂ ଅଶୋକ କୁମାର ମହାନ୍ତିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ କୃମି ସମାଜର ସଭାପତି ଇଂଜିନିୟର ଅଭିମନ୍ୟୁ ପ୍ରଧାନ ଓ ସମାଜସେବୀ ରାକେଶ ପ୍ରଧାନ ଉପସ୍ଥିତ ଥିଲେ। ସମସ୍ତଙ୍କୁ ମାନପତ୍ର ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋପାଳପୁର ସମୁଦ୍ର ବେଳାଭୂମି ନିକଟରେ ସମୁଦ୍ର ବୁଲିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିବା ଏକ ବେଲୁନ୍ ବୋଟଟି ଓଲଟି ପଡ଼ିଥିବାବେଳେ ସୌଭାଗ୍ୟବଶତଃ କୌଣସି କ୍ଷତି ଘଟିନାହିଁ। ଘଟଣାରୁ ପ୍ରକାଶ ଯେ, ସବୁଦିନ ପରି ଏକ ୯ ଜଣିଆ ପର୍ଯଟକ ଦଳ ଯେଉଁଥିରେ କି କିଛି ବୃଦ୍ଧ, ଯୁବକ ଏବଂ ପରିବାର ସଦସ୍ୟମାନେ ସମୁଦ୍ର ମଧ୍ୟକୁ ବୁଲିବାକୁ ଏକ ବେଲୁନ୍ ବୋଟ ଭଡ଼ା କରି ଯାଇଥିଲେ। ସମୁଦ୍ର ମଧ୍ୟରୁ ଫେରିବା ବେଳେ ବେଳାଭୂମି ନିକଟରେ କିଛି ବ୍ୟକ୍ତି ବୋଟ ଉପରେ ଛିଡ଼ା ହୋଇହୋଇପଡ଼ିବା ଫଳରେ ବୋଟ୍ଟି ଓଲଟି ଯାଇଥିଲା। ଫଳରେ ବୋଟରେ ବସିଥିବା ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟକୁ ପଡ଼ିଯାଇଥିଲେ। ସଂଗେ ସଂଗେ ବେଳାଭୂମି ନିକଟରେ ଥିବା ଲାଇଫ୍ଗାର୍ଡ଼ ସଦସ୍ୟମାନେ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତଟ ନିକଟରେ ଏହି ଦୁର୍ଘଟଣାଟି ଘଟିଥିବାରୁ କାହାର କିଛି କ୍ଷତି ହୋଇନାହିଁ। ବୋଟର ସମସ୍ତ ଯାତ୍ରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି।…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକ ଜିଲ୍ଲାରୁ ୧୬, ସୁନ୍ଦରଗଡରୁ ୧୩, ସମ୍ବଲପୁରରୁ ୧୨, ଖୋର୍ଦ୍ଧାରୁ ୮, ମୟୂରଭଞ୍ଜରୁ ୬, ବାଲେଶ୍ବରରୁ ୫, ଝାରସୁଗୁଡ଼ାରୁ ୫, ନବରଙ୍ଗପୁରରୁ ୪, ପୁରୀରୁ ୪, ସୋନପୁରରୁ ୪, ବରଗଡରୁ ୩, ଅନୁଗୁଳରୁ ୨, ନୟାଗଡରୁ ୨ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୪୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୯୨ କୁ ବୃଦ୍ଧି ହୋଇଛି। ତେବେ ୬୧୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ହୋମିଓ ପ୍ୟାଥିକ ଚିକିତ୍ସା ଲୋକଙ୍କ ମଧ୍ୟରେ ପୁଣିଥରେ ଅସ୍ଥାଭାଜନ ହେଉଛି। ବିଶେଷକରି ଗ୍ରାମାଞ୍ଚଳ ଲୋକଙ୍କ ଅପେକ୍ଷା ସହରାଞ୍ଚଳର ଲୋକେ ଏହି ଚିକିତ୍ସାକୁ ଏବେ ବେଶୀ ପ୍ରାଧାନ୍ୟ ଦେଉଛନ୍ତି। ଏହି ଚିକିତ୍ସା ମାଧ୍ୟମରେ ବହୁ ସାଂଘାତିକ ରୋଗ ମଧ୍ୟ ଦୂର ହେଉଥିବାର ଦେଖିବାକୁ ମିଳୁଛି। ତେଣୁ ଜନସାଧାରଣମାନେ ବର୍ତ୍ତମାନ ଏହି ଚିକିତ୍ସା ବ୍ୟବସ୍ଥା ଉପରେ ପୁଣିଥରେ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି। ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଗାନ୍ଧୀ ଛକ ନିକଟରେ ଏକ ହୋମିଓ କ୍ଲିନିକର ଶୁଭ ଉଦଘାଟନ ହୋଇଯାଇଛି। ଡାକ୍ତର ପ୍ରେମଲତା ଦେବୀ ତଥା ବାଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଏହି କ୍ଲିନିକକୁ ଉଦଘାଟନ କରିଛନ୍ତି। ଏହି କ୍ଲିନିକର ନାମ ସ୍ଵର୍ଣ୍ଣ ହୋମିଓ ହଲ୍ ରଖାଯାଇଥିବା ବେଳେ ଦୁଇଜଣ ପ୍ରତିଷ୍ଠିତ ଡାକ୍ତର ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଦେବେ। ଉଲ୍ଲେଖ ଯୋଗ୍ୟ ଯେ, ପଦ୍ମାବତୀ ଶତୃଶଲ୍ୟ ଟ୍ରଷ୍ଟର ଆର୍ଥିକ ସହାୟତାରେ ଭିନ୍ନକ୍ଷମ ଏବଂ ୭୫ ବର୍ଷରୁ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତଙ୍କ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୫୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ପଞ୍ଚାୟତ କିଆ ଗୋରଡ଼ା ଗ୍ରାମର ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣଙ୍କ ହେଲେ ଉକ୍ତ ଗ୍ରାମର ନମିତା ବେହେରା(୨୨)। ମିଳିଥିବା ସୂଚନା ଅନୁଯାୟୀ, ନମିତା ଗତକାଲି (ବୁଧବାର) ମଧ୍ୟାହ୍ନ ସମୟରେ ବାଣପୁର ନିକଟସ୍ଥ ଏକଡାଳିଆ ଗ୍ରାମ ରାସ୍ତାରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ବେଳେ ରାସ୍ତାରେ ଯାଉଥିବା କିଛି ସହୃଦୟ ବ୍ୟକ୍ତି ନମିତାଙ୍କ ଆଶୁ ଚିକିତ୍ସା ନିମନ୍ତେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ନମିତାଙ୍କ ମୁହଁରୁ କିଛି ଫେଣ ବାହାରୁଥିଲା, ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅପରାହ୍ନ ୩:୩୦ ଟା ସମୟରେ ମୃତ୍ୟୁ ହୋଇଥିଲା। ଡାକ୍ତର ବାଣପୁର ଥାନାରେ ଏ ନେଇ ସୂଚନା ଦେବାପରେ ପୋଲିସ ଆଜି ସକାଳେ ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ…
କେଦାର ମିଶ୍ର ଆଠଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରାୟ ଦୁଇ ମାସ ଧରି ଗୋଟେ ରାଜ୍ୟର ବିଧାନସଭା ନିର୍ବାଚନ ହେବା, ଗୋଟେ ବିରଳ ଘଟଣା। ଏହି ସମାନ ସମୟରେ ଆଉ ଚାରୋଟି ରାଜ୍ୟ ବିଧାନସଭା ଲାଗି ନିର୍ବାଚନ ହେବ। ତାମିଲନାଡୁ ଭଳି ବଡ ରାଜ୍ୟର ନିର୍ବାଚନ ପଶ୍ଚିମ ବଙ୍ଗ ସହିତ ହେବାକୁ ଯାଉଛି। ତାମିଲନାଡୁରେ ବିଧାନସଭା ଆସନ ସଂଖ୍ୟା ୨୩୪ ହୋଇଥିବା ବେଳେ ପଶ୍ଚିମ ବଙ୍ଗ ବିଧାନସଭାର ଆସନ ସଂଖ୍ୟା ୨୯୪। ନିର୍ବାଚନ କମିଶନ ତାମିଲନାଡୁରେ ଏପ୍ରିଲ ୬ ତାରିଖ ଦିନ ଗୋଟିଏ ପର୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପଶ୍ଚିମ ବଙ୍ଗରେ ୨୭ ମାର୍ଚ୍ଚ ରୁ ୨୯ ଏପ୍ରିଲ ପର୍ୟନ୍ତ ୮ ଟି ପର୍ୟାୟରେ ନିର୍ବାଚନ ହେବ। ରାଜନୈତିକ ହିଂସା କାରଣରୁ ଏ ପ୍ରକାର ନିର୍ବାଚନ କରିବା ଜରୁରୀ ଥିଲା ବୋଲି ନିର୍ବାଚନ କମିଶନ କହିଛନ୍ତି। ତେବେ ପଶ୍ଚିମ ବଙ୍ଗ ନିର୍ବାଚନରେ କେବଳ ରାଜନୈତିକ ହିଂସା…
ଭୁବନେଶ୍ବର: ଆଜି ରାଜ୍ୟରେ ୭ ଟି ଜିଲ୍ଲାକୁ ଘୂର୍ଣ୍ଣିଝଡ ଏବଂ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି। ଆସନ୍ତା ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଘୂର୍ଣ୍ଣିଝଡ ଓ ବଜ୍ରପାତର ସତର୍କ ସୂଚନା ମିଳିଛି। କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ପାଇଁ ସତର୍କ ସୂଚନା ମିଳିଛି। ଆଜି ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଦେଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୨୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୩୨୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୦୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୪ ଟି ଜିଲ୍ଲାରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରୁ ୧୪ ଜଣ, ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ଵର ଜିଲ୍ଲାରୁ ୭ ଜଣ, କଟକ ଜିଲ୍ଲାରୁ ୧୧ ଜଣ, ଦେବଗଡ…
ରମେଶ ମହାନ୍ତି ଜଗତସିଂହପୁର: ଯୋଉ ସ୍ତ୍ରୀର ହାତଧରି ଦିନେ ବାହାହୋଇ ସାତ ଜନମ ପାଇଁ ନିଜର କରି ନେଇଥିଲା। ଆଜି ତା ପ୍ରତି ଛାତି ଥରେଇ ଦେଲା ଭଳି ଅମାନୁଷିକ ଅତ୍ୟାଚାର କରିଛି ନୃଶଂସ ସ୍ୱାମୀ। ଚୁଲି ମୁଣ୍ଡାରେ ରୋଷେଇ କରୁଥିବା ବେଳେ ଚୁଲି ଖେଂଚା ରଡ୍ କୁ ପରିସ୍ରା ଦ୍ୱାରରେ ପୁରେଇ ଦେଇଥିଲା ନିଶାସକ୍ତ ନୃଶଂସ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏରସମା ଥାନା ଅନ୍ତର୍ଗତ ଆମ୍ବିକି ପଞ୍ଚାୟତର କିଆଦା ଗ୍ରାମରେ। ଅଭିଯୋଗ ଅନୁଯାୟୀ କିଆଦା ଗ୍ରାମ ଦଳିତ ସାହିର ଧୋବି ସାମଲଙ୍କର ଦୁଇ ପୁଅ ଓ ଦୁଇ ଝିଅ ମଧ୍ୟରୁ ଶ୍ରୀମତୀ ହେଉଛି ସାନଝିଅ। ଦିର୍ଘ ୨୫ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଧିନସ୍ଥ ଖୁରୁଷିଆ ପାଟଳିପଂକ ପଞ୍ଚାୟତ ସ୍ଥିତ କୋରଟପଙ୍ଗା ଗ୍ରାମର ଟୁକୁନା ଜେନା ସହିତ ଶ୍ରୀମତୀର ବିବାହ ହୋଇଥିଲା। ବିବାହ ପରେ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ରହୁଥିବା ସ୍ୱାମୀ…

