ଭୁବନେଶ୍ୱର, ଓଡ଼ିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ବିଧାନସଭାର ଚଳିତ ଷଷ୍ଠ ଅଦିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅର୍ଥମନ୍ତ୍ରୀଙ୍କ ବଡେଟ୍ ଭାଷଣ ମଧ୍ୟ ଇ-ମୋଡରେ କାର୍ଯ୍ୟକାରୀ ହୋଇଥିଲା। ତେବେ ବିଧାନସଭାର ନିୟମିତ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମକୁ ମଧ୍ୟ ଇ-ମୋଡରେ କାର୍ୟ୍ୟକାରୀ କରିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି । ଏଥିପାଇଁ ଆଜି ନେଭା ସେଲକୁ ବାଚସ୍ପତି ଡ଼ଃ. ସୂର୍ୟ୍ୟ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି । ଏଥିରେ ୧୦ ଜଣ ବୈଷୟିକ ତାଲିମ ପ୍ରାପ୍ତ କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନେ ଇ-ବିଧାନସଭା ଅନ୍ତର୍ଗତ ବିଭିନ୍ନ ଆପର ବିକାଶ କରିବେ ଏବଂ ଜନସାଧାରଣ ବିଧାନସଭାରେ ହେଉଥିବା ବିଭିନ୍ନ ଆଲୋଚନାର ବିବରଣୀ ପାଇପାରିବେ । ବାଚସ୍ପତି ଡ଼ଃ. ପାତ୍ର ଏହାଦ୍ୱାରା ବିଧାନସଭା ଜନସାଧାରଣ ମଧ୍ୟରେ ସମ୍ପର୍କର ସେତୁ ଯୋଡ଼ି ହୋଇପାରିବ ବୋଲି ଆଶା ପ୍ରକାଶ କରିବା ସହ ନିଷ୍ଠାପର ଭାବେ କାର୍ୟ୍ୟ କରିବାକୁ NIC ର କର୍ମକର୍ତ୍ତା…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ କରୋନା ରିପୋର୍ଟ ଆଜି ପଜିଟିଭ ଆସିଛି। କୌଣସି କାରଣରୁ ଗତ ୮ ତାରିଖରେ ସେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଛୁଟି ପାଇଁ ଆବେଦନ କରଥିଲେ। ଏହାପରେ ଅସୁସ୍ଥତା ଅନୁଭବ କରିବାରୁ ସେ କଟକସ୍ଥିତ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ା ପ୍ରମୋଦ କୁମାର ପାଢ଼ୀ ଏନେଇ ସୂଚନା ଦେଇଛନ୍ତି । ତେବେ ଏହି ଖବର ପ୍ରଚାର ହେବା ମାତ୍ରେ ସାରା କଲେଜରେ ବର୍ତ୍ତମାନ ଭୟର ବାତାବରଣ ଖେଳିଯାଇଛି। କାରଣ ଜନୈକ ଅଧ୍ୟାପିକା ପ୍ରତିଦିନ ଅନର୍ସ କ୍ଲାସ କରିବା ସହ କଲେଜର ଅନ୍ୟ କର୍ମଚାରୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି। ତେବେ ପ୍ରାଥମିକ ପର୍ଯ୍ୟାୟରେ କଲେଜ କର୍ତ୍ତୃପକ୍ଷ ସମ୍ପୃକ୍ତ ଡିପାର୍ଟମେଣ୍ଟକୁ ସାନିଟାଇଜ କରାଇଛନ୍ତି। ଏ ନେଇ ଆମ ପ୍ରତିନିଧି କଲେଜ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା…
ଭୁବନେଶ୍ବର, ଓଡିଆ ଚଳଚିତ୍ରର ଲୋକପ୍ରିୟ କଳାକାର ଦମ୍ପତି ସବ୍ୟର୍ଚ୍ଚିତା ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ସାକ୍ଷାତ କରିଛନ୍ତି। ଚଳିତ ମାସରେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ରାଜସ୍ଥାନର ଜୟପୁରରେ ବିବାହ କରିଥିଲେ। ସେଠାରୁ ଆସିବା ପରେ ନବଦମ୍ପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଇଥିଲା। ଏହାପରେ ଉଭୟ ସବ୍ୟର୍ଚ୍ଚିତା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ବୈବାହିକ ଜୀବନରେ ସଫଳ ହେବା ପାଇଁ ରାଜ୍ୟପାଳଙ୍କଠାରୁ ଆର୍ଶିବାଦ ଭିକ୍ଷା କରିଛନ୍ତି।
ଅହମ୍ମଦାବାଦ: ଆସନ୍ତାକାଲିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟିର ପ୍ରଥମ ମ୍ୟାଚ ଖେଳାଯିବ। ଟି-ଟ୍ୱେଣ୍ଟିର ସମସ୍ତ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଇଂଲଣ୍ଡ ଦଳ ଟି-ଟ୍ୱେଣ୍ଟି ଆଇସିସି ତାଲିକାରେ ଶ୍ରେଷ୍ଠରେ ରହିଛି। ସେଥିପାଇଁ ଇଂଲଣ୍ଡ ବିରୋଧରେ ଶ୍ରେଷ୍ଠ ଦଳକୁ ନେଇ ଭାରତ ପଡିଆକୁ ଓହ୍ଳାଇବ। ଟି-ଟ୍ୱେଣ୍ଟି ବିଶ୍ଵକପକୁ ଧ୍ୟାନରେ ରଖି ଭାରତୀୟ ଦଳ ପାଇଁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଥମ ତିନୋଟି ମ୍ୟାଚ ପାଇଁ ମଜବୁତ ଟିମକୁ ନେଇ ଖେଳିବା ଲକ୍ଷ୍ୟରେ ରହିଛି ଭାରତ। ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିବା ରିଷଭ ପନ୍ତଙ୍କ ଟି-ଟ୍ୱେଣ୍ଟିରେ ଖେଳିବା ସମ୍ଭାବନା ଅଧିକ ରହିଛି। ପନ୍ତ ଖେଳିଲେ ଅଷ୍ଟ୍ରେଲିଆ ସିରିଜରେ ୱିକେଟ କିପିଂ କରୁଥିବା କେଏଲ ରାହୁଲଙ୍କୁ ବ୍ୟାଟ୍ସମ୍ୟାନ ରୂପେ ଖେଳା ଯାଇପାରେ। ପ୍ରାରମ୍ଭିକ ଯୋଡି ଭାବେ ରୋହିତ ଶର୍ମାଙ୍କ ସହ ଶିଖର ଧବନ ଖେଳିପାରନ୍ତି। ତୃତୀୟ ନମ୍ବରରେ ଅଧିନାୟକ ବିରାଟ କୋହଲୀ, ଚତୁର୍ଥରେ କେଏଲ ରାହୁଲ, ପଞ୍ଚମରେ…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିବାର କାରଣ ଏକ ଚିଠି ମାଧ୍ୟମରେ ଛାଡିଥିଲା। ତାଙ୍କୁ ମିଥ୍ୟା କେସରେ ଫସାଇ ଆଇପିଏସ ଅଧିକାରୀ ଜେଲ ପଠାଇଥିବା ଏହି ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ। ସୁଇସାଇଡ ନୋଟ ମିଳିଲା ପରେ ମୃତକଙ୍କ ଦ୍ଵାରା ହୋଇଥିବା ଅଭିଯୋଗକୁ ପୋଲିସ କମିଶନର ନିରାଧାର ବୋଲି କହିଛନ୍ତି। ସୂଚନା ଯୋଗ୍ୟ ଯେ, ଜଣେ ଯୁବକ ପୋଲିସକୁ ଫୋନ କରି ହସନଗଞ୍ଜର ବିବେକାନନ୍ଦ ହସ୍ପିଟାଲ ରେଳବାଇ କ୍ରସିଂ ପାଖରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଯୁବକ ଜଣକ ସଚିବାଳୟରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ସେ ରବିଦାସ ମନ୍ଦିର ନିକଟରେ ରହୁଥିଲେ। ନର୍ଥ ଜୋନର ଆଇପିଏସ ପ୍ରାଚୀ ସିଂହ ତାଙ୍କୁ ମିଥ୍ୟା କେସରେ ଜେଲ ପଠାଇଥିବା ନେଇ ଆତ୍ମହତ୍ୟା ଚିଠିରେ ଲେଖିଥିଲେ। ମୃତକ ବିଶାଳ ସୋନୀ ସୁଇସାଇଡ ନୋଟରେ ଲେଖିଥିଲେ…
ନୂଆଦିଲ୍ଲୀ, ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ। ଏ ନେଇ ଅନ୍ୟତମ ଚାଷୀ ସଂଗଠନ ସଂଯୁକ୍ତ କୃଷକ ମୋର୍ଚ୍ଚା ଏହି ଡାକରା ଦେଇଛି। ସେହି ଅନୁସାରେ ଆସନ୍ତା ମାର୍ଚ୍ଚ 26 ତାରିଖରେ ଏହି ଭାରତ ବନ୍ଦ ପାଳନ କରାଯିବ। ଏଥିପାଇଁ ଭାରତର ସମସ୍ତ ଚାଷୀ ସଂଗଠନ ସହିତ ଆଲୋଚନା ହୋଇଛି। ସେସବୁ ସଂଗଠନ ଏହି ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ମୋର୍ଚ୍ଚା ତରଫରୁ କୁହାଯାଇଛି। ନୂଆଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ସଂଗଠନ। ମାର୍ଚ୍ଚ 26 ତାରିଖରେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ 4 ମାସ ପୁରିଯାଉଛି। ସେହି ଉପଲକ୍ଷେ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି ନୂଆ କୃଷି ବିଲ କୁ ବର୍ତ୍ତମାନ ଦେଶର ଚାଷୀ ସଂଗଠନ ତୀବ୍ର ବିରୋଧ କରୁଛନ୍ତି। ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ନୂଆଦିଲ୍ଲୀରେ…
କଲିକତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ମମତାଙ୍କ ଗୋଡରେ ଆଘାତ ଲାଗିଥିଲା, ଯାହାଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ କଲିକତା ପଠାଯାଇଥିଲା। ସେଥିପାଇଁ ମମତାଙ୍କ ସବୁ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି। କେତେଜଣ ଲୋକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ବୋଲି ଦିଦି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଦିଦିଙ୍କୁ କିଛି ଲୋକ ଧକ୍କା ଦେଇଥିଲେ ଏବଂ ପୁଣି ବଳପୂର୍ବକ ତାଙ୍କ କାରର କବାଟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘଟଣାସ୍ଥଳରେ ଥିବା କିଛି ଲୋକଙ୍କ କହିବା ଅନୁଯାୟୀ, ମମତାଙ୍କ କାର ସାମ୍ନାରେ ତାଙ୍କୁ ଦେଖିବା ପାଇଁ ଧୀରେ ଧୀରେ ଲୋକଙ୍କ ଭିଡ ବଢିବାରେ ଲାଗିଥିଲା। ଅଧିକ ଭିଡ ଯୋଗୁଁ ମମତା ବାନାର୍ଜୀଙ୍କ ଗୋଡ କାରର କବାଟରେ ଫସି ଯାଇଥିଲା। ଯାହାଫଳରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ତେବେ ଏହି ଘଟଣାରେ ନିର୍ବାଚନ କମିଶନର ପୋଲିସଠାରୁ ଉତ୍ତର ମାଗିଛନ୍ତି। ଏହାର ତଦନ୍ତ କରି…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୮୫୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୨୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୨ ଲକ୍ଷ ୮୫ ହଜାର ୫୬୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୧୮୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୩୮ ହଜାର ୧୪୬ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୮୯ ହଜାର ୨୨୬ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ…
Maha Shivaratri: ମହା ଶିବରାତ୍ରି ହେଉଛି ହିନ୍ଦୁ ଧର୍ମର ଏକ ଶ୍ରେଷ୍ଠ ବା ମହାନ ପର୍ବ । ଏହି ଦିନ ଦେବଦେବ ମହାଦେବଙ୍କୁ ପୂଜା କରଯାଏ । ଏହା ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ। ସାଧାରଣତଃ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । କେତେକ ଶ୍ରୁତି ଅନୁସାରେ ପୁଣ୍ୟ ମାସ ମାଘ ମାସର ‘ମାଘସ୍ନାନ’ ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଏ। ଭାରତର ବିଭିନ୍ନ ସ୍ଥାନରେ ଥିବା ସମସ୍ତ ଶୈବ୍ୟ କ୍ଷେତ୍ରରେ…
ମେଷ- ଭ୍ରମଣ ଲାଭଦାୟକ ହେବ। ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ। ଟଙ୍କା ମିଲିବା ସହଜ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ବ୍ୟବସାୟ ଲାଭଦାୟକ ହେବ। ସେଠାରେ ଆଶଙ୍କା ରହିବ। ପରିବାରରେ ଶାନ୍ତି ଏବଂ ସୁଖ ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଦୀର୍ଘ ରହଣି ଯୋଜନା କରାଯାଇପାରେ। ବୃଷ- କର୍ମକ୍ଷେତ୍ରରେ ସଂସ୍କାର ଏବଂ ପରିବର୍ତ୍ତନ ହୋଇପାରେ । ଚିନ୍ତା କରିଥିବା ଯୋଜନା ସଫଳ ହେବ କିନ୍ତୁ ତୁରନ୍ତ ଲାଭ ପାଇବ ନାହିଁ । ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଘର ବାହାରେ ପଚରାଉଚରା କରାଯିବ। ଈର୍ଷାପରାୟଣ ଲୋକଙ୍କୁ ଏଡ଼ାନ୍ତୁ । ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ । ଲାଭ ସୁଯୋଗ ଆସିବ । ମିଥୁନ- ଯେ କୌଣସି ତୀର୍ଥସ୍ଥାନର ଭ୍ରମଣ ସୁଯୋଗ ମିଳିବ। ଆଧ୍ୟାତ୍ମିକତା ଦିଗ ପାଇଁ ଆଗ୍ରହୀ ହେବେ…
କୁମ୍ଭ- ଭ୍ରମଣ ଲାଭଦାୟକ ହେବ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ଉପହାର ଗ୍ରହଣ କରିବେ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଶୁଭ ହେବ । ଅଂଶୀଦାରମାନଙ୍କ ସହଯୋଗ ଦେବେ । ମୀନ-ଆର୍ଥିକ ଅସୁବିଧା ଆସିପାରେ । ଅଯଥା ଖର୍ଚ୍ଚ ହେବ । ଠିକ୍ ସମୟରେ ବ୍ୟବସ୍ଥା ହେବ ନାହିଁ । ଆଶା ଏବଂ ନିରାଶାର ଭାବନା ରହିବ । ଚିନ୍ତାଧାରାରେ ସ୍ୱଚ୍ଛତାର ଅଭାବ ସମସ୍ୟାକୁ ଆହୁରି ବଢାଇପାରେ ।
ଧନୁ- ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ ହେବ । ଏହି ସଫଳତାରେ ଖୁସି ହେବେ । ସହଭାଗୀମାନେ ସମର୍ଥିତ ହେବେ । ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ସମ୍ମାନ ପାଇବ । ମକର- ଭୁଲିଯାଇଥିବା ସହକର୍ମୀମାନଙ୍କ ସହିତ ସାକ୍ଷାତ କରିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଆତ୍ମ ସମ୍ମାନ ରହିବ । ଏକ ବଡ଼ କାର୍ଯ୍ୟ ଏବଂ ଦୀର୍ଘ ସମୟ ଭଳି ଅନୁଭବ କରିବେ ।
ତୂଳା- ଛାତ୍ର ଶ୍ରେଣୀ ସଫଳତା ହାସଲ କରିବ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ କଷ୍ଟ ଦାୟକ ହେବ । ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିପାରିବେ । ଜଣେ ଜ୍ଞାନୀ ବ୍ୟକ୍ତି ମାର୍ଗଦର୍ଶନ କରିବେ । ବିଛା- ଆପଣ ଏକ ନୂତନ ସମ୍ପର୍କ ଆରମ୍ଭ କରିବା ପୂର୍ବରୁ ଚିନ୍ତା କରନ୍ତୁ । ଚାକିରିରେ ସମସ୍ୟା ହୋଇପାରେ । ଭଲ ଦାୟିତ୍ୱରେ ରହିବେ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କାରବାରରେ ସତର୍କତା ଆବଶ୍ୟକ ।
ସିଂହ- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ସରକାରୀ ସହାୟତା ମିଳିବ । ଟଙ୍କା ମିଳିବା ସହଜ ହେବ । ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ । ସାନ ଭାଇ ଏବଂ ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ । କାହାର ଝଗଡା ରେ ପଡ଼ନ୍ତୁ ନାହିଁ । ବିବାଦ ସହିତ ଦୁଃଖ ସମ୍ଭବ । କନ୍ୟା- ଜମି ହଟାଇବା ଏବଂ ବାଧା ସୃଷ୍ଟି କରି ପରିସ୍ଥିତି ଅନୁକୂଳ ହେବ । ସ୍ଥାୟୀ ସମ୍ପତ୍ତିର ବହୁତ ବଡ କାରବାର ହୋଇପାରେ । ସେଠାରେ ସୁଖ ଏବଂ ତୃପ୍ତି ରହିବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ ।
ମିଥୁନ- ଯେ କୌଣସି ତୀର୍ଥସ୍ଥାନର ଭ୍ରମଣ ସୁଯୋଗ ମିଳିବ। ଆଧ୍ୟାତ୍ମିକତା ଦିଗ ପାଇଁ ଆଗ୍ରହୀ ହେବେ । ଆଇନଗତ ପ୍ରତିବନ୍ଧକକୁ ହଟାଇ ପରିସ୍ଥିତି ଅନୁକୂଳ ହେବ। ବ୍ୟବସାୟୀମାନଙ୍କ ପାଇଁ ସୁବିଧା ସୁଯୋଗ ବୃଦ୍ଧି ପାଇବ । କର୍କଟ- ସ୍ୱାସ୍ଥ୍ୟ ଦୁର୍ବଳ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆଘାତ ଏବଂ ଦୁର୍ଘଟଣା ହେତୁ କ୍ଷତି ସମ୍ଭବ । ଯଥାସମ୍ଭବ ଭ୍ରମଣରୁ ଦୂରେଇ ରୁହନ୍ତୁ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଶତ୍ରୁମାନେ ସକ୍ରିୟ ରହିବେ ।
ମେଷ-ଭ୍ରମଣ ଲାଭଦାୟକ ହେବ। ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ। ଟଙ୍କା ମିଲିବା ସହଜ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ବ୍ୟବସାୟ ଲାଭଦାୟକ ହେବ। ସେଠାରେ ଆଶଙ୍କା ରହିବ। ପରିବାରରେ ଶାନ୍ତି ଏବଂ ସୁଖ ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ବୃଷ- କର୍ମକ୍ଷେତ୍ରରେ ସଂସ୍କାର ଏବଂ ପରିବର୍ତ୍ତନ ହୋଇପାରେ । ଚିନ୍ତା କରିଥିବା ଯୋଜନା ସଫଳ ହେବ କିନ୍ତୁ ତୁରନ୍ତ ଲାଭ ପାଇବ ନାହିଁ । ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଘର ବାହାରେ ପଚରାଉଚରା କରାଯିବ। ଈର୍ଷାପରାୟଣ ଲୋକଙ୍କୁ ଏଡ଼ାନ୍ତୁ ।
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଓଡ଼ିଶା ପେଟ୍ରୋଲ ଏବଂ ଡ଼ିଜେଲ ପମ୍ପ କର୍ମଚାରୀ ସଂଘ ତରଫରୁ ସହିଦନଗରସ୍ଥିତ ଆଲୋକ ଭାରତୀ ଟାୱାରରେ ଅବସ୍ଥିତ ପେଟ୍ରୋଲ ଓ ଡ଼ିଜେଲ କମ୍ପାନୀକୁ ଘେରାଉ କଯାଇଥିଲା। ଏଥିରେ ଦାବିସମୂହ ଥିଲା ସମସ୍ତ କର୍ମଚାରୀଙ୍କର ଦରମା ବୃଦ୍ଧି କରିବା, କେତେକ ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କ ପ୍ରୋଭିଡ଼େଣ୍ଟ ଫଣ୍ଡ ଓ ଇଏସ୍ଆଇ ଲାଗୁ କରିବା, ସମସ୍ତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା, ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ବନ୍ଦ କରିବା, କର୍ମଚାରୀ ଛଟେଇ ବନ୍ଦ କରିବା, ମହଙ୍ଗାଭତ୍ତା ପ୍ରଦାନ କରିବା, ତୈଳ କମ୍ପାନୀମାନଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ କର୍ମଚାରୀମାନଙ୍କୁ ଯୋଗାଇ ଦେବା, ବର୍ଷକୁ ଦୁଇହଳ ପୋଷାକ ଓ ଜୋତା ଯୋଗାଇଦେବା। ତତସହିତ ସିଟି ଆଲାଉନ୍ସ ପ୍ରଦାନ କରିବା ଦାବିରେ କର୍ମଚାରୀ ସଂଘର ସଭାପତି ସୁରେଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ସହିଦ ନଗର ଟ୍ରାଫିକ ଛକରୁ ଏକ ଶୋଭାଯାତ୍ରା ବାହାରି ତୈଳ କମ୍ପାନୀ…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଂଚଳରେ ସୁନା ଦୋକାନୀଙ୍କୁ ଗୁଳି କରି ହତ୍ୟା ଏବଂ ଲୁଟ୍ ମାମଲାର ରହସ୍ୟ ଉନ୍ମୋଚନ କରିଛି ପୋଲିସ୍। ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ୪ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ, ଗୁଳି, ୩ଶହ ଗ୍ରାମ ସୁନା, ନଗଦ ୨ଲକ୍ଷ ୭୫ହଜାର ଟଙ୍କା ଜବତ କରାଯାଇଛି। ପୋଲିସ୍ ସୂଚନା ମୁତାବକ, ଚଳିତ ମାସ ୧ ତାରିଖ ଦିନ ବଡ଼ଗାଁ ଅଂଚଳର ସୁନା ଦୋକାନୀ ରୋହିତ କୁମାର ବର୍ମାଙ୍କୁ ୩ଜଣ ଦୁର୍ବୃଚା ଏକ ବାଇକ୍ରେ ଆସି ଗୁଳି ମାରିବା ସହ ସୁନାଗହଣା ଲୁଟି ନେଇଥିଲେ। ଅନ୍ୟପକ୍ଷରେ ଗୁଳିମାଡ଼ ଯୋଗୁଁ ରୋହିତଙ୍କ ମୃତ୍ୟୁ ଘଟିଥିଲା। ଏନେଇ ବଡ଼ଗାଁ ଥାନା ପୋଲିସ୍ କେଶ୍ ନଂ ୩୯୪, ୩୯୭, ୩୦୨,୨୫(୧ବି ଏ), ୨୭ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିଲା। ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅପରାଧୀଙ୍କୁ ଗିରଫ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତରେ ୨୦୧୯/୨୦ ଆର୍ଥିକ ବର୍ଷରେ କରାଯାଇଥିବା ମାହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ ଯୋଜନାରେ ବହୁତ ଟଙ୍କା ସ୍ଥାନୀୟ ଜିଆରଏସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହା ସହ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୀର୍ଘ ୫ ମାସ ହେଲା କାର୍ଯ୍ଯାଳୟକୁ ଆସୁ ନଥିବା ଅଭିଯୋଗ ମଧ୍ୟ ହୋଇଛି। ତିନି ମାସ ହେଲା କ୍ଲଷ୍ଟର ଟିଏମସିର ଟଙ୍କାକୁ ପିଇଓ ନିଜ ପାଖରେ ରଖି ବିଲ୍ ହୋଇନାହିଁ ବୋଲି କହୁଥିବାର ଅଭିଯୋଗ ହୋଇଛି। ସୋରଣ ଗ୍ରାମପଞ୍ଚାୟତର ସରପଞ୍ଚ ସୁଜାତା ବିଶ୍ଵାଳ ଏଭଳି ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଚିଲିକା ବିଡ଼ିଓଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଡ଼ିଓଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସୋରଣ ପଂଚାୟତରେ ହୋଇଥିବା ଦୁର୍ନୀତିର ପୁନଃ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି…
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚର ସ୍ଥାନ ଚୁଡାନ୍ତ ହୋଇଛି। ଆଜି ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନ୍ସିଲ(ଆଇସିସି) ଏନେଇ ସୂଚନା ଦେଇଛି। ଫାଇନାଲ ମ୍ୟାଚ ଇଂଲଣ୍ଡର ସାଉଥେମ୍ପ୍ଟନରେ ଖେଳାଯିବ ବୋଲି ଆଇସିସି ଆଜି ସ୍ପଷ୍ଟ କରିଦେଇଛି। ସାଉଥେମ୍ପ୍ଟନର ହାମ୍ପଶାୟର ସ୍ଥିତ ବାଉଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜୁନ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ। ଏହା ପୂର୍ବରୁ ବିଶ୍ଵ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଲଣ୍ଡନର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ବୋଲି ସ୍ଥିର ହୋଇଥିଲା। ତେବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ସାଉଥେମ୍ପ୍ଟନରେ ଖେଳାଯିବ ବୋଲି ସୋମବାର ଦିନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ। ଏହି ନିଷ୍ପତ୍ତି ବହୁ ଦିନ ପୂର୍ବରୁ ନିଆଯାଇଥିଲା ବୋଲି ଗାଙ୍ଗୁଲି କହିଥିଲେ। କରୋନା ମହାମାରୀ କାରଣରୁ ଏଭଳି ନିଷ୍ପତ୍ତି ହୋଇଛି, କାରଣ ବର୍ତ୍ତମାନ ଖେଳାଯିବାକୁ ଥିବା ପଡ଼ିଆ…

